Disaster Management Strategies Lessons - The Sakala

ଚତୁର୍ଥରୁ ଦ୍ୱାଦଶ ଛାତ୍ରଛାତ୍ରୀ ଶିଖିବେ ଦୁର୍ବିପାକ ମୁକାବିଲା କୌଶଳ, ନୂଆ ଶିକ୍ଷାବର୍ଷରୁ ବିପର୍ଯ୍ୟୟ ପରିଚାଳନା ପାଠ
ଭୁବନେଶ୍ୱର : ନୂଆ ଶିଷା ବର୍ଷରୁ ତୃଣମୂଳ ସ୍ତରରୁ ଛାତ୍ରଛାତ୍ରୀ ବିପର୍ଯ୍ୟୟ ପରିଚାଳନାର ପାଠ ପଢ଼଼ିବେ। ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ଯାଏଁ ଏସସିଇଆରଟି, ନବମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରୁଛି। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଓଡ଼ିଶା ସରକାରଙ୍କ କ୍ୟାବିନେଟ ନିଷ୍ପତି ଅନୁଯାୟୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମକୁ ପ୍ରସ୍ତୁତ କରାଯାଉଛି। ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ପାଠ୍ୟ ପୁସ୍ତକ ଲାଗି ଏସ୍‍ସିଇଆରଟିକୁ ଦାୟିତ୍ୱ ଦିଆଯାଇଥିବାବେଳେ ମାଧ୍ୟମିକସ୍ତର ପାଇଁ ବିଏସ୍‍ଇ ଓ ଉଚ୍ଚ ମାଧ୍ୟମିକ ସ୍ତର ପାଇଁ ସିଏଚଏସଇକୁ ଦାୟିତ୍ୱ ଦିଆଯାଇଛି। ଏହି କ୍ରମରେ ପିଲାଙ୍କ ପୁସ୍ତକ ପାଇଁ ପାଠ୍ୟ ସାରଣୀ ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହୋଇ ବହି ପ୍ରିଣ୍ଟିଂ ପାଇଁ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିପଣନ ନିର୍ଦ୍ଦେଶାଳୟକୁ ଏସସିଇଆରଟି ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ପାଠ୍ୟ ପୁସ୍ତକ ମୁଦ୍ରଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏସସିଇଆରଟିର ନିର୍ଦ୍ଦେଶକ ସନତ କୁମାର ମହାନ୍ତି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାଥମିକ ଶ୍ରେଣୀରେ ପିଲାଙ୍କୁ କେବଳ ବିପର୍ଯ୍ୟୟ ସମ୍ପର୍କରେ ସମ୍ୟକ ଜ୍ଞାନ ଦିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କୋର୍ସ ସ୍ଥାନ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତାହାର ପାଠ୍ୟକ୍ରମ ପ୍ରସ୍ତୁତ କରୁଥିବାବେଳେ ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ସାମିଲ ହେବ।