srimandir heritage corridor - The Sakala
ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଏନଓସି ପ୍ରଦାନ କଲା NMA; ନିଷିଦ୍ଧାଞ୍ଚଳରେ ହେବ ଶୌଚାଳୟ, କ୍ଲକ୍ ରୁମ୍ ଏବଂ ସେଲଟର ପାଭିଲିଅନ୍
ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ପ୍ରଦାନ ହେଲା ଏନଓସି । ଏନଓସି ପ୍ରଦାନ କଲା NMA । NMAର ଏନଓସି ଅନୁସାରେ ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, କ୍ଲକ୍ ରୁମ, ମିନି କ୍ଲକ୍ ରୁମ, ସେଲଟର ପାଭିଲିଅନ, ସେବାୟତଙ୍କ ପାଇଁ ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ ନିର୍ମାଣ କରାଯିବ । ସେହିପରି ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ ଓ କ୍ଲକ୍ ରୁମ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମଏ ଅନୁମତି ଦେଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପ୍ସନ ସେଣ୍ଟର ନିର୍ମାଣ କରିବା ପାଇଁ ଏନଏମଏ ଏନଓସିରେ ଉଲ୍ଲେଖ କରିଛି । ରିସେପ୍ସନ ସେଣ୍ଟର ଦୁଇ ମହଲା ବିଶିଷ୍ଟ ଓ ଏହାର ଉଚ୍ଚତା ୭.୫ମିଟର ମଧ୍ୟରେ ରହିବ ।
ସେହିପରି ମନ୍ଦିର କାର୍ଯ୍ୟାଳୟର ନିର୍ମାଣ ନେଇ ମଧ୍ୟ NOC ପ୍ରଦାନ କରାଯାଇଛି । ଏହାର ଉଚ୍ଚତା ମଧ୍ୟ ୭.୫ ମିଟର ମଧ୍ୟରେ ରଖାଯିବାକୁ ଲେଖାଯାଇଛି । ଏଥିସହ ବଡ଼ ଛତା ମଠ ଓ ଛାଉଣୀ ମଠର ଉନ୍ନତିକରଣ କାର୍ଯ୍ୟ କରାଯିବ । ତେବେ ବର୍ଦ୍ଧିତ କିମ୍ବା ନିର୍ମାଣ କରାଯାଇପାରିବ ନାହିଁ । ସେହିପରି ଇନ୍ଫର୍ମେସନ, ଡୋନେସନ ସେଲ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଓ ଏଟିଏମ୍ ନିର୍ମାଣ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ରେଗୁଲେଟେଡ୍ ଅଞ୍ଚଳରେ କରାଯିବ ।
ଭୁବନେଶ୍ବର : ସାରା ବିଶ୍ୱର କୋଟିକୋଟି ହିନ୍ଦୁଙ୍କ ଆସ୍ଥାର ଠାକୁର ହେଉଛନ୍ତି ଶ୍ରୀଜଗନ୍ନାଥ। ସାଢ଼େ ଚାରିକୋଟି ଓଡ଼ିଆଙ୍କ ଧାର୍ମିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହେଉଛି ପୁରୀ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୁରୀକୁ ବିଶ୍ୱର ଅନନ୍ୟ ସହର ଭାବରେ ଗଢ଼ି ତୋଳିବା ପାଇଁ ପ୍ରସ୍ତୁତ ହୋଇଛି ବିଧିବଦ୍ଧ ନକ୍ସା। ପ୍ରତ୍ନତତ୍ତ୍ୱ ବିଭାଗ, ସରକାରଙ୍କ ମାର୍ଗଦର୍ଶିକାକୁ ଆଧାର କରି ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସୁବିଧା ପାଇଁ ଅନ୍ୟ ଧାର୍ମିକ ପୀଠ ପରି ନିର୍ମାଣ କାର୍ଯ୍ୟ କରାଯାଉଛି। ରାଜ୍ୟ ତଥା ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀମନ୍ଦିର ପରିକ୍ରମା ଅବସରରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରୂପାନ୍ତରଣରେ ମୁଗ୍ଧ ହୋଇଛନ୍ତି। ଉନ୍ନୟନ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି।
ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ କାର୍ଯ୍ୟ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିବାବେଳେ କତିପୟ ବ୍ୟକ୍ତି ଶ୍ରୀକ୍ଷେତ୍ରର ଆତ୍ମଘୋଷିତ ଅଭିଭାବକ ସାଜି ଏହାକୁ ବିରୋଧ କରିବା ସହ  ଏଭଳି ଏକ ମହତ କାର୍ଯ୍ୟରେ ବାଧା ପହଞ୍ଚାଇବା ସହ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି ଫାଇଦା ହାସଲ କରିବାକୁ ଉଦ୍ୟମ କରୁଥିଲେ। ବିନା ତଥ୍ୟପ୍ରମାଣରେ ନିରାଧାର ଅଭିଯୋଗ ଆଣି ମିଛ ତଥ୍ୟ ଦେଇ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଲୋକମାନଙ୍କ ଧାର୍ମିକ ଭାବନା ସହ ଖେଳିବାକୁ ଅପଚେଷ୍ଟା କରାଯାଇଥିଲା। ହାଇକୋର୍ଟରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ମାମଲା କରାଯାଇଥିଲା। କିନ୍ତୁ ହାଇକୋର୍ଟ କାମ ଚାଲୁ ରଖିବା ପାଇଁ ରାୟ ଦେବା ପରେ ମଧ୍ୟ ବିରୋଧୀଙ୍କ ମନ ମାନି ନଥିଲା। ସୁପ୍ରିମକୋର୍ଟରେ ଏନେଇ ଏକ ଜନସ୍ବାର୍ଥ ମାମଲା କରିଥିଲେ କୁଚକ୍ରୀଗୋଷ୍ଠୀ। ସେମାନେ ଭାବିଥିଲେ ଏପରି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ରୋକ ଲଗାଇବା ନେଇ ତାଙ୍କର ଯେଉଁ ଅପଚେଷ୍ଟା ତାହା ଫଳପ୍ରଦ ହେବ। କିନ୍ତୁ ମହାପଭୁ ଜଗନ୍ନାଥ ତାଙ୍କ ଶ୍ରୀମନ୍ଦିର ବିକାଶ କାମରେ ବାଧା ସୃଷ୍ଟି କରିବାର ସବୁ ଅପଚେଷ୍ଟାକୁ ଧୂଳିସାତ୍‌ କରିଦେଇଛନ୍ତି।
ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ ଦାୟର କରିଥିବା ମମାଲକୁ ସୁପ୍ରିମକୋର୍ଟ ଶୁଣାଣି କରିଥିବା ବେଳେ ଆଜି ତାର ରାୟ ପ୍ରକାଶ ପାଇଥିଲା।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ପ୍ରସଙ୍ଗକୁ ନେଇ ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଗତକାଲି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ହୋଇଥିବା ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଏହି ଶୁଣାଣି ହୋଇଥିଲା। ଏହି ମାମଲାର ଶୁଣାଣି ପାଇଁ ସୁମନ୍ତଙ୍କ ଓକିଲ ମହାଲକ୍ଷ୍ମୀ ପାଭାନୀ ଓ ଅର୍ଦ୍ଧେନ୍ଦୁଙ୍କ ଓକିଲ ନଚିକେତା ଯୋଶୀ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ।  ତେବେ ଆଜି ରାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିଛନ୍ତି ସର୍ବେଚ୍ଚ ନ୍ୟାୟାଳୟ। ଏହାସହ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି । ଏସଏଲପିକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମାମଲାକୁ ଖାରଜ କରିଦେବା ସହ ଦୁଇ ଆବେଦନକାରୀଙ୍କୁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀ  ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଛନ୍ତି । ତେବେ ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିଛନ୍ତି।
ଗତକାଲି ସବୁ ପକ୍ଷକୁ ଶୁଣିବା ପରେ ଦୁଇ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ବେଆଇନ ନିର୍ମାଣ ଓ ଖନନ ହୋଇଥିବା ଅଭିଯୋଗ ହୋଇଥିଲା । ୨ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ ଦାୟର କରିଥିଲେ । ତେବେ ରହିତାଦେଶ ଏଡାଇବାକୁ ସରକାର କ୍ୟାଭିଏଟ୍ କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପରେ ଜାରି ରହିବ ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ । ଭକ୍ତଙ୍କ ସୁବିଧା ପାଇଁ ନିର୍ମାଣ କାମ ହେଉଥିବା ସୁପ୍ରିମକୋର୍ଟରେ ଦର୍ଶାଇଥିଲେ ଓଡ଼ିଶା ସରକାର । ଶୌଚାଳୟ, ପ୍ରତୀକ୍ଷା କେନ୍ଦ୍ର, ଇଲେକ୍ଟ୍ରିକ ଓ କ୍ଲକ ରୁମ ନିର୍ମାଣ ହେଉଥିବା କହିଥିଲେ । ଏନଏମଏରୁ ଏନଓସି ଅଣାଯାଇଥିବା ଯୁକ୍ତି ରଖିଥିଲେ ସରକାର । ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଟ ଜେନେରାଲ ଅଶୋକ ପରିଜା । ରାଜ୍ୟ ସରକାରଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ମାମଲା ଖାରଜ କରିଥିବା କୋର୍ଟ କହିଛନ୍ତି ।
ଏହି ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ମହାପ୍ରଭୁଙ୍କ ବାଣୀ ସୁପ୍ରିମକୋର୍ଟଙ୍କ ଜରିଆରେ କୁହାଯାଇଛି। ଯାହା ବିବାଦ ଥିଲାତଥା ଆଇନ, ବେଆଇନ ସବୁ ପ୍ରସଙ୍ଗ ଉପରେ ପୂର୍ଣ୍ଣଛେଦ ପଡ଼ିଛି। ଏହି ପ୍ରସଙ୍ଗରେ ମୋତେ ମିଛୁଆ ବୋଲି କୁହାଗଲା, ରାଜନୈତିକ ଭାବେ ଟାର୍ଗେଟ କରାଗଲା। ହେଲେ ମୋର ସେଥିରେ କିଛି ଯାଏ ନାହିଁ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କିମ୍ବା ମୋର କୌଣସି ସ୍ୱାର୍ଥ ନ ଥିଲା। ମୁଁ କିନ୍ତୁ ନିସ୍ୱାର୍ଥ ଭାବେ କାମ କରିଛି ବୋଲି କହିଛନ୍ତି ପିନାକୀ ମିଶ୍ର।ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା, କପିଲ ସିବଲ, ପିନାକୀ ମିଶ୍ର ଏହି ମାମଲା ଲ‍ଢ଼ୁଥିଲେ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଡ଼ ବିବାଦ ଉପୁଜିଥିବା ବେଳେ  ଏସ୍‌ଆଇ ନିୟମ ଉଲ୍ଲଙ୍ଘନ କରି ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା।
କେବଳ ସେତିକି ନୁହେଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପିରୁ ପୁରୀ ସାଂସଦ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ଏହି ଶ୍ରୀମନ୍ଦିର ପରିକ୍ରମା ପକଳ୍ପକୁ ନେଇ ବେଶ ରାଜନୀତି କରିଥିଲେ। ଦେଶର ବିଭିନ୍ନ ଐତିହ୍ୟ ସମୃଦ୍ଧ ସହର, ଧାର୍ମିକ ପୀଠର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଛି। କେଦାରନାଥ, ବଦ୍ରିନାଥ, ବାରଣାସୀ, ତିରୁପତି, ମଥୁରା, ବୃନ୍ଦାବନ ଆଦି ପୀଠକୁ ବିକାଶ କରାଯାଉଛି। ସେତେବେଳକୁ କେହି ତୁଣ୍ଡ ଖୋଲୁ ନାହାନ୍ତି। ମାତ୍ର କୋଟିକୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଆସ୍ଥାର ପୀଠ ଓ ଚାରି ଧାମ ମଧ୍ୟରୁ ଅନ୍ୟତମ ଜଗନ୍ନାଥ ଧାମର ବିକାଶ ପାଇଁ ଏମାନେ ବିରୋଧ କରିବା ସହ କାର୍ଯ୍ୟକୁ ବନ୍ଦ କରିବା ପାଇଁ ହୀନଚକ୍ରାନ୍ତ କରିଥିଲେ।
ଯେତେବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କଲେ; ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଶ୍ରୀମନ୍ଦିର ନିକଟରେ ପୁରୁଷ ପୁରୁଷ ଧରି ଘରଦ୍ବାର ଏବଂ ବ୍ୟବସାୟ ପ୍ରତିଷ୍ଠାନ କରି ରହି ଆସୁଥିବା ସେବାୟତମାନେ ସ୍ବତଃପ୍ରବୃତ୍ତ ଭାବେ ନିଜ ଜମି ଓ ଘରଦ୍ବାରକୁ ଏହି ମହତ୍ କାର୍ଯ୍ୟ ଲାଗି ଉତ୍ସର୍ଗ କରିଦେଲେ। କାରଣ ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କର୍ଯ୍ୟ କରାଯାଉଛି। ଯାହା ଫଳରେ ପୁରୀ ବିଶ୍ବରେ ଆହୁରି ପରିଚିତ ହେବ। ଆହୁରି ଅନେକ ପର୍ଯ୍ୟଟକ ପୁରୀକୁ ଆସିବେ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ। କିନ୍ତୁ ବିକାଶର ଏହି ମହାପର୍ବକୁ ସମ୍ଭବତଃ କିଛି କୁଚକ୍ରୀ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ହଜମ କରିପାରିଲେ ନାହିଁ। ପ୍ରକଳ୍ପ କାର୍ଯ୍ୟ ଏଏସ୍‌ଆଇ ଓ ଏନ୍‌ଏମ୍‌ଏ ମାର୍ଗଦର୍ଶିକା ଅନୁସାରେ ହେଉ ନ ଥିବା ଅଭିଯୋଗ କରିବା ସହ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି ମିଛ ପ୍ରଚାର କରି ବିକାଶ କାର୍ଯ୍ୟରେ ବାଧା ପହଞ୍ଚାଇବାକୁ ଅପଚେଷ୍ଟା କରୁଥିଲେ।
ଆଉ ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ସେହି କୁଚକ୍ରୀ ନ୍ୟସ୍ତସ୍ବାର୍ଥ କଳାପାହାଡ ଗୋଷ୍ଠୀଙ୍କ ସମସ୍ତ କଳା ହରଣ କରି ନେଇଛନ୍ତି ସୁପ୍ରିମକୋର୍ଟ। ଦେଶର ସବୋର୍ଚ୍ଚ ଅଦାଲତ ରାଜ୍ୟ ସରକାର ଶ୍ରୀମନ୍ଦିରର ବିକାଶ ପାଇଁ କରୁଥିବା କାର୍ଯ୍ୟକୁ ପ୍ରଶଂସା କରିବା ସହ ନିଜସ୍ୱ ପ୍ରଚାର କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟ ରଖି ସୁପ୍ରିମକୋର୍ଟରେ ଏଭଳି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିବା କହିଛନ୍ତି। ନିଜର ରାଜନୈତିକ ଫାଇଦା ଏବଂ କିଛି ଉଦେଶ୍ୟ ପ୍ରଣୋଦିତ କରିବା ପାଇଁ ଏଭଳି କରାଯାଇଥିବା କୋର୍ଟ ଦୃଦୟଙ୍ଗମ କରିବା ସହ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା କରିବା ସହ ଏଭଳି ମାମଲା ବନ୍ଦ ହେବା ଉଚିତ ଏବଂ ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିବା ଅନୁଚିତ ବୋଲି କରିଛନ୍ତି। ଏଥି ସହିତ ଲୋକଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ନିର୍ମାଣ କାମ କରୁଥିବା କୋର୍ଟ ଉପଲବ୍ଧି କରିଛନ୍ତି । ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ନିର୍ମାଣ କାମ ଆଦୌ ବେଆଇନ ନୁହେଁ ବୋଲି କହିଛନ୍ତି କୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କୁଚକ୍ରୀଗୋଷ୍ଠୀଙ୍କୁ ଝଟକା ଦେଇଛି।
ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ସମଗ୍ର ପୁରୀ ସହ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଏଥି ସହିତ ମହାପ୍ରଭୁ ଜଗନ୍ନାଥ ନିଜର ବିକାଶ କାମରେ ଯେପରି ବାଧା ନହେବ ତେଣୁ ସୁପ୍ରିମକୋର୍ଟଙ୍କ କଣ୍ଠରେ ଯେପରି ସେ ରାୟ ଶୁଣାଇଛନ୍ତି ବୋଲି ସୋସିଆଲ ମିଡିଆରେ ବହୁ ଜଗନ୍ନାଥ ପ୍ରେମୀ ପୋଷ୍ଟ କରିଛନ୍ତି। ‘କରି କରାଉ ଥାଏ ମୁହିଁ…ମୋ ବିନୁ ଅନ୍ୟଗତି ନାହିଁ।’ ପ୍ରଭୁ ଜଗନ୍ନାଥ ସବୁ ସହିବେ; କିନ୍ତୁ ଭକ୍ତ ଅପମାନିତ ହେଲେ କିମ୍ବା ଭକ୍ତ ଆଖିରୁ ଲୁହ ଗଡ଼ିଲେ ସେ ସହି ପାରନ୍ତି ନାହିଁ। ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଥିବା ମହାପ୍ରଭୁଙ୍କ ରଥ ଭକ୍ତ ସାଲବେଗ ପାଇଁ ଅଧାବାଟରେ ଅଟକି ଯାଇପାରେ। ମହାପ୍ରଭୁ ହାତ ବଢ଼ାଇ ଭକ୍ତ ଦାସିଆ ବାଉରି ହାତରୁ ନଡ଼ିଆ ଗ୍ରହଣ କରିପାରନ୍ତି। ବିପଦରେ ପଡ଼ି ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କଲେ ମୃଗିଣୀ ହେଉ କି ହସ୍ତିନୀ; ମହାପ୍ରଭୁ ନିଜ ଭକ୍ତକୁ ରକ୍ଷା କରିବାକୁ କିଛି ବି କରିପାରନ୍ତି। ତେଣୁ ଶ୍ରୀମନ୍ଦିର ବିକାଶ ପ୍ରସଙ୍ଗକୁ ବିରୋଧ କରି ମହାପ୍ରଭୁଙ୍କ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲେ, ମହାପ୍ରଭୁଙ୍କ ଧର୍ମଦାଣ୍ଡରେ ଦଣ୍ଡିତ ନ ହୋଇ କେହି ଖସିଯାଇ ପାରିବେ ନାହିଁ। ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟକୁ ରୋକିବା ପାଇଁ ଯେଉଁମାନେ ଏଭଳି ହୀନ ଚକ୍ରାନ୍ତ କରୁଛନ୍ତି ସେମାନଙ୍କୁ ଜଗନ୍ନାଥପ୍ରେମୀ ଓଡ଼ିଆ ଜାତି ଏବଂ ଭବିଷ୍ୟତ ପିଢ଼ି କେବେ କ୍ଷମା ଦେବ ନାହିଁ। ତେଣୁ ସେମାନେ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ଏବଂ ନିଜ ଅନ୍ତରାତ୍ମାର ଡାକ ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ବାଧା ପହଞ୍ଚାଇବାରୁ ନିବୃତ ରହନ୍ତୁ।
ବିଧାନସଭାରେ ସର୍ବସମ୍ମତ କ୍ରମେ ପାରିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି। ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା। ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଓଡିଶା ସରକାରଙ୍କ ନିକଟକୁ ଆସିଥିଲା ଯାହାକୁ ସରକାର ଅନୁମୋଦନ କରିପାରିଥାନ୍ତେ। କିନ୍ତୁ ଏହା କରିବା ବଦଳରେ ପ୍ରକଳ୍ପକୁ ଓଡିଶା ବିଧାନସଭା ମାଧ୍ୟମରେ ଓଡିଶାର ଲୋକଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ସେଠାରେ ଏହି ଯୋଜନାଟି ସମସ୍ତ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା।
ଯୋଜନା ଅନୁମୋଦନ ହେବା ପରେ ଏହାକୁ ଜାତୀୟ ଐତହ୍ୟ ପ୍ରାଧିକରଣ (ଏନ୍ଏମ୍ଏ)କୁ ପଠାଯାଇଥିଲା ଯିଏ କି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏନ୍ଏମ୍ଏର ଅନୁମୋଦନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ କାମ ଆରମ୍ଭ ହେଲା। ଏଏସ୍‍ଆଇ କିଛି ପରାମର୍ଶ ଦେଇଥିଲା ଯାହା ବିଧିବଦ୍ଧ ଭାବରେ ସାମିଲ କରାଯାଇଥିଲା ଏବଂ ସେହି ଅନୁଯାୟୀ ସଂଶୋଧନ କରାଯାଇଥିଲା। ସାଧାରଣ ଲୋକ ଏବଂ ବିଭିନ୍ନ ସଂଗଠନ ସହିତ ପରାମର୍ଶ କରିବା ପରେ, ଓଡ଼ିଶା ବିଧାନସଭା ଦ୍ୱାରା ଏହି ଯୋଜନାକୁ ସର୍ବସମ୍ମତି କ୍ରମେ ପାସ୍ କରିବା ଏବଂ ପରବର୍ତ୍ତୀ ସମୟରେ ଏନ୍‍ଏମ୍ଏ ଦ୍ୱାରା ଏହି ଯୋଜନା ଅନୁମୋଦନ ହେବାପରେ କାର୍ଯ୍ୟକାରୀ ହେଉଛି। ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ଆଶା କରାଯାଉଛି ଯେ ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ୍‍।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା ସୃଷ୍ଟି କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ସୁଲତା ଦେଓ
ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲୁ ରଖିବା ପାଇଁ ଚଳିତ ମାସରେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏଥି ସହିତ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଅଙ୍କୁଶ କିମ୍ବା ବନ୍ଦ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଥିଲେ ଓଡ଼ିଶା ହାଇକୋର୍ଟ । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ବାଧା ସୃଷ୍ଟିବାକୁ ଯେପରି ଶପଥ ନେବା ପରି କୁଚକ୍ରୀ ଗୋଷ୍ଠୀ ପ୍ରକଳ୍ପର ବାଟ ଓଗାଳିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି, ଯେଉଁଥିପାଇଁ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର କଥା କହିବୁଲୁଛନ୍ତି। କେତେବେଳେ ବିନା ଜିପିଆର (ଗ୍ରାଉଣ୍ଡ ପେନିଟ୍ରେଟିଙ୍ଗ୍‍ ରାଡାର) ସର୍ଭେ ତ ପୁଣି କେତେବେଳେ ବେଆଇନ ଭାବେ କାମ କରାଯାଉଛି ବୋଲି କହି ହୋ ହଲ୍ଲା କରୁଛନ୍ତି।
You very well know that the GPRS study was done earlier and was submitted along with the Detailed Project Report (DPR) to the National Monument Authority (NMA). But still you are trying to mislead the people of Puri.
— Sulata Deo (@DeoSulata) May 22, 2022
ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ଅର୍ଥାତ୍‍ ୧୦୦ ମିଟର ପରେ ନିର୍ମାଣ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ କୁଚକ୍ରୀଙ୍କ ଅକଲ ଗୁଡୁମ୍‍ ହୋଇଯାଇଛି। ନିର୍ମାଣ କାର୍ଯ୍ୟରେ ବ୍ରେକ୍‍ ଲଗାଇବା ପାଇଁ କୌଣସି ଯୁକ୍ତିଯୁକ୍ତ କାରଣ ପାଉ ନ ଥିବାରୁ ଅବାନ୍ତର ଏବଂ ମନଗଢା କଥାକୁ ଗଣ୍ଠି କରୁଛନ୍ତି। ଏହିକ୍ରମରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରକଳ୍ପରେ ବାଧା ଦେବାକୁ ବାରମ୍ବାର  ଅପଚେଷ୍ଟା କରୁଛନ୍ତି। ବାରମ୍ବାର ମିଛ ତଥ୍ୟ ଦେଇ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ସମ୍ବିତ ପାତ୍ର। ସମ୍ବିତଙ୍କ ଏପରି ଉଦ୍ୟମକୁ ନେଇ ବିଜେଡି ନେତ୍ରୀ ସୁଲତା ଦେଓ ତାଙ୍କ ଉପରେ ବର୍ଷିଛନ୍ତି।ଶ୍ରୀଜଗନ୍ନାଥ ମନ୍ଦିର ବିକାଶ ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ନିଜ ଜମି ଦେଇଥିଲେ ସେବାୟତ। ତେବେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଇ ବିକାଶ କାମରେ ବାଧା ସୃଷ୍ଟି କରୁଥିବା ସମ୍ବିତ ପାତ୍ରଙ୍କୁ ପୁରୀବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସୁଲତା କହିଛନ୍ତି ।
Stop playing electoral politics with Srimandir project, there are many other issues to do politics on.
— Sulata Deo (@DeoSulata) May 22, 2022
ବିଜେଡି ନେତ୍ରୀ ସୁଲତା ଦେଓ ଟ୍ୱିଟ୍ କରି ଲେଖିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୂର୍ବରୁ ଜିପିଆର ସର୍ଭେ କରାଯାଇଥିଲା । ଡିପିଆର ସହ ଏହାକୁ ଜାତୀୟ ସ୍ମାରକୀ ପ୍ରାଧିକରଣଙ୍କ ନିକଟରେ ଜମା କରାଯାଇଛି । ଏହାକୁ ଆଧାର କରି ପ୍ରକଳ୍ପ ଅଂଚଳରେ ଅଭ୍ୟର୍ଥନା କକ୍ଷ କରିବାକୁ ଏନଏମ୍ଏ ଅନୁମତି ଦେଇଥିଲେ । ତେବେ ଅଭ୍ୟର୍ଥନା କକ୍ଷର ଉଚ୍ଚତା ଅଧିକ କରିବା ପାଇଁ ରାଜ୍ୟ ସରକାର ଚାହିଁବାରୁ ଏହାକୁ ଶ୍ରୀମନ୍ଦିର ୧୦୦ ମିଟର ପରିଧିର ବାହାରକୁ ଘୁଂଚାଇ ଦେବା ପାଇଁ କୁହାଯାଇଛି । ତେଣୁ ସମ୍ବିତ ପାତ୍ର ବାରମ୍ବାର ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ସେବାୟତମାନେ ତାଙ୍କୁ କ୍ଷମା ଦେବେ ନାହିଁ । ସମ୍ବିତ ପାତ୍ରଙ୍କ ବିଭ୍ରାନ୍ତିକର ତଥ୍ୟ ସେବାୟତ ଓ ଜଗନ୍ନାଥପ୍ରେମୀଙ୍କୁ ଅତିମାତ୍ରାରେ ଆଘାତ ଦେଇଥିବା ସୁଲତା କହିଛନ୍ତି।
Stop playing electoral politics with Srimandir project, there are many other issues to do politics on.
— Sulata Deo (@DeoSulata) May 22, 2022
ଅନ୍ୟପଟେ ଜିପିଆର ସର୍ଭେକୁ ନେଇ ବେଶ୍‍ ହୋହଲ୍ଲା କରାଯାଉଛି। ବିନା ଜିପିଆରଏସ୍‍ରେ ମନ୍ଦିର ଚତୁଃପାର୍ଶ୍ବରେ ଖନନ କରାଯାଇଛି ବୋଲି ଚିତ୍କାର କରୁଛନ୍ତି। ହେଲେ ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଅର୍ଥାତ୍‍ ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ଶ୍ରୀମନ୍ଦିର ଚୌହଦୀରେ ହୋଇଛି ଜିପିଆର ସର୍ଭେ। ଏଏସ୍‍ଆଇ ହାଇକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆର ସର୍ଭେ କରାଯାଇଥିବାର ଫଟୋଚିତ୍ର ମଧ୍ୟ ଦେଇଛି। ଏହାସତ୍ତ୍ବେ ବିନା ଜିପିଆର ସର୍ଭେରେ ଖନନ କରାଯାଉଥିବା କୁଚକ୍ରୀ କହୁଥିଲେ ହେଁ ଏଏସ୍‍ଆଇ ନୀରବଦ୍ରଷ୍ଟା ସାଜିଛି।
ନିଷିଦ୍ଧ ହେଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀ ଶୋଭାଯାତ୍ରା-ଆନ୍ଦୋଳନ : ସେବାୟତ ଓ ଅନେକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦିଆଗଲା ସ୍ମାରକ ପତ୍ର
ପୁରୀ : କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିର। ଏହି ପବିତ୍ର ପୀଠର ଚତୁଃପାର୍ଶ୍ବକୁ ଦିଆଯାଉଛି ନୂଆରୂପ। ମେଘନାଦ ପାଚେରୀ ପାର୍ଶ୍ବର ୭୫ ମିଟର ପରିଧି ମଧ୍ୟରେ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ବଡ଼ଦେଉଳର ସୁରକ୍ଷା ଏବଂ ଦର୍ଶନାର୍ଥୀଙ୍କ ସୁବିଧାକୁ ଏଥିରେ ପ୍ରାଥମିକତା ଦିଆଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରକଳ୍ପ କାମ ଚାଲିଥିବା ବେଳେ ଅନେକ ଏହାକୁ ନେଇ ଅଯଥାରେ ବିବାଦ ଛିଡା କରାଉଛନ୍ତି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଛନ୍ତି। ତେଣୁ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବା ସହିତ ପ୍ରକଳ୍ପ ବିରୋଧରେ ହେବାକୁ ଥିବା ରାଲି ବନ୍ଦ କରିବା ପାଇଁ ରବିବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ ପ୍ରତିନିଧି। ଯଦି ବଡ଼ଦାଣ୍ଡରେ ପ୍ରକଳ୍ପ ବିରୋଧରେ ରାଲି କରାଯାଏ ତେବେ ସେମାନେ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ମହାପ୍ରଭୁଙ୍କୁ ନେଇ ରାଜନୀତି ନ କରିବାକୁ ମଧ୍ୟ ବିରୋଧୀମାନଙ୍କୁ ଚେତାବନୀ ଦେଇଛନ୍ତି ସେବାୟତ।
ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ଶ୍ରଦ୍ଧାଳୁମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟ। ଏଥିପାଇଁ ରାଜ୍ୟ ସରକାର ବିପୁଳ ଅର୍ଥରାଶି ଯୋଗାଇ ଦେଇଛନ୍ତି। କେବଳ ଶ୍ରୀମନ୍ଦିର ବିକାଶ ନିମନ୍ତେ ପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିବର୍ଷ ପୁରୀକୁ ସାରା ବିଶ୍ୱରୁ କୋଟିକୋଟି ଭକ୍ତ ଓ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟକୁ ବିଶ୍ୱରେ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ଯୋଜନା କରାଯାଇଛି। ମାତ୍ର ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବିଧିବ୍ୟବସ୍ଥା ମଧ୍ୟରେ କରାଯାଉଥିବା କାର୍ଯ୍ୟକୁ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକମାନେ ବିରୋଧ କରୁଛନ୍ତି। ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ସେମାନଙ୍କ ପାଇଁ ଅସହ୍ୟ ହୋଇଛି। ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି ପୁରୀର ସେବାୟତମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ନିମନ୍ତେ ସେବାୟତମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।
ସେବାୟତ ପ୍ରତିନିଧିମାନେ ଦର୍ଶାଇଛନ୍ତି ଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ ଐତିହ୍ୟ କରିଡର କାମ ଚାଲିଛି ତାହାକୁ ଅତିଶୀଘ୍ର ଶେଷ କରି ବିଶ୍ୱ ଦରବାରରେ ଶ୍ରୀଜଗନ୍ନାଥ ଧାମର ମହିମା ବୃଦ୍ଧି କରାଯାଉ। ବିଶ୍ୱର ପ୍ରତ୍ୟେକ ଭକ୍ତଙ୍କ ହିତ ଦୃଷ୍ଟିରୁ ଏହି ପ୍ରକଳ୍ପ କରାଯାଉଛି। ପୁରୀ ସହରର ସମସ୍ତ ଜନସାଧାରଣ ଏହି କାମରେ ପ୍ରଶାସନକୁ ସହଯୋଗ କରିଆସୁଛନ୍ତି। ପୂର୍ବରୁ ସମସ୍ତ ସେବାୟତଙ୍କୁ ନେଇ ପରିକ୍ରମା ମାର୍ଗର ରୂପରେଖ କ’ଣ ରହିବ ତାହା ଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇଛି। ଏଭଳି ପ୍ରକଳ୍ପର ଯଥେଷ୍ଟ ଗୁରୁତ୍ୱ ରହିଥିବା ଆମେ ଉପଲବ୍ଧି କରୁଛୁ। ଏଥିପାଇଁ ସମସ୍ତ ସେବାୟତ ଏବଂ ମନ୍ଦିର ଚତୁଃପାର୍ଶ୍ବ ସାତସାହିର ଜନସାଧାରଣ ଅକୁଣ୍ଠ ସହଯୋଗ କରିଆସୁଛନ୍ତି; କିନ୍ତୁ ପରିତାପର ବିଷୟ ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ରାଜନେତା ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନର ଏହି କାମକୁ ନେଇ ଶସ୍ତା ରାଜନୀତି କରୁଛନ୍ତି।
ନିଜର ଫାଇଦା ହାସଲ ପାଇଁ ୨୭ ତାରିଖରେ ଯେଉଁ ରାଲି ଓ ଜନ ଆନ୍ଦୋଳନ କରିବା ଲାଗି ମସୁଧା ଚଳାଇଛନ୍ତି ତାକୁ ଜିଲ୍ଲା ପ୍ରଶାସନ ତରଫରୁ ବନ୍ଦ କରାଯାଉ। କାରଣ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏବଂ ବଡ଼ଦାଣ୍ଡରେ କୌଣସି ବିକ୍ଷୋଭ କରାଯାଇପାରିବ ନାହିଁ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏଭଳି ପଦଯାତ୍ରା ହେଲେ ପ୍ରତି ଏହାକୁ ସେବାୟତମାନେ ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।ତେଣୁ ଏ ଦିଗରେ ବିହୀତ ପଦକ୍ଷେପ ନେବା ଲାଗି ସେବାୟତ ପ୍ରତିନିଧି ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରଜତ କୁମାର ପ୍ରତିହାରୀ, ରାମକୃଷ୍ଣ ଦାସମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ଜଗନ୍ନାଥ କର, ମାଧବଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ଦୁର୍ଗାପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ବିନାୟକ ଦାସମହାପାତ୍ର, ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ଗୌରହରି ପ୍ରଧାନ, ଅମିତ୍‍ ଦାସମହାପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।
ସେହିପରି ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ପଦଯାତ୍ରା କରାଯାଉଥିବା ଦର୍ଶାଇ ଆଜି ଅନେକ ସଙ୍ଗଠନ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ବିରୋଧ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି ଅନେକ ବୁଦ୍ଧିଜୀବୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଶେଷକରି ଭଏସ ଅଫ କମନମ୍ୟାନ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହି ଆଖଡା, ପୂଜ୍ୟପୂଜା ସଂସଦ, ଆଖଣ୍ଡଳମଣି ପରିଚାଳନା କମିଟି, ପୁରୀ ରୋଗୀ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଏପରିକି ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି ତଥା ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେବ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରି ପ୍ରକଳ୍ପ ସାକାର ହେଉ ବୋଲି ଦର୍ଶାଇଛନ୍ତି।ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚ ପକ୍ଷରୁ ମଧ୍ୟ ୨୭ ତାରିଖରେ ହେବାକୁ ଥିବା ପଦଯାତ୍ରାକୁ ବିରୋଧ କରାଯିବା ସହ ସପକ୍ଷବାଦୀଙ୍କୁ ଏପରି ହୀନ କାର୍ୟ୍ୟରୁ ବିରତ ରହିବାକୁ ନିବେଦନ କରିଥିଲେ। ଗଜପତି ମହାରାଜାଙ୍କୁ ମଧ୍ୟ ଶ୍ରୀମନ୍ଦିର ସେବାୟତ ମାନଙ୍କ ପକ୍ଷରୁ ପ୍ରକଳ୍ପ ଶୀଘ୍ର ଶେଷ କରିବା ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଓ ବିଧାନସଭାରେ ପ୍ରକଳ୍ପ ପାରିତ ହୋଇଥିବା ବେଳେ ଅଯଥା ବିରୋଧ ଭିତ୍ତିହୀନ ଓ ରାଜନୀତିକରଣ କରାଯାଉଥିବା ସନ୍ଦେହ କରାଯାଉଛି।