Taj Mahal - The Sakala

ଆଜି ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ; ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଘୋଷଣା
ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ଆଜି ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ । ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି। ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା ସଂରକ୍ଷଣ ଅଧିକାରୀ ନିରଜ ସିଂ ପ୍ରକାଶ କରିଛନ୍ତି ।

ସମଗ୍ର ବିଶ୍ବରେ ପାଳନ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ। ଆଜି ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସପ୍ତାହର ଆଜି ପ୍ରଥମ ଦିନରେ ଆଗ୍ରା ସ୍ଥିତ ତାଜମହଲ ସମେତ ଦେଶର ସମସ୍ତ ଐତିହ୍ୟ ସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ମାଗଣାରେ ଅର୍ଥାତ ବିନା ଟିକେଟରେ ବୁଲିବାକୁ ଅନୁମତି ଦିଆଯାଇଛି। ଏଏସ୍ଆଇ ଅଧିନରେ ଥିବା ଓଡ଼ିଶାର କୋଣାର୍କ ମନ୍ଦିର ସହ ରାଜାରାଣୀ ପରିଦର୍ଶନ ପାଇଁ ଆଜି ପର୍ଯ୍ୟଟକଙ୍କୁ ଟିକେଟ୍ କରିବାକୁ ପଡ଼ିବନାହିଁ। ଏ ନେଇ ଏଏସ୍ଆଇ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଏହି ଅବସରରେ ଭୁବନେଶ୍ୱର ଖଣ୍ଡଗିରିରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

ତାଜମହଲକୁ ନେଇ ବଢୁଛି ବିବାଦ: ତାଜମହଲ ଉପରେ ଅଧିକାର ଦାବିକଲେ ଜୟପୁର ରାଜପରିବାର
ନୂଆଦିଲ୍ଲୀ: ତାଜମହଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଭାରତୀୟ ଜନତା ପାର୍ଟି ସାଂସଦ ତଥା ଜୟପୁରର ପୂର୍ବତନ ରାଜକୁମାରୀ ଦିୟା କୁମାରୀ ଦାବି କରିଛନ୍ତି ଯେ ତାଜମହଲ ଯେଉଁ ଜମିରେ ନିର୍ମିତ ହୋଇଥିଲା ତାହା ତାଙ୍କ ପରିବାରର।  ତାଙ୍କ ପାଖରେ ଦଲିଲ ଅଛି ଯାହା ଜୟପୁର ରାଜ ପରିବାରର ଜମି ବୋଲି ଦର୍ଶାଉଛି। ତାଜମହଲର ୨୨ ଟି ତାଲା ପଡିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ କରାଯିବା ପରେ ଦିୟା କୁମାରୀଙ୍କ ଏହି ମନ୍ତବ୍ୟ ଏବେ ତାଜମହଲକୁ ନେଇ ଲାଗିଥିବା ବିବାଦକୁ ପୁଣି ରୋଚକ ପୂର୍ଣ୍ଣ କରିଛି।

ଏହି ଆବେଦନକୁ ସମର୍ଥନ କରି ବିଜେପି ନେତା ଦିୟା କୁମାରୀ କହିଛନ୍ତି, “ସ୍ମାରକୀ ନିର୍ମାଣ ପୂର୍ବରୁ ସେଠାରେ କଣ ଅଛି ତାହା ଅନୁସନ୍ଧାନ କରାଯିବା ଉଚିତ। ‘ମାକବାରା’ ପୂର୍ବରୁ କ’ଣ ଥିଲା ତାହା ଜାଣିବାର ଅଧିକାର ଲୋକଙ୍କ ପାଖରେ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୟପୁର ପରିବାର ସହିତ ରେକର୍ଡ ଉପଲବ୍ଧ ଅଛି ଏବଂ ଯଦି ଆବଶ୍ୟକ ହୁଏ ତେବେ ଏହା ପ୍ରଦାନ କରିବେ।

ମୋଗଲ ସମ୍ରାଟ ଶାହ ଜାହାନ ତଙ୍କ ପତ୍ନୀ ମମତାଜଙ୍କ ପାଇଁ ୧୬୩୧ ମସିହାରେ ତାଜମହଲ ନିର୍ମାଣ କରିଥିଲେ। ଦିୟା କୁମାରୀ ଦାବି କରିଛନ୍ତି ଯେ , ସେହି ସମୟରେ ମୋଗଲ ଶାସକ ଶାହ ଜାହାନ ଶାସନ କରୁଥିବାରୁ ଏହାକୁ ଦଖଲ କରିଥିଲେ। ଏହି ଜମି ଜୟପୁରର ରାଜ ପରିବାରର ଥିଲା ଏବଂ ଆମ ପାଖରେ ଡକ୍ୟୁମେଣ୍ଟ ଅଛି । ଜମି ବଦଳରେ କ୍ଷତିପୂରଣ ପ୍ରଦାନ କରାଯାଇଥିଲା କିନ୍ତୁ ଏହା କେତେ ଥିଲା, ଏହାକୁ ଗ୍ରହଣ କରାଯାଇଥିଲା କି ନାହିଁ, ମୁଁ ଏହା କହି ପାରିବି ନାହିଁ କାରଣ ଆମର ‘ପୋଥିଖାନା’ରେ ଥିବା ରେକର୍ଡଗୁଡିକ ମୁଁ ଅଧ୍ୟୟନ କରି ନାହିଁ। କିନ୍ତୁ ଏହି ଜମି ଆମ ପରିବାରର ଥିଲା ଏବଂ ଶାହା ଜାହାନ ଏହାକୁ ଅକ୍ତିଆର କରିଥିଲେ ବୋଲି ଦିଆ କୁମାରୀ କହିଛନ୍ତି।  ସେ ସମୟରେ କୌଣସି ନ୍ୟାୟପାଳିକା ନ ଥିବାରୁ କୌଣସି ଆବେଦନ କରାଯାଇ ନ ଥାଇପାରେ। ରେକର୍ଡ ଗୁଡିକର ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ହିଁ ଚିତ୍ର ସ୍ପଷ୍ଟ ହୋଇଯିବ।

ଜୟପୁରର ପୂର୍ବତନ ରାଜ ପରିବାର ପକ୍ଷରୁ କୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯିବ କି ବୋଲି ପଚରାଯିବାରୁ ବିଜେପି ସାଂସଦ ଦିୟା କୁମାରୀ କହିଛନ୍ତି ଯେ, ସେମାନେ ବର୍ତ୍ତମାନ ଏହା ଉପରେ ଦୃଷ୍ଟି ରଖିଛନ୍ତି ଏବଂ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ତାହା ଯାଞ୍ଚ କରିବେ।

ଉଲ୍ଲେଖଯୋଗ୍ୟ, ଜୟପୁରର ପୂର୍ବ ରାଜ ପରିବାରର ସଦସ୍ୟ ଥିବା ଦିୟା କୁମାରୀ ଏହା ପୂର୍ବରୁ ଦାବି କରିଥିଲେ ଯେ ତାଙ୍କ ପରିବାର ପ୍ରଭୁ ରାମଙ୍କ ପୁଅରୁ ଆସିଛନ୍ତି। ସେ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ, ସୁପ୍ରିମକୋର୍ଟରେ ତାଙ୍କ ପରିବାରର ବଂଶର ପ୍ରମାଣ ଦେବାକୁ ସେ ଇଚ୍ଛୁକ ଥିବା କହିଥିଲେ।