5t mo sarkar - The Sakala
ରୂପାନ୍ତରଣ ସାରଥୀ, ଅବିଶ୍ରାନ୍ତ ଯାତ୍ରା: ‘ନବୀନ ଓଡ଼ିଶା’ ଗଠନ ପାଇଁ ସଂକଳ୍ପବଦ୍ଧ କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର: ପ୍ରଚଣ୍ଡ ଖରା ଅବା ଅବିଶ୍ରାନ୍ତ ବର୍ଷା, ନିଶାର୍ଦ୍ଧ ହେଉ ଅବା କୁହୁଡ଼ିଘେରା ପ୍ରତ୍ୟୁଷ। କାର୍ଯ୍ୟରେ ନାହିଁ ବିଶ୍ରାମ। ‘ନବୀନ ଓଡ଼ିଶା’ ଗଠନ ଲକ୍ଷ୍ୟରେ ସାରା ଓଡ଼ିଶାର କୋଣ ଅନୁକୋଣ ଘୂରି ବୁଲୁଥିବା ‘୫-ଟି’ ଅଧ୍ୟକ୍ଷଙ୍କ ଅଭିଧାନରୁ ବିଶ୍ରାମ ଶବ୍ଦ ଯେପରି ଉଭାନ ହୋଇ ଯାଇଛି। ନିଜେ କାମ କରିବା ସହ ଅନ୍ୟମାନଙ୍କୁ ସାଥୀରେ ନେଇ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବାରେ ସେ ଲାଗି ପଡ଼ିଛନ୍ତି। ଅତୀତରେ ସେ ଏପରି ଅନେକ ଉଦାହରଣ ରଖିଛନ୍ତି; ଗତକାଲି ଓ ଆଜି ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ କାର୍ଯ୍ୟ କରି ଏହି ଉଦାହରଣରେ ସେ ଯୋଡ଼ିଛନ୍ତି ଆଉ ଏକ ପୃଷ୍ଠା।
ଗତକାଲି ସକାଳେ ବାରବାଟି ଷ୍ଟାଡିୟମ୍‌‌ର ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ ପରେ ସନ୍ଧ୍ୟାରେ ସୁଦୂର ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କ୍ରୀଡ଼ାବିତ୍‌‌ ମାନଙ୍କ ସହ ଆଲୋଚନା ପରେ ପ୍ରତ୍ୟୁଷରେ ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା, ବିଭିନ୍ନ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ ପରେ ଯାଇ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାରେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ୪ଟି ସମାବେଶରେ ଯୋଗଦାନ, ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା, ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି। ତାଙ୍କର ଏପରି କାର୍ଯ୍ୟ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ଜୀବନରେ କଠିନ ପରିଶ୍ରମ ପାଇଁ କଦାପି ପଛଘୁଞ୍ଚା ଦିଅ ନାହିଁ ବୋଲି ବୋଲାଉଥିବା ୫-ଟି ଅଧ୍ୟକ୍ଷ ନିଜେ ଏହି ଆହ୍ୱାନକୁ ଅନୁପାଳନ କରି ସୃଷ୍ଟି କରିଛନ୍ତି ନୂଆ ଉଦାହରଣ। ରୂପାନ୍ତରଣ କେବଳ କଥାରେ ହୁଏ ନାହିଁ, ଏଥିପାଇଁ ଲୋଡ଼ା ପ୍ରତିବଦ୍ଧତା। ଏହି ପ୍ରତିବଦ୍ଧତାର ଉଦାହରଣ ହେଉଛନ୍ତି ନିଜେ ପାଣ୍ଡିଆନ।
ଢେଙ୍କାନାଳର ମହିଷାପାଟରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ
ଢେଙ୍କାନାଳ: ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର। ଢେଙ୍କାନାଳ ଗସ୍ତରେ ଯାଇ ମହିଷାପାଟରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଠିନ ପରିଶ୍ରମ ହିଁ ସଫଳତା ହାସଲର ଏକ ମାତ୍ର ମାଧ୍ୟମ। ୫ବର୍ଷ ପରିଶ୍ରମ କଲେ ୫୦ବର୍ଷ ଜୀବନ ଭଲରେ କଟିବ। ଛାତ୍ରଛାତ୍ରୀଙ୍କୁ ସଫଳତା ହାସଲ ଲାଗି କଠିନ ପରିଶ୍ରମ ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏ ନୂଆ-ଓ କାର୍ଯ୍ୟକ୍ରମର ଆଯୋଜନ କରୁଛନ୍ତି ବୋଲି କହିଛନ୍ତି। ସମସ୍ତ ଛାତ୍ରୀଛାତ୍ରୀ ଜୀବନରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସଫଳତା ଲାଗି କଠିନ ପରିଶ୍ରମ କରିବାକୁ ପଡିବ। କେବଳ କଠିନ ପରିଶ୍ରମରେ ପୂର୍ଣ୍ଣ ସଫଳତା ହାସଲ କରିହେବନି ଏଥିଲାଗି ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବାକୁ ପଡିବ। ପ୍ରତିଭାର ବିକାଶ ହେଲେ ସାମଗ୍ରିକ ବିକାଶ ହେବ। ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ ଉପରେ ଭାଗ ନେବାକୁ ପରାମର୍ଶ ଦେଇଛନ୍ତି ।
ଜିତିବା ଅପେକ୍ଷା ଭାଗ ନେବା ଗୁରୁତ୍ବପୂର୍ଣ୍ଣ। ଏହି ଅବସରରେ କିଛି ସଫଳ ବ୍ୟକ୍ତିତ୍ଵଙ୍କ ଉଦାହରଣ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲାରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମଶ୍ରୀ ଡାକ୍ତର ଅନ୍ତର୍ଯାମୀ ମିଶ୍ର, ଜଷ୍ଟିସ ଗତିକୃଷ୍ଣ ମିଶ୍ର, ସ୍ବର୍ଗତ କଳ୍ପନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଆଇପିଏସ ଅନୁପ ସାହୁଙ୍କର ଉଦାହରଣ ଦେଇଥିଲେ। ସରକାରୀ ସ୍କୁଲରୁ ପାଠ ପଢି କିପରି ଜଣେ ଜଣେ ସଫଳ ବ୍ୟକ୍ତିତ୍ବ ହୋଇପାରିଛନ୍ତି ଏହା କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଠିନ ପରିଶ୍ରମ କରିବାକୁ ସୁସ୍ଥ ରହିବା ଉପରେ ଗୁରୁତ୍ବ ଦେଉଛନ୍ତି ଏଥିଲାଗି ୩୦ ମିନିଟ ଶାରିରୀକ ବ୍ଯାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି। ସୋସିଆଲ ମିଡିଆର କୁପ୍ରଭାବ ଓ ସୁପ୍ରଭାବ ରହିଛି। ସୋସିଆଲ ମିଡିଆରେ କମ ସମୟ ଅତିବାହିତ କରିବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ।
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀ, ଜିଲ୍ଲା, ବ୍ଲକ ସମସ୍ତଙ୍କ ଅବଦାନ ପାଇଁ ମିଳିଛି “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି।
ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଦୁଇଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସମୁଦାୟ ୧୬ଟି ବିଭାଗରେ ୭୫୧୯ ଟି ପୁରସ୍କାର ପ୍ରଦାନ କରାଯାଇଛି। ସମୁଦାୟ ୧୩୮ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।
ବ୍ୟକ୍ତିଗତ ପୁରସ୍କାର (ମାଧ୍ୟମିକ) ବର୍ଗରେ ମାଟ୍ରିକ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣ ମେଧାବୀ ଛାତ୍ରଛାତ୍ରୀ, ୭୦୦ ଶିକ୍ଷକ ଶିକ୍ଷୟତ୍ରୀ, ୪୧୯ ଜଣ ପ୍ରଧାନ ଶିକ୍ଷକ, ୫୮ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ୧୦ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ, ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର ପାଇଛନ୍ତି।
ସେହିପରି ବ୍ୟକ୍ତିଗତ ପୁରସ୍କାର (ପ୍ରାଥମିକ) ବର୍ଗରେ ୩୫୦ ଜଣ ପ୍ରଧାନ ଶିକ୍ଷକ ଓ ୩୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପୁରସ୍କାର ପାଇଛନ୍ତି।
ସେହିପରି ଆନୁଷ୍ଠାନିକ (ମାଧ୍ୟମିକ) ବର୍ଗରେ ୪ଟି ଜିଲ୍ଲା, ୧୦ଟି ବ୍ଲକ, ୧୦୫୭ଟି ସ୍କୁଲ, ୪୧୯ଟି ବିଦ୍ୟାଳୟ ପରିଚାଳନା କମିଟି, ୪୧୯ଟି ପୁରାତନ ଛାତ୍ର କମିଟି, ୪୧୪ଟି ଗ୍ରାମ ପଞ୍ଚାୟତ ପୁରସ୍କାର ପାଇଛନ୍ତି।
ସେହିପରି ଆନୁଷ୍ଠାନିକ (ପ୍ରାଥମିକ) ବର୍ଗରେ ୧୩୦୭ଟି ବିଦ୍ୟାଳୟ ପୁରସ୍କାର ପାଇଛନ୍ତି। ଏହା ବ୍ୟତିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବର୍ଗରେ ୩ଟି ଆନୁଷ୍ଠାନିକ ପୁରସ୍କାର ପ୍ରଦାନ କରାଯାଇଛି।
ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶ ସହ ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ପଞ୍ଚାୟତରାଜ ପାନୀୟ ଜଳ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟମାନଙ୍କୁ ଉଦ୍‌ବୋଧନ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ କୋଭିଡ ସମୟରୁ ପିଲାଙ୍କ ପାଠପଢାର ଅସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀ ଅନଲାଇନ ଜରିଆରେ ପାଠପଢାର ବ୍ୟବସ୍ଥା ସମ୍ପର୍କରେ ଚିନ୍ତା କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା 5T ହାଇସ୍କୁଲ ରୂପାନ୍ତର। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ହଜାର ସ୍କୁଲର ରୂପାନ୍ତର ହୋଇସାରିଛି।ସେ କହିଲେ ଯେ ହାଇସ୍କୁଲ ରୂପାନ୍ତର ଟିମ୍‌ ୱାର୍କର ଅନନ୍ୟ ଉଦାହରଣ । ପୁରାତନ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ପ୍ରଶାସନ ସମସ୍ତେ ଏକ ଟିମ୍‌ ଭଳି କାମ କରିଛନ୍ତି । ଆପଣମାନେ ସମସ୍ତେ ଓଡିଶାର ବିକାଶର ଗୋଟିଏ ଗୋଟିଏ ସ୍ତମ୍ବ । ଆପଣମାନେ ପିଲାଙ୍କ ଭିତରେ ରୂପାନ୍ତରଣର ବୀଜ ବପନ କରିଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହା ଦ୍ୱାରା ଆଜି ପିଲାଙ୍କ ଉତ୍ସାହ ବଢିଛି। ଆଜିର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଶିକ୍ଷା ପରିବେଶ ସହିତ ଜଡିତ ସମସ୍ତଙ୍କ ଉତ୍ସାହ, ମନୋବଳ ବୃଦ୍ଧି କରିଛି। ପିଲାଙ୍କ ସ୍ୱପ୍ନକୁ ଅଧିକ ଉଚ୍ଚ କରିବା ଏବଂ ପୂରଣ କରିବାର ଆତ୍ମବିଶ୍ୱାସକୁ ବୃଦ୍ଧି କରିବା ଦିଗରେ ଏହି ପୁରସ୍କାର ସହାୟକ ହେବ। ଓଡିଶାରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆସିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଦିଗରେ ଆଜି ସମସ୍ତେ ଜଣେ ଜଣେ ଚମ୍ପିଅନ ହୋଇପାରିଛନ୍ତି ବୋଲି ସେ କହିଥିଲେ। ମାଧ୍ୟମିକ ସ୍କୁଲ ସହିତ ଉଚ୍ଚ ମାଧ୍ୟମିକ ଓ କଲେଜର ମଧ୍ୟ ରୂପାନ୍ତରଣ ଚାଲିଛି। ଖୁବ୍‌ ଶୀଘ୍ର ଏହି ଅନୁଷ୍ଠାନ ଗୁଡିକ ଲୋକାର୍ପିତ ହେବ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜିଠୁ ଶିଶୁ ମହୋତ୍ସବ ‘ସୁରଭି’: ‘ଆକାଂକ୍ଷୀ ପାଭିଲିୟନ୍‌‌’ରେ ପ୍ରଦର୍ଶିତ ହେବ ବିଦ୍ୟାଳୟ ରୂପାନ୍ତରଣ ଚିତ୍ର
ଭୁବନେଶ୍ୱର: ‘ସୁରଭି’ କହିବ ବିଦ୍ୟାଳୟ ରୂପାନ୍ତରଣ ଗାଥା। ଆଜି ଠାରୁ ୟୁନିଟ୍‌‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ‘୫-ଟି’ ବିଦ୍ୟାଳୟ ରୂପାନ୍ତରଣର ଅନେକ ସଫଳ ଚିତ୍ର ଦେଖିବାକୁ ମିଳିବ। ଏଥିପାଇଁ ଚଳିତ ବର୍ଷ ‘ଆକାଂକ୍ଷୀ ପାଭିଲିୟନ୍‌‌’ ତିଆରି ହୋଇଛି। ଏଠାରେ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ‘୫-ଟି’ ବିଦ୍ୟାଳୟ ରୂପାନ୍ତରଣ ଅଧୀନରେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପଗୁଡ଼ିକୁ ଦେଖିବାକୁ ପାଇବେ।
ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଉଦ୍‌‌ଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ଦିନରେ ଛାତ୍ରଛାତ୍ରୀମାନେ ବିଭିନ୍ନ କୀର୍ତ୍ତିରାଜି ଓ ଶିକ୍ଷଣୀୟ ସ୍ଥାନ ପରିଦର୍ଶନ କରିବେ। ଅପରାହ୍‌ଣରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’ ପରିବେଷଣ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରମିଳା ମଲ୍ଲିକ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କ ସହ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିକ୍ଷା ପରାମର୍ଶଦାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ଯୋଗଦେବେ। ଉଦ୍‌‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ମହତ୍ତ୍ଵାକାଂକ୍ଷୀ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଜି ଆଉ ୩ଟି ଜିଲ୍ଲାକୁ ସାମିଲ କରାଯିବ । କୋରାପୁଟ, ନୂଆପଡ଼ା ଓ ଯାଜପୁର ଜିଲ୍ଲାକୁ ଏହି ଯୋଜନାରେ ଆଜି ସାମିଲ କରାଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନିଟି ଜିଲ୍ଲାରେ ଆଭାସୀ ଜରିଆରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। କୋରାପୁଟ ଜିଲ୍ଲାରେ ୧୨୦ କୋଟି ଟଙ୍କା ବ୍ୟୟରେ ୩ ହଜାର ୮୭ଟି ପ୍ରକଳ୍ପ, ନୂଆପଡ଼ା ଜିଲ୍ଲାରେ ୫୬ କୋଟି ଟଙ୍କାରେ ୧୭୬୫ଟି ପ୍ରକଳ୍ପ ଏବଂ ଯାଜପରୁ ଜିଲ୍ଲାରେ ୧୫୫ କୋଟି ଟଙ୍କା ବ୍ୟୟରେ ୪ ହଜାର ୧୦୯ ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ "ଆମ ଓଡ଼ିଶା, ନବୀନ ଓଡିଶା" କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। #NaveenOdisha pic.twitter.com/3SG4J12iPU
— I & PR Department, Odisha (@IPR_Odisha) November 10, 2023
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୧୦ ତାରିଖରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସରେ ରହିଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ। ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ପାଇଁ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତ ସାମିଲ ହେବେ । ମୋଟ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ।
ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର  ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି  ୧୩୯.୫୦    କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ।  ଏହିସବୁ ନିର୍ବାଚନ ମଣ୍ଡଳୀର   ୧୭ଟି ବ୍ଲକ୍‌‌ର       ୨୭୯ଟି  ଗ୍ରାମ ପଞ୍ଚାୟତରେ   ୩୦୧୬ଟି ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ  ୧୦୬ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ, ହିନ୍ଦୋଳ।  ଏଥିରେ ୮ଟି ବ୍ଲକ୍‌ର      ୨୧୨ ଟି   ଗ୍ରାମପଞ୍ଚାୟତରେ  ୩୦୫୩ଟି ପ୍ରକଳ୍ପ କରାଯିବ। ସେହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି  ୩୪.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – କଣ୍ଟାମାଳ, ବୌଦ୍ଧ  । ଏହିସବୁ ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌‌ର   ୬୯ ଟି  ଗ୍ରାମ ପଞ୍ଚାୟତରେ ୧୧୫୯ଟି ପ୍ରକଳ୍ପ ହେବ।
ଆଜିର କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି, ଢେଙ୍କାନାଳ ଜିଲ୍ଲାର ୪ଟି ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ।  ସେ ପୁଣି କହିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।
ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ। Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।
ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ, ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ। ସେ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ଆଜି ସଫଳ ହୋଇଛି। ମା’ ମାନେ ହିଁ ନବୀନ ଓଡିଶାର ମଙ୍ଗ ଧରିଛନ୍ତି।
ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।
ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟକ୍ରମରେ, ଶ୍ରୀ ପାଣ୍ଡିଆନ କହିଥିଲେ ଯେ ସୁନ୍ଦରଗଡ ଲୋକଙ୍କ ହକି ପ୍ରତି ପ୍ରବଳ ଉତ୍ସାହକୁ ମୁଖ୍ୟମନ୍ତ୍ରୀ ଭଲ ଭାବରେ ଅନୁଭବ କରିଛନ୍ତି। ସେମାନଙ୍କ ମନୋଭାବକୁ ସମ୍ମାନ ଜଣାଇ ସେ ସୁନ୍ଦରଗଡରେ ବିଶ୍ୱକପ ହକିର ଆୟୋଜନ କରିଥିଲେ ଏବଂ ଏଥିପାଇଁ ଏକ ସୁନ୍ଦର ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଏହି ଷ୍ଟାଡିୟମ ମଧ୍ୟ ରେକର୍ଡ ସମୟରେ ନିର୍ମାଣ ହୋଇଥିଲା। ହକିର ବିକାଶ ପାଇଁ ସୁନ୍ଦରଗଡର ପ୍ରତି ବ୍ଲକକୁ ଆଷ୍ଟ୍ରୋଟର୍ଫ ମଧ୍ୟ ଦେଇଛନ୍ତି ବୋଲି ସେ କହିଥିଲେ।
ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୭୯.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଭଷ୍ମାଠାରେ ଇବ ନଦୀ ରେ Istream Storage Structure ନିର୍ମାଣ ପାଇଁ ୨୬୨.୫୦ କୋଟି ଟଙ୍କାର ମଞ୍ଜୁରି, ପାରିଜାତ ଓ ଥିମ୍ ପାର୍କ ଏବଂ ନଗର ବନ ପ୍ରକଳ୍ପ ପାଇଁ ସମୁଦାୟ ୭.୭୮ କୋଟି ଟଙ୍କା, ଗୁରୁଲିଜୋରଠାରେ Minor Irrigation ପ୍ରକଳ୍ପ ପାଇଁ ୧.୩୪ କୋଟି ଟଙ୍କା ଓ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ। ଏହା ସହିତ ୫ଟି ମନ୍ଦିର, ୨ଟି ସମଜିଦ୍ କମ୍ପ୍ଲେକ୍ସ, ୧ଟି କ୍ୟାଥଲିକ୍ ଚର୍ଚ୍ଚ ଆଦି ରହିଛି। ତଳସରା ନିର୍ବାଚନ ମଣ୍ଡଳୀରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୦.୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଲେଫ୍ରିପଡା ବ୍ଲକରେ ରାସ୍ତା ପାଇଁ ୨୪ କୋଟି ଟଙ୍କା, ଲେଫ୍ରିପଡା ବ୍ଲକରେ ବିଜୁ ସେତୁ ପାଇଁ ୫.୨୬ କୋଟି ଏବଂ ଫୁଲବାରୀ ସପେଇ ନଦୀରେ Istream Storage Structure ନିର୍ମାଣ ପାଇଁ ୧୨୩.୭୫ କୋଟି। ଏଥିରେ ୫ଟି ମନ୍ଦିର ଓ ୨ଟି ଚର୍ଚ୍ଚ ମଧ୍ୟ ସାମିଲ । ସେହିପରି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନୂଆଗାଁ ଓ କୁଆଁରମୁଣ୍ଡାରେ ୨ଟି ନୂଆ ଡିଗ୍ରୀ କଲେଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ଓ ଏହା ସହିତ ଅନେକ ସ୍କୁଲ, କଲେଜ, ୱାଟର ପାର୍କ ମଧ୍ୟ ରହିଛି । ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଜଲ୍‌ଦାଠାରେ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ଉନ୍ନତିକରଣ। ବଣାଇ ନିର୍ବାଚନ ମଣ୍ଡଳୀରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୩୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବଣେଇ ଉପଖଣ୍ଡ ଡାକ୍ତରଖାନାର ଉନ୍ନତିକରଣ ଓ ଡାୟଲିସିସ୍ କେନ୍ଦ୍ର ପାଇଁ ୧.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ବାଣେଶ୍ୱରୀ ମନ୍ଦିର ଓ ୨ଟି ଚର୍ଚ୍ଚ ପାଇଁ ୧.୪୫ କୋଟି ଟଙ୍କା । ଏହା ସହିତ ୨ଟି ଡିଗ୍ରୀ କଲେଜ, ୩ଟି ହାୟର ସେକେଣ୍ଡାରୀ ସ୍କୁଲ ଏଥିରେ ସାମିଲ ହୋଇଛି । ରାଉରକେଲା ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ମ୍ୟୁନିସପାଲିଟି ଡିଗ୍ରୀ କଲେଜ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ, ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ଓ ଅନ୍ୟ ୪ଟି ମହାବିଦ୍ୟାଳୟ। ଏଥି ସହିତ ୨ଟି ମନ୍ଦିର ୧ଟି ଗୁରୁଦ୍ୱାର ସାମିଲ ହୋଇଛି।
ଏହିପରି ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୬୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୬୩.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୭.୭୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଜୋରନ୍ଦା ମହିମା ଗାଦୀ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଶପ୍ତଶଯ୍ୟା ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇ ୪.୬୧ କୋଟି ଟଙ୍କା, ବଳରାମ ମନ୍ଦିର ଓ ଜାଉଳି ପୋଖରୀ ମଠ ପାଇଁ ୫.୮୫ କୋଟି ଟଙ୍କାର ମଞ୍ଜୁର କରାଯାଇଛି। ଏଥି ସହିତ ୪ଟି ମହାବିଦ୍ୟାଳୟ ଓ ୧ଟି ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ହୋଇଛି। କାମକ୍ଷାନଗର ନିର୍ବାଚନ ମଣ୍ଡଳୀରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ୬ଟି ସେତୁ ପାଇଁ ୨୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଏକତାଳିଠାରେ ମିନି ଷ୍ଟାଡିୟମ ଓ ପାଠାଗାର ପାଇଁ ୪.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୪ଟି କଲେଜ ଏବଂ ୨ଟି ହାୟର ସେକେଣ୍ଡାରୀ ସ୍କୁଲ, ୨ଟି ଭିତ୍ତିଭୂମି ପ୍ରକଳ୍ପ ରହିଛି । ସେହିପରି ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ, ୩ଟି କଲେଜ ଓ ୨ଟି ହାୟର ସେକେଣ୍ଡାରୀ ସ୍କୁଲ ଅନ୍ତର୍ଭୁକ୍ତ। ସେହିପରି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସାପୁଆ ଡ୍ୟାମର ସୌନ୍ଦର୍ଯ୍ୟକରଣ ପାଇଁ ୭.୪୪ କୋଟି ଟଙ୍କା, ସାପୁଆ- ବଡଜୋର ଜଳସେଚନ ପ୍ରକଳ୍ପର ସର୍ଭିସ ରାସ୍ତା ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୩ଟି କଲେଜ ୨ଟି ହାୟର ସେକେଣ୍ଡାରି ସ୍କୁଲ ଅନ୍ତର୍ଭୁକ୍ତ। । ଏହି ପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୫୯.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଖଡଙ୍ଗ ନଦୀ ଓ ଖଇରମାଲଠାରେ ୨ଟି Instream Storage Structure । ଖଡଙ୍ଗ ନଦୀ I.S.S. ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବେ ବେଳେ, ଏଥିରେ ୧୨ ହଜାର ଲୋକ ଉପକୃତ ହେବେ। ସେହିପରି ଖଇରମାଳ I.S.S. ପାଇଁ ୯୨୫.୬୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତ ହେବେ। ଏହା ସହିତ କଣ୍ଟାମାଳ ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ, ପଳସାଗୁଡା ପଞ୍ଚାୟତ ହାୟର ସେକେଣ୍ଡାରୀ ସ୍କୁଲ, ପର୍ଯ୍ୟଟନ କ୍ଷେତ୍ର, କଣ୍ଟାମାଳର ବିର ମୁଣ୍ଡା ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସାମିଲ । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ପୁରୁଣାକଟକଠାରେ ମା ଭୈରବୀ ମନ୍ଦିର ର ଉନ୍ନତିକରଣ ପାଇଁ ୩. ୬୭ କୋଟି ଏବଂ ବୌଦ୍ଧଠାରେ ମା ଚନ୍ଦ୍ରଚୂଡା ମନ୍ଦିର ଓ ଆରତି ଘାଟର ଉନ୍ନତିକରଣ ପାଇଁ ୩.୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ବର୍ଷକୁ ମା ଭୈରବୀ ମନ୍ଦିରକୁ ୬୦ ହଜାର ଭକ୍ତ ଓ ମା ଚନ୍ଦ୍ରଚୂଡା ମନ୍ଦିରକୁ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ । ଏହା ସହିତ ୩ଟି ଡିଗ୍ରୀ କଲେଜ, ୧ଟି ମହାବିଦ୍ୟାଳୟ, ୩ଟି ପର୍ଯ୍ୟଟନ କ୍ଷେତ୍ର, ୧ଟି ଛାତ୍ରୀନିବାସ ସାମିଲ ଅଛି।
ଏହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୪୧.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ  ଶାରଦା ପ୍ରସାଦ ନାୟକ, ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ସୁବ୍ରତ ତରାଇ, ବିଧାୟକ ସୁଧିର କୁମାର ସାମଲ, ବିଧାୟକ ଡ. ନୃସିଂହ ଚରଣ ସାହୁ, ବିଧାୟକ ମହେଶ ସାହୁ, ବିଧାୟକ ମହିଧର ରଣା, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।
ସୁନ୍ଦରଗଡରେ ଉପସ୍ଥିତ ମନ୍ତ୍ରୀ ଶାରଦା ନାୟକ କହିଲେ ଯେ ସୁନ୍ଦରଗଡକୁ ବିଶ୍ୱ ଦରବାରରେ ପରିଚୟ ଦେଇଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ। ବଣେଇଠାରେ ଉପସ୍ଥିତ ମନ୍ତ୍ରୀ  ପ୍ରିତିରଞ୍ଜନ ଘଡାଇ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ସମଗ୍ର ବିଶ୍ୱରେ ଯେଭଳି ପରିଚୟ ଦେଇଛନ୍ତି ତାକୁ ସୁନ୍ଦରଗଡବାସୀ କେବେ ଭୁଲିବେ ନାହିଁ।
କାମାକ୍ଷାନଗରରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକ କହିଲେ ଯେ ଗାଁର ବିକାଶ ନ ହେଲେ ରାଜ୍ୟର ବିକାଶ ହେବ ନାହିଁ। ଗାନ୍ଧିଜୀଙ୍କ ଏହି ଚିନ୍ତାଧାରାକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଉଦ୍ୟମ କରିଚାଲିଛନ୍ତି। ଓଡପଡାଠାରେ ଉପସ୍ଥିତ ସାଂସଦ ଶ୍ରୀ ମହେଶ ସାହୁ କହିଲେ ଯେ ସମଗ୍ର ଭାରତବର୍ଷରେ ଆଜି ଓଡିଶାର ବିକାଶ ଚର୍ଚ୍ଚା ସୃଷ୍ଟି କରିଛି।
ହରଭଙ୍ଗାରେ ଉପସ୍ଥିତ ମନ୍ତ୍ରୀ ପ୍ରଦୀପ ଅମାତ କହିଲେ ଯେ ମହାତ୍ମା ଗାନ୍ଧୀଙ୍କ ଉକ୍ତି ଭାରତର ଆତ୍ମା ଗାଁରେ ହିଁ ଅଛି କୁ ଗ୍ରାମାଞ୍ଚଳର ବିକାଶ ଜରିଆରେ କାର୍ଯ୍ୟରେ କରି ଦେଖାଇଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ।କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ। ଆମ ସମସ୍ତଙ୍କ ପାଇଁ ଆଣିଛି ଅପାର ଆନନ୍ଦ।କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଆମେ ସମସ୍ତେ ମିଶି ଭଲ କାମ କରିବୁ, ସ୍ୱଚ୍ଛତାର ସହ କାମ କରିବୁ, ନବୀନ ଓଡିଶା ଗଢିବୁ: 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଆଜିର କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଜିଲ୍ଲାର ୩ଟି, ଅନୁଗୋଳ ଜିଲ୍ଲାର ୫ଟି ଓ ଗଜପତି ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ।  ସଂସ୍କୃତି ସହିତ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।
ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ସେମାନଙ୍କ ଦାବୀ, ସେମାନଙ୍କ ଅନୁରୋଧ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ।
ସେ ପୁଣି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।
ଭିକେ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ବାଲିଗୁଡାରୁ ବୁଡ଼ାଗୁଡ଼ା ପର୍ଯ୍ୟନ୍ତ ରାସ୍ତା ପାଇଁ ୪୩.୮୭ କୋଟି, ୩ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଇଁ ୩୭ କୋଟି, ଜଗନ୍ନାଥ ମନ୍ଦିର, ପାଟଖଣ୍ଡ ମନ୍ଦିର, କୋଟଗଡ ଆଦିବାସୀ ହଷ୍ଟେଲ, ଆଦିବାସୀ କଲେଜ, ଲୁଡୁ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ। ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ପ୍ରସିଦ୍ଧ ଦାରିଙ୍ଗିବାଡି ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମୀ ପାଇଁ ୧୭.୧୧ କୋଟି, ରାଇଖୋଲ ପଞ୍ଚାୟତରେ ସେତୁ, ସାଲୁଙ୍କି ନଦୀ ଉପରେ ସେତୁ ପାଇଁ ୬ କୋଟି, ରତିଙ୍ଗିଆ ରେ ସେତୁ ପାଇଁ ୮.୮ କୋଟି, ଦୁଲିରି, ରିଶିମାଳ, କାଲିଗୁଡ଼ା ପର୍ଯ୍ୟଟନ କ୍ଷେତ୍ର ବିକାଶ, ୩ଟି ଚେକ୍ ଡ୍ୟାମ, ଓ ତିନିଟି କଲେଜ। ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୫.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ତିନୋଟି ବୃହତ୍ ସେତୁ ପାଇଁ ୧୬.୩୦ କୋଟି, ବରାଳ ଦେବୀ ମନ୍ଦିର ପାଇଁ ୩ କୋଟି, ଜଗନ୍ନାଥ ମନ୍ଦିର ପାଇଁ ୨.୨୧ କୋଟି, କସମ୍ ଯୋଜନାରେ revolving fund ପାଇଁ ୨ କୋଟି, ତିନିଟି ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ, ୭ ଟି check dam ପାଇଁ ୬.୫୭ କୋଟି ଓ ତିନିଟି କଲେଜ ପାଇଁ ୪ କୋଟି।
ଏହି ପରି କନ୍ଧମାଳ ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪୮.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଅନୁଗୋଳ ଜିଲ୍ଲାର ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪୪.୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଣିହାଁ ଠାରେ ବ୍ରାହ୍ମଣୀ ନଦୀ ଉପରେ ଏକ ବୃହତ୍ ସେତୁ ପାଇଁ ୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଲୋକଙ୍କ ମନୋଭାବକୁ ସମ୍ମାନ ଜଣାଇ ଏହାକୁ ପ୍ରଜା ମଣ୍ଡଳ ନେତା ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯାଇଛି। ଏହା ସହିତ ସିବିଦା ଠାରୁ ଖଡକ କୁମ୍ଭାର ମାଟି ପର୍ଯ୍ୟନ୍ତ ସଡ଼କ ପାଇଁ ୪୨ କୋଟି, ପାଲଲହଡ଼ା ଫାର୍ମ ଠାରୁ ନାଇକାନିପଳି ପର୍ଯ୍ୟନ୍ତ ସଡ଼କ ପାଇଁ ୨୦.୬୦ କୋଟି, ଧଲଗଡିଆ ସିଆରିଆ ସଡ଼କ ପାଇଁ ୧୫ କୋଟି ମଞ୍ଜୁର କରାଯାଇଛି। ପବିତ୍ର ନଗର ଠାରେ ପବିତ୍ର ମୋହନ ସ୍ମୃତି ପୀଠ ପାଇଁ ୩ କୋଟି ଓ ଆଉ କେତେକ ପ୍ରକଳ୍ପ ସାମିଲ। ତାଳଚେର ନିର୍ବାଚନ ମଣ୍ଡଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭.୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଗୋପାଳ ପ୍ରସାଦ ଠାରେ ମା’ ହିଙ୍ଗୁଳା ମନ୍ଦିର ପାଇଁ ୧୫.୮୦ କୋଟି, ବଡ଼ ଗୁଣ୍ଡିରି ଗାଁରେ ଜଗନ୍ନାଥ ମନ୍ଦିର, ଗୋପାଳ ପ୍ରସାଦ ଜଗନ୍ନାଥ ମନ୍ଦିର, ଓ କେତେକ କଲେଜ। ଲୋକମତକୁ ସମ୍ମାନ ଜଣାଇ ତାଳଚେର ମେଡିକାଲ କଲେଜ କୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯାଇଛି। ସେହିପରି ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୌରାଞ୍ଚଳରେ ଜଗନ୍ନାଥ ମନ୍ଦିର, ମା’ ବୁଢୀ ଠାକୁରାଣୀ, ଓ ଯାତ୍ରୀ ନିବାସ, ମନ୍ଦର ଗିରି ପର୍ଯ୍ୟଟନ ପ୍ରକଳ୍ପ, ଅଙ୍ଗରା ବନ୍ଧ ଅଲେଖ ମହିମା ଧାମ, ପଞ୍ଚ ଶ୍ରୀ କ୍ଷେତ୍ର, ଓ ତିନିଟି କଲେଜ ରହିଛି । ଏହା ସହିତ ବନ୍ତଲାରେ ହାତୀ ମଣିଷ ଲଢେଇ ରୋକିବା ପାଇଁ ୪.୬୪ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ସାମିଲ। ସେହିପରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୯୩ କୋଟି ମଞ୍ଜୁର ହୋଇ ପାରିବ। ଏଥିରେ ଛେଣ୍ଡିପଦା ହସପିଟାଲକୁ ଆମ ହସ୍ପିଟାଲ ରେ ପରିଣତ କରିବା ପାଇଁ ୩.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମା’ ରାମଚଣ୍ଡୀ ପୀଠ, ଖମ୍ବେଶ୍ୱରୀ ପୀଠ, ହନୁମାନ ବାଟିକା ଓ ଦୁଇଟି କଲେଜ ର ଉନ୍ନତି କରଣ ରହିଛି। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ୧୦ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଦେଉଳ ଝରି ବାବା ସିଦ୍ଧେଶ୍ୱର ମହାଦେବ ମନ୍ଦିର ପାଇଁ ୪.୨୦ କୋଟି, ବିନିକେୟୀ ମନ୍ଦିର ପାଇଁ ୨.୬୩ କୋଟି, କିଶୋର ନଗର ସନ୍ଥ କବି ଭୀମ ଭୋଇ ପୀଠ, ମା’ ମାହେଶ୍ୱରୀ ପୀଠ, ଜଗନ୍ନାଥ ଓ ମଦନ ମୋହନ ମନ୍ଦିର, କୁଡ଼ାଗାଁ ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳ ଓ ଟିକରପଡ଼ା ବନ୍ୟା ଆଶ୍ରୟ ସ୍ଥଳ ପାଇଁ ୫.୪୬ କୋଟି, ଏବଂ ତିନିଟି ଡ଼ିଗ୍ରୀ କଲେଜ ରହିଛି। ଏହି ପରି ଅନୁଗୋଳ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯୨.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୫.୨୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଛେଳିଗଡ ଜଳସେଚନ ପ୍ରକଳ୍ପର ପାରିପାର୍ଶ୍ୱିକ ଉନ୍ନତିକରଣ। ଏଥିପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ଫଳ ଓ ପନିପରିବା ପ୍ରକ୍ରିୟାକରଣ ୟୁନିଟ, Tribal Park, ଗ୍ରାମାଞ୍ଚଳ ବଜାର କେନ୍ଦ୍ର, ପର୍ଯ୍ୟଟନ ପ୍ରକଳ୍ପ, ଲିଙ୍ଗୋଦରା ଶିବ ମନ୍ଦିର ଉନ୍ନତିକରଣ, ୫ଟି ଲାଇବ୍ରେରୀ, କପିଳେଶ୍ୱର ଶିବ ମନ୍ଦିର ଓ ଛେଳିଗଡ ଶିବ ମନ୍ଦିର ପରିସର ଉନ୍ନତିକରଣ ଇତ୍ୟାଦି। ଜିରାଙ୍ଗ ବୌଦ୍ଧ ପୀଠ ପାଇଁ ୨.୬୮ କୋଟି ଟଙ୍କା, ମାଙ୍କଡଡିଆଁ ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ର ସମେତ ୭ଟି ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ ହୋଇଛି। ଏହ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ବ୍ୟାପକ ପ୍ରସାର ହେବ। ନୂଆଗଡରେ ୩ଟି ST Hostel ଓ ୨ଟି ST Girls Hostel ପାଇଁ ୧୮ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ହୋଇଛି। ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୮.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଗୁମାଠାରେ ଏକ ନୂଆ ସରକାରୀ ଡିଗ୍ରୀ କଲେଜ ଓ ଗୁମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ଉନ୍ନିତ କରିବା ପାଇଁ ଅନୁମୋଦନ କରାଯାଇଛି। ପାରଳାଖେମୁଣ୍ଡି ବାଇପାସ୍ ରୋଡ ପାଇଁ ୫୪ କୋଟି ଟଙ୍କା ମଞ୍ଜୁର ହୋଇଛି। ୩ଟି ପୁଷ୍କରିଣୀର ଉନ୍ନତିକରଣ, ଜିଲ୍ଲା ସଂସ୍କୃତି ଭବନର ଉନ୍ନତିକରଣ, ଟାଉନ୍ ହଲ୍ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ଓ ସ୍କଲ କଲେଜର ଉନ୍ନତିକରଣ ରହିଛି।
ଏହିପରି ଗଜପତି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୪.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
୩ଟି ଜିଲ୍ଲାରେ ସମୁଦାୟ ୧୧୮ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୬୪.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂହ, ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ସାଂସଦ ଶ୍ରୀ ମହେଶ ସାହୁ, ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ଶ୍ରୀ ଚକ୍ରମଣି କହଁର, ବିଧାୟକ ଶ୍ରୀ ସାଲୁଗା ପ୍ରଧାନ, ବିଧାୟକ ଶ୍ରୀ ଅଙ୍ଗଦ କହଁର, ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ବିଧାୟକ ଶ୍ରୀ ମୁକେଶ ପାଲ୍, ବିଧାୟକ ଶ୍ରୀ ସୁଶାନ୍ତ ବେହେରା, ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଇ, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।
ଅନୁଗୋଳରେ ଉପସ୍ଥିତ ଉପବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂହ କହିଲେ ଯେ ୭ ଦିନରେ ପ୍ରକଳ୍ପ ମଞ୍ଜୁରି ଆମ ସମସ୍ତଙ୍କୁ ସ୍ୱପ୍ନ ଭଳି ଲାଗୁଛି । ଫୁଲବାଣୀରେ ଉପସ୍ଥିତ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ କହିଲେ ଯେ ଏହି ଅଭିନବ ପ୍ରୟାସ ବିକାଶ ପ୍ରକ୍ରିୟାରେ ଗାଁର ଗୁରୁତ୍ୱ ବଢାଇଛି। ଏଭଳି ବିକାଶ କାର୍ଯ୍ୟକ୍ରମ ଇତିହାସ ପୃଷ୍ଠାରେ ସ୍ଥାନ ପାଇବ। ମୋହନାରେ ଉପସ୍ଥିତ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯେ ଆଗରୁ କେବେ ଏତେ ପ୍ରକଳ୍ପ, ଏତେ ଶୀଘ୍ର ଆସି ନଥିଲା । କଣିହାରେ ଉପସ୍ଥିତ ସାଂସଦ ଶ୍ରୀ ମହେଶ ସାହୁ କହିଲେ ଯେ ଅପହଞ୍ଚ ଇଲାକାରେ ଆଜି ବିକାଶ ପହଞ୍ଚି ପାରିଛି। ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ୭ ଦିନରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ। ଏହା ଆମ ସମସ୍ତଙ୍କ ପାଇଁ ଖୁସି ଆଣିଛି। କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସଂଘର କର୍ମକର୍ତ୍ତା
ଭୁବନେଶ୍ବର: ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ବିଭିନ୍ନ ସଂଘର କର୍ମକର୍ତ୍ତା । ଏଥିସହ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟ ସଭାପତିଙ୍କ ନେତୃତ୍ବରେ ବହୁ ଯୁବ-ଛାତ୍ର ନେତାମାନେ ଭେଟି ନୂଆ ଦାୟିତ୍ବ ପାଇଁ ୫ଟି ଓ ନବୀନ ଓଡିଶାର ଅଧକ୍ଷଙ୍କୁ  ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ଟ୍ରାନ୍ସଜେଣ୍ଡର ଶାଖାର ଉହଦେଷ୍ଟା ମିରା ପରିଡ଼ା, ଓଡ଼ିଶା ଶିଶୁ ସୁରକ୍ଷା ଅଧିକାରୀ ଏବଂ କର୍ମଚାରୀ ସଂଘ, ଓଡ଼ିଆ ମହାମଞ୍ଚ ନୂଆଦିଲ୍ଲୀ, ରାଜ୍ୟ ବିଡ଼ିଓ ସଂଘର କର୍ମକର୍ତା, ପଞ୍ଜାବୀ ଗ୍ଲୋବାଲ୍ ଫାଉଣ୍ଡେସନ୍, ବିଧାୟକ ତଥା ବିଜୁ ଯୁବା ଜନତା ଦଳର ରାଜ୍ୟ ସଭାପତି ବ୍ୟମୋକେଶ ରାୟ ଓ ବିଧାୟକ ତଥା ବିିଜୁ ଛାତ୍ର ଜନାତ ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ବରେ ବହୁ ଯୁବ ଓ ଛାତ୍ର ନେତା ମାନେ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
୫ଟି ଅଧ୍ୟକ୍ଷଙ୍କ ନେତୃତ୍ବରେ ରାଜ୍ୟରେ ରୁପାନ୍ତରଣ ପ୍ରକ୍ରିୟା ଆହୁରି କ୍ରିୟାଶୀଳ ହେବା ସହ ରାଜ୍ୟର ଦ୍ରୁତ ବିକାଶ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ରାଜ୍ୟର ବିଭିନ୍ନ  ସଂଘ । ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କ ସହ ଓଡ଼ିଶାର ବିକାଶରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ସମସ୍ତେ ପ୍ରତିଶୃତି ଦେଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କସୁସ୍ଥ ଜୀବନ କାମନା କରିଛନ୍ତି।
ଭେଟିବାକୁ ଆସିଥିବା ସମସ୍ତ ସଂଗଠନ ଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି ଭି.କେ ପାଣ୍ଡିଆନ୍। ଏଥିସହ ରାଜ୍ୟର ଉଦ୍ୟମରେ ସେମାନଙ୍କର ସହଯୋଗ ଲୋଡିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ନୂତନ ତଥା ସଶକ୍ତ ଓଡିଶା ଗଠନରେ ସେମାନଙ୍କୁ ଏହି ରୂପାନ୍ତର ଡ୍ରାଇଭ୍ରରେ ଅଂଶୀଦାର ଭାବରେ କାର୍ଯ୍ୟ କରିବାକୁ କହିଥିଲେ।
ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏଥିପାଇଁ ଗଞ୍ଜାମ ଜିଲ୍ଲାର  ୧୨ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୨୫୧.୫୦ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଭଞ୍ଜନଗର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ସୁରଡା, ସାନଖେମୁଣ୍ଡି, ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର ।  ଏହିସବୁ ନିର୍ବାଚନମଣ୍ଡଳୀର ୨୨ଟି ବ୍ଲକ୍‌‌ର ୫୦୩ଟି  ଗ୍ରାମ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ହେବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ସୁବର୍ଣ୍ଣପୁର ଓ ବୀରମହାରାଜପୁର।  ଏଥିରେ ୬ଟି ବ୍ଲକ୍‌ର ୧୦୯ଟି   ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ।
ଆଜିର କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। କେବଳ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।
ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ଦେଶର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ଜିଲ୍ଲା ଭାବରେ ଭାରତ ସରକାରଙ୍କଠାରୁ ପୁରସ୍କାର ପାଇଛି। ସେହିପରି ହିଞ୍ଜିଳି ବ୍ଲକ ମଧ୍ୟ ଦେଶର ସମସ୍ତ ବ୍ଲକମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ବ୍ଲକ ଭାବରେ ଭାରତ ସରକାରଙ୍କଠାରୁ ପୁରସ୍କାର ପାଇଛି। ଏଥିପାଇଁ ସେ ଗଞ୍ଜାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଗଞ୍ଜାମ ସାରା ଭାରତବର୍ଷକୁ ବିକାଶର ରାସ୍ତାରେ ପ୍ରେରିତ କରିଛି ବୋଲି ସେ କହିଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ । ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରର ହେବ ପ୍ରକୃତ ଚିତ୍ର ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେ କହିଥିଲେ ଯେ ଓଡିଶାରେ ଏବେ ରୂପାନ୍ତରର ଯୁଗ ଚାଲିଛି। ବିକାଶକୁ ଏବେ ଦେଖି ହେଉଛି, ଅନୁଭବ ମଧ୍ୟ କରି ହେଉଛି।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଜଗନ୍ନାଥ ମନ୍ଦିର, ମା’ ବ୍ୟାଘ୍ରଦେବୀ ମନ୍ଦିର ଓ ଗୋଚ୍ଛାବାଡୀ ଜଗନ୍ନାଥପ୍ରସାଦଠାରେ ଥିବା ଧବଳେଶ୍ୱର ମନ୍ଦିର। ଏହା ସହିତ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଡିଗ୍ରୀ ଓ ଜୁନିଅର କଲେଜ ଏବଂ ସାବିତ୍ରୀ ମହିଳା ଡିଗ୍ରୀ ଓ ଜୁନିଅର କଲେଜ ମଧ୍ୟ ସାମିଲ। ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ରାମଚଣ୍ଡୀ ମନ୍ଦିର, ସୁନ୍ଦେରଶ୍ୱର ମନ୍ଦିର ଓ ବଟେଶ୍ୱର ମହାଦେବ ମନ୍ଦିର। ଏହା ସହିତ ୨ଟି ଡିଗ୍ରୀ ଓ ଜୁନିଅର କଲେଜ ମଧ୍ୟ ସାମିଲ। ଖଲିକୋଟ ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ନାରାୟଣୀ ମନ୍ଦିର ଓ ତୁମ୍ବେଶ୍ୱର ମନ୍ଦିର। ଏହା ସହିତ କେଶପୁର ଡିଗ୍ରୀ ଓ ଜୁନିଅର କଲେଜ, ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ଡିଗ୍ରୀ ଓ ଜୁନିଅର କଲେଜ ସାମିଲ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ନିଜବାଙ୍କେଶ୍ୱରୀ ମନ୍ଦିର, ମହୁରୀକାଲିଆ ମନ୍ଦିର। ଏହା ସହିତ ୨ଟି କଲେଜ ସାମିଲ। ସୁରଡା ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ୨ଟି ମନ୍ଦିର ଓ ୨ଟି କଲେଜ। ଏହା ସହିତ ସୁରଡାର ଜଳଭଣ୍ଡାର ବିସ୍ଥାପିତ ଲୋକଙ୍କ ଦୀର୍ଘ ଦିନର ଜମି ସମସ୍ୟା ସମ୍ପର୍କରେ ଆଲୋକପାତ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ଏହି ସବୁ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି କରାଯାଇଛି। ବିସ୍ଥାପିତଙ୍କୁ ଚାଷଜମି ଘରଡିହ ଯୋଗାଇ ଦିଆଯିବ। ୯୬୧ ଘରଡିହ ଜମି ସମସ୍ୟାର ସମାଧାନ କରାଯାଇଛି ଏବଂ ୧୭ ଏକର ୬୨୮ ଡେସିମିଲ ଜମି ଘରଡିହ ଆକାରରେ ଖୁବ ଶିଘ୍ର ଦିଆ ଯିବ। ଏହା ସହିତ ଚାଷଜମି ପାଇଁ ୩୦୦ ଆବେଦନର ସମାଧାନ ହୋଇସାରିଛି, ବାକି ଖୁବ ଶିଘ୍ର ସମାଧାନ ହେବ। ସେହିପରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ରତନେଇ ମନ୍ଦିର, ଧରାକୋଟ ଜଗନ୍ନାଥ ମନ୍ଦିର ଏବଂ ୨ଟି କଲେଜ । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୫୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ନୂଆଗଡ ଧବଳେଶ୍ୱର ମନ୍ଦିର, ରଙ୍ଗେଇଲୁଣ୍ଡା ପଞ୍ଚମା ଗଣେଶ ମନ୍ଦିର, ରଙ୍ଗେଇଲୁଣ୍ଡା ସିଦ୍ଧଭୌରବୀ ମନ୍ଦିର ଏବଂ ଗୋପାଳପୁର କଲେଜ ଓ ରାମନାରାୟଣ କଲେଜ। ଆସ୍କା ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା ଖମ୍ବେଶ୍ୱରୀ ମନ୍ଦିର ଓ ଶାଳବଣ ସିଦ୍ଧେଶ୍ୱର ମନ୍ଦିର ଏବଂ ଆସ୍କା ବିଜ୍ଞାନ କଲେଜ ଓ ନିରଞ୍ଜନ ସରକାରୀ ମହିଳା କଲେଜ। ଚିକିଟି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଭୌରବୀ ଚଞ୍ଚଡ ମନ୍ଦିର ଓ ବାଳକୁମାରୀ ମନ୍ଦିର ଏବଂ ୨ଟି କଲେଜ। ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୮.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବୁରୁପଦା ମା’ ଶ୍ୟାମଳାଇ ମନ୍ଦିର ଓ ଖରିଡା ମା’ କୋରେଇଶୁଣି ମନ୍ଦିର। ଏହା ସହିତ ସମରଝୋଳା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହିତ ବୋଟିଂ ସୁବିଧା, ହିଞ୍ଜିଳିକାଟୁ ସ୍ୱୟଂଚାଳିତ ବିଜ୍ଞାନ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ କଲେଜର ନୂଆ ଏକାଡେମିକ୍ ବ୍ଲକ ନିର୍ମାଣ, ଉଦୟପ୍ରତାପ ବିଜ୍ଞାନ କଲେଜର ଉନ୍ନତୀକରଣ ଓ ନୂଆ ଏକାଡେମିକ୍ ବ୍ଲକ ଏବଂ ସରକାରୀ ଆଇ.ଟି.ଆଇ। ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପୋଲସରା ମର୍ଦ୍ଦ ଜଗନ୍ନାଥ ମନ୍ଦିର, ବୁଗୁଡା ବୁଦ୍ଧଖୋଲ ମନ୍ଦିର, ବୁଗୁଡା ସାଙ୍କୁଲେଇ ମନ୍ଦିର ଏବଂ ବୁଗୁଡା ଓ ପୋଲସରାର ୨ଟି କଲେଜ। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି କବିସୂର୍ଯ୍ୟନଗର ଆଠଗଡ ଜଗନ୍ନାଥ ମନ୍ଦିର, ପୁରୁଷୋତ୍ତମପୁର ଗୁପ୍ତେଶ୍ୱର ମନ୍ଦିର, ବେଗୁନିଆପଦା ସଦ୍ଧେଶ୍ୱର ମନ୍ଦିର ଏବଂ କବିସୂର୍ଯ୍ୟ ବଳଦେବ ବିଜ୍ଞାନ କଲେଜ। ଏହି ପରି ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୫୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୨.୧୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଗୋଧନେଶ୍ୱର ଓ ଖଇରମାଲଠାରେ ୨ଟି Instream Storage Structure । ଗୋଧନେଶ୍ୱର I.S.S. ପାଇଁ ୧୦୨୪ କୋଟି ଟଙ୍କା ମଞ୍ଜୁର ହୋଇଥିବେ ବେଳେ, ଏଥିରେ ୧.୮୦ ଲକ୍ଷ ଲୋକ ଉପକୃତ ହେବେ। ସେହିପରି ଖଇରମାଲ I.S.S. ପାଇଁ ୯୨୫.୫୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତ ହେବେ। ଏହି ସହିତ ଗୁରୁତ୍ୱପୂର୍ଣ୍ଣ ପାତାଳି ଶ୍ରୀକ୍ଷେତ୍ରର ଉନ୍ନତୀକରଣ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାର ବର୍ଷକୁ ୧ ଲକ୍ଷ ୩୦ ହଜାର ଲୋକ ଆସିବାର ସମ୍ଭାବନା ସୃଷ୍ଟି ହେବ। ଏହ ସହିତ ପାପକ୍ଷୟ ଘାଟ, ମା’ ମେଟାକାଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ବୀରମହାରାଜପୁର ଡିଗ୍ରୀ କଲେଜ, ହାଅର ସେକେଣ୍ଡାରୀ କଲେଜ, ଉଲୁଣ୍ଡାରୁ କୋଟସମଲାଇ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସାନ ସାମୁରାରୁ ଭୀମଟିକରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ରହିଛି। ଏହି ୨ଟି ସଡକ ଯୋଗୁ ୮୦ ହଜାର ଲୋକ ଉପକୃତ ହେବେ। ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୭.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସୁବର୍ଣ୍ଣମେରୁ ମନ୍ଦିର, ସୁରେଶ୍ୱରୀ ମନ୍ଦିର । ଏହି ୨ଟି ମନ୍ଦିରକୁ ବର୍ଷକୁ ୧ ଲକ୍ଷ ଲୋକ ଆସିବେ। ସେହିପରି ଭୀମଭୋଇ ସମାଧୀ ପୀଠର ଉନ୍ନତିକରଣ ପରେ ବର୍ଷକୁ ୩୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି । ଏହା ସହିତ ସୁବର୍ଣ୍ଣମେରୁ- ରାମେଶ୍ୱର- ସୁରେଶ୍ୱରୀ Temple Circuitର ମଧ୍ୟ ବିକାଶ କରାଯିବ। ଏଥି ପାଇଁ ୫.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଉନ୍ନତିକରଣ ପରେ ବର୍ଷକୁ ୧ .୨୦ ଲକ୍ଷ ଲୋକ ପରିଦର୍ଶନ କରିବାର ସମ୍ଭାବନା ରହିଛି। ଡୁଙ୍ଗୁରିପାଲ୍ଲିର ପୂଜାଡୁଙ୍ଗୁରି, ତରଭାର ବରପାହାଡ ପୀଠ ଆଦି ସ୍ଥାନର ଉନ୍ନତିକରଣ ରହିଛି। ଏହି ପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୫୯.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ହସ୍ପିଟାଲ ରାଜ୍ୟର ଏକ ନମ୍ବର ହସ୍ପିଟାଲ ହେବ ବୋଲି ସେ କହିଥିଲେ।
ଏହିପରି ୨ଟି ଜିଲ୍ଲାରେ ସମୁଦାୟ ୭୬ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧୮୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଅତନୁ ସବ୍ୟସଚି ନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀ,   ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଧାୟିକା  ସୂର୍ଯ୍ୟମଣୀ ବୈଦ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଧାୟକ  ଶ୍ରାକାନ୍ତ ସାହୁ, ବିଧାୟିକା ଲତିକା ପ୍ରଧାନ, ବିଧାୟକ ପଦ୍ମନାଭ ବେହେରାଙ୍କ ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।
ଭଞ୍ଜନଗରରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସାରା ଭାରତରେ ନୂତନ ଯୋଜନା ଆରମ୍ଭ କରିବାରେ ଇତିହାସ ରଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। କବିସୂର୍ଯ୍ୟନଗର ବେଗୁନିଆ ପଡାରେ ଉପସ୍ଥିତ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ କହିଲେ ଯେ ଆମର ପ୍ରସ୍ତାବ ସବୁକୁ ୭ ଦିନ ମଧ୍ୟରେ ମଞ୍ଜୁର କରିବା ପାଇଁ 5T ଅଧ୍ୟକ୍ଷ ପ୍ରତିଶୃତି ଦେଇଥିଲେ। କିନ୍ତୁ ମାତ୍ର ୫ ଦିନ ମଧ୍ୟରେ ଆମର ପ୍ରକଳ୍ପ ସବୁ ମଞ୍ଜୁର ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନବୀନ ଓଡିଶାର ସ୍ୱପ୍ନକୁ କାର୍ଯ୍ୟକାରୀ କରିବାରେ 5T ଅଧ୍ୟକ୍ଷଙ୍କ ଦକ୍ଷତାର ତୁଳନା ନାହିଁ ବୋଲି ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା କହିଥିଲେ। ସୁବର୍ଣ୍ଣପୁରର ଡୁଙ୍ଗୁରିପାଲ୍ଲିରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୋଗୁ ଜଗନ୍ନାଥ ସଂସ୍କୃତି ସହ ଆମ ସ୍ଥାନୀୟ ସଂସ୍କୃତିର ମଧ୍ୟ ବିକାଶ ହେବ। ସବୁ ମନ୍ତ୍ରୀ ଓ ବିଧାୟକ କହିଥିଲେ ଯେ ପ୍ରକଳ୍ପ ମଞ୍ଜୁରି ଓ କାର୍ଯ୍ୟକାରିତାରେ ଏଭଳି କ୍ଷୀପ୍ରଗତି ସେମାନେ କେବେ ଆଗରୁ ଦେଖି ନାହାନ୍ତି।
ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି। ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରାରେ ଆଣିବ ବଡ ପରିବର୍ତ୍ତନ ବୋଲି ସେମାନେ କହିଥିଲେ।
କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏଥିପାଇଁ ବାଲେଶ୍ୱର ଜିଲ୍ଲାର  ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୭୮ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରେମୁଣା, ଭୋଗରାଇ, ଜଳେଶ୍ୱର, ବାଲେଶ୍ୱର, ସିମୁଳିଆ, ବସ୍ତା, ସୋର ଓ ନୀଳଗିରି ।  ଏହିସବୁ ନିର୍ବାଚନମଣ୍ଡଳୀର ୧୨ଟି ବ୍ଲକ୍‌‌ର ୩୫୬ଟି  ଗ୍ରାମ ପଞ୍ଚାୟତରେ ୪୪୬୫ଟି ପ୍ରକଳ୍ପ ହେବ। ସେହିପରି ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୫୮.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଲାଙ୍ଗୀର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି ଓ ଲୋଇସିଙ୍ଗା।  ଏଥିରେ ୧୪ଟି ବ୍ଲକ୍‌ର ୩୧୭ଟି   ଗ୍ରାମପଞ୍ଚାୟତରେ ୩୯୧୧ଟି ପ୍ରକଳ୍ପ କରାଯିବ।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ।  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି  କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।
ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଆଜିର କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱର ଜିଲ୍ଲାର ୮ଟି ଓ ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ । ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରର ହେବ ପ୍ରକୃତ ଚିତ୍ର ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ, ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।
ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରେମୁଣାବହୁମୁଖୀ କମ୍ୟୁନିଟି ହଲ୍‌, କଣ୍ଟିଆଚୋରା ନଦୀର ପୁନରୁଦ୍ଧାର, କ୍ଷୀରଚୋରା ଗୋପିନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଆଉ କେତେକ ସ୍କୁଲ ଓ କଲେଜର ରୂପାନ୍ତର। ସେହିପରି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ, ରଣସିଂହପୁର ଆଶ୍ରମ ସ୍କୁଲର ଉନ୍ନତୀକରଣ, ବାସୁଳୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ, Rural Institute of Higher Studies କଲେଜର ରୂପାନ୍ତର। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳେଶ୍ୱର ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏକ ସ୍କେଟିଙ୍ଗ ରିଙ୍ଗ୍‌ । ଏହା ଦ୍ୱାର ଜିଲ୍ଲାରେ କ୍ରୀଡାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ। ଏହା ସହିତ ସିଦ୍ଧେଶ୍ୱର କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଦିନକୃଷ୍ଣ କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ ଜଳେଶ୍ୱର ମହିଳା କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ । ସେହିପରି ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହନାଗା ହାଇସ୍କୁଲର ନିର୍ମାଣ ଓ ଅଧୁନିକୀକରଣ ଏବଂ ବାହନଗା ଗ୍ରାମପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ ଭାବେ ନିର୍ମାଣ, ବାହନାଗା ପ୍ରାଥମିକ ଚିକିତ୍ସାଳୟକୁ ‘ଆମ ହସ୍ପିଟାଲ’ ଭାବେ ଉନ୍ନତୀକରଣ, ଏହା ସହିତ ଦୁଇଟି ବୃହତ ସେତୁ ଏବଂ ୩ଟି ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ। ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହରଦା ମାଛ ମାର୍କେଟର ଉନ୍ନତୀକରଣ, ଜଳକା ଡ୍ରେନେଜ୍ ସିଷ୍ଟମର ଉନ୍ନତୀକରଣ, ଡଗର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସେତୁ, ସ୍କୁଲ ଓ କଲେଜ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଝାଡେଶ୍ୱର ମନ୍ଦିର, ଫକିରମୋହନ କଲେଜ, ବଳାଙ୍ଗି କଲେଜ ଓ ନୀଳମଣି କଲେଜ । ସେହିପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତୀକରଣ, ନୀଳଗିରି ରିସିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଖୁମୁକୁଟ ଜଳପ୍ରକଳ୍ପ, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଏବଂ କେତେକ ସ୍କୁଲ ଓ କଲେଜ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସିନ୍ଧୁଆ ଡ୍ୟାମଠାରେ ଏକ ପର୍ଯ୍ୟଟନ କେନ୍ଦ୍ର, କୁପାରୀ MSME Park, କୁପାରୀ ST Hostel, ଅନେକ ସେତୁ ଓ ସିମୁଳିଆଠାରେ ନଦୀବନ୍ଧର ଉନ୍ନତୀକରଣ। ଏହି ପରି ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ତୁସୁରାଠାରେ Air Strip,  ୨ଟି Mega Lift ପ୍ରକଳ୍ପ, ତୁସୁରା ସମଲାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ଓ କଲେଜ। ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା :- ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟପୋଷ୍ଟ ଇତ୍ୟାଦି, ଖପ୍ରାଖୋଲରେ ଏକ ନୂଆ ସଡକ ଏବଂ କେତେକ କଲେଜ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ସମଲେଇଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର CNI Churchର ଉନ୍ନତୀକରଣ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ। ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ। ଏହି ପରି ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ  ଟୁକୁନି ସାହୁ,  ବିଧାୟକ ଅନନ୍ତ ଦାସ, ବିଧାୟକ ନିତ୍ୟାନନ୍ଦ ସାହୁ, ବିଧାୟକ ସ୍ୱରୂପ ଦାସ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ସରୋଜ ମେହେରଙ୍କ ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।
ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି । ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରାରେ ଆଣିବ ବଡ ପରିବର୍ତ୍ତନ ବୋଲି ସେମାନେ କହିଥିଲେ।
କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛା
ଭୁବନେଶ୍ବର: ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ. ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ମିଳିଛି । 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହୋଇଛନ୍ତି ଭି.କେ ପାଣ୍ଡିଆନ। ନୂଆ ଦାୟିତ୍ବ ମିଳିବା ପରେ ଭି.କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।
ମାନସ କହିଛନ୍ତି ଯେ, ନୂଆ ଭୂମିକା ଓ ନୂଆ ଦାୟିତ୍ବ ପାଇଁ ଆପଣଙ୍କୁ ଶୁଭେଚ୍ଛା । ଓଡ଼ିଶା ରୂପାନ୍ତରଣର ମଙ୍ଗୁଆଳ ହେଉଛନ୍ତି ଭି.କେ. ପାଣ୍ଡିଆନ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ହେବା ପରେ ବିକାଶ କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ରିପୋର୍ଟ ଦ୍ବାରା ବିକାଶ ଧାରା କ୍ଷୀପ୍ର ହେବ ବୋଲି  ସାଂସଦ ମାନସ ମଙ୍ଗରାଜ କହିଛନ୍ତି।
‘ମୋ ସରକାର’ ପ୍ରକୋଷ୍ଠରେ ମିଳିଥିଲା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଦ୍ଵାରା ପରିଚାଳିତ ‘ମୋ ସରକାର’ ପ୍ରକୋଷ୍ଠରେ କେତେକ କର୍ମଚାରୀମାନଙ୍କ ବିରୁଦ୍ଧରେ ଅଭିଯୋଗ ହସ୍ତଗତ ହୋଇଥିଲା । ଉକ୍ତ ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କଲା ପରେ ଜଣାପଡ଼ିଲା ଯେ ଏଗୁଡ଼ିକ ମୁଖ୍ୟତଃ ଶିକ୍ଷକମାନଙ୍କର ପେନ୍‌ସନ୍, ଅବସରକାଳୀନ ପ୍ରାପ୍ୟ ଓ ସରକାରୀ କାର୍ଯ୍ୟରେ ଅବହେଳା ସମ୍ବନ୍ଧୀୟ ଅଟେ ।
ଉକ୍ତ ଅଭିଯୋଗ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭାଗୀୟ ଅଧିକାରୀଙ୍କୁ ସଂପୃକ୍ତ ଜିଲ୍ଲା କାର୍ଯ୍ୟାଳୟ (ଭଦ୍ରକ, କଳାହାଣ୍ଡି ଓ ଯାଜପୁର)ଗୁଡ଼ିକୁ ତଦନ୍ତ ନିମନ୍ତେ ପଠାଯାଇଥିଲା । ତଦନ୍ତରୁ ଜଣାପଡ଼ିଲା ଯେ ଅଭିଯୋଗଗୁଡ଼ିକର ସତ୍ୟତା ରହିଅଛି । ଉକ୍ତ ତଦନ୍ତ ରିପୋର୍ଟ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ଏହି କର୍ମଚାରୀମାନଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।