Guinness World Records - The Sakala
ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି। କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଫିଲାଡେଲଫିଆ ସହରରେ ରହୁଥିବା ଦୁଇଜଣ ବୃଦ୍ଧାବୃଦ୍ଧ। ଏହି ବୟସ୍କ ଦମ୍ପତି ହେଲେ ବର୍ଣ୍ଣାଡ୍‌ ଲିଟ୍‌ମ୍ୟାନ୍‌(୧୦୦) ଏବଂ ମାର୍ଜୋରି ଫିଟ୍‌ମ୍ୟାନ୍(୧୦୨)। ତେବେ ଉଭୟଙ୍କ ବୟସ ମିଶାଇଲେ ୨୦୨ ବର୍ଷ ହେବ। ଏହା ମଧ୍ୟ ଏକ ରେକର୍ଡ। ଡିସେମ୍ବର ୩ ତାରିଖରେ ସେମାନଙ୍କ ନାମ ଗିନିଜ୍‌ ବିଶ୍ବ ରେକର୍ଡରେ ସବୁଠୁ ବୟସ୍କ ଦମ୍ପତି ଭାବେ ସ୍ଥାନ ପାଇଛି। ତେବେ ଏହି ଦମ୍ପତି ପରସ୍ପରକୁ ୯ ବର୍ଷ ପୂର୍ବରୁ ଏକ ବୃଦ୍ଧାଶ୍ରମରେ ଭେଟିଥିଲେ। ଏହାପରେ ଉଭୟ ପରସ୍ପର ସହ ସମୟ ଅତିବାହିତ କରିବାକୁ ଲାଗିଲେ। ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହିଁବାରୁ ବୃଦ୍ଧାଶ୍ରମର ଅଧିକାରୀମାନେ ବିବାହ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଥିଲେ। ମେ’ ୧୯ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ହ୍ବିଲ୍‌ ଚେୟାର୍‌ରେ ବିବାହ ସ୍ଥଳକୁ ଆସିଥିଲେ। ଏହି ଦମ୍ପତି ସେମାନଙ୍କର ଜୀବନସାଥୀମାନଙ୍କୁ ପୂର୍ବରୁ ହରାଇଛନ୍ତି। ଉଭୟ ଛଅ ଦଶନ୍ଧି ଧରି ସେମାନଙ୍କ ଜୀବନସାଥୀମାନଙ୍କ ସହ ସୁଖମୟ ବୈବାହିକ ଜୀବନ କାଟିଛନ୍ତି। ବର୍ଣ୍ଣାଡ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ଓ ମାର୍ଜୋରି ଜଣେ ଶିକ୍ଷୟିତ୍ରୀ ଥିଲେ।
ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ: ଗିନିଜ ବୁକ ଅଫ ୱାର୍ଲ୍‌‌ଡ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ
ଭୁବନେଶ୍ୱର: ବିଶ୍ୱର ସବୁଠାରୁ ଅଧିକ ଆସନ ଥିବା ବୃହତ ହକି ଷ୍ଟାଡିୟମ ପାଇଁ ଗିନିଜ ବୁକ୍‌‌ ଅଫ୍‌‌ ୱାର୍ଲ୍‌‌ଡ ରେକର୍ଡସରେ ସ୍ଥାନ ପାଇଛି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ। ଶନିବାର ସନ୍ଧ୍ୟାରେ ଏ ସମ୍ପର୍କରେ ଗିନିଜ ବୁକ୍‌‌ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅବଗତ କରାଯାଇଛି। ଏ ସୂଚନା ପାଇବା ପରେ ‘୫-ଟି’ ସଚିବ ଭି କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରି ଏହି ଖୁସି ଖବର ଜଣାଇଥିଲେ। ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ୍‌‌ ଅଫ୍‌‌ ୱାର୍ଲ୍‌‌ଡ ରେକର୍ଡସରେ ସ୍ଥାନ ପାଇଥିବା ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ଆନନ୍ଦିତ ହେବା ସହ ଏଥିପାଇଁ ଓଡ଼ିଶାବାସୀଙ୍କୁ ଏବଂ ମାତ୍ର ୧୫ ମାସ ମଧ୍ୟରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ବିଶେଷ ଅବଦାନ ରଖିଥିବା ପ୍ରଶାସନିକ ଟିମ୍‌‌କୁ ଅନ୍ତରର କୃତଜ୍ଞତା ଜଣାଇଛନ୍ତି। ଏ ସବୁ ଆପଣଙ୍କ ଦିଗ୍‌‌ଦର୍ଶନ ଓ ପ୍ରେରଣା ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ଆମେ ଆପଣଙ୍କ ନିକଟରେ କୃତଜ୍ଞ ଏବଂ ଏହା ଆମ ପାଇଁ ଏକ ଗୌରବର ମୂହୁର୍ତ୍ତ ବୋଲି ବୋଲି ଶ୍ରୀ ପାଣ୍ଡିଆନ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।
ସୂଚନା ଯୋଗ୍ୟ, ହକିର ବିକାଶ, ପ୍ରଚାର ପ୍ରସାର ଓ ରାଜ୍ୟରେ ହକି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ରାଉରକେଲାରେ ପ୍ରାୟ ୨୬୦ କୋଟି ଟଙ୍କା ବ୍ୟୟରେ ମାତ୍ର ୧୫ ମାସ ମଧ୍ୟରେ ଏହି ଅନ୍ତର୍ଜାତୀୟ ମାନର ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଏହି ଷ୍ଟାଡିୟମରେ ଚଳିତ ପୁରୁଷ ହକି ବିଶ୍ୱକପ୍‌‌ର ଉଦ୍‌‌ଘାଟନୀ ମ୍ୟାଚ ସହ ଏକାଧିକ ମ୍ୟାଚ୍‌‌ ଖେଳାଯାଇଛି। ଷ୍ଟାଡିୟମ ପରିସରରେ ଖେଳାଳିଙ୍କ ରହଣି ପାଇଁ ହକି ଭିଲେଜ ମଧ୍ୟ ନିର୍ମାଣ କରାଯାଇଛି।
୩୫ ମିନିଟରେ ୨୨ ହଜାରରୁ ଉର୍ଦ୍ଧ୍ବ ଡଙ୍ଗା ତିଆରି କରି ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲା କଟକ
କଟକ: କଟକ ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ସିଏମସି ପକ୍ଷରୁ ଆୟୋଜିତ ଡଙ୍ଗା ତିଆରି କାର୍ଯ୍ୟକ୍ରମରେ ୨୨ ସ୍କୁଲର ୨୧ ସହରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ସାମିଲ ହୋଇଥିଲେ। ୩୫ ମିନିଟରେ ପ୍ରାୟ ୨୨ହଜାରରୁ ଉର୍ଦ୍ଧ ଡଙ୍ଗା ତିଆରି କରି କଟକ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ଏହି କାର୍ଯ୍ୟକ୍ରରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀଶଙ୍କର ଚୟନିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ୫୦ଜଣ ଅଫିସିଆଲ୍ ଜୁରୀ ଏହାକୁ ପରିଚାଳନା କରfଥିଲେ। ରେକର୍ଡ ପାଇ ଇଂଲଣ୍ଡରୁ ଗିନିଜରୁ ଜଣେ ଜୁରୀ ମଧ୍ୟ ଉପସ୍ଥିତ ଥିଲେ।
୨୧,୩୧୨ ଫୁଟ୍‌ ଉଚ୍ଚ ପାହାଡ ଉପରେ ଟି’ ପାର୍ଟି କରି ସୃଷ୍ଟି କଲେ ୱାର୍ଲଡ ରେକର୍ଡ
ଚାହା ପିଉଥିବା ଲୋକେ ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ଚା’ କପ୍‌କୁ ଖୋଜୁଥାନ୍ତି। ଅନେକ ଲୋକ ଉଦୁଉଦିଆ ଖରାବେଳରେ ମଧ୍ୟ ଚାହା ପିଇଥାନ୍ତି। କିନ୍ତୁ ମାଉଣ୍ଟ୍‌ ଏଭରେଷ୍ଟ୍‌ ଶିଖରକୁ ଯାଇ ଚାହା ପିଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ଏହାର ଏକ ଭିଡିଓ ଏବେ ‘ଗିନିଜ୍‌ ୱାଲର୍ଡ ରେକର୍ଡ’ର ନିଜସ୍ବ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ପୋଷ୍ଟ କରାଯାଇଛି ଏବଂ ଏହାକୁ ବିଶ୍ବର ସବୁଠାରୁ ଉଚ୍ଚ ଟି’ ପାର୍ଟିର ମାନ୍ୟତା ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଉଣ୍ଟ ଏଭରେଷ୍ଟ୍‌ ଚଢ଼ିଥିବା ପର୍ବତାରୋହୀମାନେ ୨୧,୩୧୨ ଫୁଟ୍‌ ଉଚ୍ଚରେ ଟି’ ପାର୍ଟି କରୁଛନ୍ତି। ଏହି ଟି’ ପାର୍ଟିକୁ ଆଣ୍ଡ୍ରିୟୁ ହଗସ୍‌ ନାମକ ଜଣେ ପର୍ବତାରୋହୀ ଆୟୋଜନ କରିଥିଲେ। ଟି ପାର୍ଟିରେ ଚାହା ସହିତ ଜଳଖିଆ ମଧ୍ୟ ଥିଲା। ୧୪ ଜଣ ପର୍ବତାରୋହୀ ଏହି ଟି’ ପାର୍ଟିର ମଜା ନେଇଥିଲେ। ହଗସ୍‌ଙ୍କ କହିବା ଅନୁଯାୟୀ,‘ ସବୁ ପର୍ବତାରୋହୀଙ୍କୁ ଏକଜୁଟ୍‌ କରିବା ପାଇଁ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ୧୪ ଜଣଙ୍କ ଭିତରେ ସମନ୍ବୟ ଓ ସ୍ନେହଶ୍ରଦ୍ଧା ବଢ଼ାଇବା ଏହି ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପାର୍ଟି ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଲା।’