Brajrajnagar by-elections - The Sakala

କଂଗ୍ରେସ ଧୀରେ ଧୀରେ ଶକ୍ତିଶାଳୀ ହେଉଛି, ଆଗକୁ ଆମର ଭଲ ରେଜଲ୍ଟ ଆସିବ : ସୁର ରାଉତରାୟ
ଭୁବନେଶ୍ବର : ଗତକାଲି ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା। ଫଳାଫଳ ମୁତାବକ ପୁଣିଥରେ ବିଜେଡି ଏହି ଆସନରେ ୬୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀନି ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର କିଶୋର ପଟେଲଙ୍କୁ ପରାଜିତ କରିଛନ୍ତି । ଗୋଟିଏ ପଟେ ବିପୁଳ ପରିମାଣର ଭୋଟରେ ବିଜୟୀ ହୋଇ ବିଜେଡି ଉତ୍ସବ ପାଳନ କରୁଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିବାକୁ ନେଇ କଂଗ୍ରେସ ବି ଖୁସି ଅଛି । କାରଣ ବ୍ରଜରାଜନଗର ଆସନରୁ ପୂର୍ବରୁ ବିଧାୟିକା ଥିବା ରାଧାରାଣୀ ପଣ୍ଡା ଚଳିତ ନିର୍ବାଚନରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ ବି ସେ ତୃତୀୟ ସ୍ଥାନରେ ରହିଛନ୍ତି ।

ବିଜେଡି ପ୍ରାର୍ଥୀନି ଅଳକା ମହାନ୍ତି ସମୁଦାୟ ୯୩ ହଜାର ୯୫୩ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୭ ହଜାର ୮୩୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି। ରାଧାରାଣୀଙ୍କୁ ୨୨ ହଜାର ୬୩୦ଟି ଭୋଟ୍ ମିଳିଛି।

ବ୍ରଜରାଜନଗର ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣାୀ ବିଧାୟକ ସୁରେଶ ରାଉତ ରାୟ। କଂଗ୍ରେସ ଧୀରେ ଧୀରେ ଶକ୍ତିଶାଳୀ ହେଉଛି। ଆଗକୁ ଆମେ ଭଲ ରେଜଲ୍ଟ କରିବୁ। ଲୋକମାନେ ପୁଣିଥରେ କଂଗ୍ରେସକୁ ଗ୍ରହଣ କରିବେ। ବିଜେପି ଧୀରେ ଧୀରେ ସଫା ହୋଇଯିବ। ଦେଶରେ ବିଜେପି ସରକାର ସମୟରେ ଦେଶରେ ଯେଉଁଭଳି ଭାବେ ଦରଦାମ ବୃଦ୍ଧି ପାଉଛି ତାହା ଲୋକଙ୍କୁ ଅତିଷ୍ଠ କଲାଣି। ଲୋକ ଏଥର ନିର୍ବାଚନରେ ବିଜେପିକୁ ଟୋଟାଲ ସଫା କରିଦେବେ । କଂଗ୍ରେସ ଲୋକଙ୍କ ସମସ୍ୟା ସହ ଜଡିତ ହୋଇ ପୁଣିଥରେ ଟ୍ରାକକୁ ଫେରୁଛି। ଆଗକୁ ଭଲ ପଦର୍ଶନ କରିବା ସହ କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହେବ ବୋଲି ସୁରେଶ ରାଉତ ରାୟ କହିଛନ୍ତି।

ଅନ୍ୟପଟେ ବ୍ରଜରାଜନଗର ବିଜୟ ପରେ ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି ଯେ ବ୍ରଜରାଜନଗର ଉପ ନିର୍ବାଚନ ସାରା ଦେଶକୁ  ବଡ଼ ସଂକେତ ଦେଇଛି। ଦେଶରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ । ଲୋକେ ବିକାଶ ସହ ରହିଛନ୍ତି । ଏବେ ବିରୋଧି ଦଳ ମଧ୍ୟରେ ଦ୍ୱିତୀୟ ପାଇଁ ଲଢେଇ ଚାଲିଛି । ସେହିପରି କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି କି ଏହି ଉପ ନିର୍ବାଚନର ଫଳାଫଳ କଂଗ୍ରେସର ମୋଡ ବଦଳାଇବ । ଶରତ ପଟ୍ଟନାୟକ ଏହି ଫଳାଫଳକୁ କଂଗ୍ରେସର ଟର୍ଣ୍ଣିପଏଣ୍ଟ ବୋଲି କହିବା ସହ ଏବେ ବିଜେଡି ସହ କଂଗ୍ରେସର ଲଢେଇ ହେବ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି । ଦଳ ଶୃଙ୍ଖଳିତ ଭାବେ ନିର୍ବାଚନ ଲଢିବାରୁ ଦ୍ୱିତୀୟ ସ୍ଥାନରେ ପହଂଚିପାରିଛି ବୋଲି ସେ କହିଛନ୍ତି ।

ସେପଟେ ବିଜେପି କିନ୍ତୁ ତାର ଶୋଚନୀୟ ପରାଜୟକୁ ସହଜରେ ଗ୍ରହଣ କରିପାରୁନି। ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣୁଥିବା ବେଳେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଯେ ଆମର ପରିଚାଳନାଗତ ତ୍ରୁଟି ପାଇଁ ଭୋଟ୍ କମିଲା। ବିଜେଡିର ତୃଣମୂଳ ସ୍ତରରେ ସଙ୍ଗଠନ ବେଶ ସୁଦୃଢ କରିଛି। ଯାହା ଫଳରେ ସେମାନେ ବିଜୟୀ ହେଲେ।

ବ୍ରଜରାଜନଗର ବାଜି ଜିତିଲା ବିଜେଡି, ୬୬ ହଜାରରୁ ଅଧିକ ଭୋଟରେ ଅଳକା ମହାନ୍ତି ବିଜୟୀ
ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଅଳକା ମହାନ୍ତି । ୬୬ ହଜାର ୧୨୨ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି ।

ଚଳିତ ଉପନିର୍ବାଚନରେ ବିଜେପିକୁ ପଛରେ ପକାଇ ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ । ଗଣତି ପରଠାରୁ ଦ୍ବିତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ତେବେ ବିବେକର ଏହି ମୁକାବିଲାରେ କଂଗ୍ରେସ ଆଗେଇ ଦ୍ବିତୀୟ ସ୍ଥାନ ହାସଲ କରିଛି । କଂଗ୍ରେସ ବ୍ରଜରାଜନଗରରେ ଏକ ହୋଇ ଲଢ଼େଇ କରିଥିଲା । ସବୁ ବିଧାୟକ ଗାଁ ଗାଁ ବୁଲି ପ୍ରଚାର କରିଥିଲେ । ଯାହାର ଫଳ ବ୍ରଜରାଜନଗର ଉପନିର୍ବାଚନରେ ଦେଖିବାକୁ ମିଳିଛି । ଉଭୟ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଉପରେ ଭରସା କରିଥିଲେ ମଧ୍ୟ ବିଜେପିକୁ ଲୋକ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସକୁ ପ୍ରଚାରର ଫଳ ମିଳିଥିବା ଦଳ କହିଛି ।

ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଧର୍ମପତ୍ନୀ ହେଉଛନ୍ତି ଅଳକା ମହାନ୍ତି । ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ମେ ୩୧ ତାରିଖରେ ମତଦାନ ହେବା ପରେ ଆଜି ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିପୁଳ ସମର୍ଥନରେ ବିଜେଡି ପ୍ରାର୍ଥୀ ଅଳକା ବାଜିମାତ୍ କରିଛନ୍ତି।

କାହାର ହେବ ବ୍ରଜରାଜନଗର; ଆଜି ଆସିବ ଜନାଦେଶ, ଆରମ୍ଭ ହେଲା କାଉଣ୍ଟିଂ
ବ୍ରଜରାଜନଗର: କିଏ ହେବ ବ୍ରଜରାଜନଗରର ନୂଆ ବିଧାୟକ । କାହାକୁ ବିଧାୟକ ରୂପେ ବାଛିଛନ୍ତି ଜନତା । ଆଜି ଆସିବ ଜନାଦେଶ । ଆଉ କିଛି ସମୟରେ ଆସିବ ପ୍ରାରମ୍ଭିକ ଚିତ୍ର । ଖୋଲିବ ଇଭିଏମ ଗଣାହେବ ଭୋଟ । ରାଜ୍ୟର ବହୁ ଚର୍ଚ୍ଚିତ ଓ ହଟ୍ ସିଟ୍‌ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟିଂ। ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି କରାଯାଉଛି । ଏହାପରେ ଖୋଲିବ ଇଭିଏମ୍ । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ଗଣତି କେନ୍ଦ୍ର ହୋଇଛି । ମୋଟ୍ ୧୪ଟି ଟେବୁଲରେ ୨୦ଟି ରାଉଣ୍ଡରେ ଗଣତି ହେଉଛି ।

୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ରହିବେ ୪ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ। ଗଣତି ଏଜେଣ୍ଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଣ୍ଟର ମଧ୍ୟ କରାଯାଇଛି । ଏଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗଣତି ନେଇ ତଥ୍ୟ ପାଇପାରିବେ । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

ସେପଟେ ଗଣତି ପୂର୍ବରୁ ବିଜୟ ନେଇ ସବୁ ଦଳର ପ୍ରାର୍ଥୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ବିପୁଳ ଭୋଟରେ ବିଜୟୀ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ଦ୍ବିତୀୟ ତୃତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ଲଢୁଛନ୍ତି ବୋଲି କହିଛି ।

ବ୍ରଜରାଜନଗର ଲଢ଼େଇ : ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ୩୧ରେ ପଡ଼ିବ ବାଇ-ଇଲେକ୍ସନ ଭୋଟ୍
ଭୁବନେଶ୍ୱର/ବ୍ରଜରାଜନଗର : ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ଅକସ୍ମାତ ସରଗରମ ହୋଇ ଉଠିଛି ବ୍ରଜରାଜନଗର ରାଜନୀତି। ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ଯୋଗୁଁ ଖାଲି ପଡ଼ିଥିବା ବ୍ରଜରାଜନଗର ବିଧାନସଭା କ୍ଷେତ୍ର ନିମନ୍ତେ ଆସନ୍ତାକାଲି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଏହି ସ୍ଥିତିରେ ବିଭିନ୍ନ ରାଜନୈତିକ ଦଳର ଟିକେଟ ଆଶାୟୀମାନେ ରାଜଧାନୀରେ ଡେରା ପକାଇଥିବାବେଳେ ଦଳୀୟ ନେତାମାନେ ପରିସ୍ଥିତି ଅନୁଧ୍ୟାନ ପାଇଁ ବ୍ରଜରାଜନଗରରେ ପହଞ୍ଚିଛନ୍ତି।ଦୀର୍ଘକାଳ ଧରି ବିଜେଡି ପାଇଁ ଅପହଞ୍ଚ ଥିଲା ବ୍ରଜରାଜନଗର ବିଧାନସଭା କ୍ଷେତ୍ର। ସିପିଏମ୍‍ ଓ କଂଗ୍ରେସ ଦୀର୍ଘକାଳ ଧରି ଏହି ନିର୍ବାଚନ କ୍ଷେତ୍ରକୁ କବ୍‍ଜା କରି ରଖିଥିଲେ। ବାମପନ୍ଥୀ ନେତା ପ୍ରସନ୍ନ କୁମାର ପଣ୍ଡା ୧୯୮୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୧୫ ବର୍ଷ ଓ ଏହାପରେ କଂଗ୍ରେସର ଅନୁପ ସାଏ ଏହି ଅଞ୍ଚଳରୁ କ୍ରମାଗତ ଭାବରେ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡ଼ି ପ୍ରଥମଥର ପାଇଁ କିଶୋର ମହାନ୍ତିଙ୍କ ଜରିଆରେ ବ୍ରଜରାଜନଗରରେ ପାଇଥିଲା ସଫଳତା। ୧୨ ହଜାରରୁ ଅଧିକ ଭୋଟରେ ସେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ପରାଜିତ କରିଥିଲେ।

ଏହି ସ୍ଥିତିରେ ବ୍ରଜରାଜନଗର ନିର୍ବାଚନ କ୍ଷେତ୍ରକୁ ପ୍ରଥମ ଥର ପାଇଁ ଦଖଲ କରିଥିବା ବିଜେଡି କୌଣସି ପରିସ୍ଥିତିରେ ଏହି ଆସନକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ଗତ ଦଶନ୍ଧି ଓ ଚଳିତ ଦଶନ୍ଧିରେ ଅନୁଷ୍ଠିତ ସବୁ ଉପନିର୍ବାଚନରେ ଅପରାଜେୟ ସାବ୍ୟସ୍ତ ହୋଇଥିବା ବିଜେଡି ବ୍ରଜରାଜନଗରରେ ସହଜ ବିଜୟ ପାଇଁ ଏକ ଦୃଢ଼ ଓ ତ୍ରିସ୍ତରୀୟ ଯୋଜନା ପ୍ରସ୍ତୁତ କରିଛି। ଉପନିର୍ବାଚନ ସଫଳତା ଇତିହାସ ବିଜେଡି ସପକ୍ଷରେ ରହିଛି ଏବଂ ବ୍ରଜରାଜନଗର ଏହାକୁ ପୁନରାବୃତ୍ତି କରିବ ବୋଲି ଦଳୀୟ ନେତା ଆଶା ବାନ୍ଧିଛନ୍ତି। ଅତୀତରେ ବିଜେପୁରରେ ପରଲୋକଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ, ପିପିଲିରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ, ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସ, ପାଟକୁରାରେ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କ କ୍ଷେତ୍ରରେ ବିଜେଡି ଯେଉଁ ଫର୍ମୁଲା ଆପଣେଇଥିଲା ସମ୍ଭବତଃ ବ୍ରଜରାଜନଗରରେ ଅନୁରୂପ ସୂତ୍ର ଦଳ ଆପଣେଇପାରେ ଏବଂ କିଶୋରଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଏ କ୍ଷେତ୍ରରେ ଚୂଡ଼ାନ୍ତ ହୋଇଥିବାରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଏହା ସତ୍ତ୍ବେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିଜୟ ନିମନ୍ତେ ଦଳ ପକ୍ଷରୁ ବ୍ରଜରାଜନଗରରେ ସମରାଭ୍ୟାସ ଆରମ୍ଭ ହୋଇଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବ୍ରଜରାଜନଗରରେ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ପକ୍ଷରୁ ବ୍ରଜରାଜନଗରର ପ୍ରାର୍ଥିତ୍ୱ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଦଳୀୟ ନେତାମାନେ ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ତାଙ୍କର ପ୍ରାର୍ଥିତ୍ୱ ଦାବି ଦଳ ନିକଟରେ ରଖିଛନ୍ତି। ଦଳ ପକ୍ଷରୁ ତାଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ବୋଲି ଉଲ୍ଲେଖ କରି ସେ ନିର୍ବାଚନ ଲଢ଼ିବାକୁ ନିଜର ଆଗ୍ରହବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଟଙ୍କଧର ତ୍ରିପାଠୀ ମଧ୍ୟ ବ୍ରଜରାଜନଗରରୁ ପ୍ରାର୍ଥର୍ୀ ହେବାକୁ ଆଶାୟୀ ବୋଲି ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି। ସେ ମଧ୍ୟ ନିଜର ପ୍ରାର୍ଥିତ୍ୱ ଦାବି ଦଳ ନିକଟରେ ରଖିଥିବା କୁହାଯାଉଛି। ଏହାବ୍ୟତୀତ ସ୍ଥାନୀୟ ଅଞ୍ଚଳର ଆଉ କିଛି ନେତା ମଧ୍ୟ ବ୍ରଜରାଜନଗରରୁ ନିର୍ବାଚନ ଲଢ଼ିବାକୁ ଆଗ୍ରହବ୍ୟକ୍ତ କରିଥିବା ଜଣାପଡ଼ିଛି।

କଂଗ୍ରେସ ପକ୍ଷରୁ ବ୍ରଜରାଜନଗରରେ କାହାକୁ ପ୍ରାର୍ଥୀ କରାଯିବ ତାହା ଚୂଡ଼ାନ୍ତ ହୋଇନାହିଁ। ପିସିସି ସଭାପତି ନିର୍ବାଚନକୁ ନେଇ ଦଳୀୟ ନେତା, ବିଧାୟକମାନେ ଏବେ ବ୍ୟସ୍ତ ଅଛନ୍ତି। ଆସନ୍ତା ୫ ତାରିଖରେ ଦଳୀୟ ବିଧାୟକମାନେ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ସମ୍ଭବତଃ ଏହା ପରେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ ହେବ ବୋଲି ମନେ କରାଯାଉଛି। ଦଳର ବରିଷ୍ଠ ନେତା କିଶୋର ପଟେଲ ବ୍ରଜରାଜନଗରରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

୨୦୧୪ ବିଧାନସଭା ନିର୍ବାଚନରେ କିଶୋର ପଟେଲ ଏଠାରୁ ପ୍ରାର୍ଥୀ ହୋଇଥିଲେ ଓ ପ୍ରାୟ ୩୮ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ମାତ୍ର ୨୦୧୯ ବିଧାନସଭା ନିର୍ବାଚନରେ ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଆଇକୁ ସମର୍ଥନ ଦେଇଥିଲା। ଯାହାର ପରିଣତିସ୍ୱରୂପ କଂଗ୍ରେସର ଭୋଟବ୍ୟାଙ୍କ ଏଠାରେ ବିଭାଜିତ ହୋଇ ବିଜେପି ଓ ବିଜେଡି ଆଡ଼କୁ ଯାଇଥିଲା। ଏବେ ସେହି ଭୋଟକୁ ଫେରାଇ ଆଣି କଂଗ୍ରେସ ପୁଣି ଯେ ଏଠାରେ ନିଜକୁ ସୁଦୃଢ଼ କରିପାରିବ ଓ ଦଳୀୟ ପ୍ରାର୍ଥୀ ୨୦୧୪ ଅନୁରୂପ ଭୋଟ ପାଇବେ ତାହାକୁ ନେଇ ଏବେ ବି ଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ବ୍ରଜରାଜନଗର ଲଢ଼େଇ ଲାଗି କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।