BJD MP Sasmit Patra - The Sakala
ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ଭୁବନେଶ୍ୱର: ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ସସ୍ମିତ । ପୁନଃ ଯାଞ୍ଚ କରି ଭୋଟରଙ୍କ ଅଧିକାର ଫେରାଇବାକୁ ଚିଠିରେ ଅପିଲ ।
ତେବେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ.ଆଇ.ଆରକୁ ନେଇ ଅଭିଯୋଗ ଆଣିଛନ୍ତି ସାଂସଦ ସସ୍ମିତ ପାତ୍ର । ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ର ପାଇଁ ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରାଥମିକ ଯାଞ୍ଚରେ ଏତେ ସଂଖ୍ୟକ ଭୋଟରଙ୍କ ନାଁ ବାଦ୍ ପଡ଼ିଛି, ଯାହା ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବୋଲି ସସ୍ମିତ ଲେଖିଛନ୍ତି। ପ୍ରକୃତ ଭୋଟର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇପାରନ୍ତି। ଏହା ନିର୍ବାଚନର ନିରପେକ୍ଷତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟାର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ସସ୍ମିତ ।
ରାଜ୍ୟସଭାରେ ପୁଣି ଓଡିଶାର ହକ୍ ମାଗି ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କଲା ବିଜେଡି
ଭୁବନେଶ୍ବର: ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟପାହ୍ୟାର ମାନ୍ୟତା । ଏନେଇ ରାଜ୍ୟସଭାରେ ପୁଣି ଓଡିଶାର ହକ୍ ମାଗି ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିଛି ବିଜେଡି । ଦଳୀୟ ସାଂସଦ ସସ୍ମିତ ପାତ୍ର ବଜେଟ ସଂପର୍କୀତ ବିତର୍କରେ ଅଂଶ ଗ୍ରହଣ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦେବାକୁ ରାଜ୍ୟବାସୀ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ହେଲେ କେନ୍ଦ୍ର ସରକାର ସେ ଦିଗରେ କର୍ଣ୍ଣପାତ କରୁନାହାଁନ୍ତି । ଏହାସହ ଅତ୍ୟାବଶ୍ୟକ ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ରାଜ୍ୟସଭାରେ ଉଠାଇଛନ୍ତି ସସ୍ମିତ । ଗୋଟିଏ ପଟେ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦର ବୃଦ୍ଧି ହୋଇଥିବା ବେଳେ, ବେକାରୀ ଓ କର ବୋଝ ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । ଦରଦାମ ନିୟନ୍ତ୍ରଣକୁ ଆଣିବାକୁ ସେ ଦାବି କରିଛନ୍ତି ।
କୋଇଲା ରୟାଲଟି ଓ ଗ୍ରୀନ୍ ଟ୍ୟାକ୍ସ କ୍ଷେତ୍ରରେ ସଂସ୍କାର ଅଣାଯିବା ସହ, ଓଡିଶାର ଯେଉଁ ଜିଲ୍ଲା ଗୁଡିକରେ କୋଇଲା ଖଣି ରହିଛି, ସେହି ଜିଲ୍ଲାଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଆଞ୍ଚଳିକ ବିକାଶ ପାଣ୍ଠି ଯୋଗାଇ ଦିଆଯାଉନାହିଁ । କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସସ୍ମିତ ଦାବି କରିଛନ୍ତି ।
ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା
ଭୁବନେଶ୍ବର: ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା । ସାରା ରାଜ୍ଯ ଲକ୍ଷ୍ମୀ ବସର ସୁଫଳତା ପାଉଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଲୋକମାନେ ଏହି ସେବା ଭଲରେ ପାଇପାରୁନାହାନ୍ତି । ଅତ୍ଯାଧୁନିକ ଏସି ବିଶିଷ୍ଟ ଲକ୍ଷ୍ମୀ ବସରେ ବି ଆରାମଦାୟକ ଯାତ୍ରା କରିପାରୁନାହାନ୍ତି ଜନସାଧାରଣ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲାକୁ ସଂଯୋଗ କରିବାରେ ଭାରତର ସବୁଠୁ ଭଲ ଯୋଜନା ହେଉଛି ଲକ୍ଷ୍ମୀ । ଲକ୍ଷ୍ମୀ ବସ ଦ୍ବାରା ରାଜ୍ଯର ଶତପ୍ରତିଶତ ଗାଁ ଉପକୃତ ହୋଇଛି । ଏହି ଯୋଜନାରେ ୧୬୦୦ରୁ ଅଧିକ ବସ ଚାଲୁଛି । ୧୨୨ଟି ଜଗନ୍ନାଥ ଏକ୍ସପ୍ରେସ ଶ୍ରୀକ୍ଷେତ୍ରକୁ ଯାଉଛି । ୬୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ ଯୋଡ଼ିହେବା ସହ ୩୨ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।
ସାରା ଓଡ଼ିଶାରେ ଗାଁ ଗୁଡ଼ିକରେ ୯ ହଜାରରୁ ଅଧିକ ବସ ଷ୍ଟାଣ୍ଡ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ଗଡ଼ିବା ଫଳରେ ମାଆ, ବରିଷ୍ଠ ନାଗରିକ ବେଶ୍ ଉପକୃତ ହେଉଛନ୍ତି । ମହିଳା, ଛାତ୍ରଛାତ୍ରୀ, ଦିବ୍ଯାଙ୍ଗମାନେ ମାତ୍ର ୫ ଟଙ୍କାରେ ଯାତାୟାତ କରୁଛନ୍ତି । ଜଗନ୍ନାଥ ଏକ୍ସପ୍ରେସ ବସରେ ବି ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦିଆଯାଉଛି । ଲକ୍ଷ୍ମୀ ବସକୁ ନେଇ ସମସ୍ତେ ଖୁସି ରହିଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ଖୁସି ପାଣିଚିଆ ହୋଇଯାଉଛି । କାରଣ ୫୫ ନମ୍ବର ଜାତୀୟ ରାଜପଥରେ ଯିବା ସମୟରେ ଲୋକମାନେ ଅସୁବିଧା ଭୋଗୁଛନ୍ତି ।
ଭଲ ବସ ହୋଇଥିଲେ ବି ମରଣଯନ୍ତା ରାସ୍ତା ଯୋଗୁ ଆରାମଦାୟର ଯାତ୍ରା ସମ୍ଭବ ହୋଇପାରୁନି । ସବୁବେଳେ ଦୁର୍ଘଟଣା ଭୟ ମଧ୍ଯ ଲାଗି ରହୁଛି । ଏସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କ ବିଫଳତା ଯୋଗୁ ହେଉଛି ବୋଲି କହି ସମାଲୋଚନା କରିଛନ୍ତି ସସ୍ମିତ । ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ଯ ସାମାନ୍ଯ ରାସ୍ତାକାମ କରିପାରିନାହାନ୍ତି ଧର୍ମେନ୍ଦ୍ର । ତାଙ୍କ ଉପେକ୍ଷା କାରଣରୁ ଲୋକମାନେ ଆଜି ସମସ୍ଯା ଭୋଗୁଛନ୍ତି ।
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ସସ୍ମିତ୍‌ ପାତ୍ର
ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ୍‌ ପାତ୍ର। ଇଡିସିଆଇଏଲ ପକ୍ଷରୁ ହୋଇଛି ଶିକ୍ଷକ ନିଯୁକ୍ତି। ପୂର୍ବରୁ ଓସେପା ଶିକ୍ଷକ ନିଯୁକ୍ତି ନେଇ ସ୍ପଷ୍ଟୀକରଣ ରଖି ସାରିଥିବାବେଳେ ଆଜି ଆଭିମୁଖ୍ୟ ସ୍ପଷ୍ଟ କରିଛି ଇଡିସିଆଇଏଲ। କିନ୍ତୁ ପଲିଟିକାଲ ମାଇଲେଜ୍‌ ନେବାକୁ ଯାଇ କେନ୍ଦ୍ରଶିକ୍ଷାମନ୍ତ୍ରୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।
କେନ୍ଦ୍ରମନ୍ତ୍ରୀଙ୍କ ମିଛ ପଦାରେ ପକାଇଲା ଖୋଦ ତାଙ୍କ ବିଭାଗ ଅଧୀନରେ ଥିବା ଇଡିସିଆଇଏଲ୍‌। କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ନେଇ ଇଡିସିଆଇଏଲ ଏବଂ ଓସେପା ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଥିଲା। ଏନେଇ ଇଡିସିଆଇଏଲ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତି ବର୍ତ୍ତମାନ ସାମ୍ନାକୁ ଆସିଛି। ଗତ ଅଗଷ୍ଟ ୨୨ ତାରିଖରେ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିବା ବେଳେ ଇଡିସିଆଇଏଲ୍‌ ଏହାକୁ ପରିଚାଳନା କରିଥିଲା।
The Press release by EdCIL (India) Limited, a “Miniratna” Central PSE under Government of India has clarified everything on Junior Teachers recruitment. The Tweet by Odisha School Education Programme Authority (OSEPA) further clarifies it well. However, an informal, unsigned… https://t.co/A21XCy8ORJ pic.twitter.com/arfskRl53L
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) January 24, 2024
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରିଚାଳିତ ବୋଲି କୁହାଯାଉଥିବା ଏକ ଆଇଟି ସେଲ୍‌ ମିଛ କଥାକୁ ଅପ୍ରଚାର କରି ପଲିଟିକାଲ ମାଇଲେଜ ନେବାକୁ ଉଦ୍ୟମ କରୁଛି। ଏକ ଅଣସ୍ୱୀକୃତ ଓଡ଼ିଆ ପ୍ରେସରିଲିଜକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରି ସାଧାରଣରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ। ଶିକ୍ଷକ ନିଯୁକ୍ତି ଭଳି ଏକ ସମ୍ବେନଶୀଳ ପ୍ରସଙ୍ଗକୁ ନେଇ ଉଦ୍ଦେଶ୍ୟମୂଳକଭାବେ ରାଜନୀତି କରିବା କେତେ ଦୂର ଯଥାର୍ଥ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ୍‌ ପାତ୍ର।
ବୁଧବାର ସୋସିଆଲ ମିଡିଆ ‘ଏକ୍ସ’ରେ ଇଡିସିଆଇଏଲର ଏକ ବିଜ୍ଞପ୍ତି ପୋଷ୍ଟ କରି ସେ କହିଛନ୍ତି- କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ ମିନିରତ୍ନ କାଟାଗୋରୀରେ ଆସେ ଯାହା, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାରଲାଲନବୋଦୟ ବିଦ୍ୟାଳୟ ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ନିଯୁକ୍ତି କରିଥାଏ।
ପୂର୍ବରୁ ଓସେପା ନିଯୁକ୍ତିକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖାଖୋଲିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଇଡିସିଆଇଏଲ ପକ୍ଷରୁ ଶିକ୍ଷକ ନିଯୁକ୍ତି ନେଇ ସେ ସ୍ପଷ୍ଟୀକରଣ ରଖିଥିବା ସତ୍ୱେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତିର ରୁଟି ସେକିବା ସହ ରାଜ୍ୟସରକାରଙ୍କ ଛବି ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର
ନୂଆଦିଲ୍ଲୀ : ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ପ୍ୟାନେଲରେ ପୁନଃ ନିଯୁକ୍ତି ପାଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ୱାରା ଗଠିତ ପ୍ୟାନେଲରେ ସସ୍ମିତ ପୁଣି ସ୍ଥାନ ପାଇଛନ୍ତି। ସଂସଦର ଉଚ୍ଚ ସଦନ ପ୍ୟାନେଲରେ ଚତୁର୍ଥ ଥର ପାଇଁ ସ୍ଥାନ ପାଇଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ।
ପ୍ରଥମ ଥର ପାଇଁ ୨୦୨୦ ମସିହାରେ ସସ୍ମିତ ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଥିଲେ। ୨୦୨୨ରେ ଦ୍ୱିତୀୟ ଥର ସସ୍ମିତ ପ୍ୟାନେଲରେ ରହିଥିଲେ । ଉଭୟ ଥର ତତ୍କାଳୀନ ଅଧ୍ୟକ୍ଷ ଭେଙ୍କୟାନାଇଡୁ ତାଙ୍କୁ ନିଯୁକ୍ତି ଦେଇଥିଲେ ।
ଏହାପରେ ତୃତୀୟ ଥର ସସ୍ମିତଙ୍କୁ ନିଯୁକ୍ତି ଦେଇଥିଲେ ଜଗଦୀପ ଧନଖଡ । ଚତୁର୍ଥ ଥର ପାଇଁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସସ୍ମିତଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ଭିସି ପ୍ୟାନେଲରେ ରେକର୍ଡ ଚତୁର୍ଥ ଥର ପାଇଁ ସାମିଲ ହୋଇଛନ୍ତି ସସ୍ମିତ ।ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଛନ୍ତି ଡକ୍ଟର ସସ୍ମିତ ପାତ୍ର।
ଦିଲ୍ଲୀରେ ରାଜନୀତି ନକରି ଓଡିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଉ ରାଜ୍ୟ ବିଜେପି: ବିଜେଡ଼ି
ଭୁବନେଶ୍ୱର: ଶଙ୍ଖ ଭବନରେ ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବୟାନ ଉପରେ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି।  ବିରୋଧି ଦଳ ପାଖରୁ ଆଜି ସୂଚନା ଦିଆଯାଇଛି ଓଡିଶାର ବିଜେପିର ୨୨ ବିଧାୟକମାନେ ଦିଲ୍ଲୀ ଯିବେ। ତେବେ ଦିଲ୍ଲୀରେ ରାଜନୀତି ନକରି ଓଡିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଉ ବିଜେପି ବୋଲି ବିଜେଡ଼ି ସାଂସଦ ଡ.ସସ୍ମିତ ପାତ୍ର କହିଛନ୍ତି। ସମ୍ବଲପୁରର ୫୫ ନମ୍ବର ଜାତୀୟ ରାଜପଥ ମରାମତି , ଚାଷୀ ମାନଙ୍କୁ ଫସଲବୀମା ଯୋଜନାରେ ଏମଏସପି ପ୍ରଦାନ, ଓଡିଶା ଚାଷୀଙ୍କ ସାର ସମସ୍ୟା, ସ୍ୱାମୀନାଥନ୍ କମିଟିର ରିପୋର୍ଟ ସମ୍ପର୍କରେ ଉତ୍ତଥାପନ କରନ୍ତୁ । ଏହା ସହ ଓଡିଶାର ବିପର୍ଯ୍ୟସ୍ତ ଟେଲିକମ୍ ସେବା , ବ୍ୟାଙ୍କ ସେବା, ପ୍ରଧାନମନ୍ତ୍ରୀ ଆବାସ ଘର ସମସ୍ୟା ବିଷୟରେ ଉତ୍ତଥାପନ କରନ୍ତୁ । ଏହା ସହ ବିଜେପି କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ସମସ୍ୟାର ଦାବି ଉତ୍ତଥାପନ କରୁ । ଓଡିଶାର ନ୍ୟାୟ ଏବଂ ସମସ୍ୟା ସମ୍ବନ୍ଧରେ ଆଲୋଚନା କଲେ ଭଲ ହେବ ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର।
ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ନୀତି ବିଷୟରେ ଜାଣି କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ନିହାତି ଭାବରେ ଦୁଃଖ ଏବଂ ନିନ୍ଦନୀୟ କଥା: ସସ୍ମିତ୍‌ ପାତ୍ର
ଭୁବନେଶ୍ୱର: ହାସ୍ୟାସ୍ପଦ ପାଲଟିଛି କେନ୍ଦ୍ରମନ୍ତ୍ରୀଙ୍କ କଥା । ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ନୀତି ବିଷୟରେ ଜାଣି ମଧ୍ୟ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ନିହାତି ଭାବରେ ଦୁଃଖ ଏବଂ ନିନ୍ଦନୀୟ କଥା ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାସ୍ୟାସ୍ପଦ ଉକ୍ତି ଶୁଣି ଓଡ଼ିଶାବାସୀ ହସୁଛନ୍ତି । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତ ଅଭିଯୋଗ ପ୍ରମାଣିତ ହେବା ପରେ ୧୮୦ ଅଫିସର ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବିଦା କରାଯାଇଛି । କିନ୍ତୁ ରାଜ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ନେଇ ହସୁଛନ୍ତି ଓଡ଼ିଶାବାସୀ । ଧର୍ମେନ୍ଦ୍ରଙ୍କ ଏଭଳି ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ରଙ୍କ ବୟାନ ଆଶ୍ଚର୍ଯ୍ୟକର ବୋଲି ସସ୍ମିତ ପାତ୍ର କହିଛନ୍ତି ।
ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତିକୁ ପ୍ରଶଂସା କରିବା ବଦଳରେ ଏଭଳି ବୟାନବାଜି କରି ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର ପ୍ରଚାନ । ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ମଧ୍ୟ ଏହାକୁ ନେଇ ରାଜନୀତି କରିବା ହାସ୍ୟାସ୍ପଦ । ତାଳଚେର ଏମସିଏଲରେ କାହା ଛତ୍ରଛାୟା ତଳେ ଦୁର୍ନୀତି ଚାଲିଛି ତାହା ଓଡ଼ିଶାବାସୀ ଜାଣନ୍ତି ବୋଲି ସସ୍ମିତ ପାତ୍ର କହିଛନ୍ତି । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ସରକାରର ଜଣେ ବିଧାୟକଙ୍କ ଘରୁ ୮ କୋଟି ଟଙ୍କା ନଗଦ ଧରାପଡ଼ିଥିଲା । ସେତେବେଳେ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଥିବା ଧର୍ମେନ୍ଦ୍ର ପ୍ରଧାନ କାହିଁକି ମୁହଁ ଖୋଲିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତାହା କଣ ଦୁର୍ନୀତି ନଥିଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।
ରାଜ୍ୟରେ ବିଜେପିର ଶୋଚନୀୟ ସ୍ଥିତି ଦେଖି ହତାଶ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ନଡ୍ଡା’ : ବିଜେଡି ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର: କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭାଷଣ ନୈରାଶ୍ୟଜନକ ଓ ଏହା କେବଳ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବା ଉର୍ଦ୍ଦେଶ୍ୟରେ ଥିଲା । ରାଜ୍ୟରେ ବିଜେପିର ସ୍ଥିତି ଦେଖି ହତୋତ୍ସାହିତ ହୋଇଛନ୍ତି ବିଜେପି ନେତା । ବିଭିନ୍ନ ଉପନିର୍ବାଚନର ଫଳାଫଳ ସହ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ଶୋଚନୀୟ ସ୍ଥିତି ଦେଖି ନିରୁତ୍ସାହିତ ଥିବା ବିଜେପି ନେତାଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କଳାହାଣ୍ଡି ଗସ୍ତ କରିବା ଅବସରରେ ବିଜେଡି ସରକାରକୁ ଯେଭଳି ଭାବେ ଟାର୍ଗେଟ କରିଥିଲେ ତାହାର କଡା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ କାହିଁକି ବନ୍ଦ ହେଲା ବୋଲି ବିଜେପି ସରକାର ଉତ୍ତର ଦେବା କଥା ବୋଲି ସସ୍ମିତ ପାତ୍ର କହିଛନ୍ତି । ଜେ.ପି ନଡ୍ଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରି ଥିବା ବେଳେ ଏହାର ଜବାବ ଦେଇଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି କି କେନ୍ଦ୍ର ରାଜ୍ୟକୁ ଦେଇଥିବା ୭ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ଏବେ ବନ୍ଦ ହୋଇଯାଇଛି । ଏହାକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ କାହା କଥାରେ କେନ୍ଦ୍ର ସରକାର ଏହି ୭ଲକ୍ଷ ଗୃହକୁ ବନ୍ଦ କରିଲା ତାହା ସେ ପ୍ରଶ୍ନ କରିଛନ୍ତି । ଏନେଇ ଓଡିଶା ବିରୋଧରେ ଓଡିଶା ବିଜେପି ଦିଲ୍ଲୀରେ ଷଡଯନ୍ତ୍ର କରୁଥିବା କଥା ସେ ଅଭିଯୋଗ ଆଣିଛନ୍ତି ।
ରାଜ୍ୟ ବିଜେପି ନେତା ବିଏସକେଓ୍ବାଇରେ ରାଜ୍ୟବାସୀଙ୍କୁ ମିଳୁଥିବା ସୁବିଧା ଓ ବ୍ୟବସ୍ଥା ବିଷୟରେ ଜେପି ନଡ୍ଡାଙ୍କୁ ବୁଝାଇବା କଥା । ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି । ଯାହା ଆୟୁଷ୍ମାନ ଯୋଜନା ଠାରୁ ଦୁଇଗୁଣା ବୋଲି ସସ୍ମିତ ପାତ୍ର କହିଛନ୍ତି । ରାଜ୍ୟର ସାଢେ ୪ କୋଟି ଲୋକଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି । ତେଣୁ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । କାରଣ ରାଜ୍ୟର ସାଢେ ୪ କୋଟି ଜନତା ଜାଣିଛନ୍ତି ଯେ ନବୀନ ବାବୁ ସେମାନଙ୍କର ସେବା ପାଇଁ ଅଙ୍ଗିକାରବଦ୍ଧ । ରାଜ୍ୟବାସୀମାନେ ବୁଝିଛନ୍ତି ଯେ ବିଜୁ ଜନତା ଦଳ ରାଜ୍ୟରେ ଶାସନ ନୁହେଁ ବରଂ ସେବା କରୁଛନ୍ତି ।
ବିକ୍ଷୋଭ ଆଳରେ ବିଜେପି ଯୁବମୋର୍ଚ୍ଚାର ଆତଙ୍କରାଜ ପ୍ରସଙ୍ଗ: ଟ୍ୱିଟ୍ କରି ବିଜେପି ଅଧ୍ୟକ୍ଷଙ୍କୁ ଜଣାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର: ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚର ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗ। ଟ୍ବିଟରରେ ଭିଡିଓ ପୋଷ୍ଟ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପୁଲିସକୁ ଓଡ଼ିଶା ବିଜେପି ଯୁବମୋର୍ଚ୍ଚା କର୍ମୀ ଅତି ଅମାନୁଷିକ ଭାବେ ମାଡ ମାରୁଛନ୍ତି । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଜଣେ ଏସିପିଙ୍କ ସମେତ ୨୧ ପୁଲିସ ଆହତ ହୋଇଥିବା ବେଳେ ୨ଜଣ ଗରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ନଡ୍ଡାଙ୍କୁ ଟ୍ୟାଗ୍ କରି ଟୁଇଟ କରିଛନ୍ତି ସସ୍ମିତ।
Dear @JPNadda Ji, please have a look at this video; how Police were mercilessly beaten yesterday by Odisha BJP Yuva Morcha workers. 21 Police officers including an ACP injured, 5 Police vehicles damaged, 2 Police personnel critical & shifted to SCB Medical College. @PMOIndia pic.twitter.com/XMjTTikeYz
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) March 1, 2023
ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରିବା ପାଇଁ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର
ନୂଆଦିଲ୍ଲୀ:ସଂସଦରେ ମହିଳା ସଂରକ୍ଷଣ ବିଲ ଗୃହୀତ କରିବାକୁ ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର । ଏହି ବିଲ୍ ଗୃହୀତ ହେଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ପାଳୁଥିବା ବେଳେ ଏହି ପ୍ରସ୍ତାବ ଗୃହୀତ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି । ମହିଳା ସଂରକ୍ଷଣ ବିଲ୍ ଗୃହୀତ କରି ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ ବୋଲି ସସ୍ମିତ ଗୃହରେ କହିଥିଲେ।
ଏହି ବିଲ୍ ୬୬କୋଟି ମହିଳାଙ୍କ ସଶକ୍ତିକରଣରେ ଇତିହାସ ସୃଷ୍ଟି କରିବ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଲେ ମହିଳାଙ୍କୁ ନେତୃତ୍ବ ଦେବା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିବା । ଦୀର୍ଘ ବର୍ଷ ହେଲା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ କରିବାକୁ ଦାବି କରିଆସୁଛନ୍ତି । ୨୦୧୮ରେ ବିଜେଡି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ୨୨ଟି ରାଜନୈତିକ ଦଳକୁ ଭେଟି ଏହି ବିଲ୍ କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା ।
ଓଡିଶା ଚାଷୀଙ୍କୁ ବିଜେପି ଲମ୍ବା ସମୟ ଧରି ପ୍ରତାରଣା କରୁଛି, ଆଗାମୀ ଦିନରେ ବିଜେପିକୁ ଉଚିତ୍‍ ଜବାବ ମିଳିବ
ଭୁବନେଶ୍ୱର : ଓଡିଶାର ଚାଷୀମାନେ ବର୍ଷ ବର୍ଷ ଧରି ବିଜେପି ଦ୍ୱାରା କିଭଳି ଠକି ହେଉଛନ୍ତି ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ସେମାନେ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧.୫ ଗୁଣ ବୃଦ୍ଧି କରିବେ । ହେଲେ ସେମାନେ ତାହା କଲେ ନାହିଁ । ସେହିଭଳି ସେମାନେ କହିଥିଲେ ଯେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବେ, ସେମାନେ କୃଷକଙ୍କୁ ପ୍ରତାରଣା କରିଛନ୍ତି, ପ୍ରତିଶ୍ରୁତି ଅନୁଯାୟୀ ସେଭଳି କିଛି କରିନାହାଁନ୍ତି । ସଂସଦରେ ବିଜେପି ତିନୋଟି ଚାଷୀ ବିରୋଧୀ କୃଷି ଆଇନ ଆଣିଥିଲା ଯାହାକୁ କୃଷକଙ୍କ ବ୍ୟାପକ ବିରୋଧ ହୋଇଥିଲା ଏବଂ ୬୦୦ରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିଲେ ।
ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ ବିଜେଡି ବିଧାୟକ ତଥା ଅନ୍ୟ ବିଧାୟକଙ୍କ ସହ ବିଜେପି ବିଧାୟକମାନେ ବି ସମର୍ଥନ କରିଥିଲେ । କିନ୍ତୁ ବର୍ତ୍ତମାନ ଏ ସଂକ୍ରାନ୍ତରେ ନିରବ ଅଛନ୍ତି।ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଯୋଗାଇବା ହେଉଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ଓଡିଶାର ଚାଷୀଙ୍କୁ ଆବଶ୍ୟକ ସାର ଦେଉନାହାନ୍ତି । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ସେମାନେ ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଦେଲେ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିବା ଏବଂ ନିୟମିତ ଭାବେ ଯୋଗାଯୋଗ କରିବା ଏବଂ ଏଥିସହିତ ଚାଷୀଙ୍କ କ୍ରୋଧକୁ ଦେଖି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଶେଷରେ ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ।
ଡକ୍ଟର ପାତ୍ର କହିଛନ୍ତି ଯେ ଯେତେବେଳେ ବିଜେଡି ସରକାର ଓଡିଶାର କୃଷକମାନଙ୍କୁ ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଦେବାକୁ ଚାହିଁଲେ, ସେମାନେ ଆଦର୍ଶ ଆଚରଣ ବିଧି ଏବଂ ଚାଲିଥିବା ଉପ-ନିର୍ବାଚନ ଆଳରେ ଏହାକୁ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ । ଏହି କାରଣରୁ, ଇନପୁଟ୍ ସବସିଡି ମଞ୍ଜୁର ହୋଇପାରିଲା ନାହିଁ । କିନ୍ତୁ ଏହି ନିର୍ବାଚନ ଶେଷ ହେବା ଏବଂ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାରର ପରଦିନ ଏହା ମଞ୍ଜୁର ହୋଇପାରେ ।
ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିବାକୁ ଚାହୁଁଛି, ଆପଣ ୨୦୧୮ରେ କହିଥିଲେ ଯେ ପଦମପୁର ରେଳ ଲାଇନକୁ ମଞ୍ଜୁର କରାଯାଇଛି । ସେହି ରେଳ ଲାଇନ ଏବେ କେଉଁଠାରେ ଅଛି? ଆପଣ ସେହି ରେଳ ଲାଇନକୁ ଗୋଟିଏ ଟଙ୍କା ମଧ୍ୟ ଦେଇନାହାଁନ୍ତି । ଯଦି ଏହା ପ୍ରତାରଣା ନୁହେଁ ତ ଆଉ କ’ଣ ? ପଦମପୁରର ଲୋକମାନେ ଏହା ଉପରେ ନଜର ରଖିଛନ୍ତି ।
ଆପଣ କେନ୍ଦୁପତ୍ର ଶ୍ରମିକଙ୍କୁ ପ୍ରତାରଣା କରିଛନ୍ତି, ଯେଉଁମାନେ କି ସାଧାରଣତଃ ବିପିଏଲ୍ ପରିବାରର ପୁରୁଷ ଏବଂ ମହିଳା ଅଟନ୍ତି । ଯେତେବେଳେ କେନ୍ଦୁପତ୍ରରେ ଜିଏସ୍‌ଟି ୫ ପ୍ରତିଶତ ଥିଲା ସେତେବେଳେ ସେମାନେ ଭଲରେ ବଞ୍ଚିଥିଲେ । କିନ୍ତୁ ଆପଣ ଏହାକୁ ୧୮%କୁ ବୃଦ୍ଧି କରିଛନ୍ତି ଏବଂ ସେମାନଙ୍କର ରୋଜଗାରର ଉତ୍ସ ଉପରେ ଆକ୍ରମଣ କରିଛନ୍ତି । ଏହା ପ୍ରତାରଣା ନୁହେଁ କି? ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତିରିକ୍ତ ଜିଏସ୍‍ଟି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଇନଥିଲେ । ଏହି ଗରିବ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ କେନ୍ଦ୍ରର କେହି ସେମାନଙ୍କ କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ବିଜେପିର ଅସଲ ମୁଖା ଏବେ ଖୋଲି ଯାଇଛି । କୃଷକ, କେନ୍ଦୁପତ୍ର ଶ୍ରମିକ ଏବଂ ସାମଗ୍ରିକ ଭାବେ ପଦମପୁରର ଲୋକମାନେ ସେମାନଙ୍କ ସହ ବିଜେପି କିଭଳି ଠକାମୀ କରିଛି ତାହାକୁ ଦେଖୁଛନ୍ତି । ଆଗାମୀ ଦିନରେ ସେମାନେ ବିଜେପିକୁ ଏହାର ଉଚିତ୍‍ ଜବାବ ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।
ଭୁବନେଶ୍ୱର: ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର । ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ କେନ୍ଦ୍ର ଏଥିପ୍ରତି ଆଗ୍ରହ ପ୍ରକାଶ କରିନାହିଁ । ଏମିତିକି ରାଜ୍ୟ ସରକାର ୩ ଶହ କୋଟି ଆର୍ଥିକ ଅନୁଦାନ ସହ ଜାଗା ଦେବା ପାଇଁ ରାଜି ଅଛନ୍ତି କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ବୈମାତୃକ ମନୋଭାବ ପ୍ରକାଶ କରିଛନ୍ତି । ଯାହା ଫଳରେ ୪ ବର୍ଷ ପରେ ମଧ୍ୟ ଆଜି ବି ଏହି ପ୍ରକଳ୍ପରେ ଇଟା ଖଣ୍ଡେ ପଡିନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।
ପ୍ରତିଶ୍ରୁତିକୁ ୪ବର୍ଷ ବିତିଛି। କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏନେଇ ଘୋଷଣା କରିଥିଲେ । ପ୍ରକଳ୍ପ କଥା ତ ପଛକଥା, ଆଜି ପର୍ଯ୍ଯନ୍ତ ସର୍ଭେ ମଧ୍ୟ ହୋଇପାରିନାହିଁ । ବରଗଡରୁ ନୂଆପଡା ଯାଏଁ ଯଦି ରେଳ ଲାଇନ ହୁଏ, ତେବେ ପଦମପୁର ବାସୀ ଉପକୃତ ହେବେ । ପଦମପୁର ଦେଇ ଯିବ ଏହି ରେଳ ପ୍ରକଳ୍ପ । କିନ୍ତୁ ରାଜ୍ୟର ସତ ଆଗ୍ରହ ସ୍ୱତେ କେନ୍ଦ୍ର ଅବହେଳା ଜଳ ଜଳ ହୋଇ ଦୃଶ୍ୟମାନ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।
୨୦୧୮ରେ ରେଳ ପ୍ରକଳ୍ପ ନେଇ ଟୁଇଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ୪ବର୍ଷ ବିତିଯାଇଥିଲେ ବି ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଧର୍ମେନ୍ଦ୍ର । ୪ବର୍ଷ ମଧ୍ୟରେ ରେଳଲାଇନ ତ ଦୂରର କଥା ସର୍ଭେ ମଧ୍ୟ ହେଲାନି ବୋଲି କହିଛନନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ରେଳବାଇ କ୍ଷେତ୍ରରେ ଓଡିଶା ପଛରେ ରହିଛି । ୫ବର୍ଷ ହେଲା ଗୋଟିଏ ବି ନୂଆ ରେଳ ଲାଇନ ହୋଇ ନାହିଁ । ଯେଉଁଥିରେ କେନ୍ଦ୍ର ସମ୍ପୂର୍ଣ୍ଣ ଶତ ପ୍ରତିଶତ କରିଛି । ଏନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ରେଳଲାଇନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ବିଜେଡି ଦାବି କରୁଛି । ଏହି ପ୍ରସଙ୍ଗ ରାଜ୍ୟସଭା ଏବଂ ଲୋକସଭାରେ ନିଶ୍ଚିତ ଉଠାଇବେ ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।