Road Accident for Mobile - The Sakala

ସଡ଼କରେ ମୁଣ୍ଡ ନେଉଛି ମୋବାଇଲ୍‍; ବର୍ଷକରେ ୧୨୬ ମୃତ, ୩୫୫ ଗୁରୁତର
ଭୁବନେଶ୍ୱର: ଗାଡ଼ି ଚଳାଇବା ସମୟରେ ଫୋନ୍‍ ବ୍ୟବହାର ଅତି ବିପଜ୍ଜନକ। ଆଖି ପିଛୁଳାକେ ଜୀବନ ଯିବାର ଭୟ ଅଛି। ଅତି ଜରୁରୀ ଥିଲେ ଗାଡ଼ି ରଖିବା ପରେ ଫୋନ୍‍ ବ୍ୟବହାର କରିବାକୁ ପୁଲିସ ଓ ପରିବହନ ବିଭାଗ ପରାମର୍ଶ ଦେଉଛି। ଏଥିପାଇଁ ଛକ ଛକରେ ସତର୍କତାମୂଳକ ବାର୍ତ୍ତା ଲେଖା ଯାଇଛି। ଏହା ସତ୍ତ୍ବେ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ଲୋକମାନେ ଛାଡ଼ୁ ନାହାନ୍ତି। ପରିଣାମ ସ୍ୱରୂପ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲିଯାଉଛି। ଯେତିକି ଲୋକ ପ୍ରାଣ ହରାଉଛନ୍ତି ତା’ ଠାରୁ ଅଧିକ ଲୋକ ଗୁରୁତର ଆହତ ହେଉଛନ୍ତି। ଅନେକ ଆହତ ବ୍ୟକ୍ତି ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଯାଉଛନ୍ତି। ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୨୧ରେ କେବଳ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‍ ଫୋନ୍‍ ବ୍ୟବହାର କରିଥିବା ଯୋଗୁଁ ୩୫୨ଟି ସଡ଼କ ଦୁର୍ଘଟଣା ଘଟିଛି ଏବଂ ଏଥିରେ ୧୨୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୩୫୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଗାଡ଼ି ଚଳାଇବା ସମୟରେ ମୋବାଇଲ୍‍ ଫୋନ୍‍ ବ୍ୟବହାରକୁ ରୋକିବା ପାଇଁ ସୁପ୍ରିମ୍‍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ବାରମ୍ବାର ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ରେ ମୋବାଇଲ୍‍ ଫୋନ୍‍ ବ୍ୟବହାର ପାଇଁ ୨୯୭ ସଡ଼କ ଦୁର୍ଘଟଣା ଘଟିଥିଲା। ସେଥିରେ ୧୨୦ ଜଣ ପ୍ରାଣ ହରାଇଥିଲେ। ଓଡ଼ିଶାରେ ସମୁଦାୟ ୯୦% ସଡ଼କ ଦୁର୍ଘଟଣା ବେପରୁଆ ପ୍ରକୃତି ପାଇଁ ଘଟୁଛି। ୨୦୧୭ ବେଳକୁ ମୋବାଇଲ୍‍ ଫୋନ୍‍ ବ୍ୟବହାର ପାଇଁ ସଡ଼କ ଦୁର୍ଘଟଣାରେ ଓଡ଼ିଶା ସର୍ବଭାରତୀୟସ୍ତରରେ ତୃତୀୟ ସ୍ଥାନରେ ଥିଲା। ୨୦୧୬ ଏପ୍ରିଲ ୧୭ ତାରିଖରେ ଦେବଗଡ଼ ଜିଲ୍ଲାରେ ଏକ ବସ୍‍ ଦୁର୍ଘଟଣାରେ ଏକ ଅପେରା ପାର୍ଟିର ୨୭ ଜଣ କଳାକାର ପ୍ରାଣ ହରାଇଥିଲେ। ସେହିବର୍ଷ ସେପ୍ଟେମ୍ବର ୯ ତାରିଖରେ ଅନୁଗୁଳର ଆଠମଲ୍ଲିକ୍‍ ଠାରେ ଗୋଟିଏ ବସ୍‍ ପୋଲ ତଳକୁ ଖସି ପଡ଼ିବାରୁ ୧୯ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଉଭୟ ମାମଲାରେ ବସ୍‍ ଚାଳକ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‍ ଫୋନ୍‍ ବ୍ୟବହାର କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଗାଡ଼ି ଚାଳକ ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଥିବା ନେଇ ଜନସାଧାରଣ ଅଭିଯୋଗ କରିବା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ଏକ ଟୋଲ୍‍ ଫ୍ରି ନମ୍ବର ଜାରି କରାଯାଇଛି। ହେଲେ ସଚେତନତା ଅଭାବରୁ ଅଭିଯୋଗ ସଂଖ୍ୟା କମ୍‍ ରହିଛି। ତେବେ ବଡ଼ ବଡ଼ ମହାନଗରରେ ଜନସାଧାରଣ ଟ୍ରାଫିକ୍‍ ନିୟମ ଉଲ୍ଲଘଂନକାରୀଙ୍କ ଫଟୋ ଉଠାଇ ପରିବହନ କିମ୍ବା ପୁଲିସ ବିଭାଗକୁ ଟ୍ୱିଟ୍‍ କରୁଛନ୍ତି। ଫଳରେ ନିୟମ ଖିଲାପକାରୀଙ୍କୁ ଚାଲାଣ କଟାଯାଇପାରୁଛି। ହେଲେ ଓଡ଼ିଶାରେ ସେପରି ଘଟଣା ନଗଣ୍ୟ ରହିଛି। ବର୍ତ୍ତମାନ ସମୟରେ ମୋବାଇଲ୍‍ ଫୋନ୍‍ ସମସ୍ତଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ ହୋଇଛି। କିନ୍ତୁ ଅସମୟରେ ବ୍ୟବହାର କେତେ ଘାତକ ତାହା ପରିବହନ ବିଭାଗର ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହୋଇଯାଉଛି।