Tomato Flu - The Sakala
ଚିନ୍ତା ବଢ଼ାଉଛି ମଙ୍କିପକ୍ସ, ସ୍କ୍ରବ୍‌ ଥାଇପସ୍‌ ଓ ଟମାଟୋ ଫ୍ଲୁ
ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଆସିଥିଲା ବେଳେ ଏବେ ମଧ୍ୟ ଏହାର ପ୍ରାଦୁର୍ଭାବ ଅନେକ ରାଷ୍ଟ୍ରରେ ଜାରି ରହିଛି। ଚୀନ୍‌, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ରମାନଙ୍କରେ ଏବେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। କିନ୍ତୁ ଏହା ମଧ୍ୟରେ ଆଉ କିଛି ଭୂତାଣୁକୁ ନେଇ ବିଶ୍ବର ବିଭିନ୍ନ ଭାଗରେ ଚିନ୍ତା ଦ୍ବିଗୁଣିତ ହୋଇଛି।
ମଙ୍କିପକ୍ସ, ସ୍କ୍ରବ୍‌ ଥାଇପସ୍‌ ଏବଂ ଟୋମାଟୋ ଫିଭର ଭଳି ଜ୍ବର ଭାରତ ସମେତ ଅନେକ ରାଷ୍ଟ୍ରରେ ସମସ୍ୟା ବଢାଇବାରେ ଲାଗିଛି। ମଙ୍କିପକ୍ସ ବର୍ତ୍ତମାନ ୧୧ ଟି ରାଷ୍ଟ୍ରରେ ସଂକ୍ରମଣ ବଢାଇଥିବା ବେଳେ ଟୋମାଟୋ ଫିଭର ଏବଂ ସ୍କ୍ରବ ଥାଇପସ୍‌ ଏବେ ଭାରତରେ ଚିନ୍ତାର କାରଣ ହୋଇଛି। କେରଳରେ ଏବେ ଛୋଟ ପିଲାଙ୍କ ନିକଟରେ ଟୋମାଟୋ ଫିଭର ଦେଖାଯାଇଛି। ଏହି ଭୂତାଣୁ ଦ୍ବାରା ବର୍ତ୍ତମାନ ସୁଦ୍ଧା ୮୦ ରୁ ଅଧିକ ୫ ବର୍ଷରୁ କମ୍‌ ବୟସ୍କ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ଦ୍ବାରା ଜ୍ବର ଏବଂ ପ୍ରବଳ ମୁଣ୍ଡ ବିନ୍ଧା ହୋଇଥାଏ। ବେଳେ ବେଳେ ଜ୍ବର ମଧ୍ୟ ଜଣାପଡ଼ି ନଥାଏ। ତେବେ ଶିଶଙ୍କୁ ଏହି ଭୂତାଣୁ ସର୍ବାଧିକ ଆକ୍ରନ୍ତ କରୁଥିବାରୁ ଏହା ଚିନ୍ତାଜନକ ହୋଇପଡ଼ିଛି। ସେହିପରି ପଶ୍ଚିମବଙ୍ଗରେ ସ୍କ୍ରବ ଥାଇପସ୍‌ ରୋଗ କେତେକ ଜିଲ୍ଲାରେ ଚିନ୍ତା ବଢାଇଛି। ଭାରତରେ ଏବେ ମଙ୍କିପକ୍ସରେ କେହି ଆକ୍ରାନ୍ତ ହେବା ଜଣାପଡ଼ି ନଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୦ ଟି ରାଷ୍ଟ୍ରରେ ୨୦୦ଟି ମାମଲା ଚିହ୍ନଟ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।
ଇରାକରେ ବଢୁଛି ସିସିଏଚଏଫ ଜ୍ବର, ୧୯ ଜଣଙ୍କ ମୃତ୍ୟୁ
ପଶୁଙ୍କ ଠାରୁ ମଣିଷକୁ ସଂକ୍ରମିତ ହେଉଥିବା ‘ କ୍ରମିଆନ-କଙ୍ଗୋ ହାମୋରେଜିକ୍‌ ଫିଭର’(ସିସିଏଚଏଫ) ଏବେ ଇରାକରେ ବ୍ୟାପିବାରେ ଲାଗିଛି। ଏହି ଜ୍ବର ହେବାରେ କିଛି ଦିନ ପରେ ନାକରୁ ଭୀଷଣ ରକ୍ତ ବାହାରି ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ପ୍ରାରମ୍ଭରୁ ଇରାକରେ ଏଭଳି ଜ୍ବର ଦେଖାଯାଇଥିଲା ବେଳେ ଏବେ ଏହା ଇରାକରେ ବିଭିନ୍ନ ସହରରେ ଦେଖାଯାଇଛି।
ବର୍ତ୍ତମାନ ସୁଦ୍ଧା ଏହି ଜ୍ବରରେ ୧୯ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ‘ହୁ’ ସୂଚନା ଅନୁସାରେ ଏହା ଏକ ଭୂତାଣୁଜନିତ ରୋଗ ଏବଂ ଏପର୍ଯ୍ୟନ୍ତ ଏହି ଭୂତାଣୁ ପାଇଁ ଟିକା ପ୍ରସ୍ତୁତ ହୋଇପାରି ନାହିଁ। ଇରାକ୍‌ରେ ପ୍ରଥମେ ଗାଇକୁ କୀଟନାଶକ ସିଞ୍ଚନ କରିବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ। ଏହି ଘଟଣା ପରେ ଇରାକର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀମାନେ ସୁରକ୍ଷା ପୋଷାକ ପିନ୍ଧି କାମ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ଶୀଘ୍ର ବ୍ୟାପୁଥିବା ସେଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।
କିଛିଦିନ ହେବ ଟମାଟୋ ଫ୍ଲୁ ନାମକ ଏକ ନୂଆ ସଂକ୍ରମଣର ଖବର ଶୁଣିବାକୁ ମିଳୁଛି। ଏଥିରେ ୫ବର୍ଷ ବୟସ କିମ୍ବା ତା’ଠାରୁ କମ୍‌ ବୟସର ଶିଶୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏହାର ସଠିକ୍‌ କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ, ଏହାର ସ୍ଥାୟୀ ଓ ସମ୍ପୂର୍ଣ୍ଣ ଚିକିତ୍ସା କରା ନହେଲେ ଏହି ସଂକ୍ରମଣ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବ। ‘ଟମାଟୋ ଫ୍ଲୁ’କୁ ‘ଟମାଟୋ ଫିଭର୍‌’ ନାମରେ ମଧ୍ୟ ଜଣାଯାଉଛି।
ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କ ଶରୀରରେ ଲାଲ୍‌ ଦାଗ ଦେଖାଯିବା, ତ୍ବଚା କୁଣ୍ଡେଇ ହେବା, ଡିହାଇଡ୍ରେସନ୍, ଥକ୍କା ଲାଗିବା, ଆଣ୍ଠୁଗଣ୍ଠି ଓ ଶରୀରରେ ଦରଜ ଅନୁଭୂତ ହେବା, ଜ୍ବର ହେବା, ପେଟ କାଟିବା, ବାନ୍ତି ହେବା, ସର୍ଦ୍ଦି ଓ କାଶ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିଲେ ମଧ୍ୟ କିଛି ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି, ଯାହାଦ୍ବାରା ଶିଶୁଙ୍କୁ ସ୍ବଳ୍ପମାତ୍ରାରେ ଆରାମ୍‌ ମିଳିପାରିବ।
ଶିଶୁଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ଦିଅନ୍ତୁ ଏବଂ ଧ୍ୟାନ ରଖନ୍ତୁ ପାଣି ଓ ଗ୍ଲାସ୍‌ ସ୍ବଚ୍ଛ ହୋଇଥିବା ଆବଶ୍ୟକ।
ସଂକ୍ରମଣ ଯୋଗୁଁ ଶରୀରରେ ସୃଷ୍ଟି ହୋଇଥିବା ଲାଲ୍‌ ଦାଗଗୁଡ଼ିକୁ ଉଷୁମ ପାଣିରେ ସଫା କରନ୍ତୁ।
ତ୍ବଚା ଅତ୍ୟଧିକ କୁଣ୍ଡେଇ ହେଉଥିଲେ ମଧ୍ୟ ପିଲାଙ୍କୁ ସେଥିରେ ନଖ ମାରିବା କିମ୍ବା କୁଣ୍ଡାଇବାକୁ ଦିଅନ୍ତୁ ନାହିଁ।
ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ରୋଗୀଠାରୁ ଅନ୍ୟମାନେ ଦୂରତା ବଜାୟ ରଖନ୍ତୁ।
ରୋଗୀ ବ୍ୟବହାର କରୁଥିବା ଚାଦରକୁ ଗରମ ପାଣିରେ ସଫା କରନ୍ତୁ ଓ ତକିଆକୁ ସାନିଟାଇଜ୍ କରନ୍ତୁ।
ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଓ ଔଷଧ ଦିଅନ୍ତୁ।
ଓଡ଼ିଶାରୁ ୨୬ ଟମାଟୋ ଫ୍ଲୁ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ହ୍ୟାଣ୍ଡ -ଫୁଟ- ଆଣ୍ଡ- ମାଉଥ ଡିଜିଜର ୨୬ ରୋଗୀ ଓଡ଼ିଶାରେ ଚିହ୍ନଟ ହୋଇନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।  ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନ କହି HFMD କହିବା ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି। ୩୬ ସନ୍ଦିଗ୍ଧ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ଜଣ ଓ କଟକରୁ ୨ ଜଣ ଅଛନ୍ତି। ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର। ସମସ୍ତେ ଭଲ ଅଛନ୍ତି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ ନଜର ରଖିଛନ୍ତି। ପଜିଟିଭ ନମୁନାଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି। କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଥିଲା।
ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ପିଲାର ହାଇଡ୍ରେସନ ମେଣ୍ଟେନ ରଖିବା । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହି ରୋଗ ପୂର୍ବରୁ ଥିଲା। ରୋଗୀକୁ ଆଇସଲେସନରେ ରଖିଲେ ଜଣଙ୍କ ମଧ୍ୟରେ ସୀମିତ ରହିବ । ୩ ରୁ୭  ଦିନରେ ଭଲ ହୋଇପାରୁଛି ଏ ରୋଗ । ତେଣୁ ଏହାକୁ ନେଇ ଡରିବାର ନାହିଁ । ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ । ଯେହେତୁ ରାଜ୍ୟରେ ଏଭଳି ରୋଗୀ ଚିହ୍ନଟ ହେଲେଣି ଆମେ ସତର୍କ ରହିବା ବୋଲି ରାଜ୍ଯ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।
କେରଳରେ ‘ଟମାଟୋ ଫ୍ଲୁ’: ୮୦ରୁ ଊର୍ଦ୍ଧ୍ବ ଶିଶୁ ଆକ୍ରାନ୍ତ
ତିରୁଅନନ୍ତପୁରମ : କରୋନା ପରେ କେରଳରେ ଟମାଟୋ ଫ୍ଲୁର ଆତଙ୍କ ଦେଖାଦେଇଛି।  କେରଳର ବହୁ ଜିଲ୍ଲାରେ ଏହି ରୋଗ ବ୍ୟାପିବାରେ ଲାଗିଛି। ବୁଧବାର ରାତି ସୁଦ୍ଧା ବୟସ ୫ ବର୍ଷରୁ କମ୍‌ ବୟସର ୮୦ରୁ ଊର୍ଦ୍ଧ୍ବ ଶିଶୁ ଏଥିରେ ସଂକ୍ରମିତ ହେଲେଣି। ଏହା ଜଣାପଡିବା ପରେ ମେଡିକାଲ ଟିମ୍‌କୁ ଉକ୍ତ ଅଞ୍ଚଳକୁ ପଠାଯାଇଛି। ସେମାନେ ନମୁନା ସଂଗ୍ରହ କରି ପରୀକ୍ଷଣ ଜାରି ରଖିଛନ୍ତି। ଏହାର ଯାଞ୍ଚ ଏବଂ ଚିକିତ୍ସା ଲାଗି ୨୪ ସଦସ୍ୟ ବିଶିଷ୍ଟ ଟିମ୍‌ ଗଠନ କରାଯାଇଛି। ଟମାଟୋ ଫ୍ଲୁ ହେଉଛି ଏକ ପ୍ରକାର ଜ୍ବାର ଯାହା ପାଞ୍ଚ ବର୍ଷରୁ କମ ଶିଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ଏଥିରେ ସଂକ୍ରମିତ ଶିଶୁଙ୍କ ହାତ ଏବଂ ଗୋଡରେ ଲାଲ ଚିହ୍ନ ଦେଖା ଦେବା ସହିତ ଶରୀର କୁଣ୍ଡେଇ ହୋଇ ଥଣ୍ଡାକାଶ, ଡାଇରିଏ ଲାଗି ରହିଥାଏ। ନାଲି ଭଳି ଫୁଲି ଯାଉଥଇବାରୁ ଏହାକୁ ଟମାଟୋ ଫ୍ଲୁ କୁହାଯାଉଛି।