PD•DRDA•Ganjam - The Sakala

ପ୍ଲାଷ୍ଟିକ୍‍ ବର୍ଯ୍ୟବସ୍ତୁ ପରିଚାଳନାରେ ଗଞ୍ଜାମ ପାଇବ ପ୍ରଥମ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ବ୍ରହ୍ମପୁର: କୋଭିଡ଼୍‍ର ସୁପରିଚାଳନା, ମନରେଗାରେ ଶ୍ରମ ଯୋଗାଇବା ଆଦି ସବୁଥିରେ ଗଞ୍ଜାମ ଜିଲ୍ଲା ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଗଞ୍ଜାମରୁ ଆରମ୍ଭ ହୋଇଥିବା ବହୁ ମଡ଼େଲ୍‍ ଅନ୍ୟ ରାଜ୍ୟ ଓ ଜିଲ୍ଲା ଗୁଡ଼ିକ ଅନୁସରଣ କରନ୍ତି। ଯାହା ସବୁବେଳେ ପ୍ରଶଂସାଯୋଗ୍ୟ। ଏଥିପାଇଁ ବହୁ ସମୟରେ ଭିନ୍ନ ଭିନ୍ନ ସମ୍ମାନର ଅଧିକାରୀ ହୋଇଛି ଗଞ୍ଜାମ ଜିଲ୍ଲା। ଏଥିପାଇଁ ପ୍ରଶାସନିକସ୍ତରରେ ନିଆଯାଉଥିବା ପଦକ୍ଷେପ ସଫଳ ହୋଇଛି। ସମ୍ପ୍ରତି ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍‍ ବର୍ଯ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଏବେ ପୁରସ୍କାର ପାଇବ। ଏହି କ୍ଷେତ୍ରରେ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା ବିବେଚିତ ହୋଇଛି। ଗାଁ ମାନଙ୍କରେ ସର୍ବବୃହତ୍ତ ପ୍ଲାଷ୍ଟିକ୍‍ ପରିଚାଳନା ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡ଼ିଆର୍‍ଡ଼ିଏ) ଗଞ୍ଜାମକୁ ପ୍ରଥମ ପ୍ଲାଷ୍ଟିକ୍‍ ରିସାଇକ୍ଲିଂ କନଫରେନ୍ସ ଅଫ୍‍ ଏସିଆ ୨୦୨୨ (ପିଆର୍‍ସିଏ) ପୁରସ୍କାର ମିଳିବାକୁ ଯାଉଛି। ଗ୍ରାମାଞ୍ଚଳରେ ଏମ୍‍ସିସି ଓ ଏମ୍‍ଆର୍‍ଏଫ୍‍ ମଡ଼େଲ୍‍ ମାଧ୍ୟମରେ କଠିନ ବର୍ଯ୍ୟବସ୍ତୁ ପରିଚାଳନାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳୁଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନେ୍ଧ ଦତ୍ତାତ୍ରେୟ ଭାଉ ସାହେବ ସୂଚନା ଦେଇଛନ୍ତି। ଆସନ୍ତା ୨୮ ଓ ୨୯ତାରିଖରେ ଗୁରୁଗ୍ରାମ୍‍ଠାରେ ହେବାକୁ ଥିବା ପିଆର୍‍ସିଏର ପ୍ରଥମ ସଂସ୍କରଣ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଗ୍ରହଣ କରିବ। ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଟୁଇଟ୍‍ ଜରିଆରେ ଶୁଭେଛା ଜ୍ଞାପନ କରିଛନ୍ତି।

Congratulations @Ganjam_Admin on @DRDAGanjam being awarded with PRCA Award for excellence in plastic waste management in rural areas. #Odisha Govt is committed to continue its efforts towards ensuring efficient waste management. #OdishaLeads https://t.co/byXPqz6doj

— CMO Odisha (@CMO_Odisha) April 25, 2022

ପ୍ଲାଷ୍ଟିକ୍‍ ରିସାଇକ୍ଲିଂ ଶିଳ୍ପରେ ବିଭିନ୍ନ ଅଭିନବ କାର୍ଯ୍ୟ ପାଇଁ ଗଞ୍ଜାମ ଏକ ପ୍ରେରଣାର ଉତ୍ସ ହୋଇଛି। ପ୍ଲାଷ୍ଟିକ୍‍ ବର୍ଯ୍ୟବସ୍ତୁର ସୁପରିଚାଳନା ପାଇଁ ପ୍ରଥମାର୍ଦ୍ଧରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଗଞ୍ଜାମ ଜିଲ୍ଲାର ୧୦୦ଟି ପଞ୍ଚାୟତରେ ମଡେଲ ପ୍ରକଳ୍ପ ଭାବେ କାର୍ଯ୍ୟାରମ୍ଭ ହୋଇଥିଲା। ଏହି କାର୍ଯ୍ୟ ତୁଲାଇବା ପାଇଁ ମହିଳାଗୋଷ୍ଠୀ ଓ ପଞ୍ଚାୟତସ୍ତରୀୟ କମିଟି ଗଠନ କରାଯାଇଥିଲା। ଚଳିତ ମାସ ପହିଲାରେ ପିସିଆର୍‍ଏ ଟିମ୍‍ ସଦସ୍ୟମାନେ ହିଞ୍ଜିଳିକାଟୁ ଓ ଗଞ୍ଜାମ ବ୍ଲକ ପରିଦର୍ଶନ କରିଥିଲେ। ସେଠାକାର ବିଭିନ୍ନ ପଞ୍ଚାୟତ ଦ୍ୱାରା ବର୍ଯ୍ୟବସ୍ତୁର ସୁପରିଚାଳନା ଦେଖି ସନ୍ତୁଷ୍ଟି ବ୍ୟକ୍ତ କରିଥିଲେ। ସମୀକ୍ଷା ପରେ ଗଞ୍ଜାମ ଜିଲ୍ଲାକୁ ପିସିଆର୍‍ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ପୁର୍ବରୁ ଜିଲ୍ଲାର ବିଭିନ୍ନ ସହରାଞ୍ଚରେ ବର୍ଯ୍ୟବସ୍ତୁ ପରିଚାଳନା କାର୍ଯ୍ୟକାରୀ ହେଉଥିଲା। ପରେ ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପଞ୍ଚାୟତସ୍ତରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏହା ସଫଳତାର ସହ ଜାରି ରହିଛି। ହିଞ୍ଜିଳିକାଟୁରେ ପ୍ଲାଷ୍ଟିକ୍‍ ରିସାଇକ୍ଲିଂ ଜରିଆରେ ଡ଼ଷ୍ଟ୍‍ବିନ୍‍ ଓ ବିଭିନ୍ନ ପଦାର୍ଥ ତିଆରି କରିବା ଯୋଜନା ଶେଷ ପର୍ଯ୍ୟୟେରେ ପହଞ୍ଚିଥିବା ପିଡ଼ି ସିନେ୍ଧ ଦତାତ୍ତ୍ରେୟ ଭାଉ ସାହେବ ସୂଚନା ଦେଇଛନ୍ତି। ଏଠାରେ ପ୍ଲାଣ୍ଟ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି। ଆଗାଗୀ ଦିନରେ ଜିଲ୍ଲାର ମୋଟ ୫୦୩ ପଞ୍ଚାୟତରେ ବର୍ଯ୍ୟବସ୍ତୁ ସୁପରିଚାଳନା ପାଇଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟକରିବ। ସମ୍ପ୍ରତି ପାଇବାକୁ ଥିବା ପିସିଆର୍‍ଏ ପୁରସ୍କାର ଜିଲ୍ଲାର ସମସ୍ତ ପଦାଧିକାରୀଙ୍କ ସମେତ ଗ୍ରାମ୍ୟ ମହିଳା ଗୋଷ୍ଠୀ ଓ ପଞ୍ଚାୟତ କମିଟିକୁ ଶ୍ରେୟ ଦେଇଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ। ପ୍ଲାଷ୍ଟିକ୍‍ ଓ ବିଭିନ୍ନ ବର୍ଯ୍ୟବସ୍ତୁର ପରିଚାଳନା ଦ୍ୱାରା ଅନେକ ପଞ୍ଚାୟତର ମହିଳାଗୋଷ୍ଠୀ ସ୍ୱାବଲମ୍ବୀ ହୋଇପାରିଛନ୍ତି। ସମ୍ପ୍ରତି ସମସ୍ତଙ୍କ ପାଇଁ ଆତଙ୍କ ସାଜିଥିବା ପ୍ଲାଷ୍ଟିକ୍‍ର ମୂଳ ଉତ୍ପାଟନ ଓ ନଷ୍ଟ ଦ୍ରବ୍ୟରୁ ଆବଶ୍ୟକୀୟ ଉପକରଣ ରିସାଇକ୍ଲିଂ ଜରିଆରେ ତିଆରି କରିବା ଏକ ସ୍ୱାଗତଯୋଗ୍ୟ ନିଷ୍ପତି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।