New Income Tax Rule - The Sakala

୨୦ ଲକ୍ଷରୁ ଅଧିକ କାରବାର ପାଇଁ ପାନ୍-ଆଧାର ବାଧ୍ୟତାମୂଳକ
ନୂଆଦିଲ୍ଲୀ: ବ୍ୟାଙ୍କ କିମ୍ବା ଡାକଘରେ ଟଙ୍କା କାରବାରକୁ ନେଇ ସରକାର ଏକ ନୂତନ ଆୟକର ନିୟମ ଜାରି କରିଛନ୍ତି। ଏହି ନୂତନ ନିୟମ ଅନୁଯାୟୀ, ଏକ ଆର୍ଥିକବର୍ଷରେ ବ୍ୟାଙ୍କ କିମ୍ବା ଡାକଘରେ ୨୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ନଗଦ ଜମା ଓ ଅର୍ଥ ପ୍ରତ୍ୟାହାର ପାଇଁ ପାନ୍ ଏବଂ ଆଧାର ଆବଶ୍ୟକ ହେବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସିବିଡିଟି ଏହାର ୧୫ତମ ସଂଶୋଧନ ନିୟମ ୨୦୨୨ ଅଧୀନରେ ଏହି ନୂତନ ନିୟମ ପ୍ରସ୍ତୁତ କରିଛି। ଏହି ନୂତନ ନିୟମ ମେ’ ୨୬ରୁ ଲାଗୁ ହେବ। ନୂଆ ନିୟମାନୁଯାୟୀ, ଏଣିକି ଏକ ବ୍ୟାଙ୍କିଙ୍ଗ କମ୍ପାନୀ କିମ୍ବା କର୍ପୋରେଟ ବ୍ୟାଙ୍କ କିମ୍ବା କୌଣସି ଡାକ ଘରେ ଏକ କିମ୍ବା ଅକାଧିକ ଆକାଉଣ୍ଟରେ ୨୦ ଲକ୍ଷ ନଗଦ ଅର୍ଥ ଜମା କରୁଥିଲେ ଗ୍ରାହକଙ୍କୁ ପାନ୍ ଏବଂ ଆଧାରର ସମ୍ପୂର୍ଣ୍ଣ ବିବରଣୀ ଦେବା ବାଧ୍ୟତାମୂଳକ ହେବ। ଏକ ଆର୍ଥିକ ବର୍ଷରେ ଏକ ବ୍ୟାଙ୍କିଙ୍ଗ୍ କମ୍ପାନୀ କିମ୍ବା ଏକ ସମବାୟ ବ୍ୟାଙ୍କ କିମ୍ବା ଡାକଘରରୁ କୌଣସି ଏକ କିମ୍ବା ଅଧିକ ଆକାଉଣ୍ଟରୁ ୨୦ ଲକ୍ଷ ମୂଲ୍ୟର ନଗଦ ଟଙ୍କା ଉଠାଇବା ଉପରେ ଏହି ନିୟମ ଲାଗୁ ହେବ। ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଏକ ଆକାଉଣ୍ଟ୍ ଖୋଲିବା ପାଇଁ ଜଣଙ୍କୁ ତାଙ୍କ ପାନ୍ କାର୍ଡ ଦେଖାଇବାକୁ ପଡିବ। ପ୍ରଚଳିତ ବ୍ୟବସ୍ଥାରେ ବର୍ତ୍ତମାନ ଏକ ଚଳନ୍ତି ଖାତା ବା କରେଣ୍ଟ ଆକାଉଣ୍ଟ ଖୋଲିବା ପାଇଁ ଜଣଙ୍କୁ ପାନ୍ କାର୍ଡ ଦେଖାଇବାକୁ ପଡିବ। ସେହି ସମୟରେ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ପୂର୍ବରୁ ପାନ୍ ସହିତ ଲିଙ୍କ୍ ହୋଇଛି, କିନ୍ତୁ କାରବାର ସମୟରେ ସେମାନଙ୍କୁ ମଧ୍ୟ ଏହି ନିୟମ ଅନୁସରଣ କରିବାକୁ ପଡିବ।