Teacher Recruitment - The Sakala

ରାଜ୍ୟରେ ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା, ଖୁବ୍‌ଶୀଘ୍ର ଆଉ ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା। ଉନ୍ନତ ହେବ ଶୈକ୍ଷିକ ବାତାବରଣ। ରୁଦ୍ଧିମନ୍ତ ହେବ ଶିକ୍ଷାର ମାନ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦରେ ନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି।

ସମ୍ପ୍ରତି ୨୦୨୩ ମସିହାରେ ପ୍ରକାଶ ପାଇଥିବା ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ଯଥାଶ୍ରୀଘ୍ର ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ନୂତନ ନିଯୁକ୍ତି ଫଳରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦ ପୂରଣ ହୋଇପାରିବ ବୋଲି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

ସୂଚନାଯୋଗ୍ୟ, ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦ ପାଇଁ ନିଯୁକ୍ତି ଦିଆଯିବ। ପ୍ରଥମ ବର୍ଗରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓ ଦ୍ୱିତୀୟ ବର୍ଗରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି କରାଯିବ। ଏହି ସମସ୍ତ କନିଷ୍ଠ ଶିକ୍ଷକ ଜିଲ୍ଲା ପରିଷଦ ଅଧୀନରେ ରହିବେ। ସମସ୍ତ ଶିକ୍ଷକଙ୍କୁ ନିର୍ଦ୍ଧାରିତ ପାରିଶ୍ରମିକ ପ୍ରଦାନ କରାଯିବ। ବାର୍ଷିକ ଚୁକ୍ତି ସରିବା ପରେ ଜିଲ୍ଲା ପରିଷଦ ପକ୍ଷରୁ ତାକୁ ନବୀକରଣ କରାଯିବ। ଦକ୍ଷତା ଭିତ୍ତିରେ ଏହାର ନବୀକରଣ କରାଯିବ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏହି ଦକ୍ଷତା ପ୍ରମାଣ ପତ୍ର ପ୍ରଦାନ କରିବେ।

୨୦୬୪ ଟିଜିଟି ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି , ଫେବୃଆରୀ ୭ ଯାଏଁ ଚାଲିବ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର: ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୦୬୪ ଟିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କଳା, ପିସିଏମ୍‌‌, ସିବିଜେଡ୍‌‌, ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ବିଷୟ ସମେତ ପିଇଟି ଶିକ୍ଷକ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ଏନେଇ ସୋମବାର ରାଜ୍ୟ ପ୍ରବରଣ ମଣ୍ଡଳ(ଏସ୍‌‌ଏସ୍‌‌ବି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଟିଜିଟି କଳା ବିଭାଗ ପାଇଁ ମୋଟ୍‌‌ ୯୧୨ଟି ପଦ ରହିଛି। ତନ୍ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୨୨୧ଟି ପଦ ସଂରକ୍ଷିତ ରହିଛି। ସେହିପରି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୨୯୦ ଏବଂ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୪୦୧ଟି ପଦ ସଂରକ୍ଷଣ ରହିଛି। ପିସିଏମ୍‌‌ରେ ୨୦୨ଟି ପଦ ମଧ୍ୟରୁ ସାଧାରଣ ବର୍ଗ ପାଇଁ ୭୬, ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୫୧ ଏବଂ ଅନୁସୂଚିତ ଜନଜାତି ବର୍ଗ ପାଇଁ ୭୫ଟି ପଦ ସଂରକ୍ଷଣ ରହିଛି। ସିବିଜେଡ୍‌‌ ପାଇଁ ୧୮୭ଟି ପଦବୀରୁ ସାଧାରଣ ବର୍ଗଙ୍କ ପାଇଁ ୬୪, ଅନୁସୂଚିତ ଜାତି ବର୍ଗ ପାଇଁ ୫୧ ଅନୁସୂଚିତ ଜନଜାତି ବର୍ଗ ପାଇଁ ୭୨ଟି ପଦ ସଂରକ୍ଷଣ ରହିଛି। ହିନ୍ଦୀ ଶିକ୍ଷକ ପାଇଁ ୧୯୪ଟି ପଦ ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୮୬, ଅନୁସୂଚିତ ଜାତି ବର୍ଗ ପାଇଁ ୪୪ ଓ ଅନୁସୂଚିତ ଜନଜାତି ବର୍ଗ ପାଇଁ ୬୪ଟି ପଦ ସଂରକ୍ଷଣ ରହିଛି। ସଂସ୍କୃତ ଶିକ୍ଷକ ପାଇଁ ୩୧୭ଟି ପଦ ମଧ୍ୟରୁ ସାଧାରଣ ବର୍ଗରେ ୧୦୨, ଅନୁସୂଚିତ ଜାତି ବର୍ଗ ପାଇଁ ୮୮ ଓ ଅନୁସୂଚିତ ଜନଜାତି ବର୍ଗ ପାଇଁ ୧୨୭ଟି ପଦ ସଂରକ୍ଷଣ ରଖାଯାଇଛି। ଉର୍ଦ୍ଦୁ ଶିକ୍ଷକ ପାଇଁ ୩ଟି ପଦ ରହିଛି। ସେହିପରି ୨୪୯ଜଣ ଶାରୀରିକ ଶିକ୍ଷକ(ପିଇଟି) ନିଯୁକ୍ତି ପାଇବେ। ଏଥିମଧ୍ୟରେ ୧୪୬ଟି ସାଧାରଣ ବର୍ଗ, ୪୩ଟି ଅନୁସୂଚିତ ଜାତି ବର୍ଗ ପାଇଁ ଏବଂ ୬୦ଟି ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି।

ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ଆଉ ୩୦ ହଜାର ଶିକ୍ଷକ
ଭୁବନେଶ୍ୱର: ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି ରାଜ୍ୟର ଛାତ୍ରଛାତ୍ରୀ। ସୁଦୃଢ଼ ହୋଇଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି। ଓଡ଼ିଶା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଜାତୀୟ ହାରକୁ ଅତିକ୍ରମ କରି ପ୍ରଦର୍ଶନ ଗ୍ରେଡିଂ ଇଣ୍ଡେକ୍ସ(ପିଜିଆଇ) ଏବଂ ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ(ଏନଏଏସ)ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ଗଣଶିକ୍ଷା ବିଭାଗ ବଜେଟ୍‌‌କୁ ୫୫ପ୍ରତିଶତ ବୃଦ୍ଧି କରିଛନ୍ତି। ମୋ ସ୍କୁଲ, ୫-ଟି ସ୍କୁଲ ରୂପାନ୍ତରଣ ଭଳି ଯୋଜନା ରାଜ୍ୟର ଶିକ୍ଷା ଭିତ୍ତିଭୂମି ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଗତ ୪ ବର୍ଷରେ ୧୪୮୪୯ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ଖୁବ୍‌‌ ଶୀଘ୍ର ଆଉ ୩୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ ରାଜ୍ୟସରକାର ଦେଇଥିବା ପ୍ରତିଶ୍ରୁତିକୁ ବିଭାଗ ସଫଳତାର ସହ ପୂରଣ କରିଛି। ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ସହ ଉନ୍ନତ ଶିକ୍ଷାଦାନର ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। ମୋ ସ୍କୁଲ ଓ ‘୫-ଟି’ ରୂପାନ୍ତରୀକରଣ ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକର ନବକଳେବର ସାଙ୍ଗକୁ ପ୍ରତ୍ୟେକ ହାଇ ସ୍କୁଲରେ ଆଇଟି ଲ୍ୟାବ୍‌‌ ପ୍ରତିଷ୍ଠା ଓ ପ୍ରତି ପୌରସଂସ୍ଥାରେ ଗୋଟିଏ ମଡେଲ୍‌‌ ସ୍କୁଲ ପ୍ରତିଷ୍ଠା କରିବା ଲକ୍ଷ୍ୟ ରହିଛି। ଏଥି ସହ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ସୁନିଶ୍ଚିତ କରାଯାଇଛି। ଗଣଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ବିଗତ ୪ ବର୍ଷ ମଧ୍ୟରେ ବଜେଟ ବ୍ୟୟ ବରାଦ ୫୫% ବୃଦ୍ଧି କରାଯାଇଛି। ୨୦୧୮-୧୯ ମସିହାରେ ଗଣଶିକ୍ଷା ବାବଦ ବ୍ୟୟବରାଦ ୧୪,୫୨,୬୯୯ କୋଟି ଟଙ୍କା ରହିଥିବାବେଳେ ୨୦୨୩-୨୪ରେ ବ୍ୟୟବରାଦ ୨୨,୫୨,୭୮୦କୋଟି ଟଙ୍କାରେ ପହଞ୍ଚିଛି। ବିଗତ ୩ପର୍ଯ୍ୟାୟରେ ରାଜ୍ୟର ୬,୧୨୩ଟି ବିଦ୍ୟାଳୟର ରୂପାନ୍ତରଣ କରାଯାଇଥିବା ଓ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରଣରେ ସାମିଲ୍‌‌ ପାଇଁଯୋଜନା ପ୍ରସ୍ତୁତ ହୋଇଥିବା ଏହି ଅବସରରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିପରି ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳ ପିଲାଙ୍କୁ ଆବାସିକ ଇଂରାଜୀ ମାଧ୍ୟମ ଶିକ୍ଷା ଏବଂ ୱାର୍ଲ୍ଡ ଇଣ୍ଡିଆ ସ୍କୁଲ ଶ୍ରେଷ୍ଠ ୧୦ଟି ର‍୍ୟାଙ୍କିଂରେ ଗଞ୍ଜାମର ହାତୀଓଟ ଓ ମୟୂରଭଞ୍ଜର ରାଣୀଭୋଲିନ୍‌‌ ସ୍ଥାନିତ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ରେକର୍ଡ଼ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ସମ୍ପର୍କରେ ଶ୍ରୀ ମାର୍ଣ୍ଡି ସୂଚନା ଦେଇ କହିଥିଲେ ୨୦୧୯ ପରଠାରୁ ବିଭିନ୍ନ ବର୍ଗରେ ଗଣଶିକ୍ଷା ବିଭାଗରେ ୧୪ହଜାର ୮୪୯ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ୩୦ହଜାର ୨୭୯ଜଣ ଶିକ୍ଷକ ଓ ୧୭୯୯ଜଣ ଅଣଶିକ୍ଷକଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି। ସେହିପରି ମାଟ୍ରିକ୍‌‌ ଓ ଦ୍ୱାଦଶ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା ଓ ବିଭାଗ ଅଧୀନରେ କାର୍ଯ୍ୟରତ କାର୍ମଚାରୀଙ୍କ ଅନୁକମ୍ପା ରାଶି ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି। ଚଳିତ ବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ସହ ନବମ ଓ ଦଶମ ଶ୍ରେଣୀ ପାଇଁ ମାଗଣା ପୋଷାକ(ସ୍କୁଲ ୟୁନିଫର୍ମ) ଯୋଜନା ଓ ନବମ ଶ୍ରେଣୀ ପିଲାଙ୍କୁ ସାଇକେଲ୍‌‌ କିଣିବା ବାବଦ ଅନୁଦାନ ରାଶିକୁ ୨୬ଶହ ୩୫ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ସେ ଦର୍ଶାଇଛନ୍ତି। ଚଳିତ ବର୍ଷରୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ନୋଟ୍‌‌ ବୁକ୍‌‌ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ବାବଦରେ ଗଣଶିକ୍ଷା ମନ୍ତ୍ରୀ ସବିଶେଷ ସୂଚନା ଦେଇଥିଲେ। ମାଟ୍ରିକ୍‌‌ ଛାତ୍ରଛାତ୍ରୀଙ୍କ ସଫଳତା ହାର ବୃଦ୍ଧି ଓ ପିଲାଙ୍କ ଡ୍ରପ୍‌‌ ଆଉଟକୁ ନିୟନ୍ତ୍ରଣ କରିବା ଲାଗି ଚଳିତ ବର୍ଷରୁ ରାଜ୍ୟରେ ୧୦୬ଟି ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିବା ସମ୍ପର୍କରେ ଦର୍ଶାଇଥିଲେ। ଏହା ଦ୍ୱାରା ରାଜ୍ୟରେ ୧୩ ହଜାରରୁ ଅଧିକ +୨ ସିଟ୍‌‌ ବୃଦ୍ଧି ହେବ ବୋଲି ମନ୍ତ୍ରୀ କହିଛନ୍ତି। ଗୀତଗୋବିନ୍ଦ ସଦନରେ ଆୟୋଜିତ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ବିଭାଗୀୟ ପ୍ରମୁଖ ସଚିବ ଅଶ୍ୱଥୀ ଏସ୍‌‌ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଉପସ୍ଥିତ ଥିଲେ।

ଆଦର୍ଶ ବିଦ୍ୟାଳୟରେ ଖାଲି ରହିବନି ଶିକ୍ଷକ ପଦ; ଖୁବ୍‌ଶୀଘ୍ର ୧୧୭୮ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: ବିଭିନ୍ନ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ ହେବ। ବିଭାଗରେ ଖାଲିଥିବା ୧୧୭୮ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ‘ଏଡସିଲ୍‍ ଇଣ୍ଡିଆ’ ଦ୍ୱାରା ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିଥିବାବେଳେ ଚଳିତ ପର୍ଯ୍ୟାୟରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(ଓଏଭିଏସ୍‍) ପଦକ୍ଷେପ ଗ୍ରହଣ କରିଛି।

ପଦ ସଂରକ୍ଷିତ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସ୍ତରରେ ଅନୁମୋଦନ ମିଳିଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସଏସପିଡି)ର ଅନୁମତି ବାକି ରହିଛି। ୧୧୭୮ ପଦ ମଧ୍ୟରୁ ଶହେଟି ପଦ ଅଧ୍ୟକ୍ଷଙ୍କ ପାଇଁ ଥିବାବେଳେ ପିଜିଟି(ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ) ବର୍ଗର୫୧ଟି ଇଂରାଜୀ ପଦ, ୬୨ଟି ଫିଜିକ୍ସ, ୪୧ଟି ବାୟୋଲଜି, ୨୫ଟି ବାଣିଜ୍ୟ,୧୧ଟି ଅର୍ଥନୀତି ଏବଂ ୬୧ ଲେଖାଏଁ କେମେଷ୍ଟ୍ରି ଓ ଗଣିତ ଶିକ୍ଷକ ନିଯୁକ୍ତି ପାଇବେ। ସେହିପରି ଟିଜିଟି(ଟ୍ରେଣ୍ଡ୍‍ ଗ୍ରାଜୁଏଟ ଶିକ୍ଷକ) ବର୍ଗରେ ୧୬୩ଟି ଇଂରାଜୀ, ୩୩ଟି ବିଜ୍ଞାନ, ୧୦୮ଟି ଗଣିତ, ୮୧ଟି ସାମାଜିକ ବିଜ୍ଞାନ ଓ ଓଡ଼ିଆର ୮ଟି ଶିକ୍ଷକ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ୨୦୫ଟି ପଦରେ କଳା ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ୭୯ ଜଣ କମ୍ପ୍ୟୁଟର ଶିକ୍ଷକ ଓ ୮୯ ଜଣ ଖେଳ ଶିକ୍ଷକ(ପିଇଟି) ନିଯୁକ୍ତି ପାଇବେ।

୧୧୭୮ଟି ପଦ ମଧ୍ୟରୁ ୪୯୯ଟି ପଦ ଅନୁସୂଚିତ ଜନଜାତି, ୨୧୧ଟି ଅନୁସୂଚିତ ଜାତି, ୧୦୪ଟି ଏସଇବିସି ଏବଂ ୩୬୪ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଅନଲାଇନ ଯୋଗେ ଆବେଦନ ଓ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ନିଯୁକ୍ତି ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଓଏଭିଏସ୍‍ର ୱେବ୍‍ସାଇଟରେ ଉପଲବ୍ଧ ହେବ।

୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ, ଡିସେମ୍ବର ୧୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏସଏସସି ୱେବସାଇଟରେ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ ପାଇଛି। ଡିସେମ୍ବର ୧୧ରୁ ଜାନୁଆରୀ ୯ ପର୍ଯ୍ଯନ୍ତ ଆବେଦନ ତାରିଖ ଧାର୍ଯ୍ଯ କରାଯାଇଛି। ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ।

Recruitment by #OSSC for
TGT Arts 1970
TGT PCM 1419
TGT CBZ 1205
Hindi teacher 1352
Sanskrit teacher 723
Physical Education teacher 841
Telagu Teacher 6
Urdu teacher 24

Prel n Main exam MCQ mode.

Best wishes to all prospective applicants .2/2

— Abhay ଅଭୟ अभय IPS ( Retd) (@abhayips86) November 23, 2022

ପ୍ରକାଶ ପାଇଥିବା ୭,୫୪୦ ପଦ ମଧ୍ୟରେ ଟିଜିଟି ବର୍ଗର ୧୯୭୦ ପଦ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି। ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି।
Press release

ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ଚଳିତ ଥର ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ସ୍ୱଚ୍ଛତା ପଦ୍ଧତ୍ତି ଅବଲମ୍ବନ କରିବାକୁ ନୂଆ ପ୍ରକ୍ରିୟାରେ ମେରିଟ୍ ଟ୍ରାକ୍ ସଂସ୍ଥାକୁ ବାଦ୍ ଦିଆଯିବ। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦିଆଯାଇଛି।

ସୂଚନାଥାଉକି, ବିଗତ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପରେ ମୁଖ୍ୟମନ୍ତ୍ରୀ ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଲାଗି ପଦକ୍ଷପ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୬୦୩୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।  ତୃତୀୟ ପର୍ଯ୍ୟାୟରେ  ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଦର୍ଶ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି : ମେ’ ୨୦ରେ ପ୍ରକାଶ ପାଇବ ଦକ୍ଷତା ପରୀକ୍ଷା ଫଳ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇବାକୁ ଥିବା ୧୭୪୯ ଶିକ୍ଷକ ପଦ ପାଇଁ ଆଶାୟୀଙ୍କ ଦକ୍ଷତା ପରୀକ୍ଷା ଫଳ ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ। ଏନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଶାୟୀ ପ୍ରାର୍ଥୀଙ୍କ ସାକ୍ଷାତକାର ଜୁନ୍‍ ୬ରୁ ଆରମ୍ଭ ହେବ। ଜୁନ୍‍ ୨୦ ସୁଦ୍ଧା ସମସ୍ତ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ସଂଗଠନ ଲକ୍ଷ୍ୟ ରଖିଛି। ୧୭୪୯ ପଦରେ ନିଯୁକ୍ତି ପାଇଁ ୩୧, ୧୨୧ ଜଣ ଆଶାୟୀ ଆବେଦନ କରିଥିବାବେଳେ ୨୬, ୯୦୯ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି।