LIC - The Sakala

ବିକ୍ରି ହେଲା ଏଲ୍‌ଆଇସି ଅଂଶଧନ; ୩୧,୫୫୨ କୋଟି ଟଙ୍କା ରାଜସ୍ବ ସଂଗ୍ରହ
ନୂଆଦିଲ୍ଲୀ: ବିକ୍ରି ହୋଇଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅଂଶଧନ। ଅଫର ଫର୍ ସେଲ୍ (ଓଏଫ୍‌ଏସ୍‌) ଜରିଆରେ ବୀମା କମ୍ପାନୀର ୬.୫% ଅଂଶଧନ ବିକ୍ରି କରିଛନ୍ତି କେନ୍ଦ୍ର ସରକାର। ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ଏଲ୍‌ଆଇସିରେ ସରକାରଙ୍କର ୯୬.୫% ଅଂଶଧନ ରହିଥିଲା, ଯେତେବେଳେ କି ସର୍ବସାଧାରଣଙ୍କର କେବଳ ୩.୫% ଅଂଶଧନ ଥିଲା।  ଓଏଫ୍‌ଏସ୍‌ରେ ୩୧,୫୫୨ କୋଟି ଟଙ୍କା ମୂଲ୍ୟର ମୋଟ ୮୨ କୋଟିରୁ ଅଧିକ ସେୟାର ଆବଣ୍ଟିତ କରାଯାଇଥିଲା। ତେବେ ଏଲ୍‌ଆଇସିରେ ଥିବା ସରକାରଙ୍କ ଅଂଶଧନକୁ ବଡ଼ ରିଆତି ମୂଲ୍ୟରେ ବିକ୍ରି କରାଯାଇଥିବା ଜଣାପଡିଛି। ବିକ୍ରି ପାଇଁ ସରକାର ଆଣିଥିବା ଏହି ଅଫର ଫର୍ ସେଲ୍‌କୁ ବମ୍ପର ସବସ୍କ୍ରିପସନ ମିଳିଛି। ହେଲେ ଅଂଶଧନ ବିକ୍ରି ପରେ ଏଲ୍‌ଆଇସିର ସେୟାର ମୂଲ୍ୟରେ ୯% ହ୍ରାସ ଘଟିଛି।

ଅଫର ଫର୍ ସେଲ୍‌ରେ ଏଲ୍‌ଆଇସିର ସେୟାର ପିଛା ମୂଲ୍ୟ ୩୮୨ ଟଙ୍କା ଧାର୍ଯ୍ୟ କରାଯାଇଥିଲା,ଯେତେବେଳେ କି ଓଏଫ୍‌ଏସ୍‌ ଘୋଷଣା ପୂର୍ବରୁ ଏହାର ସେୟାର ପିଛା ମୂଲ୍ୟ ୪୨୮.୫୦ ଟଙ୍କା ରହିଥିଲା। ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ସରକାର ଏଲ୍‌ଆଇସିର ଅଂଶଧନକୁ ୧୦.୯% କମ୍‌ ମୂଲ୍ୟରେ ବିକ୍ରି କରିଛନ୍ତି। ଏହି ସେଲ୍‌ ଜରିଆରେ ସରକାରଙ୍କୁ  ୩୧,୫୫୨ କୋଟିରୁ ଅଧିକ ଟଙ୍କାର ରାଜସ୍ବ ମିଳିଛି। ଏଲ୍‌ଆଇସି ଅଂଶଧନ ବିକ୍ରି ପାଇଁ ପ୍ରସ୍ତାବିତ ଓଏଫ୍‌ଏସ୍‌ ଦୁଇ ଦିନ ମଧ୍ୟରେ ସମାପ୍ତ ହୋଇଛି। ପ୍ରାରମ୍ଭରେ କମ୍ପାନୀର ୨.୫% ଅଂଶଧନ ବ୍ରିକି ଯୋଜନା ରଖାଯାଇଥିବାବେଳେ ପରେ ଏହାକୁ ୬.୫% ଯାଏ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ, ଶେଷ ପର୍ଯ୍ୟନ୍ତ ସରକାର ଏଲ୍‌ଆଇସିରୁ କେତେକ ପ୍ରତିଶତ ଅଂଶଧନ ବିକ୍ରି କରିବେ ତାହାକୁ ସାର୍ବଜନୀନ କରି ନ ଥିଲେ। ଶେଷରେ ଏହି ସେଲ୍‌କୁ ନିବେଶକମାନଙ୍କଠାରୁ ବେଶ ଭଲ ପ୍ରତିକ୍ରିୟା ମିଳିଛି।  ଅଫର ଫର୍ ସେଲ୍ (ଓଏଫ୍‌ଏସ୍‌) ମାଧ୍ୟମରେ ଏଲ୍‌ଆଇସିର ସେୟାର କମ୍ ମୂଲ୍ୟରେ ଉପଲବ୍ଧ ହେବା ଜଣାପଡିବା ପରେ, ଖୋଲା ବଜାରରେ କ୍ରୟ ମନ୍ଥର ହୋଇଯାଇଥିଲା, ଯାହା ଫଳରେ ସେୟାର ମୂଲ୍ୟ ଓଏଫ୍‌ଏସ୍‌ ମୂଲ୍ୟର ନିକଟତର ହୋଇଥିଲା।  ଏଲ୍‌ଆଇଇସିର ଏହି ଅଫର ଫର୍ ସେଲ୍‌ରେ ସରକାର ‘ଗ୍ରୀନ୍ ସୁ ଅପ୍‌ସନ୍‌‘ ବ୍ୟବହାର କରିଛନ୍ତି।

ଏଲ୍‌ଆଇସି ବନ୍ଦକଲା ୨ ଜୀବନ ବୀମା ପ୍ଲାନ୍
ନୂଆଦିଲ୍ଲୀ : ଭାରତ ଜୀବନ ବୀମା ନିଗମ(ଏଲଆଇସି) ଏହାର ଦୁଇଟି ଟର୍ମ ଇନସ୍ୟୁରାନ୍ସ ପଲିସିକୁ ବନ୍ଦ କରିଦେଇଛି। ତିନି ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା  ‘ ଜୀବନ ଅମର’ ଏବଂ ଏଲଆଇସି ଟେକ୍‌ ଟର୍ମ’ ଭଳି ଦୁଇ ଯୋଜନାର ମିଆଦୀ ବୁଧବାର ଶେଷ ହୋଇଥିବାରୁ ଏଗୁଡିକର ବନ୍ଦ କରିବା ନେଇ କମ୍ପାନୀ ଘୋଷଣା କରିଛି। ଏଥିରୁ ଗୋଟିଏ ଅନଲାଇନ ବିକ୍ରି ହେଉଥିବା ବେଳେ ଅନ୍ୟଟି କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ଅଫଲାଇନ ବିକ୍ରୟ କରାଯାଇଥିଲା। ଟେକ୍ ଟର୍ମ ପଲିସି ଏକ ଅନଲାଇନ ପଲିସି, ତେବେ ଜୀବନ ଅମର ଅଫଲାଇନରେ କାରବାର ହେଉଥିଲା। ଏହି ଉଭୟ ପ୍ଲାନ ୨୩ ନଭେମ୍ବର ୨୦୨୨ରୁ ସମାପ୍ତ ହୋଇଯାଇଛି।ଏବେ କୌଣସି ଗ୍ରାହକ ଏହି ପଲିସି ୨ଟିକୁ ଅନଲାଇନ କି ଅଫଲାଇନରେ କ୍ରୟ କରିପାରିବେନି। ଟର୍ମ ପ୍ଲାନର ରି-ଇନସ୍ୟୁରାନ୍ସ ମୂଲ୍ୟ ବୃଦ୍ଧି ହେଉଥିବାରୁ କମ୍ପାନୀ ଏହି ଦୁଇଟି ପଲିସିକୁ ପ୍ରତ୍ୟାହାର କରିନେଇଛି।

ଉଲ୍ଲେଖଯୋଗ୍ୟ ଯେ,  ଅଗଷ୍ଟ ୨୦୧୯ରେ ଜୀବନ ଅମର ପଲିସିର ଶୁଭାରମ୍ଭ କରାଯାଇଥିଲା ବେଳେ ଏହାର ମାସକ ପରେ ଅର୍ଥାତ ସେପ୍ଟେମ୍ବର ୨୦୧୯ରେ ଟେକ୍‌ ଟର୍ମକୁ ବଜାରରେ ଲଞ୍ଚ କରାଯାଇଥିଲା।ପଲିସି ଦୁଇଟି ବଜାରକୁ ଆସିବା ପରଠାରୁ ଏହାର ପ୍ରିମିୟମ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେବେ ଏଗୁଡିକୁ ବନ୍ଦ କରି ଦିଆଯାଇଥିବାରୁ  ପଲିସି ଟର୍ମରେ କିଛି ପରିବର୍ତ୍ତନ ଅଣାଯାଇ ଏହାର ପୁନଃ ପ୍ରଚଳନ କରାଯାଇପାରେ ବୋଲି କୁହାଯାଉଛି। ଏହି ବୀମା ଯୋଜନାରେ ଯଦି କେହି ଗ୍ରାହକ ପଲିସି କ୍ରୟ କରିଥିଲେ ତେବେ ତାଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗ୍ରାହକମାନଙ୍କ ପଲିସି ପୂର୍ବ ପରି ଆଗକୁ ମଧ୍ୟ ଜାରି ରହିବ।

ଗ୍ରାହକ ଟେକ୍ ଟର୍ମ ବୀମା ପଲିସି କ୍ରୟ କରିଥାନ୍ତୁ କି ଜୀବନ ଅମର ଉଭୟ ପଲିସି ଲାଗି କମ୍ପାନୀ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବେ।ଗ୍ରାହକଙ୍କୁ ବୀମାର ସମସ୍ତ ସୁବିଧା ମିଳିବ। ତେବେ ପଲିସି ବନ୍ଦ କରିବାର ଅର୍ଥ ଏହାକୁ ଆଗାମୀ ସମୟ ଲାଗି ବନ୍ଦ କରାଯିବା। ଅର୍ଥାତ ଆଗକୁ ଏହି ପଲିସି ଆଉ ବିକ୍ରି ହେବନି। ତେବେ ଯେଉଁ ଗ୍ରାହକ ଏହି ପଲିସି କିଣିଛନ୍ତି ତାଙ୍କୁ ଏହାର ପୁରା ଲାଭ ମିଳିବ। ଏହା ଛଡା ଯେଉଁ ଗ୍ରାହକମାନେ ଏହି ବୀମା ପ୍ଲାନ କ୍ରୟ ଲାଗି ନଭେମ୍ବର ୨୨ ତାରିଖ ସୁଦ୍ଧା ଆବେଦନ କରିଛନ୍ତି ଯଦି ନଭେମ୍ବର ୩୦ ସୁଦ୍ଧା ସେମାନଙ୍କ ଆବେଦନକୁ ମଞ୍ଜୁରି ମିଳିଯାଏ ତେବେ ଏପରି ଗ୍ରାହକଙ୍କୁ ମଧ୍ୟ ଏହି ପଲିସି ମିଳିବ ବୋଲି କୁହାଯାଇଛି।

ଆଇପିଓ ଆଣିବାଠାରୁ ୨୯% ଖସିଲାଣି ଏଲ୍‌ଆଇସି ଶେୟାର; ଲିଷ୍ଟିଂ ପରେ ସବୁଠୁ ଅଧିକ ହ୍ରାସ ଘଟିବାରେ ଏସିଆର ଦ୍ୱିତୀୟ କମ୍ପାନୀ
ନୂଆଦିଲ୍ଲୀ: ସୋମବାର ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଶେୟାର ୬୬୮.୨୦ ଟଙ୍କାରେ ବନ୍ଦ ହୋଇଛି। ଶେୟାର ମୂଲ୍ୟ ହ୍ରାସ ପଛର ବଡ କାରଣ ହେଉଛି ଆଙ୍କର ନିବେଶକଙ୍କ ଲକ-ଇନ ଅବଧି ଶେଷ ହେବା । ଏହାର ଅର୍ଥ ଏଲଆଇସିର ଇସ୍ୟୁରେ ନିବେଶ କରିଥିବା ଆଙ୍କର ନିବେଶକମାେନ ଏବେ ନିଜର ଶେୟାର ବିକ୍ରି କରିପାରିବେ। ଦ୍ୱିତୀୟ କାରଣ ଗତକାଲି ଶେୟାର ବଜାର ତଳମୁହାଁ ହେବା। ଏଥିଯୋଗୁ ଆଜି ସେନ୍‌ସେକ୍ସ ୧୪୫୬ ପଏଣ୍ଟ ତଳକୁ ଖସିଛି।

ଏଲଆଇସିର ଶେୟାର ତାଲିକାଭୁକ୍ତ ହେବା ପରଠାରୁ ୨୯ ପ୍ରତିଶତ ତଳକୁ ଖସିସାରିଛି। ଏହିପରି ଲିଷ୍ଟିଂ ପରେ ସବୁଠୁ ଅଧିକ ତଳକୁ ଖସିଥିବା ଏହା ଏସିଆର ଦ୍ୱିତୀୟ ଶେୟାର ହୋଇଛି। ଏହି ମାମଲାରେ ଏବେବି ପ୍ରଥମ ସ୍ଥାନରେ ଦକ୍ଷିଣ କୋରିଆର କମ୍ପାନୀ ଏଲ୍‌ଜି ଏନର୍ଜୀ ସଲ୍ୟୁସନ୍‌ ରହିଛି। ଏହାର ଶେୟାର ମୂଲ୍ୟ ଲିଷ୍ଟିଂ ପରଠୁ ୩୦ ପ୍ରତିଶତରୁ ଅଧିକ ତଳକୁ ଖସିସାରିଛି। ସୋମବାର ସକାଳେ ଏଲଆଇସିର ଶେୟାର ମୂଲ୍ୟ ୭୦୦ ଟଙ୍କାରୁ କମ୍‌ ଅର୍ଥାତ ୬୯୧ ଟଙ୍କାରେ କାରବାର ଆରମ୍ଭ କରିଥିଲା। କାରବାର ବନ୍ଦ ସମୟରେ ଏଥିରେ ୫.୮୫ ପ୍ରତିଶତ ହ୍ରାସ ହୋଇ ବିଏସ୍‌ଇରେ ୬୬୮.୨୦ ଟଙ୍କାରେ ବନ୍ଦ ହୋଇଥିଲା। ସୋମବାର କ୍ରମାଗତ ଭାବେ ୧୦ମ ଦିନରେ ଏଲଆଇସିର ଶେୟାର ନିମ୍ନଗାମୀ ହୋଇ ବନ୍ଦ ହୋଇଛି। ସୋମବାର ଏଲଆଇସିର ବଜାର ପୁଞ୍ଜି ହ୍ରାସ ହୋଇ ୪.୨୨ ଲକ୍ଷ କୋଟି ଟଙ୍କା ହୋଇଥିଲା। ଏହାସହ ଦେଶର ସବୁଠୁ ଅଧିକ ମୂଲ୍ୟବାନ ଥିବା ଶୀର୍ଷ କମ୍ପାନୀ ତାଲିକାରୁ ଏଲ୍‌ଆଇସି ବାହାର ହୋଇଯାଇଛି। ଏଲ୍‌ଆଇସି ଏବେ ଏହି ସୂଚୀରେ ଷଷ୍ଠ ସ୍ଥାନରେ ରହିଛି। ଲିଷ୍ଟିଂ ହେବା ପରଠାରୁ ଆଜି ଯାଏ ଏହି ଶେୟାର ନିବେଶକଙ୍କ ୧.୭ ଲକ୍ଷ କୋଟି ଟଙ୍କା ବୁଡାଇ ସାରିଛି । ମେ’ ୧୭ରେ ଏଲଆଇସିର ଶେୟାର ପୁଞ୍ଜି ବାଜାରରେ ତାଲିକାଭୁକ୍ତ ହୋଇଥିଲା। ସେହି ସମୟରେ ଏହାର ବଜାର ପୁଞ୍ଜି ୬ ଲକ୍ଷ କୋଟି ରହିଥିଲା। ଏହା ଦେଶର ପଞ୍ଚମ ସବୁଠୁ ବଡ଼ କମ୍ପାନୀ ଥିଲା।

ଏଲଆଇସି ଶେୟାର ମୂଲ୍ୟ ୯୪୯ ଟଙ୍କା
ଭାରତୀୟ ବୀମା ନିଗମ(ଏଲଆଇସି) ପକ୍ଷରୁ  ଆରମ୍ଭ କରାଯାଇଥିବା ଆଇପିଓ  ଗତ ୯ ତାରିଖରେ ଶେଷ ହୋଇଛି। ଆସନ୍ତା ୧୭ ତାରିଖରେ  ଏହାକୁ ଷ୍ଟକ ଏକ୍ସଚେଞ୍ଜ ତାଲିକାଭୁକ୍ତ କରାଯିବ। ତେବେ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲଆଇସି ଶେୟାରର ସ୍ଥାୟୀ ମୂଲ୍ୟ ୯୪୯ ଟଙ୍କା ଘୋଷଣା କରାଯାଇଛି। ଆଇପିଓ ଇସ୍ୟୁ  ସମୟରେ ଏଲଆଇସି ପିଲିସିଧାରୀମାନେ ପ୍ରତି ଶେୟାରକୁ ୮୮୯ ଟଙ୍କା ଏବଂ ସାଧାରଣ ନିବେଶକମାନେ ୯୦୪ ଟଙ୍କାରେ କିଣିଥିଲେ। ତେବେ ଆଇପିଓର ସର୍ବୋଚ୍ଚ ସୀମା ମୂଲ୍ୟ କେନ୍ଦ୍ର ସରକାର ୯୪୯ ଟଙ୍କା ସ୍ଥିର କରିଥିବା ଶୁକ୍ରବାର ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବୀମା ନିଗମରେ ରହିଥିବା ସରକାରୀ ଅଂଶଧନ ମଧ୍ୟରୁ ୩.୫ ପ୍ରତିଶତ ଅଂଶ କେନ୍ଦ୍ର ସରକାର ଆଇପିଓ ଜାରି କରି ବିକ୍ରି କରିଥିଲେ।  ପ୍ରତି ଶେୟାର ପିଛା  ମୂଲ୍ୟ ୯୦୨ ରୁ ୯୪୯ ଟଙ୍କା ମଧ୍ୟରେ  ରଖାଯାଇ ମୋଟ ୨୨.୧୩ କୋଟି ଶେୟାର ବିକ୍ରି କରାଯାଇଥିଲା। ତେବେ ଏଲଆଇସି କର୍ମଚାରୀଙ୍କୁ ଶେୟାର ପିଛା ୪୫ ଟଙ୍କା ଏବଂ ପଲିସିଧାରୀଙ୍କୁ ୬୦ ଟଙ୍କା ରିଆତି ଦିଆଯାଇଥିଲା।

ଏଲଆଇସିର ଆଇପିଓ ବିକ୍ରି ପ୍ରତିବାଦରେ ସିପିଆଇଏମର ବିକ୍ଷୋଭ
ବାଲେଶ୍ଵର: ବାଲେଶ୍ୱର ଏଲଆଇସି କାର୍ଯ୍ଯାଳୟ ସମ୍ମୁଖରେ ସିପିଆଇଏମ ତରଫରୁ ଏଲଆଇସି ର ଆଇପିଓ (ଇନିସିଆଲ ପବ୍ଲିକ ଅଫର ) ବିକ୍ରି ବିରୋଧରେ ପ୍ରତିବାଦ କରି ବିକ୍ଷୋଭ ସଂଗଠିତ ହୋଇ ଯାଇଛି । କେନ୍ଦ୍ରର ବିଜେପି ସରକାର ଏହି ସେୟାର ବିକ୍ରି ପାଇଁ ସେବି ପାଖରେ ଯେଉଁ ଦସ୍ତାବିଜ ଦାଖଲ କରିଛନ୍ତି ସେଥିରେ ସେୟାର ୧.୧ ପ୍ରତିଶତ ରେ ବିକ୍ରି କରିବେ କହିଛନ୍ତି। ଏହା ଛଡା ଏମ୍ବେଡେଡ଼ ମୁଲ୍ୟ କମ କରି ମାତ୍ର ୫.୪୦ ଲକ୍ଷ୍ୟ କୋଟି ଟଙ୍କା ରଖିଛନ୍ତି। ଫଳରେ ଗୋଟିଏ ସେୟାର ମୂଲ୍ୟ ମାତ୍ର ୯୦୪ ରୁ ୯୪୯ ଟଙ୍କା ରହିବ। ଏଥିରୁ ସରକାର ମାତ୍ର ୨୧ ହଜାର କୋଟି ଟଙ୍କାରୁ କିଛି ଅଧିକ ପାଇବେ। ଆଇସିସି, ଏଚଡିଏଫସି ଭଳି ଘରୋଇ ଜୀବନ ବୀମା ସଂସ୍ଥା ମନେ ସେୟାର ଭେଲ୍ଲ୍ୟୁ ୩.୫% ରଖିଛନ୍ତି । ଏଲଆଇସି ଯଦି ଏହି ହାରରେ ସେୟାର ମୂଲ୍ୟ ବିକ୍ରି କରେ ତେବେ ସରକାର ୭୪ ହଜାର କୋଟି ଟଙ୍କା ପାଇ ପାରିବେ । ମାତ୍ର ବିଜେପି ସରକାର ଏଲ ଆଇସିର ଅସଲ ମାଲିକ ୪୨କୋଟି ପଲିସୀ ହୋଲଡରଙ୍କୁ ଅନ୍ଧାରରେ ରଖି ଏହି ସେୟାର ବିକ୍ରି ଆଜିଠୁଁ ଆସନ୍ତା ୯ ତାରିଖ ପର୍ଯ୍ଯନ୍ତ କରୁଛନ୍ତି । ସିପିଆଇଏମ ଏହି ଜନ ବିରୋଧୀ ନୀତି ବିରୁଦ୍ଧରେ ଆଜି ରାଜ୍ୟ ତମାମ ସମସ୍ତ ଏଲଆଇସି ଅଫିସ ସମ୍ମୁଖରେ ବିକ୍ଷୋଭ କରି ଏଲଆଇସି ଚେୟାରମ୍ୟାନ ପାଖକୁ ଦାବି ପତ୍ର ଦିଆ ଯାଇଛି । ଆଜିର ପ୍ରତିବାଦ ସଭାରେ ପ୍ରେମ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ସଂଗଠିତ ସଭାରେ ସିପିଆଇଏମ ଜିଲ୍ଲା ସମ୍ପାଦକ ଶିଶିର ହୁଇ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ନିର୍ମଳ ନାୟକ, ବିଜୟ ପାତ୍ର, ଶ୍ୟାମ ସୁନ୍ଦର ଜେନା, ରାଜ କିଶୋର ଲେଙ୍କା, ପ୍ରଭାକର ବେହେରା, ଷ୍ଟାଲିନ ମିଶ୍ର, ଅକ୍ଷୟ ରଣା ପ୍ରମୁଖ ନେତୃତ୍ୱ ବକ୍ତବ୍ୟ ରଖିଥିଲେ । ପରେ ଏଲଆଇସି କର୍ମଚାରୀ ଆସୋସିଏସନ ତରଫରୁ ଏହି ସେୟାର ବିରୋଧରେ ଆଜି ତାଙ୍କ ଅଫିସ ପ୍ରାଙ୍ଗଣରେ ହୋଇ ଥିବା ପ୍ରତିବାଦ ସଭାକୁ ମଧ୍ୟ ସିପିଆଇଏମ ତରଫରୁ ଅଭିନନ୍ଦନ କରାଯାଇଥିଲା ।

ଦିର୍ଘ ପ୍ରତିକ୍ଷାର ହେବ ଅନ୍ତ : ଆଜି ଆସିବ ଏଲ୍‌ଆଇସି ଆଇପିଓ, ଆଙ୍କର ନିବେଶକଙ୍କ ଭଲ ରେସ୍‌ପନ୍ସ
ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ପ୍ରାରମ୍ଭିକ ପବ୍ଲିକ୍‌ ଅଫର (ଆଇପିଓ) ବୁଧବାର ଆସିବାକୁ ଯାଉଛି। ଆଇପିଓ ପ୍ରତି ଆଙ୍କର ନିବେଶକମାନେ ଭଲ ରେସପନ୍ସ ଦେଖାଇଛନ୍ତି। ଏହି ଆଙ୍କର ନିବେଶକଙ୍କ ଲାଗି ସଂରକ୍ଷିତ ରଖାଯାଇଥିବା ସମସ୍ତ ୫୬୨୦ କୋଟି ଟଙ୍କା ମୂଲ୍ୟର ସମସ୍ତ ଶେୟାର ସବ୍‌ସ୍କ୍ରିପ୍‌ସନ୍‌ ହୋଇଯାଇଛି।

ଏଲଆଇସିର ବହୁପ୍ରତୀକ୍ଷିତ ଆଇପିଓ ବା ପ୍ରାରମ୍ଭିକ ସର୍ବସାଧାରଣ ଅଫର ଆସନ୍ତା ୯ ତାରିଖ ଆବେଦନର ଶେଷ ଦିନ ରହିଛି । ଏଲଆଇସି ପ୍ରାୟ ୨୧ ହଜାର କୋଟି ଟଙ୍କାର ଆଇପିଓ ଅର୍ଥାତ ୨୨ ଦଶମିକ ୧୪ କୋଟି ସେୟାର ବଜାରକୁ ଛାଡିବ । ପ୍ରତ୍ୟେକ ସେୟାରର ମୂଲ୍ୟ ୯୦୨ରୁ ୯୪୯ ଟଙ୍କା ରହିଛି ।ପ୍ରତି ସେୟାରରେ ପଲିସିଧାରୀଙ୍କୁ ୬୦ ଟଙ୍କାର ରିହାତି ମିଳିବ । ଖୁଚୁରା ନିବେଶକ ଓ କର୍ମଚାରୀଙ୍କ ପାଇଁ ୪୫ ଟଙ୍କାର ରିହାତି ଦିଆଯିବ । ଆଇପିଓ ବନ୍ଦ ହେବାର ଏକ ସପ୍ତାହ ପରେ ମେ’ ୧୭ ତାରିଖରେ ସେୟାର ବଜାରରେ ଲିଷ୍ଟ ହେବ । ୩ ଦଶମିକ ୫ ପ୍ରତିଶତ ଅଂଶଧନ ବିକ୍ରି କରିବ । ପୂର୍ବରୁ ଏଲଆଇସିର ଅଂଶଧନ ୫ ପ୍ରତିଶତ ବିକ୍ରୀ ହେବ ବୋଲି ଘୋଷଣା କରାଯାଇଥିଲେ ବି ପରେ ଏହାକୁ କମାଇ ଦିଆଯାଇଛି ।

ଏଲଆଇସିରୁ ୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି ସରକାର । ପୂର୍ବରୁ ମାର୍ଚରେ ଏଲଆଇସିର ଆଇପିଓ ଲଞ୍ଚ ହେବ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ଭାରତ-ୟୁକ୍ରେନ ଯୁଦ୍ଧ ଓ ଆର୍ଥିକ ସ୍ଥିତି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ଗତ ମାସରେ ଆଇପିଓ ପାଇଁ ନୂଆ ଡ୍ରାଫ୍ଟ କାଗଜପତ୍ର ଦାଖଲ କରାଯାଇଥିଲା ।

ଅନ୍ୟପଟେ ଏହି ଆଇପିଓର ସବସ୍କ୍ରିପସନ ପୂର୍ବରୁ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ଆଇପିଓକୁ ନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି। ଆଇପିଓରେ ଶେୟାର ମୂଲ୍ୟନିର୍ଦ୍ଧାରଣକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। କଂଗ୍ରେସ ଅଭିଯୋଗ କରିଛି ଯେ ଦେଶର ୩୦ କୋଟି ପଲିସିଧାରୀଙ୍କ ବିଶ୍ୱାସର ମୂଲ୍ୟ ତୁଳନାରେ ଶେୟାରର ମୂଲ୍ୟ ନଗଣ୍ୟ ଧାର୍ଯ୍ୟ ହୋଇଛି। ଏବେ ସରକାର ଏହାକୁ କମ ମୂଲ୍ୟରେ ଉପସ୍ଥାପନ କରିବାକୁ ଯାଉଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ରଣଦୀପ ସୂର୍ଯ୍ୟୱାଲା ଏହାକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରିଛନ୍ତି। ଗତ ଫେବୃଆରୀରେ ହୋଇଥିବା ମୂଲ୍ୟାୟନରେ ଏଲଆଇସିର ମୂଲ୍ୟ ୧୨ରୁ ୧୪ ଲକ୍ଷ କୋଟି ଟଙ୍କା ଥିଲା। ଏହାକୁ କିପରି ୨ ମାସରେ ୬ଲକ୍ଷ କୋଟି ଟଙ୍କା କରିଦିଆଗଲା ସେ ନେଇ ସୂର୍ଯ୍ୟୱାଲା ପ୍ରଶ୍ନ ଉଠାଇଛନ୍ତି। ଏତିକିରେ ଅଟକି ନାହାନ୍ତି ସୂର୍ଯ୍ୟୱାଲା। ଏଲଆଇସିକୁ ସରକାର ବିକିବାକୁ ଏତେ ଉତ୍ସାହୀ କାହିଁକି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି।