Elom Musk - The Sakala

ସାଟେଲାଇଟ୍‌ ସ୍ପେକ୍‌ଟ୍ରମ୍‌ ପାଇଁ ମସ୍କ-ଅମ୍ବାନୀ ଲଢ଼େଇ
ନୂଆଦିଲ୍ଲୀ: ସାଟେଲାଇଟ୍ ସ୍ପେକ୍‌ଟ୍ରମ୍‌କୁ ନେଇ ବିଶ୍ୱର ଅଗ୍ରଣୀ ଦୁଇ ଅଗ୍ରଣୀ ଶିଳ୍ପପତିଙ୍କ ଏବେ ମୁହାଁମୁହିଁ ହୋଇଛନ୍ତି। ପ୍ରକୃତରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଚାହୁଁଛନ୍ତି ଯେ ତାଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ପୃଥିବୀ ପରିକ୍ରମା କରୁଥିବା ଉପଗ୍ରହରୁ ଭାରତରେ ବେତାର ଇଣ୍ଟରନେଟ୍ ସେବା ପ୍ରସାରଣ କରୁ। ଏହାଛଡା ମସ୍କଙ୍କ ଗ୍ରୁପ ଯେଉଁ ଲାଇସେନ୍ସ ପ୍ରଣାଳୀର ସମର୍ଥନ କରୁଛି, ସେ କ୍ଷେତ୍ରରେ ସେମାନଙ୍କୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିପାରେ। ଗତ ସପ୍ତାହରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ମସ୍କ କହିଥିଲେ ଯେ ସେ ଭାରତରେ ଷ୍ଟାରଲିଙ୍କର ଶୁଭାରମ୍ଭ  କରିବାକୁ ଚାହୁଁଛନ୍ତି। ଏହି ସେବା ସାହାଯ୍ୟରେ ଦେଶରେ ଭିତ୍ତିଭୂମି ଅଭାବ ଥିବା ସୁଦୂର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବା ପହଞ୍ଚିପାରିବ। ଷ୍ଟାରଲିଙ୍କ୍ ଚାହୁଁଛି ଯେ ଭାରତ କେବଳ ସେବାକୁ ଲାଇସେନ୍ସ ଦେଉ ଏବଂ ସିଗନାଲ୍ ସ୍ପେକ୍‌ଟ୍ରମ୍‌ କିମ୍ବା ଏୟାରୱେଭ୍ ନିଲାମ ଉପରେ ଗୁରୁତ୍ବ ନଦେଉ।

ମସ୍କଙ୍କ ଆଭିମୁଖ୍ୟ ଟାଟା, ସୁନୀଲ ଭାରତୀ ମିତ୍ତଲ ଏବଂ ଆମାଜନ୍ ସହ ମେଳ ଖାଉଛି। ଅନ୍ୟପକ୍ଷରେ ଅମ୍ବାନୀଙ୍କ ରିଲାଏନ୍ସ କହିଛି ଯେ ବିଦେଶୀ ଉପଗ୍ରହ ସେବା ପ୍ରଦାନକାରୀଙ୍କୁ ସ୍ୱର ଏବଂ ଡାଟା ସେବା ଯୋଗାଇବା ପାଇଁ ସ୍ପେକ୍‌ଟ୍ରମ୍‌କୁ ନିଲାମ କରାଯିବା ଉଚିତ। ଯାହା ସରକାରୀ ନିଲାମରେ କିଣାଯାଇଥିବା ଏୟାରୱେଭ ବ୍ୟବହାର କରି ସମାନ ସେବା ପ୍ରଦାନ କରିଥାଏ। ସ୍ପେକ୍‌ଟ୍ରମ୍‌ ନିଷ୍ପତ୍ତି ହେଉଛି ଭାରତର ଅନ୍ତରୀକ୍ଷ ଆଧାରିତ ଯୋଗାଯୋଗ ସେବା (ଏସ୍ଏସ୍) ପାଇଁ ଗୁରୁତ୍ୱପୂର୍ଣ୍ଣ। ୨୦୧୦ ମସିହାରୁ ସରକାର ୭୭ ବିଲିୟନ ଆମେରିକୀୟ ଡଲାରର ମୋବାଇଲ୍ ସ୍ପେକ୍‌ଟ୍ରମ୍‌ ନିଲାମ କରିଛନ୍ତି ଏବଂ ଅନେକ କମ୍ପାନୀ ଏସ୍ଏସ୍ ଉପରେ ଆଗ୍ରହୀ। ତେବେ ଆମାଜନ୍, ଟାଟା, ଭାରତୀ ଏୟାରଟେଲ ସମର୍ଥିତ ୱାନୱେବ ଏବଂ ଲାର୍ସନ୍ ଆଣ୍ଡ ଟୁବ୍‌ରୋ ନିଲାମ ବିରୋଧରେ ରହିଥିବାବେଳେ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍-ଆଇଡିଆ ଭାରତ ଏସ୍ଏସ୍ ନିଲାମକୁ ସମର୍ଥନ କରୁଛନ୍ତି।

ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲନ୍‌ ମସ୍କଙ୍କ ବିରୋଧରେ ମାମଲା
ୱାଶିଂଟନ୍‌: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲନ୍‌ ମସ୍କଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି ଡିଲକୁ ବନ୍ଦ କରିବା ପାଇଁ ମସ୍କ ଏବଂ ଟୁଇଟର ବିରୋଧରେ ମାମଲା ରୁଜୁ କରିଛି। ୨୦୨୫ ପର୍ଯ୍ୟନ୍ତ ଏଲୋନ ମସ୍କ ଏବଂ ଟୁଇଟର ମଧ୍ୟରେ ଡିଲ୍‌ ବନ୍ଦ କରିବାକୁ ଏଥିରେ ଦାବି କରାଯାଇଛି।

ରିପୋର୍ଟ ଅନୁଯାୟୀ, ଡେଲାୱେର୍‌ ଚାନ୍ସରି କୋର୍ଟରେ ଦାଖଲ ହୋଇଥିବା ମାମଲା ଉଲ୍ଲେଖ କରାଯାଇଛି ଯେ, ଚୁକ୍ତି ଅନୁସାରେ ଟୁଇଟରର ୧୫ ପ୍ରତିଶତ ଅଂଶଧନ ମଧ୍ୟରୁ ମସ୍କ ୯.୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ପରେ ଜଣେ ଷ୍ଟକ୍‌ଧାରୀ ହୋଇପାରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଯଦି ସେ ମାଲିକାନାରୁ ଦୁଇ-ତୃତୀୟାଂଶ ଅଂଶଧନ କ୍ରୟ ନ କରନ୍ତି ତେବେ ତାଙ୍କର ଟୁଇଟର କ୍ରୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ଏହା ଅନୁଯାୟୀ, ଅନ୍ତତଃ ପକ୍ଷେ ୨୦୨୫ ପର୍ଯ୍ୟନ୍ତ ଏହି ଡିଲ୍‌ ବା କାବରାର ଉପରେ ରୋକ ରଖାଯିବା ଜରୁରୀ। ଏହି ପରିପ୍ରେକ୍ଷୀରେ ଟୁଇଟର ପରିଚାଳନା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଅଭିଯୋଗ ହୋଇଛି ଯେ କମ୍ପାନୀର ନିର୍ଦ୍ଦେଶକମାନେ ସେମାନଙ୍କ କର୍ତ୍ତବ୍ୟ ଉଲ୍ଲଂଘନ କରିଛନ୍ତି। ତେବେ ଏ ନେଇ ଟୁଇଟର ଅବା ଏଲନ୍‌ ମସ୍କଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ। ମୋର୍ଗାନ୍‌ ଷ୍ଟାନ୍‌ଲେ ଟୁଇଟରର ୮.୮ ପ୍ରତିଶତ ଅଂଶଧନ କ୍ରୟ କରିଥିବାବେଳେ ଡୋର୍ସେ ୨.୪ ପ୍ରତିଶତ ଅଂଶଧନ କିଣିଛି। ଏଲନ୍‌ ମସ୍କ ଟୁଇଟର ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି ଘୋଷଣା କରିଥିଲେ। ଏଥିପାଇଁ ମସ୍କ ମଧ୍ୟ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିକଟରେ ମସ୍କ ସେକ୍ୱୋୟା କ୍ୟାପିଟାଲ ଫଣ୍ଡରୁ ୮୦ କୋଟି ଡଲାର, ଭିଏକାପିଟାଲରୁ ୭୦ କୋଟି ଡଲାର ସଂଗ୍ରହ କରିଛନ୍ତି । ଏଥିସହିତ ଓରାକଲ୍‌ର ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ ଏକ ବିଲିୟନ ଡଲାର ବିନିଯୋଗ କରିବାକୁ ମଧ୍ୟ ରାଜି ହୋଇଛନ୍ତି।