Swasthya Samadhan Odisha - The Sakala

‘ସ୍ୱାସ୍ଥ୍ୟ ସମାଧାନ ଓଡ଼ିଶା’ ଆପ୍‍ ଲୋକାର୍ପିତ, ସୋସିଆଲ ମିଡିଆରୁ ସଂଗ୍ରହ ହେବ ଅଭିଯୋଗ
ଭୁବନେଶ୍ୱର: କୋଭିଡ୍‍ ପରଠାରୁ ସ୍ୱାସ୍ଥ୍ୟ ସେବା ସର୍ବାଧିକ ଗୁରୁତ୍ୱ ବହନ କରୁଥିବା ବେଳେ ରାଜ୍ୟ ସରକାର ‘୫-ଟି’ ଉପକ୍ରମ ଜରିଆରେ ଏଥିରେ ସଂସ୍କାର ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଆଜି ‘ସ୍ୱାସ୍ଥ୍ୟ ସମାଧାନ ଓଡ଼ିଶା’ ଆପ୍ଲିକେସନ୍‍ର ଶୁଭାରମ୍ଭ କରାଯାଇଛି। ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା ଏହି ଆପ୍‍ର ଶୁଭାରମ୍ଭ କରିଛନ୍ତି।

ହସ୍ତଗତ ସୂଚନା ଅନୁସାରେ, ବିଭିନ୍ନ ପ୍ରକାର ସାମାଜିକ ଗଣମାଧ୍ୟମରେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଜନସାଧାରଣ ଅଭିଯୋଗ କରୁଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି। ତେବେ ସବୁ ଅଭିଯୋଗକୁ ସାମାଜିକ ଗଣମାଧ୍ୟମରୁ ସଂଗ୍ରହ କରି ସମ୍ପୃକ୍ତ ବିଭାଗକୁ ଦେବା ଏବେ କଷ୍ଟକର ବ୍ୟାପାର। ଏପରିସ୍ଥଳେ ସରକାରୀ ବ୍ୟବହାର ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ସମାଧାନ ଓଡ଼ିଶା ଆପ୍‍ ପ୍ରସ୍ତୁତ କରାଯାଇଛି। ଏହାର ପରିଚାଳନା ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ ହେବେ। ସେମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଜନସାଧାରଣଙ୍କ ଅଭିଯୋଗ ସଂଗ୍ରହ କରି ସମ୍ପୃକ୍ତ ବିଭାଗକୁ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିବେ। ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେଲା ସେ ସମ୍ପର୍କରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ ଅବଗତ କରାଯିବ। ଯଦି ଫୋନ୍‍ ନମ୍ବର ନଥାଏ ତା ହେଲେ ତାଙ୍କର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସୂଚନା ଦିଆଯିବ। ଏଥିସହ ଯଦି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ସମ୍ପର୍କରେ ଜନସାଧାରଣ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥାନ୍ତି କିମ୍ବା କିଛି ଭଲ କାମ ସମ୍ପର୍କରେ ସୂଚନା ଦିଅନ୍ତି ତା ହେଲେ ସେଗୁଡ଼ିକ ମଧ୍ୟ ସଂଗ୍ରହ କରାଯିବ। ସ୍ୱାସ୍ଥ୍ୟ ସମାଧାନ ଓଡ଼ିଶା ଆପ୍‍ ପାଇଁ ଏକ ସ୍ୱତନ୍ତ୍ର ୟୁଜର ଆଇଡି ଏବଂ ପାସୱାର୍ଡ ରହିବ। ଲଗ୍‍ ଇନ୍‍ କରି ସମ୍ପୃକ୍ତ ବିଭାଗର ଅଧିକାରୀ ଅଭିଯୋଗ ସମ୍ପର୍କିତ ସୂଚନା ଅପଲୋଡ୍‍ କରିବେ। ସମଗ୍ର ରାଜ୍ୟକୁ ଏହି ଆପ୍‍ ସଂଯୋଗ କରିବ। ଆଜି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାର ଉପଯୋଗିତା ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଏନଏଚ୍‍ଏମ୍‍ ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ଔଷଧ ନିଗର ପରିଚାଳନା ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକ, ମେଡିକାଲ କଲେଜ ଓ ହସ୍ପିଟାଲର ଅଧିକ୍ଷକ, ସମସ୍ତ ଜିଲ୍ଲାର ସିଡିଏମ୍‍ଓ/ପିଏଚ୍‍ଓ ମାନେ ଉପସ୍ଥିତ ଥିଲେ।