sasmit patra - The Sakala
ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି
ମହାନଦୀ ଜଳ ବିବାଦକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ମାମଲାର ମନ୍ଥର ଗତିକୁ ନେଇ ଟ୍ରିବ୍ୟୁନାଲ ଗୁରୁତର ଅସନ୍ତୋଷ ବ୍ୟକ୍ତ କରିବା ପରେ ସାଂସଦ ଏହି ପଦକ୍ଷେପ ନେଇଛନ୍ତି।
ଟ୍ରିବ୍ୟୁନାଲଙ୍କ କଡ଼ା ଟିପ୍ପଣୀ ଓ 'ଶେଷ ସୁଯୋଗ'
ଗତ ଏପ୍ରିଲ ୨୦, ୨୦୨୬ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିଜ ଆଦେଶରେ ଉଭୟ ରାଜ୍ୟଙ୍କ ମଧ୍ୟରେ ଚାଲିଥିବା ମାମଲାରେ ବିଳମ୍ବକୁ ନେଇ ତୀବ୍ର ନିରାଶା ପ୍ରକାଶ କରିଥିଲେ। ବାରମ୍ବାର ସମୟ ମାଗିବା ଏବଂ କୌଣସି ଠୋସ୍ ସମାଧାନ ନ ବାହାରିବା ଯୋଗୁଁ ଟ୍ରିବ୍ୟୁନାଲ କ୍ଷୋଭ ପ୍ରକାଶ କରିଛନ୍ତି। ଏହାସହ ବାର୍ଷିକ ଜଳ ଉପଲବ୍ଧତା (ମିଲିୟନ୍ ଏକର ଫୁଟ୍ ବା MAF) ପ୍ରସଙ୍ଗରେ ଏପ୍ରିଲ ୮ ତାରିଖ ବୈଠକର ନିଷ୍ପତ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ 'ଶେଷ ସୁଯୋଗ' ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ସସ୍ମିତ ପାତ୍ରଙ୍କ ଅନୁରୋଧ
ନିଜର ଏକ ୪ ପୃଷ୍ଠା ସମ୍ବଳିତ ବିସ୍ତୃତ ଚିଠିରେ ଡକ୍ଟର ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଏହା କେବଳ ଏକ ଆଇନଗତ ମାମଲା ନୁହେଁ, ବରଂ ଏହା ରାଜ୍ୟର ଜଳସେଚନ, ପାନୀୟ ଜଳ ଯୋଗାଣ, ପରିବେଶ ସନ୍ତୁଳନ ଏବଂ ଭବିଷ୍ୟତର ଶିଳ୍ପ ବିକାଶ ସହ ସିଧାସଳଖ ଜଡ଼ିତ। ଟ୍ରିବ୍ୟୁନାଲଙ୍କ ଏଭଳି ମନ୍ତବ୍ୟ ରାଜ୍ୟର ସ୍ବାର୍ଥ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
ତେଣୁ ଜଳ ସମ୍ପଦ ବିଭାଗ, ଆଇନ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକି ଓଡ଼ିଶାର ପକ୍ଷକୁ ମଜବୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଛତିଶଗଡ଼ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବା ଏବଂ ଜଳ ପ୍ରସଙ୍ଗରେ ଓଡ଼ିଶାର ବୈଷୟିକ ତଥା ଆଇନଗତ ଦିଗକୁ ଅଧିକ ଦୃଢ଼ କରିବା ପାଇଁ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ଭୁବନେଶ୍ବର : ପୁଣି ସଂସଦରେ ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ଦାବି ଉଠାଇଲା ବିଜେଡି। ସୋମବାର ସଂସଦରେ ଏକ ଶକ୍ତିଶାଳୀ ଏବଂ ଆବେଗପୂର୍ଣ୍ଣ ଭାଷଣ ଦେଇ, ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର  ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବିକୁ ପୁନର୍ବାର ଦୋହରାଇଛନ୍ତି।
ଗୃହକୁ ସମ୍ବୋଧିତ କରି ଡକ୍ଟର ପାତ୍ର ଗୁରୁତ୍ୱାରୋପ କରିଛନ୍ତି ଯେ ଓଡ଼ିଶା ସହାନୁଭୂତି ନୁହେଁ ବରଂ ନ୍ୟାୟ ଆବଶ୍ୟକ। ଓଡ଼ିଶା ତାର ନ୍ୟାୟ ପାଇବାକୁ ବହ ଦିନରୁ ଅପେକ୍ଷା କରିଛି। ବିଜେଡି ନବୀନ ପଟ୍ଟନାୟକଙ୍କ ଅଦମ୍ୟ ନେତୃତ୍ୱରେ, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି, ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ପାଇଁ ଦାବି ଉଠାଇଆସୁଛି। କିନ୍ତୁ୍ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରିଚାଲିଛନ୍ତି ଏବଂ ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ଅଣଦେଖା କରିବାରେ ଟିକେ ବି ଅବହେଳା କରୁନାହାଁନ୍ତି।
ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର  ସଂସଦରେ ଶକ୍ତିଶାଳୀ ଏବଂ ଆବେଗପୂର୍ଣ୍ଣ ଭାବେ କହିଥିଲେ ଯେ ‘ଆମେ କ୍ରୋଧରେ ଆମର ସ୍ୱର ଉଠାଇ ନାହୁଁ; ଆମେ ଏହାକୁ ଯୁକ୍ତି ସହିତ ଉଠାଇଛୁ। ଯେତେବେଳେ କୌଣସି ନ୍ୟାର୍ଯ୍ୟ ଦାବିକୁ ବହୁତ ଦିନ ଧରି ଅଣଦେଖା କରାଯାଏ, ସେତେେବେଳେ ଜଣେ ନିଶ୍ଚିତ ଭାବରେ ଶକ୍ତିଶାଳୀ ଭାବେ ଦାବି ଉଠାଇବ।
ଡକ୍ଟର ପାତ୍ର ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ହେଉଛି ଭାରତର ବିକାଶର ସ୍ତମ୍ଭ, ପ୍ରକୃତିର କ୍ରୋଧ ବିରୁଦ୍ଧରେ ଢାଲ। ଓଡ଼ିଶା ହେଉଛି ଭାରତର ଅର୍ଥନୀତିର ଇଞ୍ଜିନ ରୁମ୍ – ଆମର କୋଇଲା ଶକ୍ତି ଶିଳ୍ପ, ଆମର ଖଣିଜ ପଦାର୍ଥ ଭାରତର ଭିତ୍ତିଭୂମି ନିର୍ମାଣ କରେ, ଆମର ବନ୍ଦର ଭାରତକୁ ବିଶ୍ୱ ସହିତ ସଂଯୋଗ କରେ। ତଥାପି, ଓଡ଼ିଶା ଦୁର୍ବଳ ରହିଛି – ବର୍ଷ ପରେ ବର୍ଷ, ଝଡ଼ ପରେ ଝଡ଼ର ସମ୍ମୁଖୀନ ହୋଇଚାଲିଛି। ଫାଇଲିନ, ଫନି, ଆମ୍ଫାନ୍, ୟାସ୍, ହୁଡ୍‌ହୁଡ,ଦାନା ପରି ସୁପରସାଇକ୍ଲୋନ୍ ପ୍ରତିବର୍ଷ ଓଡ଼ିଶାର ବ୍ୟାପକ କ୍ଷତି କରୁଛି।
ଯେତେବେଳେ ଓଡ଼ିଶା ଭାରତର ଉତ୍ଥାନକୁ ଇନ୍ଧନ ଦିଏ, ସେତେବେଳେ କେବଳ ଓଡ଼ିଶା ବିନାଶର ଶିକାର ହୁଏ। ଏହା କ’ଣ ଆମ ସମ୍ବିଧାନରେ ଲିଖିତ ସଂଘୀୟ ଦୃଷ୍ଟିକୋଣ? ଏହା କ’ଣ ଆମେ ସମସ୍ତେ କହୁଥିବା ସହଯୋଗ ସଂଘୀୟତାର ଧାରଣା? ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଡକ୍ଟର ସସ୍ମିତ ପାତ୍ର। ବାରମ୍ବାର ବିପର୍ଯ୍ୟୟ ପରେ ପୁନଃନିର୍ମାଣ ଏବଂ ଜାତୀୟ ରାଜକୋଷକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେବାର ଦ୍ୱୈତ ଦାୟିତ୍ୱ ହେତୁ ଓଡ଼ିଶା ଯେଉଁ ଆର୍ଥିକ ଚାପର ସମ୍ମୁଖୀନ ହେଉଛି ତାହା ସେ ଉଲ୍ଲେଖ କରିଥିଲେ।
ନ୍ୟାୟ ଏକ ଅନୁଗ୍ରହ ନୁହେଁ। ସ୍ୱୀକୃତି ଏକ ଅନୁରୋଧ ନୁହେଁ। ସ୍ୱତନ୍ତ୍ର ବର୍ଗର ମାନ୍ୟତା ଏକ ପ୍ରଲୋଭନ ନୁହେଁ। ଏହା ଓଡ଼ିଶା ପାଇବାକୁ ହକ୍‌ଦାର। ଅନ୍ୟ କୌଣସି ରାଜ୍ୟକୁ ଏତେ ବଳିଦାନ ଦେବାକୁ, ଏତେ ଦାନ ଦେବାକୁ ଏବଂ ଏତେ କମ୍ ଜାତୀୟ ସହାୟତା ପାଇବାକୁ କୁହାଯାଇ ନାହିଁ। ଏହି ଗୃହ ନିଜକୁ ପଚାରିବା ଉଚିତ: ଓଡ଼ିଶା କ’ଣ ସର୍ବଦା ନୀରବ ପ୍ରହରୀ ହୋଇ ରହିବ, ଯାହା ଦେବାକୁ ଆଶା କରାଯାଏ କିନ୍ତୁ କେବେ ପ୍ରଦାନ କରାଯିବ ନାହିଁ? ଓଡ଼ିଶାକୁ ସ୍ବତନ୍ତ୍ର ବର୍ଗ ମାନ୍ୟତା ଏହା ଏକ ଜାତୀୟ ନ୍ୟାୟ ପରୀକ୍ଷା। ଏହା ଆଉ ଏକ ନିୟମିତ ଦାବି ନୁହେଁ। ଏହା ଏକ ପରୀକ୍ଷା – ନ୍ୟାୟ, ସମାନତା ଏବଂ ସଂଘୀୟ ଦାୟିତ୍ୱ ପ୍ରତି ଆମ ଦେଶର ପ୍ରତିବଦ୍ଧତାର ଏକ ପରୀକ୍ଷା। ଓଡ଼ିଶା ସ୍ଥିରତା ଦେଖାଇଛି। ଓଡ଼ିଶା ଅବଦାନ ଦେଖାଇଛି। ଏବେ, କେନ୍ଦ୍ର ସରକାର ସ୍ୱୀକୃତି ଦେଖାଇବା ଉଚିତ ବୋଲି ଡକ୍ଟର ସସ୍ମିତ ପାତ୍ର କହିଛନ୍ତି।
ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ରାଜ୍ୟସଭାରେ ଉଠିଲା ସ୍ୱର
ନୂଆଦିଲ୍ଲୀ: ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା । ରାଜ୍ୟସଭାରେ ଉଠିଲା ଏହି ପ୍ରସଙ୍ଗ । ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ମୁନା ଖାଁଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି ସାଂସଦ ସସ୍ମିତ ପାତ୍ର । ମୁନା ଖାଁ ଗୃହରେ କହିଛନ୍ତି, ବ୍ୟାପକ ସମ୍ଭାବନାର ରାଜ୍ୟ ଓଡ଼ିଶାର ୭ଟି ଜିଲ୍ଲା ସମୁଦ୍ର ସହ ସଂଲଗ୍ନ ହୋଇ ରହିଛି । ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ୨୦୧୯ରେ ଫନି ପର୍ଯ୍ୟନ୍ତ ବିଗତ ୨୫ ବର୍ଷରେ ୪ଟି ବଡ଼ ବାତ୍ୟାର ସମ୍ମୁଖୀନ ହୋଇଛି । କିନ୍ତୁ ୨୦୦୦ ମସିହା ପରେ ନବୀନ ପଟ୍ଟନାୟକଙ୍କ ସରକାର ଆସିବା ପରେ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ମୁକାବିଲା କରିବାରେ ସକ୍ଷମ ହୋଇଛି । ଯାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଛି । ନବୀନଙ୍କ ଜିରୋ କାଜୁଆଲିଟି ନୀତି ଯୋଗୁ ଏହା ସମ୍ଭବ ହୋଇଛି । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯାଇ ଅନୁଦାନ ଦିଆଯାଉ ବୋଲି ଦାବି କରିଛନ୍ତି ମୁନା ଖାଁ । ଏଥି ପାଇଁ କିଛି ସ୍ବତନ୍ତ୍ର ଆଇନ ଥିଲେ ମଧ୍ୟ କେନ୍ଦ୍ର ସରକାର ଚାହିଁଲେ ଆଇନରେ ପରିବର୍ତ୍ତନ ଆଣି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇପାରିବ ବୋଲି ମୁନା କହିଛନ୍ତି ।
ଓଡ଼ିଶାରେ ସରକାର ଗଠନ ପାଇଁ ଦିବାସ୍ବପ୍ନ ଦେଖୁଛି ବିଜେପି: ସସ୍ମିତ ପାତ୍ର
ଭୁବନେଶ୍ୱର: ଓଡ଼ିଶାରେ ସରକାର ଗଠନ ପାଇଁ ଦିବାସ୍ବପ୍ନ ଦେଖୁଛି ବିଜେପି। ଯାହାକୁ ରାଜ୍ଯ ବିଜେପିର ଏକ ପୁରୁଣା ଅଭ୍ଯାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ୨୦୧୪ ନିର୍ବାଚନରେ ବି ସେମାନେ ରାଜ୍ୟରେ ସରକାର ଗଠନ କରିବେ ବୋଲି ଦିବାସ୍ବପ୍ନ ଦେଖିଥିଲେ । ସେହିପରି ୨୦୧୯ରେ ମଧ୍ଯ ବିଜେପି ସରକାର ଗଠନ କରିବା ନେଇ ଦିବାସ୍ବପ୍ନ ଦେଖିଥିଲେ। ତେଣୁ ଏଥର ମଧ୍ଯ ଦିବାସ୍ବପ୍ନ ଦେଖିବା କିଛି ନୂଆ କଥା ନୁହେଁ । ବିଜେପି ଓ ଦଳର ନେତାଙ୍କ ଦିବାସ୍ବପ୍ନକୁ ଶୁଭେଚ୍ଛା ଜଣାଇବା ସହ ସେମାନେ ଏଥିରେ ଦକ୍ଷ ହେବା ଭଲ କଥା ବୋଲି କହି କଟାକ୍ଷ କରିଛନ୍ତି ସସ୍ମିତ।
ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର
ନୂଆଦିଲ୍ଲୀ : ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ପ୍ୟାନେଲରେ ପୁନଃ ନିଯୁକ୍ତି ପାଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ୱାରା ଗଠିତ ପ୍ୟାନେଲରେ ସସ୍ମିତ ପୁଣି ସ୍ଥାନ ପାଇଛନ୍ତି। ସଂସଦର ଉଚ୍ଚ ସଦନ ପ୍ୟାନେଲରେ ଚତୁର୍ଥ ଥର ପାଇଁ ସ୍ଥାନ ପାଇଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ।
ପ୍ରଥମ ଥର ପାଇଁ ୨୦୨୦ ମସିହାରେ ସସ୍ମିତ ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଥିଲେ। ୨୦୨୨ରେ ଦ୍ୱିତୀୟ ଥର ସସ୍ମିତ ପ୍ୟାନେଲରେ ରହିଥିଲେ । ଉଭୟ ଥର ତତ୍କାଳୀନ ଅଧ୍ୟକ୍ଷ ଭେଙ୍କୟାନାଇଡୁ ତାଙ୍କୁ ନିଯୁକ୍ତି ଦେଇଥିଲେ ।
ଏହାପରେ ତୃତୀୟ ଥର ସସ୍ମିତଙ୍କୁ ନିଯୁକ୍ତି ଦେଇଥିଲେ ଜଗଦୀପ ଧନଖଡ । ଚତୁର୍ଥ ଥର ପାଇଁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସସ୍ମିତଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ଭିସି ପ୍ୟାନେଲରେ ରେକର୍ଡ ଚତୁର୍ଥ ଥର ପାଇଁ ସାମିଲ ହୋଇଛନ୍ତି ସସ୍ମିତ ।ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଛନ୍ତି ଡକ୍ଟର ସସ୍ମିତ ପାତ୍ର।
ଠିକା ନିଯୁକ୍ତିକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର: ଠିକା ନିଯୁକ୍ତିକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ଗୁଜରାଟ ସରକାରଙ୍କ ଠିକା ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ସସ୍ମିତ ବର୍ଷିଛନ୍ତି। ଗୁଜରାଟ ସରକାର ମଧ୍ୟ ଠିକା ନିଯୁକ୍ତି ପାଇଁ ନିକଟରେ ଏକ ବିଜ୍ଞାପନ ଜାରି କରିଛନ୍ତି।
ଜ୍ଞାନ ସହାୟକ ନିଯୁକ୍ତି ନେଇ ଏହି ବିଜ୍ଞାପନ ପ୍ରକାଶ ପାଇଛି । ଯଦି ଗୁଜରାଟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି କରିପାରୁଛନ୍ତି, ତେବେ ଓଡ଼ିଶା ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ କାହିଁକି ପ୍ରଶ୍ନ ଉଠାଉଛନ୍ତି । କେବଳ ଗୁଜରାଟ ସରକାର ନୁହନ୍ତି, ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ଏଭଳି ଠିକା ନିଯୁକ୍ତି କରାଯାଉଛି। ସେସବୁ ରାଜ୍ୟଗୁଡ଼ିକରେ ଠିକା ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ ଆପତ୍ତି ଉଠାଉନଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହି ଦୁଇ ଜାତୀୟ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।
ଓଡିଶା ଚାଷୀଙ୍କୁ ବିଜେପି ଲମ୍ବା ସମୟ ଧରି ପ୍ରତାରଣା କରୁଛି, ଆଗାମୀ ଦିନରେ ବିଜେପିକୁ ଉଚିତ୍‍ ଜବାବ ମିଳିବ
ଭୁବନେଶ୍ୱର : ଓଡିଶାର ଚାଷୀମାନେ ବର୍ଷ ବର୍ଷ ଧରି ବିଜେପି ଦ୍ୱାରା କିଭଳି ଠକି ହେଉଛନ୍ତି ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ସେମାନେ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧.୫ ଗୁଣ ବୃଦ୍ଧି କରିବେ । ହେଲେ ସେମାନେ ତାହା କଲେ ନାହିଁ । ସେହିଭଳି ସେମାନେ କହିଥିଲେ ଯେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବେ, ସେମାନେ କୃଷକଙ୍କୁ ପ୍ରତାରଣା କରିଛନ୍ତି, ପ୍ରତିଶ୍ରୁତି ଅନୁଯାୟୀ ସେଭଳି କିଛି କରିନାହାଁନ୍ତି । ସଂସଦରେ ବିଜେପି ତିନୋଟି ଚାଷୀ ବିରୋଧୀ କୃଷି ଆଇନ ଆଣିଥିଲା ଯାହାକୁ କୃଷକଙ୍କ ବ୍ୟାପକ ବିରୋଧ ହୋଇଥିଲା ଏବଂ ୬୦୦ରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିଲେ ।
ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ ବିଜେଡି ବିଧାୟକ ତଥା ଅନ୍ୟ ବିଧାୟକଙ୍କ ସହ ବିଜେପି ବିଧାୟକମାନେ ବି ସମର୍ଥନ କରିଥିଲେ । କିନ୍ତୁ ବର୍ତ୍ତମାନ ଏ ସଂକ୍ରାନ୍ତରେ ନିରବ ଅଛନ୍ତି।ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଯୋଗାଇବା ହେଉଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ଓଡିଶାର ଚାଷୀଙ୍କୁ ଆବଶ୍ୟକ ସାର ଦେଉନାହାନ୍ତି । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ସେମାନେ ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଦେଲେ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିବା ଏବଂ ନିୟମିତ ଭାବେ ଯୋଗାଯୋଗ କରିବା ଏବଂ ଏଥିସହିତ ଚାଷୀଙ୍କ କ୍ରୋଧକୁ ଦେଖି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଶେଷରେ ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ।
ଡକ୍ଟର ପାତ୍ର କହିଛନ୍ତି ଯେ ଯେତେବେଳେ ବିଜେଡି ସରକାର ଓଡିଶାର କୃଷକମାନଙ୍କୁ ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଦେବାକୁ ଚାହିଁଲେ, ସେମାନେ ଆଦର୍ଶ ଆଚରଣ ବିଧି ଏବଂ ଚାଲିଥିବା ଉପ-ନିର୍ବାଚନ ଆଳରେ ଏହାକୁ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ । ଏହି କାରଣରୁ, ଇନପୁଟ୍ ସବସିଡି ମଞ୍ଜୁର ହୋଇପାରିଲା ନାହିଁ । କିନ୍ତୁ ଏହି ନିର୍ବାଚନ ଶେଷ ହେବା ଏବଂ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାରର ପରଦିନ ଏହା ମଞ୍ଜୁର ହୋଇପାରେ ।
ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିବାକୁ ଚାହୁଁଛି, ଆପଣ ୨୦୧୮ରେ କହିଥିଲେ ଯେ ପଦମପୁର ରେଳ ଲାଇନକୁ ମଞ୍ଜୁର କରାଯାଇଛି । ସେହି ରେଳ ଲାଇନ ଏବେ କେଉଁଠାରେ ଅଛି? ଆପଣ ସେହି ରେଳ ଲାଇନକୁ ଗୋଟିଏ ଟଙ୍କା ମଧ୍ୟ ଦେଇନାହାଁନ୍ତି । ଯଦି ଏହା ପ୍ରତାରଣା ନୁହେଁ ତ ଆଉ କ’ଣ ? ପଦମପୁରର ଲୋକମାନେ ଏହା ଉପରେ ନଜର ରଖିଛନ୍ତି ।
ଆପଣ କେନ୍ଦୁପତ୍ର ଶ୍ରମିକଙ୍କୁ ପ୍ରତାରଣା କରିଛନ୍ତି, ଯେଉଁମାନେ କି ସାଧାରଣତଃ ବିପିଏଲ୍ ପରିବାରର ପୁରୁଷ ଏବଂ ମହିଳା ଅଟନ୍ତି । ଯେତେବେଳେ କେନ୍ଦୁପତ୍ରରେ ଜିଏସ୍‌ଟି ୫ ପ୍ରତିଶତ ଥିଲା ସେତେବେଳେ ସେମାନେ ଭଲରେ ବଞ୍ଚିଥିଲେ । କିନ୍ତୁ ଆପଣ ଏହାକୁ ୧୮%କୁ ବୃଦ୍ଧି କରିଛନ୍ତି ଏବଂ ସେମାନଙ୍କର ରୋଜଗାରର ଉତ୍ସ ଉପରେ ଆକ୍ରମଣ କରିଛନ୍ତି । ଏହା ପ୍ରତାରଣା ନୁହେଁ କି? ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତିରିକ୍ତ ଜିଏସ୍‍ଟି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଇନଥିଲେ । ଏହି ଗରିବ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ କେନ୍ଦ୍ରର କେହି ସେମାନଙ୍କ କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ବିଜେପିର ଅସଲ ମୁଖା ଏବେ ଖୋଲି ଯାଇଛି । କୃଷକ, କେନ୍ଦୁପତ୍ର ଶ୍ରମିକ ଏବଂ ସାମଗ୍ରିକ ଭାବେ ପଦମପୁରର ଲୋକମାନେ ସେମାନଙ୍କ ସହ ବିଜେପି କିଭଳି ଠକାମୀ କରିଛି ତାହାକୁ ଦେଖୁଛନ୍ତି । ଆଗାମୀ ଦିନରେ ସେମାନେ ବିଜେପିକୁ ଏହାର ଉଚିତ୍‍ ଜବାବ ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।
ପଦାରେ ପଡିଲା କେନ୍ଦ୍ର ସରକାରଙ୍କ ଚାଲ୍‌ବାଜି : କାଲି ଚାଷୀ ଚେତାଇଲେ, ଆଜି କେନ୍ଦ୍ର କୃଷି ମନ୍ତ୍ରୀ ଇନସ୍ୟୁରାନ୍ସ କମ୍ପାନୀକୁ ନିର୍ଦେଶ ଦେଲେ
ଭୁବନେଶ୍ବର : ରାଜନୈତିକ ସୁଆଙ୍ଗରେ ଧୂରନ୍ଧର କେନ୍ଦ୍ରର ବିଜେପି ସରକାରଙ୍କ ସବୁ ଚାଲ୍‌ବାଜି ଆଜି ପଦାରେ ପଡିଛି। ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନାରେ ଚାଷୀଙ୍କୁ ଭୁଆଁ ବୁଲାଇଥିବା ବିଜେପିକୁ ଗତକାଲି ବରଗଡ ପଦ୍ମପୁରରେ ଚାଷୀମାନେ ଚେତାଇବା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୀମା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିବା ପରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟରୁ ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳିନଥିବା ସ୍ପଷ୍ଟ ହୋଇଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରେ ଏବେ କେନ୍ଦ୍ର ସରକାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି।
On 29th August, 2022 Hon’ble CM Odisha wrote to you for Fasal Bima of Odisha’s farmers, on 7th Nov (pic attached) the TAC had passed order, 9th Nov 2022 Odisha’s Cooperation Minister met and urged you for Fasal Bima payment. (2/3) pic.twitter.com/TbhcAGBvs3
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) November 15, 2022
ସାଂସଦ ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟର ସାଂସଦ ଓ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ମଧ୍ୟ କନ୍ଦ୍ରେ କୃଷିମନ୍ତ୍ରୀଙ୍କୁ ଭେଟି ଦାବି କରିସାରିଥିଲେ। ହେଲେ କେନ୍ଦ୍ର ସରକାର ଚାଲବାଜି କରୁଥିଲେ। କାଲି ବରଗଡ ପଦ୍ମପୁରରେ ଚାଷୀମାନେ ଭୋଟ ପୁର୍ବରୁ ଚେତାଇବା ପରେ ଆଜି କେନ୍ଦ୍ର ସରକାରଙ୍କ ହେତୁ ପସିଛି। ଆଉ ଏହାପରେ ଯାଇ ଘୋଷଣା କରିଛନ୍ତି।  ଗତ ଅଗଷ୍ଟ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ନଭେମ୍ବର ୯ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନୂଆଦିଲ୍ଲୀଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ହେଲେ କେନ୍ଦ୍ର ସରକାରଙ୍କ ମୁଣ୍ଡରେ ବୁଦ୍ଧି ପଶିନଥିଲା। ସେହିପରି ଫସଲ ବୀମା କେନ୍ଦ୍ର ସରକାର ମଂଜୁର କରନ୍ତି, ବୀମା କମ୍ପାନୀ ଚାଷୀଙ୍କୁ ଏହି ରାଶି ପ୍ରଦାନ କରେ । ଏଥିରେ ରାଜ୍ୟର କୌଣସି ଭୂମିକା ନାହିଁ ବୋଲି ମଧ୍ୟ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।
Also please clear all pending Fasal Bima claims for all farmers of Odisha and not only Padmapur. They are also suffering for long. (4th tweet of series)
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) November 15, 2022
ସୂଚନାଯୋଗ୍ୟ ଏପ୍ରିଲ ୨୦୧୬ ରୁ ୧୪ ଡିସେମ୍ବର ୨୦୨୦ ମଧ୍ୟରେ ବେସରକାରୀ ବୀମା କମ୍ପାନୀମାନେ କୃଷକମାନଙ୍କଠାରୁ ବୀମା ପ୍ରିମିୟମ୍‍ ହିସାବରେ ୧,୨୬, ୫୨୧ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ବଦଳରେ କମ୍ପାନୀଗୁଡ଼ିକ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି ମାତ୍ର ୮୭,୩୨୦ କୋଟି ଟଙ୍କା। ଅର୍ଥାତ୍‍ କମ୍ପାନୀଗୁଡିକ ୬୯ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଫସଲ ନଷ୍ଟ ପାଇଁ କୃଷକମାନେ ଏହି ସମୟରେ ବୀମା କମ୍ପାନୀଗୁଡ଼ିକ ଠାରୁ ୯୨,୯୫୪ କୋଟି ଟଙ୍କା ଦାବି କରିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୮୭,୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ବର୍ଷଗୁଡିକରେ କେବଳ ୯.୧୫ କୋଟି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଷୀଙ୍କୁ ୫୯୨୪ କୋଟି ଟଙ୍କାର ବୀମା ରାଶି ଦାବି କମ୍ପାନୀଗୁଡ଼ିକ ପ୍ରଦାନ କରିନାହାନ୍ତି। ଏହାମଧ୍ୟରୁ ଓଡ଼ିଶାର ଚାଷୀମାନେ ପ୍ରାୟ ୫୦୦ କୋଟି ଟଙ୍କା ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।ଫଳରେ ଏହି ଯୋଜନାର ଲାଭ କୃଷକମାନଙ୍କ ପାଇଁ କମ୍‍ ଏବଂ ଘରୋଇ ବୀମା କମ୍ପାନୀଗୁଡ଼ିକ ପାଇଁ ଅଧିକ ବୋଲି କୃଷକ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। କର୍ପୋରେଟ ସଂସ୍ଥା ଓ ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର ଯେପରି ଆଗ୍ରହ ପ୍ରକାଶ କରୁଛନ୍ତି, ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସେପରି ଗୁରୁତ୍ୱ ଦେଉ ନାହାନ୍ତି।
ଲୋକସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟର ତଥ୍ୟ ଅନୁଯାୟୀ, ଘରୋଇ ବୀମା କମ୍ପାନୀଗୁଡିକ ୨୦୧୬ ରୁ ୨୦୨୦ ମଧ୍ୟରେ ହାରାହାରି ୩୧ ପ୍ରତିଶତ ଲାଭ କରିଛନ୍ତି। କିଛି କମ୍ପାନୀର ଲାଭ ୫୦ ରୁ ୬୦ ପ୍ରତିଶତ ଅତିକ୍ରମ କରିଛି। ରିଲାଏନ୍ସ-ଜିଆଇସି ଲିମିଟେଡ୍‍ ପ୍ରିମିୟମ୍‍ ଭାବରେ ଚାଷୀଙ୍କ ଠାରୁ ୬୧୫୦ କୋଟି ଟଙ୍କା ସଂଗ୍ରହ କରି କୃଷକମାନଙ୍କୁ ମାତ୍ର ୨୫୮୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ସମୟ ମଧ୍ୟରେ ଜେନେରାଲ ଇଣ୍ଡିଆ ଇନ୍ସସ୍ୟୁରାନ୍ସ ପ୍ରାୟ ୬୨%, ଇଫକୋ ୫୨% ଏବଂ ଏଚଡ଼ିଏଫସି ଏଗ୍ରୋ ୩୨% ରୋଜଗାର କରିଛି। ବୀମା ଦାବିର ସମାଧାନ ପ୍ରକ୍ରିୟାକୁ ଶୀଘ୍ର ଏବଂ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆଭିମୁଖ୍ୟ ବୋଲି କୁହାଯାଉଛି। ମାତ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଏପରିକି ପଦ୍ମପୁର ଉପଖଣ୍ଡର ଚାଷୀମାନେ ଏ ପର୍ଯ୍ୟନ୍ତ ବୀମାରାଶି ପାଇବାରେ ସଫଳ ହୋଇ ନାହାନ୍ତି। ପଶ୍ଚିମ ଓଡ଼ିଶା ଓ ବରଗଡ଼ ଜିଲ୍ଲାର ଚାଷୀ ବ୍ୟାଙ୍କ ଓ ବୀମା କମ୍ପାନୀ ଖେଳରେ ପେଣ୍ଡୁ ପରି କେବଳ ପଦାଘାତର ଶିକାର ହୋଇ ଚାଲିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ପଲିସୀ ବଣ୍ଡ ଦିଆଯାଉ ନାହିଁ।
ଅନ୍ୟପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ୫ ବର୍ଷ ହେଲା କେନ୍ଦ୍ର ସରକାର ଚାପି ରଖିଛନ୍ତି। ମାତ୍ର ଉପନିର୍ବାଚନ ସମୟରେ ଚାଷୀ ସ୍ୱାର୍ଥ ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାଏ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆନ୍ଦୋଳନରତ ଚାଷୀ ଏବଂ ସାମାଜିକ ସଂଗଠନର ଦାବିକୁ ସମ୍ମାନ ଦେଇ ଆମେ ନାମାଙ୍କନ ଦାଖଲ ନକରି ଫେରି ଆସିଲୁ ବୋଲି ଗତକାଲି ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କେନ୍ଦ୍ରମନ୍ତ୍ରୀ ମତକୁ ସ୍ଥାନୀୟ ଜନସାଧାରଣ ମାନିବାକୁ ନାରାଜ। ବିଜେପିର କେନ୍ଦ୍ରମନ୍ତ୍ରୀ ଏହି ସମସ୍ୟା ଦିଲ୍ଲୀରେ ସମାଧାନ କରିବାରେ କାହିଁକି ପ୍ରୟାସ କଲେ ନାହିଁଁ ବୋଲି ପଦ୍ମପୁରର ଚାଷୀ ପ୍ରଶ୍ନ କରିଥିଲେ। ତେବେ ଆଗକୁ ନିର୍ବାଚନ ଥିବାରୁ  ବିଜେପିର କେନ୍ଦ୍ରମନ୍ତ୍ରୀଙ୍କର ହେତୁ ପଶିଲା । ତାହା ପରେ ସେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କଲେ । ଯାହା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱର: ନିର୍ବାଚନୀ ହିଂସା ନେଇ ବିଜେପି ଅଭିଯୋଗର କଡା ଜବାବ ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡା ସମାଲୋଚନା କରିଛନ୍ତି । ଓଡ଼ିଶା, ଓଡ଼ିଶାବାସୀ, ବିଜେଡି ଓ ମୁଖ୍ୟମନ୍ତ୍ରୀ ଶାନ୍ତିପ୍ରିୟ । । ବିଜେଡି ସବୁବେଳେ ଅହିଂସାରେ ବିଶ୍ବାସ ରଖେ। ହିଂସା ପଛରେ ବିଜେପିର ହାତ ରହିଛି । ନିର୍ବାଚନରେ ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି, ପରାଜୟ ଭୟରେ ବିଜେପି ଏଭଳି ଅଭିଯୋଗ କରୁଛି । ନିର୍ବାଚନ ହାରିବା ଭୟରେ ରକ୍ତମୁଖା ପାଲଟିଛି ବିଜେପି। ଶାନ୍ତିପ୍ରିୟ ଓଡ଼଼ିଶାରେ ହିଂସାର ସ୍ଥାନ ନାହିଁ ବୋଲି ସସ୍ମିତ କହିଛନ୍ତି ।
ସସ୍ମିତ କହିଛନ୍ତି ଯେ, ପିପିଲିରେ ବିଜେଡି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ସରକାରୀ କର୍ମଚାରୀଙ୍କୁ ବିଶ୍ବେଶ୍ବର ଟୁଡୁଙ୍କ ଆକ୍ରମଣ ଘଟଣାରେ ବିଜେପି ନୀରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର । ନିର୍ବାଚନ ଆସିଲେ ବିଜେପି ଲୋକଙ୍କ ପାଖକୁ ଆସେ । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପୋଲିଂରେ ଦଳକୁ ପରାଜୟ ଆଶଙ୍କା ଘାରିଛି । ସେଥିପାଇଁ ପୁରୁଣା ରେକର୍ଡ ବଜାଉଛି ବୋଲି କହିଛନ୍ତି ସସ୍ମିତ । ଦଳର କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମଧ୍ୟ ଗୁଣ୍ଡାଗିରି କରିବାକୁ ପଛାଉ ନାହାଁନ୍ତି । ଅଭିଯୋଗ କଲେ ଚୋର ମୁହଁ ଟାଣ ପରି କଥାକୁ ଏଡାଇ ଯାଉଛନ୍ତି । ଏହା କି ପ୍ରକାର ଲୋକସେବା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ନିଜ ଦଳର ମହିଳା କର୍ମୀଙ୍କୁ ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ହେଉ କି ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଆକ୍ରମଣ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଛି । ମହିଳାଙ୍କୁ ସମ୍ମାନ ନାରାବାଜି କରୁଥିବା ଦଳ ନିଜ ଦଳର ମହିଳା କର୍ମୀଙ୍କୁ ସୁରକ୍ଷା ଦେଇପାରୁନି । ୟୁପି ବିହାର ମଡେଲ ଆମଦାନୀ କରି ଓଡ଼ିଶାରେ ଆପ୍ଲାଏ କରିବାକୁ ବିଜେପି ମସୁଧା କରିଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।
ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦାବି କଲେ ବିଜେଡି ସାଂସଦ ସସ୍ମିତ ପାତ୍ର
ନୂଆଦିଲ୍ଲୀ : ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ମିଳୁ ୩୩ ପ୍ରତିଶତ ସଂରକ୍ଷଣ। ଏନେଇ ପୁଣିଥରେ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ବିଜୁ ଜନତା ଦଳ ସାଂସଦ ଡକ୍ଟର ସସ୍ମିତ ପାତ୍ର। ଆଜି ରାଜ୍ୟସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର।   ମହିଳା ଚାଲାଣ ରୋକିବାକୁ କଡା ଆଇନ ପ୍ରଣୟନ କରିବାକୁ ସେ ଦାବି କରିଛନ୍ତି । ୨୦୧୮ରେ ଆଗତ ହୋଇଥିବା ଏସମ୍ପର୍କିତ ବିଲ୍ ପାସ୍ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ସସ୍ମିତ । ଲୋକସଭା ଭଙ୍ଗ କାରଣରୁ ସଂସଦରେ ବିଲ ପାରିତ ହୋଇପାରିନଥିଲା । ଏହି ୨ଟି ବିଲ ପାସ୍ ହେଲେ ମହିଳାଙ୍କ ନେତୃତ୍ୱ ବଢିବ ବୋଲି ସେ କହିଛନ୍ତି ।
ତେବେ ସାଂସଦ ସସ୍ମିତ ପାତ୍ର ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବା ସହ ମହିଳାଙ୍କୁ ୩୩% ସଂରକ୍ଷଣ ଦାବି ରଖିଛନ୍ତି । ଉଭୟ ସଂସଦ ଓ ରାଜ୍ୟ ବିଧାନସଭାରେ ସଂରକ୍ଷଣ ଦାବି କରିଛନ୍ତି ସସ୍ମିତ । ସଂରକ୍ଷଣ ମିଳିଲେ ରାଜନୀତିରେ ମହିଳାଙ୍କ ନେତୃତ୍ୱ ବୃଦ୍ଧି ପାଇବ । ମହିଳାଙ୍କ ସାମାଜିକ ଓ ଲିଙ୍ଗଗତ ସମାନତା ମଧ୍ୟ ବଢିବ । ଏହା ଦ୍ୱାରା ଲିଙ୍ଗଗତ ବୈଷମ୍ୟ ଦୂର ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର ।