Twitter CEO - The Sakala

ଖୁବଶୀଘ୍ର ଟ୍ବିଟର୍‌ CEO ପଦ ଛାଡିବେ ଏଲନ୍‌ ମସ୍କ, ଜଣେ ମହିଳା ସମ୍ଭାଳିପାରନ୍ତି ଏହି ପଦ
ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ବିଟର୍‌ CEO ପଦ ଛାଡିବେ ଏଲନ୍‌ ମସ୍କ । ପାଦ ଛାଡିବା ନେଇ ନିଜେ ଏଲନ୍‌ ମସ୍କ କରି ସୂଚନା ଦେଇଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ନୂତନ ସିଇଓ ନିଯୁକ୍ତି ହେବା ନେଇ ମସ୍କ ସୂଚନା ଦେଇଛନ୍ତି । ଏଥିସହ ଜଣେ ମହିଳା ଟ୍ୱିଟରର ପରବର୍ତ୍ତୀ ସିଇଓ ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ମସ୍କ । ନିଜେ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବେ ବୋଲି ମଧ୍ୟ ସେ ଟ୍ୱିଟ କରିଛନ୍ତି ।

ଗତ ଅକ୍ଟୋବର ମାସରେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ ଚର୍ଚ୍ଚାରେ ରହି ଆସୁଥିବା ମସ୍କ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଏନେଇ ଟ୍ୱିଟ କରି ମସ୍କ କହିଛନ୍ତି, ମୁଁ ଏହା ଘୋଷଣା କରି ଖୁବ୍‌ ଉତ୍ସାହିତ ଯେ ଜଣେ ମହିଳା ଏହି ପଦ ସମ୍ଭାଳିବେ। ଉକ୍ତ ମହିଳାଙ୍କ ସନ୍ଧାନ ସରିଛି ଏବଂ ତାଙ୍କୁ ନିଯୁକ୍ତି ମଧ୍ୟ ଦିଆସରିଛି। ଆସନ୍ତା ୬ ସପ୍ତାହରେ ସମଗ୍ର ବିଶ୍ୱ ତାଙ୍କୁ ଦେଖିବ ଓ ସେ ହେବେ ଟ୍ୱିଟରର ନୂଆ ସିଇଓ ।

ପୂର୍ବାପେକ୍ଷା କଠିନ ପରିଶ୍ରମ କରିବାକୁ ଏଲନ୍‌ ମସ୍କଙ୍କ ଚେତାବନୀ ପରେ ଟ୍ୱିଟରରୁ ଇସ୍ତଫା ଦେଲେ ଶତାଧିକ କର୍ମଚାରୀ
ସାନଫ୍ରାନସିସ୍କୋ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଅଧିଗ୍ରହଣ ପରେ ଏହାର ନୂଆ ମୁଖ୍ୟ ଏଲନ୍‌ ମସ୍କଙ୍କୁ ନେଇ ବିବାଦ ଯେତିକି ବଢ଼ୁଛି ପ୍ରତିଦିନ ସେତିକି ନୂଆ ନୂଆ ଖବର ଆସୁଛି। ଟ୍ୱିଟରକୁ ସଫଳ କରିବା ପାଇଁ କର୍ମଚାରୀଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ଏଲନ୍‌ ମସ୍କଙ୍କ କଠୋର ଚେତାବନୀ ପରେ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଥମେ କେତେକ କର୍ମଚାରୀଙ୍କୁ ଛଟେଇ କରିବା କରିବା ପରେ ଏଲନ୍‌ ମସ୍କ ଅଧିକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅତ୍ୟଧିକ କାର୍ଯ୍ୟଚାପ ପକେଇବା ଏବଂ ଡେଡ୍‌ ଲାଇନ୍‌ ଚେତାବନ ପରେ ଶତାଧିକ କର୍ମଚାରୀ ଏଥିରେ ଅତିଷ୍ଟ ହୋଇ ଚାକିରି ଛାଡ଼ିଦେଇଛନ୍ତି। ଏହା ଫଳରେ ଟ୍ୱିଟର ବିଭିନ୍ନ କାର୍ଯ୍ୟାଳୟରେ ତାଲା ପଡିବା ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଗତ ବୁଧବାର ଦିନ ଟ୍ୱିଟରର ମାଲିକ ଏଲନ ମସ୍କ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ କି କମ୍ପାନୀର କଠିନ କାମକୁ ଆପଣାଇ ନିଅନ୍ତୁ ନଚେତ କମ୍ପାନୀରୁ ଇସ୍ତଫା ଦେଇଦିଅନ୍ତୁ । ମସ୍କ ଟ୍ୱିଟର କର୍ମଚାରୀଙ୍କୁ ଏକ ମେଲ ଜରିଆରେ କମ୍ପାନୀରେ ରହିବା କିମ୍ବା ନ ରହିବା ପାଇଁ ଗୁରୁବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଯେଉଁ କର୍ମଚାରୀମାନେ ଟ୍ୱିଟର ସହିତ ରହିବାକୁ ଚାହୁଁଛନ୍ତି ସେମାନେ ହଁ କିମ୍ବା ନାହିଁ କହିବେ। ପଠାଇଥିବା ଇ-ମେଲରେ କର୍ମଚାରୀଙ୍କୁ ଏକ ସଫଳ ଟ୍ୱିଟର ୨.୦ ଲାଗି କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଉଲ୍ଲେଖ କରାଯାଇଛି। ଟ୍ୱିଟରକୁ ସଫଳ କରିବା ପାଇଁ କର୍ମଚାରୀଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ମସ୍କ ମେଲ୍‌ରେ ଉଲ୍ଲେଖ କରିଛନ୍ତି। ମସ୍କଙ୍କ ଏଭଳି ଆହ୍ୱାନ ପରେ ଏବେ କମ୍ପାନୀରୁ ହଜାର ହଜାର କର୍ମଚାରୀ ଇସ୍ତଫା ଦେବାରେ ଲାଗିଛନ୍ତି । ମସ୍କଙ୍କ ବିକଳ୍ପ ଓ କର୍ମଚାରୀଙ୍କ ବଡଧରଣର ଇସ୍ତଫା ଫଳରେ ଏବେ ଟ୍ୱିଟର ପାଇଁ ଅଡୁଆ ବଢିବାରେ ଲାଗିଛି ।

ବିଲିୟେନୟର ଉଦ୍ୟୋଗପତି ଏଲନ୍‌ ମସ୍କ ଅକ୍ଟୋବର ଶେଷ ସପ୍ତାହରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣି ନେଇଥିଲେ। ଟ୍ୱିଟର ଅଧିଗ୍ରହଣ ପରେ ମସ୍କ ଅଧିକାଂଶ କର୍ମଚାରୀଙ୍କୁ କମ୍ପାନୀରୁ ବାହାର ରାସ୍ତା ଦେଖାଇ ସାରିଲେଣି।

ଟ୍ବିଟର ପାଇଁ ଏଲନ୍‌ ମସ୍କଙ୍କୁ ଅର୍ଥ ଦେବେ ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କିଣିବାକୁ ଯାଉଛନ୍ତି। ଏ ନେଇ ଦୁଇ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇସାରିଛି। ଏହି କାରଣରୁ ଏଲନ୍‌ ଏବେ ଚର୍ଚ୍ଚାରେ ରହିଥିବାବେଳେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ମଧ୍ୟ ନିଜ ପଦରୁ ହଟିବା ନେଇ ଚର୍ଚ୍ଚାରେ ରହିଛନ୍ତି। ଏ ଦୁହିଁଙ୍କୁ ଛାଡ଼ିଦେଲେ ଏବେ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନୀତା ଅଗ୍ରୱାଲ ଏବେ ଚର୍ଚ୍ଚାରବଳକୁ ଆସିଛନ୍ତି। ଏଲନ ମସ୍କ ୪୪ ବିଲିୟନ ଡଲାର ଦେଇ ଟ୍ବିଟର କିଣୁଥିବା ବେଳେ ତାଙ୍କୁ ବିନୀତା ଆର୍ଥିକ ସହାୟତା ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି।

ବିନୀତା ଅଗ୍ରୱାଲଙ୍କ ଟ୍ୱିଟର ପ୍ରୋଫାଇଲ ଅନୁଯାୟୀ ସେ ଜଣେ ଚିକିତ୍ସକ ଏବଂ ଷ୍ଟାନଫୋର୍ଡ ସ୍କୁଲ ଅଫ୍ ମେଡିସିନରେ କ୍ଲିନିକାଲ୍ ପ୍ରଫେସର ଭାବରେ କାର୍ଯ୍ୟ କରନ୍ତି। ଏହା ସହ ସେ ଭେଞ୍ଚର କ୍ୟାପିଟାଲ୍ କମ୍ପାନୀ ଆଣ୍ଡ୍ରେସେନ୍ ହୋରୋୱିଜ୍ ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ଆଣ୍ଡ୍ରେସେନ୍ ହୋରୋୱିଜ୍ ଟେକ୍ନୋଲୋଜି ଇକୋସିଷ୍ଟମରେ ଉଦ୍ୟୋଗୀ, ନିବେଶକ, ଇଞ୍ଜିନିୟର୍, ଶିଳ୍ପ ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇଥାଏ। ଫେସବୁକକୁ ଆର୍ଥିକ ସହାୟତା ଯୋଗାଇଥିବା ଆଣ୍ଡ୍ରେସେନ୍ ହୋରୋୱିଜ୍ କମ୍ପାନୀ ଏବେ ମସ୍କଙ୍କୁ ମଧ୍ୟ ଟ୍ବିଟର କିଣିବାରେ ସାହଯ୍ୟ କରିବ ବୋଲି ଜଣାପଡ଼ିଛି। ଏହି କମ୍ପାନୀ ଟ୍ୱିଟର କାରବାର ପାଇଁ ମସ୍କକୁ ୪୦୦ ନିୟୁତ ଡଲାର ପ୍ରଦାନ କରିବ। ଏହି ଖବର ସାମ୍ନାକୁ ଆସିବା ପରେ ସେବେଠାରୁ କମ୍ପାନିର ଜେନେରାଲ ପାର୍ଟନର ବିନିତା ଅଗ୍ରୱାଲ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।