Gopalpur beach - The Sakala
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ବେଳାଭୂମିରେ ଗତ ରବିବାର ବିଳମ୍ବିତ ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜାତୀୟ ମହିଳା କମିସନ (ଏନ୍‌ସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି। ଏହି ଘଟଣା ନେଇ ଜାତୀୟ ମହିଳା କମିସନ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି ଏଥି ସହ ଏହି ମାମଲା ନେଇ ନିଜ ତରଫରୁ ହସ୍ତକ୍ଷେପ କରିଛନ୍ତି। ଜାତୀୟ ମହିଳା କମିସନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।ଜାତୀୟ ମହିଳା କମିସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ସହିତ ଜଡ଼ିତ ବାକି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି। ପୀଡିତାଙ୍କୁ ଠିକ୍‌ ସମୟରେ ନ୍ୟାୟ ଦିଆଯାଉ। ମାଗଣା ଚିକିତ୍ସା ଓ ମାନସିକ ସହଯୋଗ କରାଯାଉ। ଆଗାମୀ ୩ ଦିନ ଭିତରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ବାହାରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ ଅଧ୍ୟୟନ କରୁଥିବା ବେଳେ ରବିବାର ଅପରାହ୍ଣରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ଯାଇଥିଲେ। ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିଲେ। ସଂଧ୍ୟା ପ୍ରାୟ ୮ଟା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ ଯୁବକ ନିଛାଟିଆ ସ୍ଥାନରେ ଉଭୟ ବସିଥିବା ଦେଖି ଅସଦାଚରଣ କରିଥିଲେ। ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରିବା ସହ ଯୁବତୀଙ୍କୁ ଉଠାଇ ନେଇ ଏକ ଅନ୍ଧାରିଆ ସ୍ଥାନରେ ତିନି ଜଣ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ।
ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ
ବ୍ରହ୍ମପୁର : ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ପୁଣି ଲୋକ କଳାରେ ଦୁଲୁକି ଉଠିବ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି। ଶନିବାର ସନ୍ଧ୍ୟାରୁ ପାଞ୍ଚ ଦିନ କାଳ ସମୁଦ୍ର ତଟ ମଞ୍ଚ ଉପରେ ପରିବେଷିତ ହେବ ରାଜ୍ୟ ଓ ରାଜ୍ୟ ବାହାରର ଲୋକ କଳା ସମେତ ସ୍ଥାନୀୟ ସ୍ତରରୁ ଆରମ୍ଭ କରି ଓଲିଉଡ୍ ଏବଂ ବଲିଉଡ୍ କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ। ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟବସାୟୀଙ୍କ ଭଳିକି ଭଳି ସାମଗ୍ରୀର ପସରା ମେଲିବ। ଏଥିସହ ମିଶନ୍ ଶକ୍ତି ପଲ୍ଲୀଶ୍ରୀ ମେଳାରେ ପ୍ରଦର୍ଶିତ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ୍, ବିଭିନ୍ନ ସରକାରୀ ବିଭାଗର ଯୋଜନା ଓ ସଫଳତା ବର୍ଣ୍ଣନା କରୁଥିବା ଷ୍ଟଲ୍। ନିଜ ଦ୍ବାରା ଉତ୍ପାଦିତ ହସ୍ତତନ୍ତ ଓ ଅନ୍ୟ ସାମଗ୍ରୀ ବିକ୍ରିବଟାର ଭଲ ସୁଯୋଗ ପାଇବେ ମହିଳା ଏସ୍ଏଚଜି।
୨୮ ତାରିଖ ଯାଏ ଚାଲିବାକୁ ଥିବା ଏହି ମହୋତ୍ସବରେ ବଲିଉଡ ଓ ଓଲିଉଡ କଳାକାରଙ୍କର ସମାଗମ ହେବ।କରୋନାର ଦୁଇ ବର୍ଷ ପରେ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହୋଇପାରେ। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି କ୍ୟାମେରା ସହ ମେଳା ମଝିରେ ଓ୍ୱାଚ୍ ଟାଓ୍ୱାର ରହିବ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ରହିବେ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।ଚଳିତ ଥର ୨୫୦ଟି ଷ୍ଟଲ ଖୋଲିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କରୋନାର ସତର୍କତା ନେଇ ନିର୍ଦ୍ଦେଶ ଆସିବା ପରେ ମହୋତ୍ସବ ପାଳନ ନେଇ ଆଶଙ୍କା ଦେଖାଦେଇଛି। ସେପଟେ ପ୍ରବଳ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
Catch @ArmaanMalik22 live during #gopalpurbeachfestival2022 on 27th of this month. @CMO_Odisha @odisha_tourism @Culturedeptt https://t.co/2vwsjDXrnN
— Collector & District Magistrate, Ganjam (@Ganjam_Admin) December 20, 2022
ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୨୮ରେ ଉଦ୍‌ଯାପିତ ହେଉଥିବା ମହୋତ୍ସବରେ ସବୁଦିନ ଦେଖିବାକୁ ମିଳିବ ଆଧୁନିକ ଓ ଲୋକ ନୃତ୍ୟର ଝଲକ। ମଞ୍ଚ ଉପରୁ ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡ୍ ଏବଂ ଓଲିଉଡ୍ ତାରକା। ପର୍ଯ୍ୟଟକଙ୍କ ମନ କିଣିବା ପାଇଁ ବେଳାଭୂମି ମହୋତ୍ସବ ସାଙ୍ଗକୁ ସମୁଦ୍ର ତଟରେ ପ୍ରାକୃତିକ ଶୋଭା, ପିଲାଙ୍କ ସକାଶେ ପାର୍କ, ବୟସ୍କଙ୍କ ପାଇଁ ଆଡଭେଞ୍ଚର୍ ପାର୍କ ଆଦିର ବ୍ୟବସ୍ଥା ଉପଲବ୍ଧ। ମୀନା ବଜାରରେ‌ମଧ୍ୟ ଜମିବ ବେଶ୍ ଭିଡ଼। ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ରାଜ୍ୟ ବିଧାନ ସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ମହୋତ୍ସବକୁ ଉଦଘାଟନ କରିବେ। ତାଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେବେ।
Your most favorite festival is back with a power-packed & entertaining lineup of artists.
Join us at Gopalpur sea beach for the celebrations from 24th to 28th Dec.@CMO_Odisha @odisha_tourism @mission_shakti
#GopalpurFest2022 pic.twitter.com/LIThwJVspy
— Collector & District Magistrate, Ganjam (@Ganjam_Admin) December 18, 2022
ଜିଲ୍ଲା ପ୍ରଶାସନ ଏଥର ସ୍ଥାନୀୟ ସାଂସ୍କୃତିକ ଦଳ ଓ ଲୋକକଳା ଗୋଷ୍ଠୀଙ୍କୁ ଗୁରୁତ୍ବ ଦେଇଛି। ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳାକାରଙ୍କ ନୃତ୍ୟ ସାଙ୍ଗକୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ କନ୍ଧ ନୃତ୍ୟ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସହ କେରଳର କଥକଲି ନୃତ୍ୟ ଦର୍ଶକଙ୍କୁ ଆୟୋଜିତ କରିବେ। ପୁଣି ଓଲିଉଡ୍ ଷ୍ଟାର୍ ମଣ୍ଟୁ ଛୁରୀୟା, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ କାର୍ଯ୍ୟକ୍ରମ ପ୍ରଥମ ସନ୍ଧ୍ୟାରେ ରହିଛି।
Watch your favorite stars perform live at the Gopalpur Beach Festival. The cultural extravaganza starts in less than 3 days. @IPR_Odisha @odisha_tourism https://t.co/uaGWr3dG6w
— Collector & District Magistrate, Ganjam (@Ganjam_Admin) December 21, 2022
ମହୋତ୍ସବ ଦୃଷ୍ଟିରୁ ବ୍ରହ୍ମପୁର- ଗୋପାଳପୁର ମୁଖ୍ୟ ରାସ୍ତାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି। ବେଳାଭୂମି ମହୋତ୍ସବ ସ୍ଥଳରେ ତୋରଣ ଓ ସୈାରଶକ୍ତି ଚାଳିତ ଆଲୋକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ପୁଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା କହିଛନ୍ତି ଏସ୍‌ପି ଡା.ସର୍ବଣା ବିବେକ ଏମ୍। ମହୋତ୍ସବରେ ମୁତୟନ ରହିବେ ୧୨ ପ୍ଲାଟୁନ୍ ଫୋର୍ସ, ୫ ଡିଏସ୍‌ପି , ୨ ଏଏସ୍‌ପି, ୧୮ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ। ଛତ୍ରପୁର ଓ ବ୍ରହ୍ମପୁର ପଟୁ ଲୋକଙ୍କ ଯାଆସ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜାଗାରେ ଦୁଇ ଚକିଆ ଓ ଚାରି ଚକିଆ ଯାନବାହନ ପାର୍କିଂ ବ୍ୟବସ୍ଥା କରାଯାଇଛି। ଦୁଇ ଚକିଆ ଯାନ ନାରାୟଣପୁର ଛକରୁ ବାମ ପାର୍ଶ୍ଵରେ ଯାଇ ହରିପୁର ଛକରେ ପାର୍କିଂ କରିବେ। ଚାରି ଚକିଆ ଯାନ ଗୋପାଳପୁର ବସ୍ ଷ୍ଟାଣ୍ଡରେରେ ପାର୍କିଂ କରିବେ। ମଞ୍ଚ ସଜ୍ଜା ସରିଛି। ପଲ୍ଲୀଶ୍ରୀ ମେଳା ପାଇଁ ବିଭିନ୍ନ ସ୍ଥାନରୁ ଏସ୍ଏଚ୍‌ଜି ଗ୍ରୁପ୍ ପହଞ୍ଚିଛନ୍ତି। ଆଉ କିଛି ଘଣ୍ଟା ପରେ ପର୍ୟ୍ୟଟକ ଓ ଦେଖଣାହାରୀଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିବ ଗୋପାଳପୁର ବେଳାଭୂମି ମହୋତ୍ସବ ସ୍ଥଳ।
ବାରଣ ସତ୍ତ୍ବେ ବେଳାଭୂମିରେ ଭିଡ଼: କଟକଣା ମାନିଲେନି ଅମାନିଆ ପର୍ଯ୍ୟଟକ
ଗୋପାଳପୁର: ବାତ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟକଙ୍କୁ ଦୁଇଦିନ ବେଳାଭୂମି ବାରଣ କରାଯାଇଛି। ତଥାପୀ ଆଜି ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୁଲିସ୍‍ ଉପସ୍ଥିତ ଥିଲେ ମଧ୍ୟ ଭିଡ଼କୁ ଦେଖି ନୀରବ ଦଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଗତ ସୋମବାର ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସମ୍ଭାବ୍ୟ ବାତ୍ୟା ଅସାନିକୁ ନେଇ ଦୁଇଦିନ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଥିଲେ।
ସେ ଅନୁଯାୟୀ, ବୁଧବାର ଗୋପାଳପୁର ପୁଲିସ ପକ୍ଷରୁ ପର୍ଯ୍ୟଟକଙ୍କ ଗୋପାଳପୁର ପ୍ରବେଶ ଉପରେ ରୋକ ଲଗାଇବା ବ୍ୟବସ୍ଥା କରାଯିବା କଥା। ହେଲେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଅମାନିଆ ପର୍ଯ୍ୟଟକ ବେଳାଭୂମିରେ ପହଞ୍ଚି ଭିଡ଼ ଜମାଇଥିବା ସହ ଗାଧୋଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ପୁଲିସ ପକ୍ଷରୁ ଗୋପାଳପୁର କଲେଜ ନିକଟରେ ଅପରାହ୍ନ ୪ଟା ପରେ ଚେକିଂ ବ୍ୟବସ୍ଥା କରିବା ସହ କେବଳ ସ୍ଥାନୀୟ ଲୋକ ଓ ହୋଟେଲ୍‍ରେ ରହୁଥିବା ପର୍ଯ୍ୟଟକଙ୍କୁ ଛଡ଼ା ଯାଉଥିବା ବେଳେ ଆଖ ପାଖ ଅଞ୍ଚଳରୁ ବେଳାଭୂମିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବାରଣ କରାଯାଉଥିବାରୁ ନିରାଶ ହୋଇ ଫେରିଥିଲେ।
ବର୍ଷାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ: ୨ ଦିନ ପାଇଁ ବନ୍ଦ ରହିବ ଗୋପାଳପୁର ବେଳାଭୂମି
ଗଞ୍ଜାମ: ବାତ୍ଯା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ବର୍ଷା ପାଇଁ ୧୦  ଓ ୧୧ ତାରିଖ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ଦୁଇ ଦିନ ଧରି ଗୋପାଳପୁର ସମୁଦ୍ର ବେଳାଭୂମିକୁ ବନ୍ଦ ରଖିବାକୁ  ଜିଲ୍ଲା ପ୍ରଶାସ ନିଷ୍ପତ୍ତି ନେଇଛନ୍ତି। ୧୦ ଓ ୧୧ ତାରିଖ ଗୋପାଳପୁର ବେଳାଭୂମି ପର୍ଯ୍ଯଟକଙ୍କୁ ବାରଣ କରାଯାଇଛି। ଏ ନେଇ ଜିଲ୍ଲାପଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।