odisha - The Sakala

ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି
ଭୁବନେଶ୍ୱର: ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷାମୂଳକ ଭାବେ ଛାତ୍ରଛାତ୍ରୀ ମାନଙ୍କର ବାୟୋମେଟ୍ରିକ ଉପସ୍ଥାନ (ଜୈବିକ ପରିଚୟ ଆଧାରିତ ଉପସ୍ଥାନ) କରାଯିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣାକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେପି ସରକାରଙ୍କ ଗତ ଦୁଇ ବର୍ଷର ଶାସନରେ ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି ଓ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରି ନଥିବା ବେଳେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ପ୍ରଶ୍ନ କରିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି । ବିଜେପିର ନେତାମାନେ କଲେଜ ପରିଚାଳନାରେ ଅନାବଶ୍ୟକ ହସ୍ତକ୍ଷେପ କରୁଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆବଶ୍ୟକ ସଂଖ୍ୟକ ଅଧ୍ୟାପକ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହୋଇପାରୁନାହିଁ ।

ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ଏପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହୋଇନାହିଁ । ଏହି ପରିପ୍ରେକ୍ଷୀରେ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେବା ରାଜ୍ୟ ସରକାରଙ୍କର ତୋଗଲକି ନୀତିର ପରିଚୟ । ରାଜ୍ୟ ସରକାର ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷା କଥା ଘୋଷଣା କଲେ । କିନ୍ତୁ, ଏନେଇ କୌଣସି ସ୍ପଷ୍ଟ ନିଦେ୍ର୍ଦଶ ଶିକ୍ଷାନୁଷ୍ଠାନ ଗୁଡିକୁ ଦିଆଯାଇନାହିଁ, ଯେଉଁ କାରଣରୁ ଅନେକ ଶିକ୍ଷା ଅନୁଷ୍ଠାନ ଗୁଡିକରେ  ଛାତ୍ରଛାତ୍ରୀ ମାନଙ୍କ ଠାରୁ ଫି ଆଦାୟ କରାଯାଉଛି । ଏହାଛଡା ଅନେକ ଶିକ୍ଷା ଅନୁଷ୍ଠାନରେ ସେଲ୍ଫ ଫାଇନାନ୍ସ (ନିଜସ୍ୱ ପାଣ୍ଠି) ବ୍ୟବସ୍ଥାରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି ବ୍ୟବସ୍ଥାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ରାଜ୍ୟ ସରକାର ନିଜର ଅପାରଗତା ଲୁଚାଇବାକୁ ଯାଇ ଛାତ୍ରଛାତ୍ରୀଙ୍କ ବାୟୋମେଟି୍ରକ ଉପସ୍ଥାନ କଥା କହୁଛନ୍ତି । ଶୃଙ୍ଖଳା ଆଳରେ ଛାତ୍ରଛାତ୍ରୀମାନଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ‘ଜେନ୍-ଜି’ଙ୍କ ପ୍ରତି ସରକାରଙ୍କ ଏହି ଆଭିମୁଖ୍ୟ ଯଥାର୍ଥ ନୁହଁ । ରାଜ୍ୟ ବିଜେପି ସରକାରଙ୍କର ତୋଗଲକି ନୀତି ସକାଶେ ଶିକ୍ଷା ବ୍ୟବସ୍ଥାର ଦ୍ରୁତ ଅବନତି ଘଟିଛି ବୋଲି ଡ. ମହାନ୍ତି ଅଭିଯୋଗ କରିଥିଲେ ।

ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ: ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ଭୁବନେଶ୍ୱର: ବଟି ନଦେବାରୁ ଖଣ୍ଡା ଚୋଟ । ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଭରତପୁର ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଦୁର୍ବୁର୍ତ୍ତ। ଗଣେଶ ପୂଜା ପୂର୍ବରୁ ରାଜଧାନୀରେ ହଲ୍ଲାବୋଲ ଡାକରା ଦେଇଛନ୍ତି ଅପରାଧୀ । ଖଣ୍ଡାରେ ହାଣି ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଲହୁଲୁହାଣ କରିଦେଇଛନ୍ତି। ଅଟକାଇବାରୁ ତାଙ୍କ ମାମୁଁଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ଅଂଶୁମାନ ପଟ୍ଟନାୟକ। ତାଙ୍କର ଏକ ସେଲ୍ଫଡ୍ରାଇଭ କାର ସୋରୁମ ରହିଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଅଂଶୁମାନ ଭରତପୁର ସ୍ଥିତ ଆୟୁର୍ବେଦିକ ହସ୍ପିଟାଲ ନିକଟରେ ଛିଡା ହୋଇଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ କିଛି ଦୁର୍ବୁର୍ତ୍ତ । ବଞ୍ଚେଇବାକୁ ଯାଇ ଅଂଶୁମାନଙ୍କ ମାମୁଁ ମଧ୍ୟ ଖଣ୍ଡା ଚୋଟ ଖାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଏ ନେଇ ଆହତ ଦୁଇଜଣ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଇବା ସହ ସେମାନେ ରାଜନେତାଙ୍କ ଛତ୍ରଛାୟାରେ ରହି ବାରମ୍ବାର ଏଭଳି କାଣ୍ଡ ଭିଆଉଥିବା ପରିବାର ଅଭିଯୋଗ କରିଛନ୍ତି ।

ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ: 'ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି' ଡବଲ ଇଞ୍ଜିନ ସରକାରକୁ ବିଜେଡିର କଡ଼ା ସମାଲୋଚନା
ଭୁବନେଶ୍ୱର: ଓଡି଼ଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି । ଏମଏମଡିଆର ସଂଶୋଧନ ଆଇନ ଦ୍ୱାରା ଓଡ଼ିଶାବାସୀଙ୍କ ହକକୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଖଣି ମାଲିକଙ୍କ ଏଜେଣ୍ଟ ପରି କାମ କରୁଥିବାରୁ ଡବଲ ଇଞ୍ଜିନ ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି।

ଶ୍ରୀ ନାୟକ କହିଥିଲେ ଯେ ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି। ଏମଏମଡିଆର ସଂଶୋଧନ ଆଇନ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ଖଣି ଗୁଡ଼ିକ ନିଜ ଅଧିନକୁ ନେଇଯାଇଛନ୍ତି । ଏହି ଆଇନ ଯୋଗୁଁ ବାର୍ଷିକ ୧୨,୦୦୦ କୋଟିର ରାଜସ୍ୱ ହରାଇବା ସହ ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ୍‌ ବକେୟା ଟିକସ ଓଡ଼ିଶା ହରାଇବ। ଏହି ଆଇନ ଦ୍ୱାରା ଓଡ଼ିଶା କ୍ଷତି ସହିବ ଜାଣି ମଧ୍ୟ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦଳୀୟ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଭୁଲିଯାଇ ରାଜ୍ୟ ସରକାର ପାଟି ଖୋଲିଲେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ହକ୍‌ ପାଇଁ ପୂର୍ବରୁ ଅନେକ ଆଇନଗତ ଲଢେଇ କରିଛନ୍ତି। କିନ୍ତୁ ବିଜେପି ସରକାର ତାହା କରିବା ପାଇଁ ସାହାସ ଜୁଟାଇ ପାରୁନାହିଁ । ବିଜେଡି ଶାସନ ସମୟରେ ୨୦୨୧ରୁ ୨୦୨୩ ମଧ୍ୟରେ ବକେୟା ୨୨,୦୦୦ କୋଟି ଟଙ୍କାର ଟିକସ ପାଇଁ ଖଣି ମାଲିକମାନଙ୍କୁ ନୋଟିସ କରାଯାଇ ୧୬,୦୦୦ କୋଟି ଟଙ୍କା ଆଦାୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହା ନକରି କେବଳ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରୁଛନ୍ତି। ପଡେ଼ାଶୀ ଝାଡଖଣ୍ଡ ସରକାର ୪୨,୦୦୦ କୋଟି ଟଙ୍କାର ବକେୟା ଖଣି ଟିକସ ଆଦାୟ କରିଛନ୍ତି । ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ? ଡବଲ ଇଞ୍ଜିନ ସରକାର ଉକ୍ତ କଳା ଆଇନ ରଦ୍ଦ ନ କଲେ ଏହା ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ।

ଡ. ଲେନିନ ମହାନ୍ତି କହିଥିଲେ ଯେ ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦକୁ ଡବଲ ଇଞ୍ଜିନ ସରକାର ବାରମ୍ୱାର ଲୁଟିବାରେ ଲାଗିଛି। କୌଣସି କ୍ଷେତ୍ରରେ ଶ୍ରେୟ ନେବାକୁ ହେଲେ ବିଜେପି ସରକାର ଆଗକୁ ଆସୁଥିବା ବେଳେ ଉକ୍ତ କଳା ଆଇନ ବାବଦରେ ଚୁପ ବସିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀତା ପାଇଁ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହୋଇଛି, କିନ୍ତୁ ବିଜେପି ତାହାକୁ ନଷ୍ଟ କରିବାରେ ଲାଗିଛି । ଏହି କଳା ଆଇନ ଯୋଗୁଁ ରାଜ୍ୟର ଏତେ ବଡ କ୍ଷତି ହେଉଥିବା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ? କେନ୍ଦ୍ର ସରକାର ବିନା ଆଲୋଚନାରେ ସଂସଦରେ ଏହି ବିଲକୁ ପାରିତ କରାଇଛନ୍ତି। ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ରାଜସ୍ୱ ରାଜ୍ୟର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏମଏମଡିଆର ସଂଶୋଧନ ଆଇନ ଜରିଆରେ ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିନେବାକୁ ବସିଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶାର ଶତ୍ରୁ ସାଜିଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି ମାଲିକଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ବିଜେଡିର ଲଢେ଼ଇ ଆଗକୁ ଆହୁରି ତୀବ୍ରତର ହେବ ବୋଲି ସେ କହିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଉପରେ ପ୍ରତିବନ୍ଧକ ଦାବି କଲେ ପୁରୀ ଶଙ୍କରାଚାର୍ଯ୍ୟ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଏକ ଆଗାମୀ ଆନିମେଟେଡ୍ ଫିଲ୍ମକୁ ନେଇ ଏବେ ବଡ଼ ବିବାଦ ଦେଖାଦେଇଛି। ଏହି ଚଳଚ୍ଚିତ୍ରର ପ୍ରସାରଣ ତଥା ରିଲିଜ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦୃଢ଼ ଦାବି କରିଛନ୍ତି।

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଲେଖିଥିବା ଏକ ବିସ୍ତୃତ ଚିଠିରେ ଶଙ୍କରାଚାର୍ଯ୍ୟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଏହି ଫିଲ୍ମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା, ସଂସ୍କୃତି ଏବଂ ଦର୍ଶନ (ତତ୍ତ୍ୱ)କୁ ନଷ୍ଟ କରୁଛି। ଦେବତାଙ୍କୁ ଏକ ବିକୃତ ତଥା ଆପତ୍ତିଜନକ ଢଙ୍ଗରେ ଚିତ୍ରଣ କରାଯାଇଛି ବୋଲି ସେ ଅଭିଯୋଗ କରିବା ସହ ଏହାକୁ ଏକ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି।

ଏହି ଘଟଣାରେ ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ନିଜର ତୀବ୍ର ଆପତ୍ତି ଜଣାଇଛି ଏବଂ ଏକ ଆନୁଷ୍ଠାନିକ ଯୋଗାଯୋଗ ମାଧ୍ୟମରେ ଗଜପତିଙ୍କୁ ଏ ବିଷୟରେ ଅବଗତ କରାଇଛି। ଗୋବର୍ଦ୍ଧନ ପୀଠ ପକ୍ଷରୁ ଜାରି କରାଯାଇଥିବା ଏହି ଚିଠିରେ ସ୍ପଷ୍ଟ କରାଯାଇଛି ଯେ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ଏବଂ ଶାସ୍ତ୍ରୀୟ ପ୍ରତିନିଧିତ୍ୱରୁ ବିଚ୍ୟୁତ ହେଉଥିବା କୌଣସି ବି ଚିତ୍ରଣ ଗ୍ରହଣୀୟ ନୁହେଁ। ତେଣୁ ସମସ୍ତ ମିଡିଆ ପ୍ଲାଟଫର୍ମରେ ଫିଲ୍ମର ରିଲିଜ୍ ଉପରେ ତୁରନ୍ତ ରୋକ ଲଗାଇବାକୁ ଦାବି କରାଯିବା ସହ, ପୂର୍ବରୁ ଫିଲ୍ମ ରିଲିଜ୍ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିବା ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ଙ୍କ ନିଷ୍ପତ୍ତିର ପୁନଃସମୀକ୍ଷା ପାଇଁ ସେ ଆହ୍ୱାନ ଦେଇଛନ୍ତି।

ଅନ୍ୟପକ୍ଷରେ ପୁରୀସ୍ଥିତ ଶ୍ରୀ ନଅରରେ ଥିବା ଶ୍ରୀ ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ ଏହି ଚିଠି ପାଇଥିବା ସ୍ୱୀକାର କରିଛି। ଏହି ଫିଲ୍ମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧିତ କାଳ୍ପନିକ ତଥ୍ୟ ରହିଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଓଡ଼ିଶାର ଧାର୍ମିକ ତଥା ସାଂସ୍କୃତିକ ମହଲରେ ତୀବ୍ର ବିତର୍କ ସୃଷ୍ଟି ହୋଇଛି ଏବଂ ବିଭିନ୍ନ ପାରମ୍ପରିକ ଅନୁଷ୍ଠାନ ଏହାକୁ ଦୃଢ଼ ବିରୋଧ କରୁଛନ୍ତି।

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶାଶୁ-ଶ୍ୱଶୁର ଅଟକ
ବାରିପଦା: ଶାଶୁଘର ବାରଣ୍ଡାରୁ ନବବଧୂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ତେବେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବା ନେଇ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର କ୍ଷିତୀଶ ପାତ୍ରଙ୍କ ପତ୍ନୀ ଲିଜାରାଣୀ ପାତ୍ର । ବାପଘର ଲୋକଙ୍କ ଅଭିଯୋଗ କ୍ରମେ ଝାରପୋଖରିଆ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତି ସନ୍ଦେହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳୁଥିବା ବେଳେ ମୃତକଙ୍କ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ରୂପେ ଯୌତୁକଜନିତ ଯୋଜନାବଦ୍ଧ ହତ୍ୟା ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପା ଦେବେନ୍ଦ୍ର ନାଥ ଘୋଷ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ହିଁ ଶାଶୁଘର ଲୋକେ ଅଧିକ ଯୌତୁକ ବାବଦକୁ ନଗଦ ୧୦ ଲକ୍ଷ ଟଙ୍କା, ଗାଡ଼ି ଏବଂ ଦାମୀ ଆସବାବପତ୍ର ଦାବି କରି ଲିଜାରାଣୀଙ୍କ ଉପରେ କ୍ରମାଗତ ଭାବେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏହି ଘଟଣାକୁ ନେଇ ପୂର୍ବରୁ ଥାନା ପରିସରରେ ଆପୋଷ ବୁଝାମଣା ଓ ସମାଧାନ ମଧ୍ୟ ହୋଇଥିଲା। ତଥାପି ନିର୍ଯାତନା ଥମି ନ ଥିଲା ଏବଂ ଶେଷରେ ଯୌତୁକ ଦାବି ପୂରଣ ନ ହେବାରୁ ତାଙ୍କ ଝିଅକୁ ନିର୍ମମ ଭାବେ ହତ୍ୟା କରି ଫାଶୀରେ ଝୁଲାଇ ଦିଆଯାଇଛି ବୋଲି ସେ ଦୃଢ଼ ଦାବି କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ କ୍ଷିତୀଶଙ୍କ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱରରେ ୟୁପି ପୋଲିସର ଛାପା; ଦୋନମ୍ବରି କାମରେ ଲିପ୍ତ ଥିବା ଗାଡି ମାଲିକଙ୍କୁ ଖୋଜିବା ପାଇଁ ଧଉଳି ଅଞ୍ଚଳରେ ଚଢ଼ାଉ
ଭୁବନେଶ୍ୱର: ଭୁବନେଶ୍ୱରରେ ୟୁପି ପୋଲିସ । ଗାଡି ମାଲିକଙ୍କୁ ଖୋଜିବା ପାଇଁ ଧଉଳି ଅଞ୍ଚଳରେ ଚଢ଼ାଉ। ଧଉଳି ଥାନା ଅନ୍ତର୍ଗତ ଉତ୍ତରା ଛକରେ ଉତ୍ତରପ୍ରଦେଶ ପୋଲିସର ଛାପା । କିଛିମାସ ତଳେ ଦୁର୍ଘଟଣାରେ ୟୁପିରେ ଏକ ଗାଡି ଧରାପିଡ଼ିଥିଲା । ପରେ ସେହି ଗାଡ଼ିଟି କିଛି ଦୋନମ୍ବରି କାମରେ ଲିପ୍ତ ଥିବା ଜଣାପଡିଥିଲା । ଡ୍ରାଇଭରକୁ କାବୁ କରିବା ପରେ ସେ ଓଡ଼ିଶାରେ ମାଲିକ ରହୁଥିବା କଥା କହିଥିଲା । ଖବର ମିଳିବା ପରେ ଆଜି ସକାଳୁ ଧଉଳି ଥାନା ପୋଲିସ ସହାୟତାରେ ଚଳାଇଛି ଛାପା

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ପ୍ରସଙ୍ଗ: ବିଜେପି ସରକାର ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍‌ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରିଛନ୍ତି। ରାଜ୍ୟର ସମ୍ପଦ ଲୁଟ୍‌ ହେଉଥିବା ବେଳେ ରାଜ୍ୟ ସରକାର ଏନେଇ ପାଟି ଖୋଲୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ବିଜେପି ସରକାର ଉପରେ ବର୍ଷିଛନ୍ତି।

ଡ. ସାମନ୍ତସିଂହାର କହିଛନ୍ତି ଯେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବିଜେପି ସରକାର ଅନୁମୋଦନ କରିଛନ୍ତି। ଯାହାକି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ କରିବା ସଦୃଶ୍ୟ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ନାମିତ ଉକ୍ତ ବିମାନ ବନ୍ଦର ଦେଶର ପ୍ରମୁଖ ଓ ଲାଭଜନକ ବିମାନ ବନ୍ଦର। ବର୍ଷକୁ ୨୦୦କୋଟିରୁ ଉଦ୍ଧ୍ୱର୍ ଲାଭ ହେବା ସହ ପ୍ରାୟ ୫୦ଲକ୍ଷ ଲୋକେ ଯାତାୟାତ କରିଥାନ୍ତି। ତେବେ ଏହାକୁ ଘରୋଇ କରଣ କରିବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ସରକାର ଇଂରେଜ ମାନଙ୍କ ଭଳି ଶାସନ କରି ରାଜ୍ୟର ସମ୍ପତ୍ତିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛନ୍ତି। ରାଜ୍ୟର ସମସ୍ତ ସମ୍ପଦକୁ ଲୁଟିବା ପାଇଁ କେନ୍ଦ୍ରର ବିଜେପି ସରକାର ଯୋଜନା କରୁଥିବା ବେଳେ ରାଜ୍ୟର ବିଜେପି ସରକାର ଏଜେଣ୍ଟ ସାଜି ତାହାକୁ ସମର୍ଥନ ଜଣାଉଛନ୍ତି। ଓଡ଼ିଶାର ଅନେକ କ୍ଷତି ହେଉଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମ୍ମୁଖରେ ରାଜ୍ୟ ସରକାର ଚୁପ ରହୁଛନ୍ତି। ଏମଏମଡିଆର ଆଇନ ଯୋଗେ ରାଜ୍ୟର ଖଣିକୁ ବିକ୍ରି କରିଛନ୍ତି। ବିଭିନ୍ନ ବନ୍ଦର ଗୁଡିକ ଘରୋଇ କମ୍ପାନୀ ମାନଙ୍କ ହାତକୁ ଟେକି ଦେଇଛନ୍ତି । ଜାତୀୟ ରାଜପଥ ଗୁଡ଼ିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହାପରେ ବିଜେପି ସରକାରଙ୍କ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି।

ଏସ୍‌କେ ନିଜାମୁଦ୍ଦିନ ବିଜେଡି ସଂଖ୍ୟାଲଘୁ ସେଲ୍‌ ଅଧ୍ୟକ୍ଷ, ୩୦ ଜିଲ୍ଲାରେ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ
ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସଂଖ୍ୟାଲଘୁ ସେଲର ପୁନର୍ଗଠନ କରିଛନ୍ତି। ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଭାବେ ଏସକେ ନିଜାମୁଦ୍ଦିନଙ୍କୁ ନିଯୁକ୍ତି ମିଳିଛି। ସେଲରେ ମୋଟ ୧୪୪ ଜଣ ସଂଖ୍ୟାଲଘୁ ନେତାଙ୍କୁ ସ୍ଥାନ ମିଳିଛି। ଏନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏହାସହ ୩୦ଟି ଜିଲ୍ଲାରେ ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲରେ ୩ ଜଣ ବରିଷ୍ଠ ନେତାଙ୍କୁ ଉପଦେଷ୍ଟା ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେମାନେ ହେଲେ ଡ. ଦିଲ୍ଲୀପ ତିର୍କୀ, ମୁଜିବୁଲ୍ଲା ଖାନ୍‌ ଓ ଡ. ସସ୍ମିତ ପାତ୍ର। ସେହିପରି କାର୍ଯ୍ୟକାରୀ ସଭାପତି ଭାବରେ ରୋହିତ୍‌ ଯୋଶେଫ ତିର୍କୀ, ରିଜୱାନା ବେଗମ ଏବଂ ଡ. ଅମଜାଦ୍‌ ଖାନଙ୍କୁ ସ୍ଥାନ ମିଳିଛି। ଏହାବ୍ୟତୀତ ସେଲରେ ୨୮ ଜଣ ଉପସଭାପତି, ୩୧ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୨ ଜଣ ସାଧାରଣ ସମ୍ପାଦକ, ୨୫ ଜଣ ସମ୍ପାଦକ ଏବଂ ୨୧ ଜଣ ଯୁଗ୍ମ ସମ୍ପାଦକ ରହିଛନ୍ତି।

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌: ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ବିଜେଡିର ଅଭିଯୋଗ
ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନକୁ ନେଇ ବିଜେଡି କ୍ରମାଗତ ଭାବରେ ନିଜର କଡ଼ା ପ୍ରତିବାଦ ପ୍ରକାଶ କରିଆସୁଛି। ଏମଏମଡିଆର ସଂଶୋଧନ ବିଲ ପାରିତ ହେବା ଦିନଟି ଓଡ଼ିଶା ପାଇଁ କଳା ଦିବସ ଥିଲା। ଏହି ବିଲ୍‌ ମାଧ୍ୟମରେ ଓଡ଼ିଶାଠାରୁ ଅର୍ଥନୈତିକ ସ୍ୱାଧୀନତା ଛଡ଼ାଇ ନିଆଯାଇଛି କ୍ଷୋଭ ପ୍ରକାଶ କରିଛି ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଗୌତମବୁଦ୍ଧ ଦାସ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଏମଏମଡିଆର ବିଲ୍‌ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ମତବ୍ୟକ୍ତ କରିଛନ୍ତି।

ଗୌତମବୁଦ୍ଧ ଦାସ କହିଥିଲେ ଯେ ଏମଏମଡିଆର ସଂଶୋଧନ ବିଲ୍‌ ମାଧ୍ୟମରେ ରାଜ୍ୟର ନ୍ୟାଯ୍ୟ ପ୍ରାପ୍ୟ ଯେତେବେଳେ ଛଡାଇ ନିଆଯାଉଥିଲା, ସେତେବେଳେ ବିଜେପିର ୨୦ ଜଣ ଲୋକସଭା ସଦସ୍ୟ ଓ ୫ ଜଣ ରାଜ୍ୟସଭା ସଦସ୍ୟ ଏହାକୁ ହାତ ଟେକି ସମର୍ଥନ କରିଥିଲେ। ଇତିହାସ ଏମାନଙ୍କୁ କେବେ କ୍ଷମା ଦେବ ନାହିଁ। ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ବିଜେପିର ସାଂସଦ ମାନେ ନିଜ ପାର୍ଟିର ସ୍ୱାର୍ଥ ପାଇଁ କାର୍ଯ୍ୟକଲେ। ପୁଞ୍ଜିପତି ମାନଙ୍କୁ ଫାଇଦା ଦେବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି। ଏହି ଆଇନ ପାରିତ ହେବା ଯୋଗୁ ଓଡ଼ିଶା ଏକ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବକେୟା ଆଦାୟ କରିବାରୁ ବଞ୍ଚିତ ହୋଇଛି। ଏହାଛଡ଼ା ଖଣିରେ ଲାଗୁ ହେବାକୁ ଥିବା ଟିକସ ମାଧ୍ୟମରେ ପ୍ରତି ବର୍ଷ ୧୨, ୦୦୦ କୋଟି ଟଙ୍କାର ରାଜସ୍ୱ ଓଡ଼ିଶା ହରାଇବ। ଦୁର୍ଭାଗ୍ୟର କଥା ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ଜଣେ ବିଜେପି ସାଂସଦ ଏହି ସଂଶୋଧନ ବିଲ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଓଡ଼ିଶାର ସ୍ୱାର୍ଥକୁ ହାସଲ ପାଇଁ ସେ ଲଢେଇର ଆହ୍ୱାନ ଦେଇଛନ୍ତି। ତେଣୁ ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବ।

ଡ. ଲେନିନ ମହାନ୍ତି କହିଥିଲେ ଖଣି ରାଜସ୍ୱ ଓଡ଼ିଶାର ବିକାଶର କର୍ଣ୍ଣଧାର ହୋଇଥିବା ବେଳେ ଖଣିରୁ ରାଜ୍ୟକୁ ମିଳିବାକୁ ଥିବା ବିପୁଳ ରାଜସ୍ୱ, ଏମଏମଡିଆର ସଂଶୋଧନ ବିଲ ମାଧ୍ୟମରେ ହାନୀ ହେବାକୁ ଯାଉଛି। ଅଥଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁହଁରେ ତୁଣ୍ଡି ଦେଇ ବସିଛନ୍ତି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖୁ ନାହାନ୍ତି। କେନ୍ଦ୍ର ସରକାର ଚଞ୍ଚକତା କରି ଖଣି ଓ ଖଣି ରହିଥିବା ଜମି ଉପରେ ମଧ୍ୟ ରାଜ୍ୟର କୌଣସି ଅଧିକାର ରହିବ ନାହିଁ ବୋଲି ବ୍ୟବସ୍ଥା କରିଛନ୍ତି। ଏହାଛଡା ଏହି ଆଇନ ମାଧ୍ୟମରେ ରାଜ୍ୟ ସରକାର ଖଣିଜ ପଦାର୍ଥ ଉପରେ କୌଣସି ଟିକସ ଲଗାଇ ପାରିବ ନାହିଁ। ବିଜେପିର କିଛି ନେତା ଦାବି କରୁଛନ୍ତି, ୨୦୧୫ ମସିହାରେ କେନ୍ଦ୍ର ସରକାର ଏମଏମଡିଆର ଆକ୍ଟରେ ସଂଶୋଧନ ଆଣିବା ପରେ ଓଡ଼ିଶାର ଖଣି ରାଜସ୍ୱ ୫୦୦୦ କୋଟିରୁ ୫୦, ୦୦୦ କୋଟିକୁ ବୃଦ୍ଧି ପାଇଲା। ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେବାକୁ ଚେଷ୍ଟା କରୁଥିବା ବିଜେପି ନେତା ମାନେ କହିବେ କି, କେଉଁ କାରଣରୁ ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ତୁଳନାରେ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ତାନ ଇତ୍ୟାଦି ରାଜ୍ୟର ୨୦୧୫ ଏମଏମଡିଆର ସଂଶୋଧନ ପରେ ସମାନ ଅନୁପାତରେ ବୃଦ୍ଧି ପାଇଲା ନାହିଁ କାହିଁକି। ମୁଖ୍ୟମନ୍ତ୍ରୀ ଏଥିପାଇଁ ମଧ୍ୟ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଦରକାର। ଏହି ଆଇନ ମାଧ୍ୟମରେ ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ବିଜେଡି ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି।

‘ସକାଳ’ ଓ ‘ନନ୍ଦିଘୋଷ ଟିଭି' ପକ୍ଷରୁ ଦୁଇ ଦିନିଆ କନ୍‌କ୍ଲେଭ୍‌ ‘ଓଡ଼ିଶା ଅଭ୍ୟୁଦୟ’କୁ ଉଦ୍‌ଘାଟନ କଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ୍‌ରେ ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ’ ଟିଭି ପକ୍ଷରୁ ଆୟୋଜିତ ହୋଇଛି ‘ଓଡ଼ିଶା ଅଭ୍ୟୁଦୟ’ କନ୍‌କ୍ଲେଭ୍‌ । ଏହି ଦୁଇ ଦିନିଆ ସମ୍ମିଳନୀକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ଉଦ୍‌ଘାଟନ କରିଛନ୍ତି । ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶାକୁ ଏପରି ଏକ ସ୍ଥାନ ଭାବେ ଗଢ଼ି ତୋଳିବାକୁ ହେବ ଯେଉଁଠାରେ ଯୁବକମାନେ ଆତ୍ମବିଶ୍ୱାସର ସହ ସ୍ୱପ୍ନ ଦେଖିପାରିବେ, ମହିଳାମାନେ ସମ୍ମାନର ସହ ନେତୃତ୍ୱ ନେବେ, ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ବିକାଶ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ। ରାଜ୍ୟର ଏକ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ସରକାର, ନାଗରିକ, ଶିଳ୍ପ ଜଗତ, ଶିକ୍ଷାବିତ୍, ନାଗରିକ ସମାଜ ଏବଂ ଗଣମାଧ୍ୟମର ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି।

ଡକ୍ଟର କମ୍ଭମପତି ଶିକ୍ଷାକୁ ପ୍ରାଥମିକତା ଦେଇ ଜ୍ଞାନ, ଗବେଷଣା ଏବଂ ନବସୃଜନର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅନୁରୋଧ କରିଥିଲେ। ଯୁବପିଢ଼ି କେବଳ ଚାକିରି ଖୋଜିବା ପରିବର୍ତ୍ତେ ନିଜେ ନିଯୁକ୍ତି ସୃଷ୍ଟିକର୍ତ୍ତା ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିସହ ସେ ମହିଳା ନେତୃତ୍ୱାଧୀନ ବିକାଶ, ବିପର୍ଯ୍ୟୟ ପରିଚାଳନାରେ ସଫଳତା, କ୍ରୀଡ଼ା ଭିତ୍ତିଭୂମି ଏବଂ ଚାଷୀ, ଉଦ୍ୟୋଗୀ, ଆଥଲେଟ୍ ତଥା ବୈଜ୍ଞାନିକମାନଙ୍କ କାହାଣୀ ମାଧ୍ୟମରେ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି କନ୍‌କ୍ଲେଭ୍‌ ରେ ଏକବିଂଶ ଶତାବ୍ଦୀରେ ଓଡ଼ିଶା କେତେ ବିକାଶ କରିଛି ଓ ଆଗକୁ ରାଜ୍ୟ ପାଇଁ କେଉଁ କେଉଁ ଆହ୍ୱାନ ରହିଛି, କ୍ରୀଡ଼ାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଦ୍ୱାରା ଓଡ଼ିଶା ଉପରେ ରହୁଥିବା ପ୍ରଭାବ, ମହିଳା ସଶକ୍ତୀକରଣ ଓ ରାଜନୈତିକ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ମାନସମନ୍ଥନ ହୋଇଛି । ଏହି ଦୁଇ ଦିନର କାର୍ଯ୍ୟକ୍ରମରେ ମୋଟ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଆଜି ୪ଟି ଅଧିବେଶନ ହୋଇଛି । ପ୍ରଥମ ଅଧିବେଶନର ବିଷୟ ରହିଥିଲା ‘ଏକବିଂଶ ଶତାବ୍ଦୀରେ ଓଡ଼ିଶାର ବିକାଶ ଯାତ୍ରା’। ଆସନ୍ତାକାଲି ପୁଣି ୪ଟି ଅଧିବେଶନ ହେବ ।

ପ୍ରଥମ ଅଧିବେଶନରେ ସମୃଦ୍ଧି ଦିଗରେ ଓଡ଼ିଶାର ଯାତ୍ରା ଓ ବର୍ଷ ବର୍ଷ ଧରି ହୋଇଥିବା ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ‘ରାଜନୀତିର ଊର୍ଦ୍ଧ୍ବରେ ଜନନାୟକ ନବୀନ ପଟ୍ଟନାୟକ’ ଉପରେ ବହୁ ବରିଷ୍ଠ ରାଜନେତା ଓ ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ନିଜର ଅଭିମତ ପ୍ରକାଶ କରିଥିଲେ । ତୃତୀୟ ଅଧିବେଶନରେ ‘ଶିକ୍ଷା ସଂସ୍ଥାନର ପ୍ରମୁଖ କେନ୍ଦ୍ର ଓଡ଼ିଶା’ ଉପରେ ମାନସ ମନ୍ଥନ ହୋଇଥିଲା । ଏଥିରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଉଦୀୟମାନ ଭୂମିକା ଓ ରାଜ୍ୟକୁ ଭାରତର ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଗଢ଼ିବା ଦିଗ ଉପରେ ଚର୍ଚ୍ଚା ହୋଇଛି । ଚତୁର୍ଥ ଅଧିବେଶନର ବିଷୟ “ମହିଳା ସଶକ୍ତୀକରଣ ଦିଗରେ ଆହ୍ୱାନ ଓ ଉପଲବ୍ଧି’ ଉପରେ ବିଶିଷ୍ଟ ବକ୍ତାମାନେ ସେମାନଙ୍କର ମତ ରଖିଛନ୍ତି ।

ସେହିପରି ୨୬ ଅଗଷ୍ଟରେ ମଧ୍ୟ ୪ଟି ଅଧିବେଶନ ରହିଛି। ପ୍ରଥମ ଅଧିବେଶନର ବିଷୟ “ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ବହୁଦଳୀୟ ବନାମ ଦ୍ୱି-ଦଳୀୟ ବ୍ୟବସ୍ଥା’। ବହୁଦଳୀୟ ଓ ଦ୍ୱିଦଳୀୟ ବ୍ୟବସ୍ଥା ମଧ୍ୟରୁ କେଉଁ ବ୍ୟବସ୍ଥା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରେ, ସେ ନେଇ ମତବିନିମୟ ହେବ। ଦ୍ୱିତୀୟ ଅଧିବେଶନରେ “୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ଓ ସଂକଳ୍ପ’ ବିଷୟ ରହିଛି। ତୃତୀୟ ଅଧିବେଶନରେ “ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ରୋଲ୍‌ ମଡେଲ’ ବିଷୟ ରହିଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ମଡେଲ୍‌ ଉପରେ ଏହି ଅଧିବେଶନରେ ଚର୍ଚ୍ଚା ହେବ। ଦ୍ୱିତୀୟ ଦିନର ଶେଷ ତଥା ଅଷ୍ଟମ ଅଧିବେଶନର ବିଷୟ ରହିଛି “ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିଛି ନୂଆ ସୁଯୋଗ ଓ ସମ୍ଭାବନା’। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଭୂମିକା, ନୂଆ ସୁଯୋଗ ଓ ସମ୍ଭାବନାକୁ ନେଇ ଏଥିରେ ଆଲୋଚନା କରାଯିବ।

ହିମାଚଳ ପ୍ରଦେଶର ମାଉଣ୍ଟ ୟୁନାମ ବିଜୟ କଲେ ଓଡ଼ିଶାର ମହିଳା ପର୍ବତାରୋହୀ, ରାଜ୍ୟପାଳଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ହିମାଚଳ ପ୍ରଦେଶର ୬,୧୧୧ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ୟୁନାମ ଶିଖରକୁ ସଫଳତାର ସହ ଆରୋହଣ କରିଛନ୍ତି ଓଡ଼ିଶାର ମହିଳା ପର୍ବତାରୋହୀ ଦଳ। ଏହି ସଫଳତା ହାସଲ କରିବା ପରେ ସୋମବାର ଦିନ ଭୁବନେଶ୍ୱରସ୍ଥିତ ଲୋକ ଭବନରେ ସେମାନେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାତିଙ୍କୁ ଭେଟିଛନ୍ତି।

ଏହି ଅବସରରେ ରାଜ୍ୟପାଳ ମହିଳା ପର୍ବତାରୋହୀମାନଙ୍କୁ ସେମାନଙ୍କର ବିରଳ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଦଳର ସଦସ୍ୟମାନଙ୍କ ସହ ଆଲୋଚନା କରି ଏହି ଦୁଃସାହସିକ ଅଭିଯାନ ସମୟରେ ସେମାନେ ସମ୍ମୁଖୀନ ହୋଇଥିବା ଆହ୍ୱାନ ଏବଂ ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ। ରାଜ୍ୟପାଳ କହିଛନ୍ତି ଯେ, ଦଳର ଏହି କୃତିତ୍ୱ ସମଗ୍ର ଓଡ଼ିଶା ପାଇଁ ଗର୍ବ ଏବଂ ସମ୍ମାନର ବିଷୟ। ସେ ଆଶା ପ୍ରକାଶ କରିଛନ୍ତି ଯେ ସେମାନଙ୍କର ଏହି ସଫଳତା ରାଜ୍ୟର ଅନ୍ୟ ମହିଳାମାନଙ୍କୁ ପର୍ବତାରୋହଣ ତଥା ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ।

ଏହି ଅଭିଯାନରେ ମୋଟ ୧୧ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ସଫଳତାର ସହ ମାଉଣ୍ଟ ୟୁନାମର ଶିଖରରେ ପହଞ୍ଚିବାରେ ସକ୍ଷମ ହୋଇଥିବା ବେଳେ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନ୍ୟ ୬ ଜଣଙ୍କୁ ଅଧା ବାଟରୁ ଫେରିବାକୁ ପଡ଼ିଥିଲା। ପର୍ବତାରୋହୀମାନେ ପ୍ରଦର୍ଶନ କରିଥିବା ନିଷ୍ଠା, ସାହସ ଏବଂ ଉତ୍ସାହକୁ ରାଜ୍ୟପାଳ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ସାକ୍ଷାତକାର ସମୟରେ ଆସୋସିଏସନ ଫର ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (AASA) ର ଉପାଧ୍ୟକ୍ଷ ହରେଶ କୁମାର ମିଶ୍ର ଏବଂ ସମ୍ପାଦକ ତଥା ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଚାଷ କାମ ବେଳେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଚାଷୀ ମୃତ
ଜଗତସିଂହପୁର: ଚାଷ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ଚାଷୀଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ବେନୁଖଣ୍ଡା ଗାଁରେ । ମୃତ ଦୁଇ ଚାଷୀ  ଗାଁର ସାଗର ଭୋଇ ଓ ଅଜୟ ସାହୁ। ବିଲରେ ଟ୍ରାକଟର ହଳ କରୁଥିବା ବେଳେ ମାଟି ତଳେ ଥିବା ଏଲ୍ ଆଇ ପଏଣ୍ଟ ତାର ସଂସ୍ପର୍ଶରେ ଆସିଯାଇଥିଲେ ଦୁଇ ଜଣ ଚାଷୀ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ସୋମବାର ମଧ୍ୟାହ୍ନରେ ଉଭୟ ଯୁବ ଚାଷୀ ବିଲରେ ଟ୍ରାକ୍ଟରରେ ଚାଷ କରୁଥିବା ବେଳେ ମାଟି ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ସଂଗେ ସଂଗେ ଜଗତସିଂହପୁର ମେଡିକାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବେଆଇନ ଭାବେ ମାଟି ତଳେ ବିଦ୍ୟୁତ ତାର ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଦୁଇ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।