Dibyasingha Deba - The Sakala

ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନକୁ ଗଜପତି ମହାରାଜାଙ୍କ ଚେତାବନୀ
ପୁରୀ: ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ସାମ୍ବାଦିକ ସମ୍ମିଳନୀ। ଇସ୍କନ ରଥଯାତ୍ରା ସନାତନ ଧର୍ମ ଓ ଜଗନ୍ନାଥଙ୍କ ସଂସ୍କୃତିର ଉଲଙ୍ଘନ ହେଉଛି। ୧୯୬୭ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରୁଛୁ। ହେଲେ ତାହାର ପ୍ରଭାବ ପଡିଲାନି। ୨୦୦୭ରେ ରଥଯାତ୍ରା ସେମାନେ ଆରମ୍ଭ କଲେ। ଶ୍ରୀ ମନ୍ଦିର ପ୍ରଶାସକ ତାଙ୍କୁ ଚିଠି ଲେଖିଲେ ହେଲେ ସେମାନେ ତାହାକୁ ମାନିଲେ ନାହିଁ । ଉଲଘଂନ କରିବା ଉଚିତ ନୁହେଁ । ୨୦୦୮ ଫେବ୍ରୁଆରୀ ମାସରେ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ହେଲେ ତାହାକୁ ଇସ୍କନ ମାନିଲାନି। ସେମାନେ ଭାରତ ଓ ଭାରତ ବାହାରେ ରଥଯାତ୍ରା କଲେ।

୨୦୨୧ ଜୁଲାଇରେ ବିଧିବଧ ସଙ୍କଳ୍ପ ପାରିତ କଲେ ଯେ, ଭାରତ ଭିତରେ ଅଦିନିଆ ରଥଯାତ୍ରା ହେଉନାହିଁ । ଇସ୍କନ ରଥଯାତ୍ରା ନୁହେଁ, ପ୍ରଚାର ଯାତ୍ରା କରୁଛନ୍ତି । ସେମାନେ କୀର୍ତ୍ତନ ଯାତ୍ରା କରିବା ଦରକାର। ମହାପ୍ରଭୁଙ୍କୁ ସେମାନେ ବାହାରକୁ ନେବା ଉଚିତ ନୁହେଁ । ଭାରତ ବାହାରେ ଇସ୍କନ ଅଦିନିଆ ରଥଯାତ୍ରା କରୁଛି। ୨୦୨୧ ପରଠାରୁ ସେମାନେ ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଛନ୍ତି । ଅତି ବିଚିତ୍ର ଭାବେ ଭାରତ ବାହାରେ ରଥଯାତ୍ରା କରୁଛନ୍ତି। ମୁଁ ଇସ୍କନ ସଭାପତି ଓ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ସବୁ କାରଣ ଦର୍ଶାଇ ଚିଠି ଲେଖିଲି। ହେଲେ ତାହାର ଉତ୍ତର ଦେଲେ ନାହିଁ । ଶୁଭ କଥା ହେଉଛି ଭକ୍ତ ମାନଙ୍କ ଭାବାବେଗ ଅନୁସାରେ ସାନ୍ନ ଯାତ୍ରା ବନ୍ଦ କଲେୟ ହେଲେ ଏବେ ବି ରଥଯାତ୍ରା ପ୍ରସ୍ତୁତି ଚଳାଇଛନ୍ତି। ନାଇଜରିଆରେ ମଧ୍ୟ ସେମାନେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତି ନେଇଛନ୍ତି। ମାର୍ଚ୍ଚ ମାସରେ ତାଙ୍କର ବାର୍ଷିକ ସଭା କରିବେ। ଏ ବିଷୟରେ ଆଲେଚନା ହେବ। ଆମେ ପୁଣିଥରେ ଚିଠି ଲେଖିବି। ମାର୍ଚ୍ଚରେ ଯଦି ଇସ୍କନ ତାହାର ବାର୍ଷିକ ବୈଠକରେ ଭାରତ ବାହାରେ ରଥଯାତ୍ରା ବନ୍ଦ ନ କରେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ବାଧ୍ୟ ହେବୁ ବୋଲି ପୁରୀ ଗଜପତି ମହାରାଜା କହିଛନ୍ତି।

ପୁରୀ ଶ୍ରୀନହରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ
ପୁରୀ: ପୁରୀ ଶ୍ରୀନଅରରେ ପାରମ୍ପରିକ ରୀତିରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆହରଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ। ଆଜି ରବିବାର ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି । ଷୋଳ ଶାସନ ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

ପଞ୍ଚଦେବତା ପୂଜାଠାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ପରେ ଶାସ୍ତ୍ରୀୟ ପୂଜା, ରାମଭିଷେକ ନୀତି ପରେ ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜଙ୍କର ଅଭିଷେକ କରାଯାଇଛି । ଗଜପତି ମହାରାଜାଙ୍କ ଶୁଭ ଓ ମଙ୍ଗଳପ୍ରଦ ଶାସନ ସହ ରାଷ୍ଟ୍ରର କଲ୍ୟାଣ ପାଇଁ ଏହି ନୀତି ପାଳନ କରାଯାଇଛି । ପୁରୀ ଶ୍ରୀନହରରେ ଏହି ପୁଷ୍ୟାଭିଷେକ ପାଇଁ ଏକ ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନୀତି ପରେ ମହାରାଜାଙ୍କୁ ବ୍ରାହ୍ମଣମାନେ ଆଶିଷ ପ୍ରଦାନ କରିଥିଲେ ।

କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟାରେ ରାଜଗାଦି ଆରୋହଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜଙ୍କ ରାଜାଭିଷେକ କରାଯାଇଥାଏ । ଗଜପତିଙ୍କୁ ପଇତାଲାଗି କରିବା ପରେ ଷୋଳଶାସନର ପ୍ରତିନିଧି ମନ୍ତ୍ର ପାଠ କରି ମହାରାଜଙ୍କ ପୁଷ୍ୟାଭିଷେକ କରିଥିଲେ । ନଡିଆ, ଗୁଆ, ତାମ୍ର ପଇତା ଭେଟିଦେଇଥିଲେ । ଏଥିରେ ଷୋଳଶାସନର ବ୍ରାହ୍ମଣମାନଙ୍କୁ ମଧ୍ୟ ମହାରାଜଙ୍କ ପକ୍ଷରୁ ମହାପ୍ରସାଦ ଭେଟି ଦିଆଯିବାର ବିଧି ରହିଛି । ପୁଷ୍ୟାଭିଷେକରେ ଷୋଳଶାସନ ବ୍ରାହ୍ମଣ, ବିଭିନ୍ନ ମଠାର ମଠାଧୀଶ ଓ ସାଧୁସନ୍ଥଙ୍କ ସମାଗମ ହୋଇଥିଲା ।

ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି- ପୁରୀ ଗଜପତି
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି । ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ଯକରଣ କାମରେ କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ । ସରକାର ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ପରିକ୍ରମା ପ୍ରକଳ୍ପ କାମ ହାତକୁ ନେଇଛନ୍ତି । ମହାପ୍ରଭୁଙ୍କ କାମ ସମସ୍ତଙ୍କ ଦାୟିତ୍ୱ । ଯୋଜନା କେମିତି ସୁରୁଖୁରୁରେ ଆଗେଇ ଚାଲିବ ସେ ନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଗଜପତି ମହାରାଜ ଦିବ୍ୟ ସିଂହ ଦେବ କହିଛନ୍ତି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ କାମ ଜାରି ରହି କାମ ଶେଷ ହେବା ଦରକାର । କୌଣସି ଗୋଟିଏ ବ୍ୟକ୍ତି କିମ୍ବା ଦଳ କିମ୍ବା ସରକାରଙ୍କ ଏହା କାମ ନୁହେଁ । ଏହି ଧାମକୁ ବିଶ୍ୱସ୍ତରରେ ସ୍ଥାପନ କରିବା ପାଇଁ ନିତାନ୍ତ ଆବଶ୍ୟକ । ଏଥିପାଇଁ ସମସ୍ତ ଭକ୍ତ ମିଳିମିଶି ଆଲୋଚନା କରି ପ୍ରଥମେ ସମସ୍ତ ବାଧା ହଟାଇବା ଦରକାର । ସମାଧାନର ରାସ୍ତା ବାହାର କରିବା ଦରକାର ବୋଲି କହିଛନ୍ତି ଗଜପତି ମହାରାଜ ।