Sulochana Das - The Sakala

'ଭୁବନେଶ୍ୱର ପାଲଟୁଛି ରେପ୍ ସିଟି' ! ଧଉଳି ଗଣଦୁଷ୍କର୍ମ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି...
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଧଉଳିରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାକୁ ନେଇ  ଆଜି ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଧଉଳି ଥାନାରେ ପହଞ୍ଚି ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଯାଇଥିବା ଏହି ଆଠ ଜଣିଆ ଟିମ୍‌ରେ ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଏବଂ ପାଞ୍ଚ ଜଣ ମହିଳା କର୍ପୋରେଟର ସାମିଲ ଥିଲେ। ଟିମ୍ ସଦସ୍ୟମାନେ ଥାନା ଆଇଆଇସିଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଥାନାରେ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ନେହାଙ୍ଗିନୀ ଛୁରିଆ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଭୁବନେଶ୍ୱର ଏବେ ବିଶ୍ୱ ଦରବାରରେ 'ରେପ୍ ସିଟି' ଭାବେ ପରିଚିତ ହେବାକୁ ଯାଉଛି। ଗତ ତିନି-ଚାରି ମାସ ମଧ୍ୟରେ ରାଜଧାନୀରେ ପ୍ରାୟ ୨୮ଟି ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ଘଟଣା ଘଟିଲାଣି। ପ୍ରତିଦିନ ପ୍ରାୟ ୧୫ ଜଣ ମହିଳା ବିଭିନ୍ନ ଅପରାଧର ଶିକାର ହେଉଛନ୍ତି। ରାଜଧାନୀର ହାର୍ଟ ତଥା ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଧଉଳିରେ ଏଭଳି କାଣ୍ଡ ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ବିଜେଡି ନେତ୍ରୀ ଅଭିଯୋଗ କରିଛନ୍ତି ଯେ, ଥାନାଗୁଡ଼ିକରେ ମହିଳା ଡେସ୍କ କାର୍ଯ୍ୟକ୍ଷମ ହେଉନାହିଁ ଏବଂ ମହିଳାଙ୍କ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି। ଗୃହ ବିଭାଗ ଓ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଅସହାୟ ଏବଂ ମୁଖ୍ୟମନ୍ତ୍ରୀ ବିଫଳ। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଚାର୍ଜସିଟ୍ ଦାଖଲ ନ ହେବାରୁ ସେମାନେ ମୁକୁଳି ଯାଉଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏୟାରପୋର୍ଟ ଗଣ୍ଡଗୋଳ ଘଟଣାକୁ ସେ ଲଜ୍ଜାଜନକ ବୋଲି ଅଭିହିତ କରିଛନ୍ତି। ଆଗାମୀ ଦିନରେ ମହିଳା ବିଜେଡି ଏହା ବିରୋଧରେ ଗାଁ ଗାଁରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି।

ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଭୁବନେଶ୍ବର ମେୟରଙ୍କ ଅନୁରୋଧ
ଭୁବନେଶ୍ବର: ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ସେ କହିଛନ୍ତି, କୁକୁର ମାନେ କଥା କହିପାରୁନାହାନ୍ତି ବୋଲି କଣ ସେମାନଙ୍କ ବଂଚିବାର ଅଧିକାର ନାହିଁ। ଜୈବବିବିଧତାର ସମନ୍ୱୟ ପାଇଁ ପ୍ରାଣୀ ଓ ମଣିଷ ସମସ୍ତେ ରହିବାର ଆବଶ୍ୟକତା ରହିଛି। ଆନିମଲ ୱେଲଫେୟାର ବୋର୍ଡ କହିଛି, ବୁଲା କୁକୁରଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ବଞ୍ଚିପାରିବେନାହିଁ। କୁକୁର ପାଇଁ ବ୍ୟକ୍ତିଗତ କେନେଲ ଦରକାର । ନ ହେଲେ କାମୁଡା କାମୁଡି ହୋଇ ମରିଯିବେ । ବୁଲା କୁକୁର କାମୁଡ଼ିଲେ କି ଗାଡିକୁ ଗୋଡ଼ାଇ ଦୁର୍ଘଟଣା କଲେ ପ୍ରଶାସନକୁ ଜଣାନ୍ତୁ। ସେମାନଙ୍କ ଚିକିତ୍ସା କରାଯିବ। ହେଲେ କୁକୁରଙ୍କୁ ମାରିବା କି ସ୍ଥାନ ପରିବର୍ତ୍ତନ କରିବା ଠିକ ନୁହେଁ ।

ଓଡ଼ିଶାକୁ ଆଉ ଏକ ଜାତୀୟ ସ୍ବୀକୃତି: ଭୁବନେଶ୍ବର ସ୍ମାର୍ଟ ସିଟି ନଂ- ୧, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ବିଏମସି ମେୟର
ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ମାର୍ଟ ସିଟିଜ୍‌‌ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ୧୦ ଲକ୍ଷରୁ କମ୍‌‌ ନାଗରିକ ବିଶିଷ୍ଟ ସହର ବର୍ଗରେ ପୂର୍ବ ଭାରତର ଶ୍ରେଷ୍ଠ ‘ସ୍ମାର୍ଟ ସିଟି’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ପ୍ରତିଯୋଗିତାରେ ୬୪ଟି ପୁରସ୍କାର ପାଇଁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ମାର୍ଟସିଟିଗୁଡ଼ିକରେ ଜାରି ରହିଥିବା ପ୍ରକଳ୍ପ, ନୂତନତ୍ୱ, କୋଭିଡ୍‌‌ ମୁକାବିଲା, ସ୍ୱଚ୍ଛ-ସୁନ୍ଦର ତଥା ସର୍ବୋତ୍ତମ ସହର ବର୍ଗ ଭଳି ମୋଟ ୬୪ ବର୍ଗରେ ଏହି ପୁରସ୍କାର ଘୋଷଣା ହୋଇଛି।

୨୦୧୫ ଜୁନ୍‌‌ ୨୫ରେ ଆରମ୍ଭ ହୋଇଥିବା ସ୍ମାର୍ଟସିଟି ମିଶନ ଜରିଆରେ ଦେଶର ୧୦୦ ସହରରେ ଭିତ୍ତିଭୂମି ବୃଦ୍ଧି, ସ୍ୱଚ୍ଛ ଏବଂ ନିରନ୍ତର ପରିବେଶ ତଥା ‘ସ୍ମାର୍ଟ ସମାଧାନ’ର ପ୍ରୟୋଗ ମାଧ୍ୟମରେ ନାଗରିକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି। ୨୦୨୨ ମସିହାର ସ୍ମାର୍ଟସିଟି ପୁରସ୍କାର ବର୍ଗରେ ୮୦ ଯୋଗ୍ୟ ସ୍ମାର୍ଟ ସହରରୁ ୮୪୫ ନାମାଙ୍କନ ଗ୍ରହଣ କରାଯାଇଥିଲା। ଏହାକୁ ୫ ପର୍ଯ୍ୟାୟରେ ମୂଲ୍ୟାଙ୍କନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବଗୁଡ଼ିକର ପ୍ରି-ସ୍କ୍ରିନିଂ କରାଯାଇଥିଲା। ୫୦ ପ୍ରତିଶତ (୪୨୩ ପ୍ରସ୍ତାବ) ପରବର୍ତ୍ତୀ ପର୍ଯ୍ୟାୟକୁ ଆସିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ ୧୨ଟି ପ୍ରସ୍ତାବକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଅର୍ବାନ୍‌‌ ଆଫେୟାର (ଏନଆଇୟୁଏ)ର ଏକ ଖଣ୍ଡପୀଠ ଚିହ୍ନଟ କରିଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ପ୍ରସ୍ତାବ ପ୍ରସ୍ତାବକ ବିଷୟ ବିଶେଷଜ୍ଞଙ୍କ ଏକ ପ୍ୟାନେଲକୁ ଏକ ଉପସ୍ଥାପନା କରିଥିଲେ, ଯାହାକି ଶ୍ରେଷ୍ଠ ୬ଟି ପ୍ରସ୍ତାବ ଚୟନକୁ ନେଇଥିଲା। ଶେଷ ତଥା ଚତୁର୍ଥ ପର୍ଯ୍ୟାୟରେ ଶ୍ରେଷ୍ଠ ୬ଟି ପ୍ରସ୍ତାବ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କୁ ନେଇ ଏକ ଖଣ୍ଡପୀଠକୁ ଏକ ବିସ୍ତୃତ ଉପସ୍ଥାପନା କରିଥିଲା।

ଚତୁର୍ଥ ପର୍ଯ୍ୟାୟରେ ସ୍ମାର୍ଟ ସିଟି ମିଶନର ଶୀର୍ଷ କମିଟି ଦ୍ୱାରା ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ ୩ଟି ପ୍ରସ୍ତାବ ଚିହ୍ନଟ କରାଯାଇଛି। ପାଞ୍ଚଟି ପୁରସ୍କାର ବର୍ଗ ଅଧୀନରେ ପ୍ରାପ୍ତ ମୋଟ ୮୪୫ ଆବେଦନ ମଧ୍ୟରୁ ୬୬ ବିଜେତାଙ୍କୁ ଚିହ୍ନଟ କରାଯାଇଛି। ୩୫ଟି ପ୍ରୋଜେକ୍ଟ ଆୱାର୍ଡରେ, ୬ଟି ନବୋନ୍ମୋଷୀ (ଇନୋଭେସନ) ଆୱାର୍ଡରେ, ୧୩ଟି ନ୍ୟାସନାଲ / ଜୋନାଲ ସିଟି ଆୱାର୍ଡରେ, ୫ଟି ରାଜ୍ୟ / ୟୁଟି ଆୱାର୍ଡରେ ଏବଂ ୭ଟି ପାର୍ଟନର ଆୱାର୍ଡ ବର୍ଗରେ ଚିହ୍ନଟ କରାଯାଇଥିବା କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ପୂର୍ବ ଭାରତ ପାଇଁ ଭୁବନେଶ୍ୱର ଓ ରାଞ୍ଚି ଉଭୟ ଶ୍ରେଷ୍ଠ ଜୋନାଲ ସ୍ମାର୍ଟ ସିଟି ପୁରସ୍କାର ପାଇଛନ୍ତି। ଅନୁରୂପ ଭାବରେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଥିବାବେଳେ ଚଣ୍ଡୀଗଡ଼ ୨୦୨୨ ମସିହାରେ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ପ୍ରତିଯୋଗିତା (ଆଇଏସଏସି) ରେ ଶ୍ରେଷ୍ଠ କେନ୍ଦ୍ରଶାସିତ ଅଞ୍ଚଳ ପୁରସ୍କାର ପାଇଛି। ବୁଧବାର ଇନ୍ଦୋରରେ ଆୟୋଜିତ ଇଣ୍ଡିଆନ୍‌‌ ସ୍ମାର୍ଟସିଟି ପ୍ରତିଯୋଗିତା ପୁରସ୍କାର (ଆଇଏସଏସି) ୨୦୨୨ କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସଙ୍କ ସମେତ ବିଏମି ଓ ସ୍ମାର୍ଟସିଟି ଲିମିଟେଡର ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବିଏମ୍‌‌ସି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ଏହି ପୁରସ୍କାର ଆମ ସୃଜନଶୀଳତା ପ୍ରତିପାଦନ କରିବାରେ ସହାୟକ ହେବ। ଏହି ସଫଳତା ପଛରେ ଆମର ଗୋଷ୍ଠୀ ସମୁଦାୟଙ୍କ ଅକୁଣ୍ଠ ଯୋଗଦାନ, ଉତ୍ସର୍ଗୀକୃତ ସହଯୋଗ ରହିଛି। ଦୂରଦୃଷ୍ଟି ସମ୍ପନ୍ନ ସହଭାଗୀ ସଂଗଠନଙ୍କ ଭୂମିକା ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ବିଏସ୍‌‌ସିଏଲ୍‌‌ ଟିମ୍‌‌ର ଚେଷ୍ଟା ଏବଂ ତତ୍ପରତାକୁ ପ୍ରଶଂସା କରିବା ସହ ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି।

ସଫେଇ କର୍ମୀଙ୍କ ସଫା ହୃଦୟ: ଅଳିଆ ଗଦାରୁ ଚେନ୍‌‌ ପାଇ ଫେରାଇଲେ
ଭୁବନେଶ୍ୱର :ଅଳିଆ ସହ ଦିନ ରାତି କାଟୁଥିବା ମହିଳାଙ୍କୁ ସୁନାର ଲୋଭ ସ୍ପର୍ଶ କରି ନାହିଁ। ମାସ ସାରା କାମ କରି ଟଙ୍କା କେଇଟା ରୋଜଗାର କରୁଥିଲେ ବି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ହାରକୁ ତୁଚ୍ଛ କରି ଦେଇଛନ୍ତି ସ୍ୱଚ୍ଛ କର୍ମୀ ପୂଜା ସିଂ। ମହିଳା ସ୍ୱଚ୍ଛ କର୍ମୀ ପୂଜା ସିଂଙ୍କ ଏହି ମହତପଣିଆ ପାଇଁ ପାଇଁ ବିଏମ୍‌‌ସି ମେୟର ଓ କମିସନରଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ଅଳିଆ ଗଦାରୁ ସୁନା ହାର ପାଇବା ପରେ ଏହାକୁ ଫେରାଇ ଦେଇ ପୂଜା ସିଂ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ସୂଚନା ଅନୁଯାୟୀ, ଶୈଳଶ୍ରୀ ବିହାରରେ ରହୁଥିବା ବିଭୂତି ସେଠୀ ନାମକ ଜଣେ ବ୍ୟକ୍ତି ଶିବରାତ୍ରି ଦିନ ନିଜ ମା’ଙ୍କ ଶ୍ରାଦ୍ଧବାର୍ଷିକୀରେ ଘରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ସେ ନିୟମିତ ଭାବେ ପିନ୍ଧୁଥିବା ଏକ ସୁନା ଚେନ୍‌‌ ନିଜ ମା’ଙ୍କ ଫଟୋ ନିକଟରେ ଥିବା କିଛି ଫୁଲ ଉପରେ ରଖି ଦେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମନସ୍କ ହୋଇ ଶ୍ରୀ ସେଠୀ ଏହି ଫୁଲକୁ ଡଷ୍ଟବିନ୍‌‌ରେ ପକାଇ ଦେଇଥିଲେ। ଯେଉଁଥିରେ ସୁନା ଚେନ୍‌‌ ମଧ୍ୟ ଡଷ୍ଟବିନ୍‌‌ରେ ପଡ଼ି ଯାଇଥିଲା। ପରଦିନ ସକାଳୁ ଏହି ଅଳିଆକୁ ସଫେଇ ଗାଡ଼ିରେ ପକାଇ ଦିଆଯାଇଥିଲା। ଦିନ ୧୧ ଟା ବେଳକୁ ଶ୍ରୀ ସେଠୀ ନିଜର ଚେନ୍‌‌ କଥା ମନେ ପକାଇବା ସହିତ ଅଳିଆ ଗାଡ଼ିରେ ଚେନ ପକାଇ ଦେଇଥିବା ଜାଣିଥିଲେ।

ତୁରନ୍ତ ସେ ନିଜ ଜୋନ୍‌‌ର ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ ସହାୟତା ଲୋଡ଼ିଥିଲେ। ତେବେ ଏହି ସମୟ ସୁଦ୍ଧା ୭ ନମ୍ବର ୱାର୍ଡର କାନନ ବିହାର ଏମସିସିରେ କାର୍ଯ୍ୟରତ ସ୍ୱଚ୍ଛସାଥୀ ପୂଜା ସିଂ ଅଳିଆରୁ ଏହି ଚେନ୍‌‌ ପାଇବା ସହିତ ବିଏମ୍‌‌ସିର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବିଏମ୍‌‌ସି ପକ୍ଷରୁ ଶ୍ରୀ ସେଠୀଙ୍କୁ ଡକାଯାଇ ତାଙ୍କର ଚେନ୍‌‌ ହସ୍ତାନ୍ତର କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ଦେଇ ଶ୍ରୀ ସେଠୀ କହିଛନ୍ତି ଯେ ଏତେ ଅଳିଆରେ ଚେନ୍‌‌ ଯାଇଥିବାରୁ ଏହା ମିଳିବ ବୋଲି ଆଶା ଛାଡ଼ି ଦେଇଥିଲି। ମାତ୍ର ପୂଜା ସିଂଙ୍କ ଭଳି କର୍ମଚାରୀ ଓ ମଣିଷ ପଣିଆ ଥିବା ମହିଳାଙ୍କ ପାଇଁ ଏହି ଚେନ୍‌‌ ମିଳିଛି। ତାଙ୍କ ମଣିଷପଣିଆ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ଓ ଅନ୍ୟମାନେ ମଧ୍ୟ ଏହି ଭଳି କାମ କରିବା ପାଇଁ ଉତ୍ସାହୀ ହେବେ ବୋଲି ଶ୍ରୀ ସେଠୀ କହିଛନ୍ତି। ବିଏମ୍‌‌ସି ମେୟର ସୁଲୋଚନା ଦାସ ସ୍ୱଚ୍ଛସାଥୀ ପୂଜା ସିଂଙ୍କ ଘରକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ବିଏମ୍‌‌ସି କମିସନର ଓ ଅତିରିକ୍ତ କମିସନର ମଧ୍ୟ ପୂଜାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ବିଏମସି ପକ୍ଷରୁ ପ୍ରତିଷ୍ଠା ହେବ ମହିଳାଙ୍କ ପାଇଁ ଭେଣ୍ଡିଂ ଜୋନ, ଏସଏଚଜିଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଉପଲବ୍ଧ ହେବ ସ୍ୱତନ୍ତ୍ର ବଜାର
ଭୁବନେଶ୍ବର: ଭୁବନେଶ୍ୱରରେ ବିଏମସି ପକ୍ଷରୁ ପ୍ରତିଷ୍ଠା ହେବ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ। ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଏମସିର ଏକ ଟିମ ସ୍ଥାନ ଚିହ୍ନଟ କରିଛନ୍ତି। ସିଆରପିଏଫ ଛକରେ ବିସ୍ତୃତ ଜମିକୁ ଚିହ୍ନଟ କରାଯାଇଛି । ଅନ୍ୟୁନ ୫୦ଟି ଦୋକାନର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି। ମହିଳା ଏସଏଚଜିଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ ଉପଲବ୍ଧ ହେବ ସ୍ୱତନ୍ତ୍ର ବଜାର। ମହିଳାଙ୍କୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି। ମାର୍ଚ୍ଚ ୮ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କ ପାଇଁ ବିଏମସିର ପକ୍ଷରୁ ଏହି ସ୍ବତନ୍ତ୍ର ଭେଣ୍ଡିଂ ଯୋନ ପ୍ରଦାନ କରାଯିବି। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକଳ୍ପ କାର୍ଯ୍ଯ ଶେଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ଯ କରାଯାଇଛି।

‘ଜାଗା ମିଶନ’ରେ ଯୋଗାଯାଉଛି ମୌଳିକ ସୁବିଧା, ବର୍ଷ ଶେଷସୁଦ୍ଧା ବସ୍ତିମୁକ୍ତ ହେବ ରାଜଧାନୀ
ଭୁବନେଶ୍ୱର:ଚଳିତବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ବସ୍ତିମୁକ୍ତ ସହର ହେବ। ସହରରେ ଥିବା ୪୩୬ଟି ବସ୍ତିକୁ ଜାଗା ମିଶନରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଯାଇ ଏହାକୁ ଆଦର୍ଶ କଲୋନୀରେ ପରିଣତ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜଧାନୀର ୧୩୫ଟି ବସ୍ତିର ଚେହେରା ବଦଳି ସାରିଥିବା ବେଳେ ଏଗୁଡ଼ିକୁ ଏବେ ବିଏମ୍‍ସି ପକ୍ଷରୁ ଆଦର୍ଶ କଲୋନୀ ଭାବେ ଘୋଷଣା କରାଯାଇଛି। ଚଳିତବର୍ଷ ଶେଷ ସୁଦ୍ଧା ବାକି ୩୦୧ ବସ୍ତିକୁ ଆଦର୍ଶ କଲୋନୀ ଘୋଷଣା କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମସିକୁ ଲକ୍ଷ୍ୟ ଦିଆଯାଇଛି। ଏହାକୁ ଆଧାର କରି ବିଏମ୍‍ସି ବର୍ତ୍ତମାନ ବିଭିନ୍ନ ବସ୍ତିରେ ରୂପାନ୍ତରଣ କାର୍ଯ୍ୟକୁ ଜୋରଦାର କରିଛି।

ରାଜ୍ୟ ସରକାର ଆରମ୍ଭ କରିଥିବା ଜାଗା ମିଶନରେ ବସ୍ତିଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି। ମୁଖ୍ୟତଃ ବସ୍ତିଗୁଡ଼ିକୁ ରାସ୍ତା, ଡ୍ରେନ୍‍, ପାଇପ ଯୋଗେ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଷ୍ଟ୍ରିଟ୍‍ ଲାଇଟ୍‍, ଶୌଚାଳୟ ଆଦି ଉପରେ ଗୁରୁତ୍ୱ ଦିଆଯାଉଛି। ସେହିପରି ବସ୍ତିରେ ଥିବା ଖୋଲାସ୍ଥାନର ବିକାଶ କରାଯାଉଥିବା ବେଳେ ପିଲାମାନଙ୍କ ଖେଳକୁଦ ପାଇଁ ସାରଞ୍ଜାମ ମଧ୍ୟ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ସହରବାସୀଙ୍କ ପାଇଁ ରହୁଥିବା କମ୍ୟୁନିଟି ସେଣ୍ଟର ଢାଞ୍ଚାରେ ଏଠାରେ ‘ପରିଚୟ’ ନାମରେ ଏକ ଘର କରାଯାଉଛି। ଯେଉଁଠାରେ ବସ୍ତିବାସିନ୍ଦାମାନେ ଏକତ୍ରିତ ହୋଇ ସେମାନଙ୍କ ବିଭିନ୍ନ ପର୍ବପର୍ବଣୀ ପାଳନ ସହିତ ଏକାଠି ହୋଇପାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜଧାନୀର ଶବର ସାହି, ନହରକଣ୍ଟା ଭୋଇ ସାହି, ଶିଖରଚଣ୍ଡି କ୍ଲଷ୍ଟକ ୧,୨, ଓ ୩ ସମେତ ଭାରତୀ ମଠ ଭୋଇ ସାହି, ମା ମଙ୍ଗଳା ସାହି, ହରେକୃଷ୍ଣ ନଗର ଆଦି ସମେତ ମୋଟ୍‍ ୧୩୫ଟି ବସ୍ତି ସମ୍ପୂର୍ଣ୍ଣ ବଦଳି ସାରିଛି। ଏହି ୧୩୫ ବସ୍ତିରେ ସମସ୍ତ ପ୍ରକାର ମୌଳିକ ସୁବିଧା ଉପଲବ୍ଧ ହୋଇ ସାରିଥିବାରୁ ଏଗୁଡ଼ିକୁ ଆଉ ବସ୍ତି ଶ୍ରେଣୀରେ ନ ରଖି ଏହାକୁ ବିଏମସି ପକ୍ଷରୁ ବିଜୁ ଆଦର୍ଶ କଲୋନୀ ଭାବେ ଗଣନା କରାଯାଉଛି। ଏହି କାର୍ଯ୍ୟ ଦାୟିତ୍ୱରେ ଥିବା ବିଏମ୍‍ସି ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ବର୍ତ୍ତମାନ ୧୩୫ଟି ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯାଇସାରିଛି। ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ କରି ଏହି କାର୍ଯ୍ୟ କରାଯାଇଥିବା ବେଳେ ଖୁବ୍‍ଶୀଘ୍ର ବାକି ବସ୍ତିକୁ ମଧ୍ୟ ଆଦର୍ଶ କଲୋନୀରେ ପରିଣତ କରାଯିବାର ପ୍ରକ୍ରିୟା ଜାରି ରହିଛି।

ସୂଚନା ଅନୁଯାୟୀ, ଜାଗା ମିଶନରେ କାର୍ଯ୍ୟ ହେବା ପୂର୍ବରୁ ପ୍ରତି ବସ୍ତିରେ ‘ବାସିନ୍ଦା କଲ୍ୟାଣ ସଂଘ’ (ଆର୍‍ଡବ୍ଲୁଏ) ଗଠନ କରାଯାଉଛି। ଏହି ସଂଘରେ ସମ୍ପୃକ୍ତ ବସ୍ତିରୁ ସବୁ ଘରୁ ଜଣେ ଜଣେ ସଦସ୍ୟ ରହୁଥିବା ବେଳେ ଏମାନଙ୍କ ମଧ୍ୟରୁ ଏକ ୧୧ ଜଣିଆ ଟିମ୍‍ ଗଠନ ହେଉଛି। ଏହି ଟିମ୍‍ରୁ ୩ ଜଣଙ୍କୁ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଉଛି। ଏହି ସଂଘରେ ଉଭୟ ମହିଳା ପୁରୁଷଙ୍କୁ ସମାନ ଭାବେ ସ୍ଥାନ ମିଳୁଥିବା ବେଳେ ନିଜ ବସ୍ତିରେ କେଉଁ କାମ ପ୍ରାଥମିକତା ଭିତ୍ତିରେ ହେବା ଉଚିତ ସେମାନେ ତାହା ନିଷ୍ପତ୍ତି ନେଉଛନ୍ତି। ଅନ୍ୟ ସ୍ଥାନଗୁଡ଼ିକର କାମ ପାଇଁ ଠିକାଦାରଙ୍କୁ ନିଯୁକ୍ତି କରାଯାଉଥିବା ବେଳେ ଏଠାରେ ଏହି ସଂଘ ହିଁ କାମ କରୁଛି। ୧୦ ଲକ୍ଷ ଟଙ୍କାରୁ କମ୍‍ ହେଲେ ସିଧାସଳଖ ଆର୍‍ଡବ୍ଲୁଏ ଆକାଉଣ୍ଟକୁ ଟଙ୍କା ଯାଉଥିବା ବେଳେ ୧୦ ଲକ୍ଷ ଉପରେ ଅର୍ଥ ଖର୍ଚ୍ଚ ହେଲେ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର କରାଯାଇ ଦେଖାରଖା ଦାୟିତ୍ୱ ଆର୍‍ଡବ୍ଲୁଏକୁ ଦିଆଯାଉଛି। ଏ ବାବଦକୁ ସମ୍ପୂର୍ଣ୍ଣ ଅର୍ଥରାଶିର ୭.୫ ପ୍ରତିଶତ ଅର୍ଥ ଆର୍‍ଡବ୍ଲୁଏକୁ ଦିଆଯାଉଛି। ୧୦ ଲକ୍ଷ ତଳକୁ ହେଲେ କାମ କରି ୭.୫ ପ୍ରତିଶତ ଅର୍ଥ ଆର୍‍ଡବ୍ଲୁଏକୁ ପାରିଶ୍ରମିକ ଭାବେ ଦିଆଯାଉଛି। ଏଥିପାଇଁ ସମସ୍ତ ୪୩୬ ବସ୍ତିରେ ଆର୍‍ଡବ୍ଲ୍ୟୁଏ ଗଠନ କରାଯାଇଥିବା ବେଳେ ସେମାନଙ୍କର ଆକାଉଣ୍ଟ ଖୋଲାଯାଇ ସାରିଥିବା ବିଏମସି ପକ୍ଷରୁ ସୂଚନା ମିଳିଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବିଏମସିର ଆଗୁଆ ପ୍ରସ୍ତୁତି
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏଥିରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ବାତ୍ୟା ଆସିଲେ କିପରି ମୁକାବିଲା କରାଯିବ ସେନେଇ ଟିକିନିଖି ଆଲୋଚନା କରାଯାଇଛି। ତଳିଆ ଲୋକଙ୍କୁ ସ୍ଥାନାନ୍ତର ବସ୍ତି ଲୋକଙ୍କୁ ସୁରକ୍ଷା, ଶୁଖିଲା ଓ ରନ୍ଧା ଖାଦ୍ୟ କିପରି ତୁରନ୍ତ ଯୋଗାଇ ଦିଆଯିବ ସେନେଇ ଆଲୋଚନା ହୋଇଛି। ବାତ୍ୟା ପରେ ତୁରନ୍ତ ରାସ୍ତା ସଫା କରିବାକୁ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।

ଅପରପକ୍ଷରେ ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ। ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ନେଇ ପ୍ରକାଶ କରିଛନ୍ତି ପାଣିପାଗ ବିଜ୍ଞାନୀ। ତେବେ ବାତ୍ୟାର ସ୍ଥିତି କଣ ରହିବ, କେଉଁଠି ଲ୍ୟାଣ୍ଡଫଲ କରିବ ଏବଂ ଏହାର ତୀବ୍ରତା କେତେ ରହିବ ସେନେଇ କ’ଣ କହୁଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ଫ୍ରି ଓ୍ବାଇଫାଇ ସହର ହେବ ଭୁବନେଶ୍ବର
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେବ ଫ୍ରି ଓ୍ବାଇଫାଇ ସହର। ସ୍ମାର୍ଟସିଟିର ଟାର୍ଗେଟରେ ୧୮ ଶହ ପଏଣ୍ଟ। କାର୍ଯ୍ଯକ୍ଷମ ହୋଇ ସାରିଛି ୧ ହଜାର ୩୫୦ ପଏଣ୍ଟ। ଦୈନିକ ହାଇସ୍ପିଡ଼ ନେଟଓ୍ବର୍କ ସହ ଉପଲବ୍ଧ ହେବ ମାଗଣା ୫୦ ଏମବି। ସ୍ମାର୍ଟସିଟିକୁ ସ୍ମାର୍ଟ କରିବ ଅତ୍ୟାଧୁନିକ ଯୋଜନା । ସମସ୍ତଙ୍କୁ ମିଳବ ଇଣ୍ଟରନେଟର ସୁବିଧା । ୨୦୧୮ରେ ମାତ୍ର ୨ ଶହ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଇତିମଧ୍ୟରେ ପାଖାପାଖି ୧୪ ଶହ ପଏଣ୍ଟ ସଂଯୋଗ ହୋଇପାରିଛି । ଲୋକଙ୍କୁ ଉନ୍ନତମାନର ତଥା ନିରାବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଭିତ୍ତିଭୂମିର ବିକାଶ ହୋଇଛି । ଦୈନିକ ୫୦ ଏମବି ମାଗଣା ନେଟଓ୍ବର୍କର ସୁବିଧା ମିଳିବ ।

ପ୍ରାଥମିକ ପର୍ଯ୍ଯାୟରେ କମ ସଂଖ୍ୟକ ଜଂକ୍ସନ ବକ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଏବେ ୧ ହଜାର ଜଂକ୍ସନ ବକ୍ସ ଯୋଡି ହୋଇଛି । ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୪ ଘଣ୍ଟିଆ କର୍ମଚାରୀ ବି ନିୟୋଜିତ ହୋଇଛନ୍ତି। ଖୁବଶୀଘ୍ର ସମସ୍ତ ୧୮ ଶହ ଟାର୍ଗେଟ ପୂରଣ ସହିତ ରାଜଧାନୀରେ ଏହା ଉପଲବ୍ଧ ହେବ । ଏହି ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ଭୁବନେଶ୍ବର ମି ଆପକୁ ଲଗଇନ୍ କରି ନିଜ ମୋବାଇଲ ନମ୍ବର ଦେଲେ ସେଥିରେ ଏକ ଓଟିପି ନମ୍ବର ଆସିବ । ଏହାକୁ ଦାଖଲ କଲେ ମିଳିବ ଓ୍ବାଇଫାଇ। କିଛି ସମସ୍ୟା ଥିଲେ ୧୯୨୯ ନମ୍ବରରେ ଯୋଗାଯୋଗ କରିପାରିବେ ଲୋକେ ।

ଧନୀ ହେଉ କି ଗରିବ, ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ । ହାତପାଆନ୍ତରେ ମିଳିପାରୁଛି ସବୁ ଖବର । ଏଭଳି ସ୍ଥିତିରେ ଅନ୍ୟ ମେଟ୍ରୋ ଭଳି ରାଜଧାନୀବାସୀଙ୍କ ପାଇଁ ସ୍ମାର୍ଟସିଟି ଆଣି ଦେଇଛି ଖୁସି ଖବର । ଯାହାର ସୁବିଧା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଟୋ ଚାଳକ ପର୍ଯ୍ଯାନ୍ତ ସବୁ ବର୍ଗର ଲୋକ ନେଇପାରିବ । ଯାହାକୁ ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ସମସ୍ତେ । କେବଳ ଓ୍ବାଇଫାଇ ନୁହଁ ବରଂ ଉନ୍ନତମାନର ସୁବିଧା ସହ ଜୀବନ ବିତାଇବା ପାଇଁ ବିଏମସି ଓ ସ୍ମାର୍ଟସିଟି ଚେଷ୍ଟା କରୁଛି ।