Dahana - The Sakala

ସକାଳ-ନନ୍ଦିଘୋଷ ଟିଭିର ’ଦହନା’ : ପଶ୍ଚିମ ଓଡ଼ିଶା ବିକାଶର ନକ୍ସା ପାଇଁ ଚାଲିଛି ମାନସ ମନ୍ଥନ
ସମ୍ବଲପୁର: ସମ୍ବଲପୁରରେ ଆରମ୍ଭ ହୋଇଛି ଦୈନିକ ଖବରକାଗତ ‘ସକାଳ’ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଦହନା’ । ଯାହାର ବିଷୟ ବସ୍ତୁ ରହିଛି ‘ପ୍ରୟାସ ବିକାଶର ଏକ ନୂଆ ଅଧ୍ୟାୟ ପାଇଁ’ । ଯେଉଁଥିରେ ବିକାଶକୁ ଅଧିକ ତ୍ବରାନ୍ବିତ କରିବାକୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍ । ଗୋଟିଏ ମଞ୍ଚରେ ଏକାଠି ହୋଉଛନ୍ତି ଅଭିଜ୍ଞ ରାଜନେତା, ସମାଜସେବୀ, ଅଭିନେତା, ଅଭିନେତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ । ପଶ୍ଚିମାଞ୍ଚଳର ବିକାଶ ରଥକୁ ଆହୁରି ଆଗକୁ ନେବାକୁ ଚାଲିଛି ମାନସମନ୍ଥନ । ଗୋଷ୍ଠୀ ଓ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ପ୍ରସ୍ତୁତ ହେବ ନୂଆ ବିକାଶର ନୀଳନକ୍ସା । ଅପରାହ୍ନରେ ମା’ ସମଲେଶ୍ବରୀଙ୍କ ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସୁରେଶ ପୂଜାରୀ, ସକାଳ ଓ ନନ୍ଦିଘୋଷ ଗ୍ରୁପ୍ ଅଧ୍ୟକ୍ଷ ମାନସ ରଂଜନ ମଙ୍ଗରାଜ । ଏହାପରେ  ‘ଦହନା’ର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଅଧିବେଶନର ବିଷୟ ବସ୍ତୁ ରହିଥିଲା ‘ପଶ୍ଚିମ ଓଡ଼ିଶା ବିକାଶର ନକ୍ସା’ । ଏଥିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସୁରେଶ ପୂଜାରୀ ସାମିଲ ହୋଇଛନ୍ତି । ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ଏହାକୁ ସଂଯୋଜନା କରିଛନ୍ତି ।

ଏହି ଆଲୋଚନାରେ ପଶ୍ଚିମ ଓଡ଼ିଶା ବିକାଶ ପାଇଁ କଣ କରାଯାଇଛି, ଆଗକୁ କଣ ଆବଶ୍ୟକ ରହିଛି ତାହା ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା  ନରସିଂହ ମିଶ୍ର ତାଙ୍କର ମତ ରଖି କହିଥିଲେ ଯେ  ଶିକ୍ଷା, ସ୍ବାସ୍ଥ୍ୟ ଓ ଜଳସେଚନକୁ ଅଗ୍ରାଧିକାର ଦେଲେ ପଶ୍ଚିମ ଓଡ଼ିଶାର ବିକାଶ ହେବ । କେବଳ ସହରାଞ୍ଚଳ ନୁହଁ, ସବୁ ଅଞ୍ଚଳର ବିକାଶ ହେଲେ ଯାଇ ଆମେ ପୂର୍ଣ୍ଣାଙ୍ଗ ବିକାଶ ବୋଲି କହିପାରିବା। ସେହିପରି ବରଗଡ ସାଂସଦ ସୁରେଶ ପୂଜାରୀ ‘ପଶ୍ଚିମ ଓଡ଼ିଶା ବିକାଶର ନକ୍ସା’ ଉପରେ ତାଙ୍କର ମତ ରଖି କହିଥିଲେ ଯେ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟକୁ ସରକାର ଅଧିକ ଫୋକସ୍ କରିବା ଜରୁରୀ । ପଶ୍ଚିମ ଓଡ଼ିଶାରେ ଖଣି ଅଛି ମାତ୍ର ମାଇନିଂ କଲେଜଟିଏ ନାହିଁ । ଏ ଅଞ୍ଚଳରେ ଅଧିକ ବୈଷୟିକ ଶିକ୍ଷାନୁଷ୍ଠାନ ଆବଶ୍ୟକତା ରହିଛି। ସରକାର ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଆଉଟିକେ ପ୍ରୟାସ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏଥି ସହିତ ଏହି ଆଲୋଚନାର ଅନ୍ୟତମ ବକ୍ତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମ ଓଡ଼ିଶା ଶିକ୍ଷାର ବିକାଶ ଉପରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି, ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ଗଙ୍ଗାଧର ମେହେର କଲେଜକୁ ସରକାର ବିଶ୍ବବିଦ୍ୟାଳୟ କରିଛନ୍ତି । ରାଜେନ୍ଦ୍ର ମହାବିଦ୍ୟାଳୟକୁ ମଧ୍ୟ ବିଶ୍ବବିଦ୍ୟାଳୟ କରିଛନ୍ତି ରାଜ୍ୟ ସରକାର । ଶିକ୍ଷାରେ ବିକାଶ ହୋଇଛି, ଗୁଣାତ୍ମକ ବିକାଶର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କୁ ଧନ୍ୟବାଦ ସେ ପଶ୍ଚିମ ଓଡ଼ିଶା ଶିକ୍ଷାର ବିକାଶ ପାଇଁ ବହୁ କାର୍ଯ୍ୟ କରୁଛନ୍ତି। ଆଗକୁ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ଦୈନିକ ଖବରକାଗତ ‘ସକାଳ’ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଦହନା’ରେ  ସମ୍ବଲପୁରୀ କ୍ଷୁଦ୍ର ନାଟକ ପରିବେଷଣ କରାଯିବ । ସାଢ଼େ ୫ଟାରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ଅଧିବେଶନ । ଯାହାର ଶୀର୍ଷକ ରହିଛି ‘ଓଡ଼ିଆ ସିନେମାକୁ ପଶ୍ଚିମ ଓଡ଼ିଶାର ଅବଦାନ’ । ଆଲୋଚନାଚକ୍ରରେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର, ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଯୋଗ ଦେଇଛନ୍ତି । ଏହି ଅଧିବେଶନକୁ ସଂଯୋଜନା କରିଛନ୍ତି ନନ୍ଦିଘୋଷ ଟିଭି ଉପସ୍ଥାପକ ଅବିନାଶ ଷଡ଼ଙ୍ଗୀ ।

ଏହାପରେ ସମ୍ମାନ ଓ ସମ୍ବଦ୍ଧର୍ନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ‘ବିକାଶ ରାସ୍ତାରେ ନାରୀ’ ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରିବେ ବର୍ଷା ପ୍ରିୟଦର୍ଶିନୀ ଓ ଜୟନ୍ତୀ ଏକ୍କା । ଏହାକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ଉପସ୍ଥାପିକା ଶୁଭଶ୍ରୀ ମହାପାତ୍ର । ସନ୍ଧ୍ୟା ୭ଟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପପୁ ପମପମ୍, ଅଭିଜିତ ମଜମୁଦାର, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ ଓ ଶାନ୍ତନୁ ପ୍ରମୁଖ ଯୋଗଦେବେ ।