Water Dispute - The Sakala

ଓଡ଼ିଶାର ଜୀବନରେଖା ପ୍ରତି କେନ୍ଦ୍ର ସରକାରଙ୍କ ବେପରୁଆ ମନୋଭାବ : ତାରିଖ ପରେ ତାରିଖ ଗଡୁଛି, ସମାଧାନ ହୋଇପାରୁନି
ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ଼, ସିଡବ୍ଲ୍ୟୁସି ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓଡ଼ିଶାର ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛନ୍ତି। ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ କେବଳ ତାରିଖ ଗଡ଼ାଇବାରେ ବ୍ୟସ୍ତ ଥିବା ବେଳେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓଡ଼ିଶାର ଜୀବନରେଖା ପ୍ରତି ଏକରକମ ଆଖିବୁଜି ଦେଇଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟ ସରକାର ନିଜ ଉଦ୍ୟମରେ ମହାନଦୀର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର ମହାନଦୀ ସମତେ ଅନ୍ୟ ନଦୀମାନଙ୍କର ଜଳ ସଂରକ୍ଷଣ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କା ବ୍ୟୟବରାଦ କରିବା ନିମନ୍ତେ ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ଯୋଜନା ମୁଖ୍ୟତଃ ସବୁ ନଦୀଗର୍ଭରେ ଜଳାଶୟ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

ଗତ ଏପ୍ରିଲ ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାନଦୀ ଜଳବିବାଦର ଶୁଣାଣି ବନ୍ଦ ରହିଲା। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ଟ୍ରିବ୍ୟୁନାଲରେ ଜଳବିବାଦକୁ ନେଇ ୨୬ଟି ଶୁଣାଣି ସରିଲାଣି। ଓଡ଼ିଶାର ୬୦ ପ୍ରତିଶତ ଜୀବନ, ଜୀବିକାକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ କରୁଥିବା ମହାନଦୀର ଜଳଧାରାକୁ ନେଇ ଟ୍ରିବ୍ୟୁନାଲ ଏବଂ କେନ୍ଦ୍ର ସରକାର ଯେପରି ବେପରୁଆ ମନୋଭାବ ପୋଷଣ କରୁଛନ୍ତି, ତାହା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଗୋଟିଏ ପଟେ ଛତିଶଗଡ଼ ଉପରମୁଣ୍ଡରେ ମନଇଚ୍ଛା ନିର୍ମାଣ କରିଚାଲିଥିବା ବେଳେ ତଳମୁଣ୍ଡରେ ଓଡ଼ିଶାକୁ ଅଣମୌସୁମୀ ସମୟରେ ଜଳପ୍ରବାହ କମୁଛି। ଫଳସ୍ୱରୂପ ମହାନଦୀ ଅବବାହିକାରେ କୃଷିକାର୍ଯ୍ୟ ସହ ଜଳ ସେଚନ, ବିଦ୍ୟୁତ୍‍ ଉତ୍ପାଦନ, ଶିଳ୍ପ ଭିତ୍ତିକ ଜଳ ଯୋଗାଣ ଓ ପାନୀୟ ଜଳ ଯୋଗାଣରେ ଏବେଠାରୁ ଅସୁବିଧା ଦେଖାଯିବା ସହ ଜୈବବିବିଧତା ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବାକୁ ଯାଉଛି।

ଏନେଇ ବାରମ୍ବାର ଓଡ଼ିଶା ଜାତୀୟ ସ୍ତରରେ ବିଭିନ୍ନ ଫୋରମରେ ନିଜ ଉଦ୍‍ବେଗ ପ୍ରକାଶ କରି ଆସିଥିଲେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ କରାଯାଉ ନାହିଁ। ଓଡ଼ିଶାର ନଦୀ କୂଳବର୍ତ୍ତୀ ଶତାଧିକ ଗ୍ରାମରେ ପାନୀୟଜଳ ସମସ୍ୟା ଏବେ ବି ଦେଖା ଦେଉଛି। ବିଶେଷ କରି ଗ୍ରୀଷ୍ମ ଦିନରେ ଏହା ଅସହ୍ୟ ହେଉଛି। ତେଣୁ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ନଦୀରେ ବ୍ୟାରେଜ ନିର୍ମାଣ କରାଯିବାର ଯୋଜନା ରହିଛି। ସରକାରୀ ଭାବେ ପ୍ରସ୍ତୁତି ହୋଇଥିବା ବ୍ଲୁ ପ୍ରିଣ୍ଟ ଅନୁଯାୟୀ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ପ୍ରସ୍ତାବିତ ବ୍ୟାରେଜ ଗୁଡିକ ଦ୍ୱାରା ଅଣମୌସୁମୀ ଋତୁରେ ପାଣିକୁ ସଂରକ୍ଷଣ କରିବା ନିମନ୍ତେ ନଦୀ ଶଯ୍ୟାରେ କୃତିମ ଜଳାଶୟ ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

ଏପରିକି ନଦୀକୂଳିଆ ଲୋକମାନେ ଯେପରି ଜଣେ କେହି ଯେପରି ଜଳକ୍ଲିଷ୍ଟ ନ ରହିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାରେଜର ତଳ ମୁଣ୍ଡର ପାଣିକୁ ବ୍ୟବହାର କରି ଉପର ମୁଣ୍ଡରେ ୫ରୁ ୧୫ କିଲୋମିଟର ପର୍ଯ୍ୟନ୍ତ ବର୍ଷ ସାରା ଯେପରି ପାଣି ଉପଲବ୍ଧ ହେବ ତାହ ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ବିଗତ ବର୍ଷରେ ଏହି ଯୋଜନାରେ ୩୦ଟି ବ୍ୟାରେଜ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇ ବର୍ତ୍ତମାନ ୮ଟି ବ୍ୟାରେଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ ବ୍ୟାରେଜ ଗୁଡିକର ଟେଣ୍ଡର କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୬ଟି ବନ୍ଧ ନିର୍ମାଣକୁ ଅନୁମୋଦନ ମିଳିସାରିଛି। ଯଦି କନ୍ଧମାଳ ଜିଲ୍ଲାରେ ଖଡାଗୋ ବ୍ୟାରେଜ, ନବରଙ୍ଗପୁର ଜିଲ୍ଲାରେ ତେଲ୍‍ ସମନ୍ୱିତ ବହୁମୁଖୀ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ଲୋୟର ଉଦନ୍ତୀ ବ୍ୟାରେଜ ପ୍ରକଳ୍ପ, ଲାଙ୍ଗୀରରେ ପ୍ରସ୍ତାବିତ କଟାଙ୍ଗୀ ଜଳସେଚନ ପ୍ରକକୁ କେନ୍ଦ୍ର ସରକାର ଅନୁମତି ଦିଅନ୍ତେ ତେବେ ଏହା ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ବୃହତ୍‍ ଯୋଗଦାନ ରଖିପାରନ୍ତା ବୋଲି ମତପ୍ରକାଶ ପାଇଛି।