SSB - The Sakala
ଭାରତ-ନେପାଳ ସୀମାରେ ଆମେରିକୀୟ ନାଗରିକ ଗିରଫ: ଉଦ୍ଦେଶ୍ୟକୁ ନେଇ ବଢ଼ୁଛି ରହସ୍ୟ
ଉତ୍ତରପ୍ରଦେଶର ମହାରାଜଗଞ୍ଜ ନିକଟସ୍ଥ ଭାରତ-ନେପାଳ ସୀମାରୁ ଜଣେ ଆମେରିକୀୟ ନାଗରିକଙ୍କୁ ଗିରଫ କରାଯାଇଛି। ବିନା କୌଣସି ବୈଧ କାଗଜପତ୍ର କିମ୍ବା ପାସପୋର୍ଟରେ ନେପାଳ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସଶସ୍ତ୍ର ସୀମା ବଳ (ଏସଏସବି) ତାଙ୍କୁ କାବୁ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ନିଜକୁ ଆମେରିକାର କାଲିଫର୍ଣ୍ଣିଆର ବାସିନ୍ଦା ଜୋର୍ଡାନ ବ୍ରାଉନ୍ (୩୬ ବର୍ଷ) ଏବଂ ଜଣେ ପୂର୍ବତନ ଆମେରିକୀୟ ନୌସେନା ଓ ସ୍ୱତନ୍ତ୍ର ବାହିନୀ (Special Forces) ର କମାଣ୍ଡୋ ବୋଲି ଦାବି କରିଛନ୍ତି। ତେବେ ତାଙ୍କର ଭାରତ ଆସିବାର ପ୍ରକୃତ ଉଦ୍ଦେଶ୍ୟ ଏବେ ମଧ୍ୟ ଏକ ରହସ୍ୟ ହୋଇ ରହିଛି।
ସୂଚନା ଅନୁଯାୟୀ, ଗତ ଜୁଲାଇ ୧୧ ତାରିଖ ଦିନ ସୋନୌଲି ସୀମା ନିକଟରେ ଏସଏସବି ଯବାନମାନେ ନିୟମିତ ଯାଞ୍ଚ କରୁଥିବା ସମୟରେ ତାଙ୍କୁ ଅଟକାଇଥିଲେ। କିନ୍ତୁ ପଚରାଉଚରା ବେଳେ ସେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ। ତଲାସୀ ସମୟରେ ତାଙ୍କ ନିକଟରୁ କୌଣସି ପାସପୋର୍ଟ କିମ୍ବା ଭିସା ମିଳିନଥିଲା, ବରଂ ତାଙ୍କ ପାଖରୁ ୩୧,୪୬୦ ଟଙ୍କା ନଗଦ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ସମୁଦ୍ର ପଥ ଦେଇ ଭାରତରେ ପ୍ରବେଶ
ପଚରାଉଚରା ବେଳେ ବ୍ରାଉନ୍ ପୋଲିସକୁ ଏକ ଆଶ୍ଚର୍ଯ୍ୟଜନକ କାହାଣୀ ଶୁଣାଇଛନ୍ତି। ସେ ଦାବି କରିଛନ୍ତି ଯେ ସେ ପ୍ରଥମେ ଏକ ଟୁରିଷ୍ଟ ଭିସାରେ ଥାଇଲ୍ୟାଣ୍ଡ ଯାଇଥିଲେ, ଯେଉଁଠାରେ ତାଙ୍କର ପାସପୋର୍ଟ ହଜି ଯାଇଥିଲା। ଏହା ପରେ ସେ ସମୁଦ୍ର ପଥ ଦେଇ ଶ୍ରୀଲଙ୍କାରେ ପହଞ୍ଚିଥିଲେ ଏବଂ ପରେ ନଭେମ୍ବର ୨, ୨୦୨୫ ରେ ସମୁଦ୍ର ପଥ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ଭାରତରେ ପହଞ୍ଚିବା ପରେ ସେ ପ୍ରାୟ ସାତ ମାସ ଧରି ଗୋଆରେ ରହୁଥିଲେ। ନିକଟରେ ସେ ବେଙ୍ଗାଲୁରୁରୁ ଉତ୍ତରପ୍ରଦେଶର ସୋନୌଲି ସୀମାରେ ପହଞ୍ଚି ନେପାଳ ଯିବାକୁ ଉଦ୍ୟମ କରୁଥିଲେ।
ଗୁଇନ୍ଦା ସଂସ୍ଥା ଦ୍ୱାରା ତଦନ୍ତ ଜାରି
ବିନା କାଗଜପତ୍ରରେ ଭାରତରେ ଅନୁପ୍ରବେଶ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ଆକ୍ଟର ଧାରା ୨୧ ଏବଂ ୨୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି ଏବଂ ଏହି ଘଟଣା ସମ୍ପର୍କରେ ଆମେରିକୀୟ ଦୂତାବାସକୁ ମଧ୍ୟ ଅବଗତ କରାଯାଇଛି। ବର୍ତ୍ତମାନ ଏକାଧିକ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ପୋଲିସ ତାଙ୍କର ଏହି ଦାବିର ସତ୍ୟତା, ଗୋଆରୁ ୟୁପି ପର୍ଯ୍ୟନ୍ତର ଯାତ୍ରା ଏବଂ ଭାରତ ଭ୍ରମଣର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ ଚଳାଇଛନ୍ତି ।
ଭାରତ-ନେପାଳ ସୀମାରେ ବିନା କାଗଜପତ୍ରରେ ଧରାପଡ଼ିଲେ ଆମେରିକୀୟ ନାଗରିକ
ନୂଆଦିଲ୍ଲୀ: ବିନା ବୈଧ ଯାତ୍ରା କାଗଜପତ୍ରରେ ଭାରତ-ନେପାଳ ସୀମା ପାର ହେବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଆମେରିକୀୟ ନାଗରିକଙ୍କୁ ସଶସ୍ତ୍ର ସୀମା ବଳ (SSB) ଅଟକ ରଖିଛି। ତାଙ୍କ ନାମ ଜୋର୍ଡାନ୍ ବ୍ରାଉନ୍ ଏବଂ ସେ ଆମେରିକାର କାଲିଫର୍ଣ୍ଣିଆର ବାସିନ୍ଦା ବୋଲି ଜଣାପଡିଛି। ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲା ଅନ୍ତର୍ଗତ ସୋନୌଲି ସୀମା ନିକଟରେ ଏହି ଘଟଣା ଘଟିଥିବା ବେଳେ ଏକାଧିକ କେନ୍ଦ୍ରୀୟ ଗୁଇନ୍ଦା ଏବଂ ସୁରକ୍ଷା ସଂସ୍ଥା ତାଙ୍କର ପରିଚୟ, ଯାତ୍ରା ଇତିହାସ ଏବଂ କାର୍ଯ୍ୟକଳାପର ଯାଞ୍ଚ କରୁଛନ୍ତି।
ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ୩୬ ବର୍ଷୀୟ ବ୍ରାଉନ୍ ନିଜକୁ ଆମେରିକାର କାଲିଫର୍ଣ୍ଣିଆର ନାଗରିକ ବୋଲି ଦାବି କରିଛନ୍ତି। ଜେରା ବେଳେ ସେ ତଦନ୍ତକାରୀଙ୍କୁ କହିଥିଲେ ଯେ, ସେ ପ୍ରଥମେ ଟୁରିଷ୍ଟ ଭିସାରେ ଥାଇଲ୍ୟାଣ୍ଡ ଯାଇଥିଲେ, ଯେଉଁଠାରେ ତାଙ୍କର ପାସପୋର୍ଟ ହଜିଯାଇଥିଲା। ଏହା ପରେ ସେ ସମୁଦ୍ର ପଥ ଦେଇ ଶ୍ରୀଲଙ୍କା ପହଞ୍ଚିଥିଲେ ଏବଂ ନଭେମ୍ବର ୨୦୨୫ରେ ସମୁଦ୍ର ପଥ ଦେଇ ଭାରତରେ ପ୍ରବେଶ କରିଥିଲେ। ତେବେ ତାଙ୍କର ଏହି ସମସ୍ତ ଦାବିକୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ଯାଞ୍ଚ କରାଯାଉଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ତଦନ୍ତକାରୀମାନେ ବ୍ରାଉନଙ୍କ ପରିଚୟ, ପୂର୍ବ ଅନ୍ତର୍ଜାତୀୟ ଯାତ୍ରା ଏବଂ ଭାରତରେ ତାଙ୍କର ପ୍ରବେଶର ପରିସ୍ଥିତିକୁ ନେଇ ଅନୁସନ୍ଧାନ କରୁଛନ୍ତି।
ସୋନୌଲି ଥାନା ଅଧୀନରେ ଥିବା ମୈନିହ୍ୱା ଅଞ୍ଚଳରେ, ସୀମା ସ୍ତମ୍ଭ ନମ୍ବର ୫୧୬ ନିକଟରେ ଏସଏସବିର ନିୟମିତ ପାଟ୍ରୋଲିଂ ସମୟରେ ବ୍ରାଉନ୍‌ଙ୍କୁ ଅଟକ ରଖାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ସେ ବେଙ୍ଗାଲୁରୁରୁ ସୋନୌଲି ସୀମାକୁ ଯାତ୍ରା କରିଥିଲେ ଏବଂ ବିନା ଅନୁମତିରେ ନେପାଳରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ପୋଲିସର ସୂଚନା ଅନୁଯାୟୀ, ସୁରକ୍ଷା କର୍ମୀମାନେ ଯାଞ୍ଚ ପାଇଁ ତାଙ୍କୁ ଅଟକାଇବାରୁ ସେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ତାଙ୍କୁ କାବୁ କରାଯାଇଥିଲା।
ମହାରାଜଗଞ୍ଜର ଅତିରିକ୍ତ ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ ସ୍ପଷ୍ଟ କରିଛନ୍ତି ଯେ, ଅଟକ ସମୟରେ ବ୍ରାଉନ୍‌ଙ୍କ ନିକଟରେ କୌଣସି ବୈଧ ଯାତ୍ରା କାଗଜପତ୍ର ନଥିଲା। ବିନା ବୈଧ କାଗଜପତ୍ରରେ ଭାରତରେ ପ୍ରବେଶ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସୋନୌଲି ପୋଲିସ ଷ୍ଟେସନରେ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ଆକ୍ଟର ଧାରା ୨୧ ଏବଂ ୨୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦେହଜନକ କିମ୍ବା ଦେଶବିରୋଧୀ କାର୍ଯ୍ୟକଳାପ ସହ ତାଙ୍କର ସମ୍ପୃକ୍ତି ଥିବାର ପ୍ରମାଣ ମିଳିନାହିଁ, କିନ୍ତୁ ତଦନ୍ତ ଜାରି ରହିଛି। ପୋଲିସର ସୂଚନା ଅନୁଯାୟୀ, ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା କର୍ମୀମାନେ ତାଙ୍କ ନିକଟରୁ ୩୧,୪୬୦ ଟଙ୍କା ନଗଦ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛନ୍ତି।
ଅନ୍ୟ କେତେକ ରିପୋର୍ଟ ଅନୁଯାୟୀ, ଏକ ଚାଇନିଜ୍ ପାସପୋର୍ଟ, ନେପାଳୀ ମୁଦ୍ରା, ଧାର୍ମିକ ପୁସ୍ତକ, ଏକ ଏଆଇ ଅନୁବାଦ ଉପକରଣ, ଏକ ଡାଏରୀ ଏବଂ ହାତଘଣ୍ଟା ଭଳି ବ୍ୟକ୍ତିଗତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। କର୍ତ୍ତୃପକ୍ଷ ଏହି ଜବତ ସାମଗ୍ରୀଗୁଡ଼ିକର ଅନୁସନ୍ଧାନ କରୁଛନ୍ତି। ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ବ୍ରାଉନ୍‌ଙ୍କ ବୟାନ ଏବଂ ତାଙ୍କ ପୃଷ୍ଠଭୂମି ଯାଞ୍ଚ କରିବା ଜାରି ରଖିଛନ୍ତି। ଚାଲିଥିବା ତଦନ୍ତର ଫଳାଫଳ ଉପରେ ଭିତ୍ତି କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଉଚ୍ଚଶିକ୍ଷା ବିଭାଗ SSB ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୫ରୁ ୧୬ ପର୍ଯ୍ୟନ୍ତ ହେବ ପରୀକ୍ଷା
ଭୁବନେଶ୍ୱର: ଆସନ୍ତା ମେ' ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ପ୍ରବେଶିକା ପରୀକ୍ଷା। ମେ' ୫ ମେ' ତାରିଖଠାରୁ ମେ'୧୬ ତାରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସଏସବି) ପକ୍ଷରୁ CPET ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି।
ସମୁଦାୟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟରେ ଅନ୍ତର୍ଭୁକ୍ତ ଥିବା ସ୍ନାତକୋତ୍ତର ବିଷୟ ପାଇଁ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୧୦.୦୦ ଘଟିକାରୁ ୧୧.୪୦ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଦେବେ। ସେହିପରି ଦ୍ଵିତୀୟ ସିଫ୍ଟରେ ଅନ୍ତର୍ଭୁକ୍ତ ଥିବା ସ୍ନାତକୋତ୍ତର ବିଷୟ ପାଇଁ ଛାତ୍ରଛାତ୍ରୀମାନେ ଅପରାହ୍ନ ୩.୦୦ ଘଟିକାରୁ ୪.୪୦ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଦେବେ। ପ୍ରଥମ ଦିନରେ (ମେ' ୫ ତାରିଖ ଦିନ) ବାଣିଜ୍ୟ, ବାୟୋଟେକ୍ନୋଲୋଜି, ସୋସିଓଲୋଜି, ପରିବେଶ ବିଜ୍ଞାନ, ଏଜୁକେସନ, ଆନଥ୍ରୋପୋଲୋଜି (କଳା) ଆଦି ବିଷୟ ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ।
ଏପ୍ରିଲ ୩୦ ତାରିଖରୁ ଛାତ୍ରଛାତ୍ରୀମାନେ ଏସଏସବି ୱେବ୍ସାଇଟ (https://ssbodisha.ac.in/)କୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ନିଜର ଆଡ଼ମିଟ କାର୍ଡ଼ ଡ଼ାଉନଲୋଡ଼ କରିପାରିବେ। CPET ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ୱର: ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ନମ୍ବର ନେଇ ଆରମ୍ଭ ହୋଇଥିବା ବିବାଦ ସରିବାର ନା ନେଉନି। ଗୋଟିଏ ପରେ ଗୋଟିଏ ଅଭିଯୋଗ ପରୀକ୍ଷା ପରିଚାଳନା କରିଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ଏବଂ ଉଚ୍ଚଶିକ୍ଷା ବିଭାଗର ମୁଣ୍ଡବ୍ୟଥାର କାରଣ ହୋଇଛି। ନମ୍ବର ବଢ଼ାଇବାକୁ ଶତାଧିକ ଛାତ୍ରଛାତ୍ରୀ ଆବେଦନ କରିବା ପରେ ‘ପ୍ରୋଭିଜିନାଲ୍‌ ଆନସାର୍‌-କି’ ପ୍ରକାଶ କରିବାକୁ ବିଜ୍ଞପ୍ତି ଜାରି କରିଛି। ଉତ୍ତରକୁ ନେଇ ଦ୍ୱନ୍ଦ୍ୱ ଥିଲେ ପରୀକ୍ଷାର୍ଥୀଙ୍କୁ ଅଭିଯୋଗ କରିବା ପାଇଁ ସୁଯୋଗ ଦିଆଯାଇଛି। ହେଲେ ପ୍ରତିଟି ଉତ୍ତର ପାଇଁ ୨ଶହ ଟଙ୍କା ଲେଖାଏଁ ଅଣଫେରସ୍ତ ଫି’ ଧାର୍ଯ୍ୟକୁ ନେଇ ପରୀକ୍ଷାର୍ଥୀମାନେ ତୀବ୍ର ପ୍ରତିକିୟା ପ୍ରକାଶ କରିଛନ୍ତି। ଏସ୍‌ଏସ୍‌ବିର ଭୁଲ୍‌ ପାଇଁ ପରୀକ୍ଷାର୍ଥୀମାନେ କାହିଁକି ତଣ୍ଡ ଗଣିବେ ବୋଲି ପ୍ରଶ୍ନ କରିଛନ୍ତି।
ଆଜି ଅର୍ଥାତ୍‌ ସୋମବାର ଦିନ ୧୧ଟା ରେ ବିଏଡ୍‌ ପରୀକ୍ଷାର ଆନ୍‌ସାର୍‌ କି’ ପ୍ରକାଶ ପାଇବ। ତହିଁରେ ଦର୍ଶାଯାଇଥିବା ଉତ୍ତରକୁ ୮ରୁ ୧୦ ତାରିଖ ମଧ୍ୟରେ ପରୀକ୍ଷାର୍ଥୀମାନେ ଚ୍ୟାଲେଞ୍ଜ କରିପାରିବେ। ଗୋଟିଏ ପ୍ରଶ୍ନର ଉତ୍ତରକୁ ଚ୍ୟାଲେଞ୍ଜ କରିବା ପାଇଁ ୨ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ଓ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ), ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି), ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରି ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପ୍ରୋଭିଜିନାଲ୍‌ ଆନ୍‌ସାର୍‌ କି’ ପ୍ରକାଶ ପରେ କୌଣସି ଦ୍ୱନ୍ଦ୍ୱ ଥିଲେ ପରୀକ୍ଷାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଥାନ୍ତି। ଏଥିପାଇଁ ଫି’ ନିର୍ଦ୍ଧାରଣ କରିବା ସହ ଅଭିଯୋଗ ସତ୍ୟ ହେଲେ ସେହି ଫି’ ତାଙ୍କୁ ଫେରସ୍ତ କରାଯାଏ। ସତ୍ୟତା ନ ଥାଇ ଅଭିଯୋଗ କଲେ ଫି’ ଫେରସ୍ତ ହୋଇନଥାଏ। ଫଳରେ ଅଭିଯୋଗ ସଂଖ୍ୟା କମାଇବାକୁ ଲକ୍ଷ୍ୟ ଥାଏ। ହେଲେ ଅଭିଯୋଗରେ ସତ୍ୟତା ଥିଲେ ଏସ୍‌ଏସ୍‌ବି କାହିଁକି ଫି’ ଫେରସ୍ତ କରିବ ନାହିଁ? ଅପରପକ୍ଷରେ ଅନେକ ପିଲା ୨୦ରୁ ୩୧.୨୫ ମାର୍କ ଯାଏଁ ବଢ଼ିବ ବୋଲି ଦାବି କରିଛନ୍ତି। ସର୍ବାଧିକ ୩୧.୨୫ ମାର୍କ ମଧ୍ୟ ବଢ଼ିଛି। ତାହେଲେ ପ୍ରତି ପ୍ରଶ୍ନ ପିଛା ୨ଶହ ଟଙ୍କା ହିସାବରେ ୬,୨୫୦ ଟଙ୍କା ଫି’ ଦାଖଲ କରିବାକୁ ହେବ। ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ନୁହେଁ। ଏସ୍‌ଏସ୍‌ବି ପକ୍ଷରୁ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ପିଲାଙ୍କ ମାର୍କ କମିଛି। ସେହି ତ୍ରୁଟିକୁ ସଜାଡ଼ିବାକୁ ପରୀକ୍ଷାର୍ଥୀମାନେ କାହିଁକି ଆର୍ଥିକ ଦଣ୍ଡ ପାଇବେ?
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତିକୁ ଗତ ୩ତାରିଖରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରାଯାଇଥିବାବେଳେ ପରୀକ୍ଷାର୍ଥୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆବେଦନ କଲାବେଳେ ୫ଶହ ଏବଂ ଗୋଟିଏ ଚ୍ୟାଲେଞ୍ଜ ପାଇଁ ୨ଶହ ଟଙ୍କା ଆଦାୟ କରିବା ଏସ୍‌ଏସ୍‌ବିର ବ୍ୟବସାୟିକ ମନୋଭାବ ଜଣାପଡ଼ୁଥିବା ଜଣେ ୟୁଜର୍‌ ଲେଖିଛନ୍ତି। ସେହିପରି ଗୌରିମଣୀ ଦାସ୍‌ ନାମକ ଜଣେ ପରୀକ୍ଷାର୍ଥୀ ତାଙ୍କ ପାଖରେ ଟଙ୍କା ନାହିଁ, ତାଙ୍କୁ ନ୍ୟାୟ ଦେବାକୁ ଅପିଲ୍‌ କରିଛନ୍ତି। ରଶ୍ମିରଞ୍ଜନ ଦାସ୍‌ ନାମକ ଜଣେ ୟୁଜର୍‌ ଲେଖିଛନ୍ତି ଯେ ପ୍ରଥମେ ଭୁଲ୍‌ ଉତ୍ତର ଦେବେ, ତା ପରେ ପ୍ରତିଟି ଚ୍ୟାଲେଞ୍ଜ ପାଇଁ ୨ଶହ ଲେଖାଏଁ ଆଦାୟ କରିବେ। ଗରିବ ମେଧାବୀଙ୍କ କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନେକ ୟୁଜର୍‌ ଏହି ନିଷ୍ପତ୍ତିକୁ ପାଗଳାମି କହି ଉଭୟ ଏସ୍‌ଏସ୍‌ବି ଓ ବିଭାଗ ଉପରେ ବର୍ଷିଛନ୍ତି। ଏଣୁ ଏହି ନିଷ୍ପତ୍ତିର ପୁନଃ ବିଚାର କରିବା ସହ ଅଭିଯୋଗ ସତ୍ୟ ହେଲେ ଫି’ ଫେରସ୍ତ କରିବାକୁ ଦାବି କରିଛନ୍ତି। ବିଏଡ୍‌ ପରୀକ୍ଷା ପରିଚାଳନାରେ ଅନିୟମିତତା ନେଇ ସନ୍ଦେହ ଥିବାରୁ ଆନ୍‌ସାର୍‌ କି’ ପ୍ରକାଶ ପାଇବା ପରେ ବହୁ ପରୀକ୍ଷାର୍ଥୀ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।
ବିଇଡି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ଏସ୍‍ଏସ୍‍ବି
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳରେ ବିଇଡି, ଏମଇଡି ଓ ବିଏଚଇଡି ଆଦି ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଏସଏସବି(ରାଜ୍ୟ ଚୟନ ବୋର୍ଡ଼) ଦ୍ୱାରା ପରିଚାଳିତ ହେବ। ଓଏମଆର ସିଟ୍‍ ଆଧାରିତ ପରୀକ୍ଷା ହେବାକୁ ଥିବାବେଳେ ୨୦୨୨-୨୪ ବର୍ଷରେ ନାମଲେଖା ପାଇଁ ପ୍ରବେଶିକା ହେବ। ପ୍ରବେଶିକା ପରୀକ୍ଷା ପାଇଁ କେନ୍ଦ୍ର ୩୦ଟି ଜିଲ୍ଲାରେ ଚିହ୍ନଟ କରାଯିବ। ପ୍ରବେଶିକା ପରୀକ୍ଷା ଜୁଲାଇ ୩୧ ତାରିଖ କିମ୍ବା ଜୁଲାଇ ମାସ ଶେଷ ସପ୍ତାହରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏସଏସବିକୁ ପରାମର୍ଶ ଦେଇଥିବା ବେଳେ ପ୍ରବେଶିକା ପାଇଁ ଆବେଦନ ଜୁନ୍‍ ୧ରୁ ୨୭ ଯାଏଁ ରଖିବାକୁ ବିଭାଗ ପରାମର୍ଶ ଦେଇଛି।
ପ୍ରବେଶିକା ପାଇଁ ଆବେଦନ ଓ ଏ ସମ୍ପର୍କିତ ସମସ୍ତ ତଥ୍ୟ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ସାମ୍ସ ମାଧ୍ୟମରେ ସମସ୍ତ ତଥ୍ୟ ପାଇ ପାରିବେ। ତେବେ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଖର୍ଚ୍ଚ ଉଚ୍ଚଶିକ୍ଷା ବିଭାଗ ବହନ କରିବ ବୋଲି ବିଭାଗ ଚିଠିରେ ଦର୍ଶାଇଛି। ଏନେଇ ବିଭାଗର ଅତିରିକ୍ତ ସଚିବ ଏସଏସବିର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଅପରପକ୍ଷେ ରାଜ୍ୟର ସମସ୍ତ ସରକାରୀ ବିଇଡି କଲେଜ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକର ସମ୍ପୂର୍ଣ୍ଣ ସିଟ୍‍ରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଗୁରୁତ୍ୱ ଦେଇଛି। ଏଥିପାଇଁ ଶିକ୍ଷକ ନିଯୁକ୍ତି ଉପରେ ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ମେ ୩୧ ସୁଦ୍ଧା ଏନସିଟିଇ ମାନ୍ୟତା ଲାଗି ଆବେଦନ କରିବାକୁ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।