Bollywood Actor - The Sakala

ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଚେକ୍ ବାଉନ୍ସ ମାମଲାରେ ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ତାଙ୍କୁ ଜେଲ୍‌ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ରାଜପାଲଙ୍କୁ ଆସନ୍ତା ଫେବୃଆରୀ ୪, ୨୦୨୬ ଅପରାହ୍ନ ୪ଟା ସୁଦ୍ଧା ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଏଲ କୋର୍ଟ ଦେଇଥିବା ଦଣ୍ଡକୁ ପୂରା କରିବା ପାଇଁ ତାଙ୍କୁ ଜେଲ ଯିବାକୁ ପଡିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

କଥା ଦେଇ କଥା ରଖିଲେନି ରାଜପାଲ

ଫେବୃଆରୀ ୨, ୨୦୨୬ରେ ହୋଇଥିବା ଶୁଣାଣି ସମୟରେ ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ଅଭିନେତାଙ୍କ ଆଚରଣ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ବାରମ୍ବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ରାଜପାଲ ଯାଦବ ଅଭିଯୋଗକାରୀ କମ୍ପାନୀ 'ମେସର୍ସ ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ୍'କୁ ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଛନ୍ତି। ଅଭିନେତା ବାରମ୍ବାର କୋର୍ଟଙ୍କୁ ଟଙ୍କା ପୈଠ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ହେଁ, ନିର୍ଦ୍ଧାରିତ ସମୟରେ ତାହା ପୂରଣ କରିନାହାନ୍ତି। ଏଭଳି ଆଚରଣ ନ୍ୟାୟିକ ପ୍ରକ୍ରିୟା ପ୍ରତି ତାଙ୍କର ଅବହେଳାକୁ ଦର୍ଶାଉଛି।

ବ୍ୟସ୍ତତାର ବାହାନା ଶୁଣିଲେନି କୋର୍ଟ

ଶୁଣାଣି ବେଳେ ରାଜପାଲଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ଅଭିନେତା ବର୍ତ୍ତମାନ ମୁମ୍ବାଇରେ ନିଜର ପ୍ରୋଫେସନାଲ କାମରେ ବ୍ୟସ୍ତ ଅଛନ୍ତି, ତେଣୁ ତାଙ୍କୁ କିଛି ଆଶ୍ୱସ୍ତି ଦିଆଯାଉ। କିନ୍ତୁ ହାଇକୋର୍ଟ ଏହି ଦଲିଲକୁ ସିଧାସଳଖ ଖାରଜ କରି ଦେଇଥିଲେ। କାମରେ ବ୍ୟସ୍ତ ରହିବା କୋର୍ଟଙ୍କ ଆଦେଶ ଅମାନ୍ୟ କରିବାର ବାହାନା ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ଟ୍ରାଏଲ କୋର୍ଟ ରାଜପାଲ ଏବଂ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ସାଧାରଣ ଜେଲ ଦଣ୍ଡ ଶୁଣାଇଥିଲେ।

୨.୫ କୋଟି ଟଙ୍କାର ମାମଲା

ପୂର୍ବରୁ ୨୮ ଜୁନ୍ ୨୦୨୪ରେ ହାଇକୋର୍ଟ ଏହି ଦଣ୍ଡାଦେଶ ଉପରେ ଅସ୍ଥାୟୀ ରୋକ ଲଗାଇଥିଲେ ଏବଂ ମାମଲାକୁ ମିଡିଏସନ୍ ପାଇଁ ପଠାଇଥିଲେ। ବୁଝାମଣା ଅନୁଯାୟୀ, ରାଜପାଲଙ୍କୁ ମୋଟ୍ ୨.୫ କୋଟି ଟଙ୍କା ପୈଠ କରିବାର ଥିଲା। କିନ୍ତୁ ଜୁନ୍ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କେବଳ ସମୟ ମାଗି ଚାଲିଥିଲେ ଏବଂ ଟଙ୍କା ଦେଇନଥିଲେ। ଡିମାଣ୍ଡ ଡ୍ରାଫ୍ଟରେ ଥିବା ତ୍ରୁଟି ସୁଧାରିବା ପାଇଁ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିଲେ। ଏବେ କୋର୍ଟ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପରଲୋକରେ ଭେଟେରାନ ଅଭିନେତା ମନୋଜ କୁମାର, ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
ମୁମ୍ବାଇ: ଆଉ ନାହାନ୍ତି ଭେଟେରାନ ଅଭିନେତା ମନୋଜ କୁମାର । ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବଲିଉଡର ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ପରଲୋକ ହୋଇଛି । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ବର୍ଷିଆନ୍ କଳାକାର। ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ମନୋଜ । ‘ମେରେ ଦେଶ କି ଧରତି’ ସଙ୍ଗୀତ ପାଇଁ ସେ ବେଶ ଜଣାଶୁଣା ଥିଲେ । ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ । ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା। ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ । ମନୋଜଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକର ଛାୟା ଖେଳିଯାଇଛି ।

୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରିଥିଲେ ମନୋଜ। ପରେ ପରେ ଷାଠିଏ ଓ ୭୦ ଦଶକରେ ଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ। ଉପକାର ଫିଲ୍ମ ପାଇଁ ୧୯୬୭ ମସିହାରେ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା। ୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ଏରା। ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ।

ସହୀଦ, ସୋର, ରୋଟି କପଡା ଔର ମକାନ, ପୁରବ ଔର ପଶ୍ଚିମ, ମେରା ନାମ ଜୋକର, ଦଶ ନମ୍ବରୀ, ସହିତ ଶହେରୁ ଅଧିକ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ଦେବାନନ୍ଦ, ରାଜ କାପୁର, ଦିଲ୍ଲୀପ କୁମାର, ରାଜେଶ ଖାନ୍ନା ପ୍ରମୁଖଙ୍କ ସମସାମୟିକ ଥିଲେ ମନୋଜ କୁମାର। ୧୯୯୨ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୧୯୯୯ରେ ଜୀବନ ବ୍ୟାପୀ ସାଧନା ପାଇଁ ଲାଇଫ୍ ଟାଇମ୍ ସମ୍ମାନ ହାସଲ କରିଥିଲେ। ୨୦୧୫ରେ ଫିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ, ଦାଦା ସାହେବ ଫାଲକେରେ ସମ୍ମାନୀତ ହୋଇଥିଲେ ମନୋଜ କୁମାର। ସେ ମୋଟ୍ ୭ ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି। ୧୯୩୭ ମସିହାରେ ବର୍ତ୍ତମାନର ପାକିସ୍ତାନର ଖାଇବର ଫଖତୁନଖାୱାରା ଜଣେ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମନୋଜ। ତାଙ୍କର ପିଲାଦିନର ନାଁ ଥିଲା ହରିକ୍ରିଷ୍ଣା ଗୋସ୍ବାମୀ।

କ୍ରୀସ୍‌ମାସ୍‌ରେ ‘ସୀତାରେ ଜମିନ୍‌ ପର୍‌’
ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିର୍‌ ଖାନ୍‌ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୀତାରେ ଜମିନ୍‌ ପର୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅମିର୍‌ ଶେଷ ଥର ପାଇଁ ‘ଲାଲ୍ ସିଂହ ଚଢ୍ଢା’ରେ ଦେଖାଯାଇଥିଲେ। ଏହି ଫିଲ୍ମ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଏଥିରେ ଅମିର୍‌ଙ୍କ ସହ କରିନା କପୁର ଦେଖାଯାଇଥିଲେ। ଏବେ ଅମିର୍‌ ପୁଣି ଥରେ ଏକ ହିଟ୍‌ ଫିଲ୍ମ ଦେଇ ପୁଣି ଥରେ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଫିଲ୍ମ କ୍ରୀସ୍‌ମାସ୍‌ ଅବସରରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ଅମିର୍‌ ବିପକ୍ଷରେ ଜେନେଲିଆ ଡିସୁଜା ଦେଖାଯିବେ। ତେବେ ଫିଲ୍ମର ଥିମ୍‌ ‘ତାରେ ଜମିନ୍‌ ପର୍’ ଭଳି ହେବ ବୋଲି ନିକଟରେ ଅମିର୍ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ଅବଶ୍ୟ ଏହି ଫିଲ୍ମ ପୂର୍ବରୁ ଅମିର୍‌ ଅନ୍ୟ ଦୁଇ ତିନୋଟି ଫିଲ୍ମରେ ଦେଖାଯିବେ। ଯେଉଁଥିରେ ତାଙ୍କ ଭୂମିକା ବେଶ୍‌ ଛୋଟ ରହିବ। ଏହାବାଦ୍‌ ଅମିର୍‌ ‘ଅତି ସୁନ୍ଦର ’ ନାମରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏଥିରେ ମଧ୍ୟ ତାଙ୍କର ଏକ ଛୋଟ ଭୂମିକା ରହିଛି।

ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ
ମୁମ୍ବାଇ: ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହୃଦଘାତ ଶିକାର ହେବାପରେ ତାଙ୍କୁ  ମୁମ୍ବାଇ ଅନ୍ଧେରି ସ୍ଥିତ ବେଲଭିଉ ଡାକ୍ତରଖାନାରୀରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି ।

ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କ ଆଞ୍ଜିଓପ୍ଲାଷ୍ଟ ହୋଇଥିଲା ଏବଂ ସବୁ ଠିକଠାକ ଥିବା ଜଣାଯାଇଛି । ତାଙ୍କର ଅସ୍ତ୍ରୋପଚାର କରାଯାଇଛି  । ସେ ସୁସ୍ଥ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ୪୭ ବର୍ଷୀୟ ଶ୍ରେୟସ ଗୁରୁବାର ସନ୍ଧ୍ୟାରେ ୱେଲକମ ଟୁ ଜଙ୍ଗଲ ସୁଟିଂ କରୁଥିଲେ । ସେତେବେଳେ ସେ ସ୍ୱାଭାବିକ ଥିଲେ । ମାତ୍ର ସୁଟିଂ ସରିବା ପରେ ହୃତଘାତର ଶିକାର ହୋଇଥିଲେ । ଏହାପରେ ସେ ତଳେ ପଡି ଯାଇଥିଲେ ।

ଲୋକପ୍ରିୟ ବଲିଉଡ୍ ଅଭିନେତା ରିଓ କାପାଡ଼ିଆଙ୍କ ପରଲୋକ
ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ ଅଭିନେତା ରିଓ କାପାଡ଼ିଆଙ୍କର ପରଲୋକ ଘଟିଛି। ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ। ସେପ୍ଟେମ୍ବର ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ବନ୍ଧୁ ଫୈଜଲ ମଲିକ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ ତାରିଖରେ ଗୁଡ଼ଗାଓଁର ଶିବ ଧାମ ଶ୍ମଶାନ ଭୂମିରେ ତାଙ୍କର ଅନ୍ତିମ କ୍ରିୟା କରାଯିବ ବୋଲି ଫୈଜଲ ମଲ୍ଲିକ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।

ରିଓ କାପାଡ଼ିଆ ଚକ୍‌ ଦେ ଇଣ୍ଡିଆ, ହ୍ୟାପି ନ୍ୟୁ ୟର, ମର୍‌ଦାନୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ‘ଖୁଦା ହାଫିଜ୍’, ‘ ଦ ବିଗ୍ ବୁଲ’ ‘ ଏଜେଣ୍ଟ ବିନୋଦ ’ଆଦି ଚଳଚ୍ଚିତ୍ରରେ ମଧ୍ୟ ଅଭିୟନ କରିଛନ୍ତି। ମେଡ୍ ଇନ୍ ହେବେନ-୨ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ସିନେମାକୁ ଛାଡ଼ିଦେଲେ ରିଓ ଟେଲିଭିଜନ ପରଦାରେ ବି ଜଣେ ଖୁବ୍ ଜଣାଶୁଣା ଚେହେରା ଥିଲେ।

ଷ୍ଟାର୍‌ଡମ୍‌ ଚାଲିଯିବାର ଯନ୍ତ୍ରଣାକୁ ସହି ପାରି ନଥିଲେ ରାଜେଶ ଖାନ୍ନା
ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର୍‌ ଥିଲେ ଦିବଂଗତ ଅଭିନେତା ରାଜେଶ ଖାନ୍ନା। ୧୯୬୦ ଓ ୭୦ ଦଶକରେ ରାଜେଶ ଖାନ୍ନାଙ୍କ ନାଁ ହିଁ ଚଳଚ୍ଚିତ୍ର ସଫଳତାର ଏକ ଗ୍ୟାରେଣ୍ଟି ଭାବରେ ବିବେଚନା କରାଯାଉଥିଲା। ଯୁବତୀମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ଏତେ ଥିଲା ଯେ, ତାଙ୍କ ପାଖକୁ ରକ୍ତରେ ଲେଖା ପ୍ରେମପତ୍ର ଆସୁଥିଲା। ସେହି ସମୟରେ କେତେକ ଯୁବତୀ ମଧ୍ୟ ତାଙ୍କ ଫଟୋକୁ ବିବାହ ମଧ୍ୟ କରିନେଇଥିଲେ। ରାଜେଶଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା,ଯେତେେବଳେ ତାଙ୍କ ଷ୍ଟାର୍‌ଡମ୍‌ କମିବାକୁ ଲାଗିଲା। ଏହାପରେ ସେ ଆଉ ଇଣ୍ଡଷ୍ଟ୍ରୀରେ ପୂର୍ବ ଭଳି ନିଜ ସଫଳତାକୁ ଦୋହରାଇ ପାରି ନଥିଲେ। ନିକଟରେ ବଲିଉଡ୍‌ର ଭେଟେରାନ୍ ଅଭିନେତା

ପ୍ରେମ୍‌ ଚୋପ୍ରା ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ରାଜେଶଙ୍କ ଜୀବନର ଉତ୍ଥାନପତନ ଉପରେ ଆଲୋଚନା କରିଥିଲେ। ପ୍ରେମ୍‌ ଚୋପ୍ରା ଓ ରାଜେଶ ଖାନ୍ନା ଏକାଠି ୧୯ଟି ଫିଲ୍ମରେ କାମ କରିଥିଲେ। ତନ୍ମଧ୍ୟରେ ‘ପ୍ରେମ୍‌ ନଗର’, ‘ଡୋଲି’, ‘କଟିପତଙ୍ଗ’ ‘ଦୋ ରାସ୍ତେ’, ‘ଦାଗ’, ‘ଅଜନବି’ ଆଦି ଫିଲ୍ମଗୁଡ଼ିକ ରହିଥିଲା। ପ୍ରେମ୍‌ଙ୍କ କହିବା ଅନୁସାରେ,‘ ସେ ରାଜେଶଙ୍କ ସହ କାମ କରି ଅନେକ କିଛି ଶିଖୀଛନ୍ତି। ସମୟ ଥିଲା, େଯତେେବଳେ ରାଜେଶ ଫିଲ୍ମ ସାଇନ୍‌ କରିବା ପାଇଁ ପ୍ରଯୋଜକମାନେ ଲମ୍ବା ଲାଇନ୍‌ ଲଗାଉ ଥିଲେ। ସେ ବହୁତ ଭାବପ୍ରବଣ ଥିଲେ। କିଛି କାରଣକୁ ନେଇ ସବୁବେଳେ ବ୍ୟତିବ୍ୟସ୍ତ ରହୁଥିଲେ। ଏଥିପାଇଁ ତାଙ୍କ କ୍ୟାରିୟର୍‌ ତଳକୁ ଚାଲିଯାଇଥିଲା।

ରାଜେଶଙ୍କ କ୍ୟାରିୟର ପତନ ସମୟରେ ସେ ମାନିବାକୁ ପ୍ରସ୍ତୁତ ନଥିଲେ ଯେ, ଲଗାତାର ତାଙ୍କ ଫିଲ୍ମଗୁଡ଼ିକ ଫ୍ଲପ୍‌ ହେଉଛି। ଯେଉଁ ମଣିଷ ତିନିବର୍ଷ ମଧ୍ୟରେ ଲଗାତାର ୧୫ଟି ହିଟ୍‌ ଫିଲ୍ମ ଦେଇଛନ୍ତି ତାଙ୍କ ଫିଲ୍ମ ଫ୍ଲପ୍‌ ହେଉଛି ବୋଲି ସେ ବା କିପରି ମାନି ନେବେ ! ଏହି ସମୟରେ ତାଙ୍କୁ କିଛି ଏଭଳି ଫିଲ୍ମ ମିଳିଥିଲା, ଯେଉଁଥିପାଇଁ ସେ ଆଦୌ ଫିଟ୍‌ ନଥିଲେ। ଯେଉଁ ଫିଲ୍ମଗୁଡ଼ିକ ରାଜେଶଙ୍କ ହାତରୁ ଚାଲିଯାଉଥିଲା, ତାହା ଅମିତାଭ ବଚ୍ଚନଙ୍କ ହାତକୁ ଚାଲିଯାଉଥିଲା। ଅମିତାଭ ମଧ୍ୟ ସେଥିରେ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲେ।

ସେତେବେଳେ ଅମିତାଭ କେତେଗୁଡ଼ିଏ ଫିଲ୍ମରେ ସାଇଡ୍ ହିରୋ ଭାବେ ମଧ୍ୟ ନଜର ଆସିଥିଲେ। କିନ୍ତୁ ରାଜେଶ ସବୁବେଳେ ହିରୋ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। ଏହାପରେ ସେ ଅନେକଗୁଡ଼ିକ ଫିଲ୍ମରେ କାମ କରିବା ପାଇଁ ମନା କରି ଦେଇଥିଲେ। ଦେଖୁଦେଖୁ ରାଜେଶଙ୍କ ଷ୍ଟାରଡମ୍‌ କମିବାକୁ ଲାଗିଲା। ସେତେବେଳେ ସେ ଚାହିଁଥିଲେ ତାଙ୍କ ପ୍ରସିଦ୍ଧିକୁ ବଜାୟ ରଖୀପାରିଥାନ୍ତେ କିନ୍ତୁ ସେ ଧୀରେ ଧୀରେ ନିରାଶ ହେବାକୁ ଲାଗିଲେ। ଯଦି ଆପଣ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ତେବେ କାମ ନ ମିଳିବା କଥା ବି ଆପଣଙ୍କୁ ସହ୍ୟ କରିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏପରି ସମୟ ଆସିଥାଏ, ଯେତେେବଳେ ସେ ତଳକୁ ଖସିଥାଏ’।

ଏଠାରେ ପ୍ରକାଶ ଥାଉ କି, ରାଜେଶ ଏକ ସମୟରେ ବଲିଉଡ୍‌ର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତା ଥିଲେ। ୧୯୭୦ରୁ ୧୯୮୭ ପର୍ଯ୍ୟନ୍ତ ତାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ବେଶ୍ ଭଲ ବ୍ୟବସାୟ କରିଥିଲା। ଏହାପରେ ତାଙ୍କ କ୍ୟାରିୟରରେ ଅବନତି ଦେଖାଗଲା । ସେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଧୀରେ ଧୀରେ ଦୂରେଇ ଗଲେ। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ୨୦୧୨ରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କର ୬୬ ବର୍ଷ ବୟସରେ ଦେହାନ୍ତ
ମୁମ୍ବାଇ: ଅଭିନେତା-ଚଳଚ୍ଚିତ୍ର ନିର୍ମାତା ସତିଶ କୌଶିକଙ୍କର ମାର୍ଚ୍ଚ ୯, ୨୦୨୩ ଗୁରୁବାର ଦିନ ହୃଦଘାତ ପରେ ଦେହାନ୍ତ ହୋଇଛି ବୋଲି ତାଙ୍କର ଘନିଷ୍ଠ ବନ୍ଧୁ ତଥା ଶିଳ୍ପ ସହଯୋଗୀ ଅନୁପମ ଖେର କହିଛନ୍ତି। । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ସତିଶଙ୍କ ନିକଟତମ ବନ୍ଧୁ ଅନୁପମ ଖେର ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ତାଙ୍କ ସହ ଏକ ଫଟୋ ଶେୟାର କରି ଅନୁପମ ଲେଖିଛନ୍ତି, ଜାଣିଛି ‘ମୃତ୍ୟୁ ହିଁ ବିଶ୍ୱର ଶେଷ ସତ୍ୟ’।

ଅନୁପମ ଖେର ଟୁଇଟ କରି ଲେଖିଛନ୍ତି, ସେ ତାଙ୍କର ସବୁଠାରୁ ପ୍ରିୟ ବନ୍ଧୁଙ୍କୁ ହରାଇଲେ। ଏହାସହ ସେ ଲେଖିଛନ୍ତି, ମୁଁ ଜାଣିଛି ମୃତ୍ୟୁ ହିଁ ବିଶ୍ୱର ଶେଷ ସତ୍ୟ, ହେଲେ ଏକଥା ମୁଁ ବଞ୍ଚିଥିବା ଅବସ୍ଥାରେ ମୋର ପ୍ରିୟ ବନ୍ଧୁ ସତିଶ କୌଶିକଙ୍କ ପାଇଁ ଲେଖିବି ତାହା କେବେ ଭାବି ନ ଥିଲି। ୪୫ ବର୍ଷର ବନ୍ଧୁତାରେ ହଠାତ୍ ବିରାମ!! ଖସଲର ଙ୍ଗସକ୍ଷକ୍ଷ ଘଋଠଋଜ ଭର ଗ୍ଧଷର ଗ୍ଦବଜ୍ଞର ଙ୍ଗସଗ୍ଧଷକ୍ଟଙ୍କଗ୍ଧ ଚ୍ଚକ୍ଟଙ୍କ ଝଇଞଓଝଐ ! ଓମ ଶାନ୍ତି!

ଅନୁପମ ଖେରଙ୍କ ସୂଚନା ଅନୁଯାୟୀ, ସତିଶ କୌଶିକଙ୍କ ମର ଶରୀର ଏବେ ଗୁଡଗାଓଁର ଫୋର୍ଟିଜ ହସ୍ପିଟାଲରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ଗୁରୁବାର ଦ୍ୱିପ୍ରହରରେ ମୁମ୍ବାଇ ସ୍ଥିତ ତାଙ୍କ ଘରକୁ ଅଣାଯିବ। ଏହାପରେ ସେହିଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସୂଚନା ଅନୁଯାୟୀ, ସତିଶ କୌଶିକ କାହାସହ ସାକ୍ଷାତ୍ କରିବାକୁ ଗୁଡଗାଓଁ ଯାଇଥିବା ବେଳେ କାରରେ ତାଙ୍କୁ ହାର୍ଟ ଆଟାକ ଆସିଥିଲା। ପରେ ତାଙ୍କୁ ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ତଥା ଭାଇଜାନ୍ ସଲମାନ୍ ଖାନ୍
ମୁମ୍ବାଇ: ଆଜି ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ମଧ୍ୟ ଭିଡ ଜମାଇଛନ୍ତି ପ୍ରଶଂସକମାନେ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି ।

ପିଲାଠୁ ବୁଢ଼ା ସମସ୍ତେ ତାଙ୍କ ଭାଇଜାନଙ୍କ ଫ୍ୟାନ୍ । ବଲିଉଡ଼ ଇଣ୍ଡଷ୍ଟ୍ରିରେ ତାଙ୍କର ଭିନ୍ନ ଦବଦବା । ୨୭ ଡିସେମ୍ବର ୧୯୬୫ରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସଲମାନ । ମେନେ ପ୍ୟାର କିଆ, ସାଜନ, ହମ୍ ଆପକେ ହେ କୌ ନ୍‌, କରଣ-ଅର୍ଜୁନ , ଜୁଡ଼ୱା , ଦବଙ୍ଗ, ବଡ଼ିଗାର୍ଡ, ବଜରଙ୍ଗୀ ଭାଇଜାନ୍ ଏମିତି ଅନେକ ବ୍ଲକ୍ବାଷ୍ଟର ମୁଭି ବଲିଉଡ଼କୁ ଦେଇଛନ୍ତି ସଲମାନ୍ । ସଲମାନଙ୍କୁ ଇଣ୍ଡଷ୍ଟ୍ରୀର ଟ୍ରେଣ୍ଡ ସେଟର ବି କହନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ ଖୁବ ଖୁସି ହେବା ସହ ସେଲିବ୍ରେଟ୍ କରିଛନ୍ତି ।

ସଲମାନ୍‌ଙ୍କ ଫିଲ୍ମରେ ଆୟୁଷ
ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌, ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ । ନିକଟରେ ସଲମାନ୍‌ ତାଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିବାଲି’କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବହୁତ ଜଲ୍‌ଦି ଏହି ଫିଲ୍ମ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଇତିମଧ୍ୟରେ ଏଥିରୁ ଶ୍ରେୟସ୍‌ ତଲପଡେ ଓ ଅରସାଦ୍‌ ୱାର୍ସିଙ୍କୁ ବାଦ୍‌ ଦିଆଯାଇଥିବା କଥା ଜଣାପଡିଛି। ଏ ଦୁହିଁଙ୍କ ବଦଳରେ ଏବେ ନଜର ଆସିବେ ଆୟୁଷ ଶର୍ମା ଓ ଜହିର୍‌ ଇକବାଲ୍। ବିଗତ କିଛିଦିନ ହେଲାଣି ଫିଲ୍ମର ସୁଟିଂକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଇତିମଧ୍ୟରେ ‘କଭି ଇଦ୍‌ କଭି ଦିବାଲି’ ଫିଲ୍ମର ସୁରଜ୍‌ ପାଞ୍ଚୋଲି କାମ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଏଥିରେ ସଲମାନ୍‌ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ପୂଜା ହେଗ୍‌ଡେ। ପୂଜାଙ୍କ ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରୀର ଅଭିନେତା ଭେଙ୍କଟେଶ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ୨୦୨୩ ଇଦ୍‌ ଅବସରରେ ମୁକ୍ତିଲାଭ କରିବ ବୋଲି କୁହାଯାଉଥିଲା। କିନ୍ତୁ ଫିଲ୍ମର ରିଲିଜ୍‌ ନେଇ ଏହାର ନିର୍ମାତା ଏଯାଏଁ କୌଣସି ସୂଚନା ଦେଇ ନାହାନ୍ତି। ସଲମାନ୍‌ ବର୍ତ୍ତମାନ ‘ଟାଇଗର୍‌-୩’ରେ କାମ କରୁଛନ୍ତି। ଏଥିରେ ସେ ‘ର’ ଏଜେଣ୍ଟ ଭୂମିକାରେ ଅଭିନୟ କରୁଛନ୍ତି। ସେହିଭଳି ସେ ‘ପଠାନ୍‌’ ଓ ‘ବଜରଙ୍ଗୀ ଭାଇଜାନ୍-୨’ରେ ମଧ୍ୟ ନଜର ଆସିବେ।