akshaya tritiya - The Sakala
ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ
ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ଶୁକ୍ଳ ତୃତୀୟା ‘ଅକ୍ଷୟ ତୃତୀୟା’ ଭାବେ ପରିଚିତ। କୃଷକ ଏହିଦିନ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହା ଅତ୍ୟନ୍ତ ଶୁଭଦିନ ହୋଇଥିବାରୁ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ଭଳି ମାଙ୍ଗଳିକ କାର୍ଯ୍ୟ କରାଯାଏ। କେବଳ ସେତିକି ନୁହେଁ, ଏହି ତିଥିରେ ଶ୍ରୀଜିଉମାନଙ୍କର ରଥ ନିର୍ମାଣ ଅନୁକୂଳ ହୁଏ।
ପୌରାଣିକ ଦୃଷ୍ଟିକୋଣରୁ ଏହି ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ। ଏହି ଦିନକୁ ସତ୍ୟ ଯୁଗର ପ୍ରାରମ୍ଭ ଦିବସ ରୂପେ ଗ୍ରହଣ କରାଯାଇଛି । ଅକ୍ଷୟ ତୃତୀୟାରେ ମହର୍ଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ଏହି ଦିନ ସ୍ବର୍ଣ୍ଣ କ୍ରୟ କଲେ ମା’ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂର୍ଣ୍ଣ କରନ୍ତି ବୋଲି ବିଶ୍ବାସ ଅଛି। ଏହି ଦିନକୁ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ।  ‘ଗୀତଗୋବିନ୍ଦ’ର ରଚୟିତା କବି ଜୟଦେବ ଅକ୍ଷୟ ତୃତୀୟା ଦିନ ଜନ୍ମଗ୍ରହଣ କରିଥିଲେ ବୋଲି କୁହାଯାଏ। ବଦ୍ରି-ନାରାୟଣ କପାଟ ଏହି ଦିନ ଖୋଲିଥାଏ । ମା’ ଗଙ୍ଗା ମଧ୍ୟ ଏହି ଦିନ ମର୍ତ୍ତ୍ୟରେ  ଅବତରଣ କରିଥିଲେ ବୋଲି କିମ୍ବଦନ୍ତୀ କୁହେ।
ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ ପାଇଁ ଅନୁକୂଳ କରାଯାଏ। ବିଧି ଅନୁସାରେ, ତିନିଖଣ୍ଡି ଧଉରା କାଠରେ ମନ୍ତ୍ରରେ ପୂଜିତ କୁରାଢ଼ି ଲଗାଇ ବନଜାଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥାଏ । ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୁଏ। କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜୀବିତ ରହିଛି। ଏହି ପବିତ୍ର ଦିନରେ ଯେକୌଣସି ଧର୍ମକାର୍ଯ୍ୟ କଲେ କ୍ଷୟ ନ ହୋଇ ଅକ୍ଷୟ ହୋଇ ରହିଥାଏ ବୋଲି ବିଶ୍ବାସ ରହିଛି।
ସରକାରୀ ଅନୁମତି ମିଳିବାରେ ବିଳମ୍ବ: ସୁନା ଓ ରୁପା ଆମଦାନୀ ଉପରେ ରୋକ୍ ଲଗାଇଲେ ଭାରତୀୟ ବ୍ୟାଙ୍କ
ନୂଆ ସରକାରୀ ଅନୁମତି ମିଳିବାରେ ବିଳମ୍ବ ହେତୁ ଭାରତୀୟ ବ୍ୟାଙ୍କଗୁଡ଼ିକ ବିଦେଶୀ ଯୋଗାଣକାରୀଙ୍କଠାରୁ ସୁନା ଏବଂ ରୁପା ଆମଦାନୀକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛନ୍ତି। ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ (DGFT) ପକ୍ଷରୁ ନୂତନ ଆର୍ଥିକ ବର୍ଷ ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି ନହେବା କାରଣରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ କଷ୍ଟମ୍ସ କ୍ଲିୟରାନ୍ସ ଅଭାବରୁ ବିମାନବନ୍ଦର ଓ ବନ୍ଦରଗୁଡ଼ିକରେ ଟନ୍ ଟନ୍ ମୂଲ୍ୟବାନ ଧାତୁ ଅଟକି ରହିଥିବା ସୂଚନା ମିଳିଛି।
ସୀମା ଶୁଳ୍କ ବିଭାଗରେ ଅଟକିଛି ଟନ୍ ଟନ୍ ସୁନା-ରୁପା
ପ୍ରତିବର୍ଷ ଏପ୍ରିଲ୍ ମାସ ଆରମ୍ଭରେ ସୁନା ଓ ରୁପା ଆମଦାନୀ ପାଇଁ ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଥାଏ। ପୂର୍ବ ଆଦେଶର ବୈଧତା ଗତ ମାର୍ଚ୍ଚ ୩୧, ୨୦୨୬ ରେ ଶେଷ ହୋଇଯାଇଛି। ତେବେ ଚଳିତ ବର୍ଷ ନୂଆ ଅନୁମୋଦନ ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ବ୍ୟାଙ୍କଗୁଡ଼ିକ ନୂଆ ଅର୍ଡର ଦେବା ବନ୍ଦ କରିଦେଇଛନ୍ତି। ବଜାର ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, କଷ୍ଟମ୍ସ କ୍ଲିୟରାନ୍ସ ନହେବା କାରଣରୁ ବର୍ତ୍ତମାନ ପ୍ରାୟ ୫ ଟନ୍ ସୁନା ଏବଂ ୮ ଟନ୍ ରୁପା ଅଟକି ରହିଛି। ପୂର୍ବ ଅର୍ଡରଗୁଡ଼ିକ ରିଲିଜ୍ ନହେବା ପର୍ଯ୍ୟନ୍ତ ନୂଆ ଅର୍ଡର ଦେବାର କୌଣସି ଅର୍ଥ ନାହିଁ ବୋଲି ବୁଲିୟନ୍ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।
ଅକ୍ଷୟ ତୃତୀୟା ପୂର୍ବରୁ ଦର ବୃଦ୍ଧି ଆଶଙ୍କା
ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ଗ୍ରାହକ ଏବଂ ରୁପାର ସବୁଠାରୁ ବଡ଼ କ୍ରେତା ଅଟେ। ଆମଦାନୀ ବନ୍ଦ ରହିବା କାରଣରୁ ସ୍ଥାନୀୟ ବଜାରରେ ଏହାର ସିଧାସଳଖ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବିଶେଷକରି ଆଗକୁ ହିନ୍ଦୁମାନଙ୍କର ପ୍ରମୁଖ ପର୍ବ ଅକ୍ଷୟ ତୃତୀୟା ଆସୁଥିବାରୁ ସୁନା ବଜାରରେ ଚାହିଦା ବୃଦ୍ଧି ପାଇବା ସ୍ୱାଭାବିକ। ଏଭଳି ସମୟରେ ଯୋଗାଣ ବ୍ୟାହତ ହେଲେ ଖୁଚୁରା ବଜାରରେ ସୁନା ଏବଂ ରୁପା ଦରରେ ଅହେତୁକ ବୃଦ୍ଧି ଘଟିବା ସହ ପ୍ରିମିୟମ୍ ଚାର୍ଜ ମଧ୍ୟ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
ଅନୁକୂଳ ହେଲା ରଥ ନିର୍ମାଣ, ଶାଢୀ ବନ୍ଧାଇଲେ ରଥ ନିର୍ମାଣକାରୀ ସେବକ
ପୁରୀ: ଆସନ୍ତା ଜୁନ୍‌ ୨୭ ତାରିଖରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ ଅନୁକୂଳ ହୋଇଛି। ଅପରାହ୍ନ ୫ଟା ୩୫ରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ଶ୍ରୀନଅର ସମ୍ମୁଖରେ ପହଞ୍ଚିଥିଲା। ଅନୁକୂଳ ପାଇଁ ରଖାଯାଇଥିବା କାଠରେ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା। ଏହି ଅବସରରେ ରଥ ନିର୍ମାଣରେ ନିୟୋଜିତ ସେବକଙ୍କର ଶାଢୀ ବନ୍ଧା ଯାଇଥିଲା।
ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ସ୍ନାନ କରାଯାଇ ରଖାଯାଇଥିଲା। ଦେଉଳ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣ ଅପରାହ୍ନରେ ରଥଖଳାରେ ବନଯାଗର ସଂକ୍ଷିପ୍ତ ପଦ୍ଧତିରେ ରଥକାଠ ଅନୁକୂଳ ନୀତି କରିଥିଲେ। ଶ୍ରୀମନ୍ଦିରରୁ ବୈଷ୍ଣବାଗ୍ନି ଆଣି ହୋମରେ ଅଗ୍ନି ସ୍ଥାପନା କରାଯାଇଥିଲା। ନୃସିଂହ ମନ୍ତ୍ରରେ ଆହୁତି ଦିଆଯାଇଥିଲା। ଏହାପରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ନୂତନ ଭାବେ ଅଣାଯାଇଥିବା ତିନୋଟି କୁରାଢି ଅଭିମନ୍ତ୍ରିତ କରି ପୂଜା କରାଯାଇଥିଲା। ରାଜ ପ୍ରତିନିଧି ରାଜଗୁରୁ ଦେବୀ ପ୍ରସାଦ ରାଜଗୁରୁ, ଆଚାର୍ଯ୍ୟ ଭାବେ ଦେଉଳ ପୁରୋହିତ ସିଦେ୍ଧଶ୍ୱର ମହାପାତ୍ର ପ୍ରମୁଖ ଏଥିରେ ସାମିଲ ଥିଲେ। ସେପଟେ ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣ ଦୁଇ ଦେବଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ପାଲିଙ୍କିରେ ବିଜେ କରାଇଥିଲେ। ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଣିବିମାନରେ ବିଜେ କରାଇଥିଲେ। ଏହାପରେ ମାଳଫୁଲ ଲାଗି ବିଜେ କାହାଳୀ ବାଜିଥିଲା। ତିନିଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ତିନିଗୋଟା ଆଜ୍ଞାମାଳ ନେଇ ପାଲିଙ୍କି ଓ ବିମାନ ଆଗେ ଆଗେ ରଥଖଳାକୁ ଯାଇଥିଲେ। ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ଶୋଭାଯାତ୍ରାରେ ପାଲିଙ୍କି ଓ ବିମାନରେ ଠାକୁରଙ୍କୁ ନେଇ ସିଂହଦ୍ୱାର ଦେଇ ବଡ଼ଦାଣ୍ଡକୁ ଓହ୍ଲାଇ ରଥଖଳାରେ ପହଞ୍ଚିଥିଲେ। ଠାକୁରଙ୍କ ପଛେ ପଛେ ବିମାନରେ ପଞ୍ଚ ମହାଦେବ ଆସିଥିଲେ। ଏହାପରେ ତିନିଠାକୁରଙ୍କ ତିନିଗୋଟା ଆଜ୍ଞାମାଳ ୩ ଖଣ୍ଡ କାଠରେ ବିଜେ କରାଯାଇଥିଲା। ଦେଉଳ ପୁରୋହିତ ପୂଜା ହୋଇଥିବା ସୁନା କୁରାଢିରେ ସ୍ପର୍ଶ କରି ରଥ ନିର୍ମାଣ ଅନୁକୂଳ କରିଥିଲେ।
ଏହି ଅବସରରେ ରଥକାର୍ଯ୍ୟ ନିମନ୍ତେ ବିଶ୍ୱକର୍ମାମାନଙ୍କୁ ବରଣ କରାଯାଇଥିଲା। ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଉପସ୍ଥିତିରେ ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ରଥ ନିର୍ମାଣ ସହିତ ସମ୍ପୃକ୍ତ ବିଶ୍ୱକର୍ମାଙ୍କୁ ଶାଢି ବାନ୍ଧିଥିଲେ। ତିନିବାଡର ମୁଖ୍ୟ ବିଶ୍ୱକର୍ମା ନନ୍ଦିଘୋଷ ରଥର ବିଜୟ କୁମାର ମହାପାତ୍ର, ବଡଠାକୁରଙ୍କ ତାଳଧ୍ୱଜ ରଥର ନରସିଂହ ମହାପାତ୍ର, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ନାରାୟଣ ମହାରଣାଙ୍କ ସମେତ ୮ ଜଣ ମହାରଣା ଶାଢୀ ବନ୍ଧାଇଥିଲେ। ସେହିପରି ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ, ରୂପକାର ସେବକ ପ୍ରମୁଖ ଶାଢି ବନ୍ଧାଇଥିଲେ। ଶ୍ରୀମନ୍ଦିରରୁ ଆସିଥିବା ତିନି ଆଜ୍ଞାମାଳ ରଥକାଠରେ ଲାଗି ହେବା ପରେ ତିନିବାଡ଼ର ବିଶ୍ୱକର୍ମା ଉକ୍ତ ଆଜ୍ଞାମାଳକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ ଚର୍ଚ୍ଚିକା ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। ରଥ ନିର୍ମାଣ ଅନୁକୂଳ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି ବିନୀତ୍‌ ଅଗ୍ରୱାଲଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଥାଉ କି, ବୁଧବାର ପୂଜା ହୋଇଥିବା ତିନିଖଣ୍ଡ ଧଉରା କାଠରେ ନୃସିଂହ ଚତୁର୍ଦ୍ଦଶୀ ଦିନ ରଥର କଣଗୁଜ ଅନୁକୂଳ ହେବ। ରୂପକାର ସେବକମାନେ କଣଗୁଜ ତଥା ନୃସିଂହ ଗୁଜ ନିର୍ମାଣ କରିବେ।
ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭଦିନ ବୋଲି କୁହାଯାଇଛି। ତେବେ ଏହି ଦିନ କିଛି କାମ ଏଭଳି ଅଛି, ଯାହାକୁ କରିବା ଦ୍ବାରା ଧନଲାଭ ହୁଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ।
ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ଅଭିଷେକ
ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଅଭିଷେକ ସମୟରେ ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ।
ଶ୍ରୀସୁକ୍ତ ପାଠ: ଧର୍ମ ଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନ୍ତ୍ର ଓ ସ୍ତୁତି ପାଠ କରନ୍ତୁ। ଏଥିରୁ ଶ୍ରୀସୁକ୍ତ ଅନ୍ୟତମ। ଅକ୍ଷୟ ତୃତୀୟାରେ ନାଲି ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ ଏବଂ ଶ୍ରୀସୁକ୍ତ ପାଠ କରନ୍ତୁ।
ରାଶି ଅନୁସାରେ ମନ୍ତ୍ର ଜପ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ରାଶି ଅନୁସାରେ ମନ୍ତ୍ର କୁହାଯାଛି। ଏହି ମନ୍ତ୍ରକୁ ଅକ୍ଷୟ ତୃତୀୟାରେ କରିବା ଦରକାର। ଅବଶ୍ୟ ଏହା ପୂର୍ବରୁ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଜରୁରୀ।
ଘରେ ଯନ୍ତ୍ର ସ୍ଥାପନା: ଜ୍ୟୋତିଷ ଶାସ୍ତ୍ରରେ ଅନେକ ବିଶେଷ ଯନ୍ତ୍ର ସମ୍ପର୍କରେ କୁହାଯାଇଛି। ଏହା ଦ୍ବାରା ଧନଲାଭ ଯୋଗ ସୃଷ୍ଟି ହୁଏ। ଶ୍ରୀଯନ୍ତ୍ର, ମହାଲକ୍ଷ୍ମୀ ଯନ୍ତ୍ର, ମଙ୍ଗଳ ଯନ୍ତ୍ର ଏବଂ କନକଧାର ଯନ୍ତ୍ର ପ୍ରମୁଖ ଅଛି। ଏଥିରୁ ଯେକୌଣସି ଗୋଟିଏ ଯନ୍ତ୍ରକୁ ଅକ୍ଷୟ ତୃତୀୟାରେ ଘରେ ସ୍ଥାପନା କରି ପୂଜା କରନ୍ତୁ। ନିତିଦିନ ଏହାକୁ ପୂଜା କରିବା ଦ୍ବାରା ଅର୍ଥାଭାବ ରହିବ ନାହିଁ।
ଅକ୍ଷୟ ତୃତୀୟା, ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ। ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ’ ୧୦ ତାରିଖ ଶୁକ୍ରବାରରେ ପଡ଼ୁଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ। ସେଥିପାଇଁ ଏହି ଦିନକୁ ବହୁତ ଶୁଭ ବୋଲି କୁହାଯାଏ । ଖାସ୍‌ ସେଥିପାଇଁ ଏହି ଦିନ ବିବାହ, ନିର୍ବନ୍ଧ, ଗୃହ ପ୍ରବେଶ ସମେତ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରାଯାଇଥାଏ। ଅକ୍ଷୟ ତୃତୀୟାରେ ସୁନା ଓ ରୁପା କିଣିବା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ବୋଲି କୁହାଯାଏ। ଏହି ଦିନ ନୂଆ କାର୍ଯ୍ୟର ଆରମ୍ଭ କରିବାରେ ମଧ୍ୟ ଜୀବନରେ ସଫଳତା ମିଳିଥାଏ । ତେବେ ଅକ୍ଷୟ ତୃତୀୟା ଦିନ କିଛି ବାସ୍ତୁ ନିୟମ ପାଳନ କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି। ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ସଂପର୍କରେ…
-ଅକ୍ଷୟ ତୃତୀୟା ଦିନ ଘର କିମ୍ବା ବ୍ୟବସାୟିକ ସ୍ଥଳର ଉତ୍ତର କିମ୍ବା ପୂର୍ବ ଦିଗରେ ଧନ ରଖନ୍ତୁ। ଏହାଦ୍ବାରା ଧନ ସମ୍ପତ୍ତି ବୃଦ୍ଧି ପାଇବା ସହ ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ।
-ଏହି ଦିନ ଘର କିମ୍ବା ବ୍ୟବସାୟିକ ସ୍ଥଳରେ ବୁଢ଼ିଆଣୀ ବସା ଥିଲେ ବାହାର କରିଦିଅନ୍ତୁ। ଏହା ଧନ ଆଗମନରେ ବାଧା ସୃଷ୍ଟି କରିଥାଏ ବୋଲି କୁହାଯାଏ।
-ଅକ୍ଷୟ ତୃତୀୟା ଦିନ ଘରର ଉତ୍ତର ଦିଗରେ ଦର୍ପଣ ଲଗାଇବା ଦ୍ବାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ। ଘରେ ଧନ ଓ ଆୟ ବୃଦ୍ଧି ପାଇଥାଏ।
-ଅକ୍ଷୟ ତୃତୀୟା ଦିନ ଯେଉଁଭଳି ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି ସେମିତି ଫଟୋ ଘରେ ଲଗାଇବା ଦ୍ବାରା ଅର୍ଥ ଆଗମନ ମାର୍ଗ ପ୍ରଶସ୍ତ ହୋଇଥାଏ।
-ଏହି ଦିନ ଘରକୁ ଶ୍ରୀଯନ୍ତ୍ର ଆଣି ପୂଜା କରିବା ଦ୍ବାରା ଘର ଧନଧାନ୍ୟରେ ପୂରି ଉଠେ।
-ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଏବଂ ଦକ୍ଷିଣ ଦିଗରେ ଦୀପ ରଖନ୍ତୁ। ଏଭଳି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ  ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳିତ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟା। ବାସ୍ତୁଶାସ୍ତ୍ର ଅନୁସାରେ, ଅକ୍ଷୟ ତୃତୀୟାର ଅନେକ ମହତ୍ତ୍ବ ରହିଛି। ତେଣୁ ଏହିଦିନ କିଛି ବାସ୍ତୁ ନିୟମ ଆପଣାଇବା ଦ୍ବାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହିତ ପରିବାରରେ ସୁଖସମୃଦ୍ଧି ଆସିଥାଏ। ତେବେ, ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟାରେ କେଉଁସବୁ ବାସ୍ତୁ ନିୟମ ମାନିବା ଉଚିତ।
ଏହି ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବେ ପୂଜା କରାଯାଏ। ତେଣୁ ଏହି ଶୁଭ ଦିନରେ ଘରକୁ ସମ୍ପୂର୍ଣ୍ଣ ପରିଷ୍କାର ରଖିବା ଉଚିତ। ଘରେ ବୁଢ଼ିଆଣୀ ଜାଲ ବା ଅଇଁଠା ବାସନକୁସନ ରଖନ୍ତୁ ନାହିଁ । ବାସ୍ତୁ ଅନୁସାରେ, ଏପରି ଜିନିଷ, ଧନର ରାସ୍ତାରେ ବିଘ୍ନ ସୃଷ୍ଟି କରେ। ତେଣୁ ଅକ୍ଷୟ ତୃତୀୟା ଦିନ ଘରର ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ।
ଯଦି ଘରର ଟ୍ୟାପରୁ ପାଣି ସବୁବେଳେ ଝରୁଛି , ତେବେ ଅକ୍ଷୟ ତୃତୀୟା ଦିନ ଏହାକୁ ଠିକ୍ କରିନିଅନ୍ତୁ। ବାସ୍ତୁ ଅନୁଯାୟୀ, ଟ୍ୟାପରୁ ଲଗାତାର ପାଣି ବୋହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ହେଉଛି, ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଘରର ପାଣିକଳକୁ ସଜାଡ଼ି ନିଅନ୍ତୁ।
ଅକ୍ଷୟ ତୃତୀୟା ଦିନ, ଘରେ କିମ୍ବା ଦୋକାନରେ ଟଙ୍କା ରଖିବା ପାଇଁ ଉତ୍ତର କିମ୍ବା ପୂର୍ବ ଦିଗ ବାଛନ୍ତୁ। ଏହି ଦିଗଗୁଡ଼ିକ ଧନ ଏବଂ ବୈଭବକୁ ଆକର୍ଷିତ କରେ। ବାସ୍ତୁ ଅନୁଯାୟୀ, ଏହି ଦିଗରେ ଟଙ୍କା ରଖିବା ଦ୍ବାରା ଆର୍ଥିକ ସମସ୍ୟା ସୃଷ୍ଟି ହୁଏ ନାହିଁ। ଯେଉଁ ବ୍ୟବସାୟ କିମ୍ବା ଚାକିରି କରୁଛନ୍ତି, ତାହା ସହିତ ଜଡ଼ିତ ଏକ ଚିତ୍ର ଘରେ ରଖନ୍ତୁ। ଏହା କରିବା ଦ୍ୱାରା ଚାକିରି ଏବଂ ବ୍ୟବସାୟରେ ଉନ୍ନତି ହୁଏ।
ଅକ୍ଷୟ ତୃତୀୟା ଦିନ, ଘରର ଈଶାନ କୋଣକୁ ସଫା ରଖନ୍ତୁ ଏବଂ ଏଠାରେ ଜଳଭର୍ତ୍ତି ଏକ ପାତ୍ର ରଖନ୍ତୁ। ଏହାର ଚାରିପାଖରେ କିଛି ସାଜସଜ୍ଜା ମଧ୍ୟ କରନ୍ତୁ। ଏହି ଦିଗରେ ରଖାଯାଇଥିବା ଜଳପାତ୍ର ସୌଭାଗ୍ୟ ବୃଦ୍ଧି କରିବା ସହ ଆରୋଗ୍ୟ ପ୍ରାପ୍ତ ହୋଇଥାଏ। ଈଶାନ କୋଣକୁ ଭଗବାନଙ୍କ ସ୍ଥାନ ଭାବରେ ବିବେଚନା କରାଯାଏ। ତେଣୁ ଏହି ସ୍ଥାନରେ ଜଳପାତ୍ର ରଖିବା ଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିଥାଏ।
ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଏବଂ ଦକ୍ଷିଣ ଦିଗରେ ଦୀପ ରଖନ୍ତୁ। ଏଭଳି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୁଏ। ଦକ୍ଷିଣ ଦିଗକୁ ଯମଙ୍କ ଦିଗ ଭାବରେ ବିବେଚନା କରାଯାଏ ଏବଂ ଏହି ଦିଗରୁ ପିତୃପୁରୁଷମାନେ ଘରେ ପ୍ରବେଶ କରନ୍ତି। ଏହି ଦିଗରେ ଦୀପ ରଖିବା ଦ୍ୱାରା ଦୁଃଖକଷ୍ଟ ନାଶ ହୋଇଥାଏ।
ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର
ପୁରୀ: ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଭୋର୍‌ ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଦୈନନ୍ଦିନ ନୀତି ପରେ ଅପରାହ୍ନ ୪ଟାରେ ରଥଖଳାକୁ ବିଜେ କରାଯିବ ଆଜ୍ଞାମାଳ । ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଛି ।
ଏହି ବୈଠକ ପୂର୍ବରୁ ନୀତି ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅକ୍ଷୟ ତୃତୀୟା ଓ ୨୧ ଦିନଧରି ଚାଲିବାକୁ ଥିବା ବାହାର ଚନ୍ଦନ ଯାତ୍ରା ଏବଂ ଏହାର ପରବର୍ତ୍ତୀ ୨୧ ଦିନ ଭିତର ଚନ୍ଦନ ଯାତ୍ରାର ନୀତିନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଛି । ଠାକୁରଙ୍କ ଚନ୍ଦନ ଯାତ୍ରା ନୀତି ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।
ବାଧିଲାନି ସୁନାର ଚଢ଼ାଦର : ଅକ୍ଷୟ ତୃତୀୟାରେ ରାଜଧାନୀବାସୀ ବୋହିନେଲେ ୮୦ କୋଟିର ଗହଣା
ଭୁବନେଶ୍ୱର : ଗତକାଲି ଥିଲା ସୁଖ ଆଉ ସମୃଦ୍ଧିର ଦିନ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ କେବଳ କୃଷି କିମ୍ବା ଗୃହ ପ୍ରବେଶ ନୁହେଁ କୌଣସି ଧାତବ ଜିନିଷ କିଣିବାକୁ ଓଡ଼ିଆ ଘରେ ମଙ୍ଗଳମୟ ବିବେଚନା କରାଯାଏ। ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ସମସ୍ତଙ୍କର ଏକ ଧାରଣା ରହିଛି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥିଲା। ଦିନ ତମାମ୍‍ ଶୋ’ରୁମ୍‍ଗୁଡିକରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ବିଗତ ଦୁଇ ବର୍ଷ ହେବ କୋଭିଡ୍‌ କଟକଣା ମଧ୍ୟରେ ସମୟ ଚାଲିଯାଇଥିଲା। ଏଥର ଆଉ ସେ କଟକଣା ନାହିଁ। ବଜାରରେ ଚାହିଦା ବଢ଼ିଛି। ଫଳରେ ଏଥର ଅକ୍ଷୟ ତୃତୀୟାରେ ରାଜଧାନୀରେ ୮୦ କୋଟିରୁ ଅଧିକ ଟଙ୍କାର ସୁନା ବିକ୍ରି ହୋଇଛି।
ମଙ୍ଗଳବାର ଅକ୍ଷୟ ତୃତୀୟା ଅବସରରେ ରାଜଧାନୀର ଶୋ’ ରୁମ୍‍ଗୁଡିକରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ଦିନରେ ଟାଣ ଖରା ଥିବାରୁ ସନ୍ଧ୍ୟା ବେଳକୁ ଏହି ଭିଡ ଅଧିକ ହୋଇଥିଲା। ତେବେ ଏହି ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ ହାତ ଛଡା କରିବାକୁ ଚାହିଁ ନ ଥିଲେ ରାଜଧାନୀବାସୀ। ରାଜଧାନୀ ଭୁବନେଶ୍ୱରର ଛୋଟ ବଡ ପାଖାପାଖି ୨୫୦ ଶୋ’ ରୁମ୍‍ରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ଏହି ଅବସରରେ ବିଭିନ୍ନ ଶୋ ରୁମ୍‍ ପକ୍ଷରୁ ଘୋଷିତ ଆକର୍ଷଣୀୟ ଅଫର ବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ ରୁମ୍‍ ନିକଟକୁ। କ୍ୟାସ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା। କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା।
ଦିନବେଳା ଗ୍ରୀଷ୍ମର ଅସହ୍ୟ ତାତି ରୋକିପାରି ନ ଥିଲା ଗ୍ରାହକଙ୍କ ସୁନା କିଣିବା ଆଗ୍ରହକୁ। ସଂନ୍ଧ୍ୟା ପରେ ବର୍ଷା ସତ୍ତ୍ବେ ଶୋ’ ରୁମ୍‌ରେ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଗତବର୍ଷ ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫,୭୨୦ ଟଙ୍କା ରହିଥିବାବେଳେ ରୁପା ମୂଲ୍ୟ କିଲୋ ପିଛା ୭୨,୩୦୦ ଟଙ୍କା ରହିଥିଲା। ତେବେ ଚଳିତଥର ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୦୦୦ ଟଙ୍କା ଏବଂ ରୁପା କିଲୋ ୬୫,୦୦୦ ଟଙ୍କା ରହିଥିଲା। ଯଦିବା ଗତବର୍ଷ ତୁଳନାରେ ଚଳିତଥର ରୁପା ମୂଲ୍ୟ କମ୍‌ ରହିଛି ତଥାପି ସୁନା ମୂଲ୍ୟ କିଛିଟା ଅଧିକ ରହିଛି। ଉଚ୍ଚ ଦର ସତ୍ତ୍ବେ ଏହା ଗ୍ରାହକଙ୍କ ସୁନା କିଣିବା ଟ୍ରେଣ୍ଡ୍‍କୁ ଅଟକାଇପାରିନାହିଁ। କୋଭିଡ୍‌ରେ ଗତ ଦୁଇ ବର୍ଷ ଧରି ବିବାହ ଓ ବ୍ରତଘର ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ କମ୍‌ ହୋଇଥିଲା। ଏବେ କଟକଣା ନ ଥିବାରୁ ଅଧିକ ମାଙ୍ଗଳିକ କାର୍ଯ୍ୟକ୍ରମ ହେଉଛି, ଯାହା ଫଳରେ ସୁନାର ଚାହିଦା ବଢ଼ିଛି।
ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଗ୍ରାହକ ସୁପ୍ରଭା ସାହୁ କୁହନ୍ତି, ଅକ୍ଷୟ ତୃତୀୟା ଶୁଭ ଦିନ ହୋଇଥିବାରୁ ଆମେ ସବୁ ବର୍ଷ ଭଳି ଚଳିତବର୍ଷ ସୁନା କିଣାକିଣି କରିଛୁ। ପୂର୍ବରୁ କୋଭିଡ୍‌ ପାଇଁ କଟକଣା ଲାଗିଥିଲା ଆଉ ରୋଜଗାର ବି ସେମିତି ଭଲ ନ ଥିଲା। ଆମେ ଏଥର ଦର ଅଧିକ ଥିଲେ ମଧ୍ୟ ଘରୋଇ ବିବାହ କାର୍ଯ୍ୟକ୍ରମ ଲାଗି ସୁନା କିଣୁଛୁ। ଅପରପକ୍ଷେ କ୍ଷେତ୍ର ସହ ଜଡିତ ବିଶେଷଜ୍ଞଙ୍କ ମତରେ ଏଥର ଅକ୍ଷୟ ତୃତୀୟାରେ ରାଜଧାନୀରେ ପାଖାପାଖି ଦେଢ଼ କୁଇଣ୍ଟାଲ ଅର୍ଥାତ୍‍ ୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ବିକ୍ରି ହୋଇଥିବା ଜଣାଯାଇଛି। ଏସବୁବ୍ୟତୀତ ଆଜିର ଦିନରେ ଅନେକ ଲୋକ ଶୋ’ ରୁମ୍‍୍‍ରେ ସୁନା କଏନ୍‍, ରୁପାର ଉପହାର ସହ ଫ୍ୟାଶନ୍‍ ଜୁଏଲେରୀ କିଣୁଥିବାର ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖିମ୍‍ଜୀର ସିଇଓ ପି. ପାର୍ଥସାରଥୀ କୁହନ୍ତି, ଚଳିତଥର ଭଲ ବ୍ୟବସାୟ ଆଶା କରୁଛୁ। ପୂର୍ବବର୍ଷ ତୁଳନାରେ ଏଥର ବିକ୍ରି ୧୦%ରୁ ଅଧିକ ରହିଛି। ଚଳିତଥର ସୁନା ଚୁଡି, ଚେନ୍‌ ଏବଂ କାନ ଫୁଲ ଅଧିକ ବିକ୍ରି ହୋଇଛି।
ଅକ୍ଷୟ ତୃତୀୟାରେ ବ୍ରହ୍ମପୁର ସହରରେ ୧୫ କୋଟି ଟଙ୍କାର ସୁନା ବ୍ୟବସାୟ
ବ୍ରହ୍ମପୁର: ଅକ୍ଷୟ ତୃତୀୟା ଆସିଲେ କୌଣସି ନୂଆ ଧାତୁ ଘରକୁ ଆଣିଲେ ଶୁଭ ବୋଲି ବିଶ୍ୱାସ ରହି ଆସିଛି। ଏହାକୁ ଆଧାର କରି ଲୋକ ଏହି ଦିବସରେ ଘରକୁ କିଛି ନା କିଛି ନୂଆ ସାମଗ୍ରୀ ନେବା ବେଳେ ମୁଖ୍ୟତଃ ମହିଳାମାନେ କିଛି ନା କିଛି ସୁନା ଗହଣା କିଣିବା ପାଇଁ ପସନ୍ଦ କରିଥାନ୍ତି। ଏ ଦିନରେ ସୁନା ବ୍ୟବସାୟୀମାନେ ମଧ୍ୟ ଭଳିକି ଭଳି ମନଲୋଭା ଅଫର ରଖି ଗ୍ରାହକଙ୍କୁ ଆକୃଷ୍ଣ କରିଥାନ୍ତି। ତେବେ ଆଜି ଅକ୍ଷୟ ତୃତୀୟ ଅବସରରେ ବ୍ରହ୍ମପୁର ସହରରେ ପ୍ରାୟ ୧୦ରୁ ୧୫କୋଟି ଟଙ୍କାର ସୁନା ଗହଣା ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ପ୍ରବଳ ଖରା ସତ୍ତ୍ବେ ସହରର ବଡ଼ବଜାର ଅଞ୍ଚଳରେ ଥିବା ଗହଣା ଦୋକାନରେ ଲୋକଙ୍କ ଭିଡ଼ ଜମିଥିଲା। ସକାଳ ୧୦ରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରତି ଛୋଟ ଏବଂ ବଡ଼ସୁନା ଗହଣା ଦୋକାନରେ ଭିଡ଼ ଜମିଥିଲା। ବର୍ତ୍ତମାନ ବ୍ରହ୍ମପୁର ସହରରେ ଛୋଟ ବଡ଼ ହୋଇ ମୋଟ ୧୧୦ଟି ସୁନା ଦୋକାନ ସଂଘରେ ରହିଛନ୍ତି। ସୁନା ୧୦ ଗ୍ରାମ୍‍ ପ୍ରତି କିଛିଦିନ ପୂର୍ବେ ୫୦ହଜାର ଟଙ୍କା ଥିବା ବେଳେ ଆଜି ଏହି ଦରରେ ସାମାନ୍ୟ କମ୍‍ ହୋଇ ୧୦ ଗ୍ରାମ୍‍ ପିଚ୍ଛା ୪୮ହଜାର ରହିଛି। ହୋଲ୍‍ମାର୍କ ସୁନା ୯୧.୬ ସୁନା ୧୦ ଗ୍ରାମ୍‍କୁ ୪୮ହଜାର ଟଙ୍କା ରହିଥିବା ନେଇ ବ୍ରହ୍ମପୁର ଜୁଏଲର୍ସ ଆସୋସିଏଶନ ସଭାପତି ପି.ସତ୍ୟନାରାୟଣ ସେନାପତି ସୂଚନା ଦେଇଛନ୍ତି। ସେପରି ଆଜି ରୂପା ଦର ମଧ୍ୟ କିଲୋ ପିଚ୍ଛା ୬୬ ହଜାର ଟଙ୍କା ରହିଛି। ବ୍ରହ୍ମପୁର ସୁନାର ଚାହିଦା ଏବଂ ଗହଣା କାମ ସାରା ରାଜ୍ୟରେ ପ୍ରସିଦ୍ଧ ହୋଇଥିବା ଯୋଗୁଁ ସାରା ରାଜ୍ୟର ଲୋକ ଆସି ଏଠାରୁ ସୁନା ଗହଣା ନେଇଥାନ୍ତି। ବ୍ରହ୍ମପୁର ସହରରେ ବାର୍ଷିକ ୨ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ବ୍ୟବସାୟ ହୋଇଥିବା ବେଳେ କେବଳ ବିବାହ କାର୍ଯ୍ୟ, ଅକ୍ଷୟ ତୃତୀୟା ଏହିଭଳି କିଛି ଶୁଭ ଦିନରେ ପ୍ରବଳ ମାତ୍ରାରେ ସୁନା ଗହଣା ବିକ୍ରି ହୁଏ।