Rajya Sabha Election - The Sakala

ରାଜ୍ୟସଭା ନିର୍ବାଚନ: ମନମୋହନ, ସୁଜିତ୍‌, ସଂତୃପ୍ତଙ୍କ ସହଜ ବିଜୟ; ଦିଲ୍ଲୀପଙ୍କୁ ଜିତାଇଲା ୧୧ ବିଧାୟକଙ୍କ କ୍ରସ ଭୋଟିଂ
ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ। ଆକଳନ ଅନୁସାରେ ୪ଟି ଆସନରୁ ବିଜେପିର ମନମୋହନ ସାମଲ, ସୁଜିତ୍‌ କୁମାର, ବିଜେଡିର ସଂତୃପ୍ତ ମିଶ୍ର ସହଜ ବିଜୟ ହାସଲ କରିଛନ୍ତି । ମାତ୍ର ୪ର୍ଥ ଆସନରେ ବିଜେଡି ଘୋଷିତ ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଉଭୟ ଦିଲ୍ଲୀପ ଓ ଦତ୍ତେଶ୍ୱର ପ୍ରଥମ ପସନ୍ଦରେ ୨୩ଟି ଲେଖାଏଁ ଭୋଟ ପାଇବାରୁ ଦ୍ୱିତୀୟ ପସନ୍ଦ ଭୋଟ ଗଣତି କରାଯାଇଥିଲା । ଏଥିରେ ଦତ୍ତେଶ୍ୱରଙ୍କଠାରୁ ଦିଲ୍ଲୀପ ଯଥେଷ୍ଟ ଅଧିକ ଭୋଟ ପାଇ ୪ର୍ଥ ପ୍ରାର୍ଥୀ ଭାବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡିର ୨ ନିଲମ୍ବିତ ସଦସ୍ୟଙ୍କ ସହ ୮ ଜଣ ବିଧାୟକ ଓ କଂଗ୍ରେସର ୩ ଜଣ ବିଧାୟକ ଦିଲ୍ଲୀପଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିବା ଜଣାପଡ଼ିଛି ।

ବିଜେଡିର ଦୁଇ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼, ଅରବିନ୍ଦ ମହାପାତ୍ର ଓ ନିକଟରେ ଦଳରୁ ନିଲମ୍ବିତ ପ୍ରଭାତ ବିଶ୍ୱାଳଙ୍କ ବିଧାୟକ ପୁତ୍ର ସୌଭିକ ବିଶ୍ୱାଳ କ୍ରସ ଭୋଟିଂ କରିପାରନ୍ତି ବୋଲି ପୂର୍ବରୁ ସବୁ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ବିଜେଡି ବୈଠକରେ ଚକ୍ରମଣି କହଁର ଓ ନବ ମଲ୍ଲିକଙ୍କ ଅନୁପସ୍ଥିତି  କ୍ରସ ଭୋଟିଂକୁ ଇଙ୍ଗିତ କରିଥିଲା । ମାତ୍ର ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବସ୍ତା ବିଧାୟିକା ସୁବାସିନୀ ଜେନା ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କଂଗ୍ରେସ ଓ ଦଳର ସଭାପତିଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି କଟକ ବିଧାୟିକା ସୋଫିଆ ଫିରଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ଦାଶରଥୀ ଗମାଙ୍ଗୋ କ୍ରସ ଭୋଟିଂ କରିଥିବା ପିସିସି ସଭାପତି ସୂଚନା ଦେଇଛନ୍ତି ।

ଆଜି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ସକାଳ ୯ଟାରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଜାରି ରହିଥିଲା। ସନ୍ଧ୍ୟା ୬ଟାରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରଥମ ପସନ୍ଦରେ ମନମୋହନ ସାମଲଙ୍କୁ ୩୫ଟି, ସୁଜିତ୍‌ କୁମାରଙ୍କୁ ୩୫ଟି, ଡ. ସଂତୃପ୍ତ ମିଶ୍ରଙ୍କୁ ୩୧ଟି, ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୨୩ଟି ଏବଂ ଦିଲ୍ଲୀପ ରାୟଙ୍କୁ ୨୩ଟି ଭୋଟ ମିଳିଥିଲା। ରାଜ୍ୟସଭା ନିର୍ବାଚନରେ ନିୟମ ଅନୁଯାୟୀ ପ୍ରତି ବିଧାୟକଙ୍କ ଭୋଟର ମୂଲ୍ୟ ୧୦୦ ହୋଇଥାଏ। ଅପରପକ୍ଷେ ଓଡ଼ିଶା ବିଧାନସଭାର ବିଧାୟକଙ୍କ ସଂଖ୍ୟାକୁ ବିଚାରକୁ ନେଲେ ପ୍ରତି ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ ମୋଟ ୨୯୪୧ ମୂଲ୍ୟ ଭୋଟର ଆବଶ୍ୟକତା ପଡ଼ିଥିଲା। ଏହି ଅନୁସାରେ ମନମୋହନ ଓ ସୁଜିତଙ୍କୁ ୩୫୦୦ ଲେଖାଏଁ ଭୋଟ ମିଳିଥିବା ବେଳେ ସଂତୃପ୍ତଙ୍କୁ ୩୧୦୦ ଦତ୍ତେଶ୍ୱରଙ୍କୁ ୨୩୦୦ ଏବଂ ଦିଲ୍ଲୀପଙ୍କୁ ୨୩୦୦ ଭୋଟ ମିଳିଥିଲା। ଉଭୟ ଦତ୍ତେଶ୍ୱର ଏବଂ ଦିଲ୍ଲୀପଙ୍କୁ ସମାନ ଭୋଟ ମିଳିଥିବା ବେଳେ ଲଟେରୀରେ ବିଜେପି ପ୍ରାର୍ଥୀ ସୁଜିତ୍‌ କୁମାରଙ୍କ ବଳକା ଦ୍ୱିତୀୟ ପସନ୍ଦ ୫୫୯ ମୂଲ୍ୟର ଭୋଟ ଦିଲ୍ଲୀପ ରାୟଙ୍କ ଖାତାକୁ ଯାଇଥିଲା।  ମନମୋହନଙ୍କ ଭୋଟ ମୂଲ୍ୟ ୩୫୦୦ ରହିଥିବା ବେଳେ ସୁଜିତ୍‌ କୁମାରଙ୍କ ଭୋଟ ସଂଖ୍ୟା ୨୯୪୧, ସଂତୃପ୍ତଙ୍କ ଭୋଟ ସଂଖ୍ୟା ୩୧୦୦, ଦତ୍ତେଶ୍ୱରଙ୍କର ୨୩୦୦ ଏବଂ ଦିଲ୍ଲୀପଙ୍କର ଭୋଟ ମୂଲ୍ୟ ୨୮୫୯ରେ ପହଞ୍ଚିଥିଲା। ଏହାସତ୍ତ୍ୱେ ଦିଲ୍ଲୀପ ବିଜୟୀ ପାଇଁ ଆବଶ୍ୟକ ମୂଲ୍ୟ ନ ମିଳିବାରୁ ତୃତୀୟ ପର୍ଯ୍ୟାୟରେ ମନମୋହନ ସାମଲଙ୍କ ବଳକା ଦ୍ୱିତୀୟ ପସନ୍ଦ ଭୋଟ ମଧ୍ୟ ଦିଲୀପ ରାୟଙ୍କ ଖାତାରେ ଯୋଡ଼ା ଯାଇଥିଲା।  ସର୍ବଶେଷରେ ଉଭୟ ମନମୋହନ ଏବଂ ଦିଲ୍ଲୀପଙ୍କ ଭୋଟ ସଂଖ୍ୟା ୨୯୪୧ ରହିଥିବା ବେଳେ ସଂତୃପ୍ତଙ୍କ ଭୋଟ ୩୧୦୦ ରହିଥିଲା। ଦତ୍ତେଶ୍ୱରଙ୍କ ଭୋଟ ୨୩୦୦ରେ ସୀମିତ ରହିଥିବା ବେଳେ ମନମୋହନ ଓ ସୁଜିତଙ୍କ ବଳକା ଦ୍ୱିତୀୟ ପସନ୍ଦ ଭୋଟକୁ ମିଶାଇ ଦିଲ୍ଲୀପ ରାୟଙ୍କ ଭୋଟ ସଂଖ୍ୟା ୩୪୧୮ରେ ପହଞ୍ଚିଥିଲା।  ଏହାପରେ ରିଟର୍ଣ୍ଣିଂ ଅଫିସର ଦିଲ୍ଲୀପଙ୍କୁ ଚତୁର୍ଥ ଆସନରେ ବିଜୟୀ ଘୋଷଣା କରିଛନ୍ତି।

ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଏହି ୩ ବିଧାୟକ କ୍ରସ୍ ଭୋଟିଂ କରିଥିବା ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ...
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଭୋଟ ଦେଉଛନ୍ତି ବିଧାୟକ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଏହାରି ମଧ୍ୟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି କି,  କଂଗ୍ରେସର ୩ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷ କ୍ରସ ଭୋଟିଂ କରିଥିବା ନେଇ ଭକ୍ତ ଦାସ ସୂଚନା ଦେଇଛନ୍ତି । ଏହି ୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ପିସିସି ସଭାପତି କହିଛନ୍ତି । ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ । ବାଚସ୍ପତିଙ୍କୁ ଚିଠି ଲେଖି ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିବୁ ବୋଲି କହିଛନ୍ତି ଭକ୍ତ ଦାସ । ତାଙ୍କ ନିର୍ବାଚନମଣ୍ଡଳ ଯାଇ ଲୋକଙ୍କୁ ସବୁ କହିବୁ । ଦରକାର ପଡ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ ଯିବୁ ।  ଦଳ ବିରୋଧୀ କାମ କରିଛନ୍ତି, ନିଜ ସମ୍ମାନ କ୍ଷୁଣ୍ଣ କରିଥିବା କହିଛନ୍ତି ଭକ୍ତ ।

ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର । ବିଧାନସଭାରେ ମକ ପୋଲିଂ ଶେଷ ପରେ ଗଣମାଧ୍ୟମକୁ ଏପରି ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ ବୋଲି ନବୀନ ଅଭିଯୋଗ କରିଛନ୍ତି । ତେବେ ବିଜେଡିର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି, ସତର୍କ ଅଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଅଭିଯୋଗ କରି କହିଛନ୍ତି,ଶାସକ ଦଳ ପାଖରେ ନିର୍ବାଚନ ଜିତିବାକୁ ନମ୍ବର ନାହିଁ । ମୁଖ୍ୟମନ୍ତ୍ରୀ ନିଜେ ଫୋନ କରୁଛନ୍ତି । ନିର୍ବାଚନ ମଣ୍ଡଳୀ ଲୋକ କହିଛନ୍ତି ଯେ ଯିଏ ବି ଘୋଡା ବେପାର କରିବ, ତାକୁ ନିର୍ବାଚନ ମଣ୍ଡଳୀ ପୂରାଇ ଦିଆଯିବ ନାହିଁ । ଦଳ ବି କାର୍ଯ୍ୟାନୁଷ୍ଠାନ ନେବ ବୋଲି ବ୍ୟୋମକେଶ କହିଛନ୍ତି । ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିଧାନସଭାରେ ବିଧାନସଭା ସଚିବ ସବୁ ଦଳର ବିଧାୟକଙ୍କୁ ମକ ଡ୍ରିଲ କରାଇଛନ୍ତି । କେମିତି ମତଦାନ କେନ୍ଦ୍ରକୁ ଯିବେ, କେଉଁଠି ବସିବେ, ବାଲାଟ ପେପର କେଉଁଠୁ ଆଣିବେ, ଭୋଟ କେମିତି ଦିଆଯିବ, ପେନ କେମିତି ବ୍ୟବହାର ହେବ, ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି । ଦଳର ନିଷ୍ପତ୍ତି ଅନୁସାରେ ଭୋଟ ଦିଆଯିବ ବୋଲି ବିଧାୟକ କହିଛନ୍ତି । ସେପଟେ ଆଜି ସଂଧ୍ୟାରେ ମଧ୍ଯ ନବୀନ ନିବାସରେ ବିଜେଡି ବିଧାୟକ ଟ୍ରେନିଂ ନେବେ ।

ବିଜେଡିର ରାଜ୍ୟସଭା ନିର୍ବାଚନ କସରତ: ନବୀନ ନିବାସରେ ବିଧାୟକଙ୍କୁ ତାଲିମ
ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ। ଏହା ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ନିଜନିଜର ଗୋଟି ଚାଳନା। ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜ ଦଳର ବିଧାୟକମାନଙ୍କ ପାଇଁ ୩ ଧାଡ଼ିଆ ହ୍ୱିପ୍‌ ଜାରି କରିଥିବାବେଳେ ଆଜି ବିଜେପି ବି ନିଜ ଦଳର ବିଧାୟକଙ୍କ ପାଇ ଦୁଇ ଧାଡ଼ିଆ ହ୍ୱିପ୍‌ ଜାରି କରିଛି।  ସେହିପରି ବିଜେଡି ବିଧାୟକମାନେ ଆଜି ନବୀନ ନିବାସରେ ରାଜ୍ୟସଭା ଭୋଟ ସଂକ୍ରାନ୍ତରେ ତାଲିମ୍‌ ନେଇଛନ୍ତି। ଆସନ୍ତାକାଲି ଓ ରବିବାର ମଧ୍ୟ ନବୀନ ନିବାସ ଡ଼କରା ହୋଇଛି ଏବଂ କିପରି ଠିକ୍‌ଭାବରେ ବିଧାୟକମାନେ ଭୋଟ ଦେବେ ସେ ସମ୍ପର୍କରେ ପୁଣି ଅଭ୍ୟାସ କରାଯିବ ବୋଲି ସୂଚନା ମିଳିଛି। ସେପଟେ ବେଙ୍ଗାଲୁରୁ ଗସ୍ତରେ ଥିବା  କଂଗ୍ରେସର ୮ଜଣ ବିଧାୟକଙ୍କ ସହ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡ଼ି.କେ.ଶିବକୁମାର ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଆଜି ସନ୍ଧ୍ୟା ସାଢେ଼ ୫ଟାରେ ନବୀନ ନିବାସରେ ବିଧାୟକମାନଙ୍କୁ ରାଜ୍ୟସଭା ନିର୍ବାଚନରେ ମତଦାନ ନିମନ୍ତେ ତାଲିମ ଦିଆଯାଇଛି। ପ୍ରାରମ୍ଭରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ନିର୍ବାଚନ ଓ ଦଳୀୟ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ବିଧାୟକମାନଙ୍କୁ ଭୋଟଦାନ ସମ୍ପର୍କରେ ଅଭ୍ୟାସ କରାଇଥିଲେ। ଦଳୀୟ ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ ବିଜେଡି ପକ୍ଷରୁ ଘୋଷିତ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ମଧ୍ୟ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଯଦି ସେମାନେ ସାଂସଦ ଭାବେ ନିର୍ବାଚିତ ହୁଅନ୍ତି, ତାହେଲେ ରାଜ୍ୟସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ଦେବେ ଏବଂ ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେ଼ଇ କରିବେ ବୋଲି ପ୍ରତିଶ୍ରୁତି ରଖିଥିଲେ। ଶେଷରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବକ୍ତବ୍ୟ ରଖିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଟ୍ରେନିଂ ସମ୍ପର୍କରେ ସୂଚନା ଦେଇ ବିଧାୟକ ଡ. ସାହୁ କହିଛନ୍ତି ଯେ ଆଜି ଦଳର ବିଧାୟକମାନଙ୍କୁ ରାଜ୍ୟସଭା ଭୋଟଦାନ ସମ୍ପର୍କରେ ଅବଗତ କରାଗଲା। ବିଧାୟକମାନେ ଭୋଟଦାନ କେନ୍ଦ୍ରକୁ ଯାଇ କେମିତି ବାଲାଟ ପେପର ଓ ପେନ୍‌ ନେବେ, କିପରି ଭୋଟ ଦେବେ, ଦଳୀୟ ଏଜେଣ୍ଟଙ୍କୁ କିପରି ଭୋଟ ଦେଖାଇବେ ଓ ବାଲାଟବକ୍ସରେ କିପରି ଭୋଟ କାଗଜ ପକାଇବେ, ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା। ରାଜ୍ୟସଭା ନିର୍ବାଚନରେ ୪ଟି ଆସନ ପାଇଁ ୫ଜଣ ପ୍ରାର୍ଥୀ ଅଛନ୍ତି। ବିଜେଡି ପାଖରେ ନିଜ ପ୍ରାର୍ଥୀ ପାଇଁ ଆବଶ୍ୟକୀୟ ଭୋଟ ଥିବା ବେଳେ ବଳକା ଭୋଟ କିପରି ମିଳିତ ପ୍ରାର୍ଥୀଙ୍କ ସପକ୍ଷରେ ଯିବ, ସେଥିପାଇଁ ଏହି ଟ୍ରେନିଂ କାର୍ଯ୍ୟକ୍ରମ କରାଯାଉଛି। ଖଣ୍ଡିଏ ଭୋଟ ଯେପରି ଏପଟ ସେପଟ ନହୁଏ, ତଥା ଆମର ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରାର୍ଥୀଙ୍କ ସପକ୍ଷରେ ସମସ୍ତ ଭୋଟ ପଡ଼ିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଶନିବାର ଏବଂ ରବିବାର ମଧ୍ୟ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁମାନେ ଆଜିର ବୈଠକରେ ଉପସ୍ଥିତ ନ ଥିଲେ, ସେମାନେ ନିଜର କାରଣ ସମ୍ପର୍କରେ ଦଳକୁ ଅବଗତ କରାଇଛନ୍ତି। ଆସନ୍ତାକାଲି ଏବଂ ରବିବାର ଟ୍ରେନିଂରେ ସେମାନେ ଯୋଗଦେବେ ବୋଲି ଡ. ସାହୁ ସୂଚନା ଦେଇଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ହ୍ବିପ୍ ଜାରି: ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ହ୍ବିପ୍ ଜାରି କଲା ରାଜ୍ୟ କଂଗ୍ରେସ । ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛି ଦଳ । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଏହାସହ ରାଜ୍ୟସଭା ନିର୍ବାଚନରେ କିପରି କ୍ରସ ଭୋଟିଂ ନହେବ, ସେଥିପାଇଁ ସମସ୍ତେ ସଜାଗ ରହିବାକୁ ସମସ୍ତ ସଦସ୍ୟଙ୍କୁ ଜଣାଇଛି ଓଡିଶା ରାଜ୍ୟ କଂଗ୍ରେସ । ହ୍ୱିପ୍ ନ ମାନିଲେ ଦଳ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ, ଓଡ଼ିଶାରୁ ଖାଲି ହେଉଥିବା ୪ ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ବିଜେଡିରୁ ସଂତୃପ୍ତ ମିଶ୍ର ଏବଂ ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର ପ୍ରଥମ ପସନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ତେବେ ଚତୁର୍ଥ ଆସନ ପାଇଁ ବିଜେଡି-କଂଗ୍ରେସ-ସିପିଆଇଏମର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟର ସୁନାମଧନ୍ୟ ଡାକ୍ତର ପ୍ରଫେସର ଦତ୍ତେଶ୍ୱର ହୋତା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବାବେଳେ ବିଜେପି ସମର୍ଥନରେ ଲଢ଼ୁଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ।

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦୁଇ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି।

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାରୁ ସକାଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍‌ ଡ. ଦତ୍ତେଶ୍ୱର ହୋତା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏବେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ରାଜ୍ୟସଭା ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ସମର୍ଥନରେ ଡ. ଦତ୍ତେଶ୍ୱର ହୋତା ନିର୍ବାଚନ ଲଢୁଥିବାବେଳେ ସ୍ଵାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେବ ବୋଲି ସୂଚନା ମିଳିଛି । ତେବେ ନାମାଙ୍କନ ଦାଖଲ ପରେ ୨୦୦୨ ପରି ଜିତାପଟ ହାସଲ କରିବି ବୋଲି କହିଛନ୍ତି ଦିଲ୍ଲୀପ ।

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା । ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ନାମାଙ୍କନ ଭରିଥିବାବେଳେ କମନ କ୍ୟାଣ୍ଡିଡେଟ ଭାବେ ଡ. ଦତ୍ତେଶ୍ବର ହୋତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ସଂତୃପ୍ତ ୨ ସେଟ ଓ ଦତ୍ତେଶ୍ବର ୩ ସେଟ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସଂତୃପ୍ତ ଏବଂ ଦତ୍ତେଶ୍ଵର ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଉଭୟଙ୍କୁ ସ୍ଵାଗତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦୁଇ ପ୍ରାର୍ଥୀ ନିର୍ବାଚନରେ ନିଶ୍ଚିତ ବିଜୟ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି । ସେହିପରି ନାମାଙ୍କନ ଦାଖଲ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି କି, ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୟନ୍ତୀ। ବିଜୁ ବାବୁ ଭାରତୀୟ ରାଜନୀତିରେ ନୂଆ ଦିଗ ଦେଇ ଆସିଥିଲେ। ସବୁବେଳେ ନୂଆ ଉଦାହରଣ ସୃଷ୍ଟି କରିଥଲେ। ତାଙ୍କ ଲିଗାସୀକୁ ୨୪ ବର୍ଷ ଧରି ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାରେ ଶାସନ ଭାର ଗ୍ରହଣ କରି ନୂଆ ଉଦାହରଣ ସୃଷ୍ଟି କରିଥିଲେ।  ଉଭୟ ବିଜେଡି ଓ କଂଗ୍ରେସ ଧର୍ମନିରପେକ୍ଷବାଦରେ ବିଶ୍ବାସ ରଖନ୍ତି। ଯେଉଁଥିପାଇଁ ଏହି ରାଜ୍ୟସଭା ନିର୍ବାଚନରେ ନବୀନ ବାବୁଙ୍କ କମନ ପ୍ରାର୍ଥୀ ପ୍ରସ୍ତାବରେ ଏଆଇସିସି ତତକ୍ଷଣାତ ମୋହର ମାରିଥିଲା। ଆମର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି ଏବଂ ନିଶ୍ଚିତ ଚତୁର୍ଥ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଡାକ୍ତର ଦତ୍ତେଶ୍ବର ହୋତା ବିଜୟୀ ହେବେ। ସେହିପରି ଉଚ୍ଚକୋଟୀର ଡାକ୍ତର, ପଶ୍ଚିମ ଓଡ଼ିଶାର ଦକ୍ଷ ଡାକ୍ତର ପ୍ରଥମ କରି ରାଜ୍ୟରେ କିଡନୀ ଅପରେସନ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି। ଏଭଳି ଜଣେ ଦକ୍ଷ ବ୍ୟକ୍ତି ରାଜ୍ୟସଭା ଗଲେ ଓଡ଼ିଶାର ଅଶେଷ ଉନ୍ନତି ସାଧିତ ହେବ ବୋଲି କହିଛନ୍ତି ଭକ୍ତ ଚରଣ ଦାସ ।

ଓଡ଼ିଶାରୁ ଖାଲି ହେଉଥିବା ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ହୋଇଛନ୍ତି । ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍ ଭାବେ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଭାବେ ଦିଲ୍ଳୀପ ରାୟ ପ୍ରାର୍ଥୀ ହୋଇଛନ୍ତି । ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସମସ୍ତେ ନାମାଙ୍କନ ଦାଖଲ କରିବେ । ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ। ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍।

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ
ଭୁବନେଶ୍ୱର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ପାଇଁ ଓଡିଶାରୁ ଖାଲି ହେଉଥିବା ୪ ଆସନ ପାଇଁ ଆଜି ନାମାଙ୍କନ ଭରିବେ ୫ ପ୍ରାର୍ଥୀ । ପ୍ରଥମ ଓ ଦ୍ଵିତୀୟ ଆସନ ପାଇଁ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ତୃତୀୟ ଆସନ ପାଇଁ ବିଜେଡିର ସଂତୃପ୍ତ ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ତେବେ ଚତୁର୍ଥ ଆସନ ପାଇଁ ଡାକ୍ତର ଦତ୍ତେଶ୍ଵର ହୋତା ଓ ଦିଲ୍ଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି । ଚତୁର୍ଥ ଆସନରେ ବିଜେଡି କମନ୍ କ୍ୟାଣ୍ଡେଟ୍ ଭାବେ ଦତ୍ତ୍ବେଶ୍ବର ହୋତାଙ୍କ ନାଁ ଘୋଷଣା କରିଥିବାବେଳେ ସମର୍ଥନ ଘୋଷଣା କରିଛି କଂଗ୍ରେସ। ଅନ୍ୟପଟେ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ କରିଛି ବିଜେପି ।

ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ
ଭୁବନେଶ୍ବର: ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ । ଏ ନେଇ ୩ ଡିସେମ୍ବରରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଡିସେମ୍ବର ୧୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି। ୧୧ରେ ଯାଞ୍ଚ ଓ  ୧୩ରେ ପାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।

[wp-embedder-pack width=”100%” height=”400px” download=”all” download-text=”” attachment_id=”140095″ /]

ବିଜ୍ଞପ୍ତି ଅନୁଯାୟୀ, ୪ ରାଜ୍ୟରେ ୬ ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି । ସେହିପରି ଆନ୍ଧ୍ରପ୍ରଦେଶରୁ ୩ଟି, ପଶ୍ଚିମବଙ୍ଗ ଓ ହରିଆଣାରେ ଗୋଟିଏ ଲେଖାଏଁ ଖାଲି ପଡ଼ିଛି ଆସନ।

ଆଜି ୩ ରାଜ୍ୟର ୧୫ ରାଜ୍ୟସଭା ଆସନରେ ଭୋଟ
ନୂଆଦିଲ୍ଲୀ: ଖାଲି ପଡ଼ିଥିବା ରାଜ୍ୟସଭାର ମୋଟ ୫୬ ଆସନ ମଧ୍ୟରୁ ୪୧‌ଟି ଆସନରେ ପ୍ରାର୍ଥୀମାନେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇସାରିଛନ୍ତି। କଂଗ୍ରେସର ସୋନିଆ ଗାନ୍ଧୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ବହୁ ପ୍ରମୁଖ ନେତା ନିର୍ଦ୍ବନ୍ଦରେ ରଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏବେ ଅବଶିଷ୍ଟ ୧୫ ଆସନ ପାଇଁ ଆସନ୍ତାକାଲି ମତଦାନ କରାଯିବ। ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଏବଂ କର୍ଣ୍ଣାଟକ ଆଦି ତିନି ରାଜ୍ୟରେ ଏହି ୧୫ ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଉତ୍ତରପ୍ରଦେଶରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି।

ପ୍ରକୃତରେ ଉତ୍ତରପ୍ରଦେଶର ୧୦ ଆସନ ପାଇଁ ଏହି ଦୁଇ ଦଳ ନିକଟରେ ଯେତିକି ବିଧାୟକଙ୍କ ସଂଖ୍ୟା ରହିଛି, ତଦ୍ବାରା ବିଜେପି ୭ ଏବଂ ସମାଜବାଦୀ ପାର୍ଟି ୩ ସାଂସଦଙ୍କୁ ବିନା ପ୍ରତିଦ୍ବନ୍ଦ୍ବିତାରେ ରାଜ୍ୟସଭାକୁ ପଠାଇ ପାରିଥାଆନ୍ତେ। ଉତ୍ତରପ୍ରଦେଶ ବିଧାନସଭାର ମୋଟ ବିଧାୟକଙ୍କ ସଂଖ୍ୟା ୪୦୩ ରହିଥିବା ବେଳେ ବିଜେପି ନିକଟରେ ୨୫୨ ଏବଂ ସମାଜବାଦୀ ପାର୍ଟି ବିଧାୟକଙ୍କ ସଂଖ୍ୟା ୧୦୮ ରହିଛି। ହେଲେ ବିଜେପି ପକ୍ଷରୁ ସଞ୍ଜୟ ସେଠଙ୍କୁ ଛିଡା କରାଯାଇଥିବାରୁ ଏହି ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ ବୋଲି କୁହାଯାଉଛି।

ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ, ୮ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ ହେବ । ଏଥିପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଓଡ଼ିଶାରେ ଖାଲି ହେଉଥିବା ୩ଟି ଆସନ ଲାଗି ନିର୍ବାଚନ ହେବ । ବିଜେପି ନେତା ଅଶ୍ୱିନୀ ବୈଷ୍ଣବ, ବିଜେଡି ନେତା ପ୍ରଶାନ୍ତ ନନ୍ଦ ଏବଂ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେବାକୁ ଯାଉଛି । ରାଜ୍ୟସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ।

[wp-embedder-pack width=”100%” height=”400px” download=”all” download-text=”” attachment_id=”113243″ /]

ଫେବ୍ରୁଆରୀ ୧୫ରେ ନାମାଙ୍କନ ଦାଖଲର ଶେଷ ତାରିଖ, ୧୬ରେ ଯାଞ୍ଚ ଏବଂ ୨୦ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ଏଥିସହ ମୋଟ ୧୫ ରାଜ୍ୟରେ ୫୬ଟି ଆସନ ଲାଗି ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ବିଜେଡିର ୪ ପ୍ରାର୍ଥୀ
ଭୁବନେଶ୍ୱର: ବିଜେଡି ପକ୍ଷରୁ ମନୋନୀତ ହୋଇଥିବା ୪ ଜଣ ରାଜ୍ୟସଭା ପ୍ରାର୍ଥୀ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଜେଡି ସାଂସଦ ପ୍ରାର୍ଥୀ ସୁଲତା ଦେଓ, ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଲାଗି ଗତ ୨୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଇ ୩୧ ତାରିଖ ଏହାର ଶେଷ ତାରିଖ ରହିଛି। ସେହିପରି ଅନ୍ୟ ଗୋଟିଏ ଆସନ ପାଇଁ ହେବାକୁଥିବା ଉପନିର୍ବାଚନ ଲାଗି ଜୁନ୍‍ ୨ ତାରିଖ ନାମାଙ୍କନ ଶେଷ ତାରିଖ ରହିଛି। ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ହୋଇଥିବା ରାଜ୍ୟସଭା ଆସନର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପଶ୍ଚିମ ଓଡ଼ିଶାର ଆଦିବାସୀ ନେତା ନିରଞ୍ଜନ ବିଶି । ତେବେ ବିଜେଡି ପକ୍ଷରୁ ଘୋଷିତ ସମସ୍ତ ୪ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ତେବେ ଉପରୋକ୍ତ ୪ ଆସନରେ ବିଜୟ ଲାଭ କରିବା ପାଇଁ ଆବଶ୍ୟକୀୟ ସଂଖ୍ୟା ଶାସକ ଦଳ ବିଜେଡି ପାଖରେ ଥିବାରୁ ନିର୍ବାଚନ ଅନୁଷ୍ଠିତ ହେବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି କୁହାଯାଉଛି।