CRUT - The Sakala
ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀକ୍ଷେତ୍ର ଧାମକୁ ଶ୍ରଦ୍ଧାଳୁଙ୍କ ସୁବିଧା ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ। ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ । ନିୟମିତ ଭାବରେ ଏହି ରୁଟ୍ ବସ୍ ଗୁଡ଼ିକ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କାକଟପୁରରୁ ତାଳବଣିଆ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଚଳାଚଳ କରିବ । ରଥଯାତ୍ରା ସ୍ୱତନ୍ତ୍ର ବସ୍ ଏବଂ ଏହାର ସମୟ ସାରଣୀ ନିମ୍ନରେ ପ୍ରଦାନ କରାଯାଇଛି ।
ରୁଟ୍ ୫୦ ଏକ୍ସପ୍ରେସ୍‌: ଭୁବନେଶ୍ୱର ରେଳ ଷ୍ଟେସନ୍‌- ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୧ ଏକ୍ସପ୍ରେସ୍‌: ବରମୁଣ୍ଡା ବିଏସ୍‌ଏବିଟି – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୩ ଏକ୍ସପ୍ରେସ୍ (ସଟଲ୍ ସର୍ଭିସ): ମାଳତିପାଟପୁର ବସ୍ ଷ୍ଟାଣ୍ଡ୍ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୪ ଏକ୍ସପ୍ରେସ: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲ୍‌ୟୁ) କଟକ- ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୬ ଏକ୍ସପ୍ରେସ: ଖୋର୍ଦ୍ଧା – ତାଳବଣିଆ ବସ୍ ଷ୍ଟାଣ୍ଡ୍ (ଭାୟା ଜଟଣୀ)
ରୁଟ୍ ୫୭ ଏକ୍ସପ୍ରେସ: ତାଳବଣିଆ ବସ୍ ଷ୍ଟାଣ୍ଡ୍ – କାକଟପୁର,ପୁରୀ (ଭାୟା ନିୟୁ ମେରାଇନ୍ ଡ଼୍ରାଇଭ୍‌, କୋଣାର୍କ)
ରୁଟ୍ ୫୮ ଏକ୍ସପ୍ରେସ: ଜଗତପୁର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୯ ଏକ୍ସପ୍ରେସ: ମହାନଦୀ ବିହାର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ଶ୍ରଦ୍ଧାଳୁମାନେ ପ୍ରଭୁ ଜଗନ୍ନାଥ ଧାମକୁ ଏସି ବସ୍ ଫ୍ଲାଟ୍ ୧୦୦ ଟଙ୍କା, ନନ୍ ଏସି ୮୦ ଟଙ୍କା, ସଟଲ୍ ବସ୍ ସେବା ଫ୍ଲାଟ୍ ୨୦ ଟଙ୍କା ଟିକେଟ୍ ମୂଲ୍ୟରେ ଯାତାଯତ କରିପାରିବେ ।
ଏଇ(ଏୟାର୍‌ପୋର୍ଟ ଏକ୍ସପେସ୍‌)୧, ଏଇ୨, ୫୨, ୬୦ ଏବଂ ୬୧ ନମ୍ବର ରୁଟ୍ ଗୁଡ଼ିକରେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ ପର୍ଯ୍ୟନ୍ତ କ୍ରୁଟ୍ ବସ୍ ସେବା ସ୍ଥଗିତ ରହିବ । କିନ୍ତୁ ୧୦ରୁ ୧୪ ତାରିଖ ମଧ୍ୟରେ ପୂର୍ବଭଳି ରୁଟ୍ ଗୁଡ଼ିକରେ ବସ୍ ଚାଲୁ ରହିବ ।
ଏହାଦ୍ୱାରା ଶ୍ରଦ୍ଧାଳୁମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ଯାତ୍ରୀମାନଙ୍କ ଯାତାୟତ ନିମନ୍ତେ କ୍ରୁଟ୍ ବସ୍ ନିୟମିତ ବ୍ୟବଧାନରେ ଦିନ ତମାମ ଚାଲୁ ରହିବ । ଏହି ସ୍ୱତନ୍ତ୍ର ବସ୍ ସେବା ଏବଂ ସମୟ ସୂଚୀ ବିଷୟରେ କ୍ରୁଟ୍ ସାମାଜିକ ଗଣମାଧ୍ୟମରୁ ଅଧିକ ସୂଚନା ପାଇପାରିବେ
ଆଜି ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ, ବିଏମ୍ସି ଓ କ୍ରୁଟ୍‌‌ ପକ୍ଷରୁ ଇ-ବସ ଓ ଇ-ରିକ୍ସାରେ ମାଗଣା ଯାତ୍ରା ସୁବିଧା
ଭୁବନେଶ୍ବର: ଗୁରୁବାର ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ । ବିଏମ୍ସି ଓ କ୍ରୁଟ ପକ୍ଷରୁ ଅଭିନବ ସଚେତନତା କରାଯାଉଛି । ଇ-ବସ ଏବଂ ଇ-ରିକ୍ସା ରେ ଦିନକ ପାଇଁ ମାଗଣା ଯାତ୍ରା କରିପାରିବେ ଯାତ୍ରୀ । ଯାତ୍ରୀମାନେ ବିନା ମୂଲ୍ୟରେ ଗନ୍ତବ୍ୟସ୍ତଳକୁ ଯାଇପାରିବେ। ଭୁବନେଶ୍ୱର ରେ ଚାଲୁଛି ୫୦ ଇ-ବସ୍ ଓ ୫୦ ଟି ଇ-ରିକ୍ସା ୧୦ ଟି ରୁଟରେ ଚାଲିଛି ଇଲେକ୍ଟ୍ରି ଭେଇକିଲ୍ । ରାଜଧାନୀରେ ପ୍ରଦୂଷଣ କମାଇବାକୁ ଯୋଜନା କରାଯାଇଛି । ସେପ୍ଟେମ୍ବର ୭ ହେଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ । ମିଳିତ ଜାତିସଂଘ ସାଧାରଣ ସଭାରେ ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଥିମରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବର୍ଷର ଥିମ ଥିଲା, ‘ସ୍ୱଚ୍ଛ ବାୟୁ ପାଇଁ ଏକାଠି ହେବା ।’
ଖୁଚୁରା ନ ଥିଲେ ‘ମୋ ବସ୍‌‌’ ମନା ! କ୍ରୁଟର ଟ୍ବିଟ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା, ୟୁପିଆଇ ବ୍ୟବସ୍ଥା କରିବାକୁ ଦାବି
ଭୁବନେଶ୍ୱର: ପକେଟରେ ଖୁଚୁରା ଟଙ୍କା ନାହିଁ ତ ଆପଣ ମୋ ବସରେ ଯାତ୍ରା କରି ପାରିବେନି! ସିଧାସଳଖ ନହେଲେ ମଧ୍ୟ କ୍ରୁଟର ଏକ ଟ୍ବିଟ ପରୋକ୍ଷରେ ଏଭଳି କଥା ଆଡ଼କୁ ଇଙ୍ଗିତ କରିଛି। ‘ବସରେ ଯାତ୍ରା ସମୟରେ ଖୁଚୁରା ଟଙ୍କା ପାଖରେ ରଖନ୍ତୁ, ଟିକେଟର ମୂଲ୍ୟ ଅନୁସାରେ ଦିଅନ୍ତୁ’ ବୋଲି କ୍ରୁଟ ପକ୍ଷରୁ ଏପରି ଟ୍ବିଟ କରାଯାଇଛି। ଏହାପରେ ଟ୍ବିଟରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରୁଟ୍‌‌ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ୱା ହେବାରେ ଲାଗିଛି। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବା କ୍ୟୁଆର କୋର୍ଡ ଲଗାଇବାକୁ ପ୍ରାୟ ୫୦ ଜଣ ଦାବି କରିଛନ୍ତି। ଏ ପର୍ଯ୍ୟନ୍ତ କାହିଁକି ୟୁପିଆଇ ପେମେଣ୍ଟ ବ୍ୟବସ୍ଥା କରାଯାଇ ନାହିଁ ବୋଲି ଏକାଧିକ ଲୋକ ପ୍ରଶ୍ନ କରିଛନ୍ତି। କଣ୍ଡକ୍ଟର କାହିଁକି ଖୁଚୁରା ଟଙ୍କା ରଖିବେ ନାହିଁ ବୋଲି ଜୟଦେବ ରାଣା ନାମକ ଜଣେ ୟୁଜର ଓଲଟା ପ୍ରଶ୍ନ କରିଛନ୍ତି। ରାସ୍ତା କଡ଼ ଉଠା ଦୋକାନରେ ୟୁପିଆଇ ବ୍ୟବସ୍ଥା ରହୁଥିବାବେଳେ ମୋ ବସରେ ମଧ୍ୟ ଟିକେଟ ପାଇଁ ୟୁପିଆଇ ବ୍ୟବସ୍ଥା କରିବାକୁ ମନୋରଞ୍ଜନ ନାୟକ ଦାବି କରିଛନ୍ତି। ଏ
ଇଟା ୧୯୯୦ ମସିହା ନୁହଁ ୨୦୨୩ ମସିହା, ସମସ୍ତ ରୁଟର ବସରେ ୟୁପିଆଇ ବ୍ୟବସ୍ଥା କରିବାକୁ ଭବେଷ କୁମାର ଦାବି କରିଛନ୍ତି। ସେପଟେ ‘କଣ୍ଡକ୍ଟରମାନେ ଛୋଟ ଟଙ୍କିକିଆ ମୁଦ୍ରା ନେଉ ନାହାନ୍ତି, ସେଥିଲାଗି ମୋତେ ଆଜି ଅଧିକ ଟଙ୍କା ଦେବାକୁ ପଡ଼ିଲା’ ବୋଲି ଦେବୀ ମହାପାତ୍ର ଅଭିଯୋଗ କରିଛନ୍ତି। କ୍ରୁଟ ଅଧୀନରେ ଥିବା ମୋ ବସରେ ପ୍ରତିଦିନ ହଜାର ହଜାର ଲୋକ ଯିବାଆସିବା କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ଯାଏଁ ସମସ୍ତେ ମୋ ବସ୍‌‌ ଉପରେ ନିର୍ଭରଶୀଳ। ରାସ୍ତା କଡ ଉଠା ଦୋକାନ ଠାରୁ ଆରମ୍ଭ କରି ବଡ଼ବଡ଼ ସପିଂ ମଲ ଯାଏଁ ସବୁଠି କ୍ୟୁଆର କୋର୍ଡ ପେମେଣ୍ଟ ବ୍ୟବସ୍ଥା ରହିଛି। ଡିଜିଟାଲ ପେମେଣ୍ଟକୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ମୋ ବସରେ କ୍ୟୁଆର କୋର୍ଡ ପେମେଣ୍ଟ ବ୍ୟବସ୍ଥା କରାଯାଇନାହିଁ। ଫଳରେ ମୋ ବସରେ ଯାଉଥିବା ଯାତ୍ରୀମାନେ ଅନେକ ସମୟରେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଟିକେଟର ମୂଲ୍ୟ ଅନୁସାରେ ଟଙ୍କା ନଦେଇ ପାରିବାରୁ ଯାତ୍ରୀମାନେ କଣ୍ଡକ୍ଟରଙ୍କ ରୋଶର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଟିକେଟ ମୂଲ୍ୟ ଠାରୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ଏମିତିକି ଖୁଚୁରା ଟଙ୍କା ନଥିବାରୁ ଯାତ୍ରୀମାନଙ୍କୁ ଅନେକ ସମୟରେ ବସରୁ ଓହ୍ଲାଇ ଦିଆଯାଇଥିବାର ନଜିର ରହିଛି। ନଗଦ ଟଙ୍କା କାରବାର ପାଇଁ ଖୁଚୁରା ଟଙ୍କା ଖୋଜୁ ଖୋଜୁ ଯାତ୍ରୀମାନେ ବସ୍‌‌ ଫେଲ୍‌‌ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କ୍ୟୁଆର କୋର୍ଡ ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ମୋ ବସ୍‌‌ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉ ନଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ରାଜ୍ୟର ଆଉ ୩ଟି ଜିଲ୍ଲାରେ ମିଳିବ ‘ମୋ ବସ୍’ ସେବା
ଭୁବନେଶ୍ୱର: ବଢୁଛି ମୋ ବସ୍‌ର ଲୋକପ୍ରିୟତା । ରାଜ୍ୟର ଆଉ ୩ଟି ଜିଲ୍ଲାରେ ମିଳିବ ‘ମୋ ବସ୍’ ସେବା । ଝାରସୁଗୁଡା, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ମୋ ବସ୍ ଚାଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର-ବେଲପାହାଡ଼ କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟରରେ ଏହା ଚଳାଚଳ କରିବ । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରନ୍ସପୋର୍ଟ (CRUT) ଦ୍ୱାରା ‘ମୋ ବସ୍’ ଚାଲିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।
ହକି ବିଶ୍ୱ କପ୍‌ ପାଇଁ କ୍ରୁଟ୍‌ର ଅଭିନବ ପ୍ରୟାସ: ଟିକଟ ଥିଲେ ମାଗଣା ଯାତ୍ରା, ପର୍ଯ୍ଯଟକଙ୍କ ପାଇଁ ‘ହେରିଟେଜ ଅନ୍‌ ମୋ ଇ-ରାଇଡ’
ଭୁବନେଶ୍ୱର: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଯେଉଁଭଳି ଭାବରେ ନାଗରିକମାନଙ୍କର ଦୈନନ୍ଦିନ ଗମନାଗମନ ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ସହଜ କରିଦେଇଛି। ଏହାର ପରିବହନ ସେବା ସବୁଠାରୁ ପସନ୍ଦଯୋଗ୍ୟ ଗଣପରିବହନ ମାଧ୍ୟମ ହୋଇଛି । କ୍ରୁଟ୍‌ର ମୋ ବସ୍‌ ପ୍ରଚଳନ ଦିନଠାରୁ ଏହାର ସେବା ଯୋଗାଣ ଅଞ୍ଚଳରେ ଗମନାଗମନ କ୍ଷେତ୍ରରେ ଜୀବନରେଖା ପାଲଟିଛି । ସ୍ମାର୍ଟସିଟି ରାଉରକେଲାର ନାଗରିକ ଏବଂ ପର୍ଯ୍ୟଟକ ଯେଭଳି ସମସ୍ୟାରହିତ ଗମନାଗମନ ଅନୁଭୂତି ପାଇପାରିବେ, ବିଶେଷକରି ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ ସମୟରେ ଗମନାଗମନକୁ ସୁଗମ କରିବାକୁ ନିକଟରେ ମୋ ବସ୍‌ ସେବା ରାଉରକେଲାରେ ପ୍ରଚଳନ କରାଯାଇଛି ।
କ୍ରୁଟ୍‌ ଭୁବନେଶ୍ୱର ଓ ରାଉରକେଲା ସହର ମଧ୍ୟରେ ଏବଂ ଏହାର ସଂଯୋଗକାରୀ ସ୍ଥାନଗୁଡିକରେ ନାଗରିକ ଓ ପର୍ଯ୍ୟଟକଙ୍କୁ ସହଜରେ ଗମନାଗମନରେ ସହାୟତା କରିବାକୁ ଏହାର ଅତିପ୍ରିୟ ପରିବହନ ସେବା ଯୋଗାଇଦେଇ ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ ପରିପ୍ରେକ୍ଷୀରେ କ୍ରୁଟ୍‌ ନିକଟରେ ଭୁବନେଶ୍ୱରରେ ତାହାର ମୋ ବସ୍‌ ସେବାରେ ଆଉ ୧୫ଟି ଇ-ବସ୍‌ ଯୋଗ କରିଛି, ଯେଉଁଗୁଡିକ ୨୦୨୩ ଜାନୁଆରୀ ୧୨ ତାରିଖ ଠାରୁ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଛି । ଖୁବଶୀଘ୍ର ଆଉ ୧୦ଟି ଇ-ବସ୍‌ ଭୁବନେଶ୍ୱରରେ ସାମିଲ ହେବ ଯଦ୍ୱାରା ଜନସାଧାରଣଙ୍କ ବର୍ଦ୍ଧିତ ଚାହିଦା ପୂରଣ କରାଯାଇପାରିବ ।
ଜନସାଧାରଣଙ୍କୁ ଘରୋଇ ଯାନବାହନ ପରିବର୍ତ୍ତେ ଗଣପରିବହନ ବ୍ୟବସ୍ଥାକୁ ପସନ୍ଦ କରିବା ଏବଂ ଏହି ପ୍ରକ୍ରିୟାରେ ଟ୍ରାଫିକ ଭିଡ ହ୍ରାସ କରିବାକୁ କ୍ରୁଟ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ର ବୈଧ ଟିକେଟ/ପାସ୍‌ଧାରୀ ଭୁବନେଶ୍ୱର ନାଗରିକମାନେ ମୋ ବସ୍‌ର ସ୍ୱତନ୍ତ୍ର ସଟଲ୍‌ ସେବାରେ ଟିକେଟ/ପାସ୍‌ରେ ଉଲ୍ଲେଖ କରାଯାଇଥିବା ତାରିଖରେ ମାଗଣାରେ ଯାତ୍ରା କରିପାରିବେ । ହକି ସ୍ପେଶାଲ ସଟଲ ସେବା ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ତିନିଟି ଭିନ୍ନ ଭିନ୍ନ ରୁଟ୍‌ରେ ଚଳାଚଳ କରିବ ଯେଉଁଥିରେ କଳିଙ୍ଗ ଷ୍ଟାଡିୟମ ଏବଂ ସିଟି ଫେଷ୍ଟିଭାଲ-ଡଟ୍‌ଫେଷ୍ଟ ସ୍ଥଳ ରହିବ ।
ସାମାଜିକ ଏବଂ ଲିଙ୍ଗଗତ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏହାର ଅନନ୍ୟ ପ୍ରୟାସ ନିମନ୍ତେ କ୍ରୁଟ୍‌ ସୁପରିଚିତ ଏବଂ ଏହି ତାଲିକାରେ ଏହା ଆଉଏକ ପ୍ରୟାସ ଯୋଗକରିଛି, ଯାହାକୁ ‘ହେରିଟେଜ ଅନ୍‌ ମୋ ଇ-ରାଇଡ’ କୁହାଯାଉଛି । ଏହାକୁ ସ୍ୱତନ୍ତ୍ର ଭାବରେ ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ ଅବସରରେ ନାଗରିକ ଓ ପର୍ଯ୍ୟଟକଙ୍କ ପାଇଁ ଯୋଜନା କରାଯାଇଛି । ହେରିଟେଜ ଅନ୍ୟ ମୋ ଇ-ରାଇଡ ଏକ ପ୍ରକାର ହପ୍‌ ଅନ ହପ୍‌ ଅଫ୍‌ ସେବା ଭଳି ହେବ ଯାହା ଏକାମ୍ର କ୍ଷେତ୍ର (ଭୁବନେଶ୍ୱର ଓଲ୍‌ଡ ଟାଉନ)ର କିମ୍ବଦନ୍ତୀପୂର୍ଣ୍ଣ ଏବଂ ଐତିହ୍ୟସ୍ଥଳଗୁଡିକୁ ନେଇ ଏକ ବୃ୍‌ତାକାର ଯାତ୍ରା ହେବ । ସେଥିରେ କ୍ରୁଟ୍‌ର ଇ-ରିକ୍ସା ଚଳାଚଳ କରିବ, ଯାହା ମୋ ଇ-ରାଇଡ ଭାବରେ ସୁପରିଚିତ । ସ୍ଥାନୀୟ ଐତିହ୍ୟକୁ ପ୍ରୋତ୍ସାହିତ କରିବା ତଥା ନାଗରିକ ଓ ପର୍ଯ୍ୟଟକଙ୍କୁ ସମୃଦ୍ଧ ଓଡ଼ିଆ ସଂସ୍କୃତିର ଅନୁଭୂତି ହାସଲ କରିବାକୁ ହେରିଟେଜ ଅନ୍‌ ମୋ ଇ-ରାଇଡ ସେବାକୁ ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ମାଗଣା ଘୋଷଣା କରାଯାଇଛି ଏବଂ ଏଥିପାଇଁ ସମୟ ସକାଳ ୭ଟାରୁ ୯ଟା ଏବଂ ଅପରାହ୍ଣ ୩ଟାରୁ ୫ଟା ଧାର୍ଯ୍ୟ କରାଯାଇଛି ।
ହକି ସ୍ପେଶାଲ ମୋ ବସ୍‌ ସଟଲ୍‌ ସେବା, ହେରିଟେଜ ଅନ୍‌ ମୋ ଇ-ରାଇଡ ଏବଂ ମୋ ବସ୍‌ର ନିୟମିତ ଯାତ୍ରା ସୂଚୀ ସମ୍ପର୍କିତ ବିସ୍ତୃତ ସୂଚନା କ୍ରୁଟର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡଲ୍‌ରେ ଉପଲବ୍ଧ ଅଛି ।
“ସହର ହକି ପାଇଁ ପ୍ରସ୍ତୁତ ହେଉଥିବା ଏବଂ ନାଗରିକମାନଙ୍କୁ ହକିରେ ନିୟୋଜିତ ରଖିବା ସହିତ ହକି ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ସାରା ସହର ସମ୍ପ୍ରତ ସକ୍ରିୟ ହୋଇଉଠିଛି । ସହରରେ ପ୍ରତ୍ୟେକ ଦିନ ଏକ ଉତ୍ସବ ପାଳନ ଭଳି ମନେହେଉଛି । ଏସବୁକୁ ମନ ଭିତରେ ରଖି ଏବଂ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଧିବାସୀ ଯେଭଳି ସହରରେ ଏଫଆଇଏଚ ହକି ପୁରୁଷ ବିଶ୍ୱ କପ୍‌ ଅବସରରେ ଚାଲିବାକୁ ଥିବା କାର୍ଯ୍ୟକ୍ରମର ଅନୁଭୁତି ନେବାକୁ ସହଜରେ ଗମନାଗମନ କରିପାରିବେ, ସେଥିପାଇଁ କ୍ରୁଟ୍‌ ଏଭଳି ପ୍ରୟାସ ହାତକୁ ନେଇଛି ଯାହା ଯାତ୍ରାକାରୀଙ୍କୁ ଆରାମରେ ଓ ସୁଲଭ ମୂଲ୍ୟରେ ଯାତ୍ରାସେବା ଯୋଗାଁଇଦେବା ସୁନିଶ୍ଚିତ କରିବ । ମୁଁ ଆଶା କରୁଛି ଯେ ଜନସାଧାରଣ ଏହି ପ୍ରୟାସରେ ସାମିଲ ହେବେ ଏବଂ ସେମାନଙ୍କର ପରିବହନ ମାଧ୍ୟମ ଭାବରେ ମୋ ବସ୍‌ ଓ ମୋ ଇ-ରାଇଡକୁ ବ୍ୟବହାର କରିବେ,” ବୋଲି ଶ୍ରୀ ବିଜୟ ଅମୃତକୁଲାଙ୍ଗେ, ଏମ୍‌ଡି, କ୍ରୁଟ୍‌ କହିଛନ୍ତି ।
“ମୋତେ ଖୁସି ଲାଗୁଛି ଯେ ଟିମ୍‌ କ୍ରୁଟ୍‌ ଏଭଳି ପ୍ରୟାସଗୁଡିକ ହାତକୁ ନେଇଛି ଯାହା ନାଗରିକମାନଙ୍କୁ ହକି ଉତ୍ସବ ସମୟରେ ସ୍ୱତନ୍ତ୍ର ସଟଲ୍‌ ସେବାରେ ଯାତାୟତ ନିମନ୍ତେ ସହାୟତା କରିବ, ଏବଂ ତାହାସହିତ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କୁ ହେରିଟେଜ ଅନ୍‌ ମୋ ଇ-ରାଇଡ ଜରିଆରେ ମାଗଣାରେ ସହରର ସୌନ୍ଦର୍ଯ୍ୟପୂର୍ଣ୍ଣ ଐତିହ୍ୟସ୍ଥଳଗୁଡିକ ଉପଭୋଗ କରିବାର ସୁଯୋଗ ଯୋଗାଇଦେବ। ଆମେ ମଧ୍ୟ ହକି ପାଇଁ ନୂଆ ରୁଟ୍‌ ଏବଂ ୧୫ଟି ଇ-ବସ୍‌ ସେବା ଯୋଗକରିଛୁ, ଯାହା ଜନସାଧାରଣଙ୍କ ବର୍ଦ୍ଧିତ ଚାହିଦା କାରଣରୁ ଖୁବଶୀଘ୍ର ୨୫କୁ ବୃଦ୍ଧିପାଇବ । କ୍ରୁଟ୍‌ ସର୍ବଦା ଆପଣଙ୍କ ସେବାରେ ରହିଥିବାରୁ ମୋର ଆଶା, ଜନସାଧାରଣ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ ଅଛନ୍ତି,” ବୋଲି ଦୀପ୍ତି ମହାପାତ୍ର, ଜିଏମ୍‌, କ୍ରୁଟ୍‌ କହିଛନ୍ତି । ଏଫଆଇଏଚ୍‌ ପୁରୁଷ ହକି ବିଶ୍ୱ କପ୍‌ ୨୦୨୩କୁ ‘ଇଣ୍ଡିଆସ୍‌ ବେଷ୍ଟ-କେପ୍ଟ ସିକ୍ରେଟ’ ଭାବରେ ପରିଚିତ ଓଡ଼ିଶାରେ ଏକ ସ୍ମରଣୀୟ ଘଟଣାରେ ପରିଣତ କରିବା ଏବଂ ମୋ ବସ୍‌ ଓ ଇ-ରାଇଡ ସହିତ ଆସନ୍ତୁ, ‘ଗର୍ବର ସହିତ ଯାତ୍ରା କରିବା ।’
ଭୁବନେଶ୍ୱର: ସ୍ମାର୍ଟ ସଲ୍ୟୁସନ୍‍ ଚାଲେଞ୍ଜ ଆଣ୍ଡ ଇନ୍‍କ୍ଲୁସିଭ ସିଟିଜ୍‍ ଆୱାର୍ଡ ଗ୍ରହଣ କରିଛି କ୍ରୁଟ୍‍। ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟ୍‍କୁ ଏହି ଆୱାର୍ଡ ମିଳିଛି। ଆୱାର୍ଡ ମିଳିବା ନେଇ ଗତ ୨୬ ଜୁଲାଇରେ ଘୋଷଣା କରାଯାଇଥିଲା। ଗୁରୁବାର ବିଧିବଦ୍ଧ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ରୁଟ୍‍ ଜେନେରାଲ୍‍ ମ୍ୟାନେଜର୍‍ ଦିପ୍ତୀ ମହାପାତ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ହର୍‍ଦୀପ୍‍ ସିଂ ପୁରୀଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଜନସାଧାରଣଙ୍କ ସହଜ ଯାତାୟାତ ଏବଂ ବଜାରର ଚାହିଦା ଅନୁଯାୟୀ କ୍ର୍ରୁଟ୍‍ ‘ମୋ ବସ୍‍’ ସେବାରେ ଅଭିନବ ଓ ନିରାପଦ ଯାତ୍ରା ଯୋଗାଇ ଦେଉଛି। ଏଥିପାଇଁ କ୍ରୁଟ୍‍କୁ ଏହି ପୁରସ୍କାର ଦିଆଯାଇଛି।
ଏହି ଅବସରରେ କ୍ରୁଟ୍‍ ପକ୍ଷରୁ କୁହାଯାଇଛି ଯେ କ୍ରୁଟ୍‍ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋ ବସ୍‍ ସେବା ସାଧାରଣ ଜନତାଙ୍କ ବିଶ୍ୱାସଭାଜନ ହୋଇପାରିଛି। ଯାହାଦ୍ୱାରା ଜନସାଧାରଣ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ଯାନବାହାନ ବ୍ୟବହାର କରିବା ପରିବର୍ତ୍ତେ ସରକାରୀ ମୋ ବସ୍‍ରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରୁଛନ୍ତି। କ୍ରୁଟ୍‍ ଏକମାତ୍ର ସହରାଞ୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଭାବେ ବରିଷ୍ଠ ନାଗରିକ ଯାତ୍ରୀମାନଙ୍କ ପାଇଁ ସଂରକ୍ଷିତ ସିଟ୍‍ ସହିତ ଟିକଟ୍‍ ମୂଲ୍ୟରେ ୫୦% ରିହାତି ଦେଉଛି। ମୋ ବସ୍‍ରେ ମହିଳାମାନଙ୍କ ପାଇଁ ସିଟ୍‍ ସଂରକ୍ଷଣ ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ଟିକଟ୍‍ ମୂଲ୍ୟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ମଧ୍ୟ ରହିଛି। ଓଡ଼ିଶାରେ ପ୍ରଥମଥର ପାଇଁ ଇଲେକ୍ଟ୍ରିକ୍‍ ଯାନ ନୀତିକୁ କାର୍ଯ୍ୟକାରୀ କରାଯିବା ସହିତ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ବିହୀନ ଇ-ବସ୍‍ ଏବଂ ଇ-ରିକ୍ସା ସେବା ଆରମ୍ଭ କରାଯାଇଛି ବୋଲି ସଂସ୍ଥା କହିଛି।
ଏହି ପୁରସ୍କାର ମିଳିବା ପରେ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ କ୍ର୍ରୁଟ୍‍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପାଇଁ କୃତଜ୍ଞତା ଜଣାଇବା ସହ ମୋ ବସ୍‍କୁ ଦୈନନ୍ଦିନ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହି ଆୱାର୍ଡ ମିଳିଛି ବୋଲି କହିଛନ୍ତି। କ୍ରୁଟ୍‍ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋ ବସ୍‍ ସେବା ଲିଙ୍ଗ, ବୟସ ଏବଂ ଦକ୍ଷତା ଅନୁଯାୟୀ ପ୍ରତିଟି ବର୍ଗର ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ୍‍ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜନପରିବହନ ଯାନକୁ ବ୍ୟବହାର କଲେ ଟ୍ରାଫିକ୍‍ ସମସ୍ୟାରେ ନିୟମିତ ସୁଧାର ଆସିପାରିବ ବୋଲି ଶ୍ରୀ କୁଲାଙ୍ଗେ କହିଛନ୍ତି।
ସେହିପରି କ୍ରୁଟ୍‍ ଜେନେରାଲ୍‍ ମ୍ୟାନେଜର୍‍ ଦିପ୍ତୀ ମହାପାତ୍ର ଖୁସି ବ୍ୟକ୍ତ କରିବା ସହ କ୍ର୍ରୁଟ୍‍ ସର୍ବଦା ଯାତ୍ରୀମାନଙ୍କୁ ଏକ ଉତ୍ତମ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ଦେବାକୁ କାର୍ଯ୍ୟ ଜାରିରଖିଛି ବୋଲି କହିଛନ୍ତି। ଏହି ସମ୍ମାନଜନକ ଜାତିସଂଘ ପୁରସ୍କାର ଗ୍ରହଣ କରିବା ସାରାରାଜ୍ୟ ପାଇଁ ଏକ ଗର୍ବର ବିଷୟ। ବର୍ତ୍ତମାନ ମୋ ବସ୍‍ ସେବା ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ସହିତ ଯୋଡ଼ି ହୋଇପାରିଛି। ସହରାଞ୍ଚଳ ପରିବହନ କ୍ଷେତ୍ରରେ ମୋ ବସ୍‍ ସେବା ବିଶେଷ ପ୍ରଭାବୀ ହୋଇଥିବା ବେଳେ ସମସ୍ତ ଜନସାଧାରଣଙ୍କ ପାଖରେ ପହଞ୍ଚିପାରିଛି। ମୋ ବସ୍‍ ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ଥିବାରୁ ରାଜ୍ୟ ସରକାର ଓ ପ୍ରତ୍ୟେକ ଯାତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
ଭୁବନେଶ୍ବରରେ ଇ-ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜୁଲାଇ ୩୧ ପର୍ଯ୍ୟନ୍ତ କରିପାରିବେ ମାଗଣା ଯାତ୍ରା
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଇ-ବସ୍‍ ସେବା। ମୋ ବସ୍‍’ର ସଫଳତା ପରେ ରାଜ୍ୟରେ ପ୍ରଥମଥର ପାଇଁ ରାଜଧାନୀରେ ଇ-ବସ୍‍ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଟେରି ଚାଲିତ ‘ମୋ ବସ୍‌’ ଏବଂ ‘ଅଟୋ ରିକ୍ସା’ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏୟାରପୋର୍ଟ ରୋଡ୍‌ ନବୀନ ନିବାସ ସାମ୍ନାରେ ଉଭୟ ମୋ ଇ-ରାଇଡ ଏବଂ ଇ-ବସ୍‌କୁ ଶୁଭାରମ୍ଭ କରିଛନ୍ତି। ଉଭୟ ଇ-ରାଇଡ୍‌ ଓ ଇ-ବସ୍‌ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇଥିବା ବେଳେ ଏହି ସେବା ‘ମୋ ବସ୍‌’ ଯାତ୍ରୀମାନଙ୍କ ପ୍ରଥମ ଓ ଶେଷ ମାଇଲ୍‌ ସଂଯୋଗୀକରଣ କରିବ।
ପ୍ରଥମ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍‍ ଚଳାଚଳ କରିବ। ଇ-ବସ୍‌ଗୁଡ଼ିକ ‘ମୋ ବସ୍‌’ର ୪ଟି ରୁଟ୍‌ରେ ହିଁ ଗତି କରିବ। ସମସ୍ତ ଇ-ବସ୍‌ରେ ଏସି ସୁବିଧା ସହିତ, ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ୍‌ ରହିଛି। ଇ-ବସ୍‌ ଗାଇଡ ଭାବରେ ୫୦% ପ୍ରତିଶତ ମହିଳା ଓ ମୋ ଇ-ରାଇଡରେ ଶତପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥୀ ଭାବରେ ନିଯୁକ୍ତି ଦିଆଯାଇଛି। ଏହାଦ୍ବାରା କ୍ରୁଟ୍‌ର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏକ ନୂତନ ପଦକ୍ଷେପ ଭାବରେ କ୍ରୁଟ୍‌ ପକ୍ଷରୁ ମହିଳାମାନଙ୍କୁ ‘ମୋ ବସ୍‌’ ଚାଳନା ପାଇଁ ସୁଯୋଗ ଦିଆଯାଇଛି।
ପ୍ରଥମ ଥର ପାଇଁ ଆପଣଙ୍କ ସହରରେ ପ୍ରଦୂଷଣମୁକ୍ତ ମୋ ଇ-ରାଇଡ୍ ଏବଂ ଇ-ବସ୍ ୨୯ଜୁଲାଇ, ୨୦୨୨ରୁ ଗତି କରିବ। ଆପଣ ବିନା ମୂଲ୍ୟରେ ୨୯ ରୁ ୩୧ ତାରିଖ ଯାଏଁ ୯, ୧୧, ୧୨ ଏବଂ ୨୩ ନମ୍ବର ରୁଟ୍ ରେ ମାଗଣା ଯାତ୍ରା କରି ଇ-ବସ୍ ର ଅନୁଭବ ନେଇପାରିବେ। #GreenMobility#EBuses#FreeRides pic.twitter.com/aoAN5ot4d0
— Capital Region Urban Transport (@CRUT_BBSR) July 29, 2022
ଏହି ନୂତନ ସେବାର ଶୁଭାରମ୍ଭ ଉପଲକ୍ଷେ ସାଧାରଣ ଯାତ୍ରୀମାନେ ଜୁଲାଇ ୨୯ରୁ ୩୧ ତାରିଖ ପର୍ୟ୍ୟନ୍ତ ବିନା ଟିକେଟ୍‌ରେ ପ୍ରଦୂଷଣ ବିହୀନ ଇ-ବସ୍‌ ଯାତ୍ରାର ଅନୁଭବ ନେଇପାରିବେ। ସେହିପରି ଏହି ସେବା ଦ୍ବାରା ୫୦୦ରୁ ଊର୍ଦ୍ଧ୍ବ ରୋଜଗାର ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି। ଇ-ବସ୍‌ର ଟିକେଟ ମୂଲ୍ୟ ସାଧାରଣ ଏସି ବସ୍‌ ଟିକେଟ୍‌ ମୂଲ୍ୟ ସହିତ ସମାନ ରହିଛି। ଆବଶ୍ୟକ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବସ୍‌ ଟିକେଟ୍‌ ମୂଲ୍ୟରେ ରିହାତି ପୂର୍ବଭଳି ସମାନ ରହିଛି। ପ୍ରଥମ ପର୍ଯ୍ଯାୟରେ ଏହି ଇ–ବସ୍ ସେବା ରୁଟ ନମ୍ବର ୯, ୧୧, ୧୨ ଓ ୨୩ ରେ ଚଳାଚଳ କରିବ। ମୋ ଇ-ରାଇଡ ଭୁବନେଶ୍ବରର ପଟିଆ, ପାତ୍ରପଡ଼ା ଏବଂ ପୋଖରିପୁଟ ଅଞ୍ଚଳର ବିଭିନ୍ନ ରୁଟ୍‌ରେ ଗଡ଼ିବା ସହିତ ଏହାର ଟିକେଟ୍‌ ମୂଲ୍ୟ ଫ୍ଲାଟ ୧୦ ଟଙ୍କା ରହିଛି।
ପ୍ରାଥମିକ ପର୍ଯ୍ୟାୟରେ ଚାଲିବାକୁ ଥିବା ୧୦ଟି ଇ-ବସ୍‍ ୨ ମାସ ହେବ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଟ୍ରାଏଲ୍‍ ରନ୍‍ କରାଯାଇଥିଲା।  ଏହି ୧୦ଟି ଏସି ବସ୍‍ର ଚାଳନା ପାଇଁ ‘ମୋ ବସ୍‍’ର ସ୍ୱତନ୍ତ୍ର କ୍ୟାପଟେନ୍‍ଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା ‘ମୋ ବସ’କୁ ବହୁ ପରିମାଣରେ ଆଦୃତି ମିଳିଛି। ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍‍ର ‘ମୋ ବସ’ ସେବା ଅତ୍ୟାଧୁନିକ ଓ ଆରାମଦାୟକ ହୋଇପାରିଛି। ସହରୀ ଯାତାୟାତ ସେବାରେ ସଂସ୍କାର ଆଣିଥିବା ଏହି ସେବା ଜାତୀୟ ସ୍ତରରେ ମଡେଲ୍‍ ହୋଇପାରିଛି।
ମୋ ଇ-ରାଇଡ୍ ଏବଂ ଇ-ବସ୍ ରେ ଯାତ୍ରା କରନ୍ତୁ ଏବଂ ଆପଣଙ୍କ ସହରକୁ ଏକ ପ୍ରଦୂଷଣ ମୁକ୍ତ ସହର ଭାବରେ ଗଠନ କରନ୍ତୁ। #MoBus#EBus#MoBusForBetterYou#GreenMobility pic.twitter.com/qdqdSJIH1b
— Capital Region Urban Transport (@CRUT_BBSR) July 28, 2022
ବର୍ତ୍ତମାନ ୩୨ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ଟି ବସ୍‌ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ବସ୍‍ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ୍‍ ଗଡ଼ିବାକୁ ଥିବା ବେଳେ ଖୁବ୍‍ଶୀଘ୍ର ଆଉ ୪୦ ବସ୍‍ ଏଥିରେ ଯୋଡ଼ି ହୋଇ ମୋଟ୍‍ ୫୦ଟି ଇ-ବସ୍‌ ଚାଲିବ ବୋଲି ଜଣାପଡ଼ିଛି। ଏହି ସେବାରେ ଲୋକମାନେ ଇ-ରିକ୍ସା ଜରିଆରେ ମୋ ବସ୍‍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଦୀର୍ଘଦିନ ଧରି ଇ-ବସ୍‍ ସେବା ଆରମ୍ଭ କରିବା ପାଇଁ ଯୋଜନା ରହିଥିବା ବେଳେ କରୋନା ଏଥିରେ ବଡ଼ ଆହ୍ୱାନ ହୋଇଥିଲା। ମାତ୍ର ଧୀରେ ଧୀରେ ସ୍ଥିତି ସୁଧୁରିବା ପରେ ଏବେ ଇ-ବସ ‘ମୋ ବସ୍‍’ରେ ଯୋଡ଼ି ହେବାକୁ ଯାଉଛି। ଇତି ମଧ୍ୟରେ ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‍ ଡିପୋ ନିର୍ମିତ କରାଯାଇଛି। ଏହି ଡିପୋରେ ଇ-ବସ୍‌ ଚାର୍ଜିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
‘ମୋ ବସ୍‌’କୁ ଆଉ ଏକ ସଫଳତା, ମିଳିଲା ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨
ଭୁବନେଶ୍ୱର : ସିଟି ବସ୍‍ ସେବା କ୍ଷେତ୍ରରେ ‘ମୋ ବସ୍‍’କୁ ପୁଣି ଥରେ ସଫଳତା ମିଳିଛି। ଦେଶର ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍କୁ ପୂର୍ବରୁ ପୁରସ୍କାର ମିଳିଥିବା ବେଳେ ଏବେ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨ ମିଳିଛି। ରାଜ୍ୟରେ ସହରାଞ୍ଚଳ ପରିବହନ ଦିଗରେ କ୍ରୁଟ୍ର ଉଲ୍ଲେଖନୀୟ ପଦକ୍ଷେପ ଏବଂ ସାଧାରଣ ଯାତ୍ରୀମାନଙ୍କ ବ୍ୟବହାରରେ ଆସିପାରୁଥିବା ଉନ୍ନତ ମୋ ବସ୍ ସୁବିଧା ଯୋଗୁଁ ଲଗାତାର କ୍ରୁଟ୍କୁ ଜାତୀୟ ସ୍ତରରେ ସମ୍ମାନ ଓ ମାନ୍ୟତା ମିଳିଆସୁଛି। ସେପରି ଜନସାଧାରଣଙ୍କ ସହଜ ଯାତାୟତ ଏବଂ ବଜାରର ଚାହିଦା ଅନୁଯାୟୀ କ୍ର୍ରୁଟ୍ ମୋ ବସ୍ ସେବାରେ ଅଭିନବ ଓ ନିରାପଦ ଯାତ୍ରାର ଅନୁଭୂତି ଦେବା ଦିଗରେ କାର୍ଯକାରୀ କରିଥିବା ଉନ୍ନତ ପଦକ୍ଷେପ ଯୋଗୁଁ  କ୍ରୁଟ୍କୁ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱା଼଼ର୍ଡ଼-୨୦୨୨ ସମ୍ମାନ ପ୍ରଦାନ କରାଯାଇଛି।
@CTOdisha @NIUA_India @UNinIndia @giztransportIN @TUMInitiative @BMZ_Bund @SmartCities_HUA
— Capital Region Urban Transport (@CRUT_BBSR) July 26, 2022
ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରୁଟ୍ର ସେବାକୁ ନିୟମିତ ଭାବରେ ତ୍ୱରାନ୍ୱିତ କରାଯାଉଛି। ସେପରି ଆଗାମୀ ସପ୍ତାହରେ ଇ. ବସ୍ ଏବଂ ଇ. ରିକ୍ସା ଆରମ୍ଭ କରିବାକୁ ଯୋଜନା କରି ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଯାଉଛି କ୍ରୁଟ୍। କ୍ରୁଟ୍ ହେଉଛି ଏକମାତ୍ର ସହରାଞ୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଯାହାକି ତା’ର ବରିଷ୍ଠ ନାଗରିକ ଯାତ୍ରୀମାନଙ୍କ ପାଇଁ ସଂରକ୍ଷିତ ସିଟ୍ ସହିତ ଟିକେଟ୍ ମୂଲ୍ୟରେ ୫୦% ରିହାତି ଦେଉଛି। ସେପରି ମୋ ବସ୍‌ରେ  ମହିଳାମାନଙ୍କ ପାଇଁ ସିଟ୍ ସଂରକ୍ଷଣ ଏବଂ ଭିନ୍ନକ୍ଷମ ଯାତ୍ରୀଙ୍କ ଟିକେଟ୍ ମୂଲ୍ୟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ରହିଛି।
“କ୍ରୁଟ୍ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋ ବସ୍ ସେବା ପ୍ରତିଟି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ୍ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜନ ପରିବହନକୁ ବ୍ୟବହାର କଲେ ଟ୍ରାଫିକ୍ ସମସ୍ୟାରେ ନିୟମିତ ସୁଧାର ଆସିପାରିବ। ମୋ ବସ୍‌କୁ ବ୍ୟବହାର କରୁଥିବା ସାଧାରଣ ଜନତାଙ୍କ ପାଇଁ କ୍ରୁଟ୍କୁ ଏହି ସମ୍ମାନ ଓ ଜାତୀୟ ମାନ୍ୟତା ମିଳିପାରିଛି।” ବୋଲି କ୍ର୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ମତ ପ୍ରକାଶ କରିଛନ୍ତି।
We are elated to share that CRUT has been bestowed as a winner in The Smart Solutions Challenge & Inclusive Cities Awards 2022 under the category of Market – Ready Solutions. @CMO_Odisha @HUDDeptOdisha @MoSarkar5T @STAOdisha @Vijaykulange @NIUA_India https://t.co/lEcYXcBuTg
— Capital Region Urban Transport (@CRUT_BBSR) July 26, 2022
କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ଶ୍ରୀମତି ମହାପାତ୍ର ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “କ୍ରୁଟ୍ ସର୍ବଦା ଯାତ୍ରୀମାନଙ୍କୁ ଏକ ଉତ୍ତମ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ଦେବାରେ କାର୍ଯ୍ୟରତ। ଏହି ପୁରସ୍କାର ସାରା ରାଜ୍ୟ ପାଇଁ ଏକ ଗର୍ବର ବିଷୟ। ବର୍ତ୍ତମାନ ମୋ ବସ୍ ସେବା ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ସହିତ ଯୋଡ଼ି ହୋଇପାରିଛି। ସହରାଞ୍ଚଳ ପରିବହନ କ୍ଷେତ୍ରରେ ମୋ ବସ୍ ସେବା ବିଶେଷ ପ୍ରଭାବିତ ଢ଼ଙ୍ଗରେ ସମସ୍ତଙ୍କ ପାଖରେ ପହଞ୍ଚିପାରିଛି। ମୋ ବସ୍ ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ଥିବାରୁ ଆମେ ରାଜ୍ୟ ସରକାର ଓ ପ୍ରତ୍ୟେକ ଯାତ୍ରୀମାନଙ୍କ ପାଖରେ କୃତଜ୍ଞ। ସର୍ବଦା ଉତ୍ତମ ସେବା ଯୋଗାଇଦେବା ପାଇଁ ଅନବରତ କାର୍ଯ୍ୟ କରୁଥିବା କ୍ରୁଟ୍ ଟିମ୍‌ରେ ପ୍ରତ୍ୟେକ କର୍ମଚାରୀ ଓ ସାରଥିମାନଙ୍କ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଏହା ସଫଳ ହୋଇପାରିଛି।”
ଅନ୍ତର୍ଜାତୀୟସ୍ତରରେ CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ
ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ CRUTକୁ ପୁରସ୍କାର । CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଛି । ଲିଙ୍ଗଗତ ସମାନତା ପାଇଁ ଉଦାହରଣ ସୃଷ୍ଟି କରିଛି CRUT । ମହିଳା ଓ ତୃତୀୟ ଲିଙ୍ଗିଙ୍କୁ ନିୟୋଜିତ କରିଛି CRUT । CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା କ୍ଷେତ୍ରରେ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ହେଉଛି ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର ।
Congratulate @CRUT_BBSR on receiving the 2022 @UN Public Service Awards in "Promoting gender-responsive public services to achieve the SDGs" category for #MoBus initiative. By employing women & transgenders, CRUT has set a precedent in gender equality. #OdishaLeads pic.twitter.com/Gi1pzU6p4p
— Naveen Patnaik (@Naveen_Odisha) June 23, 2022
ଏହା ଦେଶମାନଙ୍କ ମଧ୍ୟରେ କୁଶଳ କାର୍ଯ୍ୟଧାରା ଗ୍ରହଣ କରିଥାଏ । ଯାହାକି ଜନସାଧାରଣଙ୍କ ସେବାରେ ସମର୍ପିତ ହୋଇ ପ୍ରସିଦ୍ଧି ଲାଭ କରିଥାଏ । ଜନସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବକୁ ଗୁରୁତ୍ୱ ଦେବା ଓ ସୁପରିଚାଳନା ଦିଗରେ କ୍ରୁଟ୍ ଦୀର୍ଘ ପାଞ୍ଚ ବର୍ଷ ଧରି କାର୍ଯ୍ୟ କରିଆସୁଛି । ଏହି କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରି କ୍ରମାଗତ ଭାବେ ଭୁବନେଶ୍ୱର ଅନ୍ତର୍ଗତ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରି କ୍ରୁଟ୍ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ।
କଟକର ୪ ନୂଆ ରୁଟରେ ଗଡ଼ିବ ୩୦ଟି ମୋ ବସ୍
ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଯୋଗାଇ ଆସୁଛି। ଯାହାଦ୍ବାରା ଜନସାଧାରଣଙ୍କ ଦୈନଦିନ ଯାତ୍ରାରେ ବେସ ସହାୟକ ହେଉଛି।  ଯାତ୍ରୀଙ୍କ କ୍ରମାଗତ ଅନୁରୋଧ ପରେ କଟକ ସହର ମଧ୍ୟରେ କିଛି ନୂଆ ରୁଟ୍‌ରେ ମୋ ବସ୍ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୁଣା ବସକୁ ପୁନରୁଦ୍ଧାର କରି ଉକ୍ତ ବସ ଗୁଡିକରେ ଆଧୂନିକ ସୁବିଧା ସହିତ ମୋ ବସ୍ ଭାବରେ କଟକରେ ଚାଲିବ। ଯାହାଦ୍ବାରା ରୌପ୍ଯ ସହର କଟକର ଯାତ୍ରୀମାନେ ସୁବିଧାରେ ଯାତ୍ରା କରିବେ।
୮୦ ନଂ ରୁଟ ବିଜୁ ପଟ୍ଟନାୟକ ଛକରୁ ଚାରବାଟିଆ, ୮୧ ନଂ ରୁଟ୍ ବାରବାଟି ଷ୍ଟାଡ଼ିୟମ୍‌ରୁ ସାଲେପୁର, ୮୨ ନଂ ରୁଟ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ଏସସିବି ମେଡିକାଲ, ୮୩ ନମ୍ବର ରୁଟ୍ ଧବଳେଶ୍ବରରୁ  କନ୍ଦରପୁର ପର୍ଯ୍ଯନ୍ତ ୪ଟି ନୂଆ ରୁଟ୍ ତିଆରି କରାଯାଇଛି। ଏହି ସେବା ଦ୍ବାରା  କଟକର ଜନସାଧାରଣ ସୁବାଧା ଓ ସହଜ ଯାତାୟାତ ପାଇଁ ଅଧିକ ସୁଯୋଗ ପାଇବେ। ପ୍ରତ୍ଯେକ ଯାତ୍ରୀ ପକେଟ ଉପଯୋଗୀ ତଥା କମ ମୂଲ୍ଯରେ ଯାତ୍ରା କରିବେ।
ପୁରୁଣା ବସ୍‌କୁ ପୁନରୁଦ୍ଧାର କରି ଆଧୁନିକ ସୁବିଧାଗୁଡ଼ିକ ସହିତ ମୋ ବସ୍ ଭାବରେ କଟକ ସହରରେ ଗଡ଼ିବ । ଏହି ସାଧାରଣ ବସ ସେବା ଜୁନ୍ ୮ ତାରିଖ ବୁଧବାର ଠାରୁ ଆରମ୍ଭ ହେବ। ଏ ନେଇ ବୋଲି କ୍ରୁଟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି ।
ସସଟେନଆବିଲିଟି ହେଉଛି କ୍ରୁଟର ମୂଳ ଲକ୍ଷ୍ଯ। ଦୀର୍ଘ ବର୍ଷ ଧରି ପଡିରହିଥିବା  ପୁରୁଣା ବସଗୁଡିକ ସଜାଡି ପୂର୍ବପରି ରୋଡରେ ଚଳାଇବା ପାଇଁ କ୍ରୁଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଯାହା ବର୍ତ୍ତମାନ ସେ ଲକ୍ଷ୍ଯରେ ସଫଳ ହୋଇଛି। କଟକରେ ଯାତ୍ରୀମାନେ ଦୈନିକ ଯାତାୟତରେ ଏହି ସେବା ଦ୍ବାରା ଲାଭାନ୍ବିତ ହେବେ ବୋଲି କ୍ରୁଟ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରତ୍ଯେକ ବସ ଯାତ୍ରା ପୂର୍ବରୁ ପ୍ରତିଥର ସାନିଟାଇଜ୍ କରାଯିବାର ବ୍ଯବସ୍ଥା ରହିଛି। କ୍ରୁଟ ସର୍ବଦା ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇଆସୁଛି । ସମସ୍ତ ରୁଟ୍‌ ବସ୍‌ଗୁଡ଼ିକ ମୋ ବସ୍ କଟକ ଟର୍ମିନାଲ୍‌ରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟ୍ ଦେଇ ଗତି କରିବ।
ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ରହିବ ସିଟ୍ ସଂରକ୍ଷଣ, ଭଡ଼ା ଉପରେ ୫୦% ଛାଡ଼
ଭୁବନେଶ୍ବର: କ୍ରୁଟ ପକ୍ଷରୁ ବଡ଼ ପଦକ୍ଷେପ। ବରିଷ୍ଠଙ୍କ ପାଇଁ ୫୦% ଭଡ଼ା ରିହାତି ସୁବିଧା କରିଛି। ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ବସ୍ ଭଡ଼ା ଉପରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ଏଥିସହ ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସିଟ୍ ସଂରକ୍ଷଣ ରହିବ। ନିରାପଦ ଓ ସୁବିଧାଦାୟକ ଯାତ୍ରା ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ କ୍ରୁଟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
We make every effort to ensure that your travel is both comfortable and safe. Senior citizens have dedicated seats in #MoBus along with privision for 50% discount on the fare.#MoBusForBetterYou#SeniorCitizenFriendly #ComfortableandSafe#MoBusDiaries pic.twitter.com/Bmv2G2GqAd
— Capital Region Urban Transport (@CRUT_BBSR) April 25, 2022