Allu Arjun - The Sakala
ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କୁ ଇତିମଧ୍ୟରେ ବଡ଼ ଝଟ୍‌କା ଲାଗିଛି। ସାଉଥ୍‌ର ଜଣାଶୁଣା ନିର୍ଦ୍ଦେଶକ ଏଟ୍‌ଲିଙ୍କ ଫିଲ୍ମରୁ ବାଦ୍‌ ପଡ଼ିଛନ୍ତି ସଲମାନ୍‌। ଏଥିରେ ତାଙ୍କ ବଦଳରେ ‘ପୁଷ୍ପା’ ଫେମ୍‌ ଅଲ୍ଲୁ ଅର୍ଜୁନ୍‌ ନଜର ଆସିବେ। ଏଥିରେ ଅଲ୍ଲୁଙ୍କ ବିପକ୍ଷରେ ତିନି ଜଣ ନାୟିକା ଦେଖାଯିବେ। ପୂର୍ବରୁ ଏଟ୍‌ଲି ସଲମାନ୍‌ଙ୍କୁ ନେଇ ପୁନର୍ଜନ୍ମ ଉପରେ ‘ଏ୬’ ନାମରେ ଫିଲ୍ମ ତିଆରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହାର ବଜେଟ୍‌ ରହିଥିଲା ୬୦୦ କୋଟି। ଏବେ ଏଟ୍‌ଲି ତାଙ୍କ ମନ ବଦଳାଇ ଦେଇଛନ୍ତି। ତେବେ ସଲମାନ୍‌ଙ୍କ ବିଗତ ଫିଲ୍ମଗୁଡ଼ିକରେ ପ୍ରଦର୍ଶନ ଦେଖି ଏଟ୍‌ଲି ତାଙ୍କୁ ଏଥିରୁ ବାଦ୍‌ ଦେଇଥିବା ଚର୍ଚ୍ଚା ହେଉଛି। ଏଥିରେ ସଲମାନ୍‌ଙ୍କ ସହ ରଜନୀକାନ୍ତ ନଜର ଆସିବାର ଥିଲା। ସଲମାନ୍‌ ଏଥିରୁ ବାଦ୍‌ ପଡ଼ିବାରୁ ଏବେ ଅଲ୍ଲୁଙ୍କ ସହ ଅନ୍ୟ ଜଣେ ଅଭିନେତାଙ୍କୁ ଖୋଜା ଚାଲିଛି। ଜାହ୍ନବୀ କପୁର ଏଥିରେ ଲିଡ୍‌ ଅଭିନେତ୍ରୀ ଭାବେ ନଜର ଆସିପାରନ୍ତି। ଚଳିତବର୍ଷ ଶେଷ ଆଡ଼କୁ ଏହାର ସୁଟିଂ ଆରମ୍ଭ ହୋଇପାରେ। ଏହାର ପ୍ରିପ୍ରଡକ୍ସନ୍‌ କାମ ଏବେ ଚାଲିଛି। ସନ୍‌ ପିକଚର୍ସ ଏହାର ପ୍ରଯୋଜନା ଦାୟିତ୍ବରେ ଅଛି।
ନୂଆଦିଲ୍ଲୀ : ଗତ ୪ ତାରିଖରେ ଫିଲ୍ମ ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଆଜି ଗିରଫ କରାଯାଇଥିଲା। ହାଇଦ୍ରାବାଦ ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବା ସହ ନାମପଲ୍ଲୀ କୋର୍ଟରେ ହାଜର କରିଥିଲା, ଯାହା ପରେ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। କିନ୍ତୁ ଏହାପରେ ଅଲ୍ଲୁ ଅର୍ଜୁନ ତେଲେଙ୍ଗାନା ହାଇକୋର୍ଟର ଦ୍ବାରସ୍ଥ ହୋଇ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ। ତେଲେଙ୍ଗାନା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। କିନ୍ତୁ ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କର କଣ ଭୁଲ ଥିଲା? ତାଙ୍କୁ କଣ ପାଇଁ ଗିରଫ କରାଗଲା? ତାକୁ ନେଇ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅଲୁ ଅର୍ଜୁନ ପୁଲିସ ଦ୍ବାରା ଗିରଫ ହେବା ପରେ କହିଥିଲେ ଯେ ପୁଲିସ ତାଙ୍କ ଶୋଇବା ଘରେ ପଶି ତାଙ୍କୁ ଗିରଫ କରିଛି। ଯାହକୁ ନେଇ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ହେବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ହାଥରସ୍‌ ଦଳାଚକଟା ଘଟଣାକୁ ଦର୍ଶାଇ ସମସ୍ତଙ୍କ ପାଇଁ ଆଇନ କାହିଁକି ସମାନ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। ଗତ ଜୁଲାଇ ମାସରେ ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ଅଘଟଣ ଘଟି ୧୨୧ ଲୋକଙ୍କ ଜୀବନ ଯାଇଥିଲା। ହାଥରସ ଜିଲ୍ଲାର ସିକନ୍ଦରା ରାଓ ଥାନା ପୁଲରାଇ ଗାଁରେ ଚାଲିଥିବା ଏକ ସତ୍‌ସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଥିଲେ। ସେତେବେଳେ ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା।
ସେଠାରେ ସାକାର ହରି ବାବା(ଭୋଲ୍ ବାବା)ଙ୍କର ଏକ ଦିନିଆ ସତସଙ୍ଗ ଚାଲିଥିଲା ​​। ସେଠାରେ ପିଲାମାନଙ୍କ ସହିତ ପୁରୁଷ ଏବଂ ମହିଳାମାନେ ବାବାଙ୍କ ଉପଦେଶ ଶୁଣୁଥିଲେ। ସତ୍‌ସଙ୍ଗ ଶେଷ ହେବା ପରେ ଲୋକମାନଙ୍କ ସେହି ପେଣ୍ଡାଲ ଭିତରେ ଅଟକାଇ ରଖିଦିଆଯାଇଥିଲା। କୁହାଗଲା କି ବାବା ଯିବା ପରେ ଅନ୍ୟମାନଙ୍କୁ ଯିବାକୁ ଅନୁମତି ମିଳିବ। ଯେତେବେଳେ ଭୋଲେ ବାବା ସତସଙ୍ଗ ପରେ ଚାଲିଗଲେ, ଶହ ଶହ ଭକ୍ତ ତାଙ୍କ ପାଦରୁ ଧୂଳି ସଂଗ୍ରହ କରିବାକୁ ଦଉଡିବାକୁ ଲାଗିଲେ। ତେବେ ପ୍ରବଳ ଭିଡ ସହ ବର୍ଷା ହୋଇଥିବା କାରଣରୁ ପେଣ୍ଡାଲ ଭିତରେ କିଛି ସ୍ଥାନରେ ପାଣି ମଧ୍ୟ ଜମି ରହିଥିଲା। ଯାହା ଫଳରେ ସତ୍‌ସଙ୍ଗ ଶେଷ ହେବା ବାବା ବାହାରିବା ବେଳେ ସେଠାରେ ଜମା ହୋଇଥିବା ଲୋକମାନେ ବାହାରିବା ସମୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଯେଉଁଥିରେ ୧୨୧ ଲୋକଙ୍କ ଜୀବନ ଯାଇଥିଲା। କିନ୍ତୁ ଏହି ଘଟଣାରେ ସଂପୃକ୍ତ ଭୋଲ୍ ବାବାଙ୍କ ନାମରେ ମଧ୍ୟ ଏଫଆଇଆର ପଞ୍ଜୀକୃତ ହୋଇନଥିଲା।
ସବୁଠୁ ବଡ଼ କଥା ହେଉଛି ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଆୟୋଜକ କମିଟି ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି କରି ନ ଥିବା ବେଳେ ଅତ୍ୟଧିକ ଭିଡ଼ ହେତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଯାହା ପରେ ଦଳାଚକଟାରେ ୧୨୧ ଜଣଙ୍କ ଜୀବନ ଚାଲିଯାଇଥିଲା। ଘଟଣା ଘଟିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏସଆଇଟି ଗଠନ କରାଯାଇ ଘଟଣାର ତଦନ୍ତ କରି ଏବେ ସରକାରଙ୍କୁ ରିପୋର୍ଟ ପଠାଯାଇଥିଲା। ଯେଉଁଥିରେ ୩୨୦୦ ପୃଷ୍ଟାର ରିପୋର୍ଟ ଦିଆଯାଇଥିଲା। ଏଥିରେ ସତସଙ୍ଗର ଆୟୋଜନ କରିଥିବା ବ୍ୟକ୍ତିଙ୍କ ସମେତ ୧୧ ଜଣଙ୍କୁ ଅଭିଯୁକ୍ତ କରାଯାଇଛି, କିନ୍ତୁ ଭୋଲ୍ ବାବାଙ୍କୁ ଅଭିଯୁକ୍ତ ତାଲିକାରେ ମଧ୍ୟ ରଖାଯାଇନଥିଲା।
ଅନ୍ୟପଟେ ସେହି ସମୟରେ ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ ଦୁର୍ଘଟଣା ସମୟରେ ଭୋଲେ ବାବା ଓ ତାଙ୍କ ସେବକମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ସେହି ସ୍ଥାନରୁ ପଳାୟନ କରିଥିଲେ। ଏପରିକି ଘଟଣା ପରେ ଶହ ଶହ ଲୋକ ମେଡିକାଲରେ ପଡିଥିଲେ ମଧ୍ୟ ମାନବିକତା ଦେଖାଇ ସେହି ଭୋଲେ ବାବା ମଧ୍ୟ ଲୋକଙ୍କ ପାଖକୁ ଆସିନଥିଲେ। ଗଣମାଧ୍ୟମରେ ଏନେଇ ବହୁ ବାର ଚର୍ଚ୍ଚା ହେବା ପରେ ଲୋକଲଜ୍ଜାକୁ ଡରି ଘଟଣାର ଦୁଇ ଦିନ ପରେ ଏକ ସମବେଦନା ପତ୍ର ଜାରି କରିଥିଲେ ଉକ୍ତ ବାବା।
ଏପଟେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ କ୍ଷେତ୍ରରେ ଘଟଣାଟି ହେଉଛି ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୁଲିସକୁ ଅବଗତ କରାଯାଇ ନଥିଲା ।ଥିଏଟର ମ୍ୟାନେଜମେଣ୍ଟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ଅବଗତ ଥିଲେ ମଧ୍ୟ ପୁଲିସକୁ ସୂଚନା ଦେଇନଥିଲେ। ଯାହା ଫଳରେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା । ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ପରିବାରର ଅଭିଯୋଗ ପରେ ପୁଲିସ ଡିସେମ୍ବର ୫ ରେ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା । ଯେଉଁ ମାମଲରେ ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା।
ଅଲ୍ଲୁ ଅର୍ଜୁନ ଗିରଫକୁ ନେଇ ବଢିଲା ବିବାଦ
ଯେପରିଫିଲ୍ମ ପୁଷ୍ପା-୨ ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରୁଛି, ଏହାର ମୁଖ୍ୟ ଚରିତ୍ର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବା ପରେ ସମାନ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ହାଇଦ୍ରାବାଦରେ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ସ୍ବାମୀ କହିଛନ୍ତି ‘ମୋ ପୁଅ ମୋତେ ସେହି ଦିନ ସାନ୍ଧ୍ୟା ଥିଏଟରରେ ଫିଲ୍ମ ଦେଖାଇବାକୁ କହିଥିଲେ। ଏହି ଦୁର୍ଘଟଣା ପାଇଁ ଅଲୁ ଅର୍ଜୁନଙ୍କର କୌଣସି ଦୋଷ ନାହିଁ । ଆବଶ୍ୟକ ହେଲେ ମୁଁ ମାମଲା ପ୍ରତ୍ୟାହାର କରିବି। ମୁଁ ଅଲ୍ଲୁ ଅର୍ଜୁନଙ୍କ ଗିରଫ ବିଷୟରେ ପୁଲିସଠାରୁ ନୁହେଁ ମୋ ମୋବାଇଲରୁ ନ୍ୟୁଜ୍‌ ଦେଖି ଜାଣିଲି।
ସେପଟେ ଅଲ୍ଲୁ ଅର୍ଜୁନଙ୍କ ଗିରଫ ହେବାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଛି। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି YSRCP ଏବଂ କେ.ଚନ୍ଦ୍ରଶେଖରଙ୍କ ପାର୍ଟି ବିଆରଏସ ଅଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀକୁ ଭୁଲ ବୋଲି କହିଛନ୍ତି।
ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଦେବାକୁ ଘୋଷଣା କରିଛନ୍ତି ଅଲ୍ଲୁ ଅର୍ଜୁନ
ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର୍ ସୋ’ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ଘଟଣା ନେଇ ଅଲ୍ଲୁ ଅର୍ଜୁନ ଜାଣିବା ପରେ ଗତ ୭ ତାରିଖରେ ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଏହି ଘଟଣାକୁ ନେଇ ଦୁଃଖି ପ୍ରକାଶ କରିବା ସହ ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ ଅଲ୍ଲୁ ଅର୍ଜୁନ। ଏଥି ସହିତ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବାଳକର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ଉଠାଇବେ ବୋଲି ମଧ୍ୟ ଘୋଷଣା କରିଥିଲେ।
ମୁମ୍ବଇ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ। ହାଇଦ୍ରାବାଦରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋ’ରେ ସନ୍ଧ୍ୟା ହଲ୍‌ ବାହାରେ ଦଳାଚକଟା ଘଟିଥିଲା। ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଅନୁଯାୟୀ,  ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ଡିସେମ୍ବର ୪ରେ ରିଲିଜ୍ ହୋଇଥିଲା । ଫିଲ୍ମ ରିଲିଜ ବେଳେ ଅଭିନେତା ଓ ଫିଲ୍ମର ଅନ୍ୟ ସଦସ୍ୟ ପହଞ୍ଚିବା ବେଳେ ଘଟିଥିଲା ଭୟଙ୍କର ଦଲାଚକଟା ସ୍ଥିତି । ଭିଡ ଏତେ ମାତ୍ରାରେ ବଢିଥିଲା ଯେ ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ପୁଅ ସହ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ଘଟିଥିଲା।  ଅନ୍ୟପଟେ ପୀଡିତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଦେଇଥିବା ଦାବି କରିଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ।
ଖବର ଅନୁଯାୟୀ, ଦଳାଚକଟା ଘଟଣାରେ ପୁଲିସ ପୂର୍ବରୁ ସନ୍ଧ୍ୟା ଥିଏଟରର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ।
୬୯ତମ ଫିଲ୍ମ ଆଓ୍ବାର୍ଡ: ଅଲ୍ଲୁ ଅର୍ଜୁନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା, ଆଲିଆ-କ୍ରୀତିଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ
ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ‘ପୁଷ୍ପା ଦି ରାଇଜ୍ ‘ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।  ‌କ୍ରୀତି ସନନ‌ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନୀତ କରାଯାଇଛି ।
ଚଳଚିତ୍ର ମିମି ପାଇଁ କ୍ରୀତି ସାନନ ଏବଂ ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ପାଇଁ ଆଲିଆଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଓ୍ବାହିଦା ରେହମାନ୍ ପାଇଲେ ଦାଦା ସାହେବ୍ ଫାଲକେ ପୁରସ୍କାର । ଭାରତୀୟ ଚଳଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଫାଲକେ ଆଓ୍ବାର୍ଡ । ଚଳଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଫାଲକେ ଆଓ୍ବାର୍ଡ ପ୍ରଦାନ କରାଯାଇଛି ।
ଅନ୍ୟପଟେ ଫିଲ୍ମ ‘ମିମି’ ପାଇଁ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ସହଅଭିନେତା ଓ ଦ କଶ୍ମୀର ଫାଇଲ୍‌ ପାଇଁ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କୁ ସହଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଦିଆଯାଇଛି। ସେହିପରି ଭିକ୍କି କୌଶଲଙ୍କ ଅଭିନୀତି ଫସର୍ଦ୍ଦାର ଉଦ୍ଧମ’କୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଆରଆରଆରକୁ ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍‌ ଫିଲ୍ମ ଭାବେ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଆର୍‌ ମାଧବନଙ୍କୁ ତାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ରକେଟ୍ରି: ଦ ଦାମ୍ବି ଇଫେକ୍ଟ’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି। ଅନ୍ୟପଟେ ଶ୍ରେୟା ଘୋଷାଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲା ବୈରଭଙ୍କୁ ଶ୍ରେଷ୍ଠ ଗାୟକ ସମ୍ମାନ ହାତେଇଛନ୍ତି। ସେହିପରି ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିଛି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଫିଲ୍ମଟି ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।
‘ପୁଷ୍ପା-୨’ରେ ଜୁନିୟର ଏନ୍‌ଟିଆର୍‌ଙ୍କ ଏଣ୍ଟ୍ରି
ସାଉଥ୍ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍‌’କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଦିନକୁ ଦିନ ନୂଆ ନୂଆ ଖବର ବି ସାମ୍ନାକୁ ଆସୁଛି। ଏହି କ୍ରମରେ ଏବେ ଏହି ସିନେମାରେ ଅଲ୍ଲୁଙ୍କ ସହ ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ଯୋଡ଼ି ଦେଖୀବାକୁ ମିଳିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ଖବର ସାମ୍ନାକୁ ଆସିବା ପରେ ‘ପୁଷ୍ପା’ ପ୍ରଶଂସକଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ‘ପୁଷ୍ପା ୨’ର ସୁଟିଂ ସେଟ୍‌େର ଜୁନିଅର ଏନ୍‌ଟିଆର୍‌ଙ୍କ ଫଟୋ ସେୟାର୍‌ କରାଯାଇଛି। ଏଥିରେ ଜୁନିୟର ଏନଟିଆର୍‌ ଏକଦମ୍ କୁଲ୍‌ ଅନ୍ଦାଜ୍‌ରେ ଦେଖାଯାଇଛନ୍ତି ଏବଂ ସେ ଧଳା ସାର୍ଟ ଓ ଟ୍ରାଉଜର ପିଦ୍ଧିଛନ୍ତି। ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ‘ପୁଷ୍ପା ୨’ର ସୁଟିଂ ଚାଲିଛି। ତେେବ ଜୁନିୟର ଏନ୍‌ଟିଆର୍ ଅଲ୍ଲୁ ଓ ଫିଲ୍ମର ନିର୍ଦ୍ଦେଶକ ସୁକୁମାରଙ୍କୁ ଦେଖା କରିବାକୁ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ।
ତାଙ୍କର ଏହି ସାକ୍ଷାତ ପଛରେ କାରଣ କ’ଣ, ସେ କଥା ଏବେ ଜଣାପଡ଼ି ନାହିଁ। କୁହାଯାଉଛି, ଏଥିରେ ଜୁନିୟର ଏନ୍‌ଟିଆର୍ ଅତିଥି କଳାକାର ଭାବେ ନଜର ଆସିପାରନ୍ତି। ଅବଶ୍ୟ ବିଧିବଦ୍ଧ ଭାବେ ଏ ନେଇ କୌଣସି ତଥ୍ୟ ମିଳି ନାହିଁ। ସେହିପରି କେଉଁ ଉଦ୍ଦେଶ୍ୟରେ ସେ ସେଟ୍‌ରେ  ପହଞ୍ଚିଛନ୍ତି, ତାହା ଶୀଘ୍ର ଜଣାପଡ଼ିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଜୁନିଅର୍‌ ଏନ୍‌ଟିଆର୍‌ ଏବେ ‘ଏନ୍‌ଟିଆର୍‌୩୦’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଜାହ୍ନବୀ କପୁର ଅଭିନୟ କରୁଛନ୍ତି। ଏଠାରେ ପ୍ରକାଶ ଥାଉ କି, ପ୍ରାୟ ୩୫୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମାଣ ହେଉଛି। ଫିଲ୍ମ ପାଇଁ ଅଲ୍ଲୁ  ଶହେ କୋଟି ଟଙ୍କା ନେଇଥିବା ଜଣାପଡ଼ିଛି।
ମୁମ୍ବଇ : ଆସିଲା ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା’ର ପାର୍ଟ ୨ର ଟିଜର। ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା-ଦ ରାଇଜ୍’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହି ଚଳଚ୍ଚିତ୍ରକୁ ସମସ୍ତ ଭାଷାରେ ଦର୍ଶକ ପସନ୍ଦ କରିଥିଲେ। ଫିଲ୍ମର ପ୍ରଥମ ଭାଗ ସୁପର ହିଟ୍ ହେବା ମାତ୍ରେ ନିର୍ମାତାମାନେ ଏହାର ଦ୍ୱିତୀୟ ଭାଗ ଘୋଷଣା କରିଥିଲେ। ଏଥି ସହିତ, ଖବର ଆସିଥିଲା ​​ଯେ ଫିଲ୍ମର ଟିଜର ଅଲୁ ଅର୍ଜୁନଙ୍କ ଜନ୍ମଦିନ ଅର୍ଥାତ୍ ଏପ୍ରିଲ୍ ୮ ରେ ରିଲିଜ୍ ହୋଇପାରେ, କିନ୍ତୁ ନିର୍ମାତାମାନେ ଆଜି ଫିଲ୍ମର ଟିଜର ଅର୍ଥାତ୍ ଏପ୍ରିଲ୍ ୭ ରେ ଅଭିନେତାଙ୍କ ଜନ୍ମଦିନ ପୂର୍ବରୁ ରିଲିଜ୍ କରିଛନ୍ତି।
ଫିଲ୍ମର ଟିଜର ଭିଡିଓ ଦର୍ଶକ ପସନ୍ଦ କରୁଛନ୍ତି। ଅଲୁ ଅର୍ଜୁନ ଏବଂ ସୁକୁମାରଙ୍କ ବହୁ ପ୍ରତୀକ୍ଷିତ ପ୍ୟାନ୍ ଇଣ୍ଡିଆ ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର ‘ପୁଷ୍ପା-ଦି ରୁଲ’ର ଟିଜର ଦେଖି ଦର୍ଶକ ଚଳିଚିତ୍ରକୁ ଅପେକ୍ଷା କରିଛନ୍ତି। ଏହି ଟିଜରରରେ ପୁଷ୍ପା କେଉଁଠି? ତାକୁ ନେଇ କାହାଣୀ ଆଗକୁ ବଢୁଛି । ଅଲ୍ଲୁ ଅର୍ଜୁନ ଷ୍ଟାରର ଏହି ମୁଭିରେ ଅନେକ ସସପେନ୍ସ ରହିଛି । ଟିଜରରୁ ହିଁ ଫିଲ୍ମରେ ଅନେକ ରୋମାଞ୍ଚ ଥିବା ଜଣାପଡୁଛି । ସାମାଜିକ ଗଣମାଧ୍ୟମରେ ପୁଷ୍ପାର ଟ୍ରେଲରକୁ ଲୋକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି । ଟ୍ୱିଟରରେ ମଧ୍ୟ ପୁଷ୍ପା-୨ରେ ଟିଜର ଟ୍ରେଣ୍ଡ କରୁଛି । ଅନ୍ୟପଟେ ୟୁଟ୍ୟୁବ୍‌ରେ ମଧ୍ୟ ମାତ୍ର ୨ ଘଣ୍ଟା ଭିତରେ ତେଲୁଗୁ ଓ ହିନ୍ଦୀର ଟିଜରକୁ ୨୫ ଲକ୍ଷ ଲୋକ ଦେଖିସାରିଲେଣି।
‘ପୁୂଷ୍ପା’ ପାର୍ଟ ୧ ର ସଫଳତାକୁ ଆଖିଆଗରେ ରଖି ଫିଲ୍ମର ନିର୍ମାତା ଏହାର ଦ୍ବିତୀୟ ଭାଗ ‘ପୁଷ୍ପା-ଦ ରୁଲ୍‌’କୁ ୨୦୨୩ରେ ରିଲିଜ୍‌ କରିବା ପାଇଁ ଯୋଜନା କରିଥିଲେ। ଅନ୍ରପଟେ ‘ପୁଷ୍ପା-୨’ରେ ଅଲ୍ଲୁ ଅର୍ଜୁନଙ୍କ ପାରିଶ୍ରମିକକୁ ନେଇ ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ଚର୍ଚ୍ଚା ହୋଉଛି। ‘ପୁଷ୍ପା: ଦ ରାଇଜ୍‌’ର ପ୍ରଥମ ଭାଗର ବଜେଟ୍‌ ଥିଲା ୨୦୦ କୋଟି। ଏହାର ସିକ୍ବେଲ୍ ‘ପୁଷ୍ପା- ଦ ରୁଲ୍‌’ର ବଜେଟ୍‌ ରହିଛି ୪୦୦ କୋଟି। ଦ୍ବିତୀୟ ଭାଗ, ପ୍ରଥମ ଭାଗଠାରୁ ଆହୁରି ଭଲ କାହାଣୀ ନେଇ ଆସିବ ବୋଲି ଏହାର ନିର୍ମାତା କହିଛନ୍ତି। ଇତିମଧ୍ୟରେ ସବୁଠୁ ବଡ଼ କଥା ହେଉଛି, ଫିଲ୍ମ ପାଇଁ ଅଲ୍ଲୁ ୧୫୦ କୋଟି ଟଙ୍କା ଦାବି କରିଥିଲେ। ଶେଷରେ ଏହା ୧୨୫ କୋଟି ଟଙ୍କାରେ ସ୍ଥିର ହୋଇଛି।
ତାଙ୍କର ଏଭଳି ପାରିଶ୍ରମିକ ଯୋଗୁଁ ସେ ଅଭିନେତା ଅକ୍ଷୟ କୁମାର ଓ ପ୍ରଭାସଙ୍କ ପରେ ତୃତୀୟ ଦାମୀ ଭାରତୀୟ ଅଭିନେତାର ପରିଚୟ ହାସଲ କରିଛନ୍ତି। ଏପରିକି ସେ ପାରିଶ୍ରମିକ ମାମଲାରେ ଶାହରୁଖ ଖାନ୍‌ଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ତେେବ ପୂର୍ବରୁ ଅଲ୍ଲୁ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ନେଉଥିଲେ। ଏହା ପରେ ସେ କିଛି ସିନେମା ଲାଗି ୧୧୮ କୋଟି ଟଙ୍କା ନେଲେ। ମାତ୍ର ‘ପୁଷ୍ପା’ ଫିଲ୍ମର ସଫଳତା ପରେ ସେ ନିଜର ପାରିଶ୍ରମିକ ବଢ଼ାଇବା ନିଷ୍ପତ୍ତି ନେଇଛନ୍ତି। ଅଲ୍ଲୁଙ୍କ ପ୍ରଶଂକମାନେ ଏବେ ତାଙ୍କ ଫିଲ୍ମ ‘ପୁଷ୍ପା-୨’କୁ ଅପେକ୍ଷା କରିଛନ୍ତି।
ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା-ଦ ରାଇଜ୍’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହାପରେ ପୁଷ୍ପାରାଜ୍‌(ଅଲ୍ଲୁ)ଙ୍କୁ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିବାର ଅଫର୍‌ ମିଳିଛି। ‘ପୁୂଷ୍ପା’ର ସଫଳତାକୁ ଆଖିଆଗରେ ରଖି ଫିଲ୍ମର ନିର୍ମାତା ଏହାର ଦ୍ବିତୀୟ ଭାଗ ‘ପୁଷ୍ପା-ଦ ରୁଲ୍‌’କୁ ୨୦୨୩ରେ ରିଲିଜ୍‌ କରିବା ପାଇଁ ଯୋଜନା କରିଛନ୍ତି। ଏହାର ସୁଟିଂ ବହୁତ ଶୀଘ୍ର ଆରମ୍ଭ ହେବ। ‘ପୁଷ୍ପା-୨’ରେ ଅଲ୍ଲୁ ଅର୍ଜୁନଙ୍କ ପାରିଶ୍ରମିକକୁ ନେଇ ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। ‘ପୁଷ୍ପା: ଦ ରାଇଜ୍‌’ର ପ୍ରଥମ ଭାଗର ବଜେଟ୍‌ ଥିଲା ୨୦୦ କୋଟି। ଏହାର ସିକ୍ବେଲ୍ ‘ପୁଷ୍ପା- ଦ ରୁଲ୍‌’ର ବଜେଟ୍‌ ରହିଛି ୪୦୦ କୋଟି। ଦ୍ବିତୀୟ ଭାଗ, ପ୍ରଥମ ଭାଗଠାରୁ ଆହୁରି ଭଲ କାହାଣୀ ନେଇ ଆସିବ ବୋଲି ଏହାର ନିର୍ମାତା କହିଛନ୍ତି। ଇତିମଧ୍ୟରେ ସବୁଠୁ ବଡ଼ କଥା ହେଉଛି, ଫିଲ୍ମ ପାଇଁ ଅଲ୍ଲୁ ୧୦୦ କୋଟି ଟଙ୍କା ଦାବି କରିଛନ୍ତି। ଯଦି ତାଙ୍କ ପ୍ରସ୍ତାବରେ ଫିଲ୍ମ ନିର୍ମାତା ରାଜି ହୋଇଯାଆନ୍ତି ତେବେ ସେ ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା କଳାକାର ହେବେ। ‘କେଜିଏଫ୍-୨’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହେବା ପରେ ‘ପୁଷ୍ପା’ର ଦ୍ବିତୀୟ ଭାଗର କାହାଣୀରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି।