Satkosia - The Sakala

ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର ମୃତଦେହ ଠାବ
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର ମୃତଦେହ ଠାବ ହୋଇଛି। ଜଗନ୍ନାଥପୁର ଗାଁ ନିକଟରେ ଏହି ଦୁଇ ହାତୀଙ୍କ ମୃତଦେହ ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତରେ ଉକ୍ତ ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ । ଖବର ପାଇ ସାତକୋଶିଆ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଠାବ ହୋଇଥିବା ହାତୀର ମୃତଦେହ ଚାରିଦିନ ପୂର୍ବର ବୋଲି ଜଣାପଡ଼ିଛି। ହାତୀର ମୃତଦେହ ପଚି ଶଢି ଯାଇଛି। ୪ ଦିନ ପୂର୍ବରୁ ହାତୀଙ୍କ ମୃତ୍ୟୁ ଘଟିଥିଲେ ବି ହାତୀ ମରିଥିବା ଖବର ବନ ବିଭାଗ ପାଖରେ ନାହିଁ । ଯାହାକି ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସାତକୋଶିଆ ଓ ଏହାର ପରିସୀମା ଅଞ୍ଚଳରେ ବ୍ୟାପକ ବନ୍ୟଜନ୍ତୁ ଶିକାର: କେଜି ପିଛା ବିକ୍ରି ହେଉଛି ୪ଶହରୁ ୭ଶହ ଟଙ୍କା
ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟ ଏବଂ ଏହାର ପରିସୀମା ଅଞ୍ଚଳରେ ଥିବା ଅନୁଗୋଳ ଓ ଆଠମଲ୍ଲୀକ୍ ବନଖଣ୍ଡ ଜଙ୍ଗଲରେ ବ୍ୟାପକ ଭାବେ ବନ୍ୟଜନ୍ତୁ ଶିକାର ହେଉଛି। ପ୍ରତିଦିନ ଶିକାର କରାଯାଇ ମୃତ ଗୋଟା ଜନ୍ତୁକୁ ଅନୁଗୁଳ ଓ ଏହାର ଆଖପାଖ ସହରକୁ ଅଣାଯାଉଛି। ନିର୍ଦ୍ଧିଷ୍ଟ ଶିକାରୀ ମାନେ ଜଙ୍ଗଲରେ ଶିକାର କରୁଥିବା ବେଳେ କିଛି ବ୍ୟବସାୟୀ ଗୋଟା ଜନ୍ତୁକୁ ବିଭିନ୍ନ ଜାଗାକୁ ଚାଲାଣ କରୁଛନ୍ତି । ସହର ଓ ଆଖପାଖ ଛକ ଜାଗାରେ ମାଂସକୁ କଟାଯାଇ କିଲୋପ୍ରତି ୪ଶହରୁ ୭ଶହ ଟଙ୍କା ପର୍ଯ୍ଯନ୍ତ ବିକ୍ରି ହେଉଛି । ସବୁଠାରୁ କୁଟୁରା ଏବଂ ଗୁରାଣ୍ଡି ମାଂସ କିଲୋ ପ୍ରତି ୭ଶହ ଟଙ୍କା ଅଧିକା ଦାମ୍ ରେ ବିକ୍ରି ହେଉଛି । ବାରହା ମାଂସ ୪ଶହ ରୁ ୫ ଶହ ଏବଂ ସମ୍ବର ଓ ହରିଣ ମାଂସ ୫ଶହ ରୁ ୬ଶହ ଟଙ୍କାରେ କିଲୋ ବିକ୍ରି ହେଉଛି । ସବୁଠାରୁ ଆଶ୍ଚର୍ଯ୍ଯର କଥା ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳରେ ବିଭିନ୍ନ ଉପାୟରେ ଏକ ସ୍ବତନ୍ତ୍ର ଗୋଷ୍ଠୀ ଶିକାର କରୁଛନ୍ତି । ଶିକାରୀ ମାନଙ୍କ ଠାରୁ ଆଉ ଗୋଟେ ଗୋଷ୍ଠୀ ସିଧା ସିଧା କ୍ରୟକରି ଗୋଟା ଶିକାରକୁ ସହରକୁ ଆଣୁଛନ୍ତି । ସହରରେ ଏକ ସ୍ବତନ୍ତ୍ର ଗୋଷ୍ଠୀ ମଧ୍ୟମ ଗୋଷ୍ଠୀ ଠାରୁ ଗୋଟା ଜନ୍ତୁ କ୍ରୟ କରି ମାଂସ ବିଭିନ୍ନ ପରିଚିତ ଗୋଷ୍ଠୀକୁ ପ୍ରତିଦିନ ବିକ୍ରି କରୁଛନ୍ତି । ଅଭୟାରଣ୍ୟ ଓ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଠାରୁ , ଗୋଟା ଜନ୍ତୁ ଚାଲାଣ ହେବା ଏବଂ ସହରରେ ମାଂସ ବିକ୍ରି ହେବା ଯାଏ ବନ ବିଭାଗ ପାଖରେ କୌଣସି ସୁରାକ୍ ନାହିଁ । ପ୍ରତିଦିନ ବନ୍ୟଜନ୍ତୁ ଶିକାର ହେଉଥିବା ବେଳେ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। ବିଭିନ୍ନ ସମୟରେ ବନ ବିଭାଗକୁ ଶିକାର ସମ୍ବନ୍ଧୀୟ ସୂଚନା ଦିଆଯାଉଥିଲେ ମଧ୍ୟ ଘଟଣା ଗୁଡିକୁ ଜାଣିଶୁଣି ଚପାଇ ଦିଆଯାଉଅଛି। କେତେକ ଅସାଧୁ ବନ କର୍ମଚାରୀ ସୂଚନାଦାତାଙ୍କ ସଂମ୍ପର୍କରେ ଶିକାରୀ ମାନଙ୍କୁ ଜଣାଇବା ଦ୍ବାରା ସୂଚନାଦାତାଙ୍କୁ ଶିକାରୀ ମାନେ ଧମକଚମକ୍ ଦେଉଥିବା ଜଣାଯାଇଛି । ପରିସ୍ଥିତି ଏଭଳି ହୋଇଛି ସୂଚନାଦାତା ମାନେ ଆଉ ବନ ବିଭାଗକୁ ସୂଚନା ଦେବା ପାଇଁ ଆଦୌ ସୁରକ୍ଷିତ ମନେ କରୁନାହାଁନ୍ତି ।

ଅନ୍ୟପକ୍ଷରେ ବନ ବିଭାଗର ତୃଣମୂଳ କର୍ମଚାରୀ ଓ ଅସ୍ଥାୟୀ ୱାଚର୍ ମାନେ ବିଭିନ୍ନ କାର୍ଯ୍ଯରେ ବ୍ୟସ୍ତ ରହୁଥିବା ଏବଂ ଫଲସ୍ ବିଲ୍ ଭାଉଚର୍ ତିଆରି କରିବାରେ ସମୟ ବିତାଉଥିବାର ଶିକାରୀ ମାନେ ମଉକାର ସୁଯୋଗ ନେଉଛନ୍ତି । ସାତକୋଶିଆ ଅଭୟାରଣ୍ୟରେ ବିଭିନ୍ନ ଜଙ୍ଗଲରେ ଫାସ ବସାଯାଉଥିବା ବେଳେ , ବିଦ୍ୟୁତ୍ କରେଣ୍ଟ ସଂଯୋଗ କରାଯାଉଅଛି ଏବଂ ବାରୁଦ ଦେଇ ଜନ୍ତୁଙ୍କର ପାଟି ଓ ମୁଣ୍ଡକୁ ଆଘାତ ଦିଆଯାଉଅଛି । କେତେକ ଶିକାରୀ ହାତ ତିଆରି ବନ୍ଧୁକ ସାହାର୍ଯ୍ଯରେ ଜନ୍ତୁ ଶିକାର କରୁଅଛନ୍ତି । ଅଭୟାରଣ୍ୟ ପରିସୀମା ବନ୍ତଳା ରେଞ୍ଜ , ଧଣ୍ଡାତୋପା, ଜରପଡା ଓ ହଣ୍ଡପା ରେଞ୍ଜରେ ବ୍ୟାପକ ଭାବେ ଜନ୍ତୁ ଶିକାର ହୋଇ ଗୋଟା ଜନ୍ତୁ ଚାଲାଣ ହେଉଛି । ମାଂସ ଖାଇବା ପାଇଁ ହରିଣ, କୁଟୁରା, ବାରହା, ସମ୍ବର ଓ ଗୁରାଣ୍ଡି ଶିକାର କରାଯାଉଅଛି । ବେଳେବେଳେ ଶିକାରୀ ମାନେ ଗୟଳକୁ ମାରି ସମ୍ବର ମାଂସ କହି ବଜାରରେ ମଧ୍ୟ ବିକ୍ରି କରୁଥିବାର ବିଭିନ୍ନ ସୂତ୍ରରୁ ଜଣାଯାଇଛି ।

ସାତକୋଶିଆ ଓ ଏହାର ପରିସୀମା ଅଞ୍ଚଳ ବନ୍ୟଜନ୍ତୁ ଶିକାରୀ ମାନଙ୍କର ଏକ ଚରାଭୂଇଁ ପାଲଟିଛି। ବନ୍ୟଜନ୍ତୁ ଶିକାରୀ ମାନଙ୍କୁ ଧରିବାରେ ବନ ବିଭାଗ ପାଖରେ କୌଣସି ଗୁପ୍ତ ସୂଚନା ଓ ନେଟୱାର୍କ ନାହିଁ । ଜନ୍ତୁ ଶିକାରୀକୁ ଧରିବା ପାଇଁ ବନ ବିଭାଗର ଅଫିସର୍ ଠାରୁ ଫରେଷ୍ଟ ଗାର୍ଡ ପର୍ଯ୍ଯନ୍ତ କାହାରି ଆଗ୍ରହ ନାହିଁ । ବାଧ୍ୟବାଧକତାରେ କାଁ ଭାଁ ଶିକାରୀକୁ ଧରି ବାହାବାହ ନେଉଛନ୍ତି । ଶିକାରୀ ମାନଙ୍କ ସହିତ ବନ କର୍ମଚାରୀ ମାନଙ୍କ ର ଅସାଧୁ ସଂପର୍କ ରହିଛି । ଶିକାର ଘଟଣାକୁ ଲୁଚାଇବା ଦ୍ବାରା ଶିକାରୀ ମାନଙ୍କର ମନୋବଳ ବୃଦ୍ଧି ପାଉଛି । ସାତକୋଶିଆରେ ଏକ ଦନ୍ତା ହାତୀକୁ ମାରି ତାହାର ଦାନ୍ତକୁ ନେଇଯିବାପରେ ପୋତି ଦିଆଯାଇଥିଲା । ଏହି ହାତୀ ଶିକାର ଘଟଣାରେ ରେଞ୍ଜର, ବନପାଳ ଓ ଅନ୍ୟକର୍ମଚାରୀ ସଂପୃକ୍ତି ଥିବାର ଜଣାପଡିବା ପରେ ବନ ବିଭାଗ କୁ ବନ୍ୟପ୍ରାଣୀ ପ୍ରେମୀ ମାନେ ଆଉ ବିଶ୍ବାସକୁ ନେଉନାହାନ୍ତି ।

ସାତକୋଶିଆର ମହାବଳ ଜଙ୍ଗଲୀ ବୀଘୁଣୀର ଶିକାର ଗତବର୍ଷ ନଭେମ୍ବର ମାସରେ ଅଭୟାରଣ୍ୟ ପରିସୀମା ନୂଆକ୍ଷେତାରେ ହୋଇଥିବା ବେଳେ ଘଟଣାକୁ ବନ ବିଭାଗର ଅଫିସର୍ ଓ କର୍ମଚାରୀ ମାନେ ଜାଣିଶୁଣି ଲୁଚାଇଦେଲ । ମଧ୍ୟପ୍ରଦେଶ କାହ୍ନା ଜଙ୍ଗଲରୁ ଆସିଥିବା ମହାବୀର୍ ଶିକାରୀ ଫାସରେ ମରିଥିଲେ ମଧ୍ୟ ତାହାର ତଦନ୍ତ ତଦନ୍ତ ହୋଇ ରହିଗଲା । ବନ୍ୟଜନ୍ତୁ ଶିକାରକୁ ପ୍ରତିରୋଧ କରିବା, ବନ୍ୟଜନ୍ତୁ ଶିକାରୀକୁ ଧରିବା ଏବଂ ପ୍ରକୃତ ତଦନ୍ତ କରିବାକୁ ବନ ବିଭାଗ ଆଦୌ ଇଚ୍ଛା ପ୍ରକାଶ କରୁ ନ ଥିବା ସାଧାରଣରେ ଆଲୋଚନା ହେଉଛି । ମାଳମାଳ ଗାଡି ମଟରରେ ଅଫିସର୍ ଓ କର୍ମଚାରୀ ମଉଜ୍ ମଜଲିସ୍ କରୁଥିବାକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଉଛି । ଅନୁରୂପ ଭାବରେ ବନ ବିଭାଗ ବ୍ୟାପକ ଦୁର୍ନୀତିରେ ଛନ୍ଦି ହେଉଥିବାକୁ ସାଧାରଣରେ ବନ ବିଭାଗକୁ ଲୋକମାନେ ବିଶ୍ବାସକୁ ନେଉନାହାନ୍ତି।

ସାତକୋଷିଆରେ ଜନ୍ତୁ ମଡକ, ଗୋଟିଏ ମାସରେ ୭ ବନ୍ୟଜନ୍ତୁ ମୃତ
ଅନୁଗୁଳ: ଅନୁଗୁଳ ସାତକୋଷିଆରେ ଏବେ ବନ୍ୟଜନ୍ତୁ ବିପନ୍ନ। ଗୋଟିଏ ମାସରେ ୩ଟି ହାତୀ, ୩ଟି ଗୟଲ ଏବଂ ଗୋଟିଏ ହରିଣର ମୃତ୍ୟୁ ହୋଇଛି। ସବୁ ବନ୍ୟଜନ୍ତୁ ରୋଗର ଶିକାର ହୋଇ ପ୍ରାଣ ହରାଇଛନ୍ତି। ବନ ବିଭାଗ କହିବା କଥା ସମସ୍ତ ମୃତ ଜନ୍ତୁ ମାନଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ। ତେବେ କୃମି ଜନିତ କାରଣରୁ ମୃତ୍ୟୁ ହୋଇଥିବା ସ୍ଥାନୀୟ ପଶୁ ଡାକ୍ତର ସୂଚନା ଦେଇଛନ୍ତି। ଗତ କିଛିଦିନ ହେଲା ସତକୋଶିଆରେ ବନ୍ୟଜନ୍ତୁ ମଡକ ଦେଖା ଦେଇଛି। କେବଳ ଗତ ଜୁନ ମାସରେ ୭ଟି ପ୍ରାଣୀର ଜୀବନ ଗଲାଣି। ସେଥି ମଧ୍ୟରୁ ଗୋଟିଏ ଦନ୍ତା ହାତୀ, ଦୁଇଟି ଛୁଆ ହାତୀ, ୩ଟି ଗୟଲ ଏବଂ ଗୋଟିଏ ହରିଣ ବୋଲି ଜଣା ପଡ଼ିଛି। ତେବେ ବନ ବିଭାଗ ପକ୍ଷରୁ ପ୍ରକୃତ ଜନ୍ତୁ ମୃତ୍ୟୁ ସଂଖ୍ୟାକୁ କୁହା ଯାଉ ନ ଥିବାରୁ ଏହାର ସଂଖ୍ୟା ଆହୁରି ଅଧିକ ହେବ ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି। କାହିଁକି ଏତେ ସଂଖ୍ୟାରେ ଜନ୍ତୁ ମାରୁଛନ୍ତି ତାହାର ପ୍ରକୃତ କାରଣ ଜଣା ପଡି ନାହିଁ। କିନ୍ତୁ କୌଣସି ଏକ ରୋଗରେ ସେମାନଙ୍କ ମୃତ୍ୟୁ ହେଉଥିବା ସ୍ପଷ୍ଟ ହୋଇ ଯାଇଛି। ପ୍ରାଥମିକ ତଦନ୍ତରୁ କୃମି ଜନିତ ରୋଗ ଯୋଗୁ ଜନ୍ତୁ ମାରୁଥିବା ଜଣା ପଡ଼ିଛି। ମୃତ ଜନ୍ତୁ ମାନଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ଅନ୍ୟାନ୍ୟ କାରଣ ଜଣା ପଡିବ ବୋଲି ବନ ବିଭାଗ ସୂଚନା ଦେଇଛି।

କିନ୍ତୁ ଦୁଃଖର ବିଷୟ ଅଭୟାରଣ୍ୟ ଭିତରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ଜନ୍ତୁ ରହୁଥିବାରୁ ଏଭଳି ସଂକ୍ରମଣ ଲାଗି ରହିଲେ ଖୁବ ଶୀଘ୍ର ଅଭୟାରଣ୍ୟ ଜନ୍ତୁ ଶୂନ୍ୟ ହୋଇ ଯିବାର ଆଶଙ୍କା ରହିଛି। ଏହାକୁ ନେଇ ଏବେ ବନ୍ୟଜନ୍ତୁ ପ୍ରେମୀ ଏବଂ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି। ଏବଂ ଏଭଳି ଘଟଣାକୁ ବନ ବିଭାଗକୁ ଦାୟୀ କରିଛନ୍ତି। ପରିବେଶବିତ ଓ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ କହିବା କଥା ଜଙ୍ଗଲରେ ପର୍ୟ୍ୟାପ୍ତ ଖାଦ୍ୟ ଓ ପାଣି ଅଭାବ ଯୋଗୁଁ ବନ୍ୟଜନ୍ତୁ ଜନ ବସତି ମୁହାଁ ହେଉଛନ୍ତି। ଗୃହପାଳିତ ପଶୁ ସଂସ୍ପର୍ଶରେ ଆସୁଛନ୍ତି। ଏହାଛଡା ସେମାନଙ୍କ ଖାଦ୍ୟ ବଦଳରେ ଅଲଗା ଖାଦ୍ୟ ଖାଇବାକୁ ବାଧ୍ୟ ହେଇଛନ୍ତି। ତେଣୁ ଗୃହ ପାଳିତ ପଶୁ ମାନଙ୍କୁ ଫାଟୁଆ ଓ କୃମି ଭଳି ରୋଗ ବ୍ୟାପୁଛି। ଏହାଛଡା ଜଙ୍ଗଲ ନିକଟବର୍ତୀ ଗାଁ ଗୁଡିକରେ ଲୋକେ ନିଜର ଗାଈ ଛେଳି ଜଙ୍ଗଲକୁ ଚରାଇବାକୁ ନେଉଛନ୍ତି। ତେଣୁ ଜଙ୍ଗଲ ବିଭାଗ ପ୍ରତିବର୍ଷ ଜଙ୍ଗଲ ନିକଟବର୍ତୀ ଗାଁ ଗୁଡିକରେ ଗୃହ ପାଳିତ ପଶୁ ମାନଙ୍କୁ ଟୀକା କରଣ କରିବା କଥା। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବା କଥା। କିନ୍ତୁ ତାହା କରା ଯାଉ ନାହିଁ। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର କହିଛନ୍ତି ଆମେ ଜଙ୍ଗଲ ଭିତରେ ବ୍ୟାପକ ଖାଦ୍ୟ ଓ ପାଣିର ସୁବିଧା କରିବାକୁ ପଦକ୍ଷେପ ନେଉଛୁ। ସ୍ୱତନ୍ତ୍ର ଟିମ କରି ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିଛୁ। କୌଣସି ସ୍ଥାନରେ ଯେ କୌଣସି ଜନ୍ତୁ ଅସୁସ୍ଥ ଥିବା ଜଣା ପଡିବା ମାତ୍ରେ ଚିକିତ୍ସା ବ୍ୟବସ୍ଥା କରୁଚୁ। ସାତକୋଶିଆରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନିହାତି ଆବଶ୍ୟକ। ନଚେତ ଆଗକୁ କେବଳ ଜଙ୍ଗଲ ଥିବ, କିନ୍ତୁ ଜନ୍ତୁ ନଥିବେ

ସାତକୋଶିଆ ରେ ପୁଣି ଏକ ଛୁଆ ମାଈ ହାତୀ ର ମୃତ୍ୟୁ
ସତକୋଶିଆ : ଅନଗୁଳ ବ୍ଲକ ସତକୋଶିଆ ଅଭୟାରଣରେ ଅବସ୍ଥିତ ଟାଇଁସୀ ପଂଚାୟତ ନୂଆପଡା ଗ୍ରାମରେ ଏକ ଛୁଆ ମାଈ ହାତୀ ର ମୃତ୍ୟୁ ଘଟିଛି । ପ୍ରକାଶ ଯେ ପମ୍ପସାର ରେଞ୍ଜ ଯାଉ ଥିବା କମୁରି ବିଟ ହାଉସ ଏରିଆ ନୂଆପଡା ଗ୍ରାମ ଆମ୍ବ ତୋଟା ଠାରେ ଏକ ଚାରି ବର୍ଷ ର ଛୋଟ ମାଈ ହାତୀ ର ମୃତ୍ୟୁ ହଇଛି । ହାତୀଟି ପ୍ରାୟ ଛଅ ମାସ ହେବ ଏକା ରହି ଆସୁଥିଲା ଦେଖିବାକୁ ମିଳିଛି । ଛୁଆ ହାତୀ ଟି ହାତୀ ଙ୍କ ଭେଳି ରେ ରୁହେ ନାହିଁ ବୋଲି ବନବିଭାଗ ମତ ପ୍ରକାଶ କରିଛି । ଏବଂ ହାତୀ ଛୁଆ ଟି ବହୁତ ଦିନରୁ ଅସୁସ୍ଥ ଅଛି ବୋଲି ଜଣା ପଡୁଛି ତାର ତଦନ୍ତ ବନବିଭାଗ କରୁଥିଲେ ମଧ୍ୟ୍ୟ ତାର ଯତ୍ନ ନେବା ପାଇଁ କେହି ନାହାନ୍ତି ।

ତାର କଣ ପାଟି ଫିଟୁଛି ଜେ କହି ଛୁଟି ରେ ଘର କୁ ଯାଇ ତା ଦେହ ର ଯତ୍ନ ନେବ । କିନ୍ତୁ ହାତୀ ଛୁଆଟି ର ବନବିଭାଗ ଯଦି ଯତ୍ନ ନେଇ ଥାନ୍ତା ତେବେ ହାତୀ ଛୁଆ ଟି ଆଜି ମୃତ୍ୟୁ ମୁଖରେ ପଡ଼ିନଥାନ୍ତା । କେବଳ ହାତୀ ଟି ର ସ୍ୱାସ୍ଥ୍ୟ କୁ କେବେ ତଦାରଖ ନ କରି କେବଳ ଗତି ପଥ କୁ ବନବିଭାଗ ଲକ୍ଷ କରିଆସୁଥିଲା । ବୁଧବାର ସନ୍ଧ୍ୟା ରେ ବନବିଭାଗ ସୂଚନା ଅନୁସାରେ ନୂଆପଡା ଗାଁ ପାଖରେ ରହି ଥିଲା ରାତିରେ ବନବିଭାଗ ଖୋଜା ଖୋଜି କରିଲା ବେଳେ ନ ପାଇଁ ଗୁରୁବାର ସକାଳୁ ତାର ମୃତ୍ୟୁ ଦେହ ଏକ ଆମ୍ବ ତୋଟାରୁ ପାଇଁ ଅନଗୁଳ ବନଖଣ୍ଡ ଅଧିକାରୀକୁ ଖବର ଜଣା ହୋଇ ଥିଲା ।

ବାରବାର ସତକୋଶିଆ ରେ ହାତୀ ମରୁଛନ୍ତି ହାତୀ କିପରି ଭାବରେ ଆଉ ନ ମରିବେ ଏହାର ଠିକ ତଦନ୍ତ କରାଯାଉ । ଏବଂ ଦଶ ଦିନ ହେବ ଆଉ ଗୋଟିଏ ମାଈ ହାତୀ ମଧ୍ୟ ତାର ଛୁଟ ଛୁଆ ମାଈ ହାତୀ କୁ ଧରି ବୁଲୁଚି ବୋଲି ଜଣା ପଡୁଛି । ଏବଂ ସେହି ହାତୀ ଛୁଆ ଟି ମଧ୍ୟ ଅସୁସ୍ଥ ଥିବା ଦେଖିବାକୁ ମିଳୁଛି ସେଥିପାଇଁ ମା ହାତୀ ଟି ଛୁଆ ଟିକୁ ଛାଡି କୋଣସି ଆଡେ ନ ଯାଇ  କେବଳ ଗାଁ ମୁହାଁ ହଉଚି ବୋଲି ଅଂଚଳ ବାସୀ କୁହନ୍ତି ।

ଶିକାରୀ ଫାସରେ ଫସିଲା କଲରାପତରିଆ ବାଘ, ୮ଘଣ୍ଟା ପରେ ଉଦ୍ଧାର କଲା ବନ ବିଭାଗ
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଗତ ସପ୍ତାହରେ ପମ୍ପାସର ବନାଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ବେଳେ ଆଜି ଶିକାରୀ ଫାସରେ ଏକ କଲରାପତରିଆ ବାଘ ପଡିଛି।

ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଆଜି ସକାଳେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାସରେ ପଡିଥିବା ବନ ବିଭାଗର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏହି ଖବର ପାଇବା ପରେ ସାତକୋଶିଆ ଅଭୟାରଣ୍ୟର ଡିଏଫଓ ଡ଼ ସରୋଜ ପଣ୍ଡା, ଏସିଏଫଓ ଶୁଭେନ୍ଦୁ ବେହେରା ପ୍ରମୁଖ ପହଞ୍ଚିଥିଲେ। ଗୋପାଳପୁର ଗାଁ ନିକଟ ନାଳର ଏକ ବୁଦା ପାଖରେ ବାଘଟି ଫସି ରହିଥିଲା । ତାର ଗୋଡ଼ରେ ଲାଗିଥିବା ଫାସ ବୁଦାରେ ଅଟକି ରହିଥିବାରୁ ବାଘଟି ସେଠାରେ ପଡି ଗର୍ଜନ କରୁଥିବା ଦେଖିବାକୁ ମିଳିଥିଲା। ତାକୁ ଉଦ୍ଧାର କରିବା ପାଇଁ ସାତକୋଶିଆର ବନ୍ୟପ୍ରାଣୀ ଡାକ୍ତର କିଶୋର ସାହୁଙ୍କୁ ଡକାଯାଇଥିଲା। ତେବେ ବାଘ ଥିବା ସ୍ଥାନଟି ଜନବସତି ପାଖରେ ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ସେଠାରେ ଜାଲ ବିଛାଯାଇଥିଲା । ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଡ଼ଃ କିଶୋର ସାହୁ ବାଘକୁ ଟ୍ରାଙ୍କୁଲାଇଜ କରିଥିଲେ। ତାକୁ ସେଠାରୁ ଯନ୍ତାରେ ଭର୍ତ୍ତି କରି କୋର ଏରିଆକୁ ବନ ବିଭାଗ ନେଇଛି। ସେଠାରେ ତାକୁ ଛାଡି ଦିଆଯିବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି। ଏହି ଅଣ୍ଡିରା ବାଘର ବୟସ ପ୍ରାୟ ୩ବର୍ଷ ହେବ। ତାର ଓଜନ ୨୮କିଲୋ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସାତକୋଶିଆ ଏବେ ବନ୍ୟଜନ୍ତୁ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି। ବନ ବିଭାଗର ଅପାରଗତା ତଥା ଉଚିତ ପାଟ୍ରୋଲିଂ ଅଭାବରୁ ଶିକାରୀମାନେ ସକ୍ରିୟ ହୋଇଉଠିଛନ୍ତି। ଫଳରେ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।

ସତକୋଶିଆରେ ପୁଣିଥରେ ଖୁସି: ଦ୍ୱିତୀୟ ଥର ପାଇଁ ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ୩୨ ଘଡ଼ିଆଳ ଛୁଆ
ଅନୁଗୁଳ: ସତକୋଶିଆରେ ପୁଣିଥରେ ଖୁସି ଖବର ଦେଖିବାକୁ ମିଳିଛି। ଗତ କାଲି ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ଘଡ଼ିଆଳ ୩୨ଟି ଛୁଆ ଜନ୍ମ କରିଛି। ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏହା ଦେଖିଥିଲେ। ଏହାଛଡା ସେଠାରେ ଲଗାଯାଇଥିବା କ୍ୟାମେରାରେ ଘଡ଼ିଆଳ ଛୁଆ ଓ ମାର ଫୋଟ ମଧ୍ୟ ଉତ୍ତୋଳନ ହୋଇଛି। ତେଣୁ ସେଠାରେ ବନ କର୍ମଚାରୀ ମାନେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି। ସେ ଅଞ୍ଚଳକୁ କୌଣସି ସ୍ଥାନୀୟ ବାସିନ୍ଦା, ପର୍ଯ୍ଯଟକ ଏବଂ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଅ ଯାଇଛି। ଘଡ଼ିଆଳ ଛୁଆ ମାନଙ୍କୁ ମାଆ ଘଡ଼ିଆଳ ଜଗି ରହିଛି। ଘଡ଼ିଆଳ ଭଳି ଏକ ବିରଳ ପ୍ରଜାତିର କୁମ୍ଭୀର ଏଠାରେ ପ୍ରାକୃତିକ ପରିବେଶରେ ବଂଶ ବୃଦ୍ଧି କରୁଥିବାରୁ ଏହା ନିଶ୍ଚିତ ଭାବେ ଶୁଭଙ୍କର ବୋଲି ପରିବେଶ ବିତ ମାନେ କହିଛନ୍ତି। ତେବେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି। କାରଣ ଦୀର୍ଘ ୪୦ବର୍ଷ ପରେ ଗତ ୨୦୨୧ ମେ ମାସରେ ସେହି ସ୍ଥାନରେ ଏକ ଘଡ଼ିଆଳ ୨୮ଟି ଛୁଆ ଜନ୍ମ କରିଥିଲା। ହେଲେ ଏବେ ଗୋଟିଏ ହେଲେ ଛୁଆର ପତା ମିଳୁନି। କେବଳ ୪ଟି ଛୁଆକୁ ପୁରୀ କେନାଳରୁ ଉଧାର କରାଯାଇ ନନ୍ଦନକାନନରେ ରଖାଯାଇଛି। କିନ୍ତୁ ଏବେ ବନ୍ୟା ଓ ବର୍ଷାର ଆଶଙ୍କା ନଥିବାରୁ ଛୁଆ ଗୁଡିକ ସେହି ଆବାସସ୍ଥଳିରେ ବଞ୍ଚି ଯାଇ ପାରନ୍ତି ବୋଲି ଆଶା ପ୍ରକଟ କରା ଯାଉଛି।