Hollywood Movies - The Sakala

ଆସିଲା ‘ଅବତାର-୨’ର ଧମାକାଦାର ଟ୍ରେଲର୍‌
ଦୀର୍ଘ ଦିନର ଅପେକ୍ଷା ପରେ ହଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ଜେମସ୍‌ କ୍ୟାମରୁନ୍‌ଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଅବତାର:ଦ ୱେ ଅଫ୍‌ ୱାଟର୍‌’ର ଟ୍ରେଲର୍ ରିଲିଜ୍‌ ହୋଇଛି। ଏହି ଫିଲ୍ମ ଚଳିତବର୍ଷ ଡିସେମ୍ବର ୧୬ରେ ରିଲିଜ୍‌ ହେବ । ଏକ ଦଶନ୍ଧି ପୂର୍ବରୁ ରିଲିଜ୍‌ ହୋଇଥିବା ‘ଅବତାର’ର ଏହା ସିକ୍ବେଲ୍‌ ହେବ। ‘ଅବତାର-୨’ର ଟିଜର୍‌ ଏତେ ଭଲ ହୋଇଛି ଯେ, ଏହାର ପ୍ରତ୍ୟେକ ଭିଜୁଆଲ ଉପରେ ଦର୍ଶକଙ୍କ ନଜର ରହିଯିବ। ପୁଣି ଥରେ ଦର୍ଶକେ ପାଣ୍ଡୋରା ଗ୍ରହକୁ ପରଦା ଉପରେ ଦେଖିପାରିବେ। ଟିଜର୍‌ରେ ଦେଖାଯାଇଛି ଯେ, ଅନ୍ୟ ଏକ ଗ୍ରହରେ ରହୁଥିବା ନୀଳରଙ୍ଗର ମଣିଷ ଗଛ ଲତା, ପାହାଡ଼ ପର୍ବତ ମଧ୍ୟରେ  ଶାନ୍ତିରେ ରହିବାକୁ ପସନ୍ଦ କରୁଛନ୍ତି। ଅନେକ ସମୟରେ ସେମାନେ ପାଣି ଭିତରେ ମଧ୍ୟ ରହୁଛନ୍ତି। କିନ୍ତୁ ଏହି ଗ୍ରହକୁ ଅନ୍ୟ ଗ୍ରହର ଲୋକେ ଆସିବାରୁ ସେମାନେ ନିଜ ପରିବାର ତଥା ଗ୍ରହକୁ ରକ୍ଷା କରିବା ପାଇଁ ହାତରେ ଅସ୍ତ୍ରଶସ୍ତ୍ର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।’

‘ଅବତାର: ଦ ୱେ ଅଫ୍‌ ୱାଟର୍’ର ଅନେକ ଦୃଶ୍ୟ ପାଣି ଭିତରେ ସୁଟ୍‌ କରାଯାଇଛି। ଜେମସ୍‌ କ୍ୟାମରୁନ୍‌ ଅନେକ ସମୟରେ  ସୁଟିଂ ବେଳର ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏହାର ଟ୍ରେଲର୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହେଉଛି। ଟ୍ରେଲର୍‌ରୁ ଫିଲ୍ମରେ ଜବରଦସ୍ତ ଭିଜୁଆଲ ଇଫେକ୍ଟସ୍‌ର ବ୍ୟବହାର କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ଟ୍ରେଲରରେ ସାମ୍‌ ୱର୍ଥିଂଟନ୍‌ ଓ ଜୋ ସଲଦାନା ନିଜ ନିଜ ଭୂମିକାରେ ନଜର ଆସିଛନ୍ତି। ପୂରା ଟ୍ରେଲରରେ ସମୁଦ୍ରର ନୀଳ ଜଳ ରାଶି ଦେଖାଯାଇଛି । ଟ୍ରେଲର୍‌ର କ୍ୟାପ୍‌ସନ୍‌ରେ ଲେଖାଯାଇଛି- ଆମେ ଯୁଆଡ଼େ ବି ଯାଉ, ଏହି ପରିବାର ହିଁ ଆମ ଦୁର୍ଗ ।  ‘ଅବତାର:ଦ ୱେ ଅଫ୍‌ ୱାଟର୍‌’ ଇଂରାଜୀ ସହ ହିନ୍ଦୀ, ମାଲାୟାଲମ୍‌, ତେଲୁଗୁ, କନ୍ନଡ଼ ଓ ତାମିଲ୍‌  ଭାଷାରେ ମୁକ୍ତିଲାଭ କରିବ।