Borigumma - The Sakala

କେନ୍ଦ୍ର ସରକାରଙ୍କ ‘ଡିଜିଟାଲ ଇଣ୍ଡିଆର’ ବିକଳ ଚିତ୍ର: ମୋବାଇଲ୍ ନେଟ୍‌ୱର୍କ ପାଇଁ ଯିବାକୁ ପଡୁଛି ୭ କି.ମି
ବୋରିଗୁମ୍ମା: ମଣିଷ ଚନ୍ଦ୍ରରେ ପହଞ୍ଚି ସାରିଲାଣି । କିନ୍ତୁ ଏଠି ମୋବାଇଲ ନେଟୱାର୍କ ପାଇପାରୁନାହିଁ । ମୋବାଇଲରେ ପଦେ କଥା ହେବା ପାଇଁ ୬ ରୁ ୭ କିଲୋମିଟର ବାଟ ଚାଲିବାକୁ ପଡୁଛି । କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆର ଏଭଳି ବିକଳ ଚିତ୍ର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି । ଦେଶକୁ ଡିଜିଟାଲ କରି ସମସ୍ତେ ଡିଜିଟାଲ ହେବାର ସ୍ବପ୍ନ ଦେଖାଉଥିବା କେନ୍ଦ୍ର ସରକାରଙ୍କ ଏହି ଯୋଜନା ଏଠି ପହଞ୍ଚିବାକୁ ରାସ୍ତା ପାଉନଥିବା ଭଳି ମନେ ହେଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଉପାନ୍ତ ଅଞ୍ଚଳ ଚମ୍ପାପଦର ପଞ୍ଚାୟତର ୧୫ଟି ଗ୍ରାମର ଲୋକେ ଆଜି ବି ମୋବାଇଲ ନେଟୱାର୍କ ପାଇବାରୁ ବଞ୍ଚିତ ରହିଛି । ପିଲାଙ୍କ ପାଠପଢ଼ା ହେଉ କି ବ୍ୟାଙ୍କ କାର୍ଯ୍ୟ, ଅନ୍‌ଲାଇନ ଅଫିସ କାର୍ଯ୍ୟ, ପିଲାଙ୍କୁ କମ୍ପୁଟର ଶିକ୍ଷା ପାଇଁ ଇଣ୍ଟରନେଟର ଆବଶ୍ୟକତା ହେଉଥିବା ବେଳେ ଏହି ଗ୍ରାମ ଗୁଡିକରେ ନେଟୱାର୍କ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଏକଦା ଅବହେଳିତ ଉପାନ୍ତ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ଏହି ଅଞ୍ଚଳ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନର ପ୍ରଚେଷ୍ଟା ପରେ ବିକାଶ ଧାରାରେ ସାମିଲ ହୋଇଛି । କିନ୍ତୁ ମୋବାଇଲ ନେଟୱାର୍କ ନଥିବାରୁ ଏଠି ଲୋକେ ରାଜ୍ୟ ସରକାରଙ୍କ ଠାରୁ ସବୁ ସୁବିଧା ପାଇ ମଧ୍ୟ ନପାଇବା ଭଳି ରହିଛନ୍ତି ।

ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି
ବୋରିଗୁମ୍ମା: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର | ଜାତୀୟ ରାଜପଥ ୨୬ ମଝିଆ ଗ୍ରାମ ପାର୍ଶ୍ୱରେ ଥିବା ଗଛରୁ ଦୁଇଜଣ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର l ପ୍ରେମୀ ଯୁଗଳ ଦୁହେଁ ବିବାହିତ ବୋଲି ଜଣାପଡିଛି l ମୁତ ମହିଳା ଜଣକ ବଡ ମଝିଆ ଗ୍ରାମର ଦୈମୋତି ଭତ୍ରା ଏବଂ ମୃତ ବ୍ୟକ୍ତି ଜଣକ ଲିଟି ମଝିଆ ଗ୍ରାମର ରାମଧର ଭତ୍ରା ବଲି ଜଣା ପଡିଛି l ଘଟଣାସ୍ଥଳରେ ବୋରିଗୁମ୍ମା ପଲିସ ଏବଂ ଫୋରେନସିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି। ଗ୍ରାମରଖି ପ୍ରଥମେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ।

ସୂଚନା ଅନୁଯାୟୀ ଦୁଇ ଜଣଙ୍କର ପ୍ରେମ ସମ୍ପର୍କକୁ ଉଭୟ ପରିଵାର ବିରୋଧ କରୁଥିଲେ l ମୃତ ମହିଳାଙ୍କର ଦୁଇଟି ଝିଅ ଏବଂ ଦୁଇଟି ପୁଅ ଥିବା ବେଳେ ମୃତ ବ୍ୟକ୍ତିର ମଧ୍ୟ ଦୁଇଟି ପୁଅ ଥିବାର ଜଣା ପଡିଛି l ଘଟଣାର ତଦନ୍ତ ପରେ ସ୍ପଷ୍ଟ ଜଣା ପଡିବ ବୋଲି ବୋରିଗୁମ୍ମା SDPO କହିଛନ୍ତି ।

ନିଜ ପତ୍ନୀଙ୍କୁ ଦ୍ଵିତୀୟ ଥର ବିବାହ କଲେ ସ୍ୱାମୀ, ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ
ବୋରିଗୁମ୍ମା: ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଦିନ ଧରି କୌଣସି ପତ୍ତା ନ ମିଳିବାରୁ ମରିଯାଇଥିବା ଭାବି ପରିବାର ଲୋକ ଶୁଦ୍ଧିକ୍ରିୟା ମଧ୍ୟ କରି ଦେଇଥିଲେ। ସ୍ୱାମୀ ମରିଯାଇଥିବାରୁ ସ୍ତ୍ରୀ ହାତରୁ ଭାଙ୍ଗି ଦେଇଥିଲେ ଶଙ୍ଖା ଓ ମଥାରୁ ପୋଛି ଦେଇଥିଲେ ସିନ୍ଦୁର । ଯାହାକୁ ମୃତ ବୋଲି ପରିବାର ଲୋକ ଭାବିଥିଲେ ହଠାତ ସେ ଦିନେ ଘରେ ପହଞ୍ଚିଥିଲେ। ସ୍ତ୍ରୀଙ୍କ ସେହି ଶଙ୍ଖା ଓ ସିନ୍ଦୁର ପୁଣି ଫେରି ଆସିଥିଲା। ଶେଷରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବୈଦିକ ରୀତିରେ ଉଭୟ ଦ୍ଵିତୀୟ ଥର ପାଇଁ ବିବାହ କରିଥିଲେ। ଏହା କୌଣସି ଏକ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବା ବେଳେ କିନ୍ତୁ ବାସ୍ତବ ଜୀବନରେ ଘଟିଛି ଏପରି ଘଟଣା। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତର ପୋଡାପଦର ଗ୍ରାମର ଘାସି ଅମନାତ୍ୟ ଓ ତାଙ୍କ ସ୍ତ୍ରୀ ସୁବର୍ଣ୍ଣଙ୍କ ଜୀବନରେ ଏଭଳି ଘଟଣା ଘଟିଛି ।

ଖବର ଅନୁସାରେ, ଦୁଇ ବର୍ଷ ପୂର୍ବେ ଉକ୍ତ ଗ୍ରାମର ଘାସି ଅମନାତ୍ୟ ଗ୍ରାମର କିଛି ଲୋକଙ୍କ ସହିତ ଦାଦନ ପାଇଁ ଆନ୍ଧ୍ର ବାହାରି ଥିଲେ । ଯିବା ସମୟରେ ଘାସି ବାଟ ବଣା ହୋଇଯାଇଥିଲେ । ସାଙ୍ଗମାନେ ବହୁ ଦିନ ଧରି ଖୋଜା ଖୋଜି ବି କରିଥିଲେ ହେଲେ ଘାସିଙ୍କୁ ନ ପାଇ ନିରାଶ ହୋଇ ଥିଲେ । ଆଠ ମାସ ପରେ ଘାସିଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଖବର ପାଇଲେ । ଉକ୍ତ ଦୁଃଖଦ ଖବର ଶୁଣି କୁଳ କୁଟୁମ୍ବ ଏକାଠି ହୋଇ ସୁଦ୍ଧି କ୍ରିୟା ସମ୍ପର୍ଣ୍ଣ କରିବା ସହ ସ୍ତ୍ରୀ ସୁବର୍ଣ୍ଣ ଙ୍କୁ ବିଧବା ହେବାକୁ ପଡିଲା । ଘରୁ ଯିବାର ଦୁଇ ବର୍ଷ ପରେ ଅର୍ଥାତ ଗତ ଦୁଇ ମାସ ତଳେ ଗାଁ ରେ ଘାସି ଘରେ ପହଞ୍ଚିବା ଦେଖି ସମସ୍ତେ ଚକିତ ହୋଇ ପଡିଥିଲେ । ସେ ତା’ର ଦାଦନର ଦୁଃଖ କାହାଣୀ ସମସ୍ତଙ୍କୁ ଜଣାଇ ଥିଲା । କୁଳ ସମାଜ ର ସଭାପତିଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ତାଙ୍କ ପରମ୍ପରା ଅନୁଯାୟୀ ପୁଣି ବୈଦିକ ରୀତିରେ ଦୁଇ ସ୍ୱାମୀ ସ୍ତ୍ରୀ ଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ଶେଷରେ ଗ୍ରାମର ଶିବ ମନ୍ଦିର ଠାରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ବୋରିଗୁମ୍ମାରେ ବାଘ ଆତଙ୍କ, ଗୁମ୍ଫାରୁ ମିଳିଛି ଦୁଇଟି ବାଘ ଛୁଆ
ବୋରିଗୁମ୍ମା: ବୋରିଗୁମ୍ମା ବ୍ଲକ ଗୁମୁଡା ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ ଦେଖା ଦେଇଛି ବାଘ ଆତଙ୍କ । ଗାଁ ନିକଟସ୍ଥ ଏକ ଗୁମ୍ଫାରେ ଦୁଇଟି ବାଘ ଛୁଆ ଥିବା ନଜର ଆସିଛନ୍ତି । ମାତ୍ର ଏହା ହେଟା ନା ମହାବଳ ବାଘ ତାହା ସ୍ପଷ୍ଟ ହୋଇପାରିନାହିଁ । ଗୁମ୍ଫା ଭିତରେ ବାଘ ଛୁଆ ଦୁଇଟି ଖେଳୁଥିବା ନଜର ଆସୁଛନ୍ତି । ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମି ରହିଛି । ବାଘ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ବନ ବିଭାଗର ଏକ ଟିମ ପହଞ୍ଚିଥିବା ନେଇ ସୂଚନା ମିଳିଛି ।