cyclone 2022 - The Sakala
୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ : ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ
ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ରବିବାର ତୀବ୍ର ଅବପାତରେ ପରିଣତ ହେବ । ୨୪ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳ ଛୁଇଁବ ସି-ତ୍ରଙ୍ଗ । ଏହାର ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ, ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତୀବ୍ର ଅବପାତ ହେବ । ପରେ ସାମାନ୍ୟ ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଆଡ଼କୁ ଗତି କରି ବାତ୍ୟା ରୂପ ନେବ । ବାତ୍ୟା ସୃଷ୍ଟି ପରେ ଉତ୍ତର ଓ ଉତ୍ତର ପୂର୍ବ ମୁହାଁ ହୋଇ ଆଗକୁ ବଢିବ। ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳର ତିଙ୍କୋଣା ଦ୍ୱୀପ ଓ ସାଣ୍ଡୱିପ୍‌ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନରେ ଦର୍ଶାଯାଇଛି । ଓଡ଼ିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ ଉତ୍ତର ଏବଂ ଉପକୂଳ ଓଡ଼ିଶାର ଅନ୍ୟ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
୨୫ରେ ବାଂଲାଦେଶ ସ୍ଥଳଭାଗ ଛୁଇଁବ ସିତ୍ରାଙ୍ଗ
ବାତ୍ୟା ସିତ୍ରାଙ୍ଗକୁ ନେଇ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଛି। ଏହି ଅବପାତ ପର୍ଯ୍ୟାୟକ୍ରମେ ବାତ୍ୟାର ରୂପ ନେଇ ଆସନ୍ତା ୨୫ ତାରିଖ ସକାଳେ ବାଂଲାଦେଶର ତିନକୋଣା ଦ୍ୱୀପ ଓ ସାନଦ୍ୱୀପ ମଝି ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଣ୍ଡମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ସୃଷ୍ଟି ହୋଇଛି। ଏହି ଅବପାତଟି ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୩ ତାରିଖ ସକାଳେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ଏହି ଗଭୀର ଅବପାତଟି ଦିଗ ବଦଳାଇବା ସହ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରି ୨୪ ତାରିଖ ସକାଳେ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ। ଏହି ସାମୁଦ୍ରିକ ଝଡ଼ ସମାନ ଦିଗରେ ସମୁଦ୍ର ଭିତରେ ଗତି କରିବା ସହ ୨୫ ତାରିଖ ସକାଳେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ବାଂଲାଦେଶର ତିନକୋଣା ଓ ସାନଦ୍ୱୀପ ମଝି ଅଞ୍ଚଳରେ ବାତ୍ୟା ସିତ୍ରାଙ୍ଗ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।
ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବାରଣ
ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ଚଳିତ ମାସ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉପକୂଳ ଏବଂ ଚିଲିକାକୁ ଡଙ୍ଗାନେଇ ମାଛ ଧରିବାକୁ ଯିବା ପାଇଁ ନିଷେଧ କରାଯାଇଛି। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଓଡ଼ିଶା ମାରାଇନ୍‌‌ ଫିସ୍‌‌ ରେଗୁଲେସନ୍‌‌ ଆକଫ ୧୯୮୨ ଅନୁଯାୟୀ ଶନିବାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।
ମତ୍ସ୍ୟଜୀବୀମାନଙ୍କ ଧନଜୀବନର ସୁରକ୍ଷା ପାଇଁ ରାଜ୍ୟର ସମଗ୍ର ଉପକୂଳରେ ଏବଂ ଚିଲିକା ହ୍ରଦରେ ଯନ୍ତ୍ରଚାଳିତ ତଥା ମୋଟରଚାଳିତ ଡଙ୍ଗା ଏବଂ ଦେଶୀ ଡଙ୍ଗା ନେଇ ମାଛ ଧରିବା ପାଇଁ ବାରଣ କରାଯାଇଛି। ଅକ୍ଟୋବର ୨୨ରୁ ୨୬ ତାରିଖ ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ସମୁଦ୍ର ଓ ଚିଲିକାକୁ ନ ଯିବା ପାଇଁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ମତ୍ସ୍ୟ ଅଧିକାରୀମାନଙ୍କୁ ଏ ଦିଗରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇ ସମୁଦ୍ର ଭିତରକୁ ନ ଯିବା ପାଇଁ ସମସ୍ତଙ୍କୁ ସତର୍କ କରାଯାଇଛି। ବିଭାଗୀୟ ଅଧିକାରୀ ଏବଂ ମାରାଇନ୍‌‌ ପୋଲିସ୍‌‌ଙ୍କ ଦ୍ୱାରା ମିଳିତ ଭାବେ ଉପକୂଳରେ ପାଟ୍ରୋଲିଂ କରାଯାଉଛି।
ଏଥି ସହିତ କୋଷ୍ଟାଗାର୍ଡ ପକ୍ଷରୁ ମଧ୍ୟ ପାଟ୍ରୋଲିଂ କରାଯାଉଛି। କୌଣସି ମାଛଧରା ଡଙ୍ଗା ଯେପରି ସମୁଦ୍ର ଭିତରକୁ ନ ଯାଇପାରିବ ସେଥି ପାଇଁ ‘ସାଗର ମିତ୍ର’ ଏବଂ ମତ୍ସ୍ୟ ବିଭାଗର ଅଧିକାରୀଙ୍କ ଦ୍ୱାରା ଉପକୂଳରେ ସତର୍କ ଦୃଷ୍ଟି ରଖାଯାଇଛି। ଅନ୍ୟ ରାଜ୍ୟର ମାଛଧରା ଡଙ୍ଗାଗୁଡ଼ିକୁ ରାଜ୍ୟର ମାଛଧରା ବନ୍ଦର ଓ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକରେ ନିରାପଦ ଆଶ୍ରୟ ନିମନ୍ତେ ଅନୁମତି ଦିଆଯାଇଛି। ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଡଙ୍ଗା ଆସୋସିଏସନ୍‌‌ ପକ୍ଷରୁ ବୈଠକ କରାଯାଇ ସମ୍ଭାବ୍ୟ ବାତ୍ୟା ନିମନ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଓଡିଶା ଉପକୂଳ ଛୁଇଁବନି ବାତ୍ୟା: ଧାମରା ଠାରୁ ୨୦୦ କିମି ଦୂରରେ ଅତିକ୍ରମ କରି ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ
ଭୁବନେଶ୍ବର : ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ସିତ୍ରାଙ୍ଗ’। ଧାମରା ଠାରୁ ୨୦୦ କିମି ଦୂରରେ ଅତିକ୍ରମ କରି ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ  ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ଲଘୁଚାପଟି ଆସନ୍ତା କାଲି ଅବପାତର ରୂପ ନେବ । ୨୩ ଅକ୍ଟୋବରର ସୁଦ୍ଧା ତୀବ୍ର ଅବପାତ ରୂପ ନେବ ବୋଲି ଆକଳନ କରାଯାଇଛି। ୨୪ ତାରିଖରେ ଏହା ସାମୁଦ୍ରିକ ଝଡ ରୂପ ନେବା ପରେ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ୨୫ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳ ଭାଗ ଛୁଇଁପାରେ ବାତ୍ୟା। ଏହି ବାତ୍ୟା ଓଡିଶା ସ୍ଥଳଭାଗ ନାହିଁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।
ସାମ୍ଭବ୍ୟ ବାତ୍ୟାକୁ ନେଇ ବିସ୍ତୃତ ସୂଚନା ଦେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନଥିଲେ ମଧ୍ୟ ପ୍ରଶାସନ ସଜାଗ ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ‘ସିତ୍ରଙ୍ଗ’ ଧାମରାରୁ ଦକ୍ଷିଣପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବ । ପ୍ରଭାବରେ ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସେ କହିଛନ୍ତି। ୨୪ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଓଡ଼ିଶା ଉପକୂଳରୁ ଦୂରରେ ଯିବ ବାତ୍ୟା ‘ସିତ୍ରଙ୍ଗ’ । ଏଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ସଜାଗ ଅଛନ୍ତି । ୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ସତର୍କତାମୂଳକ ପଦକ୍ଷେପ ଅନୁସାରେ, ଓଡ୍ରାଫ୍ ସହ ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ଆବଶ୍ୟକ ସ୍ଥାନରେ ମୁତୟନ କରାଯିବ ।
୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି । ବାତ୍ୟା ‘ସିତ୍ରଙ୍ଗ’ ଦ୍ୱାରା ବିଶେଷ ଅସୁବିଧା ହେବାର ଆଶଙ୍କା ନାହିଁ । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୨୨ ତାରିଖ ସକାଳ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ଫେରି ଆସିବା ସହ ୨୬ ତାରିଖ ଯାଏ ସମୁଦ୍ର ମନା କରାଯାଇଛି । ବାତ୍ୟାକୁ ନେଇ ଲୋକ ଆତଙ୍କିତ ନହେବାକୁ ଏସ୍ଆରସି କହିଛନ୍ତି । ଏବେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଅବପାତର ରୂପ ନେବ । ଏହାପରେ ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ରିକର୍ଭ ହୋଇ ଉତ୍ତର ଆଡ଼କୁ ଗତି କରି ୨୪ ତାରିଖରେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ସିତ୍ରାଙ୍ଗ’ରେ ପରିଣତ ହେବ । ଏହା ପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ୨୫ ତାରିଖ ସନ୍ଧ୍ୟାରେ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଅପରାହ୍ନ ୪ଟାରେ ୭ ଜିଲ୍ଲାପାଳଙ୍କ ସହ ଏସ୍‌ଆରସିଙ୍କ ଜରୁରୀ ବୈଠକ
ଭୁବନେଶ୍ବର : ଆସୁଛି ବାତ୍ୟା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ।
ଏହି ବାତ୍ୟାର ନାମ ଶୀତରଙ୍ଗ (SI-TRANG) ରଖାଯାଇଛି। ଏହି ବାତ୍ୟାର ନାଁ ଦେଇଛି ଥାଇଲାଣ୍ଡ। ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ, ଏହାପରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବ। ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅବପାତର ରୂପ ନେବ। ୨୩ କିମ୍ବା ୨୪ ତାରିଖ ବେଳକୁ ନେବ ବାତ୍ୟାର ରୂପ। ଏହାର ପ୍ରଭାବରେ ପ୍ରଭାବରେ ୨୨ ତାରିଖ ସକାଳୁ ଓଡିଶାରେ ବର୍ଷା ଆରମ୍ଭ ହେବ । ଏହି ସମୟରେ ଘଣ୍ଟା ପ୍ରତି ୪୫ ରୁ ୬୫ କିମି ବେଗରେ ରହିବ ପବନର ବେଗ ଏବଂ ସମୁଦ୍ରରେ ଆସିବ ଉଚ୍ଚ ଜୁଆର, ୨ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ୨୩ ସକାଳୁ ବଢିବ ବର୍ଷାର ପରିମାଣ। ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅନ୍ୟପଟେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବା ପରେ ଓଡିଶାକୁ ବିପଦ ବଢିଯାଇଛି। କାରଣ ପୂର୍ବରୁ ବିଦେଶ ପାଣିପାଗ ମଡେଲ ଗୁଡିକ ବାତ୍ୟାଟି ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ଥିବା କହିଥିଲେ। ଯାହାକୁ ନେଇ ସରକାର ସଜାଗ ହୋଇଯାଇଛନ୍ତି।ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ଣରେ ବୈଠକ ବସିବ । ଅପରାହ୍ଣ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ।
ସରକାରଙ୍କ ଏହି ଜରୁରୀ ବୈଠକରେ ବରିଷ୍ଠ ଅଧିକାରୀମାନଙ୍କ ସହ ୭ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଯୋଗ ଦେବେ। ବାତ୍ୟା ପାଇଁ ସରକାର ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାତ୍ୟା ଆସିଲେ ଉଦ୍ଧାର କାର୍ଯ୍ୟକୁ କିପରି ତ୍ବରାନ୍ବିତ କରାଯିବ, ଗ୍ରାଉଣ୍ଡ ଜିରୋରେ କିଭଳି ଲୋକଙ୍କୁ ସତର୍କ କରାଯିବ, ସେନେଇ ଆଲୋଚନା ହେବ। ତେବେ ଉଦ୍ଧାର କର୍ଯ୍ୟ ପାଇଁ ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ସହ ସ୍ଥାନୀୟ ପୋଲିସ ସଜାଗ ରହିବେ। ଜିରୋ କାଜୁଆଲିଟିକୁ ସବୁବେଳେ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ଏବେଠୁ ସଜାଗ ହୋଇଛନ୍ତି।
ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ସରକାର ସଜାଗ ହୋଇଯିବା ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି।ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବା ନିର୍ଦ୍ଦେଶ । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍‌ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ ଥିବା ରାଜସ୍ବ ସଚିବ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ ବସୁଛି ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନ ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳ ବୈଠକରେ ସାମିଲ ହେବେ ।
ବାତ୍ୟା ନେଇ ସ୍ପଷ୍ଟ କଲା ପାଣିପାଗ ବିଭାଗ, ଜରୁରୀ ବୈଠକ ଡାକିଲେ ସରକାର
ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି ।
ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି । ଏଥି ସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।ତେବେ ବାତ୍ୟା ହେଲେ ତାହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେ ସମୟରେ ପବନର ବେଗ କେତେ ରହିବ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ #ବାତ୍ୟା ସମ୍ଭାବନା !!!
ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି | ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ pic.twitter.com/yVUqSfcwbx
— Meteorological Centre, Bhubaneswar (@mcbbsr) October 18, 2022
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ବୋଲି ଜଣାଯାଇଛି।
ସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ #ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) October 18, 2022
ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ୨୦ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ପାଣିପାଗ ବିଜ୍ଞାନୀଙ୍କ ମତରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ ଓ ୨୦ ତାରିଖ ଆଡ଼କୁ ଏକ ଲଘୁଚାପର ରୂପ ନେବ। ପରବର୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟାର ପ୍ରଭାବ କେତେ ରହିବ ଓ ଏହା କେତେ ଶକ୍ତିଶାଳୀ ହେବ ସେ ନେଇ ସଠିକ୍‌ ଆକଳନ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଦୀପାବଳି ବର୍ଷାରେ ଭିଜିବ ବୋଲି ଏକ ପ୍ରକ‌ା‌ର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୪ରୁ ୨୬ ତାରିଖ ଯାଏ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ ଜରୁରୀ ବୈଠକ
ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ଣରେ ବୈଠକ ବସିବ । ଅପରାହ୍ଣ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ।
ଶକ୍ତିହରାଇଲା ବାତ୍ୟା ‘ଆସାନି’ : ଆସନ୍ତାକାଲି ସକାଳ ସୁଦ୍ଧା ନେବ ଅବପାତର ରୂପ
ଭୁବନେଶ୍ବର : ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଅସାନି’ ଗତ ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଧିରେ ଧିରେ ଦୁର୍ବଳ ହୋଇଛି। ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି। ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ‘ଅସାନି’ ଗତ କରୁଛି । ଘଣ୍ଟାପ୍ରତି ୬ କିମି ବେଗରେ ବାତ୍ୟା ଗତି କରୁଛି । ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମରେ ୫୦୦ କିମି ଦୂରରେ କେନ୍ଦ୍ରୀଭୂତ । ପୁରୀଠାରୁ ଦକ୍ଷିଣ-ପଶ୍ଚିମରେ ୫୦୦ କିମି ଦୂରରେ କେନ୍ଦ୍ରୀଭୂତ । ମଛଲିପଟ୍ଟନମଠାରୁ ୪୦ କିଲୋମିଟର ଓ କାକିନାଡାଠାରୁ ୧୪୦ କିଲୋମିଟର ଦୂରରେ ରହିଛି ।
ଗତ ୬ ଘଂଟା ଧରି ୬ କିଲୋମିଟର ବେଗରେ ଆଗକୁ ବଢୁଛି ।ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରର ନର୍ସାପୁର, ୟନମ୍, କାକିନାଡ. ଟୁନି ଓ ବିଶାଖାପାଟନମ୍ ଉପକୂଳ ଦେଇ ପୁଣି ସମୁଦ୍ରରେ ଗତି କରିବ ।କାକିନାଡାଠାରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଏହା ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ । ସେତେବେଳକୁ ଏହା ଏହା ଅବପାତର ରୂପ ନେଇସାରିଥିବ ।ଆସନ୍ତା ୧୩ ତାରିଖରୁ ରାଜ୍ୟରେ ପାଗ ବଦଳିବ ।ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ବାତ୍ୟା ଦୁର୍ବଳ ହେଉଥିବାରୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ବାତ୍ୟା ଦୁର୍ବଳ ହୋଇ କାଲି ଅବପାତର ରୂପ ନେବା ସମ୍ଭାବନା । ହେଲେ ଏହାର ପ୍ରଭାବରେ ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।
ମାଲକାନଗିରି, କୋରାପୁଟ,ରାୟଗଡା, ଗଞ୍ଜାମ,ନବରଙ୍ଗପୁର, ଗଜପତି ,କେଉଁଝର, ମୟୁରଭଞ୍ଜଓ ପୁରୀରେ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ୧୨ ତାରିଖ ରାତି ଯାଏଁ ସମୁଦ୍ର ଅଶାନ୍ତ ରହିବ ଆସନ୍ତା କିଛି ଘଣ୍ଟା ରେ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଳା ଗୁଡିକରେ ୪୦ ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ବହିପାରେ।ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି ।
ଆନ୍ଧ୍ରପ୍ରଦେଶରେ ବାତ୍ୟା ଅସାନିର ପ୍ରଭାବ ଆରମ୍ଭ : ପ୍ରବଳ ବର୍ଷା ସାଙ୍ଗକୁ ୮୦ରୁ ୮୫ କିଲୋମିଟର ବେଗରେ ବହୁଛି ପବନ
ଅମରାବତୀ: ଆନ୍ଧ୍ରପ୍ରଦେଶରେ ବାତ୍ୟା ଅସାନିର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେଇଛି। ଏହା ମଛଲିପାଟନମ୍ ପାଖରୁ ପ୍ରାୟ ୪୦ କିମି ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ଏହା କ୍ରମଶ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ମଧ୍ୟାହ୍ନରୁ ସଂଧ୍ୟା ମଧ୍ୟରେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ନରସାପୁର, କାକିନାଡ଼ା, ୟାନମ ଓ ଟୁନି ମଧ୍ୟ ଦେଇ ଗତି କରିବ। ଏହାର ପ୍ରଭାବରେ ୟନମରେ ପ୍ରବଳ ଜୋରରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେଉଛି । ସମୁଦ୍ରରେ ବଡ ବଡ ଢେଉ ଉଠୁଛି। ପବନର ବେଗ ମଧ୍ୟ ବଢିବାରେ ଲାଗିଛି।
ବିଶାଖାପାଟନାରେ ମଧ୍ୟ ତୁହାକୁ ତୁହା ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଉପକୂଳ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି।ମାନ୍ୟମ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଫଳରେ ଉପକୂଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ଗୋଦାବରୀରେ ପ୍ରବଳ ବର୍ଷା ପବନ ଲାଗି ରହିଛି।
ବାତ୍ୟା ଦୂର୍ବଳ ହେଉଥିଲେ ବି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା ଆହୁରି ଦୂର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଆନ୍ଧ୍ରର ବିଭିନ୍ନ ସ୍ଥାନରେ ୮୦ରୁ ୮୫ କିଲୋମିଟର ବେଗରେ ପବନ ବହୁଥିବା ରେକର୍ଡ ହୋଇଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ବାତ୍ୟା ଆନ୍ଧ୍ର ଉପକୂଳରେ ପହଞ୍ଚିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିବ । ଏହା ପ୍ରଭାବରେ ଆନ୍ଧ୍ରର ମାଚିଲିପାଟନମ, ନରସାପୁର, ୟାନମ, କାକିନଡ଼ା, ଟୁନି, ବିଶାଖାପାଟଣା ଆଜି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୩୦ କିମି ଦୂରରେ ରହିଛି ବାତ୍ୟା ଅସାନି । ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬କିମି ରହିଛି । ୧୨ ତାରିଖ ସକାଳ ସୁଦ୍ଧା ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । କାକିନାଡାରେ କରିପାରେ ଲ୍ୟାଣ୍ଡଫଲ କରିବା ନେଇ କୁହାଯାଇଛି ।
ରାତିରେ ପୁଣି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତହେବ। ତା ପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଯାତ୍ରା କରିବ। ଆଜି ରାତିରେ ଏହା ଆହୁରି ଦୁର୍ବଳ ହୋଇ ଡିପ୍ ଡିପ୍ରେସନ ବା ଗଭୀର ଅବପାତ ଓ ଆସନ୍ତାକାଲି ସକାଳ ସୁଦ୍ଧା ଡିପ୍ରେସନ ବା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ବାତ୍ୟା ଅସାନି ପ୍ରଭାବରେ ରାଜଧାନୀରେ ଲଗାଣ ବର୍ଷା, ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ମେୟର ସୁଲୋଚନା ଦାଶ
ଭୁବନେଶ୍ୱର: ଦୁର୍ବଳ ହେଲା ଭୀଷଣ ବାତ୍ୟା ’ଅସାନି’ । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ଗତ ୬ ଘଣ୍ଟାରେ ଏହା ୧୨ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି କ୍ଷ ବାତ୍ୟା ଅସାନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ଲଗାଣ ବର୍ଷା । ରାଜଧାନୀରେ ଜାରି ରହିଥିବା ଲଗାଣ ବର୍ଷା ମଧ୍ୟରେ ତଳିଆ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାଶ । ମେୟରଙ୍କ ସାଙ୍ଗରେ କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି ।
ବାତ୍ୟା ‘ଅସାନୀ’କୁ ନେଇ ସେ କହିଛନ୍ତି ଯେ ‘ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ। ପାଣି ଜମା ହୋଇନାହିଁ କି ଅସୁବିଧା ହୋଇନାହିଁ। ସମସ୍ତ ଅଞ୍ଚଳକୁ ମୁଁ ନିଜେ ବୁଲୁଚି ଓ ବିଏମସି ଅଧିକାରୀ ବି ବୁଲି ଦେଖୁଛନ୍ତି। ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ଯଦି ସମସ୍ୟା ହୁଏ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ। ପାଣିପାଗ ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲାରେ ବର୍ଷା ହେବ ବୋଲି କୁହାଯାଇଛି। ଯଦି ତଳିଆ ଅଞ୍ଚଳ କି ବସ୍ତିରେ ପାଣି ଜମେ ତେବେ ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାଶ ।
ବାତ୍ୟା ଅସାନି ପାଇଁ ଆଗୁଆ ପଦକ୍ଷେପ, ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲା ଏହି ଜିଲ୍ଲା ପ୍ରଶାସନ
ମାଲକାନଗିରି: ବାତ୍ୟା ‘ଆସାନି’ର ମୁକାବିଲା କରିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସମସ୍ତ ପ୍ରକାର ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । କଚା ଘରେ ବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସବୁ ବ୍ଲକମାନଙ୍କରେ ଅଫିସରମାନେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକଳ୍ପ ନିର୍ଦେଶକ, ଡ଼ିଆରଡିଏଙ୍କୁ ଚିତ୍ରକୋଣ୍ଡା ବ୍ଲକ, ଅତିରିକ୍ତ ଜିଲ୍ଲାପାଳଙ୍କୁ କାଲିମେଳା ବ୍ଲକରେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏସଆରସିଙ୍କ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାରେ ଦୁଇଟି ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି । ଗୋଟିଏ ଟିମ୍ କାଲିମେଳାରେ ସଜାଗ୍ ହୋଇ ରହିଥିବାବେଳେ ଆଉ ଏକ ଟିମ୍ ମାଲକାନଗିରି ହେଡକ୍ୱାର୍ଟରରେ ଜରୁରୀକାଳୀନ ଭାବେ ମୁତୟନ ହୋଇଛି । ତେବେ ବାତ୍ୟା ଆସାନିକୁ ଦୃଷ୍ଟିରେ ରଖି ମାଲକାନଗିରିରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ଯୋଗୁଁ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।
ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ୍‍ ପ୍ରଶାସନ: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୪ ଘଣ୍ଟିଆ ହେଲପ୍‍ ଲାଇନ୍‍ ନମ୍ବର ଜାରି
ବ୍ରହ୍ମପୁର/ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ‘ଅସନି’ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ୍‍ ରହିଛି। ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ପ୍ରକାରେ କାର୍ଯ୍ୟ କରାଯାଉଛି। ଆସନ୍ତା ଦୁଇଦିନ ପାଇଁ ଗୋପାଳପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମି ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଗୋପାଳପୁର ଦେଇ ବାତ୍ୟା କ୍ରସ୍‍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଥିବାରୁ ଏହାର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିବ। ଏଥିଯୋଗୁଁ ପ୍ରବଳ ବର୍ଷା ହେବ। ତେଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି। ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରାଯିବ। ସେହିଭଳି ସରକାରଙ୍କ ନିର୍ଦ୍ଦେଶ ଓ ସୂଚନା ଆସିବା ପରେ ସେହି ଅନୁସାରେ ପ୍ରଶାସନ କାର୍ଯ୍ୟ କରିବ ବୋଲି ଜିଲ୍ଲାପାଳ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଗୋପାଳପୁରଠାରେ ୩ଟି ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ସମୂଦ୍ର କୂଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ପ୍ରଶାସନ ସଜାଗ ରହିଛି। ଗର୍ଭବତୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ସେହିଭଳି ମେରାଇନ୍‍ ଥାନା ଓ ଗୋଳପୁର ଥାନା ପୁଲିସ୍‍ ସମୂଦ୍ର ଉପକୂଳବର୍ତ୍ତି ବିଭିନ୍ନ ଗ୍ରାମରେ ଲୋକଙ୍କୁ ମାଇକ୍‍ ଯୋଗେ ପ୍ରଚାର କରି ସଚେତନ କରିଛି। ବାତ୍ୟା ବିପଦ ଥିବା ହେତୁ ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଗର୍ଭକୁ ନ ଯିବା ପାଇଁ କୁହାଯାଇଛି।
ସମ୍ଭାବ୍ୟ ବାତ୍ୟା ପାଇଁ ଗୋପଳପୁର ସମୂଦ୍ର ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ପ୍ରଶାସନ ଏ ସମ୍ପର୍କରେ ସଚେତନ ମଧ୍ୟ କରୁଛି। କିନ୍ତୁ ପର୍ଯ୍ୟଟକ କୌଣସି ନିୟମ ମାନୁ ନଥିବା ଦେଖିବାକୁ ମଳିଛି। ପାଗ କହଲା ଓ ସମୂଦ୍ର ଅଶାନ୍ତ ରହିବା ସତ୍ତ୍ବେ ଗୋପଳାପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଯାହାକୁ ନେଇ ଅଞ୍ଚଳରେ ତିବ୍ର ସମାଲୋଚନା କରାଯାଇଛି। ପ୍ରଶାସନର ନିୟମକୁ ପର୍ଯ୍ୟଟକ ବେଖାତିର୍‍ କରୁଥିବା ଅଭିଯୋଗ ହୋଇଛି। ଗତକାଲି ସୁନାପୁର ବେଳାଭୂମିଠାରେ ଏକ ବଡ଼ ଅଘଟଣ ଟଳିଥିବା ବେଳେ ସମ୍ପ୍ରତି ଜିଲ୍ଲା ପ୍ରଶାସନ ଲୋକଙ୍କ ଜୀବନ ସୁରକ୍ଷା ପ୍ରତି ସଜାଗ ରହିଛି। ଏଭଳିସ୍ଥଳେ ପର୍ଯ୍ୟଟକଙ୍କ ଏଭଳି ମନମାନିକୁ ସାଧାରଣରେ ନାପସନ୍ଦ କରାଯାଇଛି। ପୁଲିସ୍‍ ପ୍ରଶାସନ ଗୁରୁତ୍ୱର ସହ ଏହାକୁ ଗ୍ରହଣ କରି ପର୍ଯ୍ୟଟକଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସନ୍ଧ୍ୟାରେ ପୁଲିସ୍‍ ପ୍ରଶାସନ ପହଞ୍ଚି ପର୍ଯ୍ୟଟକଙ୍କୁ ବାରଣ କରିଥିବା ଜଣାପଡ଼ିଛି।
ବିଇଏମ୍‍ସି ପକ୍ଷରୁ ହେଲପ୍‍ ଲାଇନ୍‍ ନଂ ଜାରିି
ସମ୍ଭାବ୍ୟ ବାତ୍ୟା ପାଇଁ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି। ଅତ୍ୟାବଶ୍ୟକ ସୁବିଧା ପାଇଁ ବିଇଏମ୍‍ସି ପକ୍ଷରୁ ୨୪ଘଣ୍ଟିଆ ହେଲପ୍‍ ଲାଇନ୍‍ (7326837329) ନଂ ଜାରି କରାଯାଇଛି। ସେହିଭଳି ମୁଖ୍ୟ ରାସ୍ତା ଉପରକୁ ମାଡି ଆସିଥିବା ଗଛର ଡ଼ାଳ ଗୁଡ଼ିକ କଟାଯାଇଛି। ବାତ୍ୟା ପରବର୍ତ୍ତି ମୁକାବିଲା ଓ ବିଦ୍ୟୁତ ସୁରକ୍ଷା ପାଇଁ ବିଇଏମ୍‍ସି ପ୍ରଶାସନ ପ୍ରସ୍ତୁତ ରହିଛନ୍ତି। ଅଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି। ଆବଶ୍ୟକସ୍ଥଳେ ତଳି ଅଞ୍ଚଳ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ। ଲୋକଙ୍କ ଜୀବନ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୨୧ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ଗୋଟିଏ ଆଶ୍ରୟସ୍ଥଳି ପାଇଁ ୫ଜଣ ଲେଖାଏଁ ମୋଟ ୧୦୫ଜଣଙ୍କୁ ନିୟୋଜିତ ରହିଛନ୍ତି। ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି। ଆଶ୍ରୟସ୍ଥଳିକୁ ସୁପରିଚାଳନା କରିବାକୁ ୨୧ଜଣ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱରେ ରହିଛନ୍ତି। ଏହାର ତଦାରଖ କରିବା ନେଇ ୩ଜଣ ସେକ୍ଟର ଅଧିକାରୀ ଦାୟିତ୍ୱରେ ରହିବେ। ଏହା ସହ ନାଳ ଜାମ କିମ୍ୱା ଗଛ ରାସ୍ତାରେ ପଡ଼ିଲେ ତୁରନ୍ତ ସଫା କରିବାକୁ ମଧ୍ୟ ୪ଟି ଜେସିବି ଓ ୧୦ଟି ଟ୍ରାକ୍ଟର ଓ ୱାର୍ଟର ପମ୍ପ ମହଜୁଦ୍‍ ରଖାଯାଇଛି। ୨ଟି ମୋବାଇଲ ଟିମ୍‍ ଗଠନ ହୋଇଛି। ପରିଚାଳନା ନିମନ୍ତେ ଏନଫୋର୍ସମେଣ୍ଟ ରହିଛନ୍ତି।
ନୂଆଦିଲ୍ଲୀ: ବାତ୍ଯା ‘ ଅସାନି’ ନେଇ ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚାନା ଦେଇଛନ୍ତି। କାକିନଡାଠାରୁ ୨୦୦ କିଲୋମିଟର ଦୂରରେ ରହିଛି ଅସାନି। ଗତକାଲି ଆକଳନଠାରୁ ଆଜି ଭିତରେ ଅନେକ ପରିବର୍ତ୍ତନ ହୋଇଛି। କାକିନଡ଼ା ପାଖାପାଖି ଲ୍ଯାଣ୍ଡଫଲର କରିପାରେ ଅସାନି। ସ୍ଥଳଭାଗ ଛୁଇଁଛୁଇଁ ସମୁଦ୍ରକୁ ଯିବ ବାତ୍ଯା ଅସାନି । ସ୍ଥଳଭାଗକୁ ସମୁଦ୍ରକୁ ଯିବା ଭିତରେ ବାତ୍ଯା ଦୁର୍ବଳ ହୋଇଯାଇଥିବା ବାତ୍ୟା ୧୨ ତାରିଖ ସନ୍ଧ୍ଯା ପୂର୍ବରୁ ଓଡ଼ିଶା ଉପକୂଳ ଯାଏ ଆସିନଥିବ। ବାତ୍ଯା ପ୍ରଭାବରେ ମାଲକାନାଗିରି, କୋରାପୁଟ, ଗଞ୍ଜାମ ଓ ଗଜପତିରେ ଆସନ୍ତାକାଲି ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖ ଯାଏ ଉପକୂଳ ଓଡ଼ିଶା ପୁରୀ ଖୋର୍ଦ୍ଧା, ଜଗତସିଂହପୁର, କଟକ ଭଦ୍ରକରେ ବର୍ଷା ହେବ । ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ଯ ବର୍ଷା ହେବାର ସମ୍ଭାବନା ରହିଛି।
ମାଲକାନଗିରିକୁ ୬ଟି ଓଡ୍ରାଫ ଓ ୧୩ଟି ଫାୟାର ସର୍ଭିସି ଟିମ , କୋରାପୁଟକୁ ୬ଟି ଓଡ୍ରାଫ ୧୨ଟି ଫାୟାର ସର୍ଭିସି ଟିମ , ଗଞ୍ଜାମକୁ ୬ଟି ଓଡ୍ରାଫ ଓ ୩୦ ଟି ଫାୟାର ସର୍ଭିସି ଟିମ , ଗଜପତିକୁ ୩ ଓଡ୍ରାଫ ଓ ୧୦ ଟି ଫାୟାର ସର୍ଭିସି ଟିମ , ରାୟଗଡାକୁ ୩ ଓଡ୍ରାଫ ଓ ୮ ଫାୟାର ସର୍ଭିସି ଟିମ ମୁତୟନ ହୋଇଛନ୍ତି। ମୋଟ ୬୦ଟି ଓଡ୍ରାଫ, ୧୩୨ଟି ଫାୟାର ସର୍ଭିସି ଟିମକୁ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯାଇଛି।
ସମୁଦ୍ରକୁ ନ ଯିବାକୁ ମତ୍ସ୍ଯଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଅମାନିଆ ହେଲେ ସମୁଦ୍ରକୁ ଗଲେ ୨ଧାରାରେ କାର୍ଯ୍ୟାନୁଷ୍ଠାନ ହେବ। ସରକାରଙ୍କ ନିର୍ଦେଶ ନମାନିଲେ ଭାରତୀୟ ବିପର୍ଯ୍ଯୟ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଓଡ଼ିଶା ଉପରେ ବାତ୍ଯା ଅସାନିର ପ୍ରଭାବ କମ ରହିବ ବୋଲି ଏସଆରସି  କହିଛନ୍ତି।
ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଅସାନି’- JTWCର ପୂର୍ବାନୁମାନ
ଭୁବନେଶ୍ୱର: ବାତ୍ୟା ‘ଅସାନି’ ସ୍ଥଳଭାଗ ଛୁଇଁପାରେ । ଏନେଇ ଆକଳନ କରିଛି ( JTWC) Joint Typhoon Warning Center। ଦ ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟରର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ଅସାନି’ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଗୁଡ଼ିବାଡ଼ାରୁ ବିଶାଖାପାଟ୍ଟଣମ୍ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି JTWC ।
ଅନ୍ୟପଟେ ଆଇଏମଡିର ଆକଳନ ଅନୁସାରେ, ଆଜି ସନ୍ଧ୍ୟାରେ ‘ଅସାନି’ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିଲୋମିଟର ଏବଂ ପୁରୀ ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ।
ଏହା ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇ ସାରିଥିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିମି ଏବଂ ପୁରୀ ଠାରୁ ୧୫୩ କିମି ଦୂରରେ ରହିବ । ‘ଅସାନି’ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ୭ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି
ବାତ୍ୟା ‘ଅସାନି’ ପ୍ରଭାବ : ୩ ଦିନ ଧରି ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ
ଭୁବନେଶ୍ବର : ଆଜିଠୁ ଦୁର୍ବଳ ହେବ ସମୁଦ୍ର ଭିତରେ କମ୍ପମାନ କରୁଥିବା ଭୀଷଣ ବାତ୍ୟା ‘ଅସାନି’ । ଦିଗ ବଦଳିବା ସହ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦କିମି ରହିଛି। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ୪୯୦  କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ ବାତ୍ୟା ଅସାନି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି।ଓଡିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତ ରେ ପରିଣତ ହୋଇସାରିଥିବ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ।
ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିମି ଏବଂ ପୁରୀ ଠାରୁ ୧୫୩ କିମି ଦୂରରେ ରହିବ। ଅସାନି ପ୍ରଭାବରେ ଆଜିଠାରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଆରମ୍ଭ ହୋଇଯିବ । ଆଜି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ଦିନ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଉପକୂଳର ଅଳ୍ପ କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ । ରାଜ୍ୟକୁ ପବନର ମଧ୍ୟ ଡର ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ।
ବାତ୍ୟା ଯୋଗୁଁ ଆସନ୍ତା ୧୨ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ। ବିଶେଷ କରି ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହି ଅଞ୍ଚଳକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହା ବ୍ୟତୀତ ୧୩ ତାରିଖ ଯାଏ ଓଡ଼ିଶା ଉପକୂଳର ସମୁଦ୍ର ମଧ୍ୟରେ ଆଖପାଖକୁ ନ ଯିବା ପାଇଁ କୁହାଯାଇଛି।୧୩ ତାରିଖରେ ବିଶେଷ ବର୍ଷା ନାହିଁ । ଉତର ଉପକୂଳର ଅଳ୍ପ କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ। ବାତ୍ୟା ଯୋଗୁଁ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।। ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ, ଧାମରା ଓ ପାରାଦୀପ ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।