Brajrajnagar by-election - The Sakala

ବ୍ରଜରାଜନଗର ଉପନିର୍ବାଚନ : ବଜାୟ ରହିବ ବିଜେଡିର ଅପରାଜେୟ ରେକର୍ଡ
ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଆସନରେ ପୁଣି ବିଜେଡି। ଆଉ ଏକ ଉପ-ନିର୍ବାଚନକୁ ବୃହତ ବ୍ୟବଧାନରେ ଜିତିବାକୁ ଯାଉଛି ବିଜେଡି। ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର ସଦର, ପିପିଲି ପରି ବ୍ରଜରାଜନଗରରେ ବିଜେଡି ବେଶ୍‍ ଭଲ ଫଳ କରିବ ଏବଂ ପୂର୍ବଥର ବିଜୟ ବ୍ୟବଧାନଠାରୁ ଚଳିତ ନିର୍ବାଚନରେ ବିଜୟ ବ୍ୟବଧାନ ଦୁଇଗୁଣରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଇଛି। ରାଜ୍ୟର ଅଗ୍ରଣୀ ଦୈନିକ ସକାଳ- ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲ ନନ୍ଦିଘୋଷ କରାଯାଇଥିବା ବୁଥ୍‍ ବାହୁଡ଼ା ମତରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବ୍ରଜରାଜନଗର ଫଳାଫଳ ବିଜେଡି କର୍ମୀଙ୍କ ମନୋବଳ ବୃଦ୍ଧି କରିବ। ମଙ୍ଗଳବାର ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି। ବୁଧବାର ସାମଗ୍ରିକ ଭାବେ ମତଦାନ ପ୍ରତିଶତ ଜଣାପଡ଼ିବ। ମତଦାନ ହାର ପୁନର୍ବାର ୭୫ରୁ ୭୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି।

ସେହିପରି ଗତଥର ମୋଦି ହାୱା ଉପନିର୍ବାଚନରେ କୌଣସି ପ୍ରଭାବ ପକାଇନାହିଁ। ତେଣୁ ବିଜେଡି ବିଜୟ ବ୍ୟବଧାନ ବୃଦ୍ଧି କରିବ ବୋଲି ନିର୍ବାଚନ ଦାୟିତ୍ୱରେ ଥିବା ଏକାଧିକ ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଥମ ସ୍ଥାନ ହାସଲ କରିଥିଲା। ମାତ୍ର ବିଜେପି ନିଜ ଜିଲ୍ଲା ପରିଷଦ ଆସନ ସଂଖ୍ୟା ୩୬ରୁ ୨୯୦କୁ ବୃଦ୍ଧି କରିପାରିଥିଲା। ମାତ୍ର ଏହାର ପରବର୍ଷ ବରଗଡ଼ ଜିଲ୍ଲା ବିଜେପୁରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମାତ୍ର ଏଠାରେ ବିଜେଡି ଆଶାତୀତ ସଫଳତା ପାଇଥିଲା। ପରବର୍ତ୍ତୀ ସମୟରେ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ପ୍ରତିଫଳନ ଦେଖିବାକୁ ମିଳିଥିଲା। ତେଣୁ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଆଗାମୀ ଦିନରେ ରାଜ୍ୟ ରାଜନୀତି ସମ୍ପର୍କରେ ବିଶେଷ ବାର୍ତ୍ତା ଦେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।  କିଛି ମାସ ତଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପରବର୍ତ୍ତୀ ସମୟରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଜେଡି ଏକତରଫା ବିଜୟୀ ହୋଇଥିଲା। ସେମିଫାଇନାଲ କୁହାଯାଉଥିବା ଏହି ଫଳାଫଳ ପରେ ବ୍ରଜରାଜନଗର ଉପନିର୍ବାଚନ ହେଉଛି। ତେଣୁ ଏହି ନିର୍ବାଚନରେ ବିଜେଡି ଯଦି ପୂର୍ବ ବ୍ୟବଧାନ ବୃଦ୍ଧି କରୁଛି, ତେବେ ତାହା କର୍ମୀଙ୍କ ମନୋବଳ ବୃଦ୍ଧି କରିବ। ବିଜେପି ପଶ୍ଚିମ ଓଡ଼ିଶାରେ ନିଜକୁ ଅଧିକ ଶକ୍ତିଶାଳୀ ବୋଲି ଅଭିହିତ କରିଥାଏ। ମାତ୍ର ଯଦି ଉପନିର୍ବାଚନ ଫଳାଫଳ ବିଜେପି ବିପକ୍ଷରେ ଯିବା ସହ ଦଳର ଭୋଟ ହାର ଯଦି ହ୍ରାସ ପାଇବ, ତେବେ ଏହା ଦଳ ପାଇଁ ସତର୍କଘଣ୍ଟି ହେବ। ଯଦି ଭୋଟ ହାର ଅପରିବର୍ତ୍ତିତ ରହିବ, ତେବେ ଏହା ଗୈରିକ ଦଳ ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେବ। ସେହିପରି ଏହି ଆସନଟି କଂଗ୍ରେସ ଏବଂ ବାମପନ୍ଥୀ ଦଳର ଗଡ଼ ଭାବେ ପରିଚିତ ଥିଲା। କଂଗ୍ରେସ ନିଜର ଜଣେ ବରିଷ୍ଠ ନେତାଙ୍କୁୁ ମଇଦାନକୁ ଓହ୍ଲାଇଛି। କଂଗ୍ରେସ ଯଦି ସମ୍ମାନଜନକ ଭୋଟ ପାଏ, ତେବେ ଏହା ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଟିମ୍‍କୁ ଉତ୍ସାହିତ କରିବ।

ବ୍ରଜରାଜନଗର ଉପନିର୍ବାଚନ: ଆଜି ସରିବ ପ୍ରଚାର
ଭୁବନେଶ୍ୱର : ଚଳିତ ମାସ ୩୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ପ୍ରଚାର ଶେଷ ହେଉଛି। ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ କରିବା ଉପରେ ମୁଖ୍ୟ ନିର୍ବାଚନ କମିସନର(ସିଇଓ) ସୁଶୀଲ କୁମାର ଲୋହାନୀ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଲୋହାନୀ ଶନିବାର ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମୀକ୍ଷା କରିଛନ୍ତି। ଶ୍ରୀ ଲୋହାନୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତ ଆଲୋଚନା କରିଛନ୍ତି।

ଉପନିର୍ବାଚନ ନେଇ ଅତିରିକ୍ତ ବୁଥ୍‍ ସ୍ଥାପନ, ସୁରୁଖୁରୁରେ ସେଣ୍ଟର ଗୁଡ଼ିକୁ ନିର୍ବାଚନ ସାମଗ୍ରୀ ପ୍ରେରଣ, ଭୋଟର ଏବଂ ନିର୍ବାଚନ ପ୍ରକ୍ରିୟାରେ ସାମିଲ ଥିବା କର୍ମଚାରୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ସମ୍ପର୍କରେ ସେ ପଚାରି ବୁଝିଛନ୍ତି। ପ୍ରତି ବୁଥ୍‍ରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମଡେଲ ବୁଥ୍‍ ପ୍ରସ୍ତୁତି, ଭୋଟଦାନ ପୂର୍ବରୁ ସମସ୍ତ ମଦ ଦୋକାନ ସିଲ୍‍ କରିବା ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ରିଟର୍ଣ୍ଣିଂ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସିଡିଏମଓ ଏବଂ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ବ୍ରଜରାଜନଗର ଫାଇଟ୍‌ : ବିଜୟ ବ୍ୟବଧାନ ଦୁଇଗୁଣ ବୃଦ୍ଧି ଲାଗି ବିଜେଡିର ରଣନୀତି
ଭୁବନେଶ୍ୱର :  ବ୍ରଜରାଜନଗର ମହାସମର ପାଇଁ ପ୍ରସ୍ତୁତ ହୋଇଛି କ୍ଷେତ୍ର। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ବଢ଼଼ିଛି ରାଜନୈତିକ ଉଷ୍ଣତା। ପରଲୋକଗତ ବିଧାୟକ କିଶୋର ମହାନ୍ତିଙ୍କ ଅବର୍ତ୍ତମାନରେ ତାଙ୍କ ପତ୍ନୀ ଅଳକାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ଓ କିଶୋର ମହାନ୍ତି କଂଗ୍ରେସର ପ୍ରାର୍ଥୀ ଭାବରେ ମନୋନୀତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଉପନିର୍ବାଚନ ଅତ୍ୟନ୍ତ ରୋଚକ ହେବା ସମ୍ଭାବନା ସୃଷ୍ଟି ହୋଇଛି। ରାଧାରାଣୀଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେପିରେ କନ୍ଦଳ ସୃଷ୍ଟି ହୋଇଛି ଏବଂ ଦିନକ ତଳେ ଜିଲ୍ଲା ସଭାପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନୁରୂପ ଭାବରେ ଦୀର୍ଘଦିନ ଧରି ସ୍ଥାନୀୟ ରାଜନୀତିର ଅନ୍ତର୍ଧାନ କିଶୋର ପଟେଲଙ୍କ ପୁନଃ ଆବିର୍ଭାବ ସ୍ଥାନୀୟ କଂଗ୍ରେସ ସଙ୍ଗଠନକୁ ପୁନର୍ଜୀବିତ କରିବାର ସମ୍ଭାବନା ଆରମ୍ଭରୁ ବିଜେଡିକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଛି। ଯେଉଁଥିପାଇଁ ଗତ ନିର୍ବାଚନରେ କିଶୋର ପାଇଥିବା ୮୦ ହଜାର ଭୋଟକୁ ଚଳିତ ଉପନିର୍ବାଚନରେ ଅନ୍ୟୂନ ଲକ୍ଷେରେ ପହଞ୍ଚାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି।

ବର୍ତ୍ତମାନର ରାଜନୈତିକ ସମୀକରଣ, ଦଳୀୟ ସ୍ଥିତି ସର୍ବୋପରି ଭୋଟରଙ୍କ ମାନସିକତାକୁ ଦେଖିଲେ ପରଖିଲେ ଶାସକ ଦଳର ପ୍ରାର୍ଥୀ ଅଳକା ମହାନ୍ତି ନିଜର ପ୍ରତିଦ୍ୱନ୍ଦୀଙ୍କଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ନିକଟରେ ଅନୁଷ୍ଠିତ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ବିପୁଳ ବିଜୟ ବିଜେଡି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପରଲୋକଗତ ବିଧାୟକ କିଶୋର ମହାନ୍ତିଙ୍କ ଲୋକପ୍ରିୟତା ଏବଂ ତାଙ୍କ ଅବର୍ତ୍ତମାନରେ ପତ୍ନୀ ଅଳକାଙ୍କ ପ୍ରତି ସୃଷ୍ଟି ହୋଇଥିବା ଅନୁକମ୍ପା ଦଳ ପାଇଁ ଉପଯୋଗୀ ହେବା କୁହାଯାଉଛି। ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଆଗରେ ବିରୋଧୀଙ୍କ ସବୁ ରଣନୀତି ଫେଲ୍‍ ମାରୁଥିବା ବେଳେ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଦଳକୁ ସହଜ ଏବଂ ବିପୁଳ ବିଜୟ ଆଣିଦେବ ବୋଲି ଦଳୀୟ କର୍ମୀମାନେ ଦୃଢ଼ୋକ୍ତି ପ୍ରକାଶ କରିଆସିଛନ୍ତି।

ବ୍ରଜରାଜନଗରର ନିର୍ବାଚନୀ ଇତିହାସ ଦେଖିଲେ ଗତ ୨୦୧୯ ପର୍ଯ୍ୟନ୍ତ ବିଜେଡି ସେଠାରେ କେବେବି ବିଜୟର ସ୍ୱାଦ ଚାଖିନଥିଲା। ୨୦୦୯ ମସିହାରେ କଂଗ୍ରେସ ପ୍ରାର୍ଥୀ ଅନୁପ ସାଏ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ରାଧାରାଣୀ ପଣ୍ଡା ବିଧାୟିକା ଭାବେ ବିଧାନସଭାକୁ ଆସିଥିଲେ। ତେବେ ୨୦୧୯ ମସିହା ପରଠାରୁ ବ୍ରଜରାଜନଗରରେ ବଦଳିଥିବା ରାଜନୈତିକ ସମୀକରଣ ବିଜେଡି ପାଇଁ ଖୁବ୍‍ ଅନୁକୂଳ ସାବ୍ୟସ୍ତ ହୋଇଛି। ୨୦୧୪ ମସିହାରେ ବିଜେପିର ରାଧାରାଣୀ ପଣ୍ଡା ଏହି ଆସନରେ ବିଜେଡି ପ୍ରାର୍ଥୀ ଅନୁପ ସାଏଙ୍କୁ ସାଢ଼େ ୬ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ରାଧାରାଣୀ ୫୦୭୩୬ ଖଣ୍ଡ ଭୋଟ ପାଇଥିବା ବେଳେ ଅନୁପଙ୍କୁ ୪୩୯୪୮ ଖଣ୍ଡ ଭୋଟ ମିଳିଥିଲା। ସେହିପରି କଂଗ୍ରେସର କିଶୋର ପଟେଲ ୩୮୧୭୫ ଖଣ୍ଡ ଭୋଟ ପାଇଥିଲା। ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜେଡିର କିଶୋର ମହାନ୍ତି ୮୦୧୫୨ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପିର ରାଧାରଣୀ ପଣ୍ଡା ୬୮୧୫୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। କଂଗ୍ରେସ ସମର୍ଥନ ସତ୍ତ୍ବେ ଏହି ନିର୍ବାଚନରେ ସିପିଆଇକୁ ମାତ୍ର ୯୩୫୦ ଖଣ୍ଡ ଭୋଟ ମିଳିଥିଲା। ଅର୍ଥାତ୍‍ ୨୦୧୪ ନିର୍ବାଚନରେ ଉଭୟ ଦଳକୁ ମିଳିଥିବା ଭୋଟ ତୁଳନାରେ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାୟ ୩୫ ହଜାର କମ୍‍ ଭୋଟ ମିଳିଥିଲା। ଯେଉଁ ଭୋଟ ଉଭୟ ବିଜେଡି ଓ ବିଜେପି ଖାତାକୁ ଯାଇଛି।

ତେବେ ୨୦୧୯ ପରଠାରୁ ବ୍ରଜରାଜନଗରରେ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ବିପୁଳ ଲୋକପ୍ରିୟତା ବିଜେପି ତୁଳନାରେ ବିଜେଡିର ଭୋଟହାରକୁ ବୃଦ୍ଧି କରିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଯାହାର ଝଲକ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ମିଳିଛି। ଉଭୟ ନିର୍ବାଚନରେ ବିଜେଡିର ପ୍ରାଧାନ୍ୟ ଦେଖିବାକୁ ମିଳିଥିବା ବେଳେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏଠାରେ ମାଟି କାମୁଡ଼ିଛନ୍ତି। ପୁନଶ୍ଚ ରାଧାରାଣୀଙ୍କୁ ଦଳୀୟ ଟିକଟ ମିଳିବା ପରେ ଏଥିରେ ଅସନ୍ତୁଷ୍ଟ ହୋଇ ଦଳର ଜିଲ୍ଲା ସଭାପତି ଦଳରୁ ଇସ୍ତଫା ଦେଇଥିବା ବେଳେ ଦଳର ବହୁ ଜିଲ୍ଲ୍‍ାସ୍ତରୀୟ ନେତା ମଧ୍ୟ ସମାନ ପନ୍ଥା ଆପଣେଇବାକୁ ବିଚାର କରୁଥିବା ଜାଣିବାକୁ ମିଳିଛି। ଏପରି ହେଲେ ବିଜେପି ଚଳିତ ଉପ ନିର୍ବାଚନରେ ଏକ ବଡ଼ ବିପର୍ଯ୍ୟୟର ସାମ୍ନା କରିପାରେ ବୋଲି ରାଜନୈତିକ ବିଶାରଦମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଏକଦା ଝାରସୁଗୁଡ଼ା ଜିଲ୍ଲାରେ ଅପରାଜେୟ ସାବ୍ୟସ୍ତ ହେଉଥିବା କଂଗ୍ରେସର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ନବ ଦାସ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏବେ ପରଲୋକରେ। ସ୍ଥାନୀୟ ରାଜନୀତିରୁ ଏକ ପ୍ରକାର ଅନ୍ତର୍ଧାନ ହୋଇଥିବା କିଶୋର ପଟେଲ ଆଗାମୀ ନିର୍ବାଚନରେ ଦଳକୁ କେତେ ପରିମାଣରେ ପୁନରୁଦ୍ଧାର କରିବାକୁ ସକ୍ଷମ ହେବେ ତାହାକୁ ନେଇ ଦ୍ୱିଧା ତୁଟିନାହିଁ। ଏହା ସତ୍ତ୍ବେ କିଶୋର କଂଗ୍ରେସ ଭୋଟକୁ କିଛି ପରିମାଣରେ ଧୃବୀକରଣ କରିପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି; ଯାହା ବିଜେପି ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଅପରପକ୍ଷେ କିନ୍ତୁ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ଏବଂ ଅଳକା ମହାନ୍ତିଙ୍କ ପ୍ରତି ଅନୁକମ୍ପା ବିଜେଡିର ବଳକୁ ଚାରିଗୁଣା କରିଛି। ଯାହାଫଳରେ ବିଜେଡି ଉପନିର୍ବାଚନରେ ବେଶ୍‍ ସୁବିଧାଜନକ ସ୍ଥିତିରେ ରହିଛି ବୋଲି ରାଜନୈତିକ ବିଶାରଦମାନେ ମତପୋଷଣ କରିଛନ୍ତି। ଆଗାମୀ ୩୧ ତାରିଖରେ ଉପନିର୍ବାଚନ ପାଇଁ ବ୍ରଜରାଜନଗରବାସୀ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି। ଭୋଟ ଗଣତି ୩ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ବ୍ରଜରାଜନଗରବାସୀ କାହା ଉପରେ ଭରଷିଛନ୍ତି ସେନେଇ ସ୍ପଷ୍ଟ ହେବ।