Cyclone Update - The Sakala
ବାତ୍ୟା 'ମୋନ୍ଥା' ମୁକାବିଲା; ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି, କେହି ଭୟଭୀତ ହୁଅନ୍ତୁ ନାହିଁ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ବାତ୍ୟା 'ମୋନ୍ଥା'ର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟପକ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ଗଞ୍ଜାମ, କନ୍ଧମାଳ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା ଆଦି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ବିଭାଗ ସହ ମଧ୍ୟ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଆଜି ଚୂଡାନ୍ତ ବୈଠକ ବସିଥିଲା। ଏଥିରେ ଜିଲ୍ଲା ସ୍ତରର ସମୀକ୍ଷା ନେଇ ଅପଡେଟ ହୋଇଛି।
ସରକାରରୁ ଜିଲ୍ଲା, ବ୍ଲକ, ପଞ୍ଚାୟତ ପ୍ରଶାସନ ଯାଏଁ ପ୍ରସ୍ତୁତି ସରିଛି। ସରକାରୀ ଅଧିକାରୀ, ଅଙ୍ଗନବାଡି, ଆଶା ଦିଦି ପାଖରେ ପହଞ୍ଚିଛନ୍ତି ଲୋକଙ୍କ ସୁରକ୍ଷା ପାଇଁ। ଗତ ଦାନା ବାତ୍ୟାରେ ଚମତ୍କାର ପ୍ରଦର୍ଶନ ହୋଇଥିଲା। ଏଥର ମଧ୍ୟ ତଳ ଠାରୁ ଉପର ଯାଏଁ ପ୍ରସ୍ତୁତ ଅଛନ୍ତି। ବାତ୍ୟାର ଗତି ବଢ଼ି ବଢ଼ି ଚାଲୁଛି। ଆଜି ସକାଳ ରିପୋର୍ଟ ଅନୁସାରେ ଅବପାତର ଗତି ୧୮ କିଲୋମିଟର ରହିଛି।
ବିଶେଷଜ୍ଞଙ୍କ ଅନୁସାରେ, ଗତି ଯେତେ ବଢିବ, ପ୍ରଭାବ କମିବ। ଯାହା ଶୁଭ ସୂଚନା । ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂରରେ ଅଛି। ଏହା ମାଲକାନଗିରିରୁ କ୍ରସ କରି ଛତିଶଗଡ ଯିବ। ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ପ୍ରଭାବିତ ହେବ। ଛତିଶଗଡ ପଟେ ବର୍ଷା ହୋଇ ପାରେ। ପାଣି ମହାନଦୀକୁ ଆସିବାର ସମ୍ଭାବନା ଅଛି। 88% ପାଣି ଜଳଭଣ୍ଡାରରେ ଥିଲା। ଏବେ ପାଣି ଛାଡିବା ଆରମ୍ଭ ହେଲାଣି। ସମୁଦ୍ର ଭିତରୁ ଫେରି ଆସିବାକୁ କୁହାଯାଇ ସରିଛି।
SRC ଆଜି କୋଷ୍ଟ ଗାର୍ଡ ସହ କଥା ହେବେ। ଆନ୍ଧ୍ର ପ୍ରଦେଶ ଲୋକ ଓଡ଼ିଶା ସମୁଦ୍ରରେ ଥିବା ଜଣା ଯାଇଛି। କେତେ ପରିମାଣରେ ସେଠୁ ଜାହାଜ ଆସିଛି, ସେ ନେଇ କୋଷ୍ଟ ଗାର୍ଡ ସହ ଆଲୋଚନା ହେବ।  ବିଚଳିତ ହୁଅନ୍ତୁ ନାହିଁ। ସଫଳତା ସହ ଜିରୋ କାଜୁଆଲଟି ସହ ବାତ୍ୟାକୁ ବିଦା କରିବା । ବାତ୍ୟା ସମୟରେ ଘରୁ ବାହାରନ୍ତୁ ନାହିଁ। ବର୍ତ୍ତମାନ ସୁଦ୍ଧା ୨୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି, ବାକି ବି ହେବେ। ପାହାଡ଼ରେ ଥିବା ଲୋକଙ୍କୁ ତଳକୁ ଆସିବାକୁ କୁହାଗଲାଣି। କଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ପଳେଇ ଆସନ୍ତୁ। ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ଦିଅନ୍ତୁ. 24*7 ହେଲ୍ପଲାଇନ ଜାରି ହୋଇଛି। କଣ୍ଟ୍ରୋଲ ରୁମ ଖୋଲା ଅଛି। ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେଲାଣି। ନିଜ ଜିନିଷ ସୁରକ୍ଷା ରଖିବାକୁ ଲୋକେ କାମ କରୁଛନ୍ତି। ସମ୍ବେଦନଶୀଳ ଓ ପାଣି ଘେରରେ ରହିବା ଆଶଙ୍କା ଥିବା ଲୋକ ରିଲିଫ ସେଣ୍ଟରକୁ ଆସନ୍ତୁ। ସମ୍ପତି ଦାୟିତ୍ୱ ଓଡ଼ିଶା ପୁଲିସ ନେବେ। ଏବେ ବର୍ଷା ହେଲାଣି।
୮ ଜିଲ୍ଲାରେ ୨୦୦ ରିଲିଫ ସେଣ୍ଟର କରାଯାଇଛି। ସ୍କୁଲକୁ ବି ଆଶ୍ରୟ ସ୍ଥଳୀ ପାଇଁ ବ୍ୟବହାର କରାଯିବ। ଏହି ୮ ଜିଲ୍ଲାରେ ୨୮ , ୨୯, ୩୦ ଯାଏଁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖାଯାଇଛି। ଅଙ୍ଗନବାଡି ହିତାଧିକାରୀଙ୍କ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯିବ। ସହରରେ ଯେଉଁଠି ପାଣି ପଶିବା ଆଶଙ୍କା ରହିଛି, ସେଠି ପମ୍ପିଙ୍ଗ କରିବାକୁ କୁହାଯାଇଛି। ଯେପରି ଘରକୁ ପାଣି ନ ପଶେ । ରାସନ, ଗୋଖାଦ୍ୟ ଓ ପଶୁ ଖାଦ୍ୟ ପର୍ଯ୍ୟାପ୍ତ ମହାଜୁଦ ଅଛି। ପାୱାର ବ୍ୟାକଅପ ବ୍ୟବସ୍ଥା ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
୩୦ ତାରିଖ ଯାଏଁ ୮  ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି ସେଣ୍ଟର ବନ୍ଦ ରହିବ। ସେଠି ସରକାରୀ ଅଧିକାରୀଙ୍କ ଛୁଟି ୩୦ ଯାଏଁ ବାତିଲ କରଯାଇଛି।  24 ଘଣ୍ଟାରେ ବିଦ୍ୟୁତ ପୁନଃ ସଂଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଉପକରଣ ପହଂଚି ସାରିଛି। ସ୍ଥାନାନ୍ତର ଯେଉଁଠି ଦରକାର, ସେଠି କରାଯିବ। ଲ୍ୟାଣ୍ଡଫାଲ କାକିନାଡ଼ରେ ଆକଳନ ହୋଇଥିବା ସମୟରେ ହେବ। ଗର୍ଭବତୀମାନଙ୍କୁ PHC, CHC ପହଞ୍ଚାଇ ଦିଆଯାଇଛି। ଆଣ୍ଟି ସ୍ନେକ ଭେନମ ଓ ଔଷଧ ପର୍ଯ୍ୟାପ୍ତ ମହଜୁଦ ଅଛି ବୋଲି  ସୁରେଶ ପୂଜାରୀ ଦେଓ ରଞ୍ଜନ ସିଂ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଦାନା’ । ଆଜି ମଧ୍ଯରାତ୍ରୀରୁ ଆରମ୍ଭ ହେବ ଲ୍ଯାଣ୍ଡଫଲ୍ ପ୍ରକ୍ରିୟା । ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ବାତ୍ୟାର ଗତି ମନ୍ଥର ହେବାରେ ଲାଗିଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ ମାଡ଼ି ଆସିଛି ବାତ୍ୟା ‘ଦାନା’ । ଏବେ ପାରାଦୀପଠାରୁ ୧୫୦ କି.ମି. ଦୂରରେ ରହିଛି ବାତ୍ଯା ‘ଦାନା’ । ଧାମରାଠାରୁ ୧୮୦ କି.ମି. ଦୂରରେ ରହିଛି । ସେହିପରି ସାଗରଦ୍ବୀପଠାରୁ ୨୫୦ କି.ମି. ଦୂରରେ ଦାନା ବାନ୍ଧୁଛି ବାତ୍ଯା ‘ଦାନା’ ।
ଆଜି ମଧ୍ଯରାତ୍ରୀରୁ ଆରମ୍ଭ ହେବ ଲ୍ଯାଣ୍ଡଫଲ୍ ପ୍ରକ୍ରିୟା । ଏହା ଆସନ୍ତାକାଲି ଭୋର ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିବ ‘ଦାନା’ । ବାତ୍ୟା ପ୍ରଭାବରେ ମଧ୍ୟାହ୍ନରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ତୁହାକୁ ତୁହା ବର୍ଷା ସହ ବଢୁଛି ପବନର ବେଗ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ଭୀଷଣ ବାତ୍ୟା ।
ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା କରହିଛି । ବିଶେଷ କରି ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା । ବାତ୍ୟା ମୁକାବିଲା ନେଇ ଏସଆରସି ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି, ୧୧ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ସର୍ବାଧିକ ପ୍ରଭାବିତ ହେବ । ଏହିସବୁ ଜିଲ୍ଲାରେ ୩ ଲକ୍ଷ ୭୦ ହଜାର ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇସାରିଛି ।
ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି, ଆଜି ରାତି ୮ ଟା ୩୦ରୁ କାଲି ରାତି ୮ ଟା ୩୦ ଯାଏଁ ରେଡ ୱାର୍ଣ୍ଣିଂ: ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ବର: ସରକାର ବାତ୍ୟା ପ୍ରସ୍ତୁତି କରିଛନ୍ତି। ମନ୍ତ୍ରୀ ମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି। ବରିଷ୍ଠ IAS ଅଫିସର ସେହି ଜିଲ୍ଲା ଯାଇଛନ୍ତି ଯେଉଁଠି ସେମାନେ କାମ କରିଛନ୍ତି ଓ ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ଅଛି। ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ହେବ। ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି। ହେଲେ ଲ୍ୟାଣ୍ଡ ନ କରିବା ଯାଏଁ କହି ହେବନି। ୨୮୦ କିଲୋମିଟର ପାରାଦୀପ ଓ ୩୧୦ କିଲୋମିଟର ଧାମରାରୁ ଅଛି। ଘଣ୍ଟାକୁ ୧୫  କିଲୋମିଟର ବେଗରେ ଚାଲିଛି। ଆହୁରି ବଢିବ। କାଲି ସକାଳ ସୁଦ୍ଧା କୌଣସି ସମୟରେ ହିଟ ହୋଇପାରେ। ଆଜି ରାତି ୮ ଟା ୩୦ ରୁ କାଲି ରାତି ୮ଟା ୩୦ ଯାଏଁ ରେଡ ୱାର୍ଣ୍ଣିଂ ଅଛି।
୨୦ ସେଣ୍ଟିମିଟର ବର୍ଷା ହେବ।ମୟୁରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବି ବର୍ଷା ହେବ। ସ୍ଥାନାନ୍ତର କାମ ଚାଲିଛି। ପ୍ରଶାସନ, ପୁଲିସ ଓ ସ୍ଥାନୀୟ ପ୍ରତିନିଧି କାମରେ ଅଛନ୍ତି। ଆଶ୍ରୟ ସ୍ଥଳୀରେ ଲୋକେ ପହଞ୍ଚି ସାରିଲେଣି। ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି। ହେଲେ ଏପରି କରନ୍ତୁ ନାହିଁ ।ସେମାନେ ପହଁରା ଜାଣୁଛନ୍ତି। ଉଚ୍ଚ ସ୍ଥାନରେ ଛାଡ଼ି ଦିଅନ୍ତୁ। ପ୍ରାଣୀ ସମ୍ପଦ ଖାଦ୍ୟ ପହଞ୍ଚି ସାରିଛି। ଗର୍ଭବତୀ ମାନେ ହସ୍ପିଟାଲ ପହଞ୍ଚି ସାରିଲେଣି। ସେମାନେ ସୁରକ୍ଷିତ ଅଛନ୍ତି। ସନ୍ତୋଷଜନକ ପ୍ରସ୍ତୁତି ଅଛି।
ପାଣିପାଗ ବିଭାଗ ଗତିପଥ ନେଇ ଯେଉଁ ଜିଲ୍ଲାକୁ ୱାର୍ଣ୍ଣିଂ ଦେଇଛି, ତାକୁ ଅଧିକ ଧ୍ୟାନ ଦିଅନ୍ତୁ। ବିଚଳିତ ହୁଅନ୍ତୁ ନାହିଁ। ଏପରି ଅନେକ ବାତ୍ୟା ଆସିଛି। ସଫଳତା ସହ ଓଡ଼ିଶାବାସୀ ଏହାକୁ ସାମ୍ନା କରିଛନ୍ତି। ୬୫୦୦ ରିଲିଫ ସେଣ୍ଟର ଅଛି। ସେଠାକୁ ଯାଆନ୍ତୁ। ଲମ୍ବା ସମୟ ଯାଏଁ ରହିବାକୁ ପଡିବ ନାହିଁ। ଆସନ୍ତକାଲି ଓ ତା’ ପରଦିନ ଅର୍ଥାତ ୪୮ ଘଣ୍ଟା ଯାଏଁ ବାତ୍ୟା କଷ୍ଟ ଦେବ। ସବୁ ରିଲିଫ ସେଣ୍ଟର ଗାଁରେ ପୁଲିସ ଅଛନ୍ତି। ମହିଳା ପୁଲିସ ବି ଅଛନ୍ତି। ଗାଁରେ ପାଟ୍ରୋଲିଙ୍ଗ ଚାଲିଛି। ବାତ୍ୟା ପରେ ରିଲିଫ ସେଣ୍ଟରରୁ ଘରକୁ ପଠାଇବାର ବ୍ୟବସ୍ଥା କରିବ ପ୍ରଶାସନ। କ୍ଷତିପୂରଣ ପର୍ଯ୍ୟାପ୍ତ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ।
୧୩ ଜିଲ୍ଲାରେ ସରକାର ଆଲର୍ଟରେ ଅଛନ୍ତି। ସହରାଞ୍ଚଳରେ ପାଣି ପଶିବାର ସମ୍ଭାବନା ଅଛି। ଜଳସେଚନ ବିଭାଗ ସହ କଥା ହୋଇଛି। ନିଷ୍କାସନ କାମ ବି ଆରମ୍ଭ ହେଲାଣି। ଡ୍ୟାମରେ ଯେପରି ପାଣି ରହି ପାରିବ, ସେ ବ୍ୟବସ୍ଥା ବି ହୋଇଛି। ସାପ କାମୁଡା ଔଷଧ ସମ୍ବେଦନଶୀଳ ଅଞ୍ଚଳର ୨୦ କିଲୋମିଟର ଭିତରେ ଗଛିତ ଅଛି। ଅଧ ଘଣ୍ଟାରୁ କମ ସମୟରେ ରୋଗୀ ପାଖରେ ପହଞ୍ଚିଯିବୁ। ସଂକ୍ରମଣ ରୋକିବାକୁ ପାଣିରେ କ୍ଲୋରିନ ଓ ବ୍ଲିଚିଙ୍ଗ ଦିଆଯିବ। ସବୁ ରୋଡ଼ମ୍ୟାପ କରାଯାଇଛି।
ଗଣମାଧ୍ୟମର ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ସେମାନଙ୍କ ରିପୋର୍ଟ ବି ଆବଶ୍ୟକ ପଡୁଛି ବୋଲି ମନ୍ତ୍ରୀ କହିଛନ୍ତି।। ପ୍ରାଥମିକ ଆକଳନ ରଖିଥିଲୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ। ହେଲେ ଏବେ ୧୦ ଲକ୍ଷରୁ କମିଲାଣି। ପୁରୀରେ ପ୍ରକୋପ କମିଲାଣି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡିବ। ୧୮-୧୯ ଟିମ NDRF ଆସିଲେଣି, ୫୧ ODRAF, ୧୭୮ ଅଗ୍ନିଶମ ଟିମ ଚମତ୍କାର ପ୍ରସ୍ତୁତି କରିଛନ୍ତି। ୧୦ ମିନିଟିରେ ଗଛ କଟାଯିବାର ଅତ୍ୟାଧୁନିକ ମେସିନ, ଗ୍ଲାସ କଟର ମହାଜୁଦ ଅଛି। ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛୁ ଓଡ୍ରାଫ, NDRF ଓ ଅଗ୍ନିଶମ ଟିମକୁ ସହଯୋଗ କରିବାକୁ ଜଣେ ଜଣେ ଅଧିକାରୀ ଦିଆଯାଇଛି। ସେହି ଅଧିକାରୀ ଖାଦ୍ୟ ଓ ORS ବ୍ୟବସ୍ଥା କରିବେ। ଜିଲ୍ଲା ପ୍ରଶାସନକୁ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି। ସେମାନେ ଖୋଲା ହାତରେ ଖର୍ଚ୍ଚ କରନ୍ତୁ। ପୁରୀରୁ ପର୍ଯ୍ୟଟକ ଫେରି ଗଲେଣି। ଟ୍ରେନ ବାତିଲ ଯୋଗୁଁ ସେମାନଙ୍କୁ ସଡ଼କ ପଥରେ ଭୁବନେଶ୍ୱର ପଠାଇଛି ପ୍ରଶାସନ। ଏ ଯାଏଁ ବିଜୁଳି କାଟ ଖବର ଆସିନି। ହେଲେ ପବନ ପାଇଁ ଟିକେ କଟି ପାରେ। ବ୍ୟାକଅପ ସପର୍ଟ ଯେପରି DG, ଜେନେରେଟର ଦିଆଯାଇଛି। ଡାକ୍ତର ଅଭାବ ସ୍ଥାନରେ ବାହାର ସ୍ଥାନରୁ ଡାକ୍ତର ଆସିଲେଣି ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ବାତ୍ୟାକୁ ନେଇ କୌଣସି ପୂର୍ବାନୁମାନ ପ୍ରକାଶ କରିନୁ, ଗୁଜବ ଠାରୁ ଦୂରରେ ରୁହନ୍ତୁ- IMD ଡିଜି
ଭୁବନେଶ୍ବର: ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ,  ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର-୧ ରେ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ଧିରେଧିରେ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭବନା ରହିଛି। ଏହି ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହାର ସ୍ପଷ୍ଟ ଚିତ୍ର ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ଜଣାପଡ଼ିବ। ଏହା ଉପରେ ଆମେ ନଜର ରଖିଛୁ ବୋଲି IMD ଡିଜି କହିଛନ୍ତି  ।
ଘୂର୍ଣି ବଳୟ ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ। ବର୍ତ୍ତମାନ ପାଇଁ ଆମେ କୌଣସି ରାଜ୍ୟ ପାଇଁ ବାତ୍ୟା ସତର୍କ ସୂଚନା ଦେଇନାହୁଁ । ବାତ୍ୟା ହେବ ବୋଲି ମଧ୍ୟ କୌଣସି ପୂର୍ବାନୁମାନ ପ୍ରକାଶ କରିନାହୁଁ । ଲୋକମାନେ ଗୁଜବ ଠାରୁ ଦୂରରେ ରୁହନ୍ତୁ । ବର୍ତ୍ତମାନ ପାଇଁ କେବଳ ଅକ୍ଟୋବର ମାସରେ ପହିଲାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛୁ । ଏହା ଅବପାତ ରେ ପରିଣତ ହେବାର କମ ସମ୍ଭାବନା ରହିଛି ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଆଜିଠୁ ଦୁର୍ବଳ ହେବ ବାତ୍ୟା ‘ଅସାନି’, ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି
ଭୁବନେଶ୍ୱର: ଆଜିଠୁ ଦୁର୍ବଳ ହେବ ସମୁଦ୍ର ଭିତରେ କମ୍ପମାନ କରୁଥିବା ଭୀଷଣ ବାତ୍ୟା ‘ଅସାନି’ । ଦିଗ ବଦଳିବା ସହ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଓଡ଼ିଶା ଉପକୂଳରୁ ଦୁର୍ବଳ ‘ଅସାନି’ ଏତେ ଦୂରରେ ଯିବ ଯେ ପବନର ଡର ନାହିଁ । କେବଳ ବର୍ଷା ହେବ । ଆସନ୍ତା ୪୮ ଘଣ୍ଟାରେ ଏହା ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ। ସେହିପରି ଆସନ୍ତା ୧୨ ତାରିଖ ବେଳକୁ ଏହା ପାରାଦୀପଠାରୁ ୧୧୦ କିମି ଦୂରରେ ଗତି କରିବା ସମ୍ଭାବନା ରହିଛି। ସେତେବେଳେ ଏହା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ସାରିଥିବ। ସେତେବେଳେ ଓଡ଼ିଶା ଉପକୂଳ ଆଖପାଖରେ ପବନର ବେଗ ସମୁଦ୍ର ମଧ୍ୟରେ ୪୦-୫୦ ସର୍ବାଧିକ ୬୦ କିମି ରହିବା ସମ୍ଭାବନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅସାନୀ ଭୀଷଣ ବାତ୍ୟା ରୂପ ନେଇ ସମୁଦ୍ରରେ ଆକଳନଠାରୁ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତି ଯେତେ ଅଧିକ ରହୁଛି, ସେତେ ଶୀଘ୍ର ଦୁର୍ବଳ ହେବ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ଉପକୂଳରୁ ଢେର ଦୂରରେ ଏହା ସମୁଦ୍ରରେ ପଳାଇବ ।
‘ଅସାନି’ ପ୍ରଭାବରେ ବଦଳିଲାଣି ପାଗ। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଧୀରେ ଧୀରେ ବର୍ଷାର ପ୍ରକୋପ ବଢିବାକୁ ଥିବା ବେଳେ ୧୧ ଓ ୧୨ରେ ସର୍ବାଧିକ ବର୍ଷା ହେବ। ବର୍ତ୍ତମାନ ସମୁଦ୍ର ମଧ୍ୟରେ ‘ଅସାନି’ ଭୀଷଣ ବାତ୍ୟା ରୂପରେ ରହିଛି। ସୋମବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ସହ ଜଡ଼ିତ ବାହ୍ୟ ମେଘ ଖଣ୍ଡର କିଛି ଅଂଶ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆଚ୍ଛାଦିତ କରିଥିବା ବେଳେ ଏହା ପ୍ରଭାବରେ ବର୍ଷା ହୋଇଛି। ଯାଜପୁରରେ ସର୍ବାଧିକ ୩୭ ମିମି ବର୍ଷା ହୋଇଥିବା ବେଳେ ବାକି ଉପକୂଳବର୍ତ୍ତି ଜିଲ୍ଲାଗୁଡ଼କରେ ୧୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।
ବାତ୍ୟା ଯୋଗୁଁ ଆସନ୍ତା ୧୨ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ। ବିଶେଷ କରି ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହି ଅଞ୍ଚଳକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହା ବ୍ୟତୀତ ୧୩ ତାରିଖ ଯାଏ ଓଡ଼ିଶା ଉପକୂଳର ସମୁଦ୍ର ମଧ୍ୟରେ ଆଖପାଖକୁ ନ ଯିବା ପାଇଁ କୁହାଯାଇଛି। ବାତ୍ୟା ଯୋଗୁଁ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।
ଭୁବନେଶ୍ବର: ବାତ୍ୟାର ରୂପ ନେଲା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟ ଗଭୀର ଅବପାତ । ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ବାତ୍ୟା ଆସନୀ। ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି ଘୂର୍ଣ୍ଣିଝଡ । ପୁରୀ ଠାରୁ ୧୦୨୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବ ରେ କେନ୍ଦ୍ରୀଭୂତ ହେଉଛି । ବିଶାଖାପାଟଣାଠାରୁ ୯୭୦ କିମି ଦକ୍ଷିଣ ପୂର୍ବ ଦିଗରେ ରହିଛି । ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ରିକର୍ଭ କରିବା ପରେ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ଗତି କରିବ । ସେତେବେଳକୁ ଉପକୂଳରୁ ଦେଢ଼ ଶହରୁ ୨୦୦ କିଲୋମିଟର ଦୂରରେ ଥିବ ବାତ୍ୟାର କେନ୍ଦ୍ର ସ୍ଥଳ । ସ୍ଥଳଭାଗ ନଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା ।
ଏହାର ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳ ରେ ଆରମ୍ଭ ହେବ ବର୍ଷା । ଗଞ୍ଜାମ, ଗଜପତି ଏବଂ ପୁରୀରେ ପ୍ରବଳ ବର୍ଷିବ । ୧୧ ତାରିଖରେ ବଢିବ ବର୍ଷାର ପରିମାଣ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ରେ ପ୍ରବଳ ବର୍ଷା ସମ୍ଭାବନା । ଉପକୂଳ ଉପକୂଳ ଦେଇ ସମାନ୍ତରାଳ ଭାବେ ଗତିକରିବ ବାତ୍ୟା । ଆନ୍ଧ୍ର ଏବଂ ଓଡିଶା ଉପକୂଳ ଦେଇ କରିବ ଅତିକ୍ରମ । ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।