AIIMS Bhubaneswar - The Sakala
ଭୁବନେଶ୍ୱର ଏମ୍ସରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ଡାକ୍ତରଙ୍କୁ ଆକ୍ରମଣ
ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ଏମ୍ସରେ ତୁମୁଳକାଣ୍ଡ । ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର । ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ଼ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପରିସରରେ। ସୂଚନା ଅନୁସାରେ, ବିଷ ପିଇ ଗୁରୁତର ଅବସ୍ଥାରେ ଯାଆଁଳା ଓଗାଳପଡାର ଶିବଶଙ୍କର ବେହେରା ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଓ ଗାଁ ଲୋକେ କିନ୍ତୁ ଚିକିତ୍ସାରେ ଅବହେଳା ପାଇଁ ଡାକ୍ତରଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ନମିଳିବା କାରଣରୁ ହିଁ ଶିବଶଙ୍କରଙ୍କ ପ୍ରାଣହାନି ଘଟିଛି। ଏହାକୁ ନେଇ ପରିସ୍ଥିତି ଅଣାୟତ୍ତ ହୋଇଥିଲା ଏବଂ କ୍ରୋଧିତ ଲୋକେ ଡାକ୍ତରଖାନା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ମାଡ଼ ମାରିଥିଲେ।
ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଏମ୍ସ ହସ୍ପିଟାଲରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରି ଥାନାକୁ ନେଇଛି । ସିସିଟିଭି ମଧ୍ୟ ଯାଞ୍ଚ କରିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଖଣ୍ଡଗିରି ଥାନାଧିକାରୀ ।
ପତ୍ନୀ ଓ ଶାଳକ ଲଗାଇଦେଇଥିଲେ ନିଆଁ ! ଏମ୍ସରେ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପରଲୋକ, ସିବିଆଇ ତଦନ୍ତ ଦାବି
ଭୁବନେଶ୍ୱର: ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ଓଡ଼ିଶା ମୋଟର ଯାନ ବିଭାଗ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆ (୩୧)। ଗୁରୁତର ପୋଡ଼ାଜଳା ଆଘାତ ସହ ଭୁବନେଶ୍ୱର ସ୍ଥିତ ଏମ୍ସ (AIIMS) ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ଗତ ଜୁନ ୫ ତାରିଖରେ ଏକ ଘରୋଇ କଳହକୁ କେନ୍ଦ୍ର କରି ତାଙ୍କ ପତ୍ନୀ ଓ ଶାଳକ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗତ ଦୁଇ ଦିନ ଧରି ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖିଥିଲେ, କିନ୍ତୁ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଛତ୍ରପୁରରେ କାର୍ଯ୍ୟରତ ଥିବା ଶ୍ରୀ ମୃଦୁଙ୍ଗିଆ ବ୍ରହ୍ମପୁର ପୋଲିସ କଲୋନୀ ସ୍ଥିତ ନିଜ ପତ୍ନୀଙ୍କ ସରକାରୀ ବାସଭବନକୁ ଯାଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଦେଇଥିବା ବୟାନ ଅନୁଯାୟୀ, ପତ୍ନୀ ସନ୍ଧ୍ୟା ନାୟକ ଏବଂ ଶାଳକ ଦିବସ ନାୟକ ମିଶି ତାଙ୍କ ଉପରେ ପେଟ୍ରୋଲ ଢାଳି ଦେଇଥିଲେ। ସେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଶାଳକ ଏକ ଦିଆସିଲି ମାରି ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିଯିବା ପରେ ସେ ଜୀବନ ବିକଳରେ ସିଡ଼ିରୁ ତଳକୁ ଦୌଡ଼ି ଆସି ଜଣେ ପଡ଼ୋଶୀଙ୍କ ଘରେ ପଶିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ହାବିଲଦାର ମଧ୍ୟ ଆହତ ହୋଇଥିଲେ। ଏହି ଆକ୍ରମଣରେ ଆଶୁତୋଷଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲା।
ଅନ୍ୟପଟେ ଆଶୁତୋଷଙ୍କ ମୃତ୍ୟୁ ପରେ ବ୍ରହ୍ମପୁର ପୋଲିସ ଉପରେ ବର୍ଷିଲେ ପରିବାର । ପତ୍ନୀ ସନ୍ଧ୍ୟା ଓ ଶାଳକଙ୍କ ବିରୋଧରେ ଆକ୍ସନ ନହେବାରୁ ଅସନ୍ତୋଷ କରିବା ସହ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ ।
ସୂଚନାଯୋଗ୍ୟ ଯେ, ଗତ ମେ ୧୮ ତାରିଖରେ ପତ୍ନୀଙ୍କ ଅଭିଯୋଗ କ୍ରମେ ପାରିବାରିକ ହିଂସା ମାମଲାରେ ଆଶୁତୋଷ ଗିରଫ ହୋଇଥିଲେ। ଜୁନ ୨ ତାରିଖରେ ସେ ଜାମିନରେ ମୁକୁଳିବାର ମାତ୍ର ତିନି ଦିନ ପରେ ଏହି ମର୍ମନ୍ତୁଦ ଘଟଣା ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଘଟଣାଟି ଏବେ ଏକ ହତ୍ୟା ମାମଲାରେ ପରିଣତ ହୋଇଥିବାରୁ ପୋଲିସ ସମସ୍ତ ଦିଗରୁ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି।
ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି
ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କୁ ଅଙ୍ଗଦାନ କରିି ଅମର ହୋଇ ଯାଇଛନ୍ତି ଜନୈକ ମହିଳା ଡାକ୍ତର। ତାଙ୍କ ଯକୃତରେ ନୂଆ ଜୀବନ ପାଇଛନ୍ତି ୪୬ ବର୍ଷୀୟ ବ୍ୟକ୍ତି। ଏମ୍‌ସ ଭୁବନେଶ୍ୱରରେ ଯକୃତ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି। ଭଦ୍ରକ ଜିଲ୍ଲାର ଜଣେ  ହୋମିଓପାଥିକ୍‌ ଚିକିତ୍ସା ଅଧିକାରୀ ଡ. ରାଧା ପାଢ଼ୀ ମୃତ୍ୟୁପରେ ଯକୃତ ଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଦୀର୍ଘ ବର୍ଷ ଧରି ପ୍ଲେଟଲେଟ୍‌ ରୋଗ ସହିତ ଲଢ଼ୁଥିବା ଡ. ପାଢ଼ୀ  ଅସୁସ୍ଥତା କାରଣରୁ ଏମ୍‌ସ ଭୁବନେଶ୍ୱର ଚିକିତ୍ସାଧୀନ ଥିଲେ। ଏହାରି ଭିତରେ ସେ  ନିଜ ଅଙ୍ଗଗୁଡ଼ିକୁ ଦାନ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ। ଚଳିତ ମାସ ୨ ତାରିଖରେ ଡ. ପାଢ଼ୀଙ୍କୁ ବ୍ରେନ୍‌ ଷ୍ଟେମ୍‌ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ପରିବାର ସଦସ୍ୟମାନେ ସ୍ୱର୍ଗତ ପାଢ଼ୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆନେସ୍ଥେସିଆ ବିଭାଗର ଡାକ୍ତର ସ୍ୱାଗତା ତ୍ରିପାଠୀ ଏ ସମ୍ପର୍କରେ ଗୁରୁ୍‌ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୩ ତାରିଖରେ ଏମ୍‌ସ ଭୁବନେଶ୍ୱରର ସର୍ଜିକାଲ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଦଳ ଦ୍ୱାରା ତାଙ୍କର ଯକୃତକୁ ୪୬ ବର୍ଷୀୟ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ସଫଳତାର ସହିତ ପ୍ରତିରୋପଣ କରାଯାଇଥିଲା। ଯକୃତ ପ୍ରତିରୋପିତ ହୋଇଥିବା ବ୍ୟକ୍ତିଜଣଙ୍କ ସୁସ୍ଥ ଅଛନ୍ତି। ଆସନ୍ତାକାଲି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। ତେବେ ଜଣେ ମୃତ ରୋଗୀଙ୍କ ଠାରୁ ଯକୃତ ଆଣି ଅନ୍ୟଜଣଙ୍କ ଶରୀରରେ ପ୍ରତିରୋପଣ କରିବା, ଏମ୍‌ସ ଭୁବନେଶ୍ୱର ପାଇଁ ପ୍ରଥମ।  ସର୍ଜିକାଲ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗୀୟ ମୁଖ୍ୟ ଡ. ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପ୍ରତିରୋପଣ କରାଯାଇଥିଲା।
ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଅଙ୍ଗଦାତାଙ୍କ ପରିବାର ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ମେଡିକାଲ୍‌ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଏମ୍‌ସ ଭୁବନେଶ୍ୱରରେ ସ୍ୱର୍ଗତ ଡ଼ାକ୍ତର ପାଢ଼ୀଙ୍କୁ  ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି।
ରାଜଧାନୀରେ ବୀଭତ୍ସ କାଣ୍ଡ; ମଦ ବିକ୍ରିକୁ ବିରୋଧ କରିବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଯାଇଛି ଏକ ବୀଭତ୍ସ କାଣ୍ଡ। ବେଆଇନ ମଦ କାରବାରକୁ ବିରୋଧ କରିବାରୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ତମାଣ୍ଡୋ ଥାନା ଅନ୍ତର୍ଗତ ରଣସିଂପୁର ହନୁମାନ ମନ୍ଦିର ନିକଟରେ ଦିନ ଦିପହରରେ ଏହି ହଣାକଟା ଘଟଣା ଘଟିଛି।
ସୂଚନା ଅନୁଯାୟୀ, ରଣସିଂପୁର ଅଞ୍ଚଳର ନଣ୍ଡୁ ରାଉତରାୟ ଓ ସାଦିଆ ଜେନାଙ୍କ ମଧ୍ୟରେ କୌଣସି କାରଣରୁ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ମଦ ବିକ୍ରିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ଉଗ୍ର ରୂପ ନେବାରୁ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ହଣାକଟା ହେବା ଫଳରେ ଘଟଣାସ୍ଥଳ ରକ୍ତରଞ୍ଜିତ ହୋଇପଡିଥିଲା।ଏହି ରକ୍ତାକ୍ତ ସଂଘର୍ଷରେ ଦୁଇ ଜଣ ଯାକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଏମ୍ସ (AIIMS) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ତମାଣ୍ଡୋ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଏହି ଅଞ୍ଚଳରେ ଦେଶୀ ମଦ ଭାଟି ଏବଂ ମଦ ବିକ୍ରିକୁ କେନ୍ଦ୍ର କରି ପୂର୍ବରୁ ମଧ୍ୟ ଅନେକ ଥର ଉତ୍ତେଜନା ଦେଖାଦେଇଥିଲା। ଆଜିର ଏହି ଘଟଣା ସେହି ପୁରୁଣା ବିବାଦର ପରିଣାମ ବୋଲି ସନ୍ଦେହ କରାଯାଉଛି। ପୋଲିସ ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।
ପ୍ରେମୀଯୁଗଳ ବିଷ ପିଇ ଆତ୍ମହତ୍ୟା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକର ମୃତ୍ୟୁ
ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ମଗରବନ୍ଧ ଗାଁରେ ଘଟିଥିବା ଚାଞ୍ଚଲ୍ୟକର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପ୍ରେମିକର ମୃତ୍ୟୁ ଘଟିଛି। ନାବାଳିକା ପ୍ରେମିକାକୁ ବିଷ ପିଆଇବା ପରେ ନିଜେ ବିଷ ପିଇ ଦେଇଥିବା ଅଭିଯୁକ୍ତ ପୂର୍ଣ୍ଣ ନାୟକର ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ନୟାଗଡ଼ ମେଡିକାଲରେ ନାବାଳିକାର ମୃତ୍ୟୁ ଘଟିସାରିଥିଲା।
ସୂଚନା ଅନୁଯାୟୀ, ଗାଁର ଶିବ ମନ୍ଦିରରେ ପୂର୍ଣ୍ଣ ଚନ୍ଦ୍ର ନାୟକ ଓରଫ ମିଥୁନ୍ ଓ ଜଣେ ନାବାଳିକା ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ, ପ୍ରେମିକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ପ୍ରେମିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Human Sagar Hospitalized: ବିଗିଡ଼ିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା, ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର...
ଭୁବନେଶ୍ବର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ। ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ସେ କିଡନୀ ଓ ଲିଭର୍ ଜନୀତ ସମସ୍ୟାରେ ପୀଡ଼ିତ ଥିଲେ।
କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ସ୍ବାସ୍ଥ୍ୟଅବସ୍ଥା ଆହୁରି ବିଗିଡିବାରୁ ହ୍ୟୁମାନ୍ ସାଗରଙ୍କୁ ଏମ୍ସରେ ସ୍ଥାନାନ୍ତର କରାଯାଇଛି। ଆଉ କିଛି ସମୟରେ ଚିକିତ୍ସା ପାଇଁ ଏମ୍ସରେ ପହଞ୍ଚିବେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ।
ଏମ୍ସ ସ୍ଥାନାନ୍ତର ହେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର
କଟକ: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଏହା ସଙ୍ଗୀତପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ଅଭିଜିତ ମଜୁମଦାର, ଯିଏ ଓଲିଉଡ୍‌ରେ ‘ମେଲୋଡି କିଙ୍ଗ୍’ ନାମରେ ପରିଚିତ, ସମ୍ବଲପୁରୀ ସଙ୍ଗୀତ ଜଗତରୁ ଆରମ୍ଭ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ୨୦୦୦ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ‘କାଶିଆ କପିଳା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଲିଉଡ୍‌ ଜଗତରେ ପାଦ ଥାପିଥିଲେ।
ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ
ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ। ନିଯୁକ୍ତି ଜାଲିଆତି ନେଇ ସିବିଆଇର ଚଢ଼ାଉ। ଭୁବନେଶ୍ବର ଏମ୍‌ସ ସମେତ ଏକାଧିକ ସ୍ଥାନରେ ଚଢ଼ାଉ। ଭୁବନେଶ୍ବର କଳ୍ପନା ସ୍ଥିତ ଏକ ଫ୍ଲାଟ୍‌, ଜଗତସିଂହପୁରରେ ଚଢ଼ାଉ କରାଯାଇଛି। ଚଢ଼ାଉ କରି ବିପୁଳ କାଗଜପତ୍ର ଜବତ କରିଛି ସିବିଆଇ।
ଭୁବନେଶ୍ୱର ଏମ୍‌ସରେ ଲଜ୍ଜା: ମହିଳା ଆଟେଣ୍ଡାଣ୍ଟଙ୍କୁ ନର୍ସିଂ ଅଫିସର୍‌ଙ୍କ ଅସଦାଚରଣ
ଭୁବନେଶ୍ୱର: ଭୁବନେଶ୍ବର ଏମ୍‌ସ ପରିସରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କରିଛନ୍ତି ନର୍ସିଂ ଅଫିସର୍‌। ଗତ ରାତିରେ ଏହି ଘଟଣା ଘଟିଛି। ଏହାକୁ କେନ୍ଦ୍ର କରି ଆଜି ଆଟେଣ୍ଡାଣ୍ଟମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାରୁ ଖଣ୍ଡଗିରି ପୁଲିସ ଆଜି ରାତିରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ରାଜସ୍ଥାନର ନାନୁ ରାମ।
ପୁଲିସ ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ୨୨ବର୍ଷୀୟା ଜଣେ ଯୁବତୀ ବିଆଇଏସ୍‌ କମ୍ପାନୀ ଅଧୀନରେ ଏମ୍‌ସରେ ଆଟେଣ୍ଡାଣ୍ଟ ଭାବେ କାମ କରୁଛନ୍ତି। ଗତରାତି ସିଫ୍ଟରେ ଯୁବତୀଜଣଙ୍କ ଡି-୫ ୱାର୍ଡରେ ଡ୍ୟୁଟି କରି ସେମିନାର ହଲରେ ଥିଲେ। ବିଳମ୍ୱିତ ରାତିରେ ନର୍ସିଂ ଅଫିସର୍‌ ନାନୁରାମ୍‌ ତାଙ୍କୁ ଫୋନ୍‌ କରି ଡାକ୍ତରଙ୍କ ଚାମ୍ବରକୁ ଡକାଇଥିଲେ। ନର୍ସିଂ ଅଫିସର୍‌ ଡାକୁଥିବାରୁ କୌଣସି କାମରେ ଡାକୁଥିବା ଭାବି ଯୁବତୀଜଣଙ୍କ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ନାନୁ ରାମ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଖାଲି ସେତିକି ନୁହେଁ, ପାଖରେ ବସିବାକୁ କହିବା ସହ ଅସଦାଚରଣ କରିଥିଲେ। ତେବେ ଯୁବତୀଜଣଙ୍କ ସେଠାରୁ ପଳାଇଯିବା ସହ ସୁପରଭାଇଜର୍‌ଙ୍କୁ ସମସ୍ତ କଥା କହିଥିଲେ। ପରେ ସୁପରଭାଇଜର୍‌ ଓ ପୀଡ଼ିତା ଡାକ୍ତରଖାନା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ୍‌)କୁ ଯାଇ ଅଭିଯୋଗ କରିଥିଲେ। ନର୍ସିଂ ଅଫିସର୍‌ ନାନୁ ରାମ୍‌ ମଧ୍ୟ ସେଠାକୁ ଆସି ନିଜ ଭୁଲ୍‌ ସ୍ୱୀକାର କରିବା ସହ ଅଣ୍ଡରଟେକିଂ ଲେଖିଥିଲେ। ପୀଡ଼ିତା ଆଜି ସକାଳୁ ପୁଣି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଲିଖିତ ଜଣାଇବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅପରା‌ହ୍‌ଣରେ ଶତାଧିକ କର୍ମଚାରୀ ଏମ୍‌ସ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପରପକ୍ଷେ, ଆଟେଣ୍ଡାଣ୍ଟମାନଙ୍କ କାର୍ଯ୍ୟବନ୍ଦ ଯୋଗୁଁ ବିଭିନ୍ନ ୱାର୍ଡରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ସେହିପରି ସଫେଇ କର୍ମଚାରୀମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସଫାସୁତୁରା କାମ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। ଏମ୍‌ସ କର୍ତ୍ତୃପକ୍ଷ ଓ ଖଣ୍ଡଗିରି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା। ଶେଷରେ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ରାତିରେ ନାନୁ ରାମକୁ ଗିରଫ କରିଛି।
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି  ରାଷ୍ଟ୍ରପତି। ଏମ୍‌ସ ଭୁବନେଶ୍ୱର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି।
ଶ୍ରୀମତୀ ମୁର୍ମୁ ଦୁଇଦିନିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକରେ ଆୟୋଜନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁଲାଇ ୧୪ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ। ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ।
ଜୁଲାଇ ୧୫ ତାରିଖରେ ଶ୍ରୀମତୀ ମୁର୍ମୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ଯୋଗଦାନ କରିବା ସହ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ। ସେ ମଧ୍ୟ ଆଦିକବି ସାରଳା ଦାସଙ୍କ ଜନ୍ମ ବାର୍ଷିକୀ ସମାରୋହରେ ଯୋଗ ଦେବା ସହିତ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍‌ ରୋଗୀଙ୍କ ସଂଖ୍ୟା। ଶୀଘ୍ର ଏହି ରୋଗର ଚିହ୍ନଟ ନହେଲେ ଏହା ବିପଦଜନକ ସାବ୍ୟସ୍ତ ହୋଇଥାଏ। ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଥାଇରଏଡ୍ ରୋଗର ପ୍ରାରମ୍ଭିକ ନିର୍ଣ୍ଣୟ ଏବଂ ପରିଚାଳନାକୁ ପରିବର୍ତ୍ତନ କରିବାକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ ନିମନ୍ତେ ବ୍ୟବସ୍ଥା ହେଉଛି। ଏଆଇ ମାଧ୍ୟମରେ ଏହି ରୋଗର ଚିହ୍ନଟ ସହିତ ବ୍ୟକ୍ତିକୈନ୍ଦ୍ରିକ ଔଷଧ ଏବଂ ଚିକିତ୍ସା ପ୍ରଦାନ କରାଯାଇପାରିବ। ବିଶେଷକରି ଦେଶର ପ୍ରାୟ ୧୦ ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରୁଥିବା ହାଇପୋଥାଇରଏଡିଜମ୍‌ର ନିରାକରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ବିଶିଷ୍ଟ ସଂକ୍ରମଣ ରୋଗ ବିଶେଷଜ୍ଞ ଡ. ବିଶ୍ବାସ ପ୍ରକାଶ କରିଛନ୍ତି।
“ଏଆଇ ଥାଇରଏଡ୍‌ର ପ୍ରାରମ୍ଭିକ ନିର୍ଣ୍ଣୟରେ ସାହାଯ୍ୟ କରିବ, ରୋଗର ଅଗ୍ରଗତିକୁ ଅନୁସରଣ କରିବ ଏବଂ ଫଳାଫଳ-ଆଧାରିତ ଔଷଧ ସମ୍ପର୍କରେ ସୂଚନା ଦେବ, ବିଶେଷକରି ଗ୍ରାମାଞ୍ଚଳ ଏବଂ ଅନୁନ୍ନତ ଅଞ୍ଚଳର ରୋଗୀଙ୍କୁ ଲାଭ ଦେବା ନେଇ ଡ. ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି।
ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ କ୍ଷେତ୍ରରେ ହାଇପୋଥାଇରଏଡିଜ୍‌ମ ତିନି ଗୁଣ ଅଧିକ ପ୍ରଭାବୀ, ଏବଂ ପ୍ରାୟ ୩୩ ପ୍ରତିଶତ ରୋଗୀ ଚିହ୍ନଟ ହୋଇପାରନ୍ତି ନାହିଁ। ଚିକିତ୍ସା କରାଯାଇନଥିବା ହାଇପୋଥାଇରଏଡିଜ୍‌ମ ହୃଦୟ, ମସ୍ତିଷ୍କ, ବୃକକ୍, ଯକୃତ, ଅନ୍ତନଳୀ ଏବଂ ପ୍ରଜନନ ପ୍ରଣାଳୀ ସମେତ ପ୍ରମୁଖ ଅଙ୍ଗଗୁଡ଼ିକୁ ଗଭୀର ଭାବରେ ପ୍ରଭାବିତ କରିପାରେ। ପିଲା ଏବଂ ଶିଶୁମାନଙ୍କ ମଧ୍ୟରେ, ଏହା ଅଭିବୃଦ୍ଧିରେ ବାଧା, ବିଳମ୍ବିତ ବିକାଶ ଏବଂ ଦୁର୍ବଳ ଶିକ୍ଷାଗତ ପ୍ରଦର୍ଶନର କାରଣ ହୋଇପାରେ ବୋଲି ଡକ୍ଟର ବିଶ୍ୱାସ କହିଛନ୍ତି।
ଏମ୍‌ସ ଭୁବନେଶ୍ୱର ଏଣ୍ଡୋକ୍ରାଇନୋଲୋଜି, ମଧୁମେହ ଏବଂ ମେଟାବୋଲିଜିମ୍ ବିଭାଗରେ ମାସିକ ପ୍ରାୟ ୫୦୦ରୁ ଅଧିକ ଥାଇରଏଡ୍ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ରୋଗୀ ଚିକିତ୍ସା ସେବା ନିମନ୍ତେ ଆସନ୍ତି। ଏହି ବିଭାଗ ଜନ୍ମଗତ ଏବଂ ଅଟୋଇମ୍ୟୁନ୍‌ ହାଇପୋଥାଇରଏଡିଜ୍‌ମ, ଗ୍ରେଭ୍ସ ରୋଗ, ଥାଇରଏଡ୍ ଫୁଲା, ଥାଇରଏଡ୍ ମାଲିଗ୍ନାନ୍ସି ପାଇଁ ବ୍ୟାପକ ଚିକିତ୍ସା ପ୍ରଦାନ କରୁଥିବା ବିଭାଗୀୟ ମୁଖ୍ୟ ଡ. କିଶୋର କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି। ଟିଏସ୍‌ଏଚ୍‌, ଫ୍ରି ଟି୪, ଫ୍ରି ଟି୩, ହାଇ-ରିଜୋଲ୍ୟୁସନ୍ ଅଲ୍ଟ୍ରାସାଉଣ୍ଡ, ସିଟି ସ୍କାନ୍ ଏବଂ ନ୍ୟୁକ୍ଲିୟର ଇମେଜିଂ (ହୋଲ୍ ବଡି ଆୟୋଡିନ୍ ସ୍କାନ, ଟେକ୍ନେଟିୟମ୍ ପର୍ଟେକ୍ନେଟେଟ୍ ସ୍କାନ) ସହିତ ଜଡିତ ଏକାଧିକ ପରୀକ୍ଷା ଏହି ବିଭାଗରେ ଉପଲବ୍ଧ। ସେହିପରି ଅତ୍ୟାଧୁନିକ ପଦ୍ଧତି ଅବଲମ୍ବନ ପୂର୍ବକ ଅଷ୍ଟିଓପୋରୋସିସ୍ ଏବଂ ସାର୍କୋପେନିଆ ସ୍କ୍ରିନିଂ ଏବଂ ବ୍ୟକ୍ତିଗତ ପୁଷ୍ଟିକର ଯତ୍ନ ପାଇଁ କ୍ଲିନିକାଲ୍ ଡାଏଟାରୀ ସେବା ମଧ୍ୟ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଡ. ବେହେରା କହିଛନ୍ତି।
ପ୍ରତିବର୍ଷ ମେ ମାସ ୨୫ ତାରିଖକୁ ବିଶ୍ୱ ଥାଇରଏଡ୍ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏମ୍‌ସ ଭୁବନେଶ୍ୱର ଏଣ୍ଡୋକ୍ରାଇନୋଲୋଜି ଏବଂ ନ୍ୟୁକ୍ଲିୟର ମେଡିସିନ୍ ବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡ. ଦିଲ୍ଲୀପ କୁମାର ପରିଡା, ଡ. କହ୍ନେୟାଲାଲ୍ ଅଗ୍ରୱାଲ୍ ଏବଂ ଅନ୍ୟ ବକ୍ତାମାନେ ପ୍ରାରମ୍ଭିକ ଥାଇରଏଡ୍ ରୋଗ ଚିହ୍ନଟର ଗୁରୁତ୍ୱ ଏବଂ ଏଆଇର ଭୂମିକା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ।
ଏହି ରୋଗରେ ପିଡ଼ୀତ ହେଲେ ପ୍ରଜନନ ବୟସ ଗୋଷ୍ଠୀର ରୋଗୀମାନେ ବନ୍ଧ୍ୟାତ୍ବ, ଋତୁସ୍ରାବ ଅନିୟମିତତା, ଆଳସ୍ୟ, ଦ୍ୱନ୍ଦ୍ୱ, ଉଚ୍ଚ ରକ୍ତଚାପ ଏବଂ ଓଜନ ବୃଦ୍ଧି ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ବୟସ୍କ ରୋଗୀମାନେ ଶୁଷ୍କ ଚର୍ମ, ଥକ୍କାପଣ, କୋଷ୍ଠକାଠିନ୍ୟ, ହୃଦଘାତ, ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସହିତ ଯୁଝିଥାଆନ୍ତି। ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ମାଇକ୍ସେଡେମା କୋମା, ପେରିକାର୍ଡିଆଲ୍ ଇଫ୍ୟୁଜନ, ହୃଦଘାତ ଏବଂ ମୃତ୍ୟୁ ଭଳି ଗମ୍ଭୀର ଜଟିଳତାକୁ ରୋକିପାରିବ।
ଭୁବନେଶ୍ବର: ଜୀବନ କଣ ଜାଣିବା ପୂର୍ବରୁ ଶରୀରରେ ଆଉ ଜୀବନ ନଥିଲା। ମାତ୍ର ନିଜ କିଡ୍‌ନୀ(ବୃକକ୍‌) ଏବଂ ଲିଭର(ଯକୃତ) ଦାନ କରି ଅମର ହୋଇଯାଇଛନ୍ତି ୧୬ ମାସର ମାଷ୍ଟର ଜନ୍ମେଶ। ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ସୁଦ୍ଧା ଦୁଇଜଣଙ୍କୁ ନୂତନ ପ୍ରାଣଦାନ କରିସବୁଦିନ ପାଇଁ ନିଜର ସତ୍ତା ଛାଡ଼ିଯାଇଛନ୍ତି ଜନ୍ମେଶ।
ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗଦାତା, ମାଷ୍ଟର ଜନ୍ମେଶଙ୍କ ଶରୀରରୁ ବହୁଅଙ୍ଗ ପୁନରୁଦ୍ଧାର କରାଯାଇଛି। ଗତକାଲି ଅନୁଷ୍ଠିତ ଏହି ପ୍ରକ୍ରିୟା ମାଧ୍ୟମରେ ୧୬ ମାସର ମାଷ୍ଟର ଜନ୍ମେଶ କିଡ୍‌ନୀ(ବୃକକ୍‌) ଏବଂ ଲିଭର(ଯକୃତ) ଦାନ କରି ଦୁଇ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିଛନ୍ତି। ଜନ୍ମେଶ ଲେଙ୍କାଙ୍କ ପିତାମାତାଙ୍କ ଏପରି ସାହସିକ ନିଷ୍ପତ୍ତି, ଯାହା ସେମାନଙ୍କର ବ୍ୟକ୍ତିଗତ ଦୁଃଖକୁ ଅନ୍ୟମାନଙ୍କ ପାଇଁ ଆଶାର ଆଲୋକରେ ପରିଣତ କରିଥିଲା।
ଗତ ମାସ ୧୨ ତାରିଖରେ ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ ଜନ୍ମେଶ। ଫରେନ୍‌ ବଡି ଆସ୍ପିରେସନ୍‌ ଏଣ୍ଡ୍‌ ଚୋକିଂ(ଶ୍ବାସକ୍ଳାନ୍ତ) ରୋଗରେ ପିଡ଼ୀତ ହୋଇ ମାଷ୍ଟର ଜନ୍ମେଶ ଡାକ୍ତର କୃଷ୍ଣ ମୋହନ ଗୁଲ୍ଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଥିଲେ। ତୁରନ୍ତ କାର୍ଡିଓପଲମୋନାରୀ ରିସସିଟେସନ (ସିପିଆର) ଏବଂ ପରବର୍ତ୍ତୀ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ମାତ୍ର ଅକ୍ଳାନ୍ତ ପ୍ରୟାସ ସତ୍ତ୍ୱେ, ଚଳିତ ମାସ ଏକ ତାରିଖରେ ଜନ୍ମେଶଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା।
ଅନ୍ୟମାନଙ୍କୁ ଜୀବନର ଉପହାର ଦେବାର ସମ୍ଭାବନାକୁ ସ୍ୱୀକାର କରି, ଏମ୍ସ ଭୁବନେଶ୍ୱରର ଡାକ୍ତରୀ ଦଳ ଅଙ୍ଗଦାନ ବିଷୟରେ ଶୋକାକୁଳ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ। ଅପାର ଶକ୍ତି ଏବଂ କରୁଣା ସହିତ, ଜନ୍ମେଶଙ୍କ ପିତାମାତା ଅଙ୍ଗଦାନ ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ। ତାଙ୍କ ଶିଶୁପୁତ୍ରର ଅଙ୍ଗଗୁଡ଼ିକୁ ଜୀବନ ରକ୍ଷାକାରୀ ପ୍ରତିରୋପଣ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ।
ସମ୍ମତି ପରେ, ଏମ୍‌ସର ସର୍ଜନ ଏବଂ ପ୍ରତିରୋପଣ ସଂଯୋଜକଙ୍କ ଏକ ବହୁମୁଖୀ ଦଳ ଶୀଘ୍ର ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାକୁ ସହଜ କରିଥିଲେ।
ଡାକ୍ତର ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଗ୍ୟାଷ୍ଟ୍ରୋ-ସର୍ଜରୀ ଦଳ ଦ୍ୱାରା ଯକୃତକୁ ସଫଳତାର ସହିତ ଉଦ୍ଧାର କରାଯାଇଥିଲା। ଗ୍ରୀନ୍‌ କରିଡର୍‌ରେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍ସେସ୍ (ଆଇଏଲ୍‌ବିଏସ)କୁ ପଠାଯାଇଥିଲା।
ଜନ୍ମେଶଙ୍କୁ ଦୁଇ କିଡ୍‌ନୀକୁ ପୁନରୁଦ୍ଧାର କରାଯାଇଥିଲା ଏବଂ ଏମ୍ସ ଭୁବନେଶ୍ୱରର ଜଣେ କିଶୋର ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ଏହି ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା ସଫଳତାର ସହିତ ସମ୍ପାଦିତ ହୋଇଥିଲା।
ଏହି ମାମଲା ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଜନ୍ମେଶ ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗ ଦାତା ହୋଇଥିଲେ। ଏହା ସହିତ, ରାଜ୍ୟରେ ଏନ-ବ୍ଲକ୍ କିଡନୀ ପ୍ରତିରୋପଣର କେବଳ ଦ୍ୱିତୀୟ ଘଟଣା ହେବାର ଗୌରବ ଲାଭ କରିଛି। ଏହା ଏକ ଉଚ୍ଚ ବିଶେଷଜ୍ଞ ଶଲ୍ୟଚିକିତ୍ସା ପଦ୍ଧତି ଥିଲା ଯେଉଁଠାରେ ଜଣେ ଶିଶୁ ଦାତାଙ୍କ ଉଭୟ ବୃକକକୁ ଏକାକୀ ଗ୍ରହଣକାରୀଙ୍କ ଶରୀରରେ ପ୍ରତିରୋପଣ କରାଯାଏ।
ଏମସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ଅଙ୍ଗ ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାର ସଫଳ କାର୍ଯ୍ୟକାରୀତା ସୁନିଶ୍ଚିତ କରିବାରେ ସେମାନଙ୍କର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ପ୍ରତିରୋପଣ ସମନ୍ୱୟ ଦଳ ଏବଂ ସମ୍ପୃକ୍ତ ଡାକ୍ତରୀ ଦଳକୁ ପ୍ରଶଂସା କରିଥିଲେ। ଜନ୍ମେଶଙ୍କ ପିତାମାତାଙ୍କ ଅସାଧାରଣ ଉଦାରତା ପାଇଁ ମଧ୍ୟ ହୃଦୟରୁ କୃତଜ୍ଞତା ପ୍ରକାଶ କରିଥିଲେ ଡ. ବିଶ୍ବାସ।
ମାଷ୍ଟର ଜନ୍ମେଶ ଲେଙ୍କା ଏବଂ ତାଙ୍କ ପିତାମାତାଙ୍କ ନିଷ୍ପତ୍ତି ସମଗ୍ର ଭାରତରେ ଅଙ୍ଗଦାନ, ବିଶେଷକରି ଶିଶୁ ଅଙ୍ଗଦାନ କ୍ଷେତ୍ରରେ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
ଏହି ଘଟଣା ଜନସଚେତନତା, ସମୟୋଚିତ ସମ୍ମତି ଏବଂ ଡାକ୍ତରୀ ସମନ୍ୱୟର ଗୁରୁତ୍ୱକୁ ପ୍ରତିପାଦିତ କରିବା ସହିତ ଏହା ନିଶ୍ଚିତ କରେ ଯେ ମସ୍ତିଷ୍କ ମୃତ ରୋଗୀଙ୍କ ଅଙ୍ଗ ଆବଶ୍ୟକ ଲୋକଙ୍କୁ ନୂତନ ଜୀବନ ଦେବା ପାଇଁ ବ୍ୟବହାର କରାଯାଇପାରିବ। ଏମ୍‌ସ ଭୁବନେଶ୍ୱର ଅଙ୍ଗ ପ୍ରତିରୋପଣରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ପଥ ପ୍ରଶସ୍ତ କରୁଛି।
ଅସହନୀୟ କ୍ଷତି ସତ୍ତ୍ୱେ, ଜନ୍ମେଶଙ୍କ ପିତାମାତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ମାନବିକତା ଏବଂ ସ୍ଥିରତାକୁ ପ୍ରତିପାଦିତ କରିଛି। ସେମାନଙ୍କର ନିଃସ୍ୱାର୍ଥପରତା ଅନ୍ୟମାନଙ୍କ ପାଇଁ ଆଶା, ସଚେତନତା ଏବଂ ଜୀବନ ରକ୍ଷାକାରୀ ସମ୍ଭାବନାର ପଥକୁ ଆଲୋକିତ କରିଛି। ଉଲ୍ଲେଖଯୋଗ୍ୟଯେ ମାଷ୍ଟର ଜନ୍ମେଶଙ୍କ ପିତା ଏମ୍‌ସ ଭୁବନେଶ୍ୱରରେ ହଷ୍ଟେଲ ୱାର୍ଡେନ ଭାବରେ କାର୍ଯ୍ୟ କରୁଛନ୍ତି।