school - The Sakala
ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP ଜାରି
ଭୁବନେଶ୍ୱର: ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP ଜାରି ହୋଇଛି। ଛୁଟି ଭିତରେ ସମସ୍ତଙ୍କୁ ଡ୍ରେସ ଯୋଗାଇ ଦିଆଯିବ। ୧୦ ତାରିଖ ଭିତରେ ଶ୍ରେଣୀ ବର୍ଗ ହିସାବରେ ନିର୍ଦ୍ଧାରଣ କରାଯିବା ସହ ୧୨ ତାରିଖ ସୁଦ୍ଧା ଏଜେନ୍ସୀ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ତେବେ କେବେ ସ୍କୁଲ ଛୁଟି ହେବ କିଛି ନିଷ୍ପତ୍ତି ହୋଇନି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସମୟ ଦେଖି ସଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ଏଥରକ ଖରା ଛୁଟି ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବା ନେଇ ପୂର୍ବରୁ ଗଣଶିକ୍ଷା ବିଭାଗ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଥିଲା । ଉକ୍ତ ନିର୍ଦ୍ଦେଶକୁ ପାଳନ କରିବା ସହ ତୁରନ୍ତ ଜିଲ୍ଲାସ୍ତରୀୟ କମିଟି ୟୁନିଫର୍ମ ବଣ୍ଟନ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ସ୍କୁଲ୍‌ରେ ପିଲା ସପ୍ତାହେ ଅନୁପସ୍ଥିତ ରହିଲେ ଘରକୁ ଯିବେ ଶିକ୍ଷକ, ଡିଇଓ ଓ ବିଇଓଙ୍କୁ ଗଣଶିକ୍ଷା ବିଭାଗର ଚିଠି
ଭୁବନେଶ୍ୱର: ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ଶିକ୍ଷକ । ସପ୍ତାହେ ପିଲା ସ୍କୁଲ୍‌କୁ ନଆସିଲେ ଘରକୁ ଯାଇ କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ୍ କର୍ତ୍ତୃପକ୍ଷ । ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଲା ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ । ବିଶେଷ କରି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ବଢୁଥିବା 'ଡ୍ରପ୍‌ଆଉଟ୍‌' ହାରକୁ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।
ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ଅଆସନ୍ତି, ତେବେ ଘରକୁ ସ୍କୁଲ କର୍ତ୍ତୃପକ୍ଷ ଯିବେ । କାହିଁକି ସ୍କୁଲ ଆସୁନାହିଁ ପିଲା ? ସ୍କୁଲକୁ ଆସିବାରେ ଅସୁବିଧା କଣ ରହିଛି ? ଏହି ସମସ୍ତ ତଥ୍ୟ ସଂଗ୍ରହ କରିବେ। ବାପା-ପାଆଙ୍କ ସହିତ ଆଲୋଚନା କରିବେ । ପିଲାକୁ ପୁଣି ସ୍କୁଲକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ । ଏହା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାର୍ଯ୍ୟକାରୀ ବାଧ୍ୟତାମୂଳକ ବୋଲି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି। ସରକାରଙ୍କ ଏହି ପ୍ରୟାସ ଦ୍ୱାରା ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେବ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଶିକ୍ଷକମାନେ ନିକଟରୁ ବୁଝିପାରିବେ । ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ପ୍ରତ୍ୟେକ ଶିଶୁକୁ ଶିକ୍ଷାର ଅଧିକାର ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି, ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ...
ଭୁବନେଶ୍ବର: ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି। ନଭେମ୍ବର ୭ ତାରିଖ ସମସ୍ତ ସ୍କୁଲ ଓ କଲେଜରେ 'ରାଷ୍ଟ୍ରୀୟ ଗୀତ' ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏ ନେଇ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଗୋଟିଏ ଦିନ ଦେଶ ପାଇଁ ପୁଣି ଏକ ହେବ ଓଡ଼ିଶା। ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ।
ରାଜ୍ୟରେ ବନ୍ଦ ହେବ ୫୬୩୦ ସ୍କୁଲ୍‌ ! , ପଶ୍ଚିମ ଓଡ଼ିଶାରୁ ୧୮୨୬; ନୂଆପଡ଼ାରେ ୧୫୬...
ଭୁବନେଶ୍ୱର: ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବେ ରାଜ୍ୟ ସରକାର। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ସର୍ଭେ ମଧ୍ୟ ସରିଛି। ରାଜ୍ୟସାରା ପ୍ରାୟ ୫୬୩୦ ବିଦ୍ୟାଳୟକୁ ବନ୍ଦ  ପାଇଁସର୍ଭେ କରାଯାଇଥିବା ବେଳେ କେବଳ ପଶ୍ଚିମ ଓଡ଼ିଶାର ୧୮୨୬ ବିଦ୍ୟାଳୟ ବନ୍ଦ  କରିବା ଲାଗି ଚିହ୍ନଟ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୯୭ଟି ବିଦ୍ୟାଳୟକୁ ବନ୍ଦ ବା ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ଜିଲ୍ଲା କମିଟି ସୁପାରିସ କରିଥିବା ବେଳେ ନୂଆପଡ଼ା ଜିଲ୍ଲାର ୧୫୬ଟି ବିଦ୍ୟାଳୟ ଏହି ତାଲିକାରେ ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଦ ସ୍କୁଲ୍‌ଗୁଡ଼ିକୁ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରକୁ ଆସିବା ପରେ ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ ବା ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ଗତ ମାର୍ଚ୍ଚ ମାସରେ ବିଜ୍ଞପ୍ତି ଜାରି ହୋଇଥିଲା। ସେହି ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ କମ୍‌ ପିଲା ଥିବା ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବା ସହ ନିକଟସ୍ଥ ବିଦ୍ୟାଳୟ ସହ ଦୂରତା ସମ୍ପର୍କରେ ସର୍ଭେ କରାଯାଇଥିଲା। ତଦନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୯୭ଟି ବିଦ୍ୟାଳୟ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ୨୭୩, ବଲାଙ୍ଗୀରରେ ୨୮୬, ବୌଦ୍ଧରେ ୧୪୫, ଝାରସୁଗୁଡ଼ାରେ ୧୦୭, ନୂଆପଡ଼ାରେ ୧୫୬, ସମ୍ୱଲପୁରରେ ୨୩୩, ସୋନପୁରରେ ୧୪୪ ଓ ଦେବଗଡ଼ରେ ୮୫ଟି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଚିହ୍ନଟ କରାଯାଇଛି। କିଛି ସ୍ଥାନରେ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଆସନ୍ତା ୩୧ ତାରିଖ ମଧ୍ୟରେ ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏନେଇ ଜିଲ୍ଲାପାଳ ବା ଡିଇଓଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି କୁହାଯାଇଛି। ବନ୍ଦ ହୋଇଥିବା ବିଦ୍ୟାଳୟ ଖୋଲିବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରକୁ ଆସିବା ପରେ ଦୋହରା ଆଭିମୁଖ୍ୟ ଆପଣାଇଛି। ଶିକ୍ଷାବିତ୍‌ ଓ ଅଭିଭାବକମାନେ ଏହାର ପ୍ରତିବାଦ କରିବା ସହ ସରକାରଙ୍କ ଏପରି ନିଷ୍ପତ୍ତି ଭାରି ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି।
ଭୁବନେଶ୍ବର: ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସ୍କୁଲ୍‌ ଛୁଟି ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ଏ  ନେଇ ସୂଚନା ଦେଇଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏସ୍‌ଓପି ବାହାରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ଅଧିକୃତ କରାଯାଇଛି। ଜିଲ୍ଲାପାଳ ଅନୁଭବ କଲେ ସ୍ବତନ୍ତ୍ର ନିଷ୍ପତ୍ତି ନେଇପାରିବେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ଦିନେ ଦୁଇ ଦିନରେ ଆଲୋଚନା ପରେ ଅଧିକ ନିର୍ଦ୍ଦେଶାବଳୀ ଜାରି ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଖବର ଅନୁଯାୟୀ, ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ଓ  ଆଗୁଆ ଖରା ଛୁଟି ପାଇଁ  ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ବୋଲି କହିଛନ୍ତି। ।
ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ରାଜ୍ୟର ସବୁ ସ୍କୁଲରେ ବାଜିବ ଜଳପାନ ବିରତି ଘଣ୍ଟି
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସହ୍ୟ ଖରା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ସ୍କୁଲରେ ବାଜିବ ୱାଟର ବେଲ୍ ବା ଜଳପାନ ବିରତି ଘଣ୍ଟି । ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଏହି ଜଳ ବିରତି ଘଣ୍ଟି ବାଜିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।
ତାପମାତ୍ରା ବୃଦ୍ଧି ପାଇଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡିହାଇଡ୍ରେସନ ଜନିତ ସମସ୍ୟା ଦେଖାଯାଇପାରେ । ଏହାକୁ ଦୃଷ୍ଟିରେ କରି ରାଜ୍ୟର ସମସ୍ତ ସ୍କୁଲରେ ‘ଜଳ ବିରତି ଘଣ୍ଟି’ ବଜାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲରେ ପାଠପଢା ବେଳେ ଦୈନିକ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି। ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ତଦାରଖ କରିବେ। ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
୭୧ ହଜାର ୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ସ୍କୁଲକୁ କରାଯିବ ପୁରସ୍କୃତ
ଭୁବନେଶ୍ୱର: ୨୦୨୩-୨୪ରେ ଶିକ୍ଷା ବିଭାଗକୁ ୨୨ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକି ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ରହିଛି । ଏନେଇ ଗଣଶିକ୍ଷା ବିଭାଗ ପ୍ରେସମିଟ୍‌ କରି ସୂଚନା ଦେଇଛି । ଗଣ ଶିକ୍ଷା ବିଭାଗରେ ୫୧ ହଜାର ୫୩୫ଟି ପଦବୀ ସୃଷ୍ଟି ହୋଇଛି । ୫ ଜିଲ୍ଲାର ୨୨୧ ବହୁଭାଷୀ ଶିକ୍ଷକଙ୍କ ଦରମା ୫ହଜାର ୩୭୯କୁ ବୃଦ୍ଧି ପାଇଛି । ୧୯୨୦ ପ୍ରଶିକ୍ଷକ ଓ ପ୍ରଶିକ୍ଷକାଙ୍କ ମାସିକ ପାରିତୋଷିକ ବଢ଼ାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ ଛାତ୍ରାବାସ ପ୍ରତିଷ୍ଠା ପାଇଁ ଅର୍ଥ ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ଦିଆଯାଇଛି।
୭୧ ହଜାର ୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ସ୍କୁଲକୁ ମଧ୍ୟ ପୁରସ୍କୃତ କରାଯିବ । ଗ୍ରାମ ପଞ୍ଚାୟତ, ଏସଏଚଜିଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ଦିଆଯିବ ସାଢ଼େ ୩ ହଜାର ଟଙ୍କା । ସ୍କୁଲ ୟୁନିଫର୍ମ ପାଇଁ ୬୦୦ ପରିବର୍ତ୍ତେ ଦିଆଯିବ ୧ ହଜାର ଟଙ୍କା । ଶିଶୁଲେଖା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ନୋଟବୁକ୍ ସହ ଡାଏରୀ ଦିଆଯିବା ସହ ନବନିଯୁକ୍ତ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ରାଜ୍ୟରେ ଖୋଲିଲା ସ୍କୁଲ୍: ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ ଅଫ୍‌ଲାଇନ ପାଠପଢ଼ା
ଭୁବନେଶ୍ୱର: ଆଜିଠାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶ୍ରେଣୀଗୃହରେ ପାଠପଢ଼଼ିବା ଆରମ୍ଭ ହୋଇଛି। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ୍‍, କଲେଜ୍‍ ଖୋଲିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ୨ବର୍ଷ ପରେ ଶ୍ରେଣୀ ପାଠପଢ଼଼ା ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଅଷ୍ଟମରୁ ତଦୁର୍ଦ୍ଧ ସମସ୍ତ ଶ୍ରେଣୀର ପିଲାଙ୍କ ଫିଜିକାଲ୍‍ ପାଠପଢ଼଼ା ଆରମ୍ଭ ହେବା ସହିତ ଉଚ୍ଚଶିକ୍ଷା ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରଙ୍କ ମଧ୍ୟ ଅଫ୍‍ଲାଇନ୍‍ ପାଠପଢ଼଼ା ଆରମ୍ଭ ହେବ।
ସେହିପରି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଅଧୀନସ୍ଥ ସମସ୍ତ ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଅଫ୍‍ଲାଇନ୍‍ ପାଠପଢ଼଼ା ହେବା ସହିତ ଶିକ୍ଷାନୁଷ୍ଠାନରେ ସମସ୍ତ ହଷ୍ଟେଲ ମଧ୍ୟ ଆଜିଠାରୁ ଖୋଲିଛି। ସ୍କୁଲ ଓ ଜୁନିୟର କଲେଜରେ ପାଠପଢ଼଼ା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ତେବେ ସମସ୍ତ ପିଲାଙ୍କ ଲାଗି ଶିକ୍ଷାନୁଷ୍ଠାନ ଆସିବା ବାଧ୍ୟତାମୂଳକ ହେବନାହିଁ। ପୂର୍ବପରି ଅନଲାଇନ୍‍ ପାଠପଢ଼଼ା ମଧ୍ୟ ଜାରି ରହିବ। କରୋନା କଟକଣା ମାର୍ଗଦର୍ଶିକା ଅନୁଯାୟୀ ଶିକ୍ଷାନୁଷ୍ଠାନ ଚାଲିବାକୁ ଥିବାବେଳେ ଭିନ୍ନ ଭିନ୍ନ ବିଭାଗ ନିଜସ୍ୱ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କ ରିମେଡିଆଲ୍‍ କ୍ଲାସ ଓ ଡାଉଟକ୍ଲିୟରିଂ କ୍ଲାସ ଉପରେ ଗୁରୁତ୍ୱ ଦେବେ। ଆବଶ୍ୟକ ସ୍ଥଳେ ବ୍ରିଜ୍‍-କୋର୍ସ ଓ ସ୍ୱଳ୍ପ-ଅବଧି, ମଧ୍ୟମ-ଅବଧି ଆଦି ପାଠ୍ୟକ୍ରମ କରି ପିଲାଙ୍କର ପାଠ୍ୟଖସଡ଼ା ଶେଷ କରାଯିବ। ଏଥି ସହିତ ଶିକ୍ଷକମାନେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହିତ କାଉନସେଲିଂ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ରବିବାର ରାଜ୍ୟର ସମସ୍ତ ସ୍କୁଲ ଏବଂ ଜୁନିୟର କଲେଜର ଶ୍ରେଣୀ କକ୍ଷ ସମେତ ଛାତ୍ରବାସ ସାନିଟାଇଜ କରାଯାଇଛି। ସ୍କୁଲ ପରିସରରେ ଯେପରି ଅଜଥା ଭିଡ଼ ନହୁଏ ଏବଂ ଛାତ୍ରଛାତ୍ରୀମାଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହିବ ସେଥିଲାଗି ପ୍ରଧାନ ଶିକ୍ଷକ ଆଜି ସବୁ ଶ୍ରେଣୀର କ୍ଲାସ ଟିଚରଙ୍କ ସହ ଆଲୋଚନା କରିଛନ୍ତି।
ଅପରପେକ୍ଷ କରୋନା କିମ୍ବା ଓମିକ୍ରନର ଲକ୍ଷଣ ଥିଲେ ପିଲାଙ୍କୁ ନ ଛାଡିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ଡ. ମହାପାତ୍ର କହିଛନ୍ତି ଯେ, ସ୍କୁଲ କଲେଜରେ ସର୍ଭେଲାନ୍ସ ଜାରି ରହିବ। ଗାଁରେ ଆଶାକର୍ମୀ କାମ କରୁଛନ୍ତି। ଆରଆରଟି ଟିମ୍‍ ବି ରହିଛି। କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ। ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟକ ର ହୋଇଥିବାରୁ ଅଭିଭାବକମାନଙ୍କ ଦାୟିତ୍ୱ ରହିବ। ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ଅଭିଭାବକଙ୍କୁ ଅପିଲ୍‍ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଶିକ୍ଷକମାନଙ୍କୁ ମଧ୍ୟ ସାମାଜିକ ଦୂରତା ସହ ସଫା ସୁତୁରା ରଖି ଭେଣ୍ଟିଲେସନ ରୁମ୍‍ରେ କାର୍ଯ୍ୟ କରିବା ସହିତ କିଛି ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି। ଶ୍ରେଣୀଗୃହରେ ସମସ୍ତ ପ୍ରକାରର କୋଭିଡ କଟକଣା ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରି ପାଠ ପଢ଼ାଇବାକୁ ନେଇ ପରାମର୍ଶ ଦିଆଯାଇଛି। ସ୍କୁଲ ଓ କଲେଜରେ ପ୍ରତ୍ୟେକ ଦିନ କ୍ୟାମ୍ପସକୁ ସାନିଟାଇଜ କରାଯିବ। କରୋନା ଲକ୍ଷଣ ଦେଖାଯାଉଥିବା ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯିବାକୁ ନିର୍ଦ୍ଦେଶ ରହିଛି।
ଟ୍ରାକକୁ ଫେରିବ ଶିକ୍ଷା ବ୍ୟବସ୍ଥା: ଦୀପାବଳି ପରେ ଖୋଲିପାରେ ପ୍ରଥମରୁ- ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ୍
ଭୁବନେଶ୍ୱର: ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ପହିଲାରୁ ଖୋଲିବ ଯୁକ୍ତ ତିନି । ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀପାବଳି ପରେ ଏନେଇ ନିଷ୍ପତ୍ତି ନିଆଯିବ ।
ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି । ପ୍ରଥମରୁ ସପ୍ତମ ପର୍ଯ୍ଯନ୍ତ ସ୍କୁଲ ଖୋଲିବ । ପାର୍ବଣ ଋତୁ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । ଏବେ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ଯନ୍ତ ସ୍କୁଲ୍ ଖୋଲିଛି । ପ୍ରାୟ ୨ ବର୍ଷ ଧରି ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିବାରୁ ଏବେ ସ୍କୁଲ ଖୋଲିବାର ଆବଶ୍ୟକତା ରହିଛି । କିନ୍ତୁ ସରକାର ସବୁ ସମୟରେ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଦଶହରା ପରେ ସଂକ୍ରମଣ ବଢୁଥିବାରୁ ସରକାର ଟେଷ୍ଟିଂ ହାର୍ ମଧ୍ୟ ବଢ଼ାଇଛନ୍ତି । ଦୀପାବଳି ପରେ ସ୍ଥିତିକୁ ବିଚାର କରି ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ୍ ଖୋଲିବା ନେଇ ବିଚାରବିମର୍ଶ କରିବେ । ତୃତୀୟ ଲହର ଆସିବାର ମଧ୍ୟ ସମ୍ଭାବନା କମ୍ ରହିଛି । ତେଣୁ ସ୍ଥିତିକୁ ଦେଖି ସରକାର ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଆସନ୍ତା ନଭେମ୍ବର ପହିଲାରୁ ଯୁକ୍ତ ତିନି ଏବଂ ୧୫ ତାରିଖରୁ ଆରମ୍ଭ ହେବ ପ୍ରଥମ ବର୍ଷ ପିଜି ପାଠପଢ଼ା । କୋଭିଡ୍ ନିୟମର ଅନୁପାଳନରେ ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିୟମିତ ମାସ୍କ ପିନ୍ଧିବା ସହ ଶ୍ରେଣୀ ଗୃହରେ ସାମାଜିକ ଦୂରତା ଅବଲମ୍ବନ ବାଧ୍ୟତାମୂଳକ ରହିବ । ହାତ ସାନିଟାଇଜ୍ ବାଧ୍ୟତାମୂଳକ କରାଯିବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଛେପ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସ୍ନାତକ ଓ ସ୍ନାତକୋତ୍ତର ପାଠ ସହ ହଷ୍ଟେଲ ଖୋଲିବାକୁ ମଧ୍ୟ ଗ୍ରୀନ୍ ସିଗନାଲ ମିଳିଛି । ସବୁ କଲେଜରେ ସ୍ୱତନ୍ତ୍ର ଆଇସୋଲେସନ୍ ରୁମ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
କରୋନା ସ୍ଥିତି ଓ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ବିଭିନ୍ନ ସମୟରେ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ସ୍ଥିତିରେ ସୁଧାର ଆସିଲେ, ଟ୍ରାକକୁ ଫେରି ପାରେ ଶିକ୍ଷା ବ୍ୟବସ୍ଥା । ଯଦିଓ ମହାମାରୀ ସଂକଟରେ ଅନଲାଇନ୍ କ୍ଲାସ୍ ବ୍ୟବସ୍ଥା ହୋଇଛି । ମାତ୍ର ନେଟୱାର୍କ ସମସ୍ୟା ଓ କିଛି ଛାତ୍ରଙ୍କ ମୋବାଇଲ ନଥିବାରୁ ଶତପ୍ରତିଶତ ସଫଳ ହୋଇପାରିନି ।
ଦେଢ଼ ବର୍ଷ ପରେ ଅଫ୍‌ଲାଇନ୍ ପାଠପଢ଼ା, ସ୍କୁଲ ଗଲେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ
ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଜିଠୁ ଅଷ୍ଟମ ଶ୍ରେଣୀ ଖୋଲିଛି। ଦୀର୍ଘ ଦେଢ଼ ବର୍ଷ ପରେ ପିଲାମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାମ୍ନାରେ ଦେଖିବେ। ଏଥିପାଇଁ ପିଲାଙ୍କ ମନରେ ଉତ୍ସାହ। ସେପଟେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବାକୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଧ୍ୟ ପୂରା ପ୍ରସ୍ତୁତ । ସବୁ କ୍ଲାସ୍ ଭଳି ଅଷ୍ଟମ ଶ୍ରେଣୀର ପିଲାମାନେ ମଧ୍ୟ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲକୁ ଆସିବେ ।
ପ୍ରବେଶ ପଥରେ ଶିକ୍ଷକମାନେ ପିଲାଙ୍କୁ ସାମାଜିତ ଦୂରତା ରକ୍ଷା କରି ଅନୁମତି ପତ୍ର ଦେଖିବା ପରେ ଭିତରକୁ ଛାଡ଼ିବେ । ଶ୍ରେଣୀଗୃହରେ ପରୀକ୍ଷା ଭଳି ନିର୍ଦ୍ଦିଷ୍ଟ ସ୍ଥାନରେ ପିଲାମାନେ ବେଞ୍ଚରେ ବସିବେ । ସେମାନଙ୍କୁ କରୋନା ନିୟମ ମାନିବାକୁ ସଚେତନ କରାଯିବ। ଆଜିଠୁ ପାଠପଢ଼ା ଆରମ୍ଭ ହେବନି। ପ୍ରଥମ ଦୁଇଦିନ (ସୋମବାର ଓ ମଙ୍ଗଳବାର ) ହସଖୁସି ଚାଲିବ। ପିଲାମାନେ ଅଧିକ ଦିନ ଘରେ ରହିଯାଇଥିବାରୁ ସେମାନଙ୍କୁ ପୁଣି ସ୍କୁଲ ପରିବେଶ ସହ ଖାପଖୁଆଇବା ପାଇଁ ପ୍ରଥମ ଦୁଇଦିନ ଆଲୋଚନା, ଭଳି ପ୍ରତିଯୋଗିତା, ସଂଗୀତଗାନ, ଚିତ୍ରାଙ୍କନ ଆଦି କରାଯିବ। ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଥିବା ଏହି ପିଲାମାନେ ସମ୍ପୂର୍ଣ୍ଣ ସ୍କୁଲ ବନ୍ଦ ଯୋଗୁଁ ସପ୍ତମ ଶ୍ରେଣୀରେ ଆଦୌ କିଛି ପଢ଼ିନାହାନ୍ତି। ବିନା ପାଠପଢ଼ାରେ ସପ୍ତମରୁ ଅଷ୍ଟମ ଶ୍ରେଣୀକୁ ଆସିଛନ୍ତି। ସେମାନେ ସପ୍ତମ ପାଠକୁ ନେଇ ପ୍ରଶିକ୍ଷଣସ୍ତରରେ  ମପାଯିବ। ଏଥିପାଇଁ ୨୭ ତାରିଖରେ ଓଡ଼ିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ପରୀକ୍ଷା କରାଯିବ । ସବୁ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ପରୀକ୍ଷା ଦେବେ । ଯେଉଁ ପିଲାମାନେ ସ୍କୁଲକୁ ଆସିବେନି ପ୍ରଧାନଶିକ୍ଷକ ସେମାନଙ୍କ ଘର ବା ଗାଁକୁ ପ୍ରଶ୍ନପତ୍ର ପଠାଇ ଆକଳନ କରାଇବେ।
ପିଲାଙ୍କ ଫଳକୁ ବିଶ୍ଳେଷଣ କରିବା ପରେ କେଉଁ ପିଲାଙ୍କୁ କେମିତି ପାଠପଢ଼ା ଯିବ ତାହା ଉପରେ ଧ୍ୟାନ ଦେଇ ଶିକ୍ଷକ କ୍ଲାସ୍ କରିବେ । ପ୍ରଥମେ ଯେଉଁ ବିଷୟଗୁଡ଼ିକ ଉଭୟ ସପ୍ତମ ଶ୍ରେଣୀ ଓ ଅଷ୍ଟମ ଶ୍ରେଣୀରେ ଅଛି, ସେଗୁଡ଼ିକୁ ଶିକ୍ଷକମାନେ ପଢ଼ାଇବେ। ଏହାଦ୍ଵାରା ପିଲାମାନେ ପାଠକୁ ଗ୍ରହଣ କରିବାରେ ସୁବିଧା ହେବ । ପ୍ରତ୍ୟେକ ଦିନ ପାଠପଢ଼ା ସରିବା ପରେ ୩୦ ମିନିଟର ଏକ ବୈଠକ ପ୍ରଧାନଶିକ୍ଷକ ଶିକ୍ଷକଙ୍କ ସହ କରି ପାଠପଢ଼ା ଅଗ୍ରଗତିର ସମିକ୍ଷା କରିବେ । ପରଦିନ ପାଇଁ ପାଠପଢ଼ାର ଯୋଜନା ପ୍ରସ୍ତୁତ କରିବେ । ପ୍ରତ୍ୟେକ ସପ୍ତାହରେ ଥରେ ଓ ମାସର ଶେଷଦିନ ସ୍କୁଲର ଶିକ୍ଷାଦାନ ଉପରେ ପ୍ରଧାନଶିକ୍ଷକ ବୈଠକ କରି ପାଠପଢ଼ା ଅଗ୍ରଗତିର ସମୀକ୍ଷା ମଧ୍ୟ କରିବେ ।
ପ୍ରଥମରୁ-ଅଷ୍ଟମ ଶ୍ରେଣୀ ଯାଏ ବିନା ପରୀକ୍ଷାରେ ପାସ ହେବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବିନା ପରୀକ୍ଷାରେ ପାସ ହେବେ ଛାତ୍ରଛାତ୍ରୀ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
କୋଭିଡ ମହାମାରୀ ପାଇଁ  ଚଳିତ ବର୍ଷ କୌଣସି କ୍ଲାସ ହୋଇ ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏପରିକି ଏପ୍ରିଲରେ ବି ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବନି। ପ୍ରଚଣ୍ଡ ଖରା ଓ କରୋନା ଯୋଗୁ ଜୁନରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ସମୀର ରଞ୍ଜନ ଦାଶ କହିଛନ୍ତି।
ଘରୋଇ ସ୍କୁଲ୍‌ରେ ପଢିବେ ଗରିବ ପିଲା : ସମସ୍ତ ପ୍ରାଇଭେଟ୍ ସ୍କୁଲରେ ସଂରକ୍ଷିତ ରହିବ ୨୫% ସିଟ୍‌
ଭୁବନେଶ୍ୱର : ଏଣିକି ଘରୋଇ ସ୍କୁଲଗୁଡ଼ିକରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ। ଏନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରତି ଘରୋଇ ବିଦ୍ୟାଳୟର ସିଓଆର ଯାଞ୍ଚ କଡ଼ାକଡ଼ି ସହିତ ସଂରକ୍ଷିତ ସିଟ୍‌ରେ  ନାମଲେଖା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ସ୍ତରରେ ଏହାର କଡ଼ାକଡ଼ି ପାଳନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛି।
ତେବେ ଛାତ୍ରଛାତ୍ରୀ ଚୟନ ଓ ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ନିର୍ଦ୍ଧାରିତ ତାରିଖ ସୂଚୀ ମଧ୍ୟ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ବିଦ୍ୟାଳୟଗୁଡ଼ିକ ଅନଲାଇନ ପୋର୍ଟାଲରେ ଫେବ୍ରୁଆରୀ ୨୦ରୁ ୨୮ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଥିବା ବେଳେ ଛାତ୍ରଛାତ୍ରୀ ମାର୍ଚ୍ଚ ୧ରୁ ୧୫ ମଧ୍ୟରେ ପଞ୍ଜିକରଣ ହେବ। ମାର୍ଚ୍ଚ ୧୬ରୁ ୨୬ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଥମ ରାଉଣ୍ଡ କାଗଜପତ୍ର ଯାଞ୍ଚ କରାଯିବ। ମାର୍ଚ୍ଚ ୩୦ରେ ପ୍ରଥମ ପର୍ଯ୍ୟାୟ ଅନଲାଇନ ଲଟେରୀ ସହିତ ସ୍କୁଲ ଅଲଟମେଣ୍ଟ ପ୍ରକ୍ରିୟା ହେବ। ତେବେ ଅପ୍ରେଲ ୩ରୁ ୧୨ ତାରିଖ ମଧ୍ୟରେ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ନାମଲେଖା ଅନୁଷ୍ଠିତ ହେବ।
ସେହିପରି ଅପ୍ରେଲ ୧୫ରୁ ୨୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ହେବାକୁ ଥିବାବେଳେ ଅପ୍ରେଲ ୨୨ରୁ ୨୪ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରାଯିବ। ଅପ୍ରେଲ ୨୬ରେ ପ୍ରଥମ ରାଉଣ୍ଡ ଅନଲାଇନ ଲଟେରୀ ଓ ସ୍କୁଲ ଅାଲଟମେଣ୍ଟ ହେବା ସହିତ ଅପ୍ରେଲ ୨୭ରୁ ୩୦ ମଧ୍ୟରେ ସ୍କୁଲରେ ନାମଲେଖା ଅନୁଷ୍ଠିତ ହେବ।
ଶିକ୍ଷା ଅଧିକାର ଆଇନ-ଅନୁଯାୟୀ ଘରୋଇ ସ୍କୁଲଗୁଡ଼ିକରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବାର ପ୍ରାବଧାନ ରହିଛି। ମାତ୍ର ଘରୋଇ ବିଦ୍ୟାଳୟଗୁଡ଼ିକରେ ଏହି ନିୟମର ପାଳନ ହେଉନଥିବା ବାରମ୍ବାର ଅଭିଯୋଗ ହେଉଥିଲା। ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ rteparadarshi.odisha.gov.in ମଧ୍ୟ ଜାରି ହୋଇଛି। ଯେଉଁଥିରେ ଘରୋଇ ସ୍କୁଲଗୁଡ଼ିକର ସମସ୍ତ ତଥ୍ୟ ଉପଲବ୍ଧ ହେବ। ତେବେ ଏନେଇ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି।