5T model - The Sakala

5T ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା, ଯାହା ଓଡ଼ିଶା ରୂପାନ୍ତରଣର ପ୍ରମୁଖ ମାଧ୍ୟମ ସାଜିଛି : ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ‘୫-ଟି’ କେବଳ ଏକ ଉପକ୍ରମ ନୁହେଁ, ସାଧାରଣ ଲୋକଙ୍କ ପାଇଁ ଏହା ଏବେ ବିଶ୍ୱାସର ପ୍ରତୀକ ପାଲଟିଛି। ପ୍ରଶାସନରେ ସ୍ୱଚ୍ଛତା, ଦୁର୍ନୀତିରେ ଅଙ୍କୁଶ, ସାଧାରଣ ଲୋକଙ୍କ ସେବାକୁ ‘୫-ଟି’ ସୁନିଶ୍ଚିତ କରିଛି ଏବଂ ରାଜ୍ୟର ରୂପାନ୍ତରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜଧାନୀରୁ ଉପାନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ସାଧାରଣ ଲୋକ ‘୫-ଟି’ର ଗୁରୁତ୍ୱକୁ ବୁଝି ପାରିଛନ୍ତି; ଏହା ଦ୍ୱାରା ଉପକୃତ ହୋଇ ପାରୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ରାଜ୍ୟର ବିରୋଧୀଦଳ ନେତାଙ୍କ ପାଇଁ ‘୫-ଟି’ ଏବେ ବି ଅବୋଧ୍ୟ। ସେ ସତରେ ଏ ସମ୍ପର୍କରେ ଜାଣନ୍ତି ନାହିଁ ନା ସବୁ ଜାଣିଶୁଣି ଅବୁଝା ଥିବା ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଗତକାଲି ବିଧାନସଭାରେ ୫ଟିକୁ ନେଇ ଯେଉଁଭଳି ଭାବେ ଆକ୍ଷେପ କଲେ ତାଙ୍କର ଏପରି ଆଚରଣକୁ କଟାକ୍ଷ କରିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ବିରୋଧୀଦଳ ନେତାଙ୍କ ତଥାକଥିତ ଅଜ୍ଞତାକୁ କଟାକ୍ଷ କରିବା ସହ ‘୫-ଟି’କୁ ସୁଶାସନର ମହାମନ୍ତ୍ର ବୋଲି ଅଭିହିତ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି।

ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେବଳ ସ୍ୱପ୍ନ ଦେଖିନାହାନ୍ତି; ରାଜ୍ୟକୁ ଦେଶର ଶୀର୍ଷ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଅବିରତ ଉଦ୍ୟମ କରୁଛନ୍ତି। ‘୫-ଟି’ ହେଉଛି ଏହାର ଅଂଶବିଶେଷ। ଟିମ୍‌‌ ୱାର୍କ, ଟେକ୍‌‌ନୋଲୋଜି, ଟାଇମ୍‌‌, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ ‘୫-ଟି’ କୁ ଆଧାର କରି ଓଡ଼ିଶାର ଶାସନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବା ସମ୍ଭବ ହୋଇ ପାରିଛି, ପରିଣତିସ୍ୱରୂପ ଓଡ଼ିଶାରେ ନବ ରୂପାନ୍ତରଣ ସୃଷ୍ଟି ହୋଇଛି। ସାମଗ୍ରିକ ବିକାଶ ଉଦ୍ଦେଶ୍ୟକୁ ସୁନିଶ୍ଚିତିକରଣ କରାଯାଉଛି। ୫-ଟିକୁ ନିଜ କାର୍ଯ୍ୟକ୍ଷେତ୍ରରେ ସୁନିଶ୍ଚିତ କରିବା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ କରି ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତିକଳ୍ପେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ସର୍ବଦା ପରାମର୍ଶ ଦେଇ ଆସିଛନ୍ତି।

ପ୍ରଶାସନ ପରିଚାଳନା ଓ ସେବା ପ୍ରଦାନରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ୫-ଟି। ତେଣୁ ଏହାର କାର୍ଯ୍ୟଦକ୍ଷତା ସଂକ୍ରାନ୍ତରେ ହାସ୍ୟାସ୍ପଦ ପ୍ରଶ୍ନକୁ କଟାକ୍ଷ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି। ସେ କହିଛନ୍ତି ଯେ ରାଜ୍ୟରେ ରୂପାନ୍ତରଣ ଆଣିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁ ପରିକଳ୍ପନା କରିଥିଲେ ତାହାର ବାସ୍ତବ ରୂପ ହେଉଛି ୫-ଟି। ଏବେ ଏହା ସମଗ୍ର ରାଜ୍ୟବାସୀଙ୍କ ପାଇଁ ମହାମନ୍ତ୍ରରେ ପରିଣତ ହୋଇଛି। ଗାଁରେ ରହୁଥିବା ଲୋକଟିଏ ସରକାରୀ ସେବାରୁ ବଞ୍ଚିତ ହେଲେ, କିଛି ସମସ୍ୟା ଭୋଗିଲେ ସିଧାସଳଖ ୫-ଟିଙ୍କୁ ଯୋଗାଯୋଗ କରି ଅଭିଯୋଗ ଜଣାଉଛନ୍ତି ଆଉ ତାହାର ତୁରନ୍ତ ସମାଧାନ ହେଉଛି। ସବୁ ସରକାରୀ କାର୍ଯ୍ୟାଳୟ ଏବଂ ଜନସାଧାରଣଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିଛି। ରାଜ୍ୟର ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିଛି। ପ୍ରଶାସନିକ ବ୍ୟବସ୍ଥାକୁ ଚଳଚଞ୍ଚଳ କରିଛି। ଏପରିକି ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ୫-ଟିଙ୍କୁ ସମ୍ବୋଧିତ କରୁଛନ୍ତି। ସରକାରୀ ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ପାଇଁ ଏହା କେତେ ଜରୁରୀ ଏଥିରୁ ବୁଝା ପଡୁଛି ବୋଲି ଶ୍ରୀ ମୁଦୁଲି କହିଛନ୍ତି।

ପ୍ରଶାସନ ଓ ଲୋକସେବା କ୍ଷେତ୍ରରେ ‘୫-ଟି’ର ଭୂମିକା ବିତର୍କରୁ ଊର୍ଦ୍ଧ୍ବରେ ଏ କଥା ପ୍ରତ୍ୟେକ ଅନୁଭବ କରି ସାରିଛନ୍ତି। ମାତ୍ର ୧୫ ମାସ ମଧ୍ୟରେ ବିଶ୍ୱର ବୃହତ୍ତମ ହକି ଷ୍ଟାଡ଼ିୟମ ନିର୍ମାଣ, ଧାର୍ଯ୍ୟ ସମୟ ପୂର୍ବରୁ ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଅର୍ଥନୈତିକ କରିଡ଼ର ନିର୍ମାଣ ସମ୍ପୂର୍ଣ୍ଣ ‘୫-ଟି’ ଉପକ୍ରମର ଶ୍ରେଷ୍ଠ ଉଦାହରଣ। ଅନୁରୂପ ଭାବରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମ୍ପୂର୍ଣ୍ଣକରଣ, ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ଆଦି ‘୫-ଟି’ ଉପକ୍ରମ ଦ୍ୱାରା ସମ୍ଭବ ହୋଇ ପାରିଛି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯାଇ ପ୍ରଶାସନରେ ସ୍ୱଚ୍ଛତା ଅଣାଯିବା କ୍ଷେତ୍ରରେ ଯେଉଁ ପଦକ୍ଷେପ ନିଆଯାଇଛି ତାହାକୁ ସାରା ଦେଶ ପ୍ରଶଂସା କରିଛି।

ମାତ୍ର ୩୦ ମାସ ମଧ୍ୟରେ ୧୮୦ରୁ ଊର୍ଦ୍ଧ୍ବ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯାହା ଦେଶ ପାଇଁ ଉଦାହରଣୀୟ ହୋଇ ପାରିଛି। ଦକ୍ଷିଣ ଓଡ଼ିଶାର କୋରାପୁଟ ବିକ୍ରମଦେବ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ମୟୂରଭଞ୍ଜ ଜିଲ୍ଲାର ଗୋଶାଳା, ଉପକୂଳ ଓଡ଼ିଶାରେ ବିଭିନ୍ନ ଧାର୍ମିକ ପୀଠର ବିକାଶ ଠାରୁ ଆରମ୍ଭ କରି ଗଞ୍ଜାମର ତାରାତାରିଣୀ, ସମ୍ବଲପୁରର ସମଲେଇ, ବରଗଡ଼ ଓ ବଲାଙ୍ଗୀରର ନୃସିଂହନାଥ, ସୁନ୍ଦରଗଡ଼ ଜିଲ୍ଲାର ଘୋଘର ଓ ବାଣେଶ୍ୱର ମନ୍ଦିରର ରୂପାନ୍ତରଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ‘୫-ଟି’ ଉପକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୪ କୋଟି ମତାମତ ଏଥିରେ ସଂଗ୍ରହ ହୋଇଛି। ସାମଗ୍ରିକ ଦୃଷ୍ଟିରୁ ସମସ୍ତ ବିଭାଗର ୯୪.୯ ପ୍ରତିଶତ ଫିଡ୍‌‌ବ୍ୟାକ୍‌‌ ଉଲ୍ଲେଖନୀୟ ରହିଛି।

ଜନକୈନ୍ଦ୍ରିକ ପ୍ରଶାସନର ଉଦ୍ଦେଶ୍ୟ ସାଧନ କରୁଛି ‘୫-ଟି’ : ୨୦୨୩ରୁ ଅନ୍‌‌ଲାଇନ୍‌‌ରେ ସବୁ ସେବା
ଭୁବନେଶ୍ୱର: ରାଜ୍ୟବାସୀଙ୍କ ଦୁଆରେ ଠିକ୍‌‌ ସମୟରେ ଏବଂ ବିନା ସମସ୍ୟାରେ ସବୁ ପ୍ରକାର ସରକାରୀ ସେବା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଜନ ସେବା ଅଧିକାର ଆଇନ୍‌‌ କାର୍ଯ୍ୟକାରୀ କରାଯାଇଛି। ଆଉ ମୁଖ୍ୟମନ୍ତ୍ରୀଙ୍କର ଏହି ନିର୍ଦ୍ଦେଶକୁ ବାସ୍ତବ ରୂପ ଦେଉଛି ‘୫-ଟି’ ଉପକ୍ରମ। ଲୋକାଭିମୁଖୀ ପ୍ରଶାସନର ଉଦ୍ଦେଶ୍ୟ ସାଧନ ଦିଗରେ ଏହା ନୂଆ ଦିଗନ୍ତ ଉନ୍ମୋଚନ କରୁଛି। ଏବେ ସୁଦ୍ଧା ୩୧ଟି ସରକାରୀ ବିଭାଗର ୪୦୦ରୁ ଅଧିକ ସେବା ଅନ୍‌‌ଲାଇନ୍‌‌ରେ ସାମିଲ ହୋଇ ସାରିଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ସବୁ ବିଭାଗର ସମସ୍ତ ସେବା ଅନଲାଇନ୍‌‌ରେ ଉପଲବ୍ଧ କରାଯିବ।

ଏଥିପାଇଁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌‌ ସେଣ୍ଟର (ଓକାକ୍‌‌) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପ୍ରତି ଅଫଲାଇନ୍‌‌ରେ ମିଳୁଥିବା ସରକାରୀ ସେବା ଅନ୍‌‌ଲାଇନ୍‌‌ ପରିଧି ମଧ୍ୟକୁ ଆସିବ। ତେବେ ଏହା ପୂର୍ବରୁ ଅନ୍‌‌ଲାଇନରେ ସାମିଲ ହେବାକୁ ଥିବା ସେବା ଗୁଡିକ ସମ୍ପର୍କରେ ଓକାକ୍‌‌ ନିକଟରେ ତାଲିକା ଦାଖଲ ପାଇଁ ସାଧାରଣ ପ୍ରଶାସନ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ କହିଛି। ଅପରପକ୍ଷେ ରାଜ୍ୟ ସରକାରଙ୍କର ‘୫-ଟି’ ଉପକ୍ରମ ଅଧୀନରେ ଅନ୍‌‌ଲାଇନ୍‌‌ ସେବାର ଅଗ୍ରଗତି ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ସବୁ ବିଭାଗରୁ ରିପୋର୍ଟ ମଗାଯାଇଛି। ୫-ଟି ଉପକ୍ରମର ଏହି ବିଭାଗ ହେଉଛି ନୋଡ଼ାଲ ବିଭାଗ।

୨୦୧୩ ଜାନୁଆରୀ ମାସରୁ ରାଜ୍ୟ ସରକାର ଓଡ଼ିଶା ଜନ ସେବା ଅଧିକାର ଆଇନ୍‌‌-୨୦୧୨ (ଓଆରଟିପିଏସ୍‌‌ଏ) କାର୍ଯ୍ୟକାରୀ କରିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ଜନତାଙ୍କୁ ସରକାରୀ ସେବା ପ୍ରଦାନ କରିବା ଏହି ଆଇନର ମୂଳ ଉଦ୍ଦେଶ୍ୟ। ଏହି ଆଇନ୍‌‌ ଅଧୀନରେ ଏବେ ସୁଦ୍ଧା ୩୧ଟି ବିଭାଗର ସମୁଦାୟ ୪୧୬ ପ୍ରକାର ସେବା ଅନ୍‌‌ଲାଇନ୍‌‌ରେ ଉପଲବ୍ଧ ହୋଇ ସାରିଛି। ଅର୍ଥାତ୍‌‌ ଏସବୁ କାମ ପାଇଁ ଲୋକଙ୍କୁ ଆଉ ବାରମ୍ବାର ସରକାରୀ କାର୍ଯ୍ୟଳୟ ଧାଇଁବାକୁ ପଡୁ ନାହିଁ। ଏହା କର୍ମଚାରୀଙ୍କ ଉପରେ ଚାପ ହ୍ରାସ କରୁଛି, ସମୟ ଏବଂ ଅର୍ଥର ଅପଚୟକୁ ରୋକିବାରେ ସଫଳ ହେଉଛି। ତେଣୁ ଯଥାଶୀଘ୍ର ଅବଶିଷ୍ଟ ସେବାକୁ ଅନ୍‌‌ଲାଇନ୍‌‌ରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ବାବଦ ସମସ୍ତ ଖର୍ଚ୍ଚ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ବହନ କରିବ।

ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଦୂରତା ଦୂର କରିବା ସହିତ ଗୁଣାତ୍ମକ ସରକାରୀ ସେବା ପ୍ରଦାନ ଲକ୍ଷ୍ୟରେ ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ସମଗ୍ର ଦେଶରେ ଏପରି କାର୍ଯ୍ୟକ୍ରମ ଥିଲା ପ୍ରଥମ। ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ପ୍ରକୃତ ମାଲିକ ଏବଂ ପ୍ରତ୍ୟେକ ସରକାରୀ ଅନୁଷ୍ଠାନ ଲୋକଙ୍କୁ ଗୁଣାତ୍ମକ ଏବଂ ସମୟୋଚିତ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ମୋ ସରକାର ବ୍ୟବସ୍ଥା ଏଥିରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ଆଉ ୫-ଟି ମଡେଲ୍‌‌ ଆଧାରିତ ସରକାରୀ କାର୍ଯ୍ୟାଳୟ ଦେଶରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପରଠାରୁ ସରକାରୀ ସେବା ପ୍ରଦାନ ବ୍ୟବସ୍ଥାରେ ଆସିଛି ଅଭୂତପୂର୍ବ ପରିବର୍ତ୍ତନ। ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ସୁଯୋଗ, ଆଇନ୍‌‌ ଶୃଙ୍ଖଳା, ରାଜସ୍ୱ, ପରିବହନ, ସମବାୟ, କୃଷି, ଶିଳ୍ପ, ପାନୀୟ ଜଳ, ପୌର ପ୍ରଶାସନ ଭଳି ବିଭାଗର ଅନେକ ପ୍ରକାର ସେବା କେବଳ ଗୋଟିଏ କ୍ଲିକ୍‌‌ରେ ମିଳୁଛି।

‘କୃଷକ ଓଡ଼ିଶା’ ଏବଂ ‘ଜାଗା ମିଶନ’ ଦେଶରେ ଆଦର୍ଶ, ଦେଶ ପାଇଁ ଉଦାହରଣୀୟ ଓଡ଼ିଶାର ସ୍କୁଲ ରୂପାନ୍ତରଣ
ଭୁବନେଶ୍ୱର: ସାରା ଦେଶ ପାଇଁ ଏବେ ମଡ଼େଲ ହୋଇଛି ‘ଓଡ଼ିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଗ୍ରହଣ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସାରା ଦେଶ ପାଇଁ ଅନୁକରଣୀୟ ହୋଇଛି। ପୂର୍ବରୁ ଅନୌପଚାରିକ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ଅଧିକାରୀ, କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରୁଥିବାବେଳେ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ସମ୍ମିଳନୀରେ ଓଡ଼ିଶାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ‘କୃଷକ ଓଡ଼ିଶା’ ଓ ‘ଜାଗା ମିଶନ’ ବେଶ୍ ପ୍ରଶଂସିତ ହୋଇଛି । ଏପରିକି ଏହି କାର୍ଯ୍ୟକ୍ରମଗୁଡ଼ିକୁ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଅନେକ ରାଜ୍ୟର ଉଚ୍ଚ ଅଧିକାରୀ ଆଗ୍ରହ ପ୍ରକାଶ କରିଛନ୍ତି ।

କୃଷକ ବହୁଳ ରାଜ୍ୟ ଓଡ଼ିଶାରେ ପ୍ରଚଳିତ ‘କୃଷକ ଓଡ଼ିଶା’, ଗୋ-ସୁଗମ ୱେବ ପୋର୍ଟାଲ କାର୍ଯ୍ୟକାରିତା ଏବଂ ଆମ କୃଷି କାର୍ଯ୍ୟକ୍ରମ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ମିଶନ୍ର ପରିକଳ୍ପନା, କାର୍ଯ୍ୟକାରିତା ନେଇ ଓଡ଼ିଶାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପ୍ରଭାବଶାଳୀ ଉପସ୍ଥାପନା ଦେଶର ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ ପ୍ରଭାବିତ କରିଛି । ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏକାଧିକ କାର୍ଯ୍ୟକ୍ରମ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ଉଚ୍ଚ ଅଧିକାରୀ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ରାଜ୍ୟର ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।

କୃଷି ବିଭାଗ ପକ୍ଷରୁ ଉପସ୍ଥାପିତ କୃଷକ ଓଡ଼ିଶା, ଗୋ-ସୁଗମ ୱେବ ପୋର୍ଟାଲ ଏବଂ ଆମ କୃଷି ସମ୍ପର୍କିତ ତଥ୍ୟ ବିଭିନ୍ନ ରାଜ୍ୟ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ଏଥିରେ କୃଷକ ଓଡ଼ିଶା କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ସାମଗ୍ରିକ ତଥ୍ୟ, କୃଷି ସହ ସମ୍ପର୍କିତ ୧୩ଟି ପ୍ରମୁଖ ବିଷୟ ସଂଯୋଗ କରାଯିବା ଦେଶରେ ପ୍ରଥମ ବୋଲି କୁହାଯାଉଛି । ଜଳସେଚନ, ମୃତ୍ତିକା ସ୍ୱାସ୍ଥ୍ୟ, ଜମିଜମା ରେକର୍ଡ, ଚାରା ରିଆତି, ଫାର୍ମ ମେକାନିଜିମ୍ ସବ୍ସିଡି ଏବଂ ଅମଳ ସମ୍ପର୍କରେ କୌଣସି ପ୍ରସଙ୍ଗ ତଥ୍ୟ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଛି। ସମସ୍ତ କୃଷକ ଏବଂ କୃଷକ ସମ୍ପର୍କିତ କାର୍ଯ୍ୟକୁ ଗୋଟିଏ ଛତା ତଳେ କୃଷକ ଓଡ଼ିଶା ଦ୍ୱାରା ଏକାଠି କରାଯାଇପାରିଛି। ଚାଷୀମାନଙ୍କୁ ଡିଜିଟାଲ ମାଧ୍ୟମରେ ସୂଚନା ଦେବା, ଅଭିଯୋଗ ଗ୍ରହଣ କରିବା ସହ ଏସଏମଏସ୍ ଦ୍ୱାରା ବାର୍ତ୍ତା ପ୍ରଦାନ କରାଯାଉଛି। ବିଭାଗ ପକ୍ଷରୁ ଆଇଭିଆର କଲ୍ ମଧ୍ୟ କରାଯାଉଛି। ଉଲ୍ଲେଖନୀୟ ବିଷୟ ହେଉଛି ଏହି କାର୍ଯ୍ୟକ୍ରମ ଜଳବାୟୁ ପରିବର୍ତ୍ତନ ଏବଂ ନିୟମିତ ପାଣିପାଗ ସମ୍ପର୍କରେ ଚାଷୀଙ୍କୁ ସୂଚନା ପ୍ରଦାନ କରୁଛି। କୃଷି ପରେ କୃଷିଜାତ ଦ୍ରବ୍ୟର ବିପଣନ, ପ୍ରାଣୀ ସମ୍ପଦର ଯତ୍ମ ସମ୍ପର୍କରେ ସଚେତନ କରିପାରୁଛି। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ସେହିପରି ଗୋ-ସୁଗମ ୱେବ ପୋର୍ଟାଲ ଦ୍ୱାରା କୃଷି ସମ୍ପର୍କିତ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ଅନାୟସରେ ହିତାଧିକାରୀ ପାଇପାରୁଛି। ଏହି ଯୋଜନା ଅନ୍ୟ ରାଜ୍ୟ ପାଇଁ ଉପାଦେୟ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥନନ୍ଙ୍କ ଦ୍ୱାରା ଉପସ୍ଥାପିତ ଜାଗା ମିଶନ୍ ସାରା ଦେଶରେ ଏକ ଅନନ୍ୟ ଯୋଜନା ଭାବରେ ପରିଗଣିତ ହୋଇଛି । ରାଜ୍ୟରେ ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥା ରହୁଥିବା ବେଳେ ‘ଜାଗା ମିଶନ’ରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି। ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଛି। ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା ଦିଆଯାଇଥିବାବେଳେ, ୧୦୭୫ଟି ବସ୍ତିକୁ ବିଜୁଳି ସୁବିଧା ଦିଆଯାଇଛି। ୫୮୯ଟି ବସ୍ତିରେ ଶତ ପ୍ରତିଶତ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ଦିଆଯାଇଛି। ଏହି ଯୋଜନାକୁ ପଞ୍ଜାବ ସରକାର ମଧ୍ୟ କାର୍ଯ୍ୟକାରୀ କରାଇଛନ୍ତି। ଜାଗା ମିଶନ୍ ପରିକଳ୍ପନା ଓ ଧାର୍ଯ୍ୟ ହାସଲକୁ ମଧ୍ୟ ଜାତୀୟସ୍ତରରେ ଉଚ୍ଚ ପ୍ରଶଂସା କରାଯାଇଛି। ଅପରପକ୍ଷରେ ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଚଳନ ଖସଡ଼ା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଛି। ଓଡ଼ିଶାର ‘ମୋ ସ୍କୁଲ’ ଓ ରୂପାନ୍ତରଣ କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଆଣିଥିବା ପରିବର୍ତ୍ତନ ସାରା ଦେଶରେ ପ୍ରଶଂସିତ ହୋଇଛି । ଓଡ଼ିଶାରେ ସ୍କୁଲ ରୂପାନ୍ତରଣ ଅନୁରୂପ କେନ୍ଦ୍ର ସରକାର ସାରା ଦେଶରେ ଦେଶର ପ୍ରାୟ ୧୫ ହଜାର ସରକାରୀ ସ୍କୁଲର ନବ କଳେବର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପିଏମ୍ ଶ୍ରୀ ନାମରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ଏକଲବ୍ୟ ବିଦ୍ୟାଳୟ ସହ ରାଜ୍ୟ ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ହାଇସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ : ୫ଟି ଜିଲ୍ଲାରେ ୫୩୧ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର :  ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର କରାଯିବ। ଏହି ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ ଅଧିନରେ ଜୁନ୍‌ ୧ ତାରିଖ (ବୁଧବାର) ରାଜ୍ୟର ୫ଟି ଜିଲ୍ଲା – ଖୋର୍ଦ୍ଧା, ବୌଦ, ମାଲକାନଗିରି, ସୋନପୁର ଓ ମୟୁରଭଂଜର ରେକର୍ଡ ସଂଖ୍ୟକ ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିବା ବେଳେ ଆଜି ଆଉ ୫ଟି ଜିଲ୍ଲା  ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ ଅନୁଗୁଳ ଜିଲ୍ଲାରେ ୫୩୧ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି ।

ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ ଅନୁଗୁଳ ଜିଲ୍ଲାରେ ୫୩୧ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ କରିବା ସହ ଉଦବୋଧନ ଦେଇ ପିଲାମାନଙ୍କ ବ୍ୟକ୍ତିତ୍ବର ବିକଶରେ ସ୍କୁଲ ରୂପାନ୍ତର ସହାୟକ ହୋଇଛି ବୋଲି କହିଥିଲେ।  ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।

ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର ।ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପାଠ ସହ ଖେଳ ଏବଂ ସୃଜନଶୀଳ ପ୍ରତିଭା ବିକାଶ ପାଇଁ ସୁଯୋଗ ଆଣିଛି। ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରି ବାରେ ବିଶେଷ ସହାୟକ ହୋଇଛି ବୋଲି ଛାତ୍ର ଛାତ୍ରୀ ମାନେ ମତ ଦେଇଥିଲେ।

ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୫ଟି ଜିଲ୍ଲା ୫୩୧ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଢେଙ୍କାନାଳ ଜିଲ୍ଲାର ୧୦୫ଟି ହାଇସ୍କୁଲ, ଗଞ୍ଜାମର ୨୩୦ଟି, କନ୍ଧମାଳର ୭୩ଟି, ନବରଂଗପୁରର ୭୩ଟି ଓ ଅନୁଗୁଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।

୫ଟି ମଡେଲ କାର୍ଯ୍ୟକାରୀ ପରେ ବଦଳୁଛି ଓଡ଼ିଶା : ଶିକ୍ଷା ରୁ ସ୍ବାସ୍ଥ୍ୟ ଓ ମହିଳା ସଶକ୍ତିକରଣ ରୁ ବିପର୍ଯ୍ୟୟ ପରିଚାଳନା ସବୁ କ୍ଷେତ୍ରରେ ହେଉଛି ଆଖିଦୃଶିଆ ବିକାଶ
ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରୁ ଉନ୍ନତ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ଉତ୍ତମ ବିତ୍ତୀୟ ପରିଚାଳନା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଓଡ଼ିଶାରେ ପରିବର୍ତ୍ତନ ଆଖିଦୃଶିଆ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଏବଂ ସରକାରୀ କାର୍ଯ୍ୟକ୍ରମରେ ୫-ଟି ମଡେଲର ସଫଳ ଉପଯୋଗ ଯୋଗୁଁ ଏହି ରୂପାନ୍ତରଣ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ ପାଣ୍ଡିଆନ କହିଛନ୍ତି। ଶୁଭଙ୍କର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୟୁଥ୍‍ ଇଣ୍ଡିଆ ଫାଉଣ୍ଡେସନର ଦ୍ୱିତୀୟ ପ୍ରତିଷ୍ଠା ଦିବସରେ ଅତିଥି ରୂପେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ରୂପାନ୍ତରିତ ଓଡ଼ିଶା ଉପରେ ନିଜର ବକ୍ତବ୍ୟ ରଖିଛନ୍ତି।

ଭର୍ଚୁଆଲ ମୋଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜ ମତ ରଖି ଶ୍ରୀ ପାଣ୍ଡିଆନ ଓଡ଼ିଶାର ବିକାଶ ଏବଂ ରୂପାନ୍ତରଣର ଜୟଯାତ୍ରା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଏକଦା ବିପର୍ଯ୍ୟୟକୁ ସଫଳ ଭାବେ ସାମ୍ନା କରିପାରୁନଥିବା ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ଦରବାରରେ ପ୍ରଶଂସିତ ହେବା ସହ ବେଞ୍ଚମାର୍କ ସ୍ଥାପନ କରିପାରିଛି। ସଫଳ ବିପର୍ଯ୍ୟୟ ପରିଚାଳନା ପାଇଁ ଜାତିସଂଘ ଓଡ଼ିଶାକୁ ସମ୍ମାନିତ କରିଛି। ଏକଦା ଦାରିଦ୍ର୍ୟ ମଧ୍ୟରେ ସନ୍ତୁଳି ହେଉଥିବା ଓଡ଼ିଶା ଆଜି ଦ୍ରୁତ ଦାରିଦ୍ର୍ୟ ଦୂରୀକରଣରେ ସମଗ୍ର ଏସିଆରେ ଶ୍ରେଷ୍ଠ ଭାବେ ବିବେଚିତ ହୋଇପାରିଛି। ସେହିପରି ନିଜ ରାଜ୍ୟର ଅଧିବାସୀଙ୍କ ଖାଦ୍ୟ ସୁରକ୍ଷା ପାଇଁ ଓଡ଼ିଶା ଏକଦା ଅନ୍ୟ ରାଜ୍ୟଙ୍କ ଉପରେ ନିର୍ଭରଶୀଳ ଥିବାବେଳେ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳିଛି। ବର୍ତ୍ତମାନ ଦେଶର ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଆମେ ଦେଶର ବଣ୍ଟନ ବ୍ୟବସ୍ଥାକୁ ତୃତୀୟ ବଡ଼ ରାଜ୍ୟ ଭାବେ ଚାଉଳ ପ୍ରଦାନ କରୁଛୁ। ସେହିପରି ବିଗତ ୧୦ ବର୍ଷ ମଧ୍ୟରେ ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାର କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଥିବା ବେଳେ ରାଜ୍ୟର ସୁସ୍ଥ ବିତ୍ତୀୟ ବ୍ୟବସ୍ଥା ଉପରେ ସେ ମଧ୍ୟ ଆଲୋକପାତ କରିଛନ୍ତି। ଏକଦା ଓଡ଼ିଶା ନିଜର କର୍ମଚାରୀଙ୍କୁ ଦରମା ଦେଇପାରୁନଥିବା ବେଳେ ବର୍ତ୍ତମାନ ଦେଶର ଏକମାତ୍ର ରାଜସ୍ୱ ବଳକା ବଜେଟ ଥିବା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ସେ କହିଛନ୍ତି।

ସେହିପରି ୫-ଟି ମଡେଲ ଉପରେ ବିସ୍ତୃତ ଭାବେ ବାଖ୍ୟା କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ୫-ଟିର ପ୍ରମୁଖ ଅଙ୍ଗ ଟ୍ରାନ୍ସଫରମେସନ ଅର୍ଥାତ୍‍ ରୂପାନ୍ତରଣ ହୋଇଥିବା ବେଳେ ଏହାର ଅନ୍ୟ ଚାରୋଟି ଅଙ୍ଗ ଯଥା ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍‍ ୱାର୍କ ଏବଂ ଟାଇମ ଏହାକୁ ଚରିତାର୍ଥ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ହାଇସ୍କୁଲ ରୂପାନ୍ତରଣକୁ ସେ ଉଦାହରଣ ରୂପେ ଉପସ୍ଥାପନ କରିଛନ୍ତି। ରାଜ୍ୟର ୭୫ ଭାଗ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ତେଣୁ ତାଙ୍କୁ ଉନ୍ନତ ଏବଂ ସର୍ବଶ୍ରେଷ୍ଠ ଶିକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିବା ବେଳେ ଏଯାବତ୍‍ ୨୦୦୦ରୁ ଅଧିକ ସ୍କୁଲର ରୂପାନ୍ତରଣ ସରିଛି। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ସବୁ ସରକାରୀ ହାଇସ୍କୁଲର ରୂପାନ୍ତରଣ ସରିବ।

ସେହିପରି ୫-ଟିର ଅନ୍ୟ ଏକ ଅଙ୍ଗ ମୋ ସରକାର ବିଷୟରେ ମଧ୍ୟ ସେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାଧାରଣ ଲୋକେ ହେଉଛନ୍ତି ଗଣତନ୍ତ୍ରର ଅସଲି ମାଲିକ। ଗଣତନ୍ତ୍ରର ଆତ୍ମା। ରାଜ୍ୟର ସମସ୍ତ ନାଗରିକ ଶାସନରେ ଥିବା ସରକାରଙ୍କୁ ନିଜ ସରକାର ବୋଲି ଭାବନ୍ତୁ। ଏହି ଆଭିମୁଖ୍ୟ ନେଇ ମୋ ସରକାରର ପରିକଳ୍ପନା ମୁଖ୍ୟମନ୍ତ୍ରୀ କରିଛନ୍ତି। ମୋ ସରକାର ବର୍ତ୍ତମାନ ପୁଲିସ ଥାନା ଏବଂ ସ୍ୱାସ୍ଥ୍ୟସେବା କେନ୍ଦ୍ର୍ରଗୁଡ଼ିକରେ ଉପଯୋଗ ହେଉଥିବା ଶ୍ରୀ ପାଣ୍ଡିଆନ କହିଛନ୍ତି।ରାଜ୍ୟବାସୀଙ୍କୁ ଗୁଣାତ୍ମକ ତଥା ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ପରେ ଏହି ଯୋଜନା ଅଧିନରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି। ଏହହି ଯୋଜନା ଅଧିନରେ କିପରି ସାଧାରଣ ଲୋକେ ଉପକୃତ ହେଉଛନ୍ତି ସେ ବର୍ଣ୍ଣନା କରିବା ସହ ଏହି ଲୋକାଭିମୁଖୀ ଯୋଜନା ଦ୍ୱାରା ବର୍ତ୍ତମାନ ପ୍ରତିମାସରେ ପ୍ରାୟ ୫୦ ହଜାର ରୋଗୀ ଚିକିତ୍ସା ସେବା ପାଇପାରୁଥିବା ଶ୍ରୀ ପାଣ୍ଡିଆନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ୟାମ ପିଟ୍ରୋଡ଼ା ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ।