gold in bbsr - The Sakala
ଭୁବନେଶ୍ୱର: ମଙ୍ଗଳବାର ପୁଣି ବଢିଛି ସୁନାର ମୂଲ୍ୟ। ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୧୩୦ ଟଙ୍କା ରହିଛି । ଗତକାଲି ଏହା ୯୭,୬୪୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୮୯,୯୫୦ ଟଙ୍କା ରହିଛି । ଗତକାଲି ଏହା ୮୯,୫୦୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ୭୩,୬୦୦ ଟଙ୍କା ରହିଛି । ଗତକାଲି ଏହା ୭୩,୨୩୦ ଟଙ୍କା ଥିଲା । ଏଥିରେ ୩୭୦ ଟଙ୍କା ବୃଦ୍ଧି ହୋଇଛି ।
ବାଧିଲାନି ସୁନାର ଚଢ଼ାଦର : ଅକ୍ଷୟ ତୃତୀୟାରେ ରାଜଧାନୀବାସୀ ବୋହିନେଲେ ୮୦ କୋଟିର ଗହଣା
ଭୁବନେଶ୍ୱର : ଗତକାଲି ଥିଲା ସୁଖ ଆଉ ସମୃଦ୍ଧିର ଦିନ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ କେବଳ କୃଷି କିମ୍ବା ଗୃହ ପ୍ରବେଶ ନୁହେଁ କୌଣସି ଧାତବ ଜିନିଷ କିଣିବାକୁ ଓଡ଼ିଆ ଘରେ ମଙ୍ଗଳମୟ ବିବେଚନା କରାଯାଏ। ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ସମସ୍ତଙ୍କର ଏକ ଧାରଣା ରହିଛି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥିଲା। ଦିନ ତମାମ୍‍ ଶୋ’ରୁମ୍‍ଗୁଡିକରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ବିଗତ ଦୁଇ ବର୍ଷ ହେବ କୋଭିଡ୍‌ କଟକଣା ମଧ୍ୟରେ ସମୟ ଚାଲିଯାଇଥିଲା। ଏଥର ଆଉ ସେ କଟକଣା ନାହିଁ। ବଜାରରେ ଚାହିଦା ବଢ଼ିଛି। ଫଳରେ ଏଥର ଅକ୍ଷୟ ତୃତୀୟାରେ ରାଜଧାନୀରେ ୮୦ କୋଟିରୁ ଅଧିକ ଟଙ୍କାର ସୁନା ବିକ୍ରି ହୋଇଛି।
ମଙ୍ଗଳବାର ଅକ୍ଷୟ ତୃତୀୟା ଅବସରରେ ରାଜଧାନୀର ଶୋ’ ରୁମ୍‍ଗୁଡିକରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ଦିନରେ ଟାଣ ଖରା ଥିବାରୁ ସନ୍ଧ୍ୟା ବେଳକୁ ଏହି ଭିଡ ଅଧିକ ହୋଇଥିଲା। ତେବେ ଏହି ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ ହାତ ଛଡା କରିବାକୁ ଚାହିଁ ନ ଥିଲେ ରାଜଧାନୀବାସୀ। ରାଜଧାନୀ ଭୁବନେଶ୍ୱରର ଛୋଟ ବଡ ପାଖାପାଖି ୨୫୦ ଶୋ’ ରୁମ୍‍ରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ଏହି ଅବସରରେ ବିଭିନ୍ନ ଶୋ ରୁମ୍‍ ପକ୍ଷରୁ ଘୋଷିତ ଆକର୍ଷଣୀୟ ଅଫର ବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ ରୁମ୍‍ ନିକଟକୁ। କ୍ୟାସ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା। କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା।
ଦିନବେଳା ଗ୍ରୀଷ୍ମର ଅସହ୍ୟ ତାତି ରୋକିପାରି ନ ଥିଲା ଗ୍ରାହକଙ୍କ ସୁନା କିଣିବା ଆଗ୍ରହକୁ। ସଂନ୍ଧ୍ୟା ପରେ ବର୍ଷା ସତ୍ତ୍ବେ ଶୋ’ ରୁମ୍‌ରେ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଗତବର୍ଷ ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫,୭୨୦ ଟଙ୍କା ରହିଥିବାବେଳେ ରୁପା ମୂଲ୍ୟ କିଲୋ ପିଛା ୭୨,୩୦୦ ଟଙ୍କା ରହିଥିଲା। ତେବେ ଚଳିତଥର ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୦୦୦ ଟଙ୍କା ଏବଂ ରୁପା କିଲୋ ୬୫,୦୦୦ ଟଙ୍କା ରହିଥିଲା। ଯଦିବା ଗତବର୍ଷ ତୁଳନାରେ ଚଳିତଥର ରୁପା ମୂଲ୍ୟ କମ୍‌ ରହିଛି ତଥାପି ସୁନା ମୂଲ୍ୟ କିଛିଟା ଅଧିକ ରହିଛି। ଉଚ୍ଚ ଦର ସତ୍ତ୍ବେ ଏହା ଗ୍ରାହକଙ୍କ ସୁନା କିଣିବା ଟ୍ରେଣ୍ଡ୍‍କୁ ଅଟକାଇପାରିନାହିଁ। କୋଭିଡ୍‌ରେ ଗତ ଦୁଇ ବର୍ଷ ଧରି ବିବାହ ଓ ବ୍ରତଘର ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ କମ୍‌ ହୋଇଥିଲା। ଏବେ କଟକଣା ନ ଥିବାରୁ ଅଧିକ ମାଙ୍ଗଳିକ କାର୍ଯ୍ୟକ୍ରମ ହେଉଛି, ଯାହା ଫଳରେ ସୁନାର ଚାହିଦା ବଢ଼ିଛି।
ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଗ୍ରାହକ ସୁପ୍ରଭା ସାହୁ କୁହନ୍ତି, ଅକ୍ଷୟ ତୃତୀୟା ଶୁଭ ଦିନ ହୋଇଥିବାରୁ ଆମେ ସବୁ ବର୍ଷ ଭଳି ଚଳିତବର୍ଷ ସୁନା କିଣାକିଣି କରିଛୁ। ପୂର୍ବରୁ କୋଭିଡ୍‌ ପାଇଁ କଟକଣା ଲାଗିଥିଲା ଆଉ ରୋଜଗାର ବି ସେମିତି ଭଲ ନ ଥିଲା। ଆମେ ଏଥର ଦର ଅଧିକ ଥିଲେ ମଧ୍ୟ ଘରୋଇ ବିବାହ କାର୍ଯ୍ୟକ୍ରମ ଲାଗି ସୁନା କିଣୁଛୁ। ଅପରପକ୍ଷେ କ୍ଷେତ୍ର ସହ ଜଡିତ ବିଶେଷଜ୍ଞଙ୍କ ମତରେ ଏଥର ଅକ୍ଷୟ ତୃତୀୟାରେ ରାଜଧାନୀରେ ପାଖାପାଖି ଦେଢ଼ କୁଇଣ୍ଟାଲ ଅର୍ଥାତ୍‍ ୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ବିକ୍ରି ହୋଇଥିବା ଜଣାଯାଇଛି। ଏସବୁବ୍ୟତୀତ ଆଜିର ଦିନରେ ଅନେକ ଲୋକ ଶୋ’ ରୁମ୍‍୍‍ରେ ସୁନା କଏନ୍‍, ରୁପାର ଉପହାର ସହ ଫ୍ୟାଶନ୍‍ ଜୁଏଲେରୀ କିଣୁଥିବାର ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖିମ୍‍ଜୀର ସିଇଓ ପି. ପାର୍ଥସାରଥୀ କୁହନ୍ତି, ଚଳିତଥର ଭଲ ବ୍ୟବସାୟ ଆଶା କରୁଛୁ। ପୂର୍ବବର୍ଷ ତୁଳନାରେ ଏଥର ବିକ୍ରି ୧୦%ରୁ ଅଧିକ ରହିଛି। ଚଳିତଥର ସୁନା ଚୁଡି, ଚେନ୍‌ ଏବଂ କାନ ଫୁଲ ଅଧିକ ବିକ୍ରି ହୋଇଛି।