PMO India - The Sakala

ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା, ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ: ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ବର: ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ୨ ଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡ଼ିଶା କନକ୍ଲେଭ । ଏହି କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି ଯେ, ୨୦୨୫ର ଆରମ୍ଭ ସମୟରେ ଜାନୁଆରୀରେ ଓଡ଼ିଶା ଆସିଥିଲି। ପୁଣି ଆଜି ଓଡ଼ିଶା ଆସିଛି। ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଓଡ଼ିଶା ଖୁବ୍ ଶୀଘ୍ର ସେଭଳି ଶୀର୍ଷରେ ପହଞ୍ଚିବ, ଯାହାର କେହି କଳ୍ପନା କରିନାହାନ୍ତି। ଓଡ଼ିଶାରେ ଯେଉଁ ସଂପଦ ରହିଛି, ତାର ଶିଳ୍ପାନୁଷ୍ଠାନ ଏଠାରେ ଗଢ଼ିଉଠୁ। ଓଡ଼ିଶାରେ ନିବେଶର ଅନନ୍ତ ସମ୍ଭାବନା ରହିଛି। ଏଣୁ ନିବେଶକମାନଙ୍କୁ ଅନୁରୋଧ, ସେମାନେ ଏଠି ନିବେଶ କରନ୍ତୁ ବୋଲି ମୋଦୀ କହିଥିଲେ।

ଓଡ଼ିଶାରେ ଗ୍ରୀନ ହାଇଡ୍ରୋଜେନ ଏବଂ ଅକ୍ଷୟ ଶକ୍ତିର ପର୍ଯ୍ୟପ୍ତ ସମ୍ଭାବନା ଅଛି । ପାରାଦୀପ, ଗୋପାଳପୁରରେ ଡ଼ାଏରୀ ଫାର୍ମ ହେଉଛି । ଯେଉଁ ଯେଉଁ ଅଞ୍ଚଳରେ ଯେଉଁ ସମ୍ପଦ ଅଛି ସେଠାରେ ସେହି ଶିଳ୍ପ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି ମୋଦୀ । ବ୍ଲୁ ଇକୋନୋମିରେ ଓଡ଼ିଶା ଦେଶର ଆଗୁଆ ରାଜ୍ୟରେ ସାମିଲ ହେବ । ଯେଉଁ କ୍ଷେତ୍ରରେ ଅଛନ୍ତି ସେହି କ୍ଷେତ୍ରର ଏମଏସଏମଇକୁ ସପୋର୍ଟ କରିବାକୁ ନିବେଶକଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଧୁନିକ ଇକୋ ସିଷ୍ଟମ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି । ଏହାଦ୍ବାରା ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ, ଓଡିଶା ଉତ୍କର୍ଷ, ସଶକ୍ତ ଏବଂ ସମର୍ଥ ହେବ ।

ଭାରତକୁ ବୁଝିବାକୁ ହେଲେ ଓଡିଶାକୁ ଦେଖିବାକୁ ପଡ଼ିବ, ଓଡ଼ିଶାର ପର୍ଯ୍ୟଟନ ଏବଂ ମନ୍ଦିର କୋଷ୍ଟ ଲାଇନ ଦେଖିବାକୁ ପଡ଼ିବ ଏବଂ କୋଣାର୍କ ଚକ୍ରକୁ ଜି-୨୦ର ଚି଼ହ୍ନ ଭାବେ ବ୍ୟବହାର କରାଯାଇଥିଲା । ଭୁବନେଶ୍ବରରେ ବହୁତ ଭଲ କନଭେନସନ ହୋଇପାରିବ, ଓଡ଼ିଶାରେ କନଭେସନ ଟୁରିଜିମ ପାଇଁ ପର୍ଯ୍ୟପ୍ତ ସୁଯୋଗ ରହିଛି ବୋଲି ମୋଦୀ କହିଛନ୍ତି।

ଆସନ୍ତା ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସୂଚନା ଅନୁଯାୟୀ ସକାଳ ୧୧ଟା ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ। ଏଠାରୁ କଡ଼ା ସୁରକ୍ଷା ମଧ୍ୟରେ ଜନତା ମଇଦାନକୁ ଯିବେ। ସେଠାରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ। ଅପରାହ୍ଣ ୩ଟା ୨୫ ମିନିଟ ସମୟରେ ନୂଆଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଚଣ୍ଡିଖୋଲଠାରେ ୧୯୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌‌ଘାଟନ ଓ ଶିଳାନ୍ୟାସ କରିବେ ମୋଦୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି।  ଭୁବନେଶ୍ୱରରୁ ହେଲିକପ୍ଟରରେ ସିଧା ଚଣ୍ଡିଖୋଲ ଯାଇଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ପରେ ଚଣ୍ଡିଖୋଲ ସଭାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ।

ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୧୯୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‌‌ଘାଟନ ଏବଂ ଶିଳାନ୍ୟାସ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ। ଏହାପରେ ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବେ।

ଖବର ଅନୁଯାୟୀ, ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ ପରେ ହେଲିକେପ୍ଟର ଯୋଗେ ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୩ଟା ୩୦ ମିନିଟରୁ ୪ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହାପରେ ୪ଟା ୧୫ରୁ ୫ ଟା ଯାଏଁ ଦଳ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗ ଦେବେ। ସନ୍ଧ୍ୟା ୫ଟା ୫୦ ମିନିଟରେ ପ୍ରଧାନମନ୍ତ୍ରୀ କୋଲକାତା ଅଭିମୁଖେ ଯାତ୍ରା କରିବେ। ଉଦ୍‌‌ଘାଟନ ଏବଂ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ତୈଳ ଏବଂ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜଥ ଏବଂ ପରମାଣୁ ଶକ୍ତି କ୍ଷେତ୍ର ସହିତ ଜଡ଼ିତ ରହିଛି।

ପ୍ରଧାନମନ୍ତ୍ରୀ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍‌‌ ମୋନୋ ଏଥାଇଲନ୍‌‌ ଗ୍ଲାଇକଲ୍‌‌ ପ୍ରକଳ୍ପକୁ ଉଦଘାଟନ କରିବେ। ଏଥିସହ ସେ ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ମଧ୍ୟ ଉଦଘାଟନ କରିବେ। ପାରାଦୀପରେ ଏଲପିଜି ଆମଦାନୀ ସୁବିଧାକୁ ମଧ୍ୟ ଲୋକାର୍ପଣ କରାଯିବ। ଏହି ଅବସରରେ ବିଭିନ୍ନ ଜାତୀୟ ରାଜଥର ସମ୍ପ୍ରସାରଣ ପାଇଁ ପ୍ରଧାମନ୍ତ୍ରୀ ଭିତ୍ତିପ୍ରସ୍ତର ରଖିବେ। ପ୍ରଧାନମନ୍ତ୍ରୀ ୧୬୨ କିମି ବାଂଶପାଣି – ଦୈତାରୀ – ଟମକା – ଯଖପୁରା ରେଳ ଲାଇନ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିବେ। କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋ ଉଦ୍‌‌ଘାଟନ, ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍‌‌ ରେଳ ଇଂଜିନ ମରାମତି କାରଖାନା, କଣ୍ଟାବାଞ୍ଜିରେ ୱାଗନ୍‌‌ ମରାମତି କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତି ପ୍ରସ୍ତର ସ୍ଥାନ କରାଯିବ। ସେହିପରି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍‌‌ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର – ପାରାଦୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ମୋଦୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୧୯୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‌‌ଘାଟନ ଏବଂ ଶିଳାନ୍ୟାସ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ। ଏହାପରେ ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବେ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦିନ ୨ଟା ୪୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ ପରେ ହେଲିକେପ୍ଟର ଯୋଗେ ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୩ଟା ୩୦ ମିନିଟରୁ ୪ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହାପରେ ୪ଟା ୧୫ରୁ ୫ ଟା ଯାଏଁ ଦଳ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗ ଦେବେ। ସନ୍ଧ୍ୟା ୫ଟା ୫୦ ମିନିଟରେ ପ୍ରଧାନମନ୍ତ୍ରୀ କୋଲକାତା ଅଭିମୁଖେ ଯାତ୍ରା କରିବେ। ଉଦ୍‌‌ଘାଟନ ଏବଂ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ତୈଳ ଏବଂ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜଥ ଏବଂ ପରମାଣୁ ଶକ୍ତି କ୍ଷେତ୍ର ସହିତ ଜଡ଼ିତ ରହିଛି। ପ୍ରଧାନମନ୍ତ୍ରୀ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍‌‌ ମୋନୋ ଏଥାଇଲନ୍‌‌ ଗ୍ଲାଇକଲ୍‌‌ ପ୍ରକଳ୍ପକୁ ଉଦଘାଟନ କରିବେ। ଏଥିସହ ସେ ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ମଧ୍ୟ ଉଦଘାଟନ କରିବେ। ପାରାଦୀପରେ ଏଲପିଜି ଆମଦାନୀ ସୁବିଧାକୁ ମଧ୍ୟ ଲୋକାର୍ପଣ କରାଯିବ। ଏହି ଅବସରରେ ବିଭିନ୍ନ ଜାତୀୟ ରାଜଥର ସମ୍ପ୍ରସାରଣ ପାଇଁ ପ୍ରଧାମନ୍ତ୍ରୀ ଭିତ୍ତିପ୍ରସ୍ତର ରଖିବେ। ପ୍ରଧାନମନ୍ତ୍ରୀ ୧୬୨ କିମି ବାଂଶପାଣି – ଦୈତାରୀ – ଟମକା – ଯଖପୁରା ରେଳ ଲାଇନ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିବେ। କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋ ଉଦ୍‌‌ଘାଟନ, ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍‌‌ ରେଳ ଇଂଜିନ ମରାମତି କାରଖାନା, କଣ୍ଟାବାଞ୍ଜିରେ ୱାଗନ୍‌‌ ମରାମତି କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତି ପ୍ରସ୍ତର ସ୍ଥାନ କରାଯିବ। ସେହିପରି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍‌‌ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର – ପାରାଦୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ଵର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଣ୍ଡିଖୋଲରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏଥି ସହ ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରୀୟ ସୁରକ୍ଷା ଟିମ୍, ଯାଜପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଗ୍ରହଣ କରାଯାଇଛି ।

ଆସନ୍ତାକାଲି ଅପରାହ୍ଣ ୨ଟା ୪୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରୁ ହେଲିକପ୍ଟର ଯୋଗେ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ । ଅପରାହ୍ଣ ୩ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ।

ନମିତା ଅଗ୍ରୱାଲଙ୍କ ଓଡ଼ିଆ ରାମ ଭଜନର ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ। ସମସ୍ତେ ସେହି ଦିନକୁ ଅପେକ୍ଷା କରିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଭଜନ, ଜଣାଣ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ବିଭିନ୍ନ ଭାଷାରେ ପ୍ରସ୍ତୁତ ରାମ ଭଜନର ୟୁଟ୍ୟୁବ୍‌ ଲିଙ୍କ୍‌ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି । ଏହିକ୍ରମରେ ନମିତା ଅଗ୍ରୱାଲଙ୍କ ଗୀତକୁ ବି ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗୀତିଟିର ଶୀର୍ଷକଟି ହେଉଛି –  ‘ସାରା ଅଯୋଧ୍ୟା ନଗରୀ ନାଚେ ସଜେଇ ହୋଇ ପ୍ରଭୁ ରାମଙ୍କୁ ପାଇ ’ ।  ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଗୀତଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ ଆସିଛି । ସେ ଗୀତର ଉଚ୍ଚ ପ୍ରଶଂସା କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଗୀତଟିକୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ‘ଭାରତର ପ୍ରତ୍ୟେକ ଭାଗରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଅଛି । ପ୍ରତ୍ୟେକ ଭାଷାରେ ଆପଣ ତାଙ୍କ ପାଇଁ ଉତ୍ସର୍ଗୀକୃତ ଅନେକ ଭଜନ ପାଇବେ । ଓଡ଼ିଆରେ ଏହିପରି ଗୋଟିଏ ପ୍ରୟାସ ।

There is devotion towards Prabhu Shri Ram in every part of India. In every language also you’ll find several Bhajans devoted to him. Here is one such effort in Odia… #ShriRamBhajan https://t.co/JCWTudS13O

— Narendra Modi (@narendramodi) January 18, 2024

ଟନେଲ୍‌ରୁ ଶ୍ରମିକ ଉଦ୍ଧାର ଘଟଣା: ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ଉତ୍ତରକାଶୀ: ତ୍ତରକାଶୀ ଟନେଲରୁ ଆଜି ଆସିଛି ବଡ଼ ଖବର । ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ  ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ଓ ଦେଶବାସୀଙ୍କ ପ୍ରାର୍ଥନା ସଫଳ ହୋଇଛି। ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି। ତେବେ ରେସ୍କ୍ୟୁ ଅପରେସନରେ ସାମିଲ ଥିବା ସମସ୍ତ କର୍ମଚାରୀଙ୍କୁ ଓ ଉଦ୍ଧାର କରାଯାଇଥିବା ଶ୍ରମିକମାନଙ୍କ ଧୈର୍ଯ୍ୟକୁ ସାରା ଦେଶ ଭୁରିଭୁରି ପ୍ରଶଂସା କରୁଛି।

ଟନେଲ୍‌ରୁ ଶ୍ରମିକ ଉଦ୍ଧାର ଘଟଣାରେ ଖୁସି ବ୍ୟକ୍ତ କରିଛନ୍ତ ରାଷ୍ଟ୍ରପତି । ଉଦ୍ଧାର କାର୍ଯ୍ୟରେ ସାମିଲ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ଧୈର୍ଯ୍ୟ ଓ ସ୍ଥିରତାକୁ ଦେଶ ସାଲ୍ୟୁଟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

I feel relieved and happy to learn that all the workers trapped in a tunnel in Uttarakhand have been rescued. Their travails over 17 days, as the rescue effort met with obstacles, have been a testament of human endurance. The nation salutes their resilience and remains grateful…

— President of India (@rashtrapatibhvn) November 28, 2023

ସେହିପରି  ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରମିକଙ୍କ ଉଦ୍ଧାର ସମସ୍ତଙ୍କୁ ଭାବବିହ୍ବଳ କଲା ଭଳି ସମୟ। ଫସିଥିବା ଶ୍ରମିକଙ୍କ ସାହସ ଓ ଧୈର୍ଯ୍ୟ ପ୍ରେରଣା ଦାୟକ ।ସାହସ ଓ ସଂକଳ୍ପର ଶକ୍ତି ନୂତନ ଜୀବନ ଦେଇଛି ବୋଲି ପ୍ରଧନାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

उत्तरकाशी में हमारे श्रमिक भाइयों के रेस्क्यू ऑपरेशन की सफलता हर किसी को भावुक कर देने वाली है।

टनल में जो साथी फंसे हुए थे, उनसे मैं कहना चाहता हूं कि आपका साहस और धैर्य हर किसी को प्रेरित कर रहा है। मैं आप सभी की कुशलता और उत्तम स्वास्थ्य की कामना करता हूं।

यह अत्यंत…

— Narendra Modi (@narendramodi) November 28, 2023

ଏଥିସହ ଶ୍ରମିକଙ୍କ ଉଦ୍ଧାରକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି ଗଡ଼କରୀ । ଉଦ୍ଧାର କାର୍ଯ୍ୟରେ ସାମିଲ ସମସ୍ତ ଏଜେନ୍ସିକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ  ।

सिल्क्यारा टनल बचाव कार्य में शामिल सभी का धन्यवाद। #SilkyaraTunnelRescue pic.twitter.com/H8r0JsRELY

— Nitin Gadkari (@nitin_gadkari) November 28, 2023

ଶ୍ରମିକମାନଙ୍କର ସଫଳ ଉଦ୍ଧାର କାର୍ଯ୍ୟର ଖବର ଆସିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଦିନ ଧରି ଏହି ଅପରେସନରେ ନିୟୋଜିତ ଥିବା ବିଭିନ୍ନ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଫସିରହିଥିବା ସମସ୍ତ ଶ୍ରମିକ ନିରାପଦରେ ଘରକୁ ଫେରୁଥିବାରୁ ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ ଏବଂ ପ୍ରତିରକ୍ଷା ଦଳକୁ ଧନ୍ୟବାଦ ଜଣାଇଛନ୍ତି ।

Happy and relieved that all the workers trapped in #Uttarakhand‘s #SilkyaraTunnel have been rescued safely. Appreciate the dedication of the agencies, rescue teams and engineers involved in the marathon operation which facilitated the safe rescue of the 41 trapped workers…

— Naveen Patnaik (@Naveen_Odisha) November 28, 2023

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାନ ଜନ କହି ସମ୍ୱୋଧିତ କରି କହିଛନ୍ତି, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର ୧୪୦ କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।

ସେପଟେ ଲାଲକିଲାରେ ସମଗ୍ର ବିଶ୍ୱରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲାଲକିଲା ଆଖପାଖରେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହାସହ ୧ହଜାର କ୍ୟାମେରା, ଆଂଟି-ଡ୍ରୋନ୍ ସିଷ୍ଟମ ଲଗାଯାଇଛି । ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି । ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପି ଅତିଥିଙ୍କ ସୁରକ୍ଷା ପାଇଁ ସ୍ନାଇପର୍ସ, ସ୍ୱତନ୍ତ୍ର ସ୍ୱାଟ୍ କମାଣ୍ଡୋ ଓ ଶାର୍ପଶୁଟର ମୁତୟନ କରାଯାଇଛି ।

ମଣିପୁର ବର୍ବରତା: ଘଟଣାକୁ ନିନ୍ଦା କରିବା ସହ ଏହା ସମାଜ ପାଇଁ ଲଜ୍ଜାଜନକ ବୋଲି କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ:  ମଣିପୁର ହିଂସାକାଣ୍ଡକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଣିପୁରରେ ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏପରି ଘଟଣାକୁ ନିନ୍ଦା କରିବା ସହ ଏହା ସମାଜ ପାଇଁ ଲଜ୍ଜାଜନକ ବୋଲି କହିଛନ୍ତି। ଆଜି ସଂସଦରେ ମୌସୁମୀ ଅଧିବେଶନ ସମୟରେ ଏହି ଘଟଣାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଘଟଣା ମୋତେ ଯନ୍ତ୍ରଣା ଦେଉଛି କହିବା ସହ ଦୁଷ୍କର୍ମକାରୀଙ୍କୁ କଦାପି ଛଡାଯିବ ନାହିଁ, ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଆମ ସମସ୍ତଙ୍କୁ ରାଜନୀତିଠୁ ଊର୍ଦ୍ଧ୍ୱକୁ ଯାଇ କାମ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୨୫ ବର୍ଷରେ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ, ଲକ୍ଷ୍ୟ ବଡ଼ ଓ କଠିନ ହେଲେ ମଧ୍ୟ କଷ୍ଟକର ନୁହେଁ- ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ: ନୂଆ ସଂସଦ ଭବନକୁ ଆଜି ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଅଗ୍ରସର ହେଲେ, ବିଶ୍ବ ଅଗ୍ରସର ହେବ। ଭାରତର ବିକାଶ ମାଧ୍ୟମରେ ଏହି ନୂଆ ସଂସଦ ବିଶ୍ବ ବିକାଶର ନେତୃତ୍ବ ନେବ ବୋଲି ଆଜି ନୂଆ ସଂସଦ ଭବନରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆଜିର ଦିନ ଦେଶ ପାଇଁ ଶୁଭ ମୁହୂର୍ତ୍ତ । ସ୍ୱର୍ଣ୍ଣିମ ମୁହୂର୍ତ୍ତ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା । ଅମୃତ ମହୋତ୍ସବରେ ନୂଆ ସଂସଦ ଭବନ ଦେଶକୁ ଉପହାର ଦେଲେ ମୋଦୀ । ଏହି ନୂତନ ଭବନରେ ଲୋକସଭାରେ ୮୮୮ ଜଣ ଏବଂ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି। ନୂତନ ସଂସଦର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ।

ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ ଏମିତି କେତେକ ମୁହୂର୍ତ୍ତ ଆସେ ଯାହା ଚିରସ୍ଥାୟୀ ହୋଇଯାଏ। ୨୮ ମେ ୨୦୨୩ ହେଉଛି ସେମତି ଏକ ମୁହୂର୍ତ୍ତ । ଏପରି ଏକ ଶୁଭ ଉତ୍ସବ । ସ୍ୱାଧୀନତାର ୭୫ ବର୍ଷ ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଏହି ଉତ୍ସବରେ ଭାରତର ଲୋକମାନେ ସଂସଦର ଏହି ନୂତନ କୋଠାକୁ ସେମାନଙ୍କର ଗଣତନ୍ତ୍ରକୁ ଉପହାର ଦେଇଛନ୍ତି। ଏହା କେବଳ ଏକ କୋଠା ନୁହେଁ। ଏକ ରାଷ୍ଟ୍ର ଭାବରେ ଆମ ସମସ୍ତଙ୍କ ପାଇଁ ୧୪୦କୋଟିର ସଂକଳ୍ପ ହେଉଛି ଏହି ସଂସଦର ଜୀବନ ରକ୍ତ। ଏଠାରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଭବିଷ୍ୟତ ଗଠନ କରିବାକୁ ଯାଉଛି। ସଂସଦର ପ୍ରତ୍ୟେକ କାନ୍ଥ, ଏହାର ପ୍ରତ୍ୟେକ କଣିକା ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଆଜି ସଂସଦର ଲୋକସଭା କକ୍ଷରେ ସ୍ଥାପନ କରାଯାଇଥିବା ‘ସେଙ୍ଗୋଲ୍‌’ ବିଷୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଚୋଳ ରାଜବଂଶରେ ‘ସେଙ୍ଗୋଲ୍‌’ ନ୍ୟାୟ, ସଚ୍ଚୋଟତା ଓ ଉତ୍ତମ ଶାସନର ସଙ୍କେତ ଥିଲା। ଏହି ପବିତ୍ର ‘ସେଙ୍ଗୋଲ୍‌’ର ଗୌରବକୁ ପୁନଃସଂସ୍ଥାପନ କରିବାରେ ସମର୍ଥ ହେବା ଆମ ପାଇଁ ସୌଭାଗ୍ୟର କଥା। ଏହି ଗୃହରେ ଯେତେବେଳେ ଅଧିବେଶନ ଆରମ୍ଭ ହେବ ‘ସେଙ୍ଗୋଲ୍‌’ ଆମକୁ ‌ପ୍ରେରଣା ଦେଉଥିବ। କେବଳ ସେତିକି ନୁହେଁ ନୂଆ ସଂସଦ ଭବନ ନିର୍ମାଣ ୬୦,୦୦୦ ଶ୍ରମିକଙ୍କୁ ରୋଜଗାର ଦେଇଛି। ସେମାନଙ୍କ ପ୍ରତି ଡିଜିଟାଲ୍‌ ଗ୍ୟାଲେରି ଉତ୍ସର୍ଗ କରାଯାଇଛି। ଗତ ୯ ବର୍ଷ ମଧ୍ୟରେ ଦେଶର ୪ କ‌ୋଟି ଗରିବ ଲୋକଙ୍କ ପାଇଁ ବାସଗୃହ ଓ ୧୧ କୋଟି ଶୌଚାଳୟ ନିର୍ମାଣ କରାଯାଇଥିବା କଥା ଭାବିଲେ ମତେ ଖୁବ୍‌ ଖୁସି ଲାଗେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ସୂର୍ଯ୍ୟ ଉଦୟର ପ୍ରତୀକ । ନୂଆ ଭାରତ ନୂଆ ରାସ୍ତା, ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି । ପୁରା ବିଶ୍ବର ଦୃଷ୍ଟି ଭାରତ ଉପରେ ରହିଛି ବୋଲି ମୋଦୀ କହିଥିଲେ। ୨୫ ବର୍ଷ ପରେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କରିବ । ଭାରତକୁ ବିକଶିତ ରାଷ୍ଟ୍ର କରିବାର ଅଛି ।  ଲକ୍ଷ୍ୟ ବଡ଼ ଅଛି, କଠିନ ଅଛି କିନ୍ତୁ ସଂକଳ୍ପ ନେବାକୁ ହେବ ବୋଲି ମୋଦୀ ନିଜ ଅଭିଭାଷଣରେ କହିଥିଲେ। ସବୁ ଦେଶବାସୀ ବିକାଶର ସଂକଳ୍ପ ନେଲେ ବିକାଶ ହେବ । ଭାରତ ଗଣତନ୍ତ୍ରର ଜନନୀ, ବିଶ୍ବ ଗଣତନ୍ତ୍ରର ମଧ୍ୟ ମୂଳଦୁଆ । ନୂଆ ସଂସଦ ଭବନର ଆବଶ୍ୟକତା ଥିଲା । ଆଗାମୀ ଦିନରେ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବ । ତେଣୁ ବର୍ତ୍ତମାନ ନୂଆ ସଂସଦର ଆବଶ୍ୟକତା ରହିଥିଲା ବୋଲି ମୋଦୀ କହିଛନ୍ତି।

ପରୀକ୍ଷା ପେ ଚର୍ଚ୍ଚା: ନମ୍ବର ପାଇଁ ପିଲାମାନଙ୍କ ଉପରେ ଚାପ ନ ପକାଇବାକୁ ପିତାମାତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା। ଫାଇନାଲ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ମୋଦୀ। ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରୀକ୍ଷା ପ୍ରସ୍ତୁତି ପାଇଁ ସମୟ ପରିଚାଳନାକୁ ଗୁରତ୍ବ ଦେବା ନିହାତି ଆବଶ୍ୟକ । ପରୀକ୍ଷାରେ ଯୋଦ୍ଧା ଭାବେ ମୁକାବିଲା କରିବାକୁ କହିଛନ୍ତି ମୋଦୀ।

ଶିକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କ ସହିତ ଭାବବିନିମୟ କରିବା ବେଳେ ନମ୍ବର ପାଇଁ ପିଲାମାନଙ୍କ ଉପରେ ଅଯଥା ଚାପ ନ ପକାଇବାକୁ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି। ପିଲାମାନଙ୍କୁ ଚାପଗ୍ରସ୍ତ ନ କରିବାକୁ ପିତାମାତାଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟକୁ ହେୟଜ୍ଞାନ ନ କରିବା ଉଚିତ। ପିଲାମାନଙ୍କଠାରୁ ଅନେକ ଆଶା କରିବା ପରିବାର ଲୋକଙ୍କ ପକ୍ଷେ ସ୍ବାଭାବିକ। ଏଥିରେ କିଛି ଭୁଲ୍‌ ନହିଁ। କିନ୍ତୁ, ପରିବାର ଲୋକେ ଯଦି ସାମାଜିକ ପ୍ରତିପତ୍ତି ନିମନ୍ତେ ଏଭଳି ଆଶା କରୁଥାଆନ୍ତି, ତେବେ ତାହା ଚିନ୍ତାର କାରଣ ପାଲଟିଯାଏ ବୋଲି ମଦୀ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ୍ୟ ପ୍ରତି ସର୍ବଦା ଧ୍ୟାନ ଦେଦାକୁ କହିଛନ୍ତି। ଚାପର ବଶବର୍ତ୍ତୀ ହୋଇ ଲକ୍ଷ୍ୟରୁ ବିଚ୍ୟୁତ ନହେବାକୁ ପରାମର୍ଶ ଦେଇଛନ୍ତି। ଏହାସହ (ସମୟର ସଦୁପଯୋଗ) ଟାଇମ୍‌‌ ମ୍ୟାନେଜମେଣ୍ଟ ପ୍ରତି ଯତ୍ନଶୀଳ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି।ଏହିପରି ଭାବେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ଯକ୍ରମରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଲାଗି ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏହି ସମୟରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ହସଖୁସିରେ କଥା ହେଉଥିବା ନଜର ଆସିଛି। ଏହି କ୍ରମରେ ଡିପିଏସ୍ ବେଙ୍ଗାଲୁରୁର ଛାତ୍ର ମନନ ମିତ୍ତଲଙ୍କ ସହ ମୋଦୀଙ୍କ ବାର୍ତ୍ତାଳାପରେ ହସିବାରେ ଲାଗିଥିଲେ ଉପସ୍ଥିତ ଛାତ୍ରଛାତ୍ରୀ। ମନନ ପ୍ରଶ୍ନ କରିଥିଲେ, ଅନଲାଇନ୍ କ୍ଲାସ୍ ସମୟରେ ଅନେକ ଧ୍ୟାନଭ୍ରଷ୍ଟ କରିବା ଭଳି ସଜେସନ୍ ଆସିଥାନ୍ତି । ଯେମିତିକି ଗେମିଙ୍ଗ । ଏହି ସମୟରେ ମୋଦି କହିଥିଲେ, ତୁମେ କ’ଣ ଜଣେ ଛାତ୍ର? ଏହାପରେ ସମସ୍ତେ ହସିବାରେ ଲାଗିଥିଲେ । କାରଣ ମନନଙ୍କ ମୁଣ୍ଡରେ ଚୁଟି ନଥିବା ବେଳେ ସେ ବୟସରେ ବହୁତ ବଡ଼ ଦେଖାଯାଉଥିଲେ । ଫଳରେ ପ୍ରଧାନମନ୍ତ୍ରୀ ଏଭଳି ଅଜବ ପ୍ରଶ୍ନ ପଚାରିଥିଲେ ।

ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ଆଣ୍ଡାମାନ ନିକୋବରର ୨୧ ଦ୍ୱୀପ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବରର ୨୧ ଦ୍ୱୀପର ନାମକରଣ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦ୍ୱୀପକୁ ନେତାଜୀଙ୍କ ସ୍ମୃତିରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମତିଥିରେ ନେତାଜୀ ନାଶନାଲ ମେମୋରିଆଲ ମଡେଲକୁ ଉଦଘାଟନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଠିକାର ଦ୍ୱୀପ ସମୂହର ନାମ ପରମବୀରଚକ୍ର ବିଜେତାଙ୍କ ନାମରେ ରଖାଯାଇଛି । ଏହି ବୀରଙ୍କ ମଧ୍ୟରେ ଅଛନ୍ତି ବିକ୍ରମ ବତ୍ରା, ଅବ୍ଦୁଲ ହମୀଦଙ୍କ ପରି ଯୋଦ୍ଧା ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ପ୍ରତି ମୁହୂର୍ତ୍ତରେ ନେତାଜୀଙ୍କୁ ମନେ ପକାଉଛି । ଆଣ୍ଡାମାନ ଦ୍ୱୀପ ସମୂହର ନାମକରଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମେ ଏହି ଦ୍ୱୀପରେ ଗୁଲାମୀର ଛାପ ରହିଥିଲା । ଏବେ ଏହି ଦ୍ୱୀପର ନାମ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେବା ଦ୍ୱାରା ଏହା ପରବର୍ତ୍ତୀ ପୀଢି ପାଇଁ ପ୍ରେରଣାର ଉତ୍ସ ପାଲଟିଯିବ । ଆଣ୍ଡାମାନ ଏମିତି ଏକ ସ୍ଥାନ ଯେଉଁଠି ପ୍ରକୃତି, ପରିବେଶ, ପୁରୁଷାର୍ଥ ଏବଂ ପ୍ରେରଣା ସବୁ କିଛି ରହିଛି ବୋଲି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଆଣ୍ଡାମାନ ନିକୋବରର ଦ୍ୱୀପ ସମୂହର ସବୁଠାରୁ ବଡ ଦ୍ୱୀପର ନାମକରଣ ପ୍ରଥମ ପରମବୀର ଚକ୍ର ବିଜେତାଙ୍କ ନାମରେ କରଯାଇଛି । ସେହି ଅନୁଯାୟୀ ଅନ୍ୟ ଦ୍ୱୀପର ନାମକରଣ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରମବୀର ଚକ୍ର ବିଜେତାଙ୍କ ମଧ୍ୟରେ ଅଛନ୍ତି ହାବିଲଦାର ପୀରୁ ସିଂହ, କ୍ୟାପ୍ଟେନ ଜିଏସ ସଲାରିଆ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଧାନ ସିଂହ ଥାପା, ସୁବେଦାର ଜୋଗିନ୍ଦର ସିଂହ, ମେଜର ଶୈତାନ ସିଂହ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଅର୍ଦେଶିର ବୁର୍ଜାରଜୀ ତାରାପୋର, ଲାନ୍ସ ନାଏକ ଅଲବର୍ଟ ଏକ୍କା, ମେଜର ହୋଶିଆର ସିଂହ, ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲ, ଫ୍ଲାଇଂ ଅଫିସର ନିର୍ମଲ ସିଂହ ଶିଖୋ, ମେଜର ପରମେଶ୍ୱରମ, ନାଏବ ସୁବେଦାର ବନା ସିଂହ, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, ସୁବେଦାର ମେଜର ସଞ୍ଜୟ କୁମାର, ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ପ୍ରମୁଖ ।