Sanjay Leela Vansali - The Sakala

୨୦ ବର୍ଷ ପରେ ସଞ୍ଜୟ ଆଣିବେ ‘ବୈଜୁ ବାୱରା’
ବଲିଉଡ୍‌କୁ ସୁପରହିଟ୍ ଫିଲ୍ମ ଦେଇଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନ୍‌ସାଲୀ ଅନ୍ୟତମ। ବଲିଉଡ୍‌କୁ ସେ ‘ଦେବଦାସ’, ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ’ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ଫିଲ୍ମର ସେଟ୍‌, କଳାକାରଙ୍କ ପୋଷାକ, କାହାଣୀ ସବୁକୁ ସେ  ଅତି ନିଖୁଣ ଭାବେ ଉପସ୍ଥାପନ କରିଥାନ୍ତି। ଖାସ୍‌ ସେଥିପାଇଁ ଦର୍ଶକେ ତାଙ୍କ ଫିଲ୍ମଗୁଡ଼ିକ ବର୍ଷ ବର୍ଷ ଧରି ଅପେକ୍ଷାରେ ରହିଥାନ୍ତି। ଏବେ ସଞ୍ଜୟ ଦର୍ଶକଙ୍କ ପାଇଁ ‘ବୈଜୁ ବାୱରା’ ଫିଲ୍ମ ଆଣୁଛନ୍ତି। ଏହି ଫିଲ୍ମଟିକୁ ସେ ବିଗତ ଦୁଇ ଦଶନ୍ଧି ତଳେ ନିର୍ମାଣ କରିବା ପାଇଁ ମନସ୍ଥ କରିଥିଲେ।

ଏବେ ତାଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଦୁଇଜଣ ଗାୟକଙ୍କୁ ନେଇ ଫିଲ୍ମର କାହାଣୀ। ଏହା ଏକ ମ୍ୟୁଜିକାଲ ଡ୍ରାମା ହେବ। ଯଦିଓ ଏଥିରେ କିଏ କାମ କରିବେ ସ୍ପଷ୍ଟ ହୋଇନାହିଁ, ତେବେ ଲିଡ୍‌ ରୋଲ ପାଇଁ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କୁ ବଛା ଯାଇଥିବା ଚର୍ଚ୍ଚା ହେଉଛି। ଏଠାରେ ପ୍ରକାଶ ଥାଉ କି,‘ବୈଜୁ ବାୱରା’ ମୂଳ ଫିଲ୍ମ ୧୯୫୨ରେ ବିଜୟ ଭଟ୍ଟ ନିର୍ମାଣ କରିଥିଲେ। ଏଥିରେ ଭରତ ଭୂଷଣ ବୈଜୁ ବାୱରା ଭୂମିକାରେ ଅଭିନୟ କରିଥିଲେ। ଏଥିରେ ନାୟିକା ଭାବେ ଅଭିନୟ କରିଥିଲେ ମୀନା କୁମାରୀ। ଏହି ଫିଲ୍ମରେ ୧୩ଟି ଗୀତ ଥିଲା। ଏହାର ସଙ୍ଗୀତ ନିର୍ଦ୍ଦେଶନା ନୌସାଦ ଦେଇଥିଲେ।

ଅଭିନେତା ରଣବୀରଙ୍କ ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି କୋଭିଡ୍ ପଜିଟିଭ୍ ଚିହ୍ନଟ
ମୁମ୍ବଇ : କିଛି ଦିନ ପରେ ଦେଶରେ କରୋନା ମହାମାରୀ ପୁଣିଥରେ ତାର କାୟା ବିସ୍ତାରେ କରିଚାଲିଛି। କରୋନା ପୁଣିଥରେ ବ୍ୟାପିବା ଆରମ୍ଭ କରୁଥିବା ବେଳେ ବଲିଉଡ୍‌ ଅଭିନେତା ଓ ଫିଲ୍ମ ନିର୍ମାତା କରୋନାର ଶିକାର ହେଉଛନ୍ତି। ମଙ୍ଗଳବାର ସକାଳେ ବଲିଉଡ ଅଭିନେତା ରଣବୀର କପୁର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା। ରଣବୀର କପୁରଙ୍କ ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ବର୍ତ୍ତମାନ ପ୍ରଶଂସକ ଆଲିଆ ଭଟ୍ଟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସଞ୍ଜୟ ଲୀଳା ଭନସାଲି ଘରେ କ୍ଵାରେଣ୍ଟାଇନରେ ଅଛନ୍ତି।

ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ର ଶୁଟିଂ ବନ୍ଦ କରିଦିଆଯାଇଛି। ରିପୋର୍ଟ ଅନୁଯାୟୀ, ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କର କୋଭିଡ ଯାଞ୍ଚ କରାଯାଇଥିଲା। ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା। ରିପୋର୍ଟ ଆସିବା ପରେ ଫିଲ୍ମ ଶୁଟିଂ ବନ୍ଦ କରିଯାଇଥିଲା। ରଣବୀର କପୁର ଓ ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମର ପୁରା ଟିମ ଉପରେ କରୋନା ଭୟ ରହିଛି।

ନିକଟରେ ସଞ୍ଜୟ ଲୀଳା ଭନସାଲି ନିଜ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନରେ ଆଲିଆ ଭଟ୍ଟ ମଧ୍ୟ ଯାଇଥିଲେ। ଏହି ଅବସରରେ ଫିଲ୍ମ ଗାଙ୍ଗୁବାଇ କାଠିୟାବାଡିର ଟିଜର ରିଲିଜ ହୋଇଥିଲା। ଟିଜରରେ ଆଲିଆ ଭଟ୍ଟଙ୍କ କ୍ୟାରିଅରର ସବୁଠାରୁ ଦମଦାର ରୂପ ଦେଖିବାକୁ ମିଳିଛି। ଟିଜର ଦେଖି ପ୍ରଶଂସକ ଆଲିଆ ଭଟ୍ଟଙ୍କୁ ଖୁବ ପ୍ରଶଂସା କରିଛନ୍ତି।