Ranil Wickremesinghe - The Sakala

ଶ୍ରୀଲଙ୍କା ବାଛିଲା ନୂଆ ରାଷ୍ଟ୍ରପତି : ୧୩୪ ଭୋଟ୍‌ ହାସଲ କରି ନିର୍ବାଚନ ଜିତିଲେ ରାନିଲ ବିକ୍ରମସିଂଘେ
କଲମ୍ବୋ : ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଙ୍ଘେ । ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଭିତରେ ନୂଆ ରାଷ୍ଟ୍ରମୁଖ୍ୟ ଚୟନ କରାଯାଇଛି। ରାଷ୍ଟ୍ରପତି ପଦ ପାଇଁ ତ୍ରିମୁଖୀ ଲଢେଇରେ ବାଜିମାତ୍ କରିଛନ୍ତି ବିକ୍ରମସିଙ୍ଘେ । ସେ ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ଗୋଟାବାୟ ରାଜପକ୍ଷେଙ୍କ ଇସ୍ତଫା ପରେ କାମଚଳା ରାଷ୍ଟ୍ରପତି ଥିଲେ ।

ଅଶାନ୍ତିର ତତଲା କଢ଼େଇରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ନେଇ ଆଜି ନିର୍ବାଚନ ହୋଇଥିଲା। ରାଷ୍ଟ୍ରପତି ଦୌଡ଼ରେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ଦୁଲାସ ଆଲାପେରୁମ୍ମା ଓ ଅନୁରା କୁମାର ଦିସାନାୟକେଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହୋଇଥିଲା। ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ପାର୍ଲାମେଣ୍ଟରେ ରାନିଲ ବିକ୍ରମସିଂଘେଙ୍କୁ ୧୩୪ଟି ଭୋଟ୍ ମିଳିଥିଲା। ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ପରୋକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ରାନିଲ୍‌ ବିକ୍ରମାସିଂଘେଙ୍କୁ ୧୩୪ଟି ଭୋଟ ମିଳିଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଦୁଲାସ ଆଲାପେରୁମ୍ମା ପାଇଛନ୍ତି ୮୨ଟି ଭୋଟ । ପାର୍ଲାମେଣ୍ଟର ମୋଟ ୨୨୫ ସାଂସଦଙ୍କ ମଧ୍ୟରୁ ୨୨୩ ଜଣ ଭୋଟ ଦେଇଛନ୍ତି । ଗୋଟାବାୟାଙ୍କ ବାକି କାର୍ୟ୍ୟକାଳ ସରିବା ଯାଏଁ ରାନିଲ ରାଷ୍ଟ୍ରପତି ରହିବେ । ଅର୍ଥାତ ନଭେମ୍ବର ୨୦୨୪ ଯାଏ ଏହି ପଦରେ ରହିବେ ରାନିଲ । ସେ ଆଗରୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ତେଣୁ ଦେଶ ଚଳାଇବାର ଅଭିଜ୍ଞତା ତାଙ୍କର ଅଛି । ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେଙ୍କ ପ୍ରଥମ ଚ୍ୟାଲେଞ୍ଜ ହେବ, ଦେଶରେ ରାଜନୈତିକ ସ୍ଥିରତା ଫେରାଇ ଆଣିବା । ତା ସହିତ ଦେଶରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ସହିତ ଆର୍ଥିକ ସଂକଟର ମୁକାବିଲା କରିବା । ଶ୍ରୀଲଙ୍କାରେ ଆର୍ଥିକ ସଂକଟ, ତା ପରେ ପରେ ବିକ୍ଷୋଭ, ରାଜନୈତିକ ଅସ୍ଥିରତା ପରେ ଗୋଟାବାୟା ଦେଶ ଛାଡ଼ି ପଳାଇଥିଲେ ।

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ୍ ବିକ୍ରମ ସିଂଙ୍ଘେ
କଲମ୍ବୋ: ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ୍ ବିକ୍ରମ ସିଂଙ୍ଘେ। ରାନିଲ୍‌ଙ୍କୁ ଶପଥ ପାଠ କରାଇଛନ୍ତି ଶ୍ରୀଲଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ।

ସୂଚନା ଅନୁଯାୟୀ, ଗତକାଲି ସିଙ୍ଗପୁରରେ ପହଞ୍ଚିବା ପରେ ସେଠାରୁ ଇ-ମେଲ ଯୋଗେ ଗୋଟାବାୟା ନିଜର ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ସେ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରିଥିଲେ। ଅନ୍ୟପକ୍ଷରେ ଗୋଟାବାୟା ଏବଂ ପ୍ରଧାନମନ୍ତ୍ରୀ ରନିଲଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସସ୍ଥଳରେ ବିକ୍ଷୋଭ ଜାରି ରଖିଥିବା ବିକ୍ଷୋଭକାରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଖୁବଶୀଘ୍ର ନୂତନ ରାଷ୍ଟ୍ରପତି ନିଯୁକ୍ତ କରିବାକୁ ସେମାନେ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସେନା ମୁତୟନ କରାଯାଇଛି। ପରେ ପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଖାଲି କରିଦେବାକୁ ରାଜି ହୋଇଥିବା କୁହାଯାଇଛି।

ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ
କଲମ୍ବୋ: ଆର୍ଥିକ ଓ ରାଜନୈତିକ ସଙ୍କଟ ଭିତରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ରାନିଲ ବିକ୍ରମସିଂଘେ । ପୂର୍ବରୁ ୪ ଥର ଦେଶର ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମସିଂଘେ ପୁଣି ଥରେ ଏହି ଦ୍ବୀପରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବ ଅଭିଜ୍ଞତାକୁ ନେଇ ସେ ନିଜ ଦାୟିତ୍ୱ ପୂରା କରିବେ ବୋଲି ଦଳ ଆଶା ରଖିଛି । ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଓ ରନିଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ବସିଥିଲା । ଏହି ସମୟରେ ତାଙ୍କୁ ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଥିବା କୁହାଯାଉଛି ।

ଗତ ୨୦୧୮ ମସିହାରେ ତତକାଳୀନ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ । ତେବେ ଏହି ଘଟଣାର ୨ ମାସ ପରେ ତାଙ୍କୁ ପୁଣି ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଇଥିଲା । ବର୍ତ୍ତମାନ ଶ୍ରୀଲଙ୍କା ସଂସଦରେ ରାନିଲଙ୍କର ମାତ୍ର ଗୋଟିଏ ଆସନ ଥିଲେ ବି ବିରୋଧି ଦଳମାନେ ତାଙ୍କୁ ସମର୍ଥନ ଜ୍ଞାପନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ମୁଖ୍ୟ ବିରୋଧୀ ଦଳ ସମାଗି ଜନ ବଲଓ୍ବେଗୟା ଓ ଆଉ କେତେକ ବିରୋଧୀ ଦଳ ତାଙ୍କୁ ସମର୍ଥନ ଦେଇଛନ୍ତି ।

ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ । ବିନା ଅନୁମତି ସେ ଦେଶ ଛାଡି ଯାଇପାରିବେନି ବୋଲି କୋର୍ଟ କହିଛନ୍ତି । ରାଜପକ୍ଷ,ତାଙ୍କ ପରିବାର କିଛି ସଦସ୍ୟ ଓ ସହଯୋଗୀ ମୋଟ ୧୫ଜଣଙ୍କ ଉପରେ ଲାଗିଛି ଏହି କଟକଣା । ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଏହି ଆର୍ଥିକ ଓ ରାଜନୈତିକ ଅସ୍ଥିରତା ପାଇଁ ରାଜପକ୍ଷଙ୍କ ପରିବାରକୁ ଦାୟୀ କରାଯାଉଛି । ତାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ସଂର୍ଘଷ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଛି । ତେଣୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ନସରିବା ପର୍ଯ୍ୟନ୍ତ ଏହି ୧୬ଜଣ ଦେଶ ଛାଡି ଯାଇପାରିବେନି ବୋଲି କୋର୍ଟ କହିଛନ୍ତି ।