Heritage Corridor Project - The Sakala

ଜାନୁଆରୀ ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା, ସାକାର ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ
ପୁରୀ: ଐତିହ୍ୟର ସହର ପୁରୀର ବିକାଶ ଯୋଡିହେବ ଆଉ ଏକ ନୂଆ ଅଧ୍ୟାୟ। ୨୦୨୪ ଜାନୁଆରୀ ୧୭ ତାରିଖରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଭବ୍ୟ ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଉଛି । ଜାନୁୟାରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ । ପାଞ୍ଚଦିନ ଧରି ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ ।

ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଶୁକ୍ରବାର ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସକାଳ ୯ଟାରୁ ଅପରାହ୍ନ ଯାଏ ଗଜପତି ମହାରାଜା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ, ଶ୍ରୀସେତୁ ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାର ସମୀକ୍ଷା କରିଛନ୍ତି ।

ସକାଳୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଟାଟା ଓ ଓବିସିସି ଅଧିକାରୀଙ୍କ ସହ ପ୍ରଥମେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସର ବୁଲିଥିଲେ । ସେଠାରେ ନିର୍ମାଣାଧୀନ ବହୁତଳ ପାର୍କିଂ, ପିଲିଗ୍ରୀମ୍‌ ସେଣ୍ଟର, ମହାପ୍ରସାଦ ସେବନ କରିବା ପାଇଁ ଶେଡ୍‌ ପ୍ରଭୃତି ଦେଖିଥିଲେ । ଏହାପରେ ଶ୍ରୀ ସେତୁ ଓ ଶେଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ ଗଜପତି ମହାରାଜା ।

ଉଲ୍ଲେଖଯୋଗ୍ୟ ୨୦୨୧ ଡିସେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପରେ ପରିକ୍ରମା ମାର୍ଗ, ଅଭ୍ୟର୍ଥନା କେନ୍ଦ୍ର, କ୍ଲୋକରୁମ୍‌, ସୂଚନା ଓ ଦାନକେନ୍ଦ୍ର, ସର୍ବସାଧାରଣ ଶୌଚାଳୟ, ସେବାୟତ ଶୌଚାଳୟ, ବିଶ୍ରାମ ସ୍ଥଳ, ଜେଟିପି ଆଉଟ୍‌ ପୋଷ୍ଟ, ଏଟିଏମ କିଓସ୍କୋ, ମହାପ୍ରସାଦ ଓ ଅନ୍ୟାନ୍ୟ ସାମଗ୍ରୀ ଓହ୍ଲାଇବା ଓ ଲଦିବା ସ୍ଥାନ, ଇଲେକ୍ଟ୍ରି ରୁମ୍‌, ଅଗ୍ନିଶମ ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଲ୍ୟାଣ୍ଡ ସ୍କେପିଂ ଇତ୍ୟାଦି କରାଯାଉଛି । ତେବେ ଯେଉଁ କାମ ବାକି ଅଛି ତାହାକୁ ଶୀଘ୍ର ଶେଷ କରିବା ଲାଗି ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ସମୀକ୍ଷା ବୈଠକରେ ଓବିସିସି ଓ ଟାଟା ପ୍ରୋଜେକ୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁର ଏଣ୍ଡିଂ ପଏଣ୍ଟ ଜଗନ୍ନାଥବଲ୍ଲଭରେ ୪ମହଲା ବିଶିଷ୍ଠ ପାର୍କିଂ ସ୍ଥଳ ନିର୍ମାଣ କରାଯାଉଛି । ଏହାର ଉପର ମହଲାରେ ପିଲିଗ୍ରୀମ ସେଣ୍ଟର ବା ଧ୍ୟାନ କେନ୍ଦ୍ର ରହିଛି । ସେଠାରୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଓ ନରେନ୍ଦ୍ର ପୁଷ୍କରିଣୀର ଅପୂର୍ବ ଦୃଶ୍ୟ ଦେଖି ଭିନ୍ନ ଅନୁଭୂତି ସାଉଣ୍ଟିବେ । ତେବେ ସେଠାରେ ୧,୪୦୦ ଗାଡି ପାର୍କିଂ ସହ ଫୁଡ୍‌କୋର୍ଟ ଓ ସିଧାସଳଖ ଶ୍ରୀମନ୍ଦିରକୁ ସଂଯୋଗ ପାଇଁ ଆକ୍‌ସେସ ରୋଡ଼ର ବ୍ୟବସ୍ଥା ହୋଇଛି । ମଙ୍ଗଳାହାଟ ବାଇପାସ୍‌ରେ ହୋଇଥିବା ଗୋଲେଇ ଓଭର ବ୍ରିଜ ଦ୍ୱାରା ଉଭୟ ବ୍ରହ୍ମଗିରି ଓ ଭୁବନେଶ୍ୱର ରାସ୍ତାକୁ ସଂଯୋଗ କରାଯାଇଛି । ଫଳରେ ଯାତ୍ରୀ ତଥା ପର୍ଯ୍ୟଟକ ଯିବା ଆସିବା ବେଳେ ଆଉ ଦ୍ୱନ୍ଦ୍ୱରେ ପଡିବେ ନାହିଁ । ତେବେ ଏହିସବୁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଉଛନ୍ତି ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ ।

ଐତିହ୍ୟ କରିଡରକୁ ସବୁଜ ସଙ୍କେତ : ଅଟକିବନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ପୁରୀ : ମହତ୍ତ୍ୱାକାଂକ୍ଷୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପଥରୁ ସମସ୍ତ ପ୍ରତିବନ୍ଧକ ଦୂର ହୋଇଛି । ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‍ଏମ୍‍ଏ) ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ବିଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି। ପ୍ରାଧିକରଣର ୩୬୧ତମ ବୈଠକରେ ସ୍ୱତନ୍ତ୍ର ଭାବରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଭୁବନେଶ୍ୱରର ଏକାମ୍ର ସଂରକ୍ଷଣ ଯୋଜନା, କୋଣାର୍କ ଐତିହ୍ୟାଞ୍ଚଳ ଉନ୍ନୟନ ନକ୍ସାକୁ ମଧ୍ୟ ଅନୁମୋଦନ ମିଳିଛି। ଫଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଏକାମ୍ର ବିକାଶ ସଂକ୍ରାନ୍ତ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ମୁଷ୍ଟିମେୟ ବ୍ୟକ୍ତି ଓ ନିର୍ଦ୍ଦିଷ୍ଟ ବିକାଶ ବିରୋଧୀ ଗୋଷ୍ଠୀକୁ ଶକ୍ତ ଧକ୍କା ଲାଗିଛି। ୨୦୨୧ ସେପ୍ଟେମ୍ବର ୪ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ପ୍ରଦାନ କରାଯାଇଥିବା ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍‍ଓସି)କୁ ଏହି ବୈଠକରେ ଦୃଢ଼ୀକରଣ କରାଯାଇଛି।

ପୂର୍ବରୁ ଗତ ଜୁନ୍‍ ମାସରେ ସୁପ୍ରିମକୋର୍ଟ ପରିକ୍ରମା ପ୍ରକଳ୍ପ ବିରୋଧରେ ଆଗତ ଜନସ୍ୱାର୍ଥ ମାମଲାକୁ ଖାରଜ କରିବା ସହ ଦୁଇ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ଶ୍ରଦ୍ଧାଳୁ ଓ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ହେଉଥିବା କାର୍ଯ୍ୟ ‘ନିର୍ମାଣ’ ପର୍ଯ୍ୟାୟଭୁକ୍ତ ନୁହେଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ପୁରୀର ବିକାଶ ଏବଂ ଶ୍ରୀକ୍ଷେତ୍ରକୁ ବିଶ୍ୱ ଦରବାରରେ ନୂଆ ପରିଚୟ ଦେବା ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଅର୍ଥ ବରାଦ କରାଯାଇଛି। ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ବହୁଟିକିଆ(ମଲ୍ଟି ଲେନିଂ) ରାସ୍ତା, ସେତୁ, ଅତ୍ୟାଧୁନିକ ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ଏହା ସହିତ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଛି।

ବିଶ୍ୱବାସୀଙ୍କ ନଜର ଟାଣିବା ଭଳି ବଡ଼ଦେଉଳର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ସହ ଭକ୍ତଙ୍କ ସୁବିଧାକୁ ପ୍ରାଥମିକତା ଦେଇ ନିର୍ମାଣ କରାଯାଉଛି ଐତିହ୍ୟ କରିଡର୍‍। ମାତ୍ର ଏହି ପ୍ରକଳ୍ପକୁ ଆରମ୍ଭରୁ ବିବାଦ ମଧ୍ୟକୁ କିଛି ବ୍ୟକ୍ତି ଓ ଗୋଷ୍ଠୀ ଟାଣିବାକୁ ଉଦ୍ୟମ କରିଛନ୍ତି। ପ୍ରକଳ୍ପ ବିରୋଧରେ ହାଇକୋର୍ଟ ଏବଂ ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପ୍ରକଳ୍ପ ବିରୋଧୀମାନେ ପ୍ରତ୍ୟାଖ୍ୟାତ ହୋଇଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା, ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ବୃଦ୍ଧି ପରି ମହତ ଉଦ୍ଦେଶ୍ୟ ନେଇ ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ହୋଇଥିବାରୁ ବିରୋଧୀଙ୍କୁ ଝଟ୍‍କା ଲାଗିଛି। ଅଦାଲତରେ ମାମଲା ଖାରଜ ହୋଇଛି। ଏବେ ଏନ୍‍ଏମ୍‍ଏ ମଧ୍ୟ ପ୍ରକଳ୍ପ ବିରୋଧୀଙ୍କୁ ନିରାଶ କରିଛି। ମହାପ୍ରଭୁଙ୍କ କାମକୁ ରୋକିବାକୁ ବିରୋଧୀ ଅସଫଳ ହୋଇଛନ୍ତି। ‘ଆମ୍‍ସାର’ ଆକ୍ଟକୁ ଆୟୁଧ କରି ପ୍ରକଳ୍ପକୁ ବନ୍ଦ କରିବା ନିମନ୍ତେ ସମସ୍ତ ଷଡ଼ଯନ୍ତ୍ର ପଣ୍ଡ ହୋଇଛି।

ଏନ୍‍ଏମ୍‍ଏ ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷ ଯାତ୍ରୀ ଓ ଶ୍ରଦ୍ଧାଳଙ୍କ ପାଇଁ ଶୌଚାଳୟ ନିର୍ମାଣକୁ ଅନୁମତି ଦେଇଛି। ସେହିପରି କ୍ଲକ ରୁମ୍‍, ମିନି କ୍ଲକରୁମ୍‍, ସେଲ୍‌ଫଟର ପାଭିଲିଅନ, ସେବାୟତଙ୍କ ଲାଗି ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ୍‍ ନିର୍ମାଣ ଲାଗି ପୂର୍ବରୁ ଯେଉଁ ଏନଓସି ପ୍ରଦାନ କରାଯାଇଥିଲା ତାହାକୁ କାର୍ଯ୍ୟକାରୀ କରିବାକୁ ଏନଏମ୍‍ଏର ୩୬୧ତମ ଏନଓସି ବୈଠକରେ ଦୃଢ଼ୀଭୂତ ହୋଇଛି। ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ, କ୍ଲକରୁମ୍‍ ଆଦି ନିର୍ମାଣ ପାଇଁ ମଧ୍ୟ ଏନ୍‍ଏମ୍‍ଏ ଅନୁମତି ପ୍ରଦାନ କରିଛି। ପରିକ୍ରମା ମାର୍ଗ ମଧ୍ୟରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ନେଇ ଏଏସ୍‍ଆଇର ଆପତ୍ତି ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୦୦ ମିଟର ବାହାରେ ଅଭ୍ୟର୍ଥନା କେନ୍ଦ୍ର କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା।

ଏଥିଲାଗି ଏନ୍‍ଏମ୍‍କୁ ଦିଆଯାଇଥିବା ସଂଶୋଧିତ ଡିପିଆରକୁ ମଧ୍ୟ ଏନ୍‍ଏମ୍‍ଏ ଗ୍ରହଣ କରିଛି। ମନ୍ଦିରଠାରୁ ୧୦୧.୫୦ ମିଟର ବାହାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନେଇ ଏନଏମ୍‍ଏ ଅନୁମତି ଦେଇଛି। ଅଭ୍ୟର୍ଥନା କେନ୍ଦ୍ରର ଉଚ୍ଚତା ୭.୫ ମିଟର ଓ ପରିସୀମା ୧୩୫ ବର୍ଗମିଟର ରହିବ ବୋଲି କୁହାଯାଇଛି। ପୁନଶ୍ଚ ସୂଚନା କେନ୍ଦ୍ର, ଦାନ କେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପୁଲିସ ସେବା କେନ୍ଦ୍ର ଓ ଏଟିଏମ୍‍ ଆଦି ନିର୍ମାଣ ନିମନ୍ତେ ଆପତ୍ତିବିହୀନ ପ୍ରମାଣପତ୍ର ଏନ୍‍ଏମ୍‍ଏ ପ୍ରଦାନ କରିଛି ଏବଂ ଏସବୁର ସଂରକ୍ଷଣ, ସୁରକ୍ଷା ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ଅଞ୍ଚଳରେ କରାଯିବା ଲାଗି ପରାମର୍ଶ ଦେଇଛି। ଏନ୍‍ଏମ୍‍ଏର ଏହି ଅନୁମୋଦନ ପରେ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଆପାତତଃ ଶେଷ ହୋଇଛି। ପ୍ରକଳ୍ପ ବିରୋଧୀମାନଙ୍କୁ ଶକ୍ତା ଧକ୍କା ଲାଗିଛି। ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା ପାଇଁ ପ୍ରକଳ୍ପ କରାଯାଉଛି।

ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାମ। ଏହାକୁ ବିରୋଧ ନ କରି କିପରି କାମ ଶୀଘ୍ର ସରିବ ଏବଂ ଜନସାଧାରଣ ଏହାର ସୁବିଧା ପାଇବେ ସେ ଦିଗରେ ସମସ୍ତେ ସହଯୋଗ କରିବା ଦରକାର ବୋଲି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ ପ୍ରସ୍ତାବରେ ଏନ୍‍ଏମ୍‍ଏ ମୋହର -୧୪୩ ବର୍ଗମିଟରରେ ସର୍ବାଧିକ ୭.୫ ମିଟର ଉଚ୍ଚତାର ଦୁଇ ମହଲା ପୁରୀ,୨୦ା୯(ସମିସ): ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣକୁ ନେଇ ସୃଷ୍ଟି ହୋଇଥିବାଁ ପ୍ରତିବନ୍ଧକ ଏବେ ଦୂର ହୋଇଛି। ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମ୍‍ଏ) ଏହି କୋଠା ନିର୍ମାଣକୁ ଅନୁମତି ଦେଇଛି। ଗୃହର ଉଚ୍ଚତା ୭.୫ ମିଟର ଓ ଆୟତନ ୧୪୩ ବର୍ଗମିଟର ମଧ୍ୟରେ ରଖିବାକୁ ଏନ୍‍ଏମ୍‍ଏ ପରାମର୍ଶ ଦେଇଛି। ପରିକ୍ରମା ପ୍ରକଳ୍ପ ସହ ମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠା ପାଇଁ ଅନୁମତି ମାଗିଥିଲା ଶ୍ରୀମନ୍ଦିର ପ୍ରଶାସନ।

ମନ୍ଦିର ଚତୁଃପାର୍ଶ୍ବ ନିୟନ୍ତ୍ରିତ ଅଞ୍ଚଳର ଉତ୍ତର-ପୂର୍ବଦ୍ୱାର କୋଣରେ ୧୩.୨୦୮ ମିଟର ଉଚ୍ଚତା ବିଶିଷ୍ଟ ତିନିମହଲାର କୋଠା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏନ୍‍ଏମ୍‍ଏ ଏ ସମ୍ପର୍କରେ ଆପତ୍ତି ଉଠାଇବା ସହ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ପରିକ୍ରମା ପ୍ରକଳ୍ପରେ ସାମିଲ ନ କରି ଭିନ୍ନ ଭାବରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲା। ଏଥିସହ ଏହି କୋଠା ନିୟନ୍ତ୍ରିତ (ରେଗୁଲେଟେଡ) ଅଞ୍ଚଳରେ କରିବା ଲାଗି ଅନୁମତି ମାଗିବା ପାଇଁ ଏନଏମ୍‍ଏ ପକ୍ଷରୁ କୁହାଯାଇଥିଲା। ଅଧିକ ଉଚ୍ଚର କୋଠା ହେଲେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଲୁଚିଯିବା ସମ୍ଭାବନା ରହିଛି ବୋଲି ଏନ୍‍ଏମ୍‍ଏ କହିଥିଲା।

ଅନ୍ୟପକ୍ଷରେ ଗତ ୩ ତାରିଖରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠାକୁ ଅନୁଧ୍ୟାନ କରିଥିଲେ ଏନଏମ୍‍ଏ ସଦସ୍ୟ ପ୍ରଫେସର ଡ. କୈଳାସ ରାଓ। ପୂର୍ବରୁ ଏଠାରେ କାର୍ଯ୍ୟାଳୟର ପୁରୁଣା କୋଠା ଥିଲା। ତାହାକୁ ଭଙ୍ଗାଯାଇ ନୂତନ କୋଠା ନିର୍ମାଣ କରାଯାଉଥିବା ବେଳେ ବିବାଦ ଯୋଗୁ କାମ ବନ୍ଦ ରହିଛି ବୋଲି ଡ. ରାଓଙ୍କୁ ଅବଗତ କରାଯାଇଥିଲା। ଏବେ ଏନଏମଏର ଅନୁମତି ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠା ନିର୍ମାଣ ଲାଗି ଏକପ୍ରକାର ବାଟ ଫିଟିଥିବା କୁହାଯାଉଛି।

ପୁରୀ ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ
ଭୁବନେଶ୍ବର : ପୁରୀ ପରିକ୍ରମା ପ୍ରକଳ୍ପ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଇଛନ୍ତି ‘ସୁପ୍ରିମ’ ଫୈସଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିବା ସହ କାର୍ୟ୍ୟ ଜାରି ରଖିବା ପାଇଁ ସର୍ବେଚ୍ଚ ନ୍ୟାୟାଳୟ ନିଜ ରାୟରେ ଶୁଣାଇଛନ୍ତି। ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏଥି ସହିତ ଦୁଇ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ନିଜସ୍ୱ ପ୍ରଚାର ପାଇଁ ଏହି ଦୁଇଜଣ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଛନ୍ତି ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମ କୋର୍ଟଙ୍କ ରାୟ ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ @Naveen_Odishaଙ୍କୁ ଭେଟିଲେ ପୁରୀ ସେବାୟତ#Odisha #PuriHeritageCorridor #JagannathTemple pic.twitter.com/Pk4Es91EPF

— Sakala (ସକାଳ) (@TheSakala) June 3, 2022

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ପୁରୀବାସୀଙ୍କ ସହ ସମସ୍ତ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ପ୍ରକାଶ ପାଇବା ପରେ ଆନନ୍ଦିତ ହୋଇଛନ୍ତି ସେବାୟତ ସମୂହ । ଆଗାମୀ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧିରେ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ସାଧୁବାଦ ଜଣାଇଛନ୍ତି ସେବାୟତ । ଏଥି ସହ ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି ପୁରୀ ସେବାୟତ।

ସୁପ୍ରିମକୋର୍ଟଙ୍କ ରାୟ ସେମାନଙ୍କ ମଧ୍ୟରେ ଆନନ୍ଦର ଲହରି ବିଛାଇଦେଇଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶ୍ରୀକ୍ଷେତ୍ରର ନୂତନ ନକ୍ସା ପୂର୍ଣ୍ଣ ହେବାକୁ ଯାଉଛି । ଯେଉଁଥିପାଇଁ ଶ୍ରୀମନ୍ଦିରର ସେବାୟତ ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ  ଆଗାମୀ ଦିନରେ ରଥଯାତ୍ରା ହେବାକୁ ଯାଉଥିବାବେଳେ କିପରି ସୁରୁଖୁରୁରେ କାର୍ଯ୍ୟ ସମାପନ ହେବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ସେବାୟତ। ଏଥି ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶିଘ୍ର କାର୍ଯ୍ୟ ଶେଷ କରିବା ନେଇ ଆଲୋଚନା କରିଛନ୍ତି ସେବାୟତ ବୃନ୍ଦ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ପୁରୀ ବିଧାୟକ : ବିକାଶକୁ ବିରୋଧ କରାନଯାଉ, ଶୀଘ୍ର କାମ ଶେଷ ହେଉ
ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ  ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ୮୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପ୍ରୟାସ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିବାବେଳେ କତିପୟ ବ୍ୟକ୍ତି ଶ୍ରୀକ୍ଷେତ୍ରର ଆତ୍ମଘୋଷିତ ଅଭିଭାବକ ସାଜି ଏହାକୁ ବିରୋଧ କରିବା ସହ କାମ ବନ୍ଦ କରିବାପାଇଁ ବହୁ ଚେଷ୍ଟା କରୁଥିଲେ। କିନ୍ତଚ କୁଚକ୍ରୀଗୋଷ୍ଠୀଙ୍କର ସବୁ ପ୍ରୟାସ ବିଫଳ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମମାଲକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟ ଉଭୟ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇଙ୍କ  ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି।

ଶ୍ରୀକ୍ଷେତ୍ର ପୁରୀରେ ରାଜ୍ୟ ସରକାର କରୁଥିବା ବିକାଶ କାର୍ଯ୍ୟକୁ ପ୍ରଥମରୁ ସ୍ବାଗତ କରିଆସିଥିବା ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନକୁ ସୁପ୍ରିମ୍‌ କୋର୍ଟ ରଦ୍ଦ କରିବା ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଗୋଟେ ଜିନିଷକୁ ଅଧାଗଢ଼ା କରି ଛାଡି ଦେବା ଠିକ ନୁହେଁ ଏହା ମନ୍ଦିର ପ୍ରତି ବିପଦ। ପ୍ରକଳ୍ପକୁ କେହି ବିରୋଧ କରିବା ଉଚିତ ନୁହେଁ।  ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ଉଚିତ।ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ କାମ ଚାଲିଛି ତାହା ବହୁ ବର୍ଷ ଆଗକୁ ଲକ୍ଷ୍ୟ ରଖି କାମ କରାଯାଉଛି।  ତେଣୁ ଶୀଘ୍ର କାମ ଶେଷ କରାଯାଉ।

ଏହାପୂର୍ବରୁ ମଧ୍ୟ ପୁରୀର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କରୁଥିବା କାମକୁ ଜୟନ୍ତ ଷଡ଼ଙ୍ଗୀ ସ୍ବାଗତ କରିଛନ୍ତି। ସ୍ୱର୍ଗଦ୍ୱାର ଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ଚାରିପାଖ ସବୁଠି ବିକାଶ ହେଉଛି, ମୁଁ ବିଧାୟକ ଭାବେ ତାହା ଅନୁଭବ କରୁଛି। ରାଜ୍ୟ ସରକାର ପୁରୀର ବିକାଶ ପାଇଁ କାମ କରୁଛନ୍ତି, ଏହାକୁ ନେଇ ଯିଏ ରାଜନୀତି କରିବା କଥା କରୁଥାଉ ବୋଲି ମଧ୍ୟ ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପୂର୍ବରୁ କହିଥିଲେ।

ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ବିରୋଧୀ ଏକ ରାଜନୈତିକ ଏଜେଣ୍ଡା ବନାଇଥିଲେ। ବିକାଶ କାମକୁ ବିରୋଧ କରି କାମକୁ ଅଟକାଇଥିଲେ। ଏହାରି ମଧ୍ୟରେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାୟର କରିଥିଲେ। ତେବେ ସୁପ୍ରିମକୋର୍ଟ ଏହିମାମଲାକୁ ଗତକାଲି ଶୁଣାଣି କରିବା ସହ ଆଜି ରାୟ ପ୍ରକାଶ କରିଛନ୍ତି। ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଖଣ୍ଡପୀଠ କହିଛନ୍ତି- ନିକଟ ଅତୀତରେ ଜନସ୍ବାର୍ଥ ମାମଲା ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ସେଥିରୁ ଅନେକ ପିଟିସନ୍‌ ହୁଏ ତ ପ୍ରଚାର କେନ୍ଦ୍ରିକ ଅଥବା ବ୍ୟକ୍ତିଗତ ସ୍ବାର୍ଥ ବିଜଡ଼ିତ। ଅଦାଲତଙ୍କ ସମୟ ନଷ୍ଟ କରୁଥିବାରୁ ଆମେ ଏଭଳି ପିଟିସନ୍‌ ଦାଏର ପ୍ରଥାକୁ ଅଗ୍ରାହ୍ୟ କରୁଛୁ। ତେଣୁ, ଏଭଳି ପିଟିସନ୍‌ଗୁଡ଼ିକୁ ମୂଳରୁ ନିପାତ କଲେ ମାମଲା ଆଗକୁ ବଢ଼ି ପାରିବ ନାହିଁ।

ଅଦାଲତ କହିଲେ ଯେ, ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକଳାପ ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତ୍ୟାବଶ୍ୟକ। ସେସବୁ ‘ପ୍ରାଚୀନ ସ୍ମାରକୀ ଓ ପତ୍ନତାତ୍ତ୍ବିକ ସ୍ଥଳୀ ଓ ଅବଶେଷ ଆଇନ୍‌ ୧୯୫୮’ ଅନୁଯାୟୀ କରାଯାଉଛି। ଏହାଛଡ଼ା, ମନ୍ଦିର ପ୍ରଶାସନ ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦେଶମତେ ମଧ୍ୟ ଏହା ଚାଲିଛି।ଭକ୍ତମାନଙ୍କର ସୁବିଧା ଓ ହିତ ନିମନ୍ତେ ଏହି ସବୁ ନିର୍ମାଣ କାର୍ୟ୍ୟ ଚାଲିଛି ବୋଲି ଅଦାଲତ କହିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀ ବି ରଖିଛନ୍ତି ସହଭାଗିତା, ଦେଇଛନ୍ତି ସହଯୋଗ ରାଶି, ବିକାଶକୁ କରିଛନ୍ତି ପ୍ରଶଂସା
ପୁରୀ : ଶ୍ରୀମନ୍ଦିରର ଚତୁଃପାର୍ଶ୍ବକୁ ଦିଆଯାଉଛି ନୂଆରୂପ। ବଡ଼ଦେଉଳର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଦର୍ଶନାର୍ଥୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଇ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରସ୍ତୁତ ହେଉଛି ଐତିହ୍ୟ କରିଡ଼ର। ପ୍ରତିଟି କାରୁକାର୍ଯ୍ୟରେ ରହିବ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଛାପ। ଏଥିରେ ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଏହା ପରେ ପରିକ୍ରମା ପ୍ରକଳ୍ପ ପ୍ରତି ବଢ଼ିଛି ସହଯୋଗର ହାତ।

କେବଳ ଓଡ଼ିଆ ନୁହେଁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରିବା ସହ ସେମାନଙ୍କ ସହଭାଗିତା ରଖିଛନ୍ତି। ଏହି ତାଲିକାରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି। ହେଲେ ଏବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଜର ଇଚ୍ଛାକୁ ପୂରଣ କରିବା ଲାଗି ପ୍ରକଳ୍ପକୁ ବିରୋଧ କରୁଛନ୍ତି। ମହାପ୍ରଭୁଙ୍କୁ ବି ନେଇ ସେମାନେ ରାଜନୀତି ଖେଳ ଖେଳୁଛନ୍ତି।

୨୦୨୧ ଫେବୃୟାରୀ ୨୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଧାନସଭାରେ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଲେ କେମିତି ଦେଖାଯିବ ବଡ଼ଦେଉଳ ଚତୁଃପାର୍ଶ୍ବ। ଦର୍ଶନାର୍ଥୀଙ୍କ ପାଇଁ କ’ଣ ରହିବ ସୁବିଧା ସୁଯୋଗ। ଶାନ୍ତଶୀତଳ ପରିବେଶରେ ଶ୍ରଦ୍ଧାଳୁ କିପରି ଭାବ ଭକ୍ତିରେ ଭିଜିଯିବେ। ବିଶ୍ୱବାସୀଙ୍କ ନଜର ଟାଣିବା ଭଳି କିଭଳି ରହିବ ପରିକ୍ରମା ମାର୍ଗ। ବିସ୍ତୃତ ଭାବେ ଏହି ପ୍ରକଳ୍ପର ରୂପରେଖ ସ୍ପଷ୍ଟ କରିଥିଲେ। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଏବଂ ଏହାର ଚତୁଃପାର୍ଶ୍ବର ଏହି ବିକାଶ ଯୋଜନାକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ। ସେହିଦିନ ଏଥିରେ ପ୍ରତିଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଏହା ପରଠାରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼ାଇଛନ୍ତି।

ଗତବର୍ଷ ମାର୍ଚ୍ଚ୨୨ ତାରିଖରେ ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେବାକୁ ଥିବା ବିକାଶ ସମ୍ପର୍କରେ ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କଠାରୁ ବୁଝିବା ସହ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ଭଲ ଭାବେ ଦେଖିବା ସହ ଶ୍ରୀମନ୍ଦିର ବିକାଶରେ ସହଭାଗିତା ରଖିଥିଲେ ରାଷ୍ଟ୍ରପତି। ନିଜ ଦରମାରୁ ୧ଲକ୍ଷ ଟଙ୍କାର ଚେକ୍‍ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ ପ୍ରଦାନ କରିଥିଲେ। କେବଳ ରାଷ୍ଟ୍ରପତି ନୁହଁନ୍ତି ବିଭିନ୍ନ ସମୟରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ବିଶିଷ୍ଟ ବ୍ୟକ୍ତି ନିଜର ସହଭାଗିତା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର। ସାଢେ ୪ କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ସହ ଯୋଡି ହୋଇଛନ୍ତି। ସମାଜର ଦାୟିତ୍ୱରେ ହିଁ ବଡ଼ଦେଉଳର କାମ ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରର ଉତ୍କୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହଯୋଗର ହାତ ବଢ଼ାନ୍ତୁ ବୋଲି ଆହ୍ୱାନ ଦେଇଥିଲେ ଧର୍ମେନ୍ଦ୍ର।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରତ୍ୟେକ ୫୦ ହଜାର ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିଛନ୍ତି। କେବଳ ବ୍ୟକ୍ତିବିଶେଷ ନୁହନ୍ତି, ବିଭିନ୍ନ ଅନୁଷ୍ଠାନ ବି ଶ୍ରୀମନ୍ଦିର ବିକାଶରେ ସହଭାଗିତା ହେବା ପାଇଁ ଆଗେଇ ଆସିଛନ୍ତି। କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିମିଟେଡ ଏବଂ ଏମ୍‍ଜିଏମ୍‍ ମିନେରାଲ୍ସ ଲିମିଟେଡ ୧ କୋଟି ଲେଖାଏ ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି। ବଲିଉଡ୍‍ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଅଭିନେତା ଗୋବିନ୍ଦା ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବିଶିଷ୍ଟ ବ୍ୟକ୍ତି ଏବଂ ଅନୁଷ୍ଠାନ ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରି ସହଭାଗିତା ରଖିଥିବାବେଳେ ଏବେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରକଳ୍ପ କାମକୁ ବନ୍ଦ କରିବା ଲାଗି ହୀନ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କ ଅସଲମୁଖା ପଦାରେ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ବିବାଦ ବଢ଼ାଉଛି ଏଏସ୍‍ଆଇ
ଭୁବନେଶ୍ୱର : ସଂସ୍କୃତି, ଆସ୍ଥା ଓ ଭାବର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ନିମନ୍ତେ ଆରମ୍ଭ ହୋଇଥିବା ‘ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ’କୁ ଅଧିକ ଗତିଶୀଳ କରିବା ନେଇ ପଥ ପରିଷ୍କାର ହୋଇଛି। ପ୍ରକଳ୍ପ କାର୍ଯ୍ୟ ନେଇ ଏଏସ୍‍ଆଇ ପକ୍ଷରୁ ବିଭିନ୍ନ ସମୟରେ ଉଠାଯାଇଥିବା ଆଇନଗତ ବିବାଦ ଓଡ଼ିଶା ହାଇକୋର୍ଟଙ୍କ ଅନୁକୂଳ ଅନୁଶୀଳନ ଓ ନିର୍ଦ୍ଦେଶ ପରେ ଅର୍ଥହୀନ ହୋଇପଡ଼ିଛି। ଏପରିକି ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଦିଆ ନ ଯିବା ପ୍ରକଳ୍ପ କାର୍ଯ୍ୟ ଉଚିତ୍‍ ମାର୍ଗରେ ଯାଉଥିବା ସୂଚାଉଛି। ଅନ୍ୟପକ୍ଷରେ ବିନାଅନୁମତିରେ ନିର୍ମାଣ କାର୍ଯ୍ୟ ଚାଲିବା ସହ ଏଏସ୍‍ଆଇକୁ ଅନ୍ଧାରରେ ରଖାଯାଉଥିବା ନେଇ ପ୍ରକଳ୍ପବିରୋଧୀଙ୍କ ଅଭିଯୋଗ ହାଇକୋର୍ଟରେ ଏଏସ୍‍ଆଇର ସତ୍ୟପାଠ ପରେ ଭିତ୍ତିହୀନ ହୋଇପଡ଼ିଛି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟ ସରକାର ସମସ୍ତ ବିଧିବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏସବୁ ବିଷୟରେ ଯଥେଷ୍ଟ ଅବଗତ ଥାଇ ବି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଆଞ୍ଚଳିକ ପ୍ରମୁଖ ବିଭିନ୍ନ ଆଳ ଦେଖାଇ ବାରମ୍ବାର ଏହି ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିରେ ବାଧା ସୃଷ୍ଟି କରିବାକୁ ଅପଚେଷ୍ଟା କରିଆସୁଛନ୍ତି। ଏପରିକି ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ସହ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ସର୍ବୋତ୍ତମ ସୁବିଧାସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଯୋଜନା ଓ ପଦକ୍ଷେପକୁ ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି। ଏଥିସହିତ ଭକ୍ତଙ୍କ ପାଇଁ ହେଉଥିବା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଶ୍ରୀକ୍ଷେତ୍ର ଧାମର ଉନ୍ନତିକରଣ ଓ ବିକାଶ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ପୁରାତନ କୀର୍ତ୍ତିରାଜି ଭଳି ନବନିର୍ମାଣର ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଏଏସ୍‍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ବେ ଏହି ପ୍ରକଳ୍ପ କାର୍ଯ୍ୟକୁ ନେଇ ଦେଖାଦେଇଥିବା ବିବାଦ ଓ ଏଏସ୍‍ଆଇର ଭୂମିକା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାର ପରିପନ୍ଥୀ ସାଜିଛି।

ଗତ ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କରକମଳରେ ପ୍ରକଳ୍ପର ଭିତ୍ତି ପଡ଼ିଥିଲା। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ସମସ୍ତ ବିଧିବ୍ୟବସ୍ଥାକୁ ଅନୁଧ୍ୟାନ ଓ ଅନୁଶୀଳନ କରି ଆବଶ୍ୟକ ପଦକ୍ଷେପମାନ ନେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ଏପ୍ରିଲ ୧୨ ତାରିଖରେ ଏଏସ୍‍ଆଇ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୧ ମେ ୪ ତାରିଖରେ ମଧ୍ୟ କାର୍ଯ୍ୟ ଆରମ୍ଭ ପାଇଁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ବା ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି(ଏନ୍‍ଏମ୍‍ଏ)ଙ୍କ ଅନୁମତି ଲାଭ ସକାଶେ ପ୍ରକଳ୍ପ ସ୍ଥାନ ପରିଦର୍ଶନ ପାଇଁ ରାଜ୍ୟ ସରକାର ଏଏସ୍‍ଆଇକୁ ପତ୍ର ମାଧ୍ୟରେ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏଏସ୍‍ଆଇର ଆଞ୍ଚଳିକ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଏକ କମିଟି ଗଠନ କରି ପ୍ରକଳ୍ପ ସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ନୂଆଦିଲ୍ଲୀସ୍ଥିତ ଏଏସ୍‍ଆଇ ମହାନିର୍ଦ୍ଦେଶକଙ୍କୁ ୨୦୨୧ ଜୁନ୍‍ ୩ ତାରିଖରେ ଅବଗତ କରାଇଥିଲେ। ରାଜ୍ୟ କ୍ୟାବିନେଟର ଅନୁମୋଦନ କ୍ରମେ ଓବିସିସି ତରଫରୁ ଟାଟା ପ୍ରୋଜେକ୍ଟ ଲିମିଟେଡ୍ସ ଉକ୍ତ ପ୍ରକଳ୍ପ କାର୍ଯ୍ୟ କରିବା ନେଇ ଓବିସିସି ଏଏସ୍‍ଆଇକୁ୨୦୨୧ ଅଗଷ୍ଟ ୨୧ ତାରିଖରେ ଅବଗତ କରାଇଥିଲା। ଏଏସ୍‍ଆଇର କ୍ଷେତ୍ର ଅନୁଧ୍ୟାନ ରିପୋର୍ଟ ପରେ ପ୍ରକଳ୍ପ କାର୍ଯ୍ୟ ନେଇ ରାଜ୍ୟ ସରକାରଙ୍କୁ ଏନଏମ୍‍ଏ ୨୦୨୧ ସେପ୍‍ଟେମ୍ବର ୪ ତାରିଖରେ ଆପତ୍ତିରହିତ ଅନୁମତି ପ୍ରଦାନ କରିଥିଲେ। ଏନଏମ୍‍ଏର ଅନୁମତି ଆଧାରରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାବେଳେ ୬ ମାସ ଧରି ଏଏସ୍‍ଆଇ ଏବାବଦରେ ନିରବ ରହିଥିଲା।

ଏହାପରେ ୨୦୨୨ ଫେବୃଆରୀ ୫ ତାରିଖରେ ଏଏସ୍‍ଆଇ ପକ୍ଷରୁ ପୁଣି ପ୍ରକଳ୍ପ କାର୍ଯ୍ୟ ଉପରେ ଆପତ୍ତି ଉଠାଯାଇ ଅନୁମତି ପତ୍ର ଓ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ତଥ୍ୟ ମଗାଯିବା ସହ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ନେଇ ଆପତ୍ତି ଉଠାଇଥିଲା। ଅନ୍ୟପକ୍ଷରେ ଏଏସ୍‍ଆଇ ମହାନିର୍ଦ୍ଦେଶକ ଭି. ବିଦ୍ୟାବତୀ ଗତ ଫେବୃଆରୀ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ପରିଦର୍ଶନ ବିବରଣୀରେ ୨୨ ତାରିଖରେ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସନ୍ତୋଷଜନକ ଟିପ୍ପଣୀ ଉଲ୍ଲେଖ କରିବା ସହ ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏଥିସହିତ ଆଇନଗତ ବିବାଦକୁ ଏଡ଼ାଇବା ପାଇଁ ସ୍ଥାନୀୟ ଏଏସ୍‍ଆଇ ଅଧିକାରୀଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପ୍ରକଳ୍ପ ଅଧିକାରୀମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରସ୍ତାବିତ ଅଭ୍ୟର୍ଥନା କକ୍ଷକୁ ନିଷିଦ୍ଧାଞ୍ଚଳ ପରିବର୍ତ୍ତେ ନିୟନ୍ତ୍ରିତ ଅଞ୍ଚଳ(ରେଗୁଲେଟେଡ୍‍ ଏରିଆ)ରେ ନିର୍ମାଣ ପାଇଁ ସେ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇ କାର୍ଯ୍ୟ ଚାଲିଛି।

ଗସ୍ତ ସମୟରେ ଏଏସ୍‍ଆଇ ନିର୍ଦ୍ଦେଶକ ଭି. ବିଦ୍ୟାବତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ଏହା ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଏବଂ ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଇଛନ୍ତି। ଏଣୁ ପ୍ରକଳ୍ପ ନେଇ କୌଣସି ସମସ୍ୟା ଦେଖାଦେଲେ, ତାହା ଆପୋଷ ବୁଝାମଣା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ସମାଧାନ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ।ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଏଏସ୍‍ଆଇ ସହିତ ପ୍ରତି ପଦକ୍ଷେପରେ ସହଯୋଗ ଭିତ୍ତିରେ ନିର୍ମାଣ କାର୍ଯ୍ୟ ପାଇଁ ପ୍ରୟାସ ଜାରି ରଖିଛନ୍ତି। ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ଓ ଏଏସ୍‍ଆଇ ମଧ୍ୟରେ ହୋଇଥିବା ପତ୍ରବିନିମୟରୁ ପ୍ରକ୍ରିୟାର ସ୍ୱଚ୍ଛତା ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟରେ ଏଏସ୍‍ଆଇର ଅନୁମତିକୁ ନେଇ ବିଜେପିର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଓ ଅନ୍ୟ ନେତୃତ୍ୱ ସର୍ବସାଧାରଣରେ କରୁଥିବା ଅଭିଯୋଗ ଓ ଟିପ୍ପଣୀ ଜନମାନସକୁ ଭ୍ରମିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।