Asia Cup Hockey - The Sakala

ଏସିଆ କପ୍ ହକି ପାଇଁ ବୀରେନ୍ଦ୍ର ଲାକ୍ରା ହେଲେ ଅଧିନାୟକ
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ । ଏସିଆ କପରେ କମାଲ କରିବା ପାଇଁ ଘୋଷଣା ହୋଇସାରିଥିଲା ୧୮ ଜଣିଆ ଦଳ । ଦଳର ଅଧିନାୟକ ଭାବେ ଦାୟିତ୍ୱଭାର ଭାରତୀୟ ହକି ଦଳର ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା । ଏବଂ ଉପ ଅଧିନାୟକ ଭାବେ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ନିଯୁକ୍ତି କରାଯାଇଥିଲା । ହେଲେ ହଠାତ ସବୁ ବଦଳିଯାଇଥିଲା । ଭାରତୀୟ ହକି ଦଳ ଉପରେ ଚଡ଼କ ପଡ଼ିଯାଇଥିଲା । ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ଅଭ୍ୟାସ ସମୟରେ ଆହତ ହୋଇଥିଲେ ।

ଯାହା ପରେ ଭାରତୀୟ ହକି ଦଳର ପୁରା ଦାୟିତ୍ୱ ଓଡ଼ିଆ ହକି ତାରକା ତଥା ଅଲିମ୍ପିକ ବ୍ରୋଞ୍ଜ୍‌ ପଦକ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯାଇଛି । ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍‌ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବ। ଏଥି ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କ୍ୟାପଟେନ ଲାକ୍ରା ଓ ପୂରା ଭାରତୀୟ ହକି ଟିମକୁ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Congratulate #Odisha player Birendra Lakra on being selected to lead the Indian Men's Hockey Team at the Hero Men's Asia Cup in Indonesia. Wish the team all the very best. #OdishaForSports https://t.co/enSC6Wsu8c

— Naveen Patnaik (@Naveen_Odisha) May 14, 2022

ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାରିୟର

୧୯୯୦ ମସିହା ଫେବୃଆରି ୩ରେ ସୁନ୍ଦରଗଡ଼ର ଲାଚଚାଡ଼ା ଗାଁରେ ଜନ୍ମ ହୋଇଥିବା ବୀରେନ୍ଦ୍ର ଲାକ୍ରା ଦେଶ ପାଇଁ ଏପର୍ଯ୍ୟନ୍ତ ୨୦୧ଟି ମ୍ୟାଚ୍ ଖେଳିସାରିଛନ୍ତି । ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସମୟରେ ପୁରୁଷ ହକିରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଖାଲି ସେତିକି ନୁହେଁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଇତିହାସ ରଚିଥିବା ଏହି ଭାରତୀୟ ହକି ଦଳର ଉପ ଅଧିନାୟକ ଭାବରେ ମଧ୍ୟ ବୀରେନ୍ଦ୍ରଙ୍କୁ ମନୋନୀତ କରାଯାଇଥିଲା ।

ଏହାପରେ ହକି ଖେଳରୁ ବୀରେନ୍ଦ୍ରଙ୍କୁ ଓଡ଼ିଶାର ସୁରକ୍ଷା ଭାର ଦିଆଯାଇଥିଲା । ବୀରେନ୍ଦ୍ର ଲାକ୍ରା ୨୦୨୨ ଫେବୃଆରୀ ୧୭ରେ ଓଡ଼ିଶା ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବରେ ନୁଯୁକ୍ତି ପାଇଥିଲେ । ସେ କଟକସ୍ଥିତ ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ସୁନିଲ ବଂସଲଙ୍କ ଉପସ୍ଥିତିରେ ଡିଏସପି ଭାବରେ ଯୋଗ ଦେଇଥିଲେ ।

ସବୁଠାରୁ ବଡ଼ କଥା ହେଉଛି ରୁପିନ୍ଦର ଏବଂ ବିରେନ୍ଦ୍ରଙ୍କ ଯୋଡ଼ି ବିପକ୍ଷ ଦଳକୁ ଚକମା ଦେବା ପାଇଁ ବହୁତ ଭଲ ଯୋଡ଼ି । ବୀରେନ୍ଦ୍ର ଏବଂ ସୁନୀଲ ଅତ୍ୟଧିକ ଅଭିଜ୍ଞ ଏବଂ ବହୁ ବର୍ଷ ଧରି ନେତୃତ୍ୱ ନେଇଆସୁଛନ୍ତି । ତେବେ ରୁପିନ୍ଦରଙ୍କର ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇ ପାରେ ବୋଲି ଖେଳ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।