Andrew Symonds - The Sakala

କ୍ରିକେଟ ଜଗତ ସ୍ତବ୍ଧ; ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ
ମେଲବର୍ଣ୍ଣ: କ୍ରିକେଟ ଜଗତ ସ୍ତବ୍ଧ; କ୍ରୀଡ଼ା ଜଗତ ପାଇଁ ପୁଣି ଥର ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆର ଅନ୍ୟତମ ପ୍ରସିଦ୍ଧ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ ଘଟିଛି। ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ । ସାଇମଣ୍ଡସଙ୍କ ମୃତ୍ୟୁକୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସ୍‌ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ସୂଚନାନୁଯାୟୀ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡସ୍‌ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ପୋଲିସ କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସାଇମଣ୍ଡଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା।

ଦୁଇ ଦୁଇ ଥର ଅଷ୍ଟ୍ରେଲିଆ ଟିମରେ ବିଶ୍ବକପ୍ ଖେଳିଥିଲେ ସାଇମଣ୍ଡସ୍‌ । ଏହା ଅଷ୍ଟ୍ରେଲିଆକୁ ୨୦୦୩ ଓ ୨୦୦୭ ମସିହାରେ ବିଶ୍ବକପ୍ ଜିତାଇବାରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିଲେ ସାଇମଣ୍ଡସ୍‌ । ଅଷ୍ଟ୍ରେଲିଆ ପାଇଁ ସାଇମଣ୍ଡସ୍‌ ୨୬ଟି ଟେଷ୍ଟ ଓ ୧୯୮ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ । ସାଇମଣ୍ଡସ୍‌ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛି ଇଣ୍ଟରନାସନାଲ କ୍ରିକେଟ କାଉନସିଲ ବା ଆଇସିସି । କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା ।