Expensive allowance - The Sakala

ବଢ଼ିପାରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା; ଜୁଲାଇରେ ୩-୪% ବୃଦ୍ଧି ସମ୍ଭାବନା
ନୂଆଦିଲ୍ଲୀ: ଦେଶର ୪୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର। ଆସନ୍ତା ଜୁଲାଇ ମାସରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ସରକାର ବୃଦ୍ଧି ଘଟାଇ ପାରନ୍ତି। ଏହି ଅନୁଯାୟୀ କର୍ମଚାରୀମାନେ ୩-୪ ପ୍ରତିଶତ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବାକୁ ହକଦାର ହେବେ। ଅପରପକ୍ଷେ ଏହାର ଲାଭ ୬୮ ଲକ୍ଷ ପେନସନଧାରୀଙ୍କୁ ମହଙ୍ଗା ଆଶ୍ବସ୍ତି (ଡିଆର) ଆକାରରେ ମିଳିବ।

ଗତ ମାର୍ଚ୍ଚ ମାସରେ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କରେ ଏକ ପ୍ରତିଶତ ବୃଦ୍ଧି ହୋଇଛି। ସାଧରଣ ଭାବେ ଜାନୁଆରୀ ଏବଂ ଜୁଲାଇ ପହିଲାରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଥାଏ, କିନ୍ତୁ ଶେଷ ଥର ପାଇଁ ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ସରକାର କର୍ମଚାରୀଙ୍କର ମହଙ୍ଗା ଭତ୍ତାରେ ବୃଦ୍ଧି ଘଟାଇଥିଲେ। ଏହି ଅନୁଯାୟୀ ମହଙ୍ଗା ଭତ୍ତାକୁ ୩୧ରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ନୂଆ ହାର ୨୦୨୨ ଜାନୁଆରୀଠାରୁ ପିଛିଲା ଭାବେ ଲାଗୁ କରାଯାଇଛି। ଏହି ସମ୍ପର୍କରେ ଏଆଇଡିଏଫର ମହାସଚିବ ଶ୍ରୀ ସୁକୁମାରଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାରଙ୍କୁ ମହଙ୍ଗା ଭତ୍ତା ପ୍ରଦାନରେ ବିଳମ୍ବ ନ କରିବା ଉଚିତ। ଏଠାରେ ସୂଚନାଯୋଗ୍ୟ ଯେ କୋଭିଡ ମାହାମାରୀ ସମୟରେ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀ ଏବଂ ପେନସନଧାରୀଙ୍କ ଡିଏ ଓ ଡିଆର ବୃଦ୍ଧି ଉପରେ ରୋକ ଲଗାଇଥିଲେ। କର୍ମଚାରୀଙ୍କ ୧୧ ପ୍ରତିଶତ ଡିଏ ଅଟକାଇ ସରକାର ସେ ସମୟରେ ୪୦ ହଜାର କୋଟି ଟଙ୍କା ବଞ୍ଚାଇ ପାରିଥିଲେ। ତେବେ ଏଥର ସରକାର ଜୁଲାଇରେ ମହଙ୍ଗା ଭତ୍ତାରେ ୩-୪ ପ୍ରତିଶତ ବୃଦ୍ଧି କରିବାକୁ ବାଧ୍ୟ ହୋଇପାରନ୍ତି।