BrajarajNagar By-Election - The Sakala

ବ୍ରଜରାଜନଗର ଉପ -ନିର୍ବାଚନ: ବିଜେଡି ପ୍ରତି ସମର୍ଥନର ଜୁଆର, ଲୋକଙ୍କୁ ଟାଣୁଛି ସୁଚିନ୍ତିତ ପ୍ରଚାର ରଣନୀତି
ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଶାସକ ବିଜେଡି ସିହତ ବିଜେପି ଓ କଂଗ୍ରେସ୍‍ ଦଳର ପ୍ରଚାର ଜୋଦାର ହୋଇଛି। ତେବେ ପ୍ରଚାର ମଇଦାନରେ ବିଜେଡି ଆଗରୁ ନିଜ ପତିଆରା ଜାହିର କରିବାରେ ଲାଗିଛିକ୍ଷେତ୍ର ପ୍ରଚାର ସହିତ ସାମାଜିକ ଗଣମାଧ୍ୟମରେ ପ୍ରଚାର ଲୋକଙ୍କୁ କେବଳ ଆକର୍ଷିତ କରିନାହିଁ, ବିଜେଡି ପ୍ରତି ସମର୍ଥନର ଜୁଆର ସୃଷ୍ଟି ହୋଇଛି। ଦଳର ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଣୟନ କରିଥିବା ଲେକାଭିମୂଖୀ ଯୋଜନା, ସ୍ୱାସ୍ଥ୍ୟ ସେବା, ମୌଳିକ ଭିତ୍ତିଭୂମି, ୫-ଟି ରୂପାନ୍ତରଣ, କ୍ରୀଡ଼ା, ଶିକ୍ଷା, ସହରାଞ୍ଚଳ ଭିତ୍ତିଭୂମି, ନାରୀ ସଶକ୍ତିକରଣ, ବିଏସ୍‍କେୱାଇ, କାଳିଆ ଯୋଜନା, ଜାଗା ମିଶନ୍‍ ଭଳି କାର୍ଯ୍ୟକ୍ରମର ସଫଳ ବାର୍ତ୍ତାକୁ ଦଳ ସାମାଜିକ ଗଣମାଧ୍ୟମରେ ବ୍ରଜରାଜନଗର ବାସିନ୍ଦାଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହେଉଛି।

ସେହିପରି ଦଳର ସାମାଜିକ କାର୍ଯ୍ୟକ୍ରମର ମଧ୍ୟ ବେଶ୍‍ ପ୍ରଚାର କରାଯାଉଛି। ତେବେ ବ୍ରଜରାଜନଗରରେ ହୋଇଥିବା ଉନ୍ନୟନ କାର୍ଯ୍ୟକୁ ଦଳ ପ୍ରାଥମିକତା ଦେଇଛି। ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ, ବ୍ରଜରାଜନଗର ଓ ବେଲପାହାଡ଼ରେ ଇଣ୍ଡୋର ଷ୍ଟାଡିୟମ୍‍ ନିର୍ମାଣ, ରାଜପୁର ସିଏଚ୍‍ସିର ନବୀକରଣ ପ୍ରକଳ୍ପ, ବେଲପାହାଡ଼ରେ ଏମ୍‍ସିସିରେ ଆର୍ବଜନାରୁ ଜୈବିକ ସାର ପ୍ରସ୍ତୁତି, ଟ୍ରକ୍‍ ଟର୍ମିନାଲ ନିର୍ମାଣ, ମହୁଲିପାଲି-ଅମ୍ବାଭୋନା ମଧ୍ୟରେ ସେତୁ ନିର୍ମାଣ, ଲଖନପୁର ବ୍ଲକରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସୂଚନା ଦିଆଯାଉଛି। ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ସମ୍ପର୍କରେ ବ୍ରଜରାଜନଗରର ବାସିନ୍ଦା କ’ଣ କହୁଛନ୍ତି, ସେମାନେ ସରକାରଙ୍କ ଠାରୁ ଆଉ କ’ଣ ଆଶା କରୁଛନ୍ତି, ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ସମ୍ପର୍କରେ ଜନତାଙ୍କ ମତାମତକୁ ମଧ୍ୟ ଦଳ ସୋସିଆଲ ମିଡିଆ ପ୍ରଚାରରେ ସ୍ଥାନ ଦେଇଛି। ସେହିପରି ଦଳର ଷ୍ଟାର ପ୍ରଚାରକଙ୍କ ସମାବେଶ, ଭାଷଣର ଫଟୋ, ଭିଡିଓ ମଧ୍ୟ ବେଶ୍‍ ଅପଲୋଡ୍‍ କରାଯାଇ ଲୋକଙ୍କ ନିକଟରେ ଦଳ ପହଞ୍ଚିବାକୁ ଉଦ୍ୟମ ଚଳାଇଛି। ବିଜୁ ଜନତା ଦଳ, ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ସହିତ ମନ୍ତ୍ରୀ, ବିଧାୟକ, ସାଂସଦମାନେ ନିଜ ନିଜ ସ୍ତରରେ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର କରୁଛନ୍ତି। ସ୍ମାର୍ଟଫୋନ୍‍ ଯୁଗରେ ନିର୍ବାଚନ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମ ପ୍ରମୁଖ ଆୟୁଧ ସାଜିଛି। ଏପରିକି ରାଲି, ପଦଯାତ୍ରା, ସମାବେଶ ଠାରୁ ସାମାଜିକ ଗଣମାଧ୍ୟମ ଜରିଆରେ ଦଳ ଅଧିକ ଲୋକଙ୍କ ପାଖରେ ନିଜ ବାର୍ତ୍ତା ପହଞ୍ଚାଇ ପାରୁଛି। ବିଜେଡି କେବଳ ସାମାଜିକ ଗଣମାଧ୍ୟରେ ସରକାରୀ ଯୋଜନାର ପ୍ରଚାର କରୁ ନାହିଁ; ବରଂ ଏହି ଯୋଜନା କେତେ ସଫଳ ହୋଇଛି ତାହାର ହିସାବ ନିକାସ ମଧ୍ୟ କରୁଛି।

ସାମାଜିକ ଗଣମାଧ୍ୟମରେ ଜନସାଧାରଣ ମଧ୍ୟ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଗଠନମୂଳକ ମତାମତ ଦେଉଛନ୍ତି। ବିକାଶ କାର୍ଯ୍ୟକୁ ଆଗକୁ ନେବାକୁ ହେଲେ ବିଜୁ ଜନତା ଦଳ ପ୍ରାର୍ଥୀ ଅଳକାଙ୍କୁ ବିଜୟୀ କରିବାକୁ ସ୍ୱତଃପ୍ରବୃତ୍ତ ଭାବରେ ସାଧାରଣ ଭୋଟର ଆଗେଇ ଆସୁଥିବା ଦଳକୁ ଅଧିକ ଉତ୍ସାହିତ କରିଛି।

ବ୍ରଜରାଜନଗର ଫାଇଟ୍‌ ପୂର୍ବରୁ ବିରୋଧୀଙ୍କ ଅସ୍ତ୍ର ତ୍ୟାଗ, କହିଲେଣି ତୃଣମୂଳସ୍ତରେ ବିଜେଡି ସହ ଲଢିବା କଷ୍ଟ
ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ଆହୁରି ପ୍ରାୟ ୧୦ ଦିନ ବାକି। ନିର୍ବାଚନରେ ରେକର୍ଡ଼ ବ୍ୟବଧାନରେ ବିଜୟୀ ହେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳବଳ ଧରି ବ୍ରଜରାଜନଗରରେ ଡେରା ପକାଇଛନ୍ତି। ଖରା ତାତି ସହ ତାଳ ଦେଇ ନିର୍ବାଚନ ପ୍ରଚାର ପାରଦ ଊର୍ଦ୍ଧ୍ବଗାମୀ ହୋଇଛି। ତିନି ଦଳ ନିଜନିଜ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି। ଏହି ସ୍ଥିତିରେ ବ୍ରଜରାଜନଗର ଯୁଦ୍ଧରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ ଅନ୍ୟତମ ବିରୋଧୀ ଦଳ ଆତ୍ମସମର୍ପଣ ମୁଦ୍ରାରେ ଠିଆ ହୋଇଛନ୍ତି।

ଗତକାଲି ବିଜେପି ଦଳର ବରିଷ୍ଠ ନେତା ବିଷ୍ଣୁ ସେଠୀ ଗଣମାଧ୍ୟମକୁ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥିରେ ଯୁଦ୍ଧଂ ଦେହି ଡ଼ାକରା ଅପେକ୍ଷା ଆତ୍ମସମର୍ପଣର ଭାବ ବେଶୀ ପ୍ରକଟିତ ହୋଇଛି। ବିଷ୍ଣୁଙ୍କ ଏହି ବିବଶତା ବିଜେଡିକୁ କେବଳ ଉତ୍ସାହିତ କରିନାହିଁ, ପକ୍ଷାନ୍ତରେ ଦଳୀୟ ପ୍ରାର୍ଥୀ ଓ ସ୍ଥାନୀୟ ବିଜେପି ନେତାଙ୍କୁ ହତୋତ୍ସାହିତ କରିଛି। ବିଷ୍ଣୁ ସେଠୀ ହେଉଛନ୍ତି ରାଜ୍ୟ ବିଜେପିର ଛାମୁଆ ଚେହେରା। ବିଧାନସଭାରେ ଦଳର ଉପନେତା। ତେଣୁ ସେ କହିଥିବା କଥାକୁ ଉପେକ୍ଷା କରାଯାଇ ପାରିବ ନାହିଁ କିମ୍ବା ଏହାକୁ ଗୌଣ ମନେ କରାଯିବା ସମ୍ଭବ ନୁହେଁ। “ଓଡ଼ିଶାରେ ବିଜେଡି ସଶକ୍ତ ରହିଛି। ଏ କଥା ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଓଡ଼ିଶାରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ଏଥର ବି ଉପନିର୍ବାଚନରେ ବିଜେଡି ସଫଳତା ପାଇବାର ସମ୍ଭାବନା ଅଛି। କାରଣ ସେମାନେ ସଶକ୍ତ ଅଛନ୍ତି। ଆଜିଯାଏ ଲଢ଼େଇ ଭୂଇଁରେ ବିଜେପି ପହଞ୍ଚି ପାରିନାହିଁ। ଗ୍ରାଉଣ୍ଡରେ ବିଜେଡି ସହ ଲଢ଼ିବା କଷ୍ଟ” ବୋଲି ମନ୍ତବ୍ୟ ଦେଇ ବିଷ୍ଣୁ ନିର୍ବାଚନ ପୂର୍ବରୁ ପରୋକ୍ଷରେ ବ୍ରଜରାଜନଗର ପରାଜୟକୁ ସ୍ୱୀକାର କରିନେଇଛନ୍ତି।

ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିଜେଡିକୁ ନେଇ ଏପରି ବାସ୍ତବ ଚିତ୍ର ରଖିବା ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଛି ।  ସେପେଟ ମୁଖ୍ୟ ବିରୋଧୀ ବିଜେପି ଉପନେତାଙ୍କ ବୟାନ ସଂପୂର୍ଣ୍ଣ ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କଂଗ୍ରେସ । ଦରଦାମ ବୃଦ୍ଧି ଯୋଗଁ ବିଜେପି ଉପରେ ଲୋକ ଅସନ୍ତୁଷ୍ଟ ହୋଇଛନ୍ତି ତେଣୁ ବିଜେପି ଫଳରେ ତୃଣମୂଳ ସ୍ତରରେ ପହଞ୍ଚିପାରୁନାହିଁ ଦଳ। ବିଜେପି ଉପନେତା ଯାହା କହିଛନ୍ତି ତାହା ସତ ବୋଲି କହିଛନ୍ତି ସୁର ରାଉତରାୟ। ଅନ୍ୟପଟେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଶକ୍ତିଶାଳୀ ବୋଲି କଂଗ୍ରେସ ନେତାଏ ବି କହିଛନ୍ତି ।

ଅନ୍ୟପଟେ  ବିରୋଧୀ ଦଳ ନେତାମାନେ ବିଜେଡିକୁ ନେଇ ରଖୁଥିବା ଆଭିମୁଖ୍ୟ ନେଇ ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ରଖିଛନ୍ତି । ବିଜେପି ଓ କଂଗ୍ରେସ ନେତାଙ୍କ ଏପରି ବୟାନ ମୁକାବିଲା ପୂର୍ବରୁ ମଇଦାନ ଛାଡ଼ିବା କଥା ପରି ବୋଲି ବରିଷ୍ଠ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି ।ପଞ୍ଚାୟତ ଓ ପୌର ନିର୍ବାଚନରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି ଓଡ଼ିଶାବାସୀ ।ଏବେ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତାଙ୍କ ବୟାନ ବିରୋଧୀ ଶିବିରଙ୍କୁ ଚିନ୍ତାରେ ପକାଇ ଦେଇଛି ।

ରାଜ୍ୟରେ ପୂର୍ବରୁ ବିଜେଡି ସହ ମେଣ୍ଟ କରି ୯ ବର୍ଷ କାଳ କ୍ଷମତା ଉପଭୋଗ କରିବା ସତ୍ତ୍ବେ ବିଜେପି ନିଜ ସ୍ଥିତି ରକ୍ଷା କରିବାରେ ଏଯାଏ ସମର୍ଥ ହୋଇନାହିଁ। ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ହାସଲ କରିଥିବା ସଫଳତା ୨୦୨୨ରେ ଦୋହରାଇବାରେ କେବଳ ବିଫଳ ହୋଇନାହିଁ; ୮୦% ଜିଲ୍ଲା ପରିଷଦ ଆସନ ଓ ୮ ଜିଲ୍ଲା ପରିଷଦ ସଭାପତି ପଦ ହରାଇଛି। ଗତ ୨୦୧୯ ନିର୍ବାଚନରେ ଦଳ ୨୩ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲେ ହେଁ ପଞ୍ଚାୟତ ନିର୍ବାଚନରେ ସେହି ସ୍ଥାନଗୁଡ଼ିକରେ ବାଜିମାତ୍‍ କରିଛି ବିଜେଡି। ନିଜ ତ୍ରୁଟିବିଚ୍ୟୁତିକୁ ସଂଶୋଧନ କରି ବିଜେଡି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଏହାକୁ ପ୍ରତିରୋଧ କରିବାକୁ ବିଜେପି ଶକ୍ତି ଗୋଟାଇବାରେ ଅସମର୍ଥ ହୋଇଛି। ବିଷ୍ଣୁ ସେଠୀ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ଏହି ସବୁ ଅସହାୟତା ପ୍ରତିଫଳିତ ହୋଇଛି।

ବିଜେଡି ସହ ନିର୍ବାଚନ ଲଢ଼ିବା କଷ୍ଟ ବୋଲି ବିଷ୍ଣୁଙ୍କ ମନ୍ତବ୍ୟରେ ଯେ ଅତିଶୟୋକ୍ତି ନାହିଁ ଏହା ଅତୀତରେ ସବୁ ନିର୍ବାଚନରେ ପ୍ରମାଣିତ ହୋଇ ସାରିଛି। କେବଳ ଲୋକସଭା ବା ବିଧାନସଭା ନିର୍ବାଚନ ନୁହେଁ; ଉପ ନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନରେ ଏହା ପ୍ରତିଫଳିତ ହୋଇଛି। ବିଜେଡିର ନିର୍ବାଚନୀ ରଣନୀତି ନିକଟରେ ବିରୋଧୀ ସବୁବେଳେ ଆତ୍ମସମର୍ପଣ କରିଛନ୍ତି। ଅନେକ ଚେଷ୍ଟା ସତ୍ତ୍ବେ ମଧ୍ୟ ଉପନିର୍ବାଚନଗୁଡ଼ିକରେ ବିଜେଡିର ଅପରାଜେୟ ରେକର୍ଡ଼ ଭାଙ୍ଗିବାରେ ବିରୋଧୀମାନେ ସଫଳ ହୋଇପାରି ନାହାନ୍ତି। ଏପରିକି ଉପନିର୍ବାଚନରେ ବିଜେପିର ଆସନ ବିଜେଡି ଛଡ଼ାଇ ନେବାରେ ସମର୍ଥ ହୋଇଛି।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ଏବେ ବହୁଧା ବିଭକ୍ତ। ନେତାମାନଙ୍କ ମଧ୍ୟରେ ସମନ୍ୱୟ ଓ ସଂଯୋଜନା ଅଭାବ ଦଳକୁ ଗୋଷ୍ଠୀବାଦରେ ବିଭାଜିତ କରିଛି। ବିଶୃଙ୍ଖଳିତ ସାଂସଦ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ତଥାକଥିତ ‘ଦୁର୍ବଳ ନେତୃତ୍ୱ’ ଆକ୍ଷେପକୁ ସତ୍ୟ ବୋଲି ପ୍ରମାଣିତ କରିଛି। ରାଜ୍ୟର କିଛି ବଡ଼ବଡ଼ ନେତା ଦଳୀୟ ସଙ୍ଗଠନ ଅପେକ୍ଷା ନିଜର ବ୍ୟକ୍ତିଗତ ପତିଆରା, ବ୍ୟକ୍ତିଗତ ସଙ୍ଗଠନକୁ ସୁଦୃଢ଼ କରିବାକୁ ଲାଗିପଡ଼ିଛନ୍ତି ଓ ନିଜକୁ ସମାନ୍ତରାଳ ନେତା ଭାବରେ ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାରାତାରିଣୀ ଗସ୍ତ ସମୟରେ ‘ବିଜେପି ନିଜ ସହ ପ୍ରତିଯୋଗିତା କରୁଛି’ ବୋଲି ମନ୍ତବ୍ୟ ଦେଇ ଦଳର ବାସ୍ତବ ସ୍ଥିତିକୁ ସ୍ପଷ୍ଟ କରି ଦେଇଛନ୍ତି। ଏହା ସହ ‘ମିଶିକି କାମ କରିବାର ଆବଶ୍ୟକତା ରହିଛି’ ବୋଲି ତାଙ୍କର ଟିପ୍ପଣୀକୁ ବ୍ୟାଖ୍ୟା କଲେ ଦଳରେ ଏ ପର୍ଯ୍ୟନ୍ତ ଏକାଠି କାମ କରିବାର ଧାରା ଆରମ୍ଭ ହୋଇନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।

ବାସ୍ତବିକତା ଦେଖିଲେ ଏବେ ବି ରାଜ୍ୟ ବିଜେପି ସଙ୍ଗଠନ କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ହିଁ ନିର୍ଭରଶୀଳ ହୋଇ ରହିଛି। ରାଜ୍ୟରେ ଦଳର ସର୍ବସମ୍ମତ ନେତାଙ୍କ ଅଭାବ ଦଳକୁ ଅସଙ୍ଗଠିତ କରି ରଖିଛି। ଦଳୀୟ ନେତାଙ୍କ ମଧ୍ୟରେ ଅସୁରକ୍ଷା ଭାବ ଦିନକୁ ଦିନ ବଢ଼଼଼ୁଛି। ବିଜେପିର ପ୍ରାର୍ଥୀ ହୋଇ ବିଧାୟକ ନିର୍ବାଚିତ ହେବା ସହଜ ନୁହେଁ ବୋଲି ଦଳୀୟ ନେତାମାନେ ମନେ କରୁଛନ୍ତି। ସମ୍ଭବତଃ ସେଇଥିପାଇଁ ଆଗାମୀ ଦିନରେ ବିଷ୍ଣୁ ସେଠୀଙ୍କ ପରି ନେତାମାନେ ବିଧାୟକ ପଦ ଅପେକ୍ଷା ସାଂସଦ ପଦ ଲାଗି ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏ କଥା ମଧ୍ୟ ସେ ସ୍ପଷ୍ଟ ଭାବରେ କହିଛନ୍ତି। ଦୁଇଥର ବିଧାୟକ ଭାବରେ ସେ ଲଢ଼ିଥିବା ଉଲ୍ଲେଖ କରି ଆଉ ଏମ୍‍ଏଲ୍‍ଏ ପଦରେ ଘାଣ୍ଟି ହେବାକୁ ଚାହୁଁ ନାହିଁ ବୋଲି କହିଛନ୍ତି। ସାଂସଦ ପଦରୁ ଲଢ଼ିବାକୁ ଇଚ୍ଛା ବ୍ୟକ୍ତ କରିବା ସହ ଏ ସଂକ୍ରାନ୍ତ ନିଷ୍ପତ୍ତି ସେ ଦଳ ଉପରେ ଛାଡ଼ି ଦେଇଛନ୍ତି।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ, ଆଜିଠୁ ଜମିବ ପ୍ରଚାର
ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପକ୍ଷରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଛନ୍ତି। ଏହି ତିନି ପ୍ରମୁଖ ପ୍ରାର୍ଥୀଙ୍କ ସମେତ ମୋଟ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମେ’ ୩୧ରେ ହେବ ବ୍ରଜରାଜନଗର ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ଜୁନ୍ ୩ ତାରିଖରେ ହେବ ଭୋଟ ଗଣତି । ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି ଆସନ।

ସେପଟେ ଆଜିଠୁ ଆରମ୍ଭ ହେବ ପ୍ରଚାର । ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ହାତେଇବାକୁ ଚେଷ୍ଟା କରିବେ ସବୁ ଦଳ । ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବେ ନେତା ଓ ମନ୍ତ୍ରୀ ।

ବ୍ରଜରାଜନଗର ବିଜୟ ପାଇଁ ବିଜେଡି ପ୍ଲାନ୍ ପ୍ରସ୍ତୁତ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁରୁଦାୟିତ୍ବ ମିଳିଥିବା ବେଳେ ଅନ୍ୟ ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରେ ବ୍ରଜରାଜନଗର ଉପନିର୍ବାଚନକୁ ନେଇ ଆଶା ବାନ୍ଧିଛନ୍ତି ବିରୋଧୀ । ଦଳୀୟ ନେତାଙ୍କୁ ଉତ୍ସାହିତ କରିବାକୁ ପ୍ରଚାରକୁ ଆସିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ରୀୟ ନେତା । ୨୩ ତାରିଖରୁ କଂଗ୍ରେସ ଜୋରଦାର ପ୍ରଚାର କରିବାକୁ ଥିବା ବେଳେ, ବିଜେପି ବି ନିର୍ବାଚନ ପ୍ରଚାର ଜୋରଦାର କରିବାକୁ ପ୍ଲାନ୍ କରିଛି ।

ବ୍ରଜରାଜନଗର ଉପନିର୍ବାଚନ: ଗ୍ରାଉଣ୍ଡ ଜିରୋରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
ବ୍ରଜରାଜନଗର: ବଢୁଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ତାତି। ପ୍ରଚାର ମଇଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ। ଏଥର ନୂଆ ରଣନୀତିରେ ଗ୍ରାଉଣ୍ଡକୁ ଓହ୍ଲାଇଛି ବିଜେଡି । ବରିଷ୍ଠ ଓ ଯୁବ ନେତୃତ୍ବଙ୍କ ସମନ୍ବୟରେ ବିଜୟ ପାଇଁ ଯୋଜନା କରିଛି ଦଳ । ନିଜେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡ ଜିରୋରେ ସମସ୍ତଙ୍କ ସହ ସମନ୍ବୟ ରଖି ପ୍ରଚାର କାର୍ୟ୍ୟର ଖସଡ଼ା ପ୍ରସ୍ତୁତ କରୁଛନ୍ତି ।

ପଶ୍ଚିମ ଓଡ଼ିଶା ନେତାଙ୍କୁ ଏଥର ଦିଆଯାଇଛି ଅଧିକ ଦାୟିତ୍ୱ । ପାଞ୍ଚ ମନ୍ତ୍ରୀ, ପଶ୍ଚିମ ଓଡ଼ିଶା ସାଂସଦ, ୧୦ରୁ ଅଧିକ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଘରଘର ବୁଲି ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ନାଁରେ ଭୋଟ ହାତେଇବାକୁ ଯୋଜନା କରିଛି ଦଳ । ସେପଟେ ପଛରେ ନାହାଁନ୍ତି ରାଜ୍ୟର ଦୁଇ ବିରୋଧୀ ଦଳ । ବିଜେପି ଓ କଂଗ୍ରେସ ମଧ୍ୟ ଚଳାଇଛନ୍ତି କସରତ।

ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ ନେତାମାନେ ପ୍ରଚାର କରିବେ । ବ୍ରଜରାଜନଗର ବାଜି ମାରିବାକୁ କଂଗ୍ରେସ ପ୍ରସ୍ତୁତ କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତାଲିକାରେ ରହିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସମେତ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ସହପ୍ରଭାରୀ ଜି. ରୁଦ୍ର ରାଜୁଙ୍କ ନାଁ ମଧ୍ୟ ତାଲିକାରେ ରହିଛି।

ବ୍ରଜରାଜନଗର ଉପନିର୍ବାଚନ ପାଇଁ କିଶୋର ପଟେଲଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ
ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ  ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କିଶୋର ପଟେଲଙ୍କ ନାଁରେ କଂଗ୍ରେସ ଅଧ୍ଯକ୍ଷ ସୋନୀଆ ଗାନ୍ଧୀ ମୋହର ମାରିଛନ୍ତି ।

ସୂଚନା ଅନୁଯାୟୀ, ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା  ଓ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେପି
ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହର ମାରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା । ତେବେ ଗତ ୨୦୧୯ ନିର୍ବାଚନରେ ରାଧାରାଣୀ ପରାଜିତ ହୋଇଥିଲା । ବିଜେଡି ଏଠାରେ ବିଜୟୀ ବାନା ଉଡାଇଥିଲା ।

ସେପଟେ କଂଗ୍ରେସ ପ୍ରାର୍ଥୀ ଚୟନ ରେସରେ ଆଗରେ ଅଛନ୍ତି ଦଳର ବରିଷ୍ଠ ନେତା କିଶୋର ପଟେଲ। ତାଙ୍କୁ ପ୍ରାର୍ଥୀ ପାଇଁ ଦଳ ଚୂଡ଼ାନ୍ତ କରିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି । ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର କିଏ ପ୍ରାର୍ଥୀ ହେବେ ସେନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।