Interest Rate - The Sakala

ଜୁଲାଇରୁ ବଢ଼ିପାରେ ପିପିଏଫ୍‌, ସୁକନ୍ୟା ଯୋଜନା ସୁଧହାର
ନୂଆଦିଲ୍ଲୀ : ଆଗକୁ ପୁଞ୍ଜି ବିନିଯୋଗରେ ନିବେଶକାରୀଙ୍କୁ ଅଧିକ ରିଟର୍ଣ୍ଣ ମିଳିବ। କାରଣ ଜୁଲାଇ ପହିଲାରୁ ପିପିଏଫ୍ ଏବଂ ସୁକନ୍ୟା ସମୃଦ୍ଧି ଭଳି ଯୋଜନାର ସୁଧହାର ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆରବିଆଇ ରେପୋ ହାରକୁ ୯୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ପରେ ଦେଶର ଅଧିକାଂଶ ବ୍ୟାଙ୍କ ସେମାନଙ୍କର ସ୍ଥାୟୀ ଜମା ବା ଏଫଡି ଯୋଜନା ଉପରେ ସୁଧ ବୃଦ୍ଧି କରିଛନ୍ତି। ଏଭଳି ପରିସ୍ଥିତିରେ ପବ୍ଲିକ୍‌ ପ୍ରୋଭିଡେଣ୍ଡ୍‌ ଫଣ୍ଡ୍‌(ପିପିଏଫ୍),ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଡାକଘର କ୍ଷୁଦ୍ର ସଞ୍ଚୟ ଯୋଜନାରେ ଉପଲବ୍ଧ ସୁଧ ହାରରେ ବୃଦ୍ଧି ପାଇପାରେ। ଡାକ ଘର ସ୍ବଳ୍ପ ସଞ୍ଚୟ ଯୋଜନା ଉପରେ ଜୁନ୍ ୩୦ରେ ନୂତନ ସୁଧ ହାର ଘୋଷଣା କରାଯାଇପାରେ।

ଏ ସମ୍ପର୍କରେ ବ୍ୟକ୍ତିଗତ ଫାଇନାନ୍ସ ଏକ୍ସପର୍ଟ ଏବଂ ଅପ୍ଟିମା ମନି ମ୍ୟାନେଜର୍ସର ପ୍ରତିଷ୍ଠାତା ତଥା ସିଇଓ ପଙ୍କଜ ମଠପାଲ୍‌ କହିଛନ୍ତି ଯେ, ସ୍ବଳ୍ପ ସଞ୍ଚୟ ସ୍କିମର ସୁଧ ହାର ସରକାରୀ ବଣ୍ଡରୁ ମିଳୁଥିବା ଆୟ ସହ ସଂଯୁକ୍ତ ହୋଇଥାଏ। ଏହି ଯୋଜନାଗୁଡିକର ସୁଧ ହାର ସମାନ ପରିପକ୍ବତାର ସରକାରୀ ବଣ୍ଡରୁ ମିଳିଥିବା ଲାଭ ଅପେକ୍ଷା ୦.୨୫-୧.୦୦% ସୁଧହାର ଅଧିକ। ବର୍ତ୍ତମାନ ସରକାରୀ ବଣ୍ଡ ଉପରେ ସୁଧ ହାର ୭.୫% ପାଖାପାଖି ରହିଛି। ଏଭଳି ପରିସ୍ଥିତିରେ ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାର ୦.୪୦-୦.୫୦% ଯାଏ ବୃଦ୍ଧି ହୋଇପାରେ। ଏଠାରେ ସୂଚନାଯୋଗ୍ୟ ଯେ, ସ୍ବଳ୍ପ ସଞ୍ଚୟ ଯୋଜନାଗୁଡିକର ସୁଧହାର ପ୍ରତ୍ୟେକ ତ୍ରୈମାସରେ ସମୀକ୍ଷା କରାଯାଇଥାଏ।

ଏହି ଯୋଜନାଗୁଡିକର ସୁଧ ହାର ସ୍ଥିର କରିବାର ସୂତ୍ର ୨୦୧୬ ଶ୍ୟାମଳା ଗୋପୀନାଥ କମିଟି ଦ୍ୱାରା ଧାର୍ଯ୍ୟ କରାଯାଇଥିଲା। କମିଟି ଦେଇଥିବା ପରାମର୍ଶ ଅନୁଯାୟୀ, ଏହି ଯୋଜନାଗୁଡିକର ସୁଧ ହାର ପରିପକ୍ବତା ଲାଭ କରିଥିବା ସରକାରୀ ବଣ୍ଡରୁ ମିଳୁଥିବା ଲାଭ ଅପେକ୍ଷା ୦.୨୫-୧.୦୦% ଅଧିକ ହେବା ଉଚିତ। ବର୍ତ୍ତମାନ ସ୍ବଳ୍ପ ସଞ୍ଚୟ ଯୋଜନାଗୁଡିକ ମଧ୍ୟରେ ସୁକନ୍ୟା ସମୃଦ୍ଧି ଯୋଜନାରେ ୭.୬% ର ସର୍ବାଧିକ ସୁଧ ମିଳୁଛି। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ)ରେ ୭.୧%, ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି) ଉପରେ ୬.୮% ଏବଂ କିଷାନ ବିକାଶ ପତ୍ର (କେଭିପି)ପାଇଁ ୬.୯% ସୁଧ ହାର ଦିଆଯାଉଛି।

ଏଥିସହିତ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ୭.୪%ର ସୁଧ ଉପଲବ୍ଧ ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୦ ଏପ୍ରିଲ ପହିଲାଠାରୁ ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସେତେବେଳେ ସରକାର ସ୍ବଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହ୍ରାସ କରିଥିଲେ। ଫଳରେ ସୁଧ ହାରରେ ୧.୪୦% ପର୍ଯ୍ୟନ୍ତ କଟାଯାଇଥିଲା। ୨ବର୍ଷରୁ ଅଧିକ ସମୟ ଧରି ଏହି ସବୁ ଯୋଜନାର ସୁଧହାର ସ୍ଥିର ରହିଥିଲା।

ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ଣ୍ଣରଙ୍କ ସଙ୍କେତ; ପୁଣି ବଢ଼ିବ ସୁଧ ହାର
ନୂଆଦିଲ୍ଲୀ: ଆଉ କିଛି ଦିନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ପୁଣି ସୁଧ ହାରରେ ବୃଦ୍ଧି କରିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଆସନ୍ତା ଜୁନ ମାସ ୬ ରୁ ୮ ତାରିଖ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଏହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିନେଇ ନିଷ୍ପତ୍ତି ନେବେ ବୋଲି ସେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। ତେବେ କେଉଁ ହାରରେ ସୁଧ ବୃଦ୍ଧି କରାଯିବ ସେନେଇ ସେ ସ୍ପଷ୍ଟ କରିନାହାନ୍ତି।

ଦେଶର ବଦ୍ଧିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଏବେ ଜରୁରୀ ହୋଇପଡ଼ିଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କ ସମେତ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଚଳିତ ମାସ ପ୍ରଥମ ଭାଗରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧ ହାରରେ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇସାରିଛି। ଯାହାକି ଗତ ୪ ବର୍ଷ ମଧ୍ୟରେ ଥିଲା ପ୍ରଥମ ସୁଧ ବୃଦ୍ଧି। ତେବେ ସାଂପ୍ରତିକ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ପୁଣି ଥରେ ସୁଧ ବୃଦ୍ଧି କରିବା ଅପରିହାର୍ଯ୍ୟ ବୋଲି ଶକ୍ତିକାନ୍ତ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ଆର୍ଥିକ ବର୍ଷ(୨୦୨୨-୨୩)ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମେ ୪.୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେହିପରି ଜିଡିପି ହାସଲ ଲକ୍ଷ୍ୟ ମଧ୍ୟ ଏହି ବର୍ଷରେ ୭.୮ ପ୍ରତିଶତ ରହିଥିଲା। କିନ୍ତୁ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବ ସ୍ତରରେ ପରିବର୍ତ୍ତିିତ ରାଜନୀତି ଓ ଅର୍ଥନୀତି ଏହି ଆକଳନରେ ସଂଶୋଧନ କରିବାକୁ ବାଧ୍ୟ କରିଥିଲା। ଗତ ଏପ୍ରିଲରେ ମୁଦ୍ରାସ୍ଫୀତି ଲକ୍ଷ୍ୟ ୫.୭ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ବେଳେ ଜିଡିପି ମଧ୍ୟ ୭.୨ ପ୍ରତିଶତକୁ ହ୍ରାସ କରାଯାଇଥିଲା। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ରିଜର୍ଭ ବ୍ୟାଙ୍କ ଗତ ୨ ରୁ ୩ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମନ୍ବୟ ରକ୍ଷା କରି ପଦକ୍ଷେପ ନେବା ଆରମ୍ଭ କରିଥିଲା ବେଳେ କେନ୍ଦ୍ର ସରକାର ମଧ୍ୟ ଗହମ ରପ୍ତାନି ଉପରେ ଅଙ୍କୁଶ ଲଗାଇଛନ୍ତି। ସେହିପରି ପେଟ୍ରୋଲ ଏବଂ ଡିଜେଲ ଉପରେ ହ୍ରାସ କରି କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ତେବେ ଖୁଚୁରା ମୁଦ୍ରାସ୍ଫୀତି ଗତ ୪ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ବଢି ଚାଲିଛି। ଏହାକୁ ୨ ରୁ ୬ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଗତ ମାସରେ ଏହା ୬.୯୫ ପ୍ରତିଶତରେ ପହଞ୍ଚିବା ସହିତ ବର୍ତ୍ତମାନ ୭.୭୯ ପ୍ରତିଶତ ଛୁଇଁଛି। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସୁଧ ହାରରେ ପୁଣି ବୃଦ୍ଧି ଆଣିବା ଏକପ୍ରକାର ନିଶ୍ଚିତ ବୋଲି ଶକ୍ତିକାନ୍ତ କହିଛନ୍ତି।

କରୋନା ମହାମାରୀ ପରବର୍ତ୍ତୀ ବିଶ୍ବ ଅର୍ଥନୀତି ଅଣ୍ଟା ସଳଖୁଥିବା ବେଳେ ୟୁକ୍ରେନ ଯୁଦ୍ଧ ଏହାକୁ ଆହୁରି ଜଟିଳ କରିଦେଇଛି। ଯାହାକୁ ନେଇ ଏବେ ପ୍ରାୟତଃ ସବୁ ରାଷ୍ଟ୍ରରେ ସୁଧ ହାର ନକାରାତ୍ମକ ସ୍ଥିତିରେ ପହଞ୍ଚିଛି। ସେହପିରି ଜାପାନ ଭଳି କିଛି ରାଷ୍ଟ୍ରଙ୍କୁ ବାଦ୍‌ ଦେଲେ ଆଉ ପ୍ରାୟ ସବୁ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ୭ ପ୍ରତିଶତ ଉପରେ ରହିଛି। ତେଣୁ ଆମକୁ ମଧ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ନେଇ ଆନୁଷଙ୍ଗିକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଶକ୍ତିକାନ୍ତ କହିଛନ୍ତି।

ପୁଣି ସୁଧ ବୃଦ୍ଧି କରିପାରେ ରିଜର୍ଭ ବ୍ୟାଙ୍କ
ଦେଶର ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନେଇ ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିପାରନ୍ତି ବୋଲି  ଏସବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି। ଜୁନ ଏବଂ ଅଗଷ୍ଟ ମାସରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବେଳେ ଏହା କରାଯିବାର ଯଥେଷ୍ଟ ସମ୍ଭାବନ ରହିଛି ବୋଲି କୁହାଯାଇଛି। ଜୁନରେ ଅତିକମ୍‌ରେ ୭୫ ବେସିସ ପଏଣ୍ଟ ବୃଦ୍ଧି କରାଯିବ। ଏହାଦ୍ବାରା ରେପୋ ହାର ୫.୧୫ ରୁ ୫.୨୫ ପ୍ରତିଶତ ରହିବ ବୋଲି ଏସବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି।