Prashant Kishor says no political party now - The Sakala

ନୂଆ ଦଳ ନୁହେଁ, ପରିବର୍ତ୍ତନ ଚାହେଁ: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପ୍ଲାନରେ ନୂଆ ଟ୍ବିଷ୍ଟ। ନୂଆ ରାଜନୈତିକ ଦଳ ଗଢିବା ନେଇ ଲାଗିରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ନିକଟରେ ସେ ନିଜର ଏକ ନୂଆ ରାଜନୈତିକ ଦଳ ଗଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହାକୁ ଏବେ ସେ ଖାରଜ କରିଛନ୍ତି। ସେ କୌଣସି ନୂଆ ଦଳ ଗଢ଼ିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି।

ବିହାର ରାଜଧାନୀ ପାଟନାର ଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ନୂଆ ରାଜନୈତିକ ରଣନୀତି ବାବଦରେ ଖୁଲାସା କରିଛନ୍ତି ପ୍ରଶାନ୍ତ କିଶୋର।ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଗୁରୁବାର କହିଛନ୍ତି ‌କି ସେ ଏବେ ନୂଆ ରାଜନୈତିକ ଦଳ କିମ୍ବା ପ୍ଲାଟ୍‌ଫର୍ମ ଚାହାନ୍ତିନି, ସେ କେବଳ ବିହାର ପରିବର୍ତ୍ତନ ଚାହାନ୍ତି। ଗଣମାଧ୍ୟମରେ ନିଜ ମତ ରଖିବା ବେଳେ ସେ କହିଛନ୍ତି କି ‘ମୁଁ କେବଳ ବିହାରର ସମସ୍ୟା ସଂପର୍କରେ ଅବଗତ ଥିବା ସେ ସମସ୍ତ ଲୋକଙ୍କୁ ଗୋଟାଏ ପ୍ଲାଟ୍‌ଫର୍ମକୁ ଆଣିବାକୁ ଚାହୁଁଛି। ଅଗଷ୍ଟରୁ ସେପ୍ଟମ୍ବର ମାସ ସୁଦ୍ଧା ଆମେ ଆମର ଏହି ପ୍ରକ୍ରିୟା ପୂରା କରି ସାରିଥିବୁ। ମୁଁ ଦଳ ଚାହ‌େଁନି, ବିହାର ପାଇଁ କାମ କରିବାକୁ ଚାହେଁ।’

ପ୍ରଶାନ୍ତ କିଶୋର ଆହୁରି ମଧ୍ୟ କହିଛନ୍ତି  ନୂତନ ଚିନ୍ତାଧାରା ସହିତ ବିହାରକୁ ପରିବର୍ତ୍ତନ କରିବାକୁ ପଡିବ। ବିହାର ବିକାଶ ପାଇଁ ନୂଆ ନୀତି ଆବଶ୍ୟକ। ଯଦି ଆବଶ୍ୟକ ପଡେ ତେବେ ରାଜନୈତିକ ଦଳ ଗଠନ କରାଯିବ। ଏହା କେବଳ ମୋର ନୁହେଁ ସମସ୍ତଙ୍କ ଦଳ ହେବ ବୋଲି ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି। ଜନ ସୁରଜ ପାଇଁ ଗାଁରୁ ଗ୍ରାମାଞ୍ଚଳକୁ ଯିବେ। ପ୍ରଶାନ୍ତ କିଶୋର ୩ ହଜାର କିଲୋମିଟର ପଦଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି। ଏହା ଅକ୍ଟୋବର ୨ରୁ ପଶ୍ଚିମ ଚମ୍ପାରଣରୁ ଆରମ୍ଭ ହେବ।ଯେଉଁମାନେ ବିହାରରେ ସାମାଜିକ ତଥା ରାଜନୈତିକ କ୍ଷେତ୍ର ସହ ଜଡିତ ଅଛନ୍ତି, ସେମାନଙ୍କୁ ଏକ ପ୍ଲାଟଫର୍ମରେ ଯୋଗାଇ ଦିଆଯିବ। ୪ରୁ ୫ ମାସ ଭିତରେ ଏପରି ୧୭ ହଜାରରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି।’

ନୀତିଶ କୁମାର ଓ ଲାଲୁ ପ୍ରସାଦ ଯାଦବଙ୍କ ଗତ ୩୦ ବର୍ଷର ଶାସନ କାଳ ମଧ୍ୟରେ ପରିସ୍ଥିତି ପୂରା ବିଗିଡ଼ି ଯାଇଛି। ବିହାର ଏବେ ଦେଶର ଏକ ପଛୁଆ ରାଜ୍ୟ। ବିକାଶର ଅନେକ ପାରାମିଟର ଉପରେ ବିହାର ଆଜିବି ଦେଶର ସର୍ବନିମ୍ନ ସ୍ତରରେ ରହିଛି। ଯଦି ବିହାରକୁ ଆଗକୁ ନେବାର ଅଛି ତେବେ ସେହି ପୁରୁଣା ପଥରେ ଗଲେ ହେବ ନାହିଁ। ଆମକୁ ନୂଆ ଦିଗ ଖୋଜିବାକୁ ପଡ଼ିବ।’ଯଦି ବିହାର ଆଗାମୀ ସମୟରେ ଅଗ୍ରଣୀ ରାଜ୍ୟ ତାଲିକାରେ ଆସିବାକୁ ଚାହୁଁଛି, ତେବେ ଏଥିପାଇଁ ନୂତନ ଚିନ୍ତାଧାରା ଏବଂ ନୂତନ ପ୍ରୟାସ ଆବଶ୍ୟକ । ଆଉ ଏଥିପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଦରକାର। କେହି ଜଣଙ୍କର ଚେଷ୍ଟାରେ ପରିବର୍ତ୍ତନ ହୋଇଯିବନି। ବିହାରର ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସମସ୍ତେ ଏକତ୍ରିତ ହେଲେ ହିଁ ପରିସ୍ଥିତି ସୁଧୁରିବ ବୋଲି ପ୍ରଶାନ୍ତ କିଶୋର ମତ ରଖିଛନ୍ତି।