Capital Hospital - The Sakala

କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା; ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ
ଭୁବନେଶ୍ବର : ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣକର ମୃତ୍ୟୁ ଅଭିଯୋଗ ହୋଇଛି। ହସ୍ପିଟାଲରେ ଉତ୍ତେଜନା ପରେ ପହଞ୍ଚିଲା ପୁଲିସ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ। ଜଣେ ୩ ବର୍ଷୀୟ ଶିଶୁ ଥଣ୍ଡା ଜ୍ଵରରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଜଣେ ମହିଳା ଡାକ୍ତର ଦାୟିତ୍ୱରେ ଥାଇ ମଧ୍ୟ ପିଲାଟିକୁ ଠିକ ଚିକିତ୍ସା କରି ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ଡାକ୍ତରଙ୍କୁ ଅଟକ ରଖିଛନ୍ତି ପରିବାରଲୋକେ। ଅବହେଳା କରିଥିବା ଡାକ୍ତରଙ୍କୁ ଗିରଫ ଦାବି କଲେ ମୃତ ଶିଶୁର ପରିବାର ଲୋକ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋ‌ଷଣା କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାରେ ଆସିଲା DNA ରିପୋର୍ଟ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଆସିଲା DNA ରିପୋର୍ଟ । ଝିଅ ଜନ୍ମ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ । ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଗତ ସପ୍ତାହରୁ ପୁଅ ଓ ଝିଅ ଅଦଳବଦଳ ନେଇ ଚାଲିଥିଲା ବିବାଦ । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ DNA ଟେଷ୍ଟ କରାଯାଇଥିଲା । କ୍ୟାପିଟାଲ ଥାନା ପୋଲିସ କୋର୍ଟରେ ପୂର୍ବରୁ ଆବେଦନ କରିଥିଲା । ଅଭିଯୋଗକାରୀ ପ୍ରାଣକୃଷ ବିଶ୍ୱାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପୁଲକୁ ସଂଗ୍ରହ କରାଯାଇଥିଲା । ରିପୋର୍ଟ ଆସିବା ପରେ ପୁରା ସତ୍ୟ ପଦାକୁ ଆସିଛି । ସେପଟେ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା କହିଛି ଡାକ୍ତରୀ ଟିମ । ଝିଅ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା ମାନିବାକୁ ନାରାଜ ଥିଲେ । ଘଟଣାରେ କ୍ୟାପିଟାଲ ଥାନା ଏକ ମାମଲା ରୁଜୁ କରିଥିଲା । କାର୍ଯ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରିଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

କାମ କରୁନି କ୍ୟାପିଟାଲ୍‌‌ ହସ୍ପିଟାଲର ‘ଇ-ଟିକଟ୍‌‌’ ବ୍ୟବସ୍ଥା; କାଉଣ୍ଟରରେ ଲମ୍ବା ଧାଡ଼ି, ଦହଗଞ୍ଜ ବରିଷ୍ଠ ନାଗରିକ ଓ ମହିଳା
ଭୁବନେଶ୍ୱର: କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌ରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଗତ ଜାନୁୟାରୀ ୯ରୁ ଇ-ଟିକଟ୍‌‌ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଗତ କିଛିଦିନ ଧରି ଇ-ଟିକ୍‌‌ଟ ବ୍ୟବସ୍ଥା କାମ କରୁନି। ଫଳରେ ରୋଗୀ ନିରାଶ ହୋଇ ଫେରୁଛନ୍ତି। ଅନେକ ହଇରାଣ ହରକତ ହେଉଛନ୍ତି।

କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌କୁ ରାଜଧାନୀ ଏବଂ ଏହାର ଉପକଣ୍ଠ ଅଞ୍ଚଳରୁ ହଜାର ହଜାର ରୋଗୀ ଆସୁଛନ୍ତି। ଦୂରରୁ ଆସିଥିବା ଅନେକ ରୋଗୀ ଡାକ୍ତରଙ୍କୁ ଦେଖାଇବା ପାଇଁ ଭୋର ୪ଟାରୁ ଧାଡ଼ିରେ ରହି ଟିକଟ୍‌‌ କରୁଛନ୍ତି। ଯେଉଁଥି ପାଇଁ ବିଭିନ୍ନ ବିଭାଗ ଆଗରେ ଭିଡ଼ ରହିବା ସହ କାଉଣ୍ଟରରେ ବି ଭିଡ଼ ରହୁଛି। ତେଣୁ ଭିଡ଼କୁ ଦୂରେଇବା ପାଇଁ ଗତ ଜାନୁଆରୀ ୯ ତାରିଖରୁ ଇ-ଟିକଟ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଯାହାଦ୍ୱାରା ଜଣେ ବ୍ୟକ୍ତି ଘରେ ବସି ଓପିଡି ପାଇଁ ଟିକଟ୍‌‌ ବୁକ୍‌‌ କରି ପାରିବ। ଇ-ଟିକଟ୍‌‌ ବ୍ୟବସ୍ଥା ଲାଗୁ ହେବା ପରେ ଲୋକେ ରାତି ଅଧରୁ ଆସି ଧାଡ଼ିରେ ରହିବାକୁ ପଡୁ ନ ଥିଲା। ରୋଗୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ୱେବ୍‌‌ସାଇଟ୍‌‌କୁ ଯାଇ ଓପିଡି ଟିକଟ୍‌‌ ବୁକ୍‌‌ କରିବାକୁ ପଡୁଥିଲା। ଦିନ ୧୨ଟାରୁ ରାତି ୧୧.୫୯ ଭିତରେ ବୁକ୍‌‌ କରିପାରିବେ। ୱେବ୍‌‌ସାଇଟ୍‌‌କୁ ଯାଇ ବୁକ୍‌‌ କରିବା ପରେ ଏକ କ୍ୟୁଆର୍‌‌ କୋଡ୍‌‌ ଦିଆଯାଉଥିଲା। ଏହାକୁ ସ୍କ୍ରିନ୍‌‌ ସଟ୍‌‌ ରଖିବାକୁ ପଡ଼ିବ। ପରେ ଏହାକୁ ହସ୍ପିଟାଲରେ ଲାଗିଥିବା କିଓସ୍କୋ ମେସିନ୍‌‌ରେ ସ୍କାନ୍‌‌ କରି ଟିକଟ୍‌‌ର ପ୍ରିଣ୍ଟ୍‌‌ ବାହାର କରିପାରୁ ଥିଲେ। ଏଥିରେ କେଉଁ ବିଭାଗର ଡାକ୍ତରଙ୍କୁ କେତେ ସମୟରେ ଭେଟିବେ, ସେଥିରେ ତାରିଖ ଏବଂ ସମୟ ଦିଆଯାଇଥିଲା। ଆହୁରି ମଧ୍ୟ ଦିଆଯାଇଥିବା ସମୟର ଏକ ଘଣ୍ଟା ପୂର୍ବରୁ ଉକ୍ତ ବିଭାଗକୁ ଯିବାକୁ ହେବ ବୋଲି ଉଲ୍ଲେଖ ରହୁଥିଲା।

କିନ୍ତୁ ଗତ କିଛିଦିନ ହେବ କ୍ୟାପିଟାଲ ହସ୍ପିଟାଲରେ ଏହି ଇ-ଟିକଟ୍‌‌ ବ୍ୟବସ୍ଥା କାମ କରୁନି। ଯେଉଁଥି ପାଇଁ ରୋଗୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ସେମାନେ ପୂର୍ବଭଳି ଧାଡ଼ିରେ ଠିଆ ହେବାକୁ ପଡୁଛି। ଲୋକେ ଏହି ୱେବ୍‌‌ସାଇଟ୍‌‌କୁ ଯାଇ ସମସ୍ତ ତଥ୍ୟ ଦେଇ ବୁକ୍‌‌ କଲେ ତୁରନ୍ତ କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌ର ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଛି। କିନ୍ତୁ ୱେବ୍‌‌ସାଇଟ୍‌‌ରେ ନିର୍ଦ୍ଦେଶକଙ୍କ ଫୋନ୍‌‌ ନମ୍ବର ନ ଥିବା ସହ ଦିଆଯାଇଥିବା ଲ୍ୟାଣ୍ଡ ଲାଇନ୍‌‌ ମଧ୍ୟ ସଠିକ୍‌‌ ଭାବେ କାମ କରୁନି। ଦୂରରେ ରହୁଥିବା ରୋଗୀ ବୁକ୍‌‌ କରି ନ ପାରି ନିରାଶ ହେଉଛନ୍ତି। ଏହି ବ୍ୟବସ୍ଥା କାମ କରୁ ନ ଥିବାରୁ ଏହାର ସୁଯୋଗ ନେଉଛନ୍ତି ଦଲାଲ। ସେମାନେ ଲୋକଙ୍କୁ କମ୍‌‌ ସମୟରେ ଟିକଟ୍‌‌ କରାଇ ଦେବାକୁ କହି ଟଙ୍କା ନେଉଛନ୍ତି। ଏଥିରେ ବିଭାଗ ଆଗରେ ଜଗୁଥିବା ସିକ୍ୟୁରିଟ୍‌‌ ଗାର୍ଡ ମଧ୍ୟ ମାଲେମାଲ୍‌‌ ହେଉଥିଲା। ଦଲାଲ ନିଜେ ଟଙ୍କା ନେବା ସହ ବିଭାଗର ଗେଟ୍‌‌ ଜଗିଥିବା ସିକ୍ୟୁରିଟି ଗାର୍ଡ ମଧ୍ୟ ଟଙ୍କା ନେଉଛି। କିନ୍ତୁ ଗରିବ ଶ୍ରେଣୀର ଲୋକେ ଟଙ୍କା ଦେଇ ନ ପାରି ଲାଇନ୍‌‌ରେ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି।

ଏହି ବ୍ୟବସ୍ଥା ଫେଲ୍‌‌ ହେବା ପରେ ଓପିଡି ଟିକଟ୍‌‌ କାଉଣ୍ଟ ରରେ ଭିଡ୍‌‌ ଥିବା ଦେଖିବାକୁ ମିଳୁଛି। ଲୋକେ ଖରା ଆଉ ଗୁଳୁଗୁଳିରେ ଲମ୍ବା ଧାଡ଼ିରେ ରହିବାକୁ ପଡୁଛି। ବିଶେଷ କରି ବରିଷ୍ଠ ନାଗରିକ ଅଧିକ ହଇରାଣ ହେଉଛନ୍ତି। ସେମାନେ ଲାଇନ୍‌‌ରେ ରହିବା ସମ୍ଭବ ହେଉ ନ ଥିବାରୁ ତଳେ ବସି ରହୁଛନ୍ତି। ମାଧବ ବେହେରା ନିଜର ପୁଅକୁ ଶିଶୁ ବିଭାଗରେ ଦେଖାଇବା ପାଇଁ ଅନ୍‌‌ଲାଇନ୍‌‌ରେ ବୁକ୍‌‌ କରିଥିଲେ। ଦିଆଯାଇଥିବା ଅପ୍‌‌ସନ୍‌‌ ପୂରଣ କରିବା ପରେ ସ୍ଲଟ୍‌‌ ବୁକ୍‌‌ କରିଥିଲେ। ହେଲେ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଥିଲା। କେବଳ ମାଧବ ନୁହେଁ ଏହିଭଳି ଅନେକ ଲୋକେ ଶିକାର ହେଉଛନ୍ତି। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ୱେବ୍‌‌ସାଇଟ୍‌‌ରେ ଟେକ୍ନିକାଲ ସମସ୍ୟା ଥିବାରୁ ଏହା ହେଉଛି। ଖୁବ୍‌‌ଶୀଘ୍ର ଠିକ୍‌‌ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ।

କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର ମେଡିକାଲ ଶିକ୍ଷାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ କରିବା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପାଠପଢା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ ପିଜି ପାଠ୍ୟକ୍ରମ । ମୋଟ ୧୫ ଟି ବିଭାଗରେ ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୬ଟି ବିଭାଗକୁ ମିଳିଛି ଅନୁମତି । ୬ଟି ବିଭାଗରେ ୨୪ଟି ସିଟ ପାଇଁ ପିଜି ଓ ୬ଟି ସ୍ପେଶାଲ MS / MD ପାଠ୍ୟକ୍ରମ ଅନୁମତି ମିଳିଛି ।

ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ ୫ଟି ଲେଖାଏ ସିଟ ସହିତ, ଅସ୍ଥିଶଲ୍ୟ ବିଭାଗରେ ୨ଟି, ଶିଶୁରୋଗ ବିଭାଗରେ ୪ଟି, ଶ୍ୱାସରୋଗ ବିଭାଗରେ ୩ ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି । ଆଉ ୯ଟି ବିଭାଗ ପର୍ଯ୍ୟାୟକ୍ରମେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମର୍ଚାରୀଙ୍କ ସହ ପାଖାପାଖି ୭୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ଅନୁଷ୍ଠାନ ଖୋଲିବା ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆହୁରି ସୁଧାର ଆସିବ । ଶିକ୍ଷାନୁଷ୍ଠାନ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।

କ୍ୟାପିଟାଲ୍‍ ହସ୍ପିଟାଲରେ ଦଲାଲି ରୋକିବାକୁ ଲାଗିବ ବଡ଼ ପୋଷ୍ଟର୍‍; ଜାରିହେବ ହେଲ୍ପଲାଇନ୍‍ ନମ୍ବର, ସନ୍ଦିଗ୍ଧଙ୍କୁ ଥାନାରେ ଦେବେ କର୍ତ୍ତୃପକ୍ଷ
ଭୁବନେଶ୍ୱର: ହସ୍ପିଟାଲଗୁଡ଼ିକରେ ‘୫-ଟି’ ଉପକ୍ରମରେ ସାମିଲ ହେବା ପରେ ବଦଳୁଛି ଚେହେରା। ଏହି କ୍ରମରେ କ୍ୟାପିଟାଲ୍‍ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନବକଳେବର କାର୍ଯ୍ୟ ଆଗେଇ ଚାଲିଛି। କ୍ୟାପିଟାଲ୍‍ ହସ୍ପିଟାଲ ରାଜ୍ୟ ସର୍ବୋତ୍ତମ ଚିକିତ୍ସାର ଉତ୍କୃର୍ଷ କେନ୍ଦ୍ରରେ ପରିଣତ କରିବା ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ହସ୍ପିଟାଲରେ ଅଧିକାଂଶ ଚିକିତ୍ସା ସୁବିଧା ମିଳୁଥିବାରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ରୋଗୀ ଆସୁଛନ୍ତି। ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ୟ ଘରୋଇ ହସ୍ପିଟାଲ୍‍ ଏବଂ କ୍ଲିନିକ ଭଲ ଚିକିତ୍ସା ମିଳିବାର ଆଶା ଦେଖାଇ ସ୍ଥାନାନ୍ତର କରିବା ଲାଗି ପ୍ରୋତ୍ସାହିତ କରିପାରନ୍ତି ଦଲାଲ। ଏଣୁ ସେମାନଙ୍କୁ ସାବାଡ଼ କରିବା ସହ ଦଲାଲି ରୋକିବା ଲାଗି ହସ୍ପିଟାଲ ପକ୍ଷରୁ ଜାରିରହିଛି ଦଲାଲ ହଟାଓ ଅଭିଯାନ। କ୍ୟାପିଟାଲ୍‍ ହସ୍ପିଟାଲରେ ଦଲାଲି ରୋକିବା ଲାଗି ଗଠନ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ୍‍। ଏଥିସହିତ ହସ୍ପିଟାଲର ବିଭିନ୍ନ ସ୍ଥାନରେ ଲଗାଯିବ ବଡ଼ବଡ଼ ପୋଷ୍ଟର୍‍। ଅନ୍ତଃବିଭାଗ, ବହିର୍ବିଭାଗ ସମେତ ହସ୍ପିଟାଲ ପରିସର ଅନ୍ୟାନ୍ୟ ସ୍ଥାନରେ ସଚେତନତା ଲାଗି ବଡ଼ ପୋଷ୍ଟର୍‍ ଲାଗିବ ବୋଲି କୁହାଯାଇଛି।

ସେହିପରି ହସ୍ପିଟାଲର ପ୍ରବେଶ ଓ ପ୍ରସ୍ଥାନ ଏବଂ ମୁଖ୍ୟସ୍ଥାନଗୁଡ଼ିକରେ ଓଡ଼ିଆ ଓ ଇଂରାଜୀରେ ନାମଫଳକ ଲଗାଇବାକୁ ଯୋଜନା କରିଛନ୍ତି ହସ୍ପିଟାଲ୍‍ କର୍ତ୍ତୃପକ୍ଷ। ଏଥିସହିତ ହସ୍ପିଟାଲରେ ଲଗାଯାଇଥିବା ଡାକବାଜି ଯନ୍ତ୍ର ସହାୟତା ସଚେତନ କରାଯାଉଛି। ଅନ୍ୟପକ୍ଷରେ ହସ୍ପିଟାଲରେ ବୁଲୁଥିବା ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯାଉଛି। ରୋଗୀଙ୍କ ସମ୍ପର୍କୀୟଙ୍କ ବେଶରେ ଆସି ଦଲାଲିଗିରି କରିବାର ନଜିର ରହିଛି। ଏଣୁ ସନ୍ଦେହଜନକ ଅବସ୍ଥାରେ ହସ୍ପିଟାଲରେ ବୁଲୁଥିବା କିମ୍ବା ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ଲାଗି ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କୁ ଧରି ଥାନାରେ ଦେବାଲାଗି କୁହାଯାଇଛି। ପୂର୍ବରୁ ଏଭଳି ଅନେକ ଦଲାଲଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ କାବୁକରି ହସ୍ପିଟାଲ ପରିସରରେ ଥିବା ଫାଣ୍ଡିକୁ ହସ୍ତାନ୍ତର କରାଯାଉଛି। ପରେ ଉକ୍ତ ଦଲାଲଙ୍କୁ ଗିରଫକରି କୋର୍ଟଚାଲାଣ କରୁଛି କ୍ୟାପିଟାଲ ଥାନା ପୁଲିସ।

ସନ୍ଦେହ ହେଉଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ଲାଗିଥିବା ସିସିଟିଭିରେ ଚିହ୍ନଟ କରାଯାଉଛି। ଆବଶ୍ୟକ ହେଲେ ସେମାନଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅଟକ ରଖାଯାଇ ଥାନାକୁ ଖବର ଦିଆଯାଉଛି। ଦଲାଲଙ୍କ ବିଷୟରେ ଖବର ପାଇଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜଣାଇବା ଲାଗି କୁହାଯାଇଛି। ଏଣୁ ଉକ୍ତ ପୋଷ୍ଟରରେ ଏକ ହେଲ୍ପଲାଇନ୍‍ ନମ୍ବର ଜାରି କରିବା ଲାଗି ଯୋଜନା କରାଯାଉଛି। ପୂର୍ବରୁ ବହୁଥର ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଦଲାଲ ଦୌରାତ୍ମ ସମ୍ପୂର୍ଣ୍ଣ ହ୍ରାସ ହୋଇଛି ବୋଲି ହସ୍ପିଟାଲର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

କ୍ୟାପିଟାଲ୍ ହସ୍ପିଟାଲକୁ ବଡ ସଫଳତା: ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ୪ ଷ୍ଟାର ମାନ୍ୟତା
ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ବଡ ସଫଳତା। ସେଠାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ୪ ଷ୍ଟାର ମାନ୍ୟତା ମିଳିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ନିରୀକ୍ଷଣ କର୍ତୃପକ୍ଷ (ଏଫଏସଏସଏଆଇ) ଏହି ମାନ୍ୟତା ଦେଇଛି। ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ଓ ମାନ୍ୟତା ଦେବା ଲାଗି ଏହି ପ୍ରକ୍ରିୟା ଜାରି ରହିଛି। ସ୍ୱଚ୍ଛତା ରକ୍ଷା ସହ ରୋଗୀଙ୍କୁ ସୁରକ୍ଷିତ ଓ ପୌଷ୍ଟିକ ଆହାର ଯୋଗାଇବାରେ କ୍ୟାପିଟାଲ ହସ୍ପିଟାଲକୁ ଏହି ମାନ୍ୟତା ମିଳିଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଏଫଏସଏସଏଆଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପରେ କେତେକ ନିର୍ଦ୍ଦିଷ୍ଟ ମାନକ ପୂରଣ ହୋଇଥିବାରୁ ‘ଇଟ ରାଇଟ’ ମାନ୍ୟତା ମିଳିଛି। ସେ କହିଛନ୍ତି ଯେ ରୋଗୀମାନଙ୍କର ଖାଦ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ନେଇ ଟ୍ୱିଟ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଛନ୍ତି।

Congratulations @HFWOdisha as Capital Hospital, #Bhubaneswar has been certified as Eat Right Campus as per guidelines established by @fssaiindia. The hospital has earned the recognition by ensuring hygiene of food and food quality in the campus. #OdishaLeads pic.twitter.com/LXrYmQMfBg

— CMO Odisha (@CMO_Odisha) May 10, 2022

ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ ଜେଲ ଭାବେ ଭୁବନେଶ୍ୱର ଝାରପଡା ଜେଲକୁ ‘ଇଟ ରାଇଟ’ ମାନ୍ୟତା ମିଳିସାରିଛି।